ଦେଶର ପ୍ରଥମ ସ୍ଥାନର ମାନ୍ୟତା ପାଇଲା ଆସିକା ଥାନା ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେଶ୍ରରେ ପ୍ର ଟାଥମ ସ୍ଥାନର ମାନ୍ୟତା ପାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ଓଡିଶା ସରକାରଙ୍କ ଷ୍ଟେଟ୍ କ୍ରାଇମ୍ ରେ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ହୋଇ ଥିବା ରିପୋର୍ଟ୍ ଓ ପ୍ରଗତି ଡ୍ୟାସ୍ ବୋର୍ଡ ତାଲିକାରେ ରାଜ୍ୟର ଏକ ନମ୍ବର ଥାନା ଭାବେ ଆଇ.ଏସ୍.ଓ ମାନ୍ୟତା ମିଳିବା ଓ ଆଦର୍ଶ ଥାନା ର ମାନ୍ୟତା ପାଇ ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆସିକା ଥାନା ବର୍ତ୍ତମାନ ଏହାର ବୃତ୍ତିଗତ ପାରଦର୍ଶିତା, ସ୍ଵଚ୍ଛତା, ନିଷ୍ଠା ସେବା ପ୍ରଦାନ, ଜନତା ଙ୍କୁ ଉତ୍ତମ୍ ବ୍ୟବହାର ପ୍ରଦର୍ଶନ, କର୍ତ୍ତବ୍ଯ ପ୍ରତି ବର୍ଦ୍ଧତା, ତ୍ଵରିତ କାର୍ଯ୍ୟାନୁଷ୍ଠାନ, ଦଳଗତ କାର୍ଯ୍ୟ, ସମୟ ସୀମା ପାଳନ ଭଳି ୧୬୫ ଟି ବିଷୟରେ ଉତ୍ତମ୍ ପ୍ରଦର୍ଶନ କରି ଥାନା ଏହି ସମ୍ମାନ ହାସଲ କରି ପାରିଛି । ଥାନାର ଏଭଳି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା ୨୦ ତାରିଖ ରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ପୁରସ୍କାର ବିତରଣ ସମାରୋହ ରେ ଥାନା କୁ ସମ୍ମାନିତ କରାଯିବ । ଏହି ସମାରୋହରେ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଥାନା ପକ୍ଷରୁ ପୁରସ୍କାର ଗ୍ରହଣ କରିବେ । ଶ୍ରୀ ସାହୁ ଏହି ଥାନାର ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ୨୦୧୯ ମସିହା ଅଗଷ୍ଟ ମାସରେ ନିଯୁକ୍ତି ପାଇ ଥାନା ଅଧିକାରୀ ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି । ସ୍ଥାନୀୟ ଅଞ୍ଚଳର ଅପରାଧ ଦମନ ଏବଂ ପୋଲିସ ଓ ସର୍ବ ସାଧାରଣ ଙ୍କ ମଧ୍ୟରେ ଉତ୍ତମ ଯୋଗଯୋଗ୍ ସ୍ଥାପନ ଦିଗରେ ଉଲ୍ଲେଖନିୟ କାର୍ଯ୍ୟ ଦକ୍ଷତା ନିମନ୍ତେ ଶ୍ରୀ ସାହୁ ୨୦୧୧ ମସିହା ରେ ସର୍ବ୍ ଶ୍ରେଷ୍ଠ ଅଧିକାରୀ, ୨୦୧୨ ମସିହାରେ ଡିଜିପି ମେଡ଼ାଲ, ୨୦୧୫ ମସିହାରେ ସେବା ମେଡ଼ାଲ, ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ମେଡ଼ାଲ ରେ ସମ୍ମାନିତ ହୋଇଥିବା ବେଳେ ଏବେ ୨୦୨୩ ମସିହାରେ ଦେଶର ସର୍ବ ଶ୍ରେଷ୍ଠ ଥାନା ଭାବେ ସର୍ବ ଭାରତୀୟ ସ୍ତରରେ ସମ୍ମାନୀତ ହେବେ । ଥାନାର ଏଭଳି ସଫଳତା ଓଡିଶା ରାଜ୍ୟ ର ପୋଲିସ ଇତିହାସ ରେ ଏକ୍ କିମ୍ଵ ଦନ୍ତି ପଲାଟି ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟୁଈଟ କରି ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ଅନ୍ୟାନ୍ୟ ଥାନା ଆସିକା ଥାନାର ପଦାନୁକରଣ କଲେ ରାଜ୍ୟର ଗୃହ ବିଭାଗ ଉତ୍ତମ ବିଭାଗ ଭାବେ ପ୍ରତିପାଦିତ ହୋଇପାରିବ ବୋଲି ଜନ ମତ ପ୍ରକାଶ ପାଉଛି।

ରାମନାଗୁଡା ରେ ଲୋକ ମହୋତ୍ସବ ଚଇତି ଅନୁଷ୍ଠିତ….!

!!! ରମାନାଗୁଡ଼ାରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)-lରାୟଗଡା ଜିଲ୍ଲା ରାମନାଗୁଡା ଠାରେ ଗଣପର୍ବ ଚଇତି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୧୨ ଟି ପଂଚାୟତ ସମେତ ବ୍ଲକ ସ୍ତରୀୟ ଚଇତି ର କଳସ ସକାଳ ସମୟରେ ଗୁମୁଡ଼ା ସ୍ଥିତ ବଂଶଧାରା ନଦୀରୁ ପବିତ୍ର ଜଳ କୁ ଆବାହନ କରିବା ପରେ ରାମନାଗୁଡା ନିକଟ ମଙ୍ଗଳା ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଶତାଧିକ ପୁରୁଷ ଓ ମହିଳା ଙ୍କ ଗହଣ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଇତି ମଣ୍ଡପ ନିକଟକୁ ଅଣାଯାଇଥିଲା । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ , ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ , ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ,ରାମନାଗୁଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜାନକୀ ନିମାଲା,ରାମନାଗୁଡା ଜିଲ୍ଲା ପରିଷଦ ସଭ୍ୟ(କ) ତାଙ୍ଗୁଡୁ ଶ୍ରୀଧର ଜିଲ୍ଲା ପରିଷଦ ସଭ୍ୟ(ଖ)ସୁରେଶ କୁମାର ଗମାଙ୍ଗ ,ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକାଙ୍କ ସମେତ ପ୍ରଶାସନିକ ସ୍ତର ପକ୍ଷରୁ ଗୁଣୁପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ,ଗୁଣୁପୁର ଏସଡିପିଓ ବିକାଶ ଚନ୍ଦ୍ର ବେଉରା ,ଭାମିନି ସ୍ଥିତ ଆଇଆରବି ୨ୟ ଡେପୁଟି କମାଣ୍ଡେଟ ଦୀପକ କୁମାର ଦେହୁରୀ ,ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ,ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ,ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ପଦ୍ମପୁର ଭାରପ୍ରାପ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ଏବଂ ବିଭିନ୍ନ ଦଳର ନେତା ଓ କର୍ମୀ ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରାମନାଗୁଡା ସ୍ଥିତ ଚଇତି ମଣ୍ଡପ ରେ ସମସ୍ତ ପୂର୍ଣ୍ଣ କଳସ କୁ ସ୍ଥାପନା କରିଥିଲେ ।ଏଠାରେ ପଶୁ ସଂପଦ ବିଭାଗ, ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ,ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ପକ୍ଷରୁ ୮ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।

ମାଁ ମାଝୀ ଘରିଆଣୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ମୁଖ୍ୟ ଅତିଥି ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ଙ୍କ ଦ୍ଵାରା ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ସଚେତନତା ଷ୍ଟଲର ଉଦଘାଟନ କରାଯାଇଥିଲା । ସ୍ୱାସ୍ଥ୍ୟ, ଜଳଛାୟା, କୃଷି, ସମ୍ମନ୍ବିତ ଶିଶୁ ବିକାଶ, ସ୍ୱଚ୍ଛ ଭାରତ ମିଶନ, ଉଦ୍ୟାନ କୃଷି, ମିଶନ ଶକ୍ତି ବିଭାଗ ତରଫରୁ ସଚେତନତା ଷ୍ଟଲ ମାନ ଖୋଲାଯାଇଥିଲା । ଲୁକ୍କାୟିତ ପ୍ରତିଭା, ସଂସ୍କୃତି ଓ ପରମ୍ପରା ଗୁଡ଼ିକର ବ୍ଲକ ଠାରୁ ରାଜ୍ୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଚଇତି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ଅତିଥି ମାନେ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ କଳାକାର ଓ ସାଂସ୍କୃତିକ ଦଳ ଆସି ଗଣପର୍ବ ଚଇତି ରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଟୁନା ଟନ୍ ଟନ୍ ଓରଫ୍ ପ୍ରଭାକର ମିଶ୍ର ଓ କାଳି ଚରଣ ରଥ ଚଇତି ମଞ୍ଚରେ ନିଜର କମେଡି ପ୍ରତିଭା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ ।କୁଇ ଭାଷା ର ସଙ୍ଗୀତ ର ନୃତ୍ୟ ର ତାଳେ ତାଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ,ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ ଙ୍କ ନୃତ୍ୟ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା ।ସିନିୟର ଆସିଷ୍ଟାଣ୍ଟ ଆଶୁତୋଷ ପାତ୍ର ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓଡ଼ିଶା ଜୀବିକା ମିଶନ ର ସମସ୍ତ କର୍ମଚାରୀ ଙ୍କ ସହ ପଞ୍ଚାୟତ ସମିତି କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ । ଚଳିତ ବର୍ଷ ର ଚଇତି ୨୦୨୨ କୁ ସଫଳ ରୂପାୟନ ଦେବାରେ ପ୍ରତ୍ୟକ୍ଷ ଭାବେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ବହୁତ ଅବଦାନ ଥିବାରୁ ସେମାନେ ଧନ୍ୟବାଦ ର ପାତ୍ର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଉତ୍ତମ ସାମାଜିକ ସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକ ବୃନ୍ଦାବନ ମିଣିଆକା ,ସମାଜସେବୀ ଗୋଲକ ନାଥ ବେହେରା, ଅନ୍ତର୍ଜାତୀୟ ରଗବି ଖେଳାଳୀ ସୋନି ମାଣ୍ଡାଙ୍ଗି ,ଶ୍ରବଣ କୁମାର ମାଣ୍ଡାଙ୍ଗି, ଜୁଲୋଜି ଅଧ୍ୟାପିକା ନିରୂପମା କଣ୍ଡାଗରୀ ଦେଉଳା ଙ୍କ ସମେତ ୨୦ ଜଣଙ୍କୁ ଉପଢୌକନ ସହିତ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।

ବାହାର ରାଜ୍ୟ ମିସ୍ତ୍ରୀ କୁ ନେଇ ବିବାଦ …!

!!! ବଲାଙ୍ଗୀର ରୁ ପ୍ରତିନିଧି ଜୀତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗୀର ଠାରେ ବାହାର ରାଜ୍ୟ ମିସ୍ତ୍ରୀ ଓ ଶ୍ରମିକ ଙ୍କୁ ନେଇ ବିବାଦ ଘାନେଇଛି। ଓଡ଼ିଆ ଓ ବଙ୍ଗାଳି ମିସ୍ତ୍ରୀ ଙ୍କ ମଧ୍ୟରେ ମୁହାଁ ମୁହିଁ ସ୍ଥିତି ଉପୁଜିଛି। ଗତ କିଛି ଦିନ ତଳେ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ବାହାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ସହାୟତା ନକରିବାକୁ ନିଷ୍ପତି ନେଇଥିଲା |ରାଜ୍ୟ ବାହାରୁ ଆସି ବଲାଙ୍ଗୀର ସହରରେ କାମ କରୁଥିବା ରାଜ ମିସ୍ତ୍ରୀଙ୍କୁ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିରୋଧ କରାଯାଇଛି |ଜଣେ ମହିଳା ଏହାର ପ୍ରତିବାଦ କରି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଟାଉନ ଥାନା କୁ ଆସି ଘଟଣା ର ଓଲଟା ପ୍ରତିବାଦ କରାଯାଇଛି |ଗତ ସୋମବାର ସ୍ଥାନୀୟ କଲେଜ ଛକ ଠାରେ ଜଣେ ବାହାର ରାଜ୍ୟର ମିସ୍ତ୍ରୀ ଙ୍କୁ ଜଣେ ମହିଳା କିଛି ନିର୍ମାଣ ଶ୍ରମିକ ଯୋଗାଇଥିଲେ |

ଏହାକୁ ନିର୍ମାଣ ଶ୍ରମିକ ସଂଘର କିଛି ସଦସ୍ୟ ବିରୋଧ କରିଥିବା ରୁ ରାଜୀବନଗର ରେ ସୀତା ସାହୁ ନାମକ ଜଣେ ମହିଳା ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ |ମହିଳାଙ୍କ ଏପରି ଅଭିଯୋଗ ପ୍ରତିବାଦରେ ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁସଂଘ ସଭାପତି ଶମ୍ବୁନାଗ ନେତୃତ୍ୱରେ ବଲାଙ୍ଗୀର ରାଜ ମିସ୍ତ୍ରୀ ମାନେ ସନ୍ଧ୍ୟାରେ ଟାଉନ ଥାନାକୁ ଆସି ଏକ ପାଲଟା ଲିଖିତ ଅଭିଯୋଗ କରିଛନ୍ତି | ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ବାହାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ସହାୟତା ନକରିବାକୁ ନିଷ୍ପତି ହୋଇଇଥିଲା |

ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ଯୋଗାଣ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସାମିଲ….!

!!! ରାୟଗଡ଼ ଜିଲ୍ଲା ଗୁଣୁପୁର ରୁ ବାସନ୍ତୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣୁପୁର)- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଗୁଣୁପୁର ବ୍ଲକର ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ପ୍ରଦାନ କରିଥିଲେ ଏବଂ ଏହି ମାଗଣାରେ ପୃଷ୍ଟିସାର ଖାଦ୍ୟ ଛଅମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କହିଲେ।

ଏଥିରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ଼ଃ ମମତା ସାହୁ,ଯକ୍ଷ୍ମା ଜିଲ୍ଲା ସଂଯୋଜକ ନବୀନ କୁମାର ମହାନ୍ତି, ସସ୍ମିତା ମହାରଣା ,ବିଶ୍ବ ବିଦ୍ୟାଳୟ ର ସ୍କୁଲ ଅଫ ମ୍ୟାନଜମେଣ୍ଟ ର ଡିନ ଏମ ଜଗଦୀଶ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଯକ୍ଷ୍ମା ରୋଗ ବିଷୟରେ ସଚେତନତା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ପରିଚଳନା କରିଥିବା ବେଳେ ପ୍ରଫେସର ବାଣୀ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଧୁମଧାମରେ ଗୁଡାରୀ ରେ ପାଳନ ହେଲା ଲୋକ ମହୋତ୍ସବ ଚଇତି…!

!!! ରାୟଗଡ଼ ଜିଲ୍ଲା ଗୁଡାରୀ ରୁ ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡ଼ାରି)- ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ଆଜି ଧୁମଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ପରିସରରେ ଅସ୍ଥାୟୀ ମଣ୍ଡପରେ ଚଇତି ଉତ୍ସଵକୁ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସକାଳେ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ରୁ ଗତ କାଲି ମିନାଝୋଲା ରୁ ଅଣା ଯାଇଥିବା ପୂର୍ଣ୍ଣ କଳସ କୁ ପୂଜାର୍ଚ୍ଚନା ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଚଇତି ମଣ୍ଡପକୁ ନିଆ ଯାଇଥିଲା। ଶୋଭାଯାତ୍ରାରେ ବିଧାୟକ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଆଦିବାସୀ ବାଦ୍ୟ ରେ ନାଚ କରିଥିଲେ।

ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରୁ ଆସିଥିବା ଛାତ୍ରଛାତ୍ରୀ ଓ ଲୋକମାନେ ମଣ୍ଡପରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଚଇତି ଅବସରରେ ପଲ୍ଲୀଶ୍ରୀ ମେଳା ର ବିଭିନ୍ନ ଷ୍ଟଲ କୁ ବିଧାୟକ ଓ ଅଧିକାରୀ ମାନେ ବୁଲି ଦେଖିଥିଲେ। ପୂର୍ବରୁ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତା ଓ ଆଜି ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଡିଓ ଶ୍ରୀ ନୃସିଂହ ଚରଣ ସେଠି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଚଇତି ରେ ତହସିଲଦାର ଶ୍ରୀମତି ଭାରତୀ ଦେବୀ, ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର, ଉପାଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା, ଡିଗ୍ରୀ କଲେଜ ଅଧ୍ୟକ୍ଷ ଅମୂଲ୍ୟ ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ହୃଷିକେଶ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର ଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

ଗୁଣିଗାରେଡି ସମ୍ପର୍କିତ ସଚେତନତା କର୍ମଶାଳା…!

!!!  ବଲାଙ୍ଗୀର ରୁ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମେହର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ସିନ୍ଧେକେଲା/ବଲାଙ୍ଗିର ) – ବିଭିନ୍ନ ପ୍ରକାର ତନ୍ତ୍ର ମନ୍ତ୍ର ଓ ଗୁଣିଗାରେଡିରେ ବିଶ୍ୱାସ କରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ତଥା ଅପରାଧ ବଢ଼ୁଥିବାରୁ ଏ ଦିଗରେ ଜନଚେତନା ସୃଷ୍ଟି କରିବାପାଇଁ ହେତୁବାଦୀ ମାନେ ଆହ୍ୱାନ ଦେଇଛନ୍ତି | ସିନ୍ଧେକେଲା ଥାନାର ଭାରପ୍ରାପ୍ତ ଅଧିକାରୀ ବି. ରୁଦ୍ରେୟାଙ୍କ ଉଦ୍ୟମ କ୍ରମେ ଆଜି ପଲ୍ଲିଶ୍ରୀ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ଅଲୌକିକତା ଅନାବରଣ କାର୍ଯ୍ୟକ୍ରମ ଏବଂ କର୍ମଶାଳା ଉଦଘାଟନ କରି ଶ୍ରୀ ରୁଦ୍ରେୟା କହିଥିଲେ ଯେ, ବିଦ୍ୟାଳୟ ସ୍ତରରୁ ଏ ଦିଗରେ ସଚେତନତା ସୃଷ୍ଟି କରାଗଲେ ଅବୈଜ୍ଞାନିକ ବିଶ୍ୱାସଜନିତ ଅନେକ ଦୁଃଖଦାୟକ ହତ୍ୟାକାଣ୍ଡ ଓ ଅପରାଧର ଚାପରୁ ପୋଲିସ ବିଭାଗ, ବିଚାର ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ପ୍ରଶାସନ ଆଦି ବିଭାଗକୁ ମୂଲ୍ୟବାନ ସମୟ ଅପଚୟରୁ ରୋକା ଯାଇପାରିବ | ମନସ୍ତତ୍ଵବିତ୍ତ ପ୍ରଫେସର ଡ. ପ୍ରତାପ କୁମାର ରଥ, ଭାରତୀୟ ସମ୍ବିଧାନର ମୁଖବନ୍ଧ ଉପରେ ଆଲୋକପାତ କରି ପ୍ରତ୍ୟେକ ଭାରତୀୟ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ | ଏହି ପରିପ୍ରେକ୍ଷୀରେ ଧାରା 51(କ) (ଜ) ଉପରେ ଆଲୋକପାତ କରି ଅନୁସନ୍ଧିତ୍ସୁ ମନୋଭାବ ଛାତ୍ରଛାତ୍ରୀ ମାନଙ୍କ ଠାରେ ସୃଷ୍ଟି କରାଗଲେ ଅବୈଜ୍ଞାନିକ ଅବଧାରଣା ସମାଜରୁ ଦୂର ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି | ଏହି ଅବସରରେ ହେତୁବାଦୀ ସୁଧାଂଶୁ ଶେଖର ଧଡ଼ା ଅଲୌକିକତା ନାମରେ ବିଶ୍ୱାସ କରାଯାଉଥିବା ଅନେକ ଅବାଧରଣାର ପ୍ରଦର୍ଶନ ସହିତ ରହସ୍ୟ ଉନ୍ନ୍ମୋଚନ ଓ ଏହା ପଛରେ ଥିବା ଧୋକାବାଜିର ବିଶ୍ଳେଷଣ କରିଥିଲେ | ଶ୍ରୀ ଧଡ଼ା ଆହୁରି ମଧ୍ୟ କହିଥିଲେ ଯେ, ପ୍ରଶ୍ନ ପଚାରିବାର ମନୋବୃତ୍ତି ସୃଷ୍ଟି କରିବା ଏବଂ ବିଚାରଶକ୍ତିର ପ୍ରୟୋଗ କରିବା ଦ୍ୱାରା ଅଲୌକିକତା ନାମରେ ବିଶେଷଭାବେ ମହିଳା ଏବଂ ଝିଅ ମାନଙ୍କୁ ଶୋଷଣରୁ ସୁରକ୍ଷା ଦିଆଯାଇପାରିବ | ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବରୁ ସିନ୍ଧେକେଲା ଥାନା ପକ୍ଷରୁ ଆୟୋଜନ କରାଯାଇଥିବା ସମାଜସେବା କାର୍ଯ୍ୟରେ ଅଂଶଗ୍ରହଣକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ରଥ, ପଞ୍ଚାୟତ ଉପ ଅଧ୍ୟକ୍ଷ ଭୋଳା ବେହେରା, ସରପଞ୍ଚ ନରେଶ ଅଗ୍ରୱାଲ, ଦାଶରଥୀ ସାହୁ, ସଂଯୁକ୍ତା ବାରିକ, କୈବର୍ତ୍ତ ନାଗ, ଯମୁନା ରଣା, ଗୀତା ବେହେରା, ସୁଶୀଳା ସାହୁ, ଜ୍ୟୋତିର୍ମୟୀ ସାହୁ, ସୁଜିତ ସାହୁ, ମୋହନ ସାହୁ ପ୍ରମୁଖ ଅଧ୍ୟାପକ ସହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ |

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ର ବୋୖଠକ

!!! ବଲାଙ୍ଗୀର ରୁ ପ୍ରତିନିଧି ଦିଲ୍ଲୀପ ମେହେର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗୀର ଜିଲ୍ଲା ରେଳ ଉପଭୋକ୍ତ ସଂଘର ର କାର୍ଯ୍ୟକାରିଣୀ ବୋୖଠକ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ପ୍ରଫେସର ତରୁଣକୁମାର ମିଶ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି |ପ୍ରଥମେ ସମ୍ପାଦକ ନାରାୟଣ ପାଢ଼ୀ ପୂର୍ଵ ସାଧାରଣ ବୋୖଠକର ବିବରଣୀ ପାଠ କରିଥିଲେ |କୋଷାଧକ୍ଷ ଅଶୋକ ଚାନ୍ଦ ଆୟ ବ୍ୟୟ ର ହିସାବ ପ୍ରଦାନ କରିଥିଲେ | ସଭାପତି ଉପସ୍ଥିତ ସଭ୍ୟମାନଙ୍କ ମତାମତ ଆହ୍ୱାନ କଲାପରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା | ମୁଖ୍ୟତ ବଲାଙ୍ଗୀର ଷ୍ଟେସନ ରେ ଲିଫ୍ଟ ସ୍ଥାପନ, ବଲାଙ୍ଗୀର ରୋଡ଼ ଷ୍ଟେସନ ରେ ଏକ ଏକ୍ସପ୍ରେସ୍ର ଟ୍ରେନ ର ରହଣି, ପୁରୀ ସମ୍ବଲପୁର ଟ୍ରେନ ବଲାଙ୍ଗୀର ପ୍ରୟନ୍ତ ସପ୍ରସାରଣ, ବଲାଙ୍ଗୀର ଖୋର୍ଦ୍ଧା ରୋଡ଼ ରେଲପଥ କାମ ଶୀଘ୍ର ସମାପ୍ତ କରିବା ପାଇଁ ଏକ ସ୍ମାରକ ପତ୍ର ସଂପୃକ୍ତ ଅଧିକାରୀ ଏବଂ ଡି ଆର ଏମ ଓ ଙ୍କୁ ପ୍ରଦାନ କରିବା ନିମନ୍ତେ ଉପସ୍ଥିତ ସଭ୍ୟମାନେ ମତ ପ୍ରକାଶ ରଖିଥିଲେ | ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି ଏବଂ ସାଂସଦ ସଂଗୀତା କୁମାରୀ ସିଂହଦେଓ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଥିବାରୁ ସଂଘ ତରଫରୁ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା | ଉପ ସଭାପତି ଅଶୋକ ମିଶ୍ର, ବରିଷ୍ଠ ସଦସ୍ୟ ବିକ୍ରମା ନନ୍ଦ ବହିଦାର, ଧର୍ମବ୍ରତ ରଥ, ନିତ୍ୟାନନ୍ଦ ମିଶ୍ର, ମନୋରଞ୍ଜନ ପୁରୋହିତ,ପ୍ରଭାକର ମିଶ୍ର, ବିନୟ କୁମାର ମିଶ୍ର, ଯିଧିଷ୍ଠିର ମିଶ୍ର, , ଛବିଳାଲ ବେହେରା, ଗୋପବନ୍ଧୁ ପୁରୋହତ, ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇ ଥିଲେ |ଶେଷରେ ସହ ସମ୍ପାଦକ ଦିବାକର ହୋତା ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା ।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାର ନାଟକ “ଗୋଟିଏ କାହାଣୀ” ….!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ବିଶିଷ୍ଟ ଶିଳ୍ପପତି ତିରୁପତି ପାଣିଗ୍ରାହୀ , ବରିଷ୍ଟ ବିଜେଡି ନେତା ତଥା ଭକ୍ତି ସଙ୍ଗୀତ ସଂସଦ ସଭାପତି ବସନ୍ତ ଦାସ ମଞ୍ଚାସୀନ ଥିଲେ। ସ୍ଥାୟୀ ମଞ୍ଚ ନଥିବା ଯୋଗୁଁ ଅସୁବିଧା ପରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ନାଟ୍ୟ ଦଳ ଆଣି ନାଟକ ପରମ୍ପରା ବଜାୟ ରଖିଥିବା ଯୋଗୁଁ ଅନୁଷ୍ଠାନକୁ ଅତିଥି ମାନେ ପ୍ରଶଂସା କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବାମୀ ଓ ସ୍ତ୍ରୀ ମୁଦ୍ରାର ଦୁଇ ପାର୍ଶ୍ଵ , ଉଭୟଙ୍କ ମଧ୍ୟରେ ପ୍ରେମ ଯେତିକି ରହିବ ବନ୍ଧୁତ୍ୱ ମଧ୍ୟ ସେତିକି ରହିବା ଦରକାର , ଯଦି ଜଣେ ଭାଙ୍ଗି ଯିବ ଅନ୍ୟ ଜଣେ ପଙ୍ଗୁ ହେଇଯାଏ ଏପରି ଏକ କାହାଣୀ କୁ ନେଇ ଭୁବନେଶ୍ୱର ପଞ୍ଚଧ୍ଵନି ନାଟ୍ୟ ଅନୁଷ୍ଠାନର କଳାକାର ମାନେ ପରିବେଷଣ କରିଥିଲେ ନାଟକ ” ଗୋଟାଏ କାହାଣୀ”। ନାଟକକୁ ଦୀପ୍ତି ରଞ୍ଜନ ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ କଳାକାରଙ୍କ ସୁନ୍ଦର ଅଭିନୟରେ ଦର୍ଶକ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା।

ଗୁଣୁପୁର ରେଳ ଷ୍ଟେସନର ଉନ୍ନତିକରଣ ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣୁପୁର ରେଳ ଷ୍ଟେସନ ର ବିଭିନ୍ନ ସମସ୍ୟା ନେଇ, ଆନ୍ଧ୍ର ଓଡିଶା ରେଳ ବ୍ୟବହାର ସଙ୍ଘ ର ଆବାହକ ଡ଼ ସତ୍ୟପ୍ରକାଶ ପଣ୍ଡା, ବିଶାଖାପାଟଣା ଡିଭିଜନ ଡିଆରଏମ ଶ୍ରୀ ଅନୁପ କୁମାର ଶତପଥି ଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ସମସ୍ତ ସମସ୍ୟା ଗୁଡିକ ଅବଗତ କରାଇଥିଲେ। ସମସ୍ୟା ଗୁଡିକ ମଧ୍ୟରେ ଗୁଣୁପୁର ରେ ଦ୍ଵିତୀୟ ପ୍ଲାଟଫର୍ମ ନିର୍ମାଣ, ଗୁଣୁପୁର ରେ ପାର୍ସଲ ବୁକିଙ୍ଗ ଅଫିସ ଖୋଲିବା ଗୁଣୁପୁର ରେ ଆର୍ପିଏଫ କାର୍ଯ୍ୟାଳୟ ଖୋଲିବା,କାଶୀନଗର ଓ ତେମ୍ବୁରୁ ରେ କ୍ରସିଂ ଲାଇନ ନିର୍ମାଣ, ଗୁଣୁପୁର ରେ ଆନୁସଙ୍ଗିକ ବ୍ୟବସ୍ତା ଯଥା ପିଇବା ପାଣି, ଅପେକ୍ଷା ଗୃହ,ଶୌଚାଳୟ, ଲକର ବ୍ୟବସ୍ଥା ଇତ୍ୟାଦି ଯୋଗାଇ ଦେବା, ଗୁଣୁପୁର ଠାରୁ ବିଜୟୱାଡା ଓ ଗୁଣୁପୁର ଠାରୁ କଲିକତା ଦୂରଗାମୀ ଟ୍ରେନ ଚଳାଚଳ , ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପର ତ୍ୱରାନ୍ୱିତ, ମେମୁ ଟ୍ରେନର ସମୟ ପରିବର୍ତ୍ତନ ଇତ୍ୟାଦି ସମସ୍ୟା ଗୁଡିକ ଆଲୋଚନା କରିଥିଇଲେ। ଡିଆରଏମ ଶ୍ରୀ ଶତପଥୀ ସମସ୍ତ ସମସ୍ୟା ଗୁଡିକ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।