“କୋଣାର୍କ ମିଡ଼ିଆ ଫୋରମ” ର ନୁତନ କର୍ମକର୍ତ୍ତା ଚୟନ…!

!!! ପୁରୀ ଜିଲ୍ଲା କୋଣାର୍କ ରୁ ଜ୍ଞାନ ରଞ୍ଜନ ସାହୁ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋଣାର୍କ)- କୋଣାର୍କ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ “କୋଣାର୍କ ମିଡ଼ିଆ ଫୋରମ” ର ମଙ୍ଗଳବାର ମଧ୍ୟାହ୍ନରେ କୋଣାର୍କ ଚନ୍ଦ୍ରଭାଗା ନିକଟରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମ ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ମଧ୍ୟ କରାଯାଇଥିଲା। ସମସ୍ତ ସଭ୍ୟଙ୍କ ଉପସ୍ଥିତରେ ସଂଘର ଦାୟିତ୍ୱରେ ଥିବା ପୁରାତନ କର୍ମକର୍ତ୍ତା ମାନେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ସମସ୍ତଙ୍କ ମତାମତ ଅନୁଯାୟୀ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ମିଲନ କୁମାର ମହାନ୍ତି, ଉପ- ସଭାପତି ଭାବେ ଆଶିଷ ରଞ୍ଜନ ମିଶ୍ର, ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ମହାପାତ୍ର ଏବଂ କୋଷାଧ୍ୟକ୍ଷ ରୂପେ ଦେବାଶିଷ ସେଠୀଙ୍କୁ ମନୋନୀତ କରାଯାଇଥିଲା। ପରେ ଉପସ୍ଥିତ ଅନ୍ୟ ସଭ୍ୟ ମାନେ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛା ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ।

ସଂଘର ସୁଦୃଢ଼ୀକରଣ ଦୃଷ୍ଟିରୁ ଏହାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକରେ ନୂତନ କରି ସଦସ୍ୟ ଭାବେ ସାମ୍ବାଦିକ ପ୍ରଭାସ ପୃଷ୍ଟି , ସନ୍ତୋଷ ଦାସ, ବିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଡି ହୋଇଥିଲେ। ନୂତନ ସଭ୍ୟଙ୍କୁ ସଂଘର ସଭାପତି ଅନୁଷ୍ଠାନ କୁ ସ୍ୱାଗତ ଜଣାଇ ଆଗାମୀ ଦିନରେ ସଂଘକୁ ଆଗକୁ ବଢ଼ାଇ ନେବାକୁ ଉପଦେଶ ଦେଇଥିଲେ। ପରିଶେଷରେ ଆସନ୍ତା ଡିସେମ୍ବର ୧ ରୁ ୫ ତାରିଖ କୋଣାର୍କ ରେ ଅନୁଷ୍ଠିତ ହେବାକୁ ୩୫ ତମ କୋଣାର୍କ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅବସରରେ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ପ୍ରତିଥର ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟନ ବିଭାଗ ଏବଂ କାମତ ହୋଟେଲ ଲିମିଟେଡ଼ର ସହଭାଗିତାରେ କୋଣାର୍କ ଏନ ଏ ସି ରେ ଥିବା ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଏବଂ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେଵା ନେଇ ଆଲୋଚନା ହୋଇଥିଲା। ଏହି ବୈଠକକୁ ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ କୁମାର ମଲ୍ଲ, ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ଚର୍ଚ୍ଚାରେ କାଶୀପୁରର କରିତ କର୍ମା ବିଡିଓ ମହୋଦୟ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଚର୍ଚ୍ଚିତ ବିଡିଓ ମହୋଦୟ ଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କା ର ମନରେଗା ଦୁର୍ନୀତି ବିରୁଦ୍ଧରେ ରାୟଗଡ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ସମୟରେ ହଠାତ୍ ବିଡ଼ିଓ ଡ. ଅମୃତ ରାଉଳଙ୍କ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେଇଛି। ସୂଚନା ମୁତାବକ ଡ. ରାଉଳ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ କାଶୀପୁର ପଞ୍ଚାୟତ ସମିତିରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ଡ. ରାଉଳ କାର୍ଯ୍ୟରେ ଯୋଗ ଦେବାର ମାତ୍ର ୩ମାସ ଭିତରେ କୋଟି କୋଟି ଟଙ୍କାର ମନରେଗା କାର୍ଯ୍ୟ ରେ ବ୍ଲକର ସବୁ ପଞ୍ଚାୟତ ରେ ଦୁର୍ନୀତି କରିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଦୁର୍ନୀତିକୁ ନେଇ ନୂଆଁ କଥା ପଦାକୁ ଆସିଥିଲା ଯାହାକି ଗୋଟିଏ ବସ୍ତା ସିମେଣ୍ଟ ୧ ଲକ୍ଷ ୮୦ ହଜାର ଟଙ୍କା ରେ କ୍ରୟ ହୋଇଥିବା ଜଣା ପଡ଼ିଥିଲା ସେଇଭଳି ଅନେକ ବିଲରେ ବେନିୟମ ଭାବେ ଦର ପକାଇ ସରକାରୀ ଅର୍ଥ ହଡପ କରିଥିବା ଜଣା ପଡିଥିଲା। ହେଲେ ଏହାକୁ ନେଇ ଜିଲ୍ଲାପାଳ ମହାଶୟ ଙ୍କ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ କାଶୀପୁର ବିଡ଼ିଓଙ୍କ ବଦଳିକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଚିଠି ନମ୍ବର ୨୨୨୩୨/ପି ଆର୍/ ଡି ଡବ୍ଲୁ ୨୬ ସେପ୍ଟେମ୍ବର ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଡ଼ିଓଙ୍କ ବଦଳି ତାଲିକାରେ କାଶୀପୁର ବିଡିଓ ଡ. ରାଉଳଙ୍କ ବଦଳି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରେ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ତା ପରଦିନ ଅର୍ଥାତ୍ ୨୭ତାରିଖରେ ତଦନ୍ତକାରି ଦଳ କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଯାହାକି ବର୍ତ୍ତମାନ୍ ବ୍ଳକ ବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ଏହି ବଦଳି ପଛରେ କିଛି ରହସ୍ୟ ଲୁଚି ରହିଛି କି ? ଏଭଳି ସୂଚନା ମୁତାବକ ତାଙ୍କର କାର୍ଯ୍ୟକାଳ ସମୟରେ ଏହି ଦୁର୍ନୀତି ହୋଇଥିବା ବେଳେ ତାଙ୍କର ଭୂମିକା କଣ ଥିଲା ? ନା ଏହି ଦୁର୍ନୀତି ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ବଦଳି ପ୍ରୟାସ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି। ଅପର ପକ୍ଷରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ପାଇ ରାୟଗଡା ଜିଲ୍ଲା ଉତ୍କଳ ସୂଚନା ଅଧିକାର ମଞ୍ଚ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ୦୩/୦୯/୨୦୨୪ ରିଖ ଦିନ ସୂଚନା ଅଧିକାର ଆଇନ ର ଆବେଦନ ଫର୍ମ ରେ ମନରେଗା କାର୍ଯ୍ୟ ହୋଇଥିବା ସମୂହ ନଥି ପତ୍ର ଯଥା ବିଲ, ଅର୍ଡର ଓ କାର୍ଯ୍ୟ ଆରମ୍ଭ ହୋଇଥିବା ତାରିଖ ଓ ଶେଷ ହୋଇଥିବା ତାରିଖ ସମୂହ ପ୍ରଦାନ ନିମନ୍ତେ ଆବେଦନ କରାଯାଇଥିଲା। କିନ୍ତୁ ବିଡିଓ ବାବୁ ଏହାକୁ ନାଲି ଫିତା ତଳେ ବାନ୍ଧି ରଖିଥିବା ଏବେ ସ୍ଵଷ୍ଟ ବାରି ହେଉଛି l ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଯାଏଁ ବିଡିଓ ଶ୍ରୀ ରାଉଳ ଙ୍କ ବଦଳି ସ୍ଥଗିତ ରଖାଯାଉ ବୋଲି ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ରାୟଗଡା ଜିଲ୍ଲା ଆବାହକ ଶ୍ରୀ ଶକ୍ତି ଦାଶ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କୁ ଅନୁରୋଧ ପୂର୍ବକ ପତ୍ର ପ୍ରଦାନ କରିଛନ୍ତି l

ରାୟଗଡା ଜିଲ୍ଲାରେ ୭ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଛି ୨୨ ଟି ହଷ୍ଟେଲ୍‌ର ନିର୍ମାଣ କାମ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ଆଦିବସୀ ଛାତ୍ରଛାତ୍ରି ଙ୍କ ହଷ୍ଟେଲ୍‌ ନିର୍ମାଣ ଲାଗି ରାଜ୍ୟ ସରକାର ଅନୁଦାନ ଦେଇଛନ୍ତି। ଟେଣ୍ଟର ହୋଇ ୨୦୧୮ରୁ କାମ ଆରମ୍ଭ ହୋଇଛି। ବିଭାଗୀୟ ତଦାରଖ ଓ ଠିକା ସଂସ୍ଥାର ମନମୁଖି ଯୋଗୁଁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନ ହଷ୍ଟେଲ କୋଠା । ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ଗୁଣପୁର ଅଞ୍ଚଳ ର ଶଗଡା, ଗାଦିଆଖଳା, ଚିନ୍ନାସାରି, ଓ କୁଜେନ୍ଦ୍ରି ହାଇସ୍କୁଲ୍‌ରେ । ହଷ୍ଟେଲ୍‌ ଅଧପନ୍ତରିଆ ଭାବେ କାମ ନହୋଇ ପଡିରହିଥିବାରୁ ଗ୍ରାମଞ୍ଚଳରୁ ଆସୁଥିବା ଆସିବାସୀ ଅନ୍ତେବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଦିନରେ ଶ୍ରେଣି ଗୃହରେ ପାଠ ପଢୁଛନ୍ତି ରାତ୍ରିରେ ସେହି ଶ୍ରେଣି ଗୃହରେ ଆଶ୍ରୟ ନେଉଛନ୍ତି। ଏଭଳି ଦୃଶ୍ୟ ଚିନାସାରି ହାଇସ୍କୁଲ ରେ ଦେଖିବାକୁ ମିଳୁଛି। ଏଭଳି ରାୟଗଡା ଜିଲ୍ଲାରେ ୨୨ ଟି ସ୍କୁଲ୍‌ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ ନିମନ୍ତେ ଅନୁମୋଦନ କରିଥିଲେ । ଅବଧି ସମୟ ସରିବା ପରେ ମଧ୍ୟ କୋଠା କାମ ସଂମ୍ପୁର୍ଣ୍ଣ ନହୋଇ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳି ପାଲଟିଛି। ହଷ୍ଟେଲ୍‌ କୋଠା ନିର୍ମାଣ ନିମନ୍ତେ ରାଜ୍ୟସ୍ତରରେ ପ୍ରକ୍ରିୟା କରାଯାଇ ପଶ୍ଚିମବଙ୍ଗର ଷ୍ଟିଲ କ୍ୱାକର୍ସ କଷ୍ଟ୍ରକସନ୍ ଲିମିଟେଡ୍‌ ଜରିଆରେ କାମ କରିବାକୁ ନିଷ୍ପରି ନିଆଯାଇଥିଲା । କମ୍ପାନୀ ଜଣକ କାମ ହାତକୁ ନେବାପରେ ଆଉ ଏକ ସ୍ଥାନିୟ ଠିକାଦାର ଙ୍କୁ କାମ କରାଇବା ପାଇଁ ଚୁକ୍ତିନାମା କରାଇଛି। ସ୍ଥାନିୟ ଠିକାଦାର ୧୨ ଟି କୋଠା କାମ ସାରିଦେଇଥିବା କହିଛନ୍ତି। କିନ୍ତୁ ତାହା ହସ୍ତାନ୍ତର ହୋଇପାରୁନି। କେଠାଗୁଡିକରେ ଚୁକ୍ତିନାମା ଅନୁଯାୟି କାମ ସାରିଥିବା ଠିକାଦର କହିଛନ୍ତି। କିନ୍ତୁ ଅନ୍ୟ କୈାଣସି ଆନୁସଂଙ୍ଗିକ ବ୍ୟବସ୍ଥା ନଥିବାରୁ କୋଠା ହସ୍ତାନ୍ତର ହୋଇପାରୁନି ବାେଲି କହିଛନ୍ତି ଠିକାଦାର। ୨୦୧୮ରେ ଏକକାଳୀନ ଭାବେ ବିଭିନ୍ନ ସ୍କୁଲରେ ହଷ୍ଟେଲ୍‌ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ସରକାରଙ୍କ ସମସ୍ତ ଦିଶା ନିର୍ଦ୍ଦେଶକୁ ବେଖାତିର କରିଥିଲେ ଠିକାଦାର । ସୂଚନା ଫଳକ ନଲଗାଇ କାମ ଆରମ୍ଭ କରିଥିଲେ । ନିମ୍ନମାନର ସିମେଣ୍ଟ୍‌, ଲୁହା ଛଡ଼ରେ କାମ କରିଥିଲେ । ନିମ୍ନମାନର କାମ ହେଉଥିବା ଲୋକେ ଅଭିଯୋଗ କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ ଓ ଗ୍ରାମବାସୀ କମ୍ପାନିର ଯନ୍ତ୍ରୀଙ୍କୁ ଜଣାଇଥିଲେ । ତଥାପି ସୁଫଳ ମିଳିନଥିଲା । ଏହାକୁ ଅଣଦେଖା କରଯାଇ କାମ ଜାରି ରହିଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଆଇଟିଡିଏର ପ୍ରକଳ୍ପ ପ୍ରସଶକ ଦୃଷ୍ଟି ଆକର୍ଷଣ କରଯାଇଥୁଲା । ୨୦୨୧ ମସିହାରୁ ନିର୍ମାଣ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ରାୟଗଡା ଜିଲ୍ଲାରେ ଏହି ଠିକା କମ୍ପାନି ୨୩ ଟି ହଷ୍ଟେଲ କେଠା କରିବା ପାଇଁ ଚୁକ୍ତ କରିଛି ସେଥିରୁ ଗୋଟିଏ କୋଠା ପ୍ରଶାସନ ପାଖରେ ହସ୍ତାନ୍ତର ହୋଇଛି। ଆଉ ୨୨ ଟି କୋଠା କାମ ସଂମ୍ପୁଣ୍ଣ ହୋଇପାରିନି। ବର୍ତମାନ କେଉଁଠି କୋଠା ବାହାରେ ରଙ୍ଗ ଦିଆଯାଇ ଭିତରେ ଶୈାଚାଳୟ ନାହିଁ କି ଟାଇଲ୍ ପଡିନି I ଅନ୍ୟ କେତେକ ସ୍ଥାନରେ ରଙ୍ଗମଧ୍ୟ ଦିଆଯାଇନି। କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ନାହିଁ ତ କେତେକ ସ୍ଥାନର କାେଠାର ପ୍ଲାଷ୍ଟର ମଧ୍ୟ ନାହିଁ। ଗଛ ଗୁଡିକ କୋଠା ବାହାରେ ଭିତରେ ଉଠିଗଲାଣି। ମଦ୍ୟପ ଓ ଜୁଆଡି ମାନଙ୍କ ଆଡା ସ୍ଥଳି ପାଲଟିଛି ଏହି କୋଠା। ହଷ୍ଟେଲ୍ କାମ ହସ୍ତାନ୍ତର ନହେଉଣୁ କୋଠା ଗୁଡିକ ଛାତରୁ ପାଣି ଲିକେଜ୍ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। କର୍ତ୍ତୃପକ୍ଷ ବର୍ତ୍ତମାନ ନିଜ ନିଜ ସ୍କୁଲ୍ ପରିସରରେ ଥିବା ଏହି କୋଠ ଗୁଡିକର ଜଗୁଆଳି ହୋଇରହିଛନ୍ତି । ମନମାନି କରୁଛନ୍ତି ଠିକାଦାର ଙ୍କ ବିରୋଧରେ ୨୦୨୩ ମସିହାରେ ଜିଲ୍ଲା ମଙ୍ଗଳ ବିଭାଗ ଠିକଦାର ଙ୍କ ଉପରେ ଥାନାରେ ଏତାଲା ଦେଇଥିବା ମଧ୍ୟ ଜଣାପଡିଛି। ତା’ପରେ ନିର୍ମାଣ ସରିବା ପାଇଁ ଠିକାଦାର ତତ୍ପର ହୋଇଥିଲେ। ଏଯାଏ କାମ ସରିନି । କୋଠା ପୂର୍ଣ୍ଣକରି ବ୍ୟବହାର ନିମନ୍ତେ ପ୍ରଦାନ କଲେ ସ୍କୁଲ୍ ଓ ଆଦିବାସୀ ଅନ୍ତେବାସୀ ଉପକୃତ ହେବେ ବୋଲି ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ର କହିଛନ୍ତି। ହଷ୍ଟେଲ ବ୍ୟବହାର ଉପୋଯୋଗି ହୋଇପାରିନି ଯାହାଦ୍ବାରା ପ୍ରଶାସନ ହସ୍ତକ୍ଷେପ କରି କୋଠା କାମ ସଂମ୍ପୁର୍ଣ୍ଣ କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରି କହିଛନ୍ତି। ଏନେଇ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରି ଙ୍କୁ ପଚରାଯାଇଥିଲା ଏନେଇ ଠିକା କମ୍ପାନୀ କୁ ଡକାଯାଇ ଆଲୋଚନା ହୋଇଛି ଅତିଶିଘ୍ର କାମ ସାରି ହସ୍ତାନ୍ତର କରିବା ନେଇ ଠିକାଦାର ପ୍ରତିଶ୍ରୁତି ଦେଇଛନ୍ତି। କିଛି ହଷ୍ଟେଲ କାମ ସରିବା ଉପରେ ଥିବା ବେଳେ ହଷ୍ଟେଲ ଗୁଡିକ ହସ୍ତାନ୍ତର ହେବ। ଠିକାଦର ଏଥିରେ ଖିଲାପ କଲେ ପ୍ରସାସନ ବିହିତ ପଦକ୍ଷେପ ନେବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଆଦିବାସୀ ଅଧୁଷିତ ଜିଲ୍ଲାରେ କେବେ ଛାତ୍ରଛାତ୍ରି ଏହି ହଷ୍ଟେଲ ରେ ରହି ପାଠପଢିବା ସୁବିଧା ପାଇପାରିବେ ଦେଖିବାକୁ ବାକି ରହିଲା। ଏହାକୁ ନେଇ ଏବେ ଅନେକ୍ ଖଟି ରେ କଣ୍ଟ୍ରାକ୍ଟର ମହୋଦୟ ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବଦନାମ୍ କରାଯାଉଚି ଅନ୍ୟ ପକ୍ଷରେ ସରକାରୀ ଅଧିକାରୀ ମାନେ କୋଠା ଗୃହ ହସ୍ତାନ୍ତର କରିବାକୁ ଗଲେ ମଙ୍ଗୁ ନାହାଁନ୍ତି ବୋଲି କହିବା ଶୁଣିବାକୁ ମିଳୁଛି l

ରୋଟାରୀ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା ପାଇଲେ ଶିକ୍ଷକ ପ୍ରସନ୍ନ କୁମାର ନାୟକ

!!! ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ବେଗୁନିଆପଡ଼ା)- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ ଏ ସି ଅନ୍ତର୍ଗତ ଅଶୋକ ନଗରସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଠାରେ ରୋଟାରୀ କ୍ଲବ ବାଣପୁର ଓ ବାଲୁଗାଁ ଦ୍ଵାରା ନେସନ୍ ବିଲଡର ଆୱାଡ ସେରୋମନି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟରୀୟାନ ଡ. ଶ୍ରୀନିବାସ ମହାପାତ୍ର, ମୁଖ୍ୟବକ୍ତା ଭାବେ ଭିକାରି ଚରଣ ମହାପାତ୍ର ସମେତ ଅନ୍ୟମାନେ ଯୋଗ ଦେଇ ପ୍ରଥମେ ଜାତୀୟ ସଙ୍ଗୀତ ଗାନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉପସ୍ଥିତ ଅତିଥି ମାନେ ରୋଟାରୀ କ୍ଲବ ର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଆଗକୁ କେମିତି ଆହୁରି ଅଧିକ ସେବା କାର୍ଯ୍ୟ ହାତକୁ ନିଆଯାଇପାରିବ ସେନେଇ ଆଲୋକପାତ କରିଥିଲେ । ଏଥିରେ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ଙ୍କୁ ନେସନ୍ ବିଲଡର ଆୱାଡ ରେ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ନେସନ୍ ବିଲଡର ଆୱାଡ ରେ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଆଦି ପ୍ରଦାନକରି ଉପସ୍ଥିତ ଅତିଥି ମାନେ ସମ୍ମାନିତ କରିଥଲେ । ଏନେଇ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଏଥିରେ ରୋଟାରୀ କ୍ଳବ୍ ସଭାପତି ରୋଟରୀୟାନ ଶ୍ୟାମ ସୁନ୍ଦର ପୃଷ୍ଟି, ସମ୍ପାଦକ ରୋଟରୀୟାନ ଅଶୋକ କୁମାର ନାୟକ,ରୋଟରୀୟାନ ସରୋଜିନୀ ଦାଶ , ସୁରେଶ ଚନ୍ଦ୍ର ବେହେରା, ଧୀରେନ୍ଦ୍ର ପାତ୍ର,ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ଆଜି ସେହି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି। ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା। ଚଳିତ ବର୍ଷ ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ପୂଜା ଧୂମଧାମରେ ଆୟୋଜନ କରିଛନ୍ତି। ଆକର୍ଷଣୀୟ ତୋରଣ ସଜେଇଛନ୍ତି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିଭଳି ଅନୁଗୁଳ ନାଲକୋନଗରରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ୱକର୍ମା ।

ମୋଦିଙ୍କ ଗସ୍ତ ପାଇଁ ଲାଗୁ ହେବ ଟ୍ରାଫିକ୍‌ କଟକଣା; ଜାଣନ୍ତୁ, କେଉଁ ରୁଟ୍‌ରେ ଯିବେ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଟ୍ରାଫିକ କଟକଣା ଜାରି କରିଛି । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଟ୍ରାଫିକ କଟକଣା ବି ଲାଗୁ କରାଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଟ୍ରାଫିକ କଟକଣା ଜାରି କରିଛି । ଆସନ୍ତା କାଲି ପୂର୍ବାହ୍ନ ୧୧ଟା ୩୫ମିନିଟରେ ପ୍ରଧାମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ବେଳେ ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ କାଲି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଟ୍ରାଫିକ କଟକଣା ଲାଗୁ ହେବ ।କମିଶନରେଟ୍ ପୁଲିସ ପକ୍ଷରୁ ଜାରି ଟ୍ରାଫିକ ନିର୍ଦ୍ଦେଶନାମା ଅନୁଯାୟୀ, ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ । ନଚେତ ଶିଖରଚଣ୍ଡୀ – ପଥରଗାଡିଆ – ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ- ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ। ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଫୁଲ କାରକେଡ ରିହର୍ସଲ କରାଯିବ । ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇ ଜନତା ମଇଦାନରେ ପହଞ୍ଚିବାକୁ ଥିବା ରାସ୍ତାରେ ବାରିକେଡ କରାଯାଇଛି । ଏଥିସହ ଉକ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାରୁ ଏଥିନିମନ୍ତେ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି ।  

ସାଂସଦ ରୁଦ୍ର ପାଣି ଙ୍କ ତାଳଚେର ଗସ୍ତ

!!! ତାଳଚେର ରୁ ମନୋଜ ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ତାଳଚେର) – ଢେଙ୍କାନାଳ ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି ଶନିବାର ଦିନିକିଆ ତାଳଚେର ଗସ୍ତ କରିଛନ୍ତି।ଶନିବାର ସକାଳେ ତାଳଚେର ହାଟ ତୋଟା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚି ବା ପରେ ତାଙ୍କୁ ବିଜେପି ପକ୍ଷରୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା।କିଛି ସମୟ ପାଇଁ ଉପସ୍ଥିତ କାର୍ଯ୍ୟକର୍ତା ଙ୍କ ସାଂସଦ ଶ୍ରୀ ପାଣି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ବରିଷ୍ଠ ବିଜେପି ନେତା ତଥା ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ଅନୁଗୁଳ ଜୋନାଲ ମିଡ଼ିଆସେଲ ସଂଯୋଜକ ପର୍ଶୁରାମ ବାରିକ, ରାଜ୍ୟ ପରିଷଦ ସଦସ୍ୟ ଆଖିଳ ସାମଲ, ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ, ବରୁଣ ସାହୁ ଓ ନରେନ୍ଦ୍ର ସାହୁ, ପୌର ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ,ଜ୍ଞାନେନ୍ଦ୍ରିୟ ସେଠି, କାଳନ୍ଦି ପ୍ରଧାନ,ଗୋପାଳି ସାହୁ,ଖଇରା ପ୍ରଧାନ, କାଉନସିଲର ସ୍ୱାଧୀନ ଥମ୍ବ ଓ ଅନିତା ବିଶ୍ୱାଳ, ରଙ୍ଗାଧର ନାହାକ, ବିଭୁତି ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ସାଂସଦ ଶ୍ରୀ ପାଣି ସେଠାରୁ ତାଳଚେର ସ୍ବୟଂ ଶାସିତ ମହା ବିଦ୍ୟାଳୟ କୁ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ପରେ କଣିହାଁ ବ୍ଲକ ରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଉଦ୍ୟାନ କୃଷି କାର୍ଯ୍ୟାଳୟ ର ମୁଖ୍ୟ କରାଣୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ସାବତ ଙ୍କ ୭୧ ବର୍ଷ ରେ ପରଲୋକ

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଯୁବ ସାମ୍ବାଦିକ ସୁନିଲ୍ କୁମାର ସାବତଙ୍କ ବାପା ସୁର୍ଯ୍ୟ ପ୍ରକାଶ ସାବତ ଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଉଦ୍ୟାନ କୃଷି କାର୍ଯ୍ୟଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ରହିଥିଲେ । ସ୍ଥାନୀୟ ବଳରାମ ନଗର ର ନୀଳକଣ୍ଠେଶ୍ଵର ଲେନ୍ – ୧ ଥିବା ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ଯୁ ବେଳେ ତାଙ୍କ ତିନି ପୁଅ, ସ୍ତ୍ରୀ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସହର ର ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ପୋଖରୀ ରେ ବୁଡ଼ି ୨ ଶିଶୁ ମୃତ, ଜଣେ ଗୁରୁତର

!!! ଖଲ୍ଲିକୋଟ ରୁ ସକଳେଶ୍ୱର ରଥ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମରେଇ ନୂଆଗାଁ ଗ୍ରାମର କେତେକ ଛୁଆ ଖେଳି ଖେଳି ନିକଟସ୍ତ ପୋଖରୀ ପାଖକୁ ପଳାଇ ଯାଇଥିଲେ ଏବଂ ପୋଖରୀ ତୁଠରେ ଖେଳୁ ଖେଳୁ ପାହାଚରେ ଗୋଡ଼ ଖସି ଯାଇ ବୁଡ଼ି ଗଲେ ୩ଶିଶୁ….୩ ଶିଶୁ ଙ୍କ ମଧ୍ୟରୁ ୨ ଶିଶୁ ଉଭୟେ ଭାଇ ଭଉଣୀ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ, ଅନ୍ୟ ଜଣେ ଗୁରୁତର…. ଗୁରୁତର ଶିଶୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଚାଲିଛି… ମରେଇ ନୂଆଗାଁ ଗ୍ରାମର ରାଜେନ୍ଦ୍ର ସବର ଏବଂ ସଜନୀ ସବରଙ୍କ ପୁଅ ଏବଂ ଝିଅ… ପୁଅର ବୟସ ୬ବର୍ଷ ଏବଂ ଝିଅ ର ବୟସ ୩ବର୍ଷ ଉଭୟ ଭାଇ-ଭଉଣୀ ପୋଖରୀରେ ବୁଡି ପ୍ରାଣ ହରାଇଥିବା ବେଳେ ଯଶୋଦା ସବରଙ୍କ ଜଣେ ୨ବର୍ଷୀୟ ଶିଶୁ ଗୁରୁତର ଭାବେ ଉଦ୍ଧାର କରା ଯାଇଅଛି । ଭାଇ-ଭଉଣୀ ଙ୍କୁ ନିଜ ବାପା ରାଜେନ୍ଦ୍ର ସବର ପୋଖରୀ ରୁ ଖୋଜି ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ରେ ଭର୍ତି କରିଥିଲେ ତେବେ ମେଡିକାଲ ରେ ଭାଇଭଉଣୀ ଙ୍କ ମୃତ ହୋଇଥିବା ଘୋଷଣା କରିଥିଲେ…. ଗୋଟିଏ ମାଆ ର ୨ ସନ୍ତାନ ଙ୍କ ମୃତ୍ୟୁପରେ… ୨ ଛୁଆ କୁ କୋଳରେ ଧରି ବାହୁନି ବାହୁନି କାନ୍ଧୁଛି ମାଆ…. ଅନ୍ୟପଟେ ୨ ଭାଇ-ଭଉଣୀ ଙ୍କ ମୃତ୍ୟୁ ପରେ ମରେଇନୂଆଁ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି.. ଖଲ୍ଲିକୋଟ ମେଡିକାଲ କାନ୍ଦ ବୋବାଳି ରେ ଫଟି ପଡ଼ୁଥିବା ର ଦେଖିବାକୁ ମିଳିଛି ।ଜନ୍ମ କଲା ମାର କୋହଭରା କାନ୍ଦ ରେ ମେଡିକାଲ ପରିସର ଦୁଃଖ ରେ ଫାଟି ପଡ଼ୁଥିବା ର ଦେଖିବାକୁ ମିଳିଛି ।ସେପଟେ ଖଲ୍ଲିକୋଟ ପୋଲିସ ଏକ ଅପମୃତ ମାମଲା ରୁଜୁ କରିବା ସହ ୨ ଶିଶୁ ଙ୍କ ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରୁଛନ୍ତି.. ଖବର ନେବାରେ ଜଣା ଯାଉଛିକି. ଉଭୟ ମୃତ ଦୁଇ ଶିଶୁଙ୍କ ପିତା ମାତା ବିଲ କୁ ଧାନ ରୋଇବାକୁ ଯାଇଥିବା ବେଳେ । ଏପରି ଘଟଣା ଘଟି ଯାଇଛି ।ପିଲାଙ୍କୁ ଖୋଜି ଖୋଜି ପୋଖରୀ ତୁଠ କୁ ବାପା ମା ଯାଈ ଛୁଆ ଦୁଇଜଣଙ୍କୁ ଉଧାର କରିଥିଲେ ।

କୋରାପୁଟ ଜିଲ୍ଲା କୁ ବେହାଲ କରିଛି ବର୍ଷା

!!!କୋରାପୁଟ ଜିଲ୍ଲାରୁ ଶ୳୲ମଖିଲଙ୍କ ରିଫୋଟ !!!

ଏଥର ସମ୍ଭାଳ (କୋରାପୁଟ) – ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ପଞ୍ଚାୟତ ଅଡ଼ପୁର ଗ୍ରାମର ତିନି ଗୋଟି ଓ ମାଝୀଗୁଡା ଗ୍ରାମର ଗୋଟିଏ ଘୋର ଭୁଷୁଳି ପଡିଛି।ଲଗାଣ ବର୍ଷା ଯୋଗୁଁ ପାଣି କାନ୍ଥ ଉପରେ ପୋଡି କାନ୍ଥ ଭୁଶୁଡି ପଡିଯାଇଛି।ସ୍ଥାନୀୟ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ ସେହି ଗ୍ରାମରେ ପହଞ୍ଚି ଗୋଟିଏ ପରିବାର ଲୋକଙ୍କୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ରସେଇ ଘରେ ରହିବା ବ୍ୟବସ୍ତା କରିଛନ୍ତି।ପ୍ରକୃତରେ କୋରାପୁଟ ଜିଲ୍ଲାରେ ଆଉ କିଛି ଦିନ ଧରି ବର୍ଷା ଲାଗି ରହିବ ତେବେ ଅନେକ ଘୋର ଭାଙ୍ଗିଯିବା ସମ୍ଭାବନା ରହିଛି।ଏତେ ମାତ୍ରାରେ ବର୍ଷା ହେଉଛି କି ଚାଷୀ ଚାଷ କାମ କରିବା ମଧ୍ୟ।ମୁସ୍କିଲ ହୋଇପଡିଛି।