ଉଦ୍ୟାନ କୃଷି କାର୍ଯ୍ୟାଳୟ ର ମୁଖ୍ୟ କରାଣୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ସାବତ ଙ୍କ ୭୧ ବର୍ଷ ରେ ପରଲୋକ

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଯୁବ ସାମ୍ବାଦିକ ସୁନିଲ୍ କୁମାର ସାବତଙ୍କ ବାପା ସୁର୍ଯ୍ୟ ପ୍ରକାଶ ସାବତ ଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଉଦ୍ୟାନ କୃଷି କାର୍ଯ୍ୟଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ରହିଥିଲେ । ସ୍ଥାନୀୟ ବଳରାମ ନଗର ର ନୀଳକଣ୍ଠେଶ୍ଵର ଲେନ୍ – ୧ ଥିବା ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ଯୁ ବେଳେ ତାଙ୍କ ତିନି ପୁଅ, ସ୍ତ୍ରୀ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସହର ର ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ପୋଖରୀ ରେ ବୁଡ଼ି ୨ ଶିଶୁ ମୃତ, ଜଣେ ଗୁରୁତର

!!! ଖଲ୍ଲିକୋଟ ରୁ ସକଳେଶ୍ୱର ରଥ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମରେଇ ନୂଆଗାଁ ଗ୍ରାମର କେତେକ ଛୁଆ ଖେଳି ଖେଳି ନିକଟସ୍ତ ପୋଖରୀ ପାଖକୁ ପଳାଇ ଯାଇଥିଲେ ଏବଂ ପୋଖରୀ ତୁଠରେ ଖେଳୁ ଖେଳୁ ପାହାଚରେ ଗୋଡ଼ ଖସି ଯାଇ ବୁଡ଼ି ଗଲେ ୩ଶିଶୁ….୩ ଶିଶୁ ଙ୍କ ମଧ୍ୟରୁ ୨ ଶିଶୁ ଉଭୟେ ଭାଇ ଭଉଣୀ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ, ଅନ୍ୟ ଜଣେ ଗୁରୁତର…. ଗୁରୁତର ଶିଶୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଚାଲିଛି… ମରେଇ ନୂଆଗାଁ ଗ୍ରାମର ରାଜେନ୍ଦ୍ର ସବର ଏବଂ ସଜନୀ ସବରଙ୍କ ପୁଅ ଏବଂ ଝିଅ… ପୁଅର ବୟସ ୬ବର୍ଷ ଏବଂ ଝିଅ ର ବୟସ ୩ବର୍ଷ ଉଭୟ ଭାଇ-ଭଉଣୀ ପୋଖରୀରେ ବୁଡି ପ୍ରାଣ ହରାଇଥିବା ବେଳେ ଯଶୋଦା ସବରଙ୍କ ଜଣେ ୨ବର୍ଷୀୟ ଶିଶୁ ଗୁରୁତର ଭାବେ ଉଦ୍ଧାର କରା ଯାଇଅଛି । ଭାଇ-ଭଉଣୀ ଙ୍କୁ ନିଜ ବାପା ରାଜେନ୍ଦ୍ର ସବର ପୋଖରୀ ରୁ ଖୋଜି ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ରେ ଭର୍ତି କରିଥିଲେ ତେବେ ମେଡିକାଲ ରେ ଭାଇଭଉଣୀ ଙ୍କ ମୃତ ହୋଇଥିବା ଘୋଷଣା କରିଥିଲେ…. ଗୋଟିଏ ମାଆ ର ୨ ସନ୍ତାନ ଙ୍କ ମୃତ୍ୟୁପରେ… ୨ ଛୁଆ କୁ କୋଳରେ ଧରି ବାହୁନି ବାହୁନି କାନ୍ଧୁଛି ମାଆ…. ଅନ୍ୟପଟେ ୨ ଭାଇ-ଭଉଣୀ ଙ୍କ ମୃତ୍ୟୁ ପରେ ମରେଇନୂଆଁ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି.. ଖଲ୍ଲିକୋଟ ମେଡିକାଲ କାନ୍ଦ ବୋବାଳି ରେ ଫଟି ପଡ଼ୁଥିବା ର ଦେଖିବାକୁ ମିଳିଛି ।ଜନ୍ମ କଲା ମାର କୋହଭରା କାନ୍ଦ ରେ ମେଡିକାଲ ପରିସର ଦୁଃଖ ରେ ଫାଟି ପଡ଼ୁଥିବା ର ଦେଖିବାକୁ ମିଳିଛି ।ସେପଟେ ଖଲ୍ଲିକୋଟ ପୋଲିସ ଏକ ଅପମୃତ ମାମଲା ରୁଜୁ କରିବା ସହ ୨ ଶିଶୁ ଙ୍କ ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରୁଛନ୍ତି.. ଖବର ନେବାରେ ଜଣା ଯାଉଛିକି. ଉଭୟ ମୃତ ଦୁଇ ଶିଶୁଙ୍କ ପିତା ମାତା ବିଲ କୁ ଧାନ ରୋଇବାକୁ ଯାଇଥିବା ବେଳେ । ଏପରି ଘଟଣା ଘଟି ଯାଇଛି ।ପିଲାଙ୍କୁ ଖୋଜି ଖୋଜି ପୋଖରୀ ତୁଠ କୁ ବାପା ମା ଯାଈ ଛୁଆ ଦୁଇଜଣଙ୍କୁ ଉଧାର କରିଥିଲେ ।

କୋରାପୁଟ ଜିଲ୍ଲା କୁ ବେହାଲ କରିଛି ବର୍ଷା

!!!କୋରାପୁଟ ଜିଲ୍ଲାରୁ ଶ୳୲ମଖିଲଙ୍କ ରିଫୋଟ !!!

ଏଥର ସମ୍ଭାଳ (କୋରାପୁଟ) – ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ପଞ୍ଚାୟତ ଅଡ଼ପୁର ଗ୍ରାମର ତିନି ଗୋଟି ଓ ମାଝୀଗୁଡା ଗ୍ରାମର ଗୋଟିଏ ଘୋର ଭୁଷୁଳି ପଡିଛି।ଲଗାଣ ବର୍ଷା ଯୋଗୁଁ ପାଣି କାନ୍ଥ ଉପରେ ପୋଡି କାନ୍ଥ ଭୁଶୁଡି ପଡିଯାଇଛି।ସ୍ଥାନୀୟ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ ସେହି ଗ୍ରାମରେ ପହଞ୍ଚି ଗୋଟିଏ ପରିବାର ଲୋକଙ୍କୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ରସେଇ ଘରେ ରହିବା ବ୍ୟବସ୍ତା କରିଛନ୍ତି।ପ୍ରକୃତରେ କୋରାପୁଟ ଜିଲ୍ଲାରେ ଆଉ କିଛି ଦିନ ଧରି ବର୍ଷା ଲାଗି ରହିବ ତେବେ ଅନେକ ଘୋର ଭାଙ୍ଗିଯିବା ସମ୍ଭାବନା ରହିଛି।ଏତେ ମାତ୍ରାରେ ବର୍ଷା ହେଉଛି କି ଚାଷୀ ଚାଷ କାମ କରିବା ମଧ୍ୟ।ମୁସ୍କିଲ ହୋଇପଡିଛି।

ସବୁ କଳା କାରନାମା ପଦାରେ ପଡ଼ିବା ଭୟରେ ବବି ଙ୍କୁ ସୁରକ୍ଷା ଦେଉଥିଲେ କି ରଘୁନନ୍ଦନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିଜୁ ଜନତା ଦଳର ଅନେକ ଟିକେଟ ଆଶାୟୀ ପ୍ରାର୍ଥୀଙ୍କୁ ନିରାଶ କରିଥିଲେ ବିଜୁ ଜନତା ଦଳର ସର୍ବେ ସର୍ବା କୁହାଯାଉଥିବା ବବି ଦାସ । କିନ୍ତୁ ଟିକେଟ ନପାଇ ବ କିଛିି ନିରାଶ ପ୍ରାର୍ଥୀ ବବିଙ୍କୁ ସୁରକ୍ଷା ଦେଉଥିଲେ କାହିଁକି ? ଭୟ ଥିଲା କି ବବି ବାବୁ କିଛି କ୍ଷତି କରିଦେବେ ନା ନିଜ କଳାକାରନାମା କାଳେ ସାମ୍ନାକୁ ଆସିଯିବ ସେ ଡରରେ ବବିଙ୍କୁ ସୁରକ୍ଷା ଦେଉଥିଲେ ? ନିରାଶ ପ୍ରାର୍ଥୀଙ୍କ ତାଲିକା ତ ଅନେକ ଲମ୍ବା ଥିଲା,କାରଣ ବବି ବାବୁଙ୍କୁ କୁଆଡେ ଯେଉଁଠୁ ମୋଟା ଅଙ୍କର ଟଙ୍କା ମିଳୁଥିଲା ବାବୁ ଆମର ସେଇ ମାନଙ୍କୁ ହିଁ ଟିକେଟ ଦେଉଥିଲେ । ଏମିତି କି ଅନେକ ନବାଗତଙ୍କୁ କେବଳ ଟଙ୍କା ନେଇ ଟିକେଟ ଦେଇଥିଲେ ବବି ବାବୁ । ସେଇ ଲମ୍ବା ତାଲିକାରେ ଥିଲେ ପୂର୍ବତନ ମନ୍ତ୍ରୀ ତଥା ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ।ବବି ବାବୁଙ୍କ ସହ କୁଆଡେ ଭାରି ଘନିଷ୍ଠ ଥିଲେ ରଘୁନନ୍ଦନ, ହେବେନି ବା କେମିତି ? ବବି ଦାସଙ୍କ ସରକାରୀ ବାସଭବନ ନିକଟରେ ପରା ଥିଲା ରଘୁନନ୍ଦନଙ୍କ ସରକାରୀ ବାସଭବନ । ଏତେ ଘନିଷ୍ଠ ଥାଇ ବି ବବି ବାବୁ କିନ୍ତୁ ରଘୁନନ୍ଦନଙ୍କୁ ଟିକେଟ ନଦେଇ କରିଥିଲେ ପର । ରଘୁନନ୍ଦନଙ୍କୁ ଧୋକା ଦେଇ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀ ପାଇଁ ଶାରଦା ଜେନାଙ୍କ ଠାରୁ କୁଆଡେ ମୋଟା ଅଙ୍କର ଟଙ୍କା ନେଇ ଟିକେଟ ଦେଇଥିଲେ ବବି ବାବୁ । ବିଚରା ରଘୁନନ୍ଦନ ଆଉ ତାଙ୍କ ସମର୍ଥକ ମାନେ ଶଙ୍ଖ ଭବନ ଦୌଡି ଦୌଡି ଚପଲ ଛିଡିଲା ସିନା କିନ୍ତୁ ଟିକେଟ୍ ମିଳିଲାନି । ଶେଷରେ ବାଧ୍ୟ ହୋଇ ରଘୁନନ୍ଦନ ନବାଗତ ଶାରଦା ଜେନାଙ୍କ ପଛେ ପଛେ ବୁଲିଲେ । ନିଜ ରାଜନୈତିକ ପାଦୁର୍ଭାବ ଓ ଆତ୍ମସମ୍ମାନ ହରାଇ କମ୍ ରାଜନୈତିକ ଜ୍ଞାନ ଥିବା ଶାରଦାଙ୍କ ଶରଣ ପସିବାକୁ ବାଧ୍ୟ ହୋଇଥିଲେ ରଘୁନନ୍ଦନ ।ତେବେ ଏଠି ପ୍ରଶ୍ନ ଉଠୁଛି ରାଜନୀତିରେ ପ୍ରଖର ଜ୍ଞାନ ଥାଇ ବି କାହିଁକି ଶରଣ ପସିବାକୁ ବାଧ୍ୟ ହେଲେ ରଘୁ ? ସେ ଚାହିଁଥିଲେ ଅନ୍ୟ ଦଳ କିମ୍ବା ସ୍ୱାଧୀନ ଭାବେ ବି ଲଢିପାରିଥାନ୍ତେ କିନ୍ତୁ କାହିଁକି ନ ଲଢି ଦଳ ଧୋକା ଦେଲା ପରେ ବି ଦଳ ସହ ଥିଲେ ?କେଉଁ ଭୟ ରଘୁଙ୍କୁ ଦଳରେ କୋଣଠେସା ହୋଇ ରହିବାକୁ ବି ବାଧ୍ୟ କରୁଥିଲା ?ଶୁଣିବାକୁ ମିଳୁଛି ରଘୁ ବାବୁ କୁଆଡେ ୫ ବର୍ଷରେ ନିଜ ନିର୍ବାଚନମଣ୍ଡଳୀ ପାଇଁ କିଛି ଉନ୍ନତି ମୂଳକ କା ର୍ଯ୍ୟ ନକରି ଶହ ଶହ କୋଟି ଟଙ୍କା ହରିଲୁଟ୍ କରିଥିଲେ । କେବଳ ସେତିକି ନୁହେଁ କୁଆଡେ ସାଧାରଣ ଜନତା ଯଦି କୌଣସି ସମସ୍ୟା ନେଇ ତାଙ୍କ ନିକଟକୁ ଯାଉଥିଲେ ତେବେ ସମସ୍ୟା ସମାଧାନ ତ ଦୂରର କଥା ମୁହଁ ଚାହୁଁ ନଥିଲେ ରଘୁ । ତେଣୁ ସେ ଜାଣିଥିଲେ ସେ ଜିତିବେ ତ କେବଳ ବିଜୁ ଜନତା ଦଳ ନାଁରେ ନଚେତ୍ ତାଙ୍କୁ ଭୋଟ ଦେବେନି ଜନତା । ଏହା ଛଡା ରଘୁଙ୍କ ଅନେକ କଳାକାରନାମା ବବିଙ୍କ ସହ ଜଡିତ ଥିଲା ତେଣୁ ଦଳ ଛାଡିଲେ ଫସିଯିବାର ଭୟ ଥିଲା । ଯେବେ ବବି ଦାସଙ୍କ କେଳେଙ୍କାରୀ ସାମ୍ନାକୁ ଆସିଲା ସେବେ ଜଣେ ମହିଳା ସାମ୍ବାଦିକାଙ୍କ ଉପରେ କୁକୁର ଛାଡି ବବିଙ୍କୁ ସୁରକ୍ଷା ଦେଉଥିଲେ ରଘୁ ।କାରଣ ତାଙ୍କୁ ଭୟ ଥିଲା ବବିଙ୍କ ପରେ ତାଙ୍କ କଳାକାରନାମାର ବି ପର୍ଦ୍ଦା ଫାସ ହୋଇଯିବ । ତେବେ କେବେ ରଘୁନନନ୍ଦନ କଳାକାରନାମାର ପର୍ଦ୍ଦା ଫାସ ହେବ ତାହା ଦେଖିବାକୁ ବାକି ରହିଲା ।