ପଦ୍ମପୁର ରେ ଶ୍ରୀ ରାମ ଲକ୍ଷ୍ମଣ ଓ ମାତା ସୀତା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ।

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ଼ା ଜିଲ୍ଲାର ପଦ୍ମପୁର ଐତିହାସିକ ନୀଳକଣ୍ଠେଶ୍ଵର ମନ୍ଦିର ପାର୍ଶ୍ଵରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଙ୍କ ବିଗ୍ରହ ସହ ପବନ ପୁତ୍ର ହନୁମାନ ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।ଗତ୧୯ ତାରିଖ ଠାରୁ ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ପ୍ରଥମ ଦିନ ଶହସ୍ରାଧିକ କଳସ ସହ ଗଙ୍ଗା ଆବାହନ ପୃବକ ଘଟ ସ୍ଥାପନ କରାଯାଇ ଥିଲା।କମକାଣ୍ଡ  ବିଶାରଦ ତଥା ରାଷ୍ଟିୟ ଜ୍ୟୋତିବିଦ ସଂସ୍ଥାନ ଦ୍ଵାରା ପୁରସ୍କୃତ ପଣ୍ଡିତ ବିଷ୍ଣୁ ପ୍ରସାଦ ଦାସଶର୍ମା ଓ ପୁରୋହିତ ନୃସିଂହ ସାମନ୍ତରାୟ ଙ୍କ ଦ୍ଵାରା ଅନ୍ନଯଜ୍ଞ,ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ନାମ ଯଜ୍ଞ ଓ ଗୋ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା।୨୦ତାରିଖଦିନ ଯଜ୍ଞ କମାରମ୍ଭ, ବ୍ରାହ୍ମଣ ବରଣ, ସୂର୍ଯ୍ୟ ପୃଜା,ଗୋ ପୂଜନ,ବୈଷ୍ଟବାଗ୍ନି ସ୍ଥାପନ କରାଯାଇଥିବା ସମୟରେ ୨୧ତାରିଖରେ ନିତ୍ୟଯଜ୍ଞାରମ୍ଭ, ଦେବତା ଆବାହନ, ଆଦି କରାଯାଇଥିବା ବେଳେ ଆଜି ଅର୍ଥାତ୍ ୨୨ତାରିଖ ଦିନ ଶ୍ରୀ ରଘୁନାଥ ଜୀୟୁ ଙ୍କ ଚଳନ୍ତି ପ୍ରତିମା କୁ ହଜାର ହଜାର ଭକ୍ତଙ୍କ ଦ୍ଵାରା ଏକ ସୁସଜ୍ଜିତ ପାଲିଙ୍କି ରେ ବସାଇ ସହର ପରିକ୍ରମା କରାଯାଇ ଥିଲା। ପରେ ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ସେବନ ର ବନ୍ଦେବସ୍ତ କରାଯାଇଥିବା ବେଳେ ଅପରାହ୍ନ ରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ପରେ ସନ୍ଧ୍ୟାରେ ସାମୁହିକ ଦୀପଦାନ ଅନୁଷ୍ଠିତ ହୋଇଥୁବା ସମୟରେ ବିଗ୍ରହମାନଙ୍କୁ ସର୍ବସାଧାରଣ ଦଶନ କରିଥିଲେ। ଏଥିନିମନ୍ତେ ପଦ୍ମପୁର ସହରର ସମସ୍ତ ଆମିଷ ଦୋକାନ ବନ୍ଦ୍ ରହିଥିଲା।ସମଗ୍ର ସହର ସାରା ଘର ଲୋକେ ନିଜ ଘର ଦାଣ୍ଡରେ ପୃଣ୍ଣକଳସ ସ୍ଥାପନା କରି ଶ୍ରୀରାମଚନ୍ଦ୍ର ଙ୍କୁ ଆବାହନ କରିଥିଲେ।

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ମହାବିଦ୍ୟାଳୟ ପରିସରରେ ଥିବା ନେତାଜି ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୁର୍ତ୍ତି ରେ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତି ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରି ଙ୍କୁ ନେତାଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବାପାଇଁ ଆହ୍ବାନ ଦେଇଥିଲେ | ଉପସ୍ଥିତ ପ୍ରାଧ୍ୟାପକ ଡ୍.ସୂର୍ଯ୍ୟନାରାୟଣ ପଣ୍ଡା,ଓ ଅଧ୍ୟାପକ ଜ୍ୟୋତିରଂଜନ ପଟ୍ଟନାୟକ ଛାତ୍ରଛାତ୍ରି ଙ୍କୁ ନେତାଜୀଙ୍କ ଜିବନୀର ଉପରେ ଆଲୋକପାତ କରିଥିଲେ | ଅଧ୍ୟାପକ ଅମୀୟ ମହାନ୍ତି,ଜଗନ୍ନାଥଦୀପ, ତାମିଲା ପାରାସେଟ୍,ପୁକିଆ ମିନାକା, ପ୍ରୀୟ ବ୍ରତ ମହାକୁର , ଜିତେନ୍ଦ୍ର ବଡ଼ ମୁଣ୍ଡି, ଲକ୍ଷ୍ମଣ ଶବର ଓ ଅଧ୍ୟାପିକା ସସ୍ମିତା ରଥ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ | ପରିଶେଷ ରେ ଡ଼୍ ଦେବୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୦ ୟୁନିଟ ରକ୍ତ ସଂଗ୍ରହ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ନେତାଜୀଙ୍କ ପଟ ଚିତ୍ରରେ ପୁଷ୍ପ ମାଳା ଅର୍ପଣ କରି ତାଙ୍କର ଜୀବନୀ ବିଷୟ ଆଲୋଚନା କରଯାଇଥିଲା।ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ କରଯାଇଥିଲା।ଏହି ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ ଏ ବି ଶ୍ରୀନିବାସ ରାଓ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ୟୁନିଟ- ୧ ଡ଼ଃ ପ୍ରେମାନଶୁ ଶେଖର ରଥ, ଡାକ୍ତର ଏସ ଏସ ପାଢ଼ୀ, ବର୍ଷା ଦାସ, ଗୋପାଳ କୃଷ୍ଣ ମହାନ୍ତି, ପ୍ରମୋଦ ପଣ୍ଡା ,ଅଧ୍ୟାପକ ବାଣୀ ପ୍ରସାଦ ନାୟକ, କୃଷ୍ଣ ପ୍ରସାଦ ଦାସ , ଜସିଲ ପଟ୍ଟନାୟକ,ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ,ଟେକ୍ନିସୀୟାନ ସୁରୁଚି ପାତ୍ର, ରୋଜି ନାୟକ ପ୍ରମୁଖ ଯୋଗ ଦେଇ ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମାସରେ ସ୍ବେଛାକୃତ ରକ୍ତଦାନ କରି ବହୁ ରକ୍ତହୀନତା ରୋଗୀଙ୍କୁ ରକ୍ତ ଯୋଗାଇବା ସହଯୋଗ କରୁଛନ୍ତି। ଏହି ଶିବିରରେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା,ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡ ଜଗଦିଶ ପଣ୍ଡା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ପ୍ରମୁଖ ସାଧୁବାଦ ଜଣାଇବା ସହ ଏହି ଭଳି ମହତ କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।