ଗଜପତି ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାଳିତ;ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାରଳାଖେମୁଣ୍ଡି ପେଲେସ ରାଜଦାଣ୍ଡ ଠାରେ ମହସମରହୋରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଦାସ ନିଜ ବକ୍ତବ୍ୟର ଜଣାଇ ଥିଲେ ଯେ,ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ରହିଛି । ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା ଜରୁରୀ ତେବେ ଯାଇ ଆମ ସୁଦୃଢ ସରକାର ଗଠନ ହୋଇ ପାରିବ । ଏଣୁ ପ୍ରତ୍ୟେକ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ । ସମ୍ମାନିତ ଅତିଥି ରୂପେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି,ଯୋଗଦାନ କରି ଭୋଟ ଦେବାର ଆବଶ୍ୟକତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଜଣାଇ ଭୋଟର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ମତଦାତାଙ୍କ ସଂକଳ୍ପ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟତମ ଅତିଥି ଭାବେ ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ ଆନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଭୋଟଦାତାଙ୍କ ଭୂମିକା ଏବଂ ଏହାର ଅପରିହାର୍ଯ୍ୟତା, ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ ସମ୍ପର୍କରେ ଅବଗତ କରାଇ ଥିଲେ । ଉପସ୍ଥିତ ସମସ୍ତ ମତଦାତାଙ୍କୁ ସଂକଳ୍ପ କରାଯାଇଥିଲା ।

ଯୁବ,ନୂତନ ଭୋଟର ଦାତା ମାନଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରଯାଇଥିଲା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା,ଡେପୁଟୀ କଲେକ୍ଟର (ନିର୍ବାଚନ) ସୁଶ୍ରୀ ତୃପ୍ତିମୟୀ ଜେନା,ସମେତ ବିଭିନ୍ନ ବିଭାଗର ଅଧିକାରୀ ,ବିଭାଗୀୟ କର୍ମଚରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଉପଖଣ୍ଡ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଆଜି ଗଜପତି ଜିଲ୍ଲା ସଦରମହକୁମା ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଅଛି । ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ପ୍ରଭାଗ ଅଧୀନରେ ୧୪୪ଟି ଏବଂ ଉଠା ଜଳସେଚନ ପ୍ରଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣିପଞ୍ଚାୟତର କାର୍ଯ୍ୟକରୀ ହେଉଅଛି । ଆଜିର ଏହି ଉତ୍ସବରେ ମାନ୍ୟବର ସାଂସଦ, ବ୍ରହ୍ମପୁର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ସମ୍ମାନିତ ଅତିଥି ଭାବେ ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ଋଷିକୁଲ୍ୟା ବାହୁଦା ବଂଶଧାରା ନାଗାବଳୀ ଅବବାହିକା ବ୍ରହ୍ମପୁର ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଜପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବଳରାମ ସୁବୁଦ୍ଧି, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଏବଂ ମୃତ୍ତିକା ସଂରକ୍ଷଣ ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ, ଉପ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ ରଞ୍ଜନ ଦାଶ, ପ୍ରମୁଖ ଅତିଥି ବୃନ୍ଦ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଓଡିଆ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସାଧାରଣଜ୍ଞାନ, ଓଡିଆ ବକୃତା ଏବଂ ମଡେଲ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ କୃତିତ୍ଵ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ୮ମ ଠାରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ସଭା ମଞ୍ଚରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରଷ୍କୃତ କରାଗଲା ।    ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀଚିକିତ୍ସା, କୃଷି, ଉଦ୍ୟାନ, ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା ।ଏଥିରେ ମଞ୍ଚ ସଞ୍ଚାଳିତ ରୂପରେ ଇଞ୍ଜିନିୟର ଶ୍ରୀ ମୋହିତ ଆଚାର୍ଯ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗଜପତି ଜଳସେଚନ ଉପ-ପ୍ରଭାଗ, ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ, ସୂଚାରୁରୂପେ ସମ୍ପାଦନ କରିଥିଲେ ।

ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଗତକାଲି ତା .୨୪/୦୧/୨୦୨୪ ରେ ପାଳିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ସ୍ନାତକ ଶ୍ରେଣୀର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉଭୟ ସଭାରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ । ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ତହସିଲଦାର ଲୀଳାବତୀ ଆଚାର୍ଯ୍ୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବହୁତ ପ୍ରଶଂସା କରିଥିଲେ । ସେହିପରି ସ୍ନାତକ ଶ୍ରେଣୀର ସଭାକାର୍ଯ୍ୟରେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷା ଡକ୍ଟର ଇନ୍ଦିରା ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟର ମହନୀୟତା ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଯୋଗ ଦେଇଥିଲେ । ଅଧ୍ୟାପକ ଗୋକୁଳାନନ୍ଦ ସାହୁ ଓ  ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏ ଉଭୟ କାର୍ଯ୍ୟକ୍ରମର ନୋଡାଲ ଅଫିସର ଯଥାକ୍ରମେ ଅଧ୍ୟାପକ ପ୍ରିୟବ୍ରତ ମହାକୁର ଓ ଅଧ୍ୟାପକ ଜଗନ୍ନାଥ ଦୀପ କାର୍ଯ୍ୟକ୍ରମର ବୀବରଣୀ ପାଠ କରିଥିଲେ । ଅଧ୍ୟାପିକା ଡକ୍ଟର ଦେବୀଶ୍ରୀ ମହାପାତ୍ର ଓ ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶେଷରେ ପୁରସ୍କୃତ କରାଯାଇଥିଲା । ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ୍ ଚୌଧୁରୀ ,ଅଧ୍ୟାପକ ଜ୍ୟୋତିରଂଜନ ପଟ୍ଟନାୟକ, ଅଧ୍ୟାପକ ସତିଶ କୁମାର ପଟ୍ଟନାୟକ , ଅଧ୍ୟାପିକା ବନ୍ଦିତା ଧୁରୁଆ, ଅଧ୍ୟାପିକା ଦୀପ୍ତିମୟୀ ବଡ଼ରଇତ, ଅଧ୍ୟାପିକା ଚିତ୍ରା ମିଶ୍ର, ଅଧ୍ୟାପକ ଲକ୍ଷ୍ମଣ ଶବର ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ  ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ପୌରାଣିକ ନାଟକ *ଶ୍ରୀଗୁଣ୍ଡିଚା* ପରିବେଷଣ କରାଯାଇଥିଲା ।

କୋଦଳା ଠାରେ ଜାତୀୟ ଭୋଟର ଦିବସ ପାଳିତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କୋଦଳା) – ଗୁରୁବାର ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ନବ ମତଦାତା ସମ୍ମିଳନୀ ହୋଇଥିବା ବେଳେ ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଠାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆ ଭୋଟରଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ ଯୋଡି ହୋଇଥିବା ବେଳେ ଏନେଇ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ଯାରେ ଯୁବ ଭୋଟର ସାମିଲ ହୋଇଥିବା ଦେଖିବାକୁ ମିଳିଛି ।କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଜୟନ୍ତୀ ପଢିଆରୀ, ଘୁମୁସର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓ, କୋଦଳା ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ରୀତାଞ୍ଜଳୀ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

୨୦୧୪ ଓ ୨୦୧୯ରେ ନୂଆ ଭୋଟର ମୋଦିଙ୍କ ପାଖରେ ଥିଲେ। ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ଉଦେଶ୍ୟ ଥିବା କହିଛନ୍ତି କୋଦଳା ଏନଏସି ଅଧ୍ଯକ୍ଷ ।ଏହି ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ ଯୋଜନା ବିଷୟରେ ଯୁବ ବର୍ଗଙ୍କୁ ଅବଗତ କରାଯାଇଥିଲl।