ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ୧୪୬ ତମ ଜୟନ୍ତୀ ପାଳନ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅଧ୍ୟାପିକା ଶୁଭ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କବି ଭବାନୀ କର ଏବଂ କବି ବବିତା ପୁରୋହିତଙ୍କ ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ବ ସ୍ବରଚିତ କବିତା ଆବୃତ୍ତି କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ରେ ଆପନ୍ନl ପରିଛlଙ୍କ ସ୍ମୃତି ଚାରଣ ଏବଂ ସମ୍ବର୍ଥନା କାର୍ଯ୍ୟକ୍ରମ ଥିଲା। ମଞ୍ଚ ଆହ୍ଵାନ ଓ ସ୍ଵାଗତ ସମ୍ଭାଷଣ ସ୍ନିଗ୍ଧା ମିଶ୍ର ଦେଇଥିବାବେଳେ ଡ.କଲ୍ୟାଣୀ ମିଶ୍ର ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ କବି ବିଚିତ୍ରାନନ୍ଦ ବେବର୍ତ୍ତା ସଭାମୁଖ୍ୟ ଥିଲେ। ସମ୍ପାଦକ ମୁରଲୀଧର ପରିଚ୍ଛା ବିବରଣୀ ପାଠପରେ ସ୍ଵତନ୍ତ୍ର ଅତିଥି ବିଘ୍ନେଶ୍ୱର ସାହୁ(ଭୁବନେଶ୍ବର)ଙ୍କୁ ମୁଖ୍ୟ ଅତିଥି ବିରେନ୍ଦ୍ର କୁମାର ଦାସ ଅତିରିକ୍ତ ଜିଲ୍ଲାପାଳ, ସମ୍ବର୍ଥନା ପ୍ରଦାନ କରିଥିଲେ। ତତସହିତ ଆପନ୍ନl ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବହୁମୁଖି ଦକ୍ଷତା ଲାଭ କରିଥିବା ଛାତ୍ର ହରପ୍ରସାଦ ନଗବଂଶଙ୍କୁ ମଧ୍ୟ ସମ୍ବର୍ଥନl ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଏହି ଅବସରରେ ବିଘ୍ନେଶ୍ୱର ସାହୁଙ୍କ ପୁସ୍ତକ ସ୍ଵାଭିମାନୀ ଆପନ୍ନl ପରିଚ୍ଛା _ଓ ପାରାଳର ସାଂସ୍କୃତିକ ବିବିଧତା ଲୋକାର୍ପଣ ହୋଇଥିଲା। ମୁଖ୍ୟ ବକ୍ତା ଡ .ରୀନା ସାହୁ ତାଙ୍କରି ବକ୍ତବ୍ୟରେ ନାଟ୍ୟକାର ଆପନ୍ନl ପରିଚ୍ଛାଙ୍କ ସ୍ଵତନ୍ତ୍ର ନାଟ୍ୟ ଶୈଳୀ ଏବଂ ବହୁମୁଖି ପ୍ରତିଭା ସମ୍ପର୍କରେ କହିଥିଲେ।ସମ୍ମାନିତ ଅତିଥି ଅର୍ଚ୍ଚନା ମଙ୍ଗରାଜ ,ଜିଲ୍ଲା ସଂସ୍କୃତି ଅଧିକାରୀ,ଗଜପତି , ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,କବି ନରସିଂହ ପଟ୍ଟନାୟକ, ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଓ ସାହିତ୍ୟ ର ବିକାଶରେ ଦିବଙ୍ଗତ ପରିଚ୍ଛା ଙ୍କୁ ମନେପକାଇ ଯୁବପିଢୀ ତାଙ୍କର ପଦାଙ୍କ ଅନୁକରଣ କରିବା ପାଇଁ ଉଦବୋଧନ ଦେଇଥିଲେ। ସଙ୍ଗୀତା ପାତ୍ର, ସ୍ଵର୍ଣ୍ଣ ପ୍ରଭା ପାଠୀ, ସଚଳl ପାତ୍ର ,ପ୍ରଭାବତୀ ପଟନାୟକ ଜଗନ୍ନାଥ ପଟ୍ଟନାୟକ,ଅଞ୍ଜନା ପଟନାୟକ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ତନୁଜା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମରୀୟମ ରଇତ,ଅଧ୍ୟକ୍ଷା ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି , ସିସିଡ଼ି ଏନଜିଓ ର ମୁଖ୍ୟ ଶ୍ରୀ ଏ.ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଆଦିବାସି ଯୁବକଯୁବତୀ ଉଦ୍ୟୋଗୀ ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ଉଦ୍ୟୋଗୀ ହେବାପାଇଁ କହିଥିଲେ। ଏହାସହ ଜିଲ୍ଲାପାଳ ଯୁବ ଉଦ୍ୟୋଗୀ ମାନଙ୍କୁ ଚେକ୍ ପ୍ରଦାନ କରିବା ସହ ବ୍ୟବସାୟ କ୍ଷେତ୍ରରେ କିଭଳି ସଫଳତା ପାଇପାରିବା ସେ ନେଇ ଆସିଥିବା ଯୁବ ଉଦ୍ୟୋଗୀ ଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିବା ସହିତ ମନବଳ ବଡେଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୨୫ ଜଣ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଲେଖଏଁ ଆର୍ଥିକ ସହାୟତା ରାଶି ଚେକ୍ ପ୍ରଦାନ କରାଯାଇଥିବା ବେଳେ ୧୪୩ ଗୋଟି ଜନଜାତି ଜୀବିକା ବିକାଶ ପରିଷଦକୁ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣ କରିବା ପାଇଁ ଲାଞ୍ଜିଆ ସୌରା ଓ ସୌରା ଜନଜାତି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ପ୍ରକଳ୍ପ ପରିଚାଳକ ଶ୍ରୀ ଶିବାଜୀ ପ୍ରଧାନ, କୃଷି ବିଶେଷଜ୍ଞ ଶ୍ରୀ ସିମାନ୍ଦ୍ରି ଭଗବାନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ପରିଚାଳକ ଶ୍ରୀ ଆଲୋକ ସାହୁ ଉପସ୍ଥିତ ଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଗଜପତି ଜିଲ୍ଲା ଗ୍ରସ୍ତ ରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସମୀକ୍ଷା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାରେ ଦିନିକିଆ ଗସ୍ତ ଅବସରରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକ ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଯୋଜନା ଗୁଡ଼ିକ ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସର ରେ ଯୋଜନର ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ବେଳେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଜିଲ୍ଲାରେ ରାଜସ୍ୱ ଆଦାୟ, ରେକର୍ଡ ରୁମ୍ ପରିଚାଳନା,ଜାଗା ମିଶନ ସମେତ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆୟୁକ୍ତ ଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ଯୋଜନା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ଆୟୁକ୍ତ ସନ୍ତୋଷ ପ୍ରକାଶ କରିଥିଲେ । ଆଜିର ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ (ରାଜସ୍ବ) ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଅଧିକାରୀ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଫାଲଗୁନି ମାଝୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

କେଶପୁର କଲେଜରେ ଭଞ୍ଜ ଜୟନ୍ତୀ ପାଳିତ…!

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଆଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଖଲ୍ଲିକୋଟ) – “ଅନନ୍ୟ ଉତ୍କଳ “ବହୁମୁଖୀ ସମାଜ ସଂସ୍କୃତି ପରିଷଦ” ଓ “ଓଡ଼ିଆ ଭାଷା – ସାହିତ୍ୟ ବିଭାଗ କେଶପୁର ସ୍ନାତ୍ତକ ମହାବିଦ୍ୟାଳୟ” ର ମିଳିତ ଆନୁକୁଲ୍ୟରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବି ସୂର୍ଯ୍ୟ ବଳଦେବ ରଥ ଙ୍କ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଲେଇ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ‘ଅନନ୍ୟ ଉତ୍କଳ’ଅଧ୍ୟକ୍ଷ ତଥା ଶିକ୍ଷାବିତ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି,ଡ଼ଃ ବିଷ୍ଣୁ ପ୍ରସାଦ ଦାସ ମୁଖ୍ୟ ବକ୍ତା,ଡ଼ଃ ପ୍ରଜ୍ଞାପାରମିତା ଆର୍ଯ୍ୟ କୁମାରୀ,ସବିତା ପାଢ଼ୀ ତଥା ଇତିହାସ ଓ ଉଦ୍ଭିଦ ବିଜ୍ଞାନ ର ଦୁଇ ବିଭାଗୀୟ ମୁଖ୍ୟ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ।ଅଧ୍ୟାପକ ଵିଷ୍ଣୁ ଦାସ ସ୍ଵାଗତ ଭାଷଣ ଦେଇଥିଲା ବେଳ କଲେଜ ର ଛାତ୍ରୀ ମାନେ ଉତ୍କଳୀୟ ଢଙ୍ଗରେ ଦୀପ ପୁଷ୍ପ ହୁଳହୁଳୀ ଓ ଓଡିଶୀ ନୃତ୍ୟ ସହ ସ୍ଵାଗତ କରିଥିଲେ।ବଳଦେବ ରଥ ଓ କବିସମ୍ରାଟ ଙ୍କ ଉପରେ ସନ୍ଦର୍ଭ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମାନେ ଉପସ୍ଥାପନ କରିଥିଲେ। ଭଞ୍ଜ,ସଂସ୍କୃତ ଭାଷାର ସମକକ୍ଷ କରି ଓଡିଆ ଭାଷାରେ ଏତେ ସୁନ୍ଦର ମାନର ଓ ପରିମାଣର କାବ୍ୟ କବିତା ଓ ଛନ୍ଦ ରଚନା କରିଛନ୍ତି ଯେ ସମଗ୍ର ବିଶ୍ଵ ସ୍ତରରେ ସେ ଯେ ଜଣେ ଅନତିକ୍ରମଣୀୟ କବି ଏହା କହିବା ବାହୁଲ୍ୟ ମାତ୍ର।କାଳୀଦାସ ଙ୍କ କୃତି ଇଂରାଜୀ ଭାଷାରେ ଅନୁଦିତ ହୋଇଥିବା ବେଳେ ଉପେନ୍ଦ୍ରଭଞ୍ଜ ଙ୍କ କୃତି ଗୁଡ଼ିକୁ ଇଂରାଜୀ ରେ ଅନୁଦୀତ କରିବା ଆପାତତଃ ଅସମ୍ଭବ ମନେହୁଏ।ନିର୍ବିବାଦୀୟ ଭାବରେ ଭଞ୍ଜ ଜଣେ ଅତ୍ୟନ୍ତ ଉଚ୍ଚ ମାନର ତଥା ସର୍ବାପେକ୍ଷା ଲୋକପ୍ରିୟ କବି ଅଟନ୍ତି,ଯେହେତୁ ବିଲବାଡ଼ିର ସାଧାରଣ ଚଷା ଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ର ପଣ୍ଡିତ ଗବେଷକ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭଞ୍ଜ ସାହିତ୍ୟ କୃତି ସର୍ବମାନ୍ୟ ତଥା ସର୍ବାଦୃତ ଅଟେ।ଏହି ସମାବେଶ ରେ ୫୦ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଅଧ୍ୟାପକ ଓ ଅନ୍ୟାନ୍ୟ ବୁଦ୍ଧିଜୀବି ଯୋଗ ଦେଇଥିଲେ।

ଜି.ଆଇ.ସି.ଏମ୍.ଏସ୍. ମହାବିଦ୍ୟାଳୟରେ ବାର୍ଷିକକ୍ରୀଡା ଉଦଘାଟିତ….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ କମ୍ପ୍ୟୁଟର ଓ ମାନେଜମେଣ୍ଟ ମହାବିଦ୍ୟାଳୟରେ (ଜି.ଆଇ.ସି.ଏମ୍.ଏସ୍.) ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ ତଥା ସମାଜସେବୀ ଶ୍ରୀମତୀ ରଞ୍ଜିତା ସାହୁ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ସମରଜିତ କର,ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ, ମାନେଜମେଣ୍ଟ ବିଭାଗର ଏଚ୍.ଓ.ଡି ପ୍ରଫେସର ମାନସ ରଞ୍ଜନ ସାମଲ,ପ୍ରଫେସର ଲକ୍ଷ୍ମୀନାରାୟଣ ସାହୁ, ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

କ୍ରୀଡାର ଆବଶ୍ୟକତା ସୁସ୍ଥ ସ୍ବାସ୍ଥ୍ୟ ଗଠନରେ କେତେ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ଯରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଭିଷେକ ପଟ୍ଟନାୟକ, ଦୀପାଳି ପାଢି, ଚୈତନ୍ୟ ପ୍ରଧାନୀ,ପ୍ରିୟଙ୍କା ସାହୁ, ସିତାଞଳି ସାହୁ,ରଶ୍ମିତା ରଥ,ଚନ୍ଦନ ସାହୁ, ପ୍ରିତିକେଶ ସାହୁ,ରାଜିବ ପଣ୍ଡା,ଜୟରାମ ପାତ୍ର, ଅଭିମନ୍ୟୁ ବେହେରା, ସୁଦର୍ଶନ ପଣ୍ଡୁ ସାହୁ, ରମେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।

୧୨ତମ ରାଜ୍ୟ ସ୍ତରୀୟ ବଂଶଧାରା କପ୍ ଓ ଜନଜାତି ଉତ୍ସବ ଉଦ୍ଘାଟିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଠାରେ ଅନୁଷ୍ଠିତ ହବାକୁ ଥିବା ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଆଜି ସକାଳୁ ସ୍ଥାନୀୟ ଗୁଣପୁର କଲେଜ ଠାରୁ ମିନି ମାରାଥନ ବାହାରି ଉତ୍ସବ ପଡିଆକୁ ପହଞ୍ଚିଥିଲା। ଏହାପରେ ଆରମ୍ଭ ହୋଇଥିଲା ବଳରାମ ପଣ୍ଡା ସ୍ମାରକୀ ଆନ୍ତରାଜ୍ଯ ଲେଦର ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏହି ଦୁଇଟି କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଇଣ୍ଡିଆ କ୍ରିକେଟ୍ ଟିମ୍ ମ୍ଯାନେଜର (ସାଉତ ଆଫ୍ରିକା ଟୁର୍) ସତବିର ସିଂ ରିହାର ଯୋଗଦେଇ ଉଦଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ନବରଙ୍ଗପୁର ସହ ଗୁଣପୁର ଟିମ୍ ର ରୋମାଞ୍ଚକର ମ୍ଯାଚ୍ ଅନୁଷ୍ଠିତ ହୋଇଥିଲା। ଅନ୍ଯପକ୍ଷେ ଆଜି ସନ୍ଧ୍ଯାରେ ଜନଜାତି ଉତ୍ସବ ର ଉଦଘାଟନ ହୋଇଛି। ଏଥି ପୁର୍ବରୁ ଉତ୍ସବ ର ଆଜ୍ଞାମାଳ ଆଜି ମରିଚଗୁଡା ସ୍ଥିତ ଅକ୍ଷରବ୍ରହ୍ମ ପିଠରୁ ପୂଜାର୍ଚ୍ଚନା କରି ବାହାରିଛି। ପିତାମଗୁଡା ପାହାଡ ଉପରେ ମଧ୍ୟ ପୂଜା କରାଯାଇ ଥିଲା। ବହୁ ସଂଖ୍ୟାରେ ଜନଜାତି ମହିଳା ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ଉତ୍ସବ ପଡିଆରେ ପହଞ୍ଚିଥିଲେ। ବଂଶଧାରା ନଦୀ କୂଳରୁ ଆଜି ନାମ ସଂକୀର୍ତ୍ତନ ସହ ଗଙ୍ଗା ଆବାହନ କରାଯାଇଥିଲା। ଜନଜାତି ଙ୍କ ମଧ୍ୟରେ ରାମ ପ୍ରଶାଦ ଗମାଙ୍ଗ, ଚକ୍ରପାଣି ଶବର, ଫାଲଗୁନି ଶବର, ଜୁଏଲ ଶବର, ମୋହନ ଶବର, ଲମ୍ବୋଧର ଶଡର, ତାଇଗିରି ଶବର ପ୍ରମୁଖଙ୍କ ପରିଚାଳନା କ୍ରମେ ଏହି ଜନଜାତି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହିସବୁ କାର୍ଯ୍ୟକ୍ରମ ରେ ଉତ୍ସବ ପରିଚାଳନା କମିଟି ପକ୍ଷରୁ ସଭାପତି ଅକ୍ଷୟ ଦାସ, କାର୍ଯ୍ଯକାରି ସଭାପତି ଏସ. ବାବା ପ୍ରଶାଦ, ଉପ ସଭାପତି ଉମା ଶଙ୍କର ଦାସ, ସମ୍ପାଦକ ମିଲି ପାଢି, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ଙ୍କ ସମେତ ସହ ସମ୍ପାଦକ ରାମ ପଣ୍ଡା, ଶକ୍ତି ଦାଶ, ଲକ୍ଷ୍ମୀ ମହାଙ୍କୁଡ, ହାଡିଆ ଶବର, ପ୍ରମୋଦ ଦାସ, ରମେଶ ଲିମା, ଗଜା ପାଳ, ଦେବ ପ୍ରଶାଦ ପାଢିଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇଥିଲେ।

ସଶକ୍ତ ଓଡିଶା ସାଥୀ ଶିବିର ଗୁଣପୁର ଠାରେ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ବ୍ଲକ୍ ପ୍ରାଙ୍ଗଣରେ ଆଜି ତା ୮.୦୨.୨୦୨୪ ଗୁରବାର ସକାଳ ୧୧ଘଟିକା ସମୟରେ ପଞ୍ଚାୟତ ସମିତି ଗୁଣପୁର ତରଫରୁ ସଶକ୍ତ ଓଡ଼ିଶା ସାଥୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଶ୍ରୀମତି ଅନୁସୟା ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମୁଖ୍ୟ ବକ୍ତା ରୂପେ ଶ୍ରୀମତି ଶାନ୍ତିପ୍ରଭା ପ୍ରଧାନ ପ୍ରକଳ୍ପ ପ୍ରଶାସିକା (ସମନ୍ନିତ ଜନଜାତି ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ, ଗୁଣପୁର) ସଭାପତି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର, ସମ୍ମାନୀୟ ଅତିଥି ରୂପେ ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ା ଅତିରିକ୍ତ ତହସିଲଦାର ଗୁଣପୁର ,ଆମନ୍ତ୍ରିତ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ଶ୍ରୀମତି ଝିଲ୍ଲୀ ଶବର ମଞ୍ଚାସୀନ ଥିଲେ । ସଭାରେ ପଞ୍ଚାୟତ ସମିତିର ସମସ୍ତ ଜନ ପ୍ରତିନିଧି ,ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି,ବୃଦ୍ଧିଜିବୀ ବିଶିଷ୍ଟ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ।ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୁଣପୁର ପଞ୍ଚାୟତ ସମିତିର ଗ୍ରାମ ମୁଖିଆ,ଜାନୀ,ଡିସାରୀ,ଦେଶୀ ଔଷଧ ସେବାକାରୀ, ସଂଗୀତଜ୍ଞ, ବାଦ୍ୟକାର,ନୃତ୍ୟକାର ଏଭଳି ୨୫ ଜଣଙ୍କୁ ଉପଢ଼ୌକନ ଟ୍ରଫି ଓ ପ୍ରଶଂସା ପତ୍ର ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ କିଛି ପ୍ରଶ୍ନୋତ୍ତର ପତ୍ରିକା ଦିଆଯାଇଥିଲା।ଉଚ୍ଚ ବିଦ୍ୟାଳୟ ଭାରସିଂ ଓ ଡମ୍ୱସରା ତଥା ଆଲିଙ୍ଗଗୁଡ଼ାର ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଆଶ୍ରମ ବିଦ୍ୟାଳୟ,କେନ୍ଦୁଗୁଡ଼ାର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚ଼ୌଧୁରୀ ସଂଯୋଜନା କରିଥିଲେ I ପରିଶେଷରେ ଆବାହକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ଓ ସଭାପତି ସଭା ସାଙ୍ଗ କରିଥିଲେ।

ମିଡିଆ କ୍ଲବ ଗୁଣୁପୁର ର ଶୁଭ ଉଦ୍ଘାଟନ ଓ କର୍ମକର୍ତ୍ତା ଚୟନ…!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ନୂତନ ଭାବେ” ମିଡିଆ କ୍ଲବ୍ ଗୁଣୁପୁର” ନାମରେ ଏକ ସାମ୍ବାଦିକ ସଂଘ ଗଠନ ହୋଇଯାଇଛି । ଉକ୍ତ ସଂଘର ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ଙ୍କ ଆହ୍ଵାନ କ୍ରମେ ଗୁଣୁପୁର ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମିଳିତ ଉଦ୍ୟମରେ “ମିଡ଼ିଆ କ୍ଲବ୍ ଗୁଣପୁର”ର ସୁପରିଚାଳନା ପାଇଁ ସାମ୍ବାଦିକ ଭାଇ ମାନଙ୍କୁ ବିଭିନ୍ନ ଦାୟିତ୍ଵ ନିର୍ବାହ ନିମନ୍ତେ ଚୟନ କରାଯାଇଅଛି। ଏହି ଅବସରରେ ସମସ୍ତ ଉପସ୍ଥିତ ସାମ୍ବାଦିକଙ୍କ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଶ୍ରୀ ଅନିଲ୍ ସାହୁକାର ମନୋନୀତ ହୋଇଥିବା ବେଳେ, ଶ୍ରୀ ଜଗନ୍ନାଥ ମହାନ୍ତି ସମ୍ପାଦକ, ଶ୍ରୀ କୃଷ୍ଣଚନ୍ଦ୍ର ରାଜଗୁରୁ କାର୍ଯ୍ୟକାରୀ ସଭାପତି, ଶ୍ରୀ ବିଭୁ ପ୍ରସାଦ ଶତପଥୀ ସହ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ ଗୁଣପୁର ଅଞ୍ଚଳର ସାମାଜ କର୍ମୀ ତଥା ବରିଷ୍ଠ ଓକିଲ ରମେଶ ଲିମା ଙ୍କୁ “ମିଡ଼ିଆ କ୍ଲବ୍ ଗୁଣପୁର”ର ଆଇନ ଗତ ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା ଏବଂ ଯୁବ ଆଇନଜୀବୀ, ସାମ୍ବାଦିକ ତଥା ଶିକ୍ଷା ଉଦ୍ୟୋଗ କାରୀ ଶ୍ରୀ ଲକ୍ଷ୍ମୀ ମହାଙ୍କୁଡ ଙ୍କୁ ସଂଘର କୋଷାଧ୍ୟକ୍ଷ ତଥା ଉପଦେଷ୍ଟା ଭାବେ ଚୟନ କରାଯାଇଅଛି। ସାମ୍ବାଦିକ ରାକେଶ ପାଢି, ଦିଲିପ୍ ରାଜଗୁରୁ,ମହେଶ ପାଟଖଣ୍ଡାଳ, ଜଗଦୀଶ ପ୍ରସାଦ ଶତପଥୀ, ଅନିଲ ଚୌଧୁରୀ, ସୁନୀଲ ସାବତ,ଶୀଲା ଗମାଙ୍ଗ ,ଉମା ମହାଙ୍କୁଡ ଓ ବିଷ୍ଣୁ ଶତପଥି ସଂଘର କାର୍ଯ୍ୟନିର୍ବାହୀ ସଦସ୍ଯ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ସଂଘର କାର୍ଯ୍ୟକର୍ତ୍ତା ଚୟନ ସମୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ସୂଚନା ବିଭାଗ ବରିଷ୍ଠ ସହାୟକ ଶ୍ରୀ ଅନନ୍ତ ପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକର୍ତ୍ତା ଚୟନ ହୋଇସାରିବା ପରେ ସଂଘର ଆବାହକ ଶ୍ରୀ ଜିତେନ୍ଦ୍ର ଶତପଥୀ ବିଧିବଦ୍ଧ ଭାବେ ନାମ ଘୋଷଣା କରିଥିଲେ ଏବଂ ସଭାପତି ଶ୍ରୀ ଅନିଲ୍ ସାହୁକାର ସଂଘର ଆଭିମୁଖ୍ୟ ସ୍ପଷ୍ଟତାର ସହ ପ୍ରତିପାଦନ କରିଥିଲେ। ପରିଶେଷରେ ମନୋନୀତ ପ୍ରାର୍ଥୀ ମାନଙ୍କୁ ଉପସ୍ଥିତ ସମସ୍ତ ସାମ୍ବାଦିକ, ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନ୍ମଞ୍ଜୟ ବେହେରା,ସୂଚନା ବିଭାଗ ବରିଷ୍ଠ ସହାୟକ ଶ୍ରୀ ଅନନ୍ତ ଏବଂ ଫ୍ରେସ୍ ୟୁନିୟନର ପୂର୍ବତନ ସଭାପତି ଶ୍ରୀ ପ୍ରମୋଦ ସାହୁ ଶୁଭେଚ୍ଛା ସହ ସଂଘର ଉତ୍ତରାନୁତର ଉନ୍ନତି କାମନା କରିଥିଲେ। ଶେଷରେ ଦିଲିପ୍ ରାଜଗୁରୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

“ସଂଗୀତମୟ ପଚାଶ ବର୍ଷ ” କାର୍ଯ୍ୟକ୍ରମ ର ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଐତିହ୍ୟ ସମ୍ପନ୍ନ ସହର ପାରଳାଖେମୁଣ୍ଡିରେ ଜନ୍ମ ହୋଇ ଓଡିଶୀ ସଂଗୀତକୁ ସମୃଦ୍ଧ କରିବା ସହ ତା’ର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୁରୁ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ତାଙ୍କ ଅମ୍ଲାନ ସର୍ଜନା ଓ ବିତି ଯାଇଥିବା ମୂହୁର୍ତ୍ତୁକୁ ରୋମନ୍ଥନ ଉଦ୍ଦେଶରେ ଆୟୋଜିତ ହେଉଛି ଉତ୍ସବ, ” ସଂଗୀତ ମୟ ପଚାଶ ବର୍ଷ “। ରଘୁନାଥଙ୍କ ଶିଷ୍ୟଶିଷ୍ୟାମାନଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟାରେ ଆୟୋଜିତ ହେଉଥିବା ଏହି ଉତ୍ସବ ଆସନ୍ତା ଫେବୃୟାରୀ ୧୧ ତାରିଖ ସନ୍ଧ୍ୟା ୬ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ବ୍ୟାଙ୍କ ପଡିଆ ଠାରେ ଅନୁଷ୍ଠିତ ହେବ। ଆଜି,ଏଇ କାର୍ଯ୍ୟକ୍ରମ ର ଚୂଡାନ୍ତ ବୈଠକ ରେ ଆବାହକ ଡାକ୍ତର ଚନ୍ଦନ ଗନ୍ତାୟତ ପ୍ରାରମ୍ଭରେ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଏବଂ ଧାରା ସମ୍ପର୍କ ରେ ବିବରଣୀ ରଖିଥିଲେ। ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଫଳତା ପାଇଁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ , ସଂଗୀତ ପ୍ରେମୀ ତଥା ଗୁରୁ ରଘୁନାଥ ଙ୍କ ଶୁଭଚିନ୍ତକ ଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଶ୍ରୀ ଦୁର୍ଗା ମାଧବ ପଣ୍ଡା , ଇଂ ଗିରିଜା ଶଙ୍କର ମିଶ୍ର , ଶ୍ରୀ ରାମ ଚନ୍ଦ୍ର ମିଶ୍ର , ଶ୍ୟାମ ସୁନ୍ଦର ଗନ୍ତାୟତ , ହରିହର ପଟ୍ଟନାୟକ , ରୁପେଶ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଙ୍କ ସହମତି କ୍ରମେ ଏବର୍ଷ ପାଇଁ ସମ୍ମାନ ଜନକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର ସମ୍ମାନ ବିଶିଷ୍ଟ ଓଡିଶୀ କଣ୍ଠ ଶିଳ୍ପୀ ଏବଂ ଗବେଷିକା ଡ଼ ସଂଗୀତ ମହାପାତ୍ର ଗୋସାଇଁ (ଭୁବନେଶ୍ୱର ) ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା , ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ( ପାରଳାଖେମୁଣ୍ଡି) ଙ୍କୁ ପ୍ରଦାନ କରିବା ପାଇଁ ସ୍ଥିରୀକୃତ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ । ଦୀର୍ଘ ଆଠଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏ କାର୍ଯ୍ୟକ୍ରମରେ ସମସ୍ତଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ରୀମାନଙ୍କୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ, ନିଜକୁ ରକ୍ଷା କରିବା ପାଇଁ ଆତ୍ମରକ୍ଷା କରାଯାଏ । ଏହା ହେଉଛି ଏକ ଉପାୟ ଯାହା ଦ୍ୱାରା ଆପଣ ଯେକୌଣସି ପରିସ୍ଥିତିରେ ନିଜକୁ ଅନେକ ଉପାୟରେ ରକ୍ଷା କରିପାରିବେ । ଯଦିଓ ଆପଣ ଏକୁଟିଆ ଅଛନ୍ତି ଏବଂ ଆପଣ ଆତ୍ମରକ୍ଷା କୌଶଳ ଜାଣିଛନ୍ତି, ତେବେ ଆପଣ ସହଜରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କ ସହ ଲଢ଼ି ପାରିବେ ଏବଂ ନିଜକୁ ରକ୍ଷା କରିପାରିବେ । ଭାରତୀୟ ଦଣ୍ଡ ବିଧାନ ସଂହିତାରେ ଏହାର ଉଲ୍ଲେଖ ରହିଥିବା କଥା ସେ ନିଜ ବକ୍ତବ୍ୟରେ କହିଥିଲେ।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବର୍ତ୍ତମାନ ଯୁଗରେ ଅଳ୍ପ ବୟସରୁ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା, ସେମାନଙ୍କୁ ନିର୍ଭୀକ କରିବା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସାହସୀ କରିବା ନିମନ୍ତେ ଆତ୍ମରକ୍ଷା ପ୍ରଶିକ୍ଷଣ ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ଚିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଏକାର୍ଯ୍ୟକ୍ରମର ଦୁଇଜଣ ପ୍ରଶିକ୍ଷକ ଶ୍ରୀମତୀ ମମିତା ଶବର ଓ ଶ୍ରୀମତୀ ବିମଳା ଜେନା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କେତେକ କୌଶଳ ବତାଇଥିଲେ ।