ଜିଲ୍ଲାସ୍ତରୀୟ ସ୍ତରୀୟ ନୂଆ-ଓ,ଯୁବ ଓଡ଼ିଶା ନବୀନ ଓଡ଼ିଶା, କ୍ରୀଡ଼ା ଉତ୍ସବ ଉଦ୍ଘାଟିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ପାରଳାଖେମୁଣ୍ଡି ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି,ଶ୍ରୀମତୀ ମାରୀୟମ ରାଇତ, ଅଧ୍ୟକ୍ଷା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ,ଅଧ୍ୟକ୍ଷା, ପୌରପରିଷଦ,ପାରଳାଖେମୁଣ୍ଡି, ଶ୍ରୀମତୀ ପୂର୍ଣାବାସି ନାୟକ,ଅଧ୍ୟକ୍ଷା, ପଞ୍ଚାୟତ ସମିତି ରାୟଗଡ଼,ଶ୍ରୀଯୁକ୍ତ ଏନ୍. ବିରାରାଜୁ,ଅଧ୍ୟକ୍ଷ,ପଞ୍ଚାୟତ ସମିତି ଗୋସାଣୀ,ଶ୍ରୀଯୁକ୍ତ ରଞ୍ଜୀବ ଶବର, ଅଧ୍ୟକ୍ଷ ପଞ୍ଚାୟତ ସମିତି ମୋହନା ସମେତ ବିଭିନ୍ନ ବ୍ଲକ୍ ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ସାତ ଗୋଟି ବ୍ଲକ ସମେତ କାଶୀନଗର ଓ ପାରଳାଖେମୁଣ୍ଡି ପୌରପରିଷଦର ଯୋଗ ଦେଇଥିଲେ ,ଏହି ସମସ୍ତ ଖେଳ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବ,ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟଖେଳ ପଡିଆ ଠାରେ କ୍ରିକେଟ୍ ଖେଳ, ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲ ଖେଳ ପଡିଆ ଠାରେ ହକି ଖେଳ,କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କବାଡି ଓ ଖୋ-ଖୋ ଖେଳ, ଜବାହାର ନେହୁର ବିଦ୍ୟାଳୟ ଠାରେ ଭଲିବଲ୍ ଓ ଫୁଟବଲ ଖେଳ ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଜେତା ଦୋଳକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ଶେଷରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଳା କ୍ରୀଡ଼ା ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ, କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତା ଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ସଚେତନତା କରିବ। ଏଥି ନିମନ୍ତେ ଆଜି ଗଜପତି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତିନି ଗୋଟି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜାନୁୟାରୀ ୧୬ ତାରିଖ ଠାରୁ ପେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସଚେତନତା ରଥ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଏହି ସଚେତନତା ରଥ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଠାରେ ଭୋଟଦାତା ଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ ।ଏହା ସଙ୍ଗେ ସଙ୍ଗେ ଭୋଟଦାତା ଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହୋଇପାରିବେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ନିର୍ବାଚନ ଡେପୁଟି ଜିଲ୍ଲାପାଳ କମଳକାନ୍ତ ପଣ୍ଡା, ସୁଶ୍ରୀ ତୃପ୍ତିମୟୀ ଜେନା, ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

ବାରଣାସୀ-ପ୍ରୟାଗରାଜ ଅଭିମୁଖେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଆଜି ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓଙ୍କ ମୁଖ୍ୟ ଅତିଥି ଭାବେ ଉପସ୍ଥିତି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅଧ୍ୟକ୍ଷା, ପାରଳା ପୌରପରିଷଦ ଶ୍ରୀମତୀ ନିର୍ମଳା ସେଠୀଙ୍କ ଉପସ୍ଥିତିରେ ବାରଣାସୀ-ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିବାକୁ ଥିବା ଗଜପତିରୁ ୯୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।
ସୂଚନା ପ୍ରକାରେ ଏହି ତୀର୍ଥ ଯାତ୍ରା କାର୍ଯ୍ୟକ୍ରମ ଚଳିତ ମାସ ୧୭-୦୧-୨୦୨୪ ରିଖରେ ବ୍ରହ୍ମପୁର ରୁ ଆରମ୍ଭ ହୋଇ ୨୨-୦୧-୨୦୨୪ ରେ ଶେଷ ହେବ।
ଏଥିପାଇଁ ରାଜ୍ୟ ତୀର୍ଥ ଯାତ୍ରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିଛି ଏବଂ ସେମାନେ ହିଁ ଏହିଯାତ୍ରାରେ ସାମିଲ ହେବେ I ଉକ୍ତ ଯାତ୍ରୀ ମାନେ ପର୍ଯ୍ୟଟନ ବିଭାଗ, ଓଡିଶା ସରକାରଙ୍କ ଦ୍ବାରା Online ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିଥିଲେ। ସେଥି ମଧ୍ୟରୁ ୯୦ ଜଣ ଯାତ୍ରୀଙ୍କୁ e-randomization ପ୍ରକ୍ରିୟା ମାଧ୍ୟମରେ ରାଜ୍ୟ ଚିହ୍ନଟ କରିଛି । ସେଥି ମଧ୍ୟରେ ଗୋଷାଣି ବ୍ଲକ ରୁ ୩୨ ଜଣ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୯ ଜଣ, ଗୁମ୍ମା ବ୍ଲକ ରୁ ୧୫ ଜଣ, ମୋହନା ବ୍ଲକରୁ ୬ ଜଣ, କାଶିନଗର ବ୍ଲକ ରୁ ୨୧ ଜଣ ଏବଂ ପାରଳାଖେମୁଣ୍ଡି ମୁନିସିପାଲିଟିରୁ ୭ ଜଣ ତୀର୍ଥଯାତ୍ରୀ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ଯାତ୍ରା ପାଇଁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।
1. ଯାତ୍ରୀମାନେ ବ୍ରହ୍ମପୁର ଗସ୍ତ ପୂର୍ବରୁ ଏଠାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।
2. ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ସରକାରଙ୍କ ଖର୍ଚ୍ଚରେ ଅଣାଯାଇଛି ଏବଂ ଫେରିଲା ବେଳେ ମଧ୍ୟ ସେମାନଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଛଡ଼ାଯିବ ।
3. ବ୍ରହ୍ମପୁର ପହଞ୍ଚିଲା ପରେ ସମସ୍ତଙ୍କୁ ଏକ କିଟ୍ ଦିଆଯିବ, ଯେଉଁଥିରେ କି ତାଙ୍କନ ନିତ୍ୟ ଆବଶ୍ୟକ ଜିନିଷ ରହିବ।
4. ଟ୍ରେନ୍ ଯାତ୍ରା ସମୟରେ IRCTC ତରଫରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଆବଶ୍ୟକ ଡ଼ାକ୍ତର ଟିମ୍ ଟ୍ରେନ୍ ରେ ରହିବେ।
5. ଆମ ଜିଲ୍ଲାରୁ ସମସ୍ତ ଯାତ୍ରୀଙ୍କ ତତ୍ତ୍ବାବଧାନ ପାଇଁ ତିନିଜଣ Escort Officer ସେମାନଙ୍କର ସାଙ୍ଗରେ ଯାତ୍ରା କରିବେ।
6. ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ ରେ ବସାଇବା ଏବଂ ଆସିବା ସମୟରେ ଯତ୍ନ ଓ ସୁରକ୍ଷାରେ ଆଣିବା ପାଇଁ ପର୍ଯ୍ୟଟନ ଅଧିକାରୀଙ୍କ ସହ ଏକ ଟିମ୍ ରହିବେ।
7. ଯାତ୍ରୀ ମାନଙ୍କର ଯାତ୍ରା ସମୟରେ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ।
ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ନେତୃତ୍ବରେ ପରିଚାଳନା କରିଥିଲେ।

ବ୍ରାହ୍ମୁଣ ସମାଜର ମକର ମିଳନ;ସମ୍ମିଳନୀ ରେ ବ୍ରହ୍ମନାଦ ପୁସ୍ତକ ଉନ୍ମୋଚିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ସ୍ଥାନୀୟ ପୁରୁଣା ଗୁଣପୁର ବିଦ୍ଯାନିକେତନ ପଡିଆ ଠାରେ ଗୁଣପୁର ବ୍ରାହ୍ମଣ ସମାଜ ର ବାର୍ଷିକ ନଗର ସମ୍ମିଳନୀ ରେ ମକର ମିଳନ କାର୍ଯ୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପତିତ ପାବନ ପାଢିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ବ୍ରହ୍ମନାଦ ନାମକ ଏକ ସ୍ମରଣିକା ର ଉନ୍ମୋଚନ ହୋଇଛି । ବିଶ୍ବଶାନ୍ତି ଜଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଆଜି ଅସହାୟ ବ୍ରାହ୍ମଣ ପରିବାରର ଆବଶ୍ୟକ ସ୍ଥଳେ ଅସ୍ତି ବିସର୍ଜନ ଦାୟିତ୍ବ ନବା, ବୃକ୍ଷ ରୋପଣ କରିବା ଭଳି କେତେକ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ପ୍ରସ୍ତାବ ଆସିଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମୁହିକ ପ୍ରଶାଦ ସେବନ କରାଯାଇ ଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ କାର୍ଯ୍ଯକାରୀ ସଭାପତି ନରସିଂହ ଶତପଥି, ଡଃ ପ୍ରଶାନ୍ତ ହୋତା, ତିରୁପତି ରଥ, ତିରୁପତି ମହାନ୍ତି, କୃଷ୍ଣ ପ୍ରଶାଦ ମିଶ୍ର, ଉମା ଶଙ୍କର ଦାସ, ଅଜିତ ପଣ୍ଡା, ପଞ୍ଚା ପଣ୍ଡା, ଗୁପ୍ତ ରଥ, ମୁନା ପାଢି, ଗଣେଶ୍ବର ଶତପଥି, ଦୁର୍ଗା ପାଣିଗ୍ରାହୀ, ଶ୍ରୀନିବାସ ଖାଡାଙ୍ଗା, ଗୌରୀ ଦାସ, ମିଲି ପାଢି, ସଦାନନ୍ଦ ପଣ୍ଡା, ତିରୁପତି ପଣ୍ଡା, ରାମ ପଣ୍ଡା, ସୂର୍ଯ୍ୟ ରଥ, ନୀଳମାଧବ ପାଢି, ସହଦେବ ରଥ, ଗଣେଶ ରଥ, ତିରୁପତି ପଣ୍ଡା, ଗଣେଶ ରଥ ଙ୍କ ସମେତ ବହୁ ବ୍ଯକ୍ତି ଙ୍କ ସହଯୋଗ କ୍ରମେ ହୋଇଥିଲା । ଶେଷରେ ଇନ୍ଦ୍ରାକ୍ଷୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ମକର ସଂକ୍ରାନ୍ତି ଅବସରରେ ଗୁଣୁପୁର ଆୟପ୍ପା ମନ୍ଦିରରେ ଶ୍ରୀ ଆୟ୍ୟାପା ସ୍ଵାମୀ ଙ୍କୁ ଆଜି ସକାଳୁ ରୁପା ହାଣ୍ଡିରେ ପଞ୍ଚାମୃତ ଅବିସେକ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ମକର ସଂକ୍ରାନ୍ତି ଅବସରରେ ଗୁଣୁପୁର ଆୟପ୍ପା ମନ୍ଦିରରେ ଶ୍ରୀ ଆୟ୍ୟାପା ସ୍ଵାମୀ ଙ୍କୁ ଆଜି ସକାଳୁ ରୁପା ହାଣ୍ଡିରେ ପଞ୍ଚାମୃତ ଅବିସେକ୍ କରାଯାଇଛି। ଏବଂ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆୟପ୍ପା ମନ୍ଦିର ସମ୍ମୁଖ ରେ ଭକ୍ତମାନେ କିପରି ଜ୍ୟୋତି ଦର୍ଶନ କରିପାରିବେ ତାହା ନିମନ୍ତେ ଆୟୋଜନ କରାଯାଇଥିଲା l ମକର ସଂକ୍ରାନ୍ତି ଅବସରରେ ଗୁଣୁପୁର ଆୟାପା ମନ୍ଦିରରେ ଶ୍ରୀ ଆୟାପାସ୍ଵାମୀ ଙ୍କୁ ଆଜି ପ୍ରଭାତରେ ରୁପାହାଣ୍ଡିରେ ପଞ୍ଚାମୃତ ,ଜଳ ଆଦି ନେଇ ସ୍ନାନ , ଅଭିଷେକ କରାଯାଇ ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜା ଯାଇଥିଲା । ୧୦୦କେଜି ଫୁଲ ରେ ଅର୍ଚ୍ଚନା , ପୂଜକ, ଦୀକ୍ଷା ନେଇ ଥିବା ଭକ୍ତ ଙ୍କ ଦ୍ଵାରା ପୂଜା ଓ ଆୟାପା ଭକ୍ତଙ୍କ ସମାଗମ ରେ ଆଜି ମନ୍ଦିର ପରିସର ଆଧ୍ୟାତ୍ମିକ ବାତାବରଣରେ ପୁରି ଉଠିଥିଲା । ଭକ୍ତଙ୍କୁ ଆକୃଷ୍ଟ କରିବା ନିମନ୍ତେ ମନ୍ଦିର ଏବଂ ଠାକୁର ଙ୍କ ମୂର୍ତ୍ତିକୁ ଦୀପ ମାଳ, ଫୁଲ ଇତ୍ୟାଦି ରେ ସାଜସଜ୍ଜା କରାଯାଇଥିଲା । ଗୁଣପୁର ଅଞ୍ଚଳର ଆୟାପ୍ପା ଭକ୍ତମାନଙ୍କ ପାଇଁ ସଂଧ୍ୟା ୬:୪୫ ମିନିଟ୍ ସମୟରେ ଜ୍ୟୋତି ଦର୍ଶନ ନିମନ୍ତେ ଆୟୋଜନ କରାଯାଇଥିବା ବେଳେ ଶିଶୁ ନୃତ୍ୟ ଶିଳ୍ପୀ ଏବଂ ଗାୟକ, ଗାୟିକା ମାନଂକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପୁଜକ ଶ୍ରୀ ଇପିଲି ମାଣିକାଣ୍ଠା ଶର୍ମା ,ମନ୍ଦିର କମିଟି ସଦସ୍ୟ ମାନେ ତଥା ଆୟ୍ୟାପା ସ୍ଵାମୀ ଦିକ୍ଷା ଗ୍ରହଣ କରିଥିବା ସ୍ଵାମୀ ମାନଙ୍କ ଦ୍ଵାରା ଆୟୋଜିତ କରାଯାଇଥିଲା ।

ନୂଆ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ରେ ସମନ୍ଵିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ଓ ମାଧ୍ୟମରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ପରିପ୍ରେକ୍ଷିରେ ମଙ୍ଗଳବାର ନୂଆ ଓ ସାହିତ୍ୟ ପ୍ରତିଯୋଗିତା ମହାସମାରୋହରେ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅଧକ୍ଷ ପ୍ରଫେଶର ଶଶିଭୂଷଣ ମହାନ୍ତି ଉପସ୍ଥିତ ରହି ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ଓଡ଼ିଆ ଭାଷା ର ଅବଦାନ ତାର ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ସାହିତ୍ୟିକ ଡଃ କମଳ କୃଷ୍ଣ ତ୍ରିପାଠୀ ଯୋଗ ଦେଇ ଓଡିଆ ଭାଷା ର ଐତିହ ଉପରେ ବର୍ଣ୍ଣନା କରିଥିଲେ। ଓଡ଼ିଆ ଭାଷାକୁ କୋରାପୁଟ ଜିଲ୍ଲା ର ଅବଦାନ ବିଷୟ ରେ ତାଙ୍କ ଅଭିଭାଷଣ ରଖିଥିଲେ ସେହିପରି ସମ୍ମାନୀତ ଅତିଥିଭାବେ ଶ୍ରୀଯୁକ୍ତ ତ୍ରିପତି ମହାନ୍ତି ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ତାର ସୁରକ୍ଷା ଉପରେ ସାରଗର୍ଭକ ତଥ୍ୟ ପ୍ରତିପାଦନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଗୋକୁଳା ନନ୍ଦ ସାହୁ ଅତିଥି ମାନଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରିଥିବା ବେଳେ କାର୍ଯ୍ୟକ୍ରମ ର ନୋଡ଼ାଲ ଅଫିସର ଜଗନ୍ନାଥ ଦୀପ ଆଭିମୁଖ୍ୟ ଓ ପ୍ରତିଯୋଗିତା ବିଷୟ ରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଯୁକ୍ତ ଦୁଇ ଶ୍ରେଣୀର ନୋଡାଲ ଅଫିସର ପ୍ରିୟବ୍ରତ ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିନ ର ପ୍ରତିଯୋଗିତା ଯଥା ପ୍ରବନ୍ଧ ଲିଖନ, ହସ୍ତାକ୍ଷର ଓ କବିତା ଆଦୃତି ଅନୁଷ୍ଠିତ ହୋଇଯାଇଛି । ଏହିସବୁ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ର ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।