ସ୍ୱାଦିଷ୍ଟ ଚା ଓ କଫି ପାଇଁ ଲୋକଙ୍କ ଲମ୍ବା ଲାଇନ ନୂଆଗଡ଼ ଛକ ଚର୍ଚ୍ଚାରେ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଭୋର୍ ସମୟ ହେଉ କି ସନ୍ଧ୍ୟାରେ ହେଉ ଲୋକଙ୍କ ଲମ୍ବା ଲାଇନ୍ ଲାଗିଯାଏ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଛକରେ ଥିବା ଜଗନ୍ନାଥ ପାଢ଼ୀଙ୍କ ଚା ଓ କଫି ଷ୍ଟଲ୍ ରେ । ସ୍ୱାଦିଷ୍ଟ ଚା ଓ କଫି ପିଇବା ପାଇଁ ଲୋକ ଅନ୍ୟ ଗାଁ ରୁ ମଧ୍ୟ ଆସିଥାନ୍ତି । ରାତି ୮ ଟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗିଥିବା ବେଳେ ସକାଳ ୫ ଟା ରୁ ମଧ୍ୟ ଲୋକଙ୍କ ଗହଳି ଲାଗିଥାଏ । ଆଦର୍ଖ ଚା ସହିତ ଚାରେ ଗୋଲମରିଚ ଗୁଣ୍ଡ ସହ ଭାଗ ମାପ ଚା କୁ ସ୍ୱାଦିଷ୍ଟ କରିଥିବା କଥା ଜଗନ୍ନାଥ କହନ୍ତି । ଏହା ସହିତ ଲୋକଙ୍କ ଭଲ ପାଇବା ତାଙ୍କ ବ୍ୟବସାୟ କୁ ଆଗକୁ ବଢ଼ାଇବ ବୋଲି ସେ କହନ୍ତି ।

ବେଗୁନିଆପଡ଼ା ବ୍ଲକର ୨୫ଜଣ ଶିକ୍ଷକଙ୍କ ୨ ବର୍ଷରୁ ଅଧିକ ସମୟ ହେଲାଣି ଏମ ଏ ସି ପି ହୋଇପାରୁନି । ଆଗରୁ ଆସିଥିବା ଅନୁମୋଦନ ଚିଠି ଗଲା କୁଆଡେ ?

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ୨୦୦୫ ମସିହାରେ ନିୟୋଜିତ ହୋଈ ୨୦୧୧ମସିହାରେ ନିୟମିତ ହୋଇଥିବା ୨୫ ଜଣ ଶିକ୍ଷକଙ୍କୁ ୨ ବର୍ଷ ହେଲା ଏମ ଏ ସି ପି (Modified Assured Career Progression (MACP) ମିଳୁନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ । ସରକାରୀ ନିୟମ ଅନୁସାରେ ଶିକ୍ଷକ ମାନେ ନିୟମିତ ହେବା ବର୍ଷ ଠାରୁ ୧୦ବର୍ଷ ପରେ ଏହି ଏମ ଏ ସି ପି ସୁବିଧା ମିଳିବା କଥା। ୨୦୦୫ ମସିହାରେ ନିୟୋଜିତ ହୋଇଥିବା ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୧୧ ମସିହାରେ ନିୟମିତ ହୋଇଥିଲେ ଓ ଏହାର ୧୦ବର୍ଷ ପରେ ଅର୍ଥାତ୍ ୨୦୨୧ମସିହାରେ ଏହି ସୁବିଧା ସେମାନଙ୍କୁ ମିଳିବା କଥା। କିନ୍ତୁ ପରିତାପର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ଦେବା ପରେ ବି ତାହା ଶିକ୍ଷକଙ୍କୁ ମିଳୁନି। ଏମାନଙ୍କୁ ଏହି ସୁବିଧା ଦେବା ପାଇଁ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକରୀ ଅନୁମୋଦନ ପତ୍ର ପ୍ରଦାନ କରିଥଲେ ବି ତାହା ଲୁକ୍କାୟିତ ଭାବରେ କେଉଁ ଠାରେ କିଏ ରଖିଛି ତାହା ତଦନ୍ତ ସାପେକ୍ଷ ? ସେପଟେ ଏହି ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ମଧ୍ୟ ପଠାଯାଇଥିବା ବେଳେ ରିପୋର୍ଟ କଣ ଆସିଛି ଓ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାହାନେଇ ଶିକ୍ଷକ ଓ ଶିକ୍ଷୟିତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ବେଗୁନିଆପଡ଼ା ବି ଇ ଓ ରୁଦ୍ର ନାରାୟଣ ସାହୁ କହିଛନ୍ତି ଯେ ସେ ବର୍ତ୍ତମାନ ନୂଆ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଓ ଏହା ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବେ। ସେପଟେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତୁରନ୍ତ ଏମ ଏ ସି ପି ପ୍ରଦାନ ପାଈଁ ଆଶାୟୀ ଦାବୀ କରିଛନ୍ତି ।

ସୁମଣ୍ଡଳରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ସୁମଣ୍ଡଳ ର ବିଭିନ୍ନ ଗ୍ରାମରେ ଭବ୍ୟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ କମଳଲୋଚନ ରାଉତ, ଶରତ ଚନ୍ଦ୍ର ପାଣ୍ଡି , ହର୍ଷ ବାରିକ , ଜ୍ଞାନ ପ୍ରସାଦ ପରିଡାଙ୍କ ସହ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ । ଏ ନେଇ ସୁମଣ୍ଡଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।

ନୂଆଁଗଡ଼ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ଦୁଇ ଦିନିଆ ଖେଳଣା ପ୍ରସ୍ତୁତି କର୍ମଶାଳା ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି
।ଏହା ଆସନ୍ତା କାଲି ଅର୍ଥାତ୍ ୧୯ ତାରିଖ ଦିନ ଶେଷ ହେବ ବୋଲି ସୂଚନା ମିଳିଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସୁମନ୍ତରାୟ, ମୁଖ୍ଯବକ୍ତା ଭାବେ ଶିକ୍ଷକ ପ୍ରକାଶ ଚନ୍ଦ୍ର ଭୂୟାଁ, ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ନାରାୟଣ ସେଠୀ, ଜଗନ୍ନାଥ ବାରିକ, ହରମୋହନ ଜେନା, ବାଳକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ହରିହର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ । ଏଥିରେ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ନୂଆଁଗଡ଼ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ଗୁଣପୁର ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପାଠଚକ୍ର ଅନୁଷ୍ଠିିତ….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ଓଡ଼ିଆ ସାହିତ୍ୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି । “ଶାବର ସଂସ୍କୃତିରେ ଶ୍ରୀ ଜଗନ୍ନାଥ” ଓ “ଉତ୍କଳୀୟ ସଂସ୍କୃତି ଓ ଧର୍ମ ଦର୍ଶନରେ ଶ୍ରୀଜଗନ୍ନାଥ” ଶୀର୍ଷକ ବିଷୟବସ୍ତୁକୁ ନେଇ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଓ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏଥିରେ ବିଷୟ ବିଶେଷଜ୍ଞ ଭାବରେ ଡକ୍ଟର ଇନ୍ଦିରା ଅଧିକାରୀ, ଅଧ୍ୟାପକ ଶେଷସାଇ ସେନାପତି ଓ ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ ଯୋଗ ଦେଇଥିଲେ ଏବଂ ଉକ୍ତ ବିଷୟରେ ଉପସ୍ଥାପିତ ପ୍ରବନ୍ଧ ଗୁଡ଼ିକ ସଂପର୍କରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ତଥା ଏ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା, ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ବନ୍ଦିତା ଧୁରୁଆ, ଅଧ୍ୟାପିକା ଦୀପ୍ତିମୟୀ ବଡ଼ରଇତ ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପକ ଜଗନ୍ନାଥ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।