ବେଗୁନିଆପଡା ରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଏଥିରେ ପ୍ରଶିକ୍ଷିକା ଭାବେ ଦିବ୍ୟାନି ସାହୁ ଓ ପୁଜାରାଣୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା କୌଶଳ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି ।

ଏଆଇସିସି କାର୍ଯ୍ୟାଳୟରେ ଅଜୟ କୁମାରଙ୍କୁ ଭେଟିଲେ ଗମାଙ୍ଗ ପରିବାର,ଏଇ ସପ୍ତାହରେ ମିଶ୍ରଣ ହୋଇପାରେ;ସ୍ଥାନୀୟ କଂଗ୍ରେସ ରେ ବିରୋଧ ହେବା ସମ୍ଭାବନା

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼)-ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଆଜି ପିସିସି ପ୍ରଭାରି ଡଃ ଅଜୟ କୁମାରଙ୍କୁ ଭେଟିଛନ୍ତି ଡଃ ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ । ଏହି ଅବସରରେ ଓଡିଶା ରାଜନୀତି ସମ୍ପର୍କରେ ଆଲୋଚନା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସଙ୍ଗଠନ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଗତ କିଛିଦିନ ହେଲା ଗମାଙ୍ଗ ପରିବାର କଂଗ୍ରେସ ରେ ମିସିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଶେଷରେ ଗତ ୭ ତାରିଖରେ ହେମା ପିସିସି କାର୍ଯ୍ଯାଳୟରେ ଦଳକୁ ଫେରିବେ ବୋଲି ସୂଚନା ଦେଇଥିଲେ। ହେଲେ ସେମିତି କିଛିବି ହେଲାନି । ହେମାଙ୍କୁ ସେଦିନ ଡାକରା ଆସିଲାନି। ଗିରିଧାରୀ ଙ୍କୁ ଛାଡି ହେମା ଏକଲା ମିସିବା କଥାକୁ ଦଳ ସହଜରେ ଗ୍ରହଣ କରିପାରି ନଥିବା କୁହା ଯାଇଥିଲା। ଶେଷରେ ଆଜି ଗମାଙ୍ଗ ଙ୍କ ସହ ସ୍ତ୍ରୀ ଓ ପୁଅ ପ୍ରଭାରି ଙ୍କୁ ଭେଟିଛନ୍ତି। ତେବେ ପ୍ରକୃତରେ ସେମାନଙ୍କ ମଧ୍ୟରେ ନିର୍ଦ୍ଧିଷ୍ଠ ଭାବେ କଣ ଆଲୋଚନା ହେଲା ତାହା ଜଣାପଡିନି। କିନ୍ତୁ ଶିଶିର କହିଛନ୍ତି ଆଲୋଚନା ସଫଳ ହୋଇଛି। ଅତିଶିଘ୍ର ଦିଲ୍ଲୀ ରେ ଦଳକୁ ଫେରିବା କାର୍ଯ୍ଯକ୍ରମ ସରିବ। ଏଥି ପୁର୍ବରୁ ଗମାଙ୍ଗ ପରିବାର ଗତ ଗୁରବାର ସୋନିଆ ଗାନ୍ଧୀଙ୍କ ବାସ ଭବନକୁ ଯାଇ ତାଙ୍କ କାର୍ଯ୍ଯାଳୟରେ ଆଲୋଚନା କରି ଫେରିଥିବା ଜଣାପଡିଛି। ତେବେ ଗମାଙ୍ଗ ପରିବାରର କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଅନେକ ପୁରୁଖା ଓ ଯୁବ କର୍ମୀ ବିରୋଧ କରିଛନ୍ତି। ଏଭଳିକି ଜିଲ୍ଲାରେ କଂଗ୍ରେସର ଗଡ଼ ବୋଲାଯାଉଥିବା କାଶୀପୁର ଓ ଚନ୍ଦ୍ରପୁର ବ୍ଲକରେ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗମାଙ୍ଗ ପରିବାର ପାଇଁ କଂଗ୍ରେସ ଭାଗ ହୋଇଯିବ ବୋଲି ଯୁବ କଂଗ୍ରେସ କର୍ମୀମାନେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଚରମବାଣୀ ମଧ୍ୟ ଶୁଣାଇଛନ୍ତି। ଏ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପଣ୍ଡା କହିଛନ୍ତି ହାଇ କମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ। କର୍ମି ମାନେ ଗ୍ରହଣ କଲେ ହେଲା। ଡିସିସି ସଭାପତି ବିଜୟ ଗମାଙ୍ଗ କହିଛନ୍ତି ଏନେଇ ମୋତେ କୌଣସି ସୂଚନା ନାହିଁ।

ବସନ୍ତ ମହୋତ୍ସବ ର ଜନଜାତି କମିଟି ବୈଠକ ପିତାମଗୁଡା ପାହାଡରୁ ଆସିବ ଆଜ୍ଞାମାଳ;ବାଇକ୍ ଶୋଭାଯାତ୍ରା କୁ ସ୍ଥାନେ ସ୍ଥାନେ ହବ ସ୍ବାଗତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ର ଜନଜାତି ମେଳା, ମଞ୍ଚରେ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଓ କଳା ପ୍ରଦର୍ଶନ ପାଇଁ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାତାରବନମ୍ ବିଜ୍ଞାନ ପ୍ରଚାର ଆଶ୍ରମର ସଭାପତି ରାମ ଚରଣ ଗମାଙ୍ଗ ଙ୍କ ସଭାପତିତ୍ବରେ ଓ ଶବର ସାଂସ୍କୃତିକ ସଂଘର ସଭାପତି ଚକ୍ରପାଣି ଶବରଙ୍କ ସଂଯୋଜନା କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଫେବୃଆରୀ ୮ ତାରିଖରେ ମାତାରବନାମ ମନ୍ଦିର ମରିଚଗୁଡା ଓ ପିତାଂଗୁଡା ପାହାଡରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ସହ ରଥରେ ଆଜ୍ଞାମାଳ ଅଣାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଉକ୍ତ ରଥକୁ ସ୍ଥାନେ ସ୍ଥାନେ ଗାଁ ମାନଙ୍କରେ ସ୍ବାଗତ କାର୍ଯ୍ଯକ୍ରମ କିଭଳି ବହୁଳ ଭାବେ ହବ ସେନେଇ ଆଲୋଚନା ହୋଇଥିଲା। ସେହି ଦିନହିଁ ବଂଶଧାରା ନଦୀରୁ ଗଙ୍ଗା ଆବାହନ କରି କଳଶ ଯାତ୍ରା ଉତ୍ସବ ପଡିଆକୁ ପହଞ୍ଚିବ ବୋଲି ନିଷ୍ପତ୍ତି ହୋଇଛି । ୮ ଓ ୯ ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନଜାତି ମେଳା ର ଷ୍ଟଲ ମାନଙ୍କରେ କୃଷିଜାତ ଦ୍ରବ୍ୟ, ବାଦ୍ଯ ଜନ୍ତ୍ର, ଇଡିତାଲ ଲିପି, କାପଡା ଗନ୍ଦା ସାମଗ୍ରି, ଆଦିବାସୀ ସ୍ବାଧିନତା ସଂଗ୍ରାମୀଙ୍କ ଫଟୋଚିତ୍ର, ସୌରା ଲିପିର ପୁସ୍ତକ, ସୌରା ସଂଗୀତ, ସୌରା ଦେବତା ମାନଙ୍କ ଫଟୋ କିଭଳି ଅଧିକ ମାତ୍ରାରେ ସ୍ଥାନ ପାଇବା ସେନେଇ ଆଲୋଚନା ହୋଇଥିଲା । ମଞ୍ଚରେ ଜନଜାତି ଙ୍କ ପାଇଁ ପ୍ରବଚନ, ଆଦିବାସୀ ନୃତ୍ୟ ସଂଗୀତକୁ ଜନାଦୃତ ଢଙ୍ଗରେ କିଭଳି କରିହବ ସେନେଇ ଯୋଜନା କରା ଯାଇଥିଲା। ଉକ୍ତ ଦୁଇଦିନ ଜନଜାତି ଅତିଥିଙ୍କୁ ଆମନ୍ତ୍ରଣ ସହ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରି ସଫଳତା ର ଶିର୍ଷରେ ପହଞ୍ଚି ଥିବା ଆଦିବାସୀ ବ୍ଯକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ଇଡିତାଲ ଚିତ୍ରଶିଳ୍ପୀ ଲକ୍ଷ୍ମଣ ଶବର, କୃଷ୍ଣ ଶବର, ବିଦ୍ଯାଧର ଶବର, ଲମ୍ବୋଧର ଶବର, ବଳରାମ ଶବର, ଡାଲିୟୁସି ଶବର, ରୁତୁରାଜ ଶବର, ମହୋନ ଶବର, ଫାଲଗୁନି ଶବର ଦିନ ତମାମ ବସି ସମସ୍ତ କାର୍ଯ୍ୟକ୍ରମ ର ରୂପରେଖ ତିଆରି କରି ବିଭିନ୍ନ ବ୍ଯକ୍ତି ଙ୍କୁ ଦାୟିତ୍ବ ଦେଇଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ପରିଚାଳନା କମିଟି ର ସଭାପତି ଅକ୍ଷୟ ଦାସ, କାର୍ଯ୍ଯକାରି ସଭାପତି ଏସ. ବାବା ପ୍ରଶାଦ, ଉପ ସଭାପତି ଉମା ଦାସ, ସାଧାରଣ ସମ୍ପାଦକ ମିଲି ପାଢି, ସଂଯୋଜକ ସତିଶ କୁମାର, ଓକିଲ ସଂଘ ସଭାପତି ଉମା ଚରଣ ପଟ୍ଟନାୟକ, ତିରୁପତି ମହାନ୍ତି, ସହ କୋଶାଧ୍ଯକ୍ଷ ରାଜେଶ ପାଢି, କାଉନସିଲର ଭାଗିରଥି ବିଶ୍ବୋୟୀ, ଶିବ ପାଢି, ସହ ସମ୍ପାଦକ ରାମ ପଣ୍ଡା, ଇନ୍ଦ୍ରାକ୍ଷୀ ଦାସ, ଶକ୍ତି ଦାସ, ସୁଜିତ ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ।