ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲୋକ କଳା କର୍ମଶାଳା

!!!  ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗଜପତି) – ଗଜପତି ଜିଲ୍ଲାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ  ଗଜପତି ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ ବ୍ୟାଙ୍କ, ଲକ୍ଷ୍ମୀ ବସ, ଆମ ଐତିହ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା, ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ରିହାତି, ଆମ ହସ୍ପିଟାଲ, କ୍ରୀଡ଼ା, ୫ଟି ହାଇ ସ୍କୁଲ ରୂପାନ୍ତରୀକରଣ, ଆମ ଓଡ଼ିଶା ନବୀନ ଓଡ଼ିଶା ବୋଲି ୧୫ ଗୋଟି ଯୋଜନା ବିଷୟରେ ସୂଚନା ଦିଆଯାଇଛି। ଏହି ସମସ୍ତ ଯୋଜନା ବିଷୟରେ ନିଜ ନିଜ ବିଭାଗୀୟ ଅଧିକାରୀ ମାନେ ଯୋଜନା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋକପାତ କରିଥିଲେ।
ଜିଲ୍ଳାର ୭ଗୋଟି ବ୍ଲକର ଉପସ୍ଥିତ ବି ଏସ୍ ଏସ ଓ ଉପ ସଭାପତି ଓ ବୟୋଜ୍ୟେଷ୍ଠ କଳାକାର ମାନଙ୍କୁ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରି ସରକାରଙ୍କ ମାର୍ଗ ଦର୍ଶିକା ସମ୍ପର୍କରେ ଅବଗତ କରାଇ ଥିଲେ । ଶୁକ୍ରବାର ଅନୁଷ୍ଠିତ ଏହି  ପ୍ରଶିକ୍ଷଣ ଶିବିରରେ  ବ୍ଲକ ଉପ-ସଭାପତି ଓ ବିଏସଏସଓ ଆଲୋଚନା କରି ଆସନ୍ତା ୨୦ ତାରିଖ ମଧ୍ୟରେ ବ୍ଳକ ସ୍ତରରେ ବ୍ଳକ କଳା ସଂସ୍କୃତି ସଂଘ ରେ ସାମିଲ୍ ଥିବା କଳାକାର ମାନଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ପରାମର୍ଶ ଦିଆଯାଇଥିଲା । ଆସନ୍ତା ଜାନୁୟାରୀ ୨୩ ତାରିଖ ଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି ।
ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ ଗୁରୁମାଇ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ, ଓଏସଆରଟିସି ମ୍ୟାନେଜର ଶ୍ରୀ ନରସିଂହ ପ୍ରସାଦ ପ୍ରଧାନ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ବଂଶଧାରା ମେଗାକ୍ରିଡା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ସ୍ଥାନୀୟ ଚର୍ଚ୍ଚ କ୍ଯାମ୍ପସ ପରିଶରରେ ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ମେଗା କ୍ରିଡା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରିଡା ପରିଷଦ ସଭାପତି ଦେବ ପ୍ରଶାଦ ପାଢିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଏଥର ଜାନୁଆରୀ ୨୮ ତାରିଖରେ ମେଗା କ୍ରୀଡା ଉତ୍ସବ ମିନି ଷ୍ଟାଡିୟମ ରେ ଉଦଘାଟନ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କବାଡି, ଦୌଡ, ଟାଗ୍ ଅଫ ଓ୍ବାର ପ୍ରତିଯୋଗିତା କରାଯିବା ସହ ଗତବର୍ଷ ଭଳି ଏଥର ମଧ୍ୟ ବଳରାମ ପଣ୍ଡା ସ୍ମାରକୀ ରାଜ୍ୟ ସ୍ତରୀୟ ବଂଶଧାରା କପ୍ ଡ୍ଯୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସୋମନାଥ ପାତ୍ର ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯୁଧିଷ୍ଠିର ମହାଙ୍କୁଡ ଭଲିବଲ ଟୁର୍ଣ୍ଣାମେଣ୍ଟ, ଆଇ ରାମବାବୁ ବେଡ୍ ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ, ପାଓ୍ବାର ଲିଫଟିଂ ଇତ୍ଯାଦି ଖେଳ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ବିଭିନ୍ନ ସଦଶ୍ଯ ଙ୍କୁ ଦାୟିତ୍ବ ଦିଆଯାଇ ଥିଲା। କେଉଁ ଖେଳ କେଉଁଠି କରାଯିବ ତାପାଇଁ ସ୍ଥାନ ମଧ୍ୟ ନିରୁପଣ କରାଯାଇ ମକର ପରେ ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ କ୍ରିଡା ପରିଷଦ ସମ୍ପାଦକ ସପନ ଦାସ, ଉତ୍ସବ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଏସ. ବାବା ପ୍ରଶାଦ, ଉପ ସଭାପତି ଉମା ଦାସ, ସାଧାରଣ ସମ୍ପାଦକ ମିଲି ପାଢି, ସଂଯୋଜକ ବି. ସତିଶ କୁମାର, କ୍ରିଡା ସଂଯୋଜକ କିରଣ ପାଣିଗ୍ରାହୀ, ସହ ସମ୍ପାଦକ ରାମ ପଣ୍ଡା, ପ୍ରମୋଦ ଦାସ, ହାଡିଆ ଶବର, ରମାକାନ୍ତ ମିଶ୍ର, ମନୋଜ ରଥ, ଗୌତମ ମାଦିଳି, ନନ୍ଦିନୀ ପଣ୍ଡା, ନମିତା ରଥ, ଦେବୀ ଆଚାର୍ଯ୍ୟ, କୃଷ୍ଣ ଶେନାପତି, ସପନ ଦାସ, ଶ୍ରୀକାନ୍ତ ବେହେରା, ଗଜା ପାଳ, ଡମ୍ବୁରୁ ଗୌଡ, ସଂଜୀବ ପଟନାୟକ, କୃଷ୍ଣଚନ୍ଦ୍ର ଶେନାପତି, ସୁନିଲ ଗୌଡ, ରମେଶ ମିଶ୍ର, ରବି କୌଷଲ୍ଯା, ଅଜିତ ପଣ୍ଡା, ମୁନା ପାଢି ପ୍ରମୁଖ ଉପସ୍ଥିତ ଥିଲେ।