ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି ଜବରଦଖଲ ଆମିଷ ବଜାର; ପୋଲିସ ଓ ପୌର କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ର ସ୍ଥାନୀୟ ଷ୍ଟେସନ ଛକରେ ବେଆଇନ ଭାବେ ଜବରଦଖଲ କ୍ରମେ ଗଢି ଉଠିଥିବା ଆମିଷ ବଜାର ଏବେ ବଡ ସମସ୍ଯା ହୋଇଛି। ଗୋଟିଏ ଛୋଟିଆ ମାଛ ଦୋକାନ ପରେ ମାଂସ ଦୋକାନ ଟିଏ ଓ ତାକୁ ଲାଗିକରି ଶୁଖୁଆ ଦୋକାନ ପରେ ଏବେ ଧାଡିବାନ୍ଧି ମୁଖ୍ଯ ରାସ୍ତାର ଦୁଇ ପାର୍ଶ୍ବରେ ଗଢି ଉଠିଥିବା ଆମିଷ ବଜାର ସକାଳ ହେଲେ ନେଇ ଟ୍ରାଫିକ ସମସ୍ଯା ତିଆରି କରୁଛି। ପରିସ୍ଥିତି ଏମିତି ହେଲେଣି ଯେ ଏହି ଜବରଦଖଲ ଆମିଷ ବଜାର ଯେମିତିକି ପ୍ରତେକ ମୁହୁର୍ତ୍ତରେ ଦୁର୍ଘଟଣା କୁ ଡାକିକି ରହିଛି। ସହରର ପୁରୁଣା ବଜାରରେ ପୌର ପରିଷଦ ର ଗୋଟିଏ ଆମିଷ ବଜାର ରହିଥିବା ବେଳେ ଷ୍ଟେସନ ଛକରେ ଗଢି ଉଠିଛି ଆଉଏକ ଆମିଷ ବଜାର। ବଳରାମ ନଗର ଠାରୁ ଆରମ୍ଭ କରି ଢେପ, ଶାନ୍ତି ନଗର, ମରାଠିଗୁଡା ବାବୁଲି ନଗର ଇତ୍ଯାଦି ଅଞ୍ଚଳ ବାସି ଏହି ବଜାର ଉପରେ ନିର୍ଭର କରୁଛନ୍ତି। ଫଳରେ ସକାଳ ପାଇଲେ ଅଧା ସହର ବାସି ନିର୍ଭର କରୁଥିବା ଏହି ବଜାରରେ ରାସ୍ତା ଉପରେ ଗାଡି ଗୁଡାକ ରଖି ଗ୍ରାହକ ମାନେ ଆମିଷ କିଣୁଥିବା ଦେଖିବାକୁ ମିଳୁଛି। ଏମିତିକି ରାସ୍ତା ଉପରେ ଗାଡି ରଖି ଚାରି ପାଞ୍ଚଜଣ ଗ୍ରାହକ ଏକା ଜାଗାରେ ଛିଡାହୋଇ କଥାହବା ମଧ୍ଯ ଏଠିକାର ନିତି ଦିନିଆ ଘଟଣା ହୋଇ ସାରିଲାଣି। ଏହି ଛକରୁ ଗୋଟିଏ ପଟେ ବସଷ୍ଟାଣ୍ଡ ଯିବାକୁ ରାସ୍ତା ଲମ୍ବିଥିବା ବେଳେ ଅନ୍ଯ ରାସ୍ତାଟି ଷ୍ଟେସନ ପଟକୁ ଯାଇଛି। ସେହିପରି ମେଡିକାଲ ପଟକୁ ମଧ୍ୟ ଗୋଟିଏ ରାସ୍ତା ଲମ୍ବିଛି। ଏଣୁ ଦିନ ତମାମ ଏହି ଛକରେ ଟ୍ରାଫିକ୍ ଭିଡ ଲାଗି ରହୁଛି। ହେଲେ ରେଲୱେ ଜାଗା ଓ ପୁର୍ତ୍ତ ବିଭାଗର ରାସ୍ତା ଉପରେ ଜବରଦଖଲ କ୍ରମେ ଗଢି ଉଠିଥିବା ଏହି ଆମିଷ ବଜାର ପାଇଁ ଟ୍ରାଫିକ୍ ସମସ୍ଯା ତିଆରି ହେଉଛି।

ନିତିଦିନ ଏହି ରାସ୍ତା ଦେଇ ପୌର କର୍ତ୍ତୃପକ୍ଷ ଓ ପୋଲିସ କର୍ତ୍ତୃପକ୍ଷ ଯାତାୟତ କରିବା ସହ ଏହି ସମସ୍ଯାକୁ ଦେଖୁଛନ୍ତି। ହେଲେ ଏହାର ପ୍ରତିକାର ପାଇଁ କେହି ମନ ବଳାଉ ନାହାନ୍ତି। ଏଣୁ ଏହି ଆମିଷ ବଜାର ର ବିକ୍ରେତା ମାନଙ୍କୁ ଏଠାରୁ ଉଠାଯାଇ କେଉଁ ଗୋଟିଏ ସ୍ଥାନରେ ସହରର ଦ୍ବିତିୟ ଆମିଷ ବଜାର କରି ଥଇଥାନ କରିବା ସହ ଏଠାକାର ଟ୍ରାଫିକ୍ ସମସ୍ଯାରେ ସୁଧାର ଆଣିବା ଜରୁରୀ ହୋଇ ପଡିଛି।

ଶ୍ରୀମେଟାଲିକ୍ସ କାରଖାନାରେ ଦୁର୍ଘଟଣା ଘଟି କର୍ମଚାରୀ ମୃତ…!

!!! କେନ୍ଦୁଝର ଜିଲ୍ଲା ଯୋଡା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରୁଗୁଡି ଥାନା ଅଂଚଳ ରେ ଥିବା ଶ୍ରୀମେଟାଲିକ୍ସ କାରଖାନା ରେ ସୁରକ୍ଷା ଅଭାବରୁ ଦୁର୍ଘଟଣା ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ର ସିନିୟର ମେକାନିକାଲ ଇନଚାର୍ଜ ସୁଶାନ୍ତ କୁମାର ଦାସ ସବୁ ଦିନ ପରି କାରଖାନା କୁ ଆସିଥିବା ବେଳେ ଗତ କାଲି ଦିନ ୧୧.୩୦ ସମୟ ରେ କମ୍ପାନୀ ତରଫରୁ ତାଙ୍କ କେନ୍ଦ୍ରାପଡା ନରେନ୍ଦ୍ରପୁର ସ୍ଥିତ ଘର କୁ ସୁଶାନ୍ତ ଆତ୍ମହତ୍ୟା କରିଥିବା ଖବର ଦିଆଯାଇଥିଲା l ତେବେ ଆଜି ତାଙ୍କ ପରିବାର ଲୋକ ଘଟଣା ସ୍ଥଳ ରେ ପହଂଚି ପାରିପାର୍ଶ୍ବିକ ଦୃଷ୍ଟି ଓ ଘଟଣା ସ୍ଥଳ ରେ ତାଙ୍କର ଜୋତା ଓ ହେଲମେଟ ପଡିଥିବାର ଦେଖି ଏହା ଆତ୍ମହତ୍ୟା ନୁହେଁ ବରଂ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଅଭିଯୋଗ କଲା ପରେ କମ୍ପାନୀ ଦୁର୍ଘଟଣା ବୋଲି ସ୍ୱୀକାର କରିଛି l ଉକ୍ତ କାରଖାନା ରେ ବାରମ୍ବାର ଏହିପରି ଭାବରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବା ବେଳେ କାରଖାନା ପରିସରରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ପାଳନ କରାଯାଉନଥିବା ଜଣାପଡିଛି l

ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଆଇଏସଆରଡି ର ଉପ ନିର୍ଦ୍ଦେଶକ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ମଉଜାମଣି ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତି ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଉଜାମଣି ନାୟକ ଯୌତୁକ ନିର୍ଯାତନା କିପରି ରୋକାଯାଇପାରିବ ଏବଂ ତାହାର ନିୟମବଳୀ ବିଷୟରେ ସୁଚାଇ ଥିଲେ । ମୁଖ୍ୟବକ୍ତା ଭାବେ ଶିବାନୀ ପାଣିଗ୍ରାହୀ , ଜିଲ୍ଲା ସଂଯୋଜିକା ଓଏଲଏମ (ସ୍ଵୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇଥିଲେ। ତତ୍ ସହିତ ପିସି ଏଣ୍ଡ ପିଏନଡିଟି ଏକ୍ଟ ବିଷୟରେ ବୁଝାଇଇଥିଲେ। ଆଇଏସଆରଡ଼ି ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ସାଇବର କ୍ରାଇମ ବିଷୟରେ ଉଦାହରଣ ମାଧ୍ୟମରେ ସୁଚାଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲାରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ । ତତ୍ ସହିତ ଜିଲ୍ଲାରେ ରହିଥିବା ନିର୍ଯ୍ୟାତିତା ମହିଳା ଓ ବାଳିକା ମାନଙ୍କ ସୁରକ୍ଷା ନିମନ୍ତେ ୱାନ୍ ଷ୍ଟପ୍ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ।
ଜିଲ୍ଲାପାଳ ଗଜପତି ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ସଚେତନତା ରଥ ଉଦଘାଟନ କରି ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ ନେଇ ସ୍ଲୋଗାନ ମାଧ୍ୟମରେ ସଚେତନ କରଯାଇଥିଲା। ସୁପରଭାଇଜର , ଅଙ୍ଗନବାଡି କର୍ମୀ , ଏସ୍ ଏସ୍ ଜି ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , କିଶୋରୀ ବାଳିକା ୱାନ୍ ଷ୍ଟପ୍ କେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ
ହୁମନ ହୁମାନ ଚାଇନ୍ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସଖି କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ସୁପର ଭାଇଜର ଶ୍ରୀମତୀ ସାରଳା ପାତ୍ର ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୱାନ୍ ଷ୍ଟପ୍ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ନିରୂପମା ଜେନା , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି.ସୁରେଶ କୁମାର ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯକ୍ରମଟିକୁ ସାଫଲ୍ଯ କରିଥିଲେ | ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ କେ. ସୁନିତା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ।

ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ ତାରିଖ ସନ୍ଧ୍ୟା ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଆଜି ( ରବିବାର ଦିନ ) ସନ୍ଧ୍ୟାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଏବଂ ବିପର୍ଯ୍ୟୟ ପରିଚାଳନା ସୂଚାରୁ ରୁପେ ସମ୍ପାଦାନ କରିବେ ଏବଂ ପ୍ରତ୍ୟେକ ଧନ ଜୀବନ ରକ୍ଷା କରିଥିବା ପାଇଁ ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟ କରିବେ। ଯେଉଁମାନଙ୍କର ବାସହୀନ ଜନସାଧାରଣ ଙ୍କୁ ନିରାପଦ ଆଶ୍ରୟ ସ୍ଥଳୀରେ ତଇଥାନ କରାଯିବ। ବିପଦ ସଙ୍କୁଳ ଜାଗାରେ ବସବାସ କରୁଥିବା ଲୋକଙ୍କୁ ଯଥେଷ୍ଟ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଇଥାନ ବ୍ୟବସ୍ଥା କରାଯାଇଛି। ନିରାପଦ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀକୁ ବ୍ଯବହାର ଯୋଗ୍ୟା କରାଯାଇଅଛି।
ଜିଲ୍ଲାର ସମସ୍ତ କୃଷକ ମାନଙ୍କୁ ଅତ୍ୟଧିକ ସତର୍କ ରହିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି। ଯେଉଁ ଚାଷୀ ଗଣ ସେମାନଙ୍କ ଧାନ କାଟି ସାରିଛନ୍ତି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନ ହେଲେ ତାହାକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ। କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ , ଅମଳ ଉପଯୋଗୀ ଅନ୍ଯାନ୍ଯ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରିରଖନ୍ତୁ। ସମସ୍ତ କୃଷକମାନଙ୍କୁ ସତର୍କତା ନିମନ୍ତେ ପ୍ରତି ଗ୍ରାମରେ ଏହା ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ବର୍ଷା ଜନିତ ପାଣି ଜମା ହେବାର ସମ୍ଭାବନା ରହିଛି , ତେଣୁ ସ୍ଥିତି କୁ ଧ୍ୟାନରେ ରଖି ପୂର୍ବ ପ୍ରସ୍ତୁତି କରିବାକୁ ଦୁଇ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଅଛି ଏଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଚିହ୍ନଟ ହୋଇଥିବା ସ୍ଥାନଙ୍କୁ ଧ୍ୟାନରେ ରଖିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳ ତଥା ସ୍କୁଲ ଓ ଅଙ୍ଗୱାଡ଼ି କେନ୍ଦ୍ର ଗୁଡିକୁ ଯାଞ୍ଚ୍ କରି ସଜାଗ ରଖିବାକୁ କୁହାଯାଇଛି।ଜିଲ୍ଲାର ୨୪୪ ଜଣ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି ଓ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମା ଗୃହକୁ ନେବାପାଇଁ ସ୍ଥିର କରାଯାଉଛି। ୨୪ ଜଣିଆ ଓଡ୍ରା ଦଳ ଜିଲ୍ଲାରେ ପହଞ୍ଚି ସାରିଛନ୍ତି। ପ୍ରତ୍ୟେକ ବ୍ଲକରେ ଜିଲ୍ଳାର ବରିଷ୍ଠ ଅଧିକାରୀ ନିୟଯିତ କରାଯାଇଛି।

ଗଜପତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମନାଥ ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ଏବଂ ଜିଲ୍ଲାର ପିତୃମାତୃ ହୀନ, ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଜିଲ୍ଲା ବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତଥା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସହଯୋଗରେ ଜିଲ୍ଲା ପରିଷଦ ସମ୍ମେଳନ କକ୍ଷ ଠାରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଯୋଗଦେଇ ପିତୃମାତୃ ହୀନ, ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେଉଥିବା ପିତାମାତା ମାନଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ। ତାପରେ ମୁଖ୍ୟ ଅତିଥି, ଆମ ଜିଲ୍ଲାରୁ ଅନ୍ୟ ଜିଲ୍ଲା,ରାଜ୍ୟ ଏବଂ ବିଦେଶକୁ ପୋଷ୍ୟ ସନ୍ତାନ ଭାବେ ଯାଇଥିବା ଶିଶୁ ଏବଂ ସେମାନଙ୍କର ଆଇନତଃ ପିତାମାତାଙ୍କ ସହ ଭିଡ଼ିଓ କଲ୍ ମାଧ୍ୟମରେ ପିଲାମାନଙ୍କର ଭଲମନ୍ଦ ବୁଝିବା ସହ ପିତାମାତାଙ୍କ ସହ ଆଲୋଚନା କରିଥିଲେ। ଆମ ଜିଲ୍ଲାର ଦମ୍ପତ୍ତି ଅନ୍ୟ ଜିଲ୍ଲା ତଥା ରାଜ୍ୟରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଯୋଗୁଁ ସେମାନଙ୍କୁ ଉତ୍ତରୀୟ ଏବଂ ଶିଶୁମାନଙ୍କୁ ଖେଳନା ପ୍ରଦାନ କରି ଉତ୍ସାହିତ କରିବା ସହ ସେମାନଙ୍କର ଅନୁଭୁତିକୁ ପଚାରି ବୁଝିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ବିଷୟରେ ସମ୍ୟକ ସୂଚନା ଦେବା ସହ ଯେଉଁ ଶିଶୁ ମାନେ ଆଇନତଃ ମୁକ୍ତ ହୋଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଛନ୍ତି ସେମାନେ କିପରି ନୂତନ ପିତାମାତା ଶୀଘ୍ର ପାଇବେ ସେଥିପାଇଁ କାମନା କରିଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼. ଗୁଣନିଧି ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଆମ ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପିତାମାତାଙ୍କ ସ୍ବାଗତ କରିବା ସହ ଗୋଟିଏ ଶିଶୁ ଅନନ୍ୟ ହେବା ପାଇଁ ନିଜ ମଧ୍ୟରେ ଭଲପାଇବା, ସହନଶୀଳତା ରକ୍ଷା କରିବା, ଆଚରଣ ଓ ଉଚ୍ଚାରଣ କୁ ଗୁରୁତ୍ବ ଦେବା ଯାହାକି ଶିଶୁର ବିକାଶ ଉପରେ ପ୍ରଭାବ ପକାଇ ଶିଶୁଟି ଉତ୍ତମ ନାଗରିକ ହୋଇପାରିବ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ ର ୪୯ ତମ ଶିଶୁକୁ ତଥା କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଦ୍ବାରା ଅନୁମୋଦିତ ହୋଇଥିବା ଉତ୍ତର ପ୍ରଦେଶର ଏକ ଦମ୍ପତ୍ତିଙ୍କୁ ଜିଲ୍ଲାପାଳ ପୋଷ୍ୟ ସନ୍ତାନ ରୂପେ ହସ୍ତାନ୍ତର କରିଥିଲେ। ସୂଚନା ପ୍ରକାରେ ଉକ୍ତ ଦମ୍ପତ୍ତିଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଥିବା ବେଳେ ପୋଷ୍ୟ ସନ୍ତାନ ରୂପେ ଏକ ପୁତ୍ର ସନ୍ତାନ ପାଇ ଦମ୍ପତ୍ତି ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଯେଉଁ ମାନେ ରକ୍ତ ଦେଇ ଜୀବନ ବଞ୍ଚାଉଛନ୍ତି ସେମାନଙ୍କୁ ମଧ୍ୟରୁ ଶ୍ରୀ ଦେବାଶିଷ ପଟ୍ଟନାୟକ ଏବଂ ଶ୍ରୀ ପ୍ରଶାନ୍ତ କୁମାର ପାଷ୍ପୁରେଡ଼ି ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ପୋଷ୍ୟ ସନ୍ତାନ ବିଷୟରେ ଅଧିକ ଜାଣିବା ଏବଂ ପିତୃମାତୃ ହୀନ, ଅବହେଳିତ ଓ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଆବଶ୍ୟକ ସୂଚନା ପ୍ରଦାନ ପାଇଁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଟୋଲ୍ ଫ୍ରି ନଂ 9668889828 ଜିଲ୍ଲାପାଳଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା। ପରିଶେଷରେ ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଣ୍ଡା, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ଏଡ୍ସ ଦିବସ ପାଳିତ..!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ। ସାରା ବିଶ୍ୱ ଏହାକୁ ପାଳନ କରି ଗର୍ବିତ। ସେହି ଭଳି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରରେ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଏଚ୍.ଆଇ.ଭି ଏଡ୍ସ ସମ୍ୱନ୍ଧରେ ସଚେତନତା ବାର୍ତା ଦିଆଯାଇଅଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ସ୍ୱାସ୍ଥ୍ୟ ବିଭାଗ ଏବଂ ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଛି। ମେଡିକାଲ ଠାରୁ ସଚେତନତାର ବାର୍ତାନେଇ ଜି.ଆଇ.ଇ.ଟି ବିଶ୍ୟବିଦ୍ୟାଳୟ ଛାତ୍ର ଛାତ୍ରୀ, ଚିକିତ୍ସା ରେ କାର୍ଯ୍ୟରତ କର୍ମଚାରୀ, ଏ.ଏନ୍.ମ୍ ଓ ଆଶା କର୍ମଚାରୀ ଏକତ୍ରୀତ ହୋଇ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ସଚେତନାର ବାର୍ତ୍ତା ବାଣ୍ଟିଥିଲେ। ଏହି ଶୋଭାଯାତ୍ରାକୁ ମେଡିକାଲର ସୁପରିଡେଣ୍ଟ୍ ରମେଶ ଚନ୍ଦ୍ର ସାହୁ ଉଦ୍ଧଘାଟନ କରିଥିଲେ। ଶୋଭାଯାତ୍ରା ପରେ ଉପଖଣ୍ଡ ଚିକିତ୍ସାଳୟ ସଭାଗୃହରେ ସଚେତନତା ଉପରେ ଏକ ସଭା ଆୟୋଜିତ ହୋଇଥିଲା।

ନିର୍ମାଣ କାର୍ଯ୍ୟ ସରିବା ପରେମଧ୍ଯ ଲୋକାର୍ପଣ ହେଉନି ଇଣ୍ଡୋର ଷ୍ଟାଡିୟମ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ନିର୍ମାଣ କାର୍ଯ୍ୟ ସରିବା ପରେ ଲୋକାର୍ପଣ ହୋଇ ପାରୁନି ଗୁଣପୁର ସହରରେ ହୋଇଥିବା ଇଣ୍ଡୋର ଷ୍ଟାଡିୟମ। ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ଙ୍କ ପକ୍ଷରୁ ସ୍ଥାନୀୟ ତହସିଲ ନିକଟସ୍ଥ ଜମିରେ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମୈଡ୍ ରେ ଶିଳାନ୍ୟାସ କରାଯାଇଥିଲା ଏହି ପ୍ରକଳ୍ପ । ୨୦୨୨ ଏପ୍ରିଲ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଭିତ୍ତିଭୂମି ନିର୍ମାଣ ନିମନ୍ତେ ୫କୋଟି ୮୬ଲକ୍ଷ ସହ କ୍ରୀଡା ଉପକରଣ ସମେତ ୯କୋଟି ୪୦ ଲକ୍ଷ ଟଙ୍କା ବିନିମୟରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି। ଇତି ମଧ୍ୟରେ କାର୍ଯ୍ୟ ସରିଥିବା ବେଳେ ଲୋକାର୍ପଣ ହୋଇ ପାରୁନାହିଁ। ଏନେଇ ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି କୁମାର ସର୍ମାଙ୍କୁ ପଚାରିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ବିଭାଗ ଆସି ତଦାରଖ କରି ନାହାନ୍ତି। ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବା ପରେ ହିଁ ଲୋକାର୍ପଣ ନିମନ୍ତେ ଚୂଡାନ୍ତ ହେବ ବୋଲି କହିଛନ୍ତି । ତେବେ ତୁରନ୍ତ ଲୋକାର୍ପଣ କରାଯାଇ ଯୁବ ବର୍ଗ ଙ୍କୁ କ୍ରୀଡ଼ାରସୁବିଧା ଯୋଗାଇ ଦେବାକୁ କ୍ରୀଡ଼ାପ୍ରେମୀଙ୍କ ମହଲରେ ଦାବି ହୋଇଛି।

ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମନାଥ ପାଢୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡ) – ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି ଶଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ପରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କାର୍ମଶାଳା ଅନୁଷ୍ଠିତ ହୋଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଶ୍ରୀ ରବିନରଣ ବେହେରା,ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ ବରା,ଡ଼ା.ସନ୍ଧ୍ୟା ରାଣୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟଳୟ ପାରଳାଖେମୁଣ୍ଡି,ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ.ସୁନୀତା ପ୍ରମୁକ ଯୋଗ ଦେଇ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରି ସଚେତନତା କରାଯାଇଥିଲା ଏହି ଅବସରରେ ମିଶନ ଶକ୍ତି ବିଭାଗସ୍ଥ ଓଡ଼ିଶା ଜୀବିକା ମିଶନ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କର ଏକ ବିସ୍ତୃତ ସମୂହ ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ ଦିଗରେ ଓଡ଼ିଶା ଜୀବିକା ମିଶନ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି କିନ୍ତୁ ଜଣେ ମହିଳା କୁ ଆମେ ସମ୍ପୂର୍ଣ ସଶକ୍ତ କହିପାରିବା ଯେବେ ସେ ନିଜର ସାମ୍ବିଧାନିକ ଅଧିକାର ଏବଂ ବିଭିନ୍ନ ସୁରକ୍ଷା ଆଇନ ବିଷୟ ରେ ଅବଗତ ହୋଇ ଏକ ଅନ୍ୟାୟ ଏବଂ ହିଂସା ମୁକ୍ତ ଜୀବନ ବଞ୍ଚି ପାରିବ। ଏଣୁ ଜାତୀୟ ସ୍ତରରେ ନଭେମ୍ବର ମାସ ୨୫ ତାରିଖ ଠାରୁ ଲିଙ୍ଗ ଆଧାରିତ ହିଂସା ର ପାରିସମପ୍ତି ନିମନ୍ତେ ଏକ ଅଭିଯାନ ( ନୂଆ ଚେତନା, ପରିବର୍ତ୍ତନ ର ଆରମ୍ଭ) ନାମରେ ଶୁଭାରମ୍ଭ ହୋଇଛି ଏହି ଅଭିଯାନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ସମସ୍ତ ବ୍ଲକ,ପଞ୍ଚାୟତ ମହାସଂଘ, ଆଞ୍ଚଳିକ ମଞ୍ଚ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ପର୍ଯ୍ୟନ୍ତ କିପରି ଏହି ଅଭିଯାନ କୁ ପହଞ୍ଚାଇ ପାରିବା ତାହା ଆମ ସମସ୍ତ ଙ୍କ ଦାୟିତ୍ଵ। ଏଥି ସହିତ ସମାଜ ରେ ମହିଳା ମାନଙ୍କ ଉପରେ ବଢୁଥିବା ହିଂସା, ବିରୁଦ୍ଧ ରେ ଉଚିତ୍ ପଦକ୍ଷେପ ନେବା ଏବଂ ସେମାନଙ୍କୁ ବିଭିନ୍ନ ସୁରକ୍ଷା ଆଇନ୍ ଓ ଅଧିକାର ଦିଗରେ ସଚେତନ କରିବା ନିମନ୍ତେ Gender Intervention program / ସ୍ୱୟଂ କାର୍ଯ୍ୟକ୍ରମ PCI ଅନୁଷ୍ଠାନ ର ବୈଷୟିକ ସହାୟତା ରେ ଗଜପତି ଜିଲ୍ଲା ର ୪ଟି ବ୍ଲକ ଯଥା ଗୁମ୍ମା, ରାୟଗଡ଼,ନୂଆଗଡ ଏବଂ ରା.ଉଦୟଗିରୀ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟ କରାଯାଉଛି ଏହି କାର୍ଯକ୍ରମ ମଧ୍ୟମରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ଵାରା ଗ୍ରାମୀଣ ମହିଳା ପରାମର୍ଶ କେନ୍ଦ୍ର ବା ପ୍ରେରଣା କେନ୍ଦ୍ରମାନ ଗଠନ କରାଯାଇଛି, ଯାହାକି ଜଣେ ତାଲିମ ପ୍ରାପ୍ତ ପରାମର୍ଶଦାତ୍ରୀ ( Gender CRP) ଙ୍କ ଦ୍ଵାରା ପରିଚାଳିତ ହେଉଛି। ସେହି ପଞ୍ଚାୟତ ର ମହିଳା ମାନଙ୍କୁ ପ୍ରେରଣା କେନ୍ଦ୍ର ରେ ବିଭିନ୍ନ ପ୍ରକାରର ହିଂସା ରୁ ସୁରକ୍ଷା ପାଇବା ନିମନ୍ତେ ଉପାୟ ଏବଂ ସରକାରୀ ଯୋଜନା ସମ୍ବନ୍ଧ ରେ ପରାମର୍ଶ ଯୋଗାଇ ଦିଆଯାଉଛି। ସାପ୍ତାହିକ ୨ ଦିନ ଏବଂ ଅନ୍ୟ ଦିନରେ ଟେଲିଫୋନ ଯୋଗେ ପ୍ରେରଣା କେନ୍ଦ୍ର ସହିତ ମହିଳା ମାନେ ଯୋଗ ଯୋଗ କରିଥାନ୍ତି। ସ୍ୱ-ଶିକ୍ଷା କାର୍ଯକ୍ରମ ମାଧ୍ୟମରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୪ ଗୋଟି ପରିମାପର ୧୩ ଗୋଟି ବିଷୟ ଉପରେ ତାଲିମ ଯୋଗାଇ ଦିଆଯାଉଛି ଏହି କାର୍ଯ୍ୟକ୍ରମରେ ଓଏଲ୍ଏମର ଶ୍ରୀମତୀ ଶିବାନୀ ପାଣଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ଥିଲେ ।