ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ୨୦୨୩-୨୪ ପାଇଁ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅଜି ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗୋସାଣୀ, କାଶୀନଗର,ସମେତ ଜିଲାର ସମସ୍ତ ବ୍ଲକରେ ସଚେତନତା କରାଯିବ। ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା ୨୯.୧୨.୨୦୨୩ ଶୁକ୍ରବାର ଦିନ ଠାରୁ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଏଥି ନିମନ୍ତେ ସମସ୍ତ ଚାଷୀମାନଙ୍କୁ ଅନୁରୋଧ ସରକାରଙ୍କ ନିୟମ ବଳୀ ଅନୁସରଣ କରିବେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତକାର କୃଷି ସମବାୟ ସମିତି ଏବଂ ୧୯ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ସେମାନଙ୍କର ଧାନ ବିକ୍ରୟର ପ୍ରାପ୍ୟ, ପୂର୍ବରୁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ପାଇପାରିବେ ଏବଂ ଧାନ ବିକ୍ରୟ ସମୟରେ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବହିର ପ୍ରଥମ ପୃଷ୍ଠାର ନଖଳ ଓ SMS Token ପତ୍ର ସହ ଧାନ କ୍ରୟ କେନ୍ଦ୍ରକୁ ଆଣିବାକୁ ଆବଶ୍ୟକ।
ଏହି ଅବସରରେ ଜିଲ୍ଲା ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ହରିହର ସେଠ, ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ ଓ ଜିଲ୍ଲା ଯୋଗାଣ ଅଧିକାରୀ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

ଗୁଣୁପୁର ରେଳବାଇ ଜାଗାରୁ ହଟିବ ୨୫ ଘର, ଜବରଦଖଲ କାରିଙ୍କୁ କତାଲୁ ଗୁଡାରେ ଥଇଥାନ;୧୦ ତାରିଖ ସୁଧା ପଟ୍ଟା ପ୍ରଦାନ..!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର) –ଗୁଣପୁର ସହରର ୨ ନମ୍ବର୍ ୱାର୍ଡରେ ଥିବା ରେଳ ବିଭାଗର ଜମିକୁ ଜବରଦଖଲ କରି ବସବାସ କରୁଥିବା ୨୫ ପରିବାରକୁ ରେଳ ବିଭାଗ ପକ୍ଷରୁ ଉଛେଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ଆଜି ଜବରଦଖଲ କାରି ଏବଂ ପୌର କର୍ତ୍ତୁପକ୍ଷଙ୍କ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜବରଦଖଲ କାରୀମାନଙ୍କୁ ଆସନ୍ତା ୧୦ ତାରିଖ ମଧ୍ୟରେ ସ୍ତାନୀୟ କତାଲୁଗୁଡା ନିକଟରେ ଜାଗା ଚିହ୍ନଟ କରିବା ସହ ପଟ୍ଟା ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍ଷରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଗୃହ ନିର୍ମାଣ ନିମନ୍ତେ ପ୍ରଦାନ କରାଯିବ ବୋଲି ପୌରପରିଷଦ ପକ୍ଷରୁ ଜବରଦଖଲ କାରି ମାନଙ୍କୁ ପ୍ରତିଶୃତି ଦିଆଯାଇଥିଲା। ଏବଂ ପୌରପରିଷଦ ପରିଷଦ ପକ୍ଷରୁ ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କୁହା ଯାଇଥିଲା। ଫଳରେ ସମସ୍ତ ଜବରଦଖଲ କାରି ସ୍ଥାନାନ୍ତରିତ ପାଇଁ ରାଜି ହୋଇଯାଇଥିଲେ। ଦିର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତଘଟିଛି।ଆଜିର ଏହି ବୈଠକରେ ଗୁଣୁପୁର ପୌରପରିଷଦର ଉପାଦକ୍ଷ ଶିବ ପ୍ରସାଦ ଗୌଡ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, କାଉନ୍ସିଲର ମମତା ଶତପଥୀ ଓ ସ୍ଥାନୀୟ ନେତା ସୁଜିତ୍ ଶତପଥୀ ଉପସ୍ଥିତ ଥିଲେ।

ଉପାନ୍ତ ଗୁଣପୁର ର ଯୁବକ ହେଲେ ବିଚାରପତି…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ଉପାନ୍ତ ଗୁଣପୁର ଅଞ୍ଚଳର ଜଣେ ଯୁବକ ବିଚାରପତି ହୋଇଛନ୍ତି। ପଛୁଆ ଇଲାକାରୁ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା । ଯାନ୍ତ୍ରୀକ ଇଞ୍ଜିନିୟର (ଆଇଟି)ରୁ ସିଧା ବିଚାର ବିଭାଗ। ସ୍ଥାନୀୟ ଏସ. ଏଲ. ଏନ. ଏମ୍ ହାଇସ୍କୁଲ ର ଛାତ୍ର ଶ୍ରୀତମ ସିଦ୍ଧାନ୍ତ ପାଢ଼ୀ ୨୦୨୨ ଓଜେଏସ ପରିକ୍ଷାରେ କୃତକାଯ୍ୟ ହୋଇଛନ୍ତି । ଓଡିଶାର ୫୫ଜଣଙ୍କ ମଧ୍ୟରେ ରାୟଗଡା ଜିଲାରୁ ଜଣେ ମାତ୍ର ଏହି ପରିକ୍ଷାରେ ସଫଳତା ପାଇଛନ୍ତି ।
ଓଡିଶା ଜୁଡିସିଆଲ ସର୍ଭିସ ପରିକ୍ଷା ଫଳ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି । ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ବିକ୍ରମପୁର ଭଳି ଗୋଟିଏ ନିପଟ ମଫସଲ ଗାଁର ଶ୍ରୀତମ ସିଦ୍ଧାନ୍ତ ପାଢ଼ୀ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରଭାବେ ଜଣାଶୁଣା । ଜୟପୁର ସରସ୍ୱତୀ ଶିଶୁ ମନ୍ଦିରରୁ ନିଜ ଶିକ୍ଷା ଜୀବନ ଆରମ୍ଭ କରି ପରେ ରାୟଗଡା ଆସି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୬ଷ୍ଟ ଶ୍ରେୀଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ପୁଣି ବାପାଙ୍କ ବଦଳି ହେବାପରେ ଗୁଣପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସରକାରୀ ହାଇସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ସମୟ କ୍ରମେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଭୂବନେଶ୍ୱର ସ୍ଥିତ ଏକ ବେସରକାରୀ ଇଞ୍ଜିନିୟର କଲେଜରେ ବୈଷୟୀକ ଶିକ୍ଷା ଗ୍ରହଣ କିରି ଇମ୍ଫୋସିସରେ କାର୍ଯ୍ୟ କରୁଥିଲେ । ପରେ ଇଞ୍ଜିନିୟର ଚାକିରି ଛାଡି ଆଇନ ସେବା ଦିଗକୁ ନିଜ ଅଧ୍ୟୟନ ପରିବର୍ତ୍ତନ କରିଥିଲେ । କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରେ ସେ ଆଇନ ଶିକ୍ଷା ଗ୍ରହଣ କରିବାପରେ ଉଚ୍ଚ ନ୍ୟାୟାଳୟରେ ଅଭ୍ୟାସ କରିଆସୁଥିଲେ । ତେବେ ୨୦୨୩ ମସିହାରେ ହୋଇଥିବା ଓଜେଏସ ପରିକ୍ଷା ଦେବାପରେ ଗତକାଲି ବାହାରିଥିବା ଫଳାଫଳରେ ସେ ସାରା ରାଜ୍ୟରେ ୨୫ତମ ର୍ୟାଙ୍କ ରଖିଥିବା ଜଣାପଡିଛି । ଏହି କୃତ୍ତକାର୍ଯ୍ୟ ପରେ ଉପାନ୍ତ ରାୟଗଡ ଜିଲାରୁ ଶୁଭେଚ୍ଛାର ସୁଅ ଛୁଟିଛି ।‌ ଏହି ସଫଳତା ବାପା ମାଁ ଓ ନିଜ ପରିବାର ଏବଂ ସର୍ବାଗ୍ରେ ଭଗବାନଙ୍କ ଆଶିର୍ବାଦରୁ ପାଇପାରିଥିବା ଆଲୋଚନା ବେଳ ସେ ପ୍ରକାଶ କରିଛନ୍ତି।