ଗୁଣପୁର ଡାକ୍ତରଖାନାରେ ପୁଣି ଡାକ୍ତର ମରୁଡି; ବ୍ୟାହତ ହବ ରୋଗୀ ସେବା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନୂଆକରି ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଚାରିଜଣ ଅଭିଜ୍ଞ ଡାକ୍ତର ଦୁଇମାସ ଡ୍ଯୁଟି କରିବା ପରେ ଏବେ ବିଭିନ୍ନ କାରଣ ପାଇଁ ଅନ୍ଯତ୍ର ବଦଳି କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ବଦଳରେ ଏଠି ନୂଆ ଡାକ୍ତର କାହାକୁ ନିଯୁକ୍ତି ମଧ୍ୟ ଦିଆଯାଇ ନାହିଁ। ଫଳରେ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ପୁଣି ପୁର୍ବ ଅବସ୍ଥା ଦେଖାଦେବା ସହ ଡାକ୍ତର ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଯାହା ଫଳରେ କି ସବୁବେଳେ ରୋଗିଙ୍କ ଭିଡ ଲାଗି ରହୁଥିବା ଏହି ଡାକ୍ତରଖାନାରେ ରୋଗୀସେବା ବ୍ଯାହାତ ହବା ର ସମ୍ଭବନା ତିଆରି ହେଲାଣି। ଦୈନନ୍ଦିନ ଏଠି ୧୫୦ ରୁ ୨୦୦ ରୋଗି ଆଉଟ୍ ଡୋରରେ ଚିକିତ୍ସିତ ହୁଅନ୍ତି । ସେଥିରୁ କେବଳ ସ୍ତ୍ରୀ ରୋଗ ବିଭାଗରେ ୨୦ ରୁ ୩୦ ରୋଗି । ମାସକୁ ୩୦୦ ଟି ଅଲଟ୍ରାସାଉଣ୍ଡ୍ ହେଉଛି। ପାଖାପାଖି ୨୦୦ ଟି ପ୍ରଶବ ସାଙ୍ଗକୁ ୫୦ଟି ଅସ୍ତ୍ରୋପଚାର ରେ ପ୍ରସବ ହେଉଛି। ପାଥୋଲୋଜି ଲେବ୍, ଏକ୍ସରେ, ରକ୍ତ ଭଣ୍ଡାର ଯେଉଁଠି ଦେଖିଲେ ଦିନ ତମାମ ରୋଗିଙ୍କ ଭିଡ ଦେଖାଦିଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ରେ ସବୁବେଳେ ଡାକ୍ତର ଅଭାବ ସମସ୍ଯା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନି। ନୂଆ ଡାକ୍ତର ନିଯୁକ୍ତି ହେଲେ ଏହାର ଶ୍ରେୟ ନବାକୁ ରାଜନୈତିକ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଛି ହେଲେ ସ୍ଥାୟୀ ସମାଧାନ ର ବାଟ ବାହାର କରିବାକୁ କେହି ଆଗକୁ ଆସୁ ନାହାନ୍ତି । ଏକ ପ୍ରକାର ଭଗବାନ୍ ଭରସାରେ ଚାଲିଛି ଏତେବଡ ଡାକ୍ତରଖାନା। ଚାରିଜଣ ଡାକ୍ତରଙ୍କ ବଦଳି ପରେ ଏବେ ପରିସ୍ଥିତି ଏମିତି ହେଲାଣି ଯେ ଏବେ ବଳକା ଥିବା ଡାକ୍ତର ମାନେ ମଧ୍ୟ ଅଧିକ କାର୍ଯ୍ଯଭାର ସମ୍ଭାଳି ନପାରି ବାହାରକୁ ଯିବାକୁ ଗୋଡ କାଢିଲେଣି। ଫଳରେ ଆଉ ମାସକ ମଧ୍ୟରେ ଏହି ଡାକ୍ତରଖାନା ରେ ହାତ ଗଣତି ଜଣେ କି ଦୁଇଜଣ ଡାକ୍ତର ହିଁ ବଳିବେ ବୋଲି ଆଲୋଚନା ଆରମ୍ଭ ହେଲାଣି । ଦୈନନ୍ଦିନ ଏଠି ରୋଗିଙ୍କ ସଂଖ୍ୟା ଯୌଭଳି ବଢି ଚାଲିଛି ସେହି ତୁଳନାରେ ଡାକ୍ତର ଦିଆ ଯାଉନି। ଜଣେ ଡାକ୍ତରଙ୍କୁ ମାସରେ ୮ଥର ନାଇଟ୍ ଡ୍ଯୁଟି କରିବାକୁ ପଡୁଥିବା ବେଳେ ଏହାବାଦ୍ ଦିନର ଡ୍ଯୁଟି, ଆଉଟ୍ ଡୋର ଡ୍ଯୁଟି, ବିଭିନ୍ନ ଓ୍ବାର୍ଡ ରେ ରାଉଣ୍ଡ ଭଳି ଅନ୍ଯାନ୍ଯ କାର୍ଯ୍ଯ ମଧ୍ୟ କରିବାକୁ ପଡୁଛି। ଏହି ଉପଖଣ୍ଡ ଡାକ୍ତରଖାନାରେ ସର୍ବମୋଟ ୧୮ ଟି ଡାକ୍ତର ପଦବି ରହିଛି। ହେଲେ ସେଥି ମଧ୍ୟରୁ ସ୍ଥାୟୀ ଓ ଡେପୁଟେସନ ମିସାଇ ମୋଟ ୧୧ଜଣ ଡାକ୍ତର ହିଁ ଏଠି ଅଛନ୍ତି ଏବେ । ଏଠି ପାଞ୍ଚଜଣ ଏଲଟି.ଆର.ଏମ.ଓ ପୋଷ୍ଟ ରହିଛି। ଯୌଥିରେ ଜୁନିଅର କ୍ଲାସ ୧ ଡାକ୍ତର ମାନେ ନିଯୁକ୍ତି ହୋଇଥାନ୍ତି। ୧୦ଟି ସିନିୟର ମେଡିକାଲ ଅଫିସର ପଦବୀ ରହିଛି। ଜୁନିଅର ଡାକ୍ତର ପଦବି ଦୁଇଟି ରହିଛି ଓ ଗୋଟିଏ ମେଡିକାଲ ସୁପରିଟେଣ୍ଡେଣ୍ଟ ପଦବି ରହିଛି। ଏହା ବାବଦରେ ଏଠି ଜଣେ ମେଡିକାଲ ସୁପରିଟେଣ୍ଡେଣ୍ଟ ଙ୍କ ସମେତ ମାତ୍ର ୧୦ ଜଣ ଡାକ୍ତର ଅଛନ୍ତି। ଯେଉଁ ମାନଙ୍କ ମଧ୍ୟରୁ ଅନେକ ଚାପଗ୍ରସ୍ତ ହୋଇ ଏହି ମାସ ଶେଷସୁଦ୍ଧା ଗୁଣପୁର ଛାଡୁଥିବା ସୂଚନା ଆସି ପହଞ୍ଚିଛି। ଏବେ ନୂଆକରି ନିଯୁକ୍ତି ପାଇଥିବା ଭେଷଜ ବିଶେଷଜ୍ଞ ଡଃ. ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ନିସ୍ତେଜକ ବିଶେଷଜ୍ଞ ଡଃ ସିଓ୍ବାଙ୍ଗି ମାହୋତୋ ଓ ଅଶ୍ତିସଲ୍ଯ ବିଶେଷଜ୍ଞ ଡଃ. ଅଭିଶେଖ ମିଶ୍ରଙ୍କୁ ଅଧିକ ଅଧ୍ୟୟନ ପାଇଁ ବ୍ରହ୍ମପୁର ଏମକେସିଜି କୁ ବଦଳି ହୋଇଥିବା ବେଳେ ଅସ୍ତ୍ରୋପଚାର ବିଶେଷଜ୍ଞ ଡଃ. ସମରେନ୍ଦ୍ର ଶତପଥିଙ୍କୁ ବୁର୍ଲା ବଦଳି ହୋଇଛି। ଏହାପରେ ସର୍ଜରୀ ପାଇଁ ଥିବା ଆଉଜଣେ ବିଶେଷଜ୍ଞ ଜଣଙ୍କ ଡଃ ରମେଶ ସାହୁ ମେଡିକାଲ ସୁପରିଟେଣ୍ଡେଣ୍ଟ ଦାୟିତ୍ବ ରେ ଅଛନ୍ତି ଏଣୁ ତାଙ୍କ ପକ୍ଷରେ ରୋଗି ଚିକିତ୍ସା ସମ୍ଭବ ହେଉନଥିଲେ ମଧ୍ୟ ଆଉଟ୍ ଡୋର୍ ରେ ରୋଗିଭିଡ ଓ ଡାକ୍ତର ଅଭାବକୁ ଦେଖି ସେ ଅନେକ ସମୟରେ ଆଉଟ୍ ଡୋର୍ ରେ ବସି ରୋଗି ଚିକିତ୍ସା କରୁଥିବା ଦେଖାଯାଏ। ଏହାପରେ ସ୍ତ୍ରୀରୋଗ ର ଦୁଇ ବିଶେଷଜ୍ଞ ଡଃ. ସନ୍ଦିପ ସ୍ବାଇଁ, ଡଃ. ପ୍ରଦିପ କୁମାର ପଣ୍ଡାଙ୍କ ସମେତ ଆଉ ୬ଜଣ ଡାକ୍ତର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଏମବିବିଏସ ଡାକ୍ତରଙ୍କ ବାହାଘର ପାଇଁ ସେ ଅତିଶିଘ୍ର ଚାଲିଯାଉ ଥିବା ବେଳେ ଦୁଇଦିନ ତଳେ ନିଯୁକ୍ତି ପାଇଥିବା ଆଉଜଣେ ଡାକ୍ତର ମଧ୍ୟ ଏଠାରୁ ଅନ୍ଯତ୍ର ଚାଲିଯିବେ ବୋଲି ସୂଚନା ପହଞ୍ଚିଛି। ଯାହା ଫଳରେ ଅତିଶିଘ୍ର ହାତ ଗଣତି ଡାକ୍ତରଙ୍କୁ ନେଇ ଏହି ଡାକ୍ତରଖାନା ଚାଲିବ। ଦୈନନ୍ଦିନ ଶତାଧିକ ରୋଗୀ ଚିକିତ୍ସା ହେଉଥିବା ସ୍ଥାନରେ ଏଭଳି ଡାକ୍ତର ମରୁଡି ଦେଖାଦେଇ ଥିବା ବେଳେ ଷ୍ଟାଫନର୍ସ ୧୩ଟି, ଏକ୍ସରେ ଟେକ୍ନିସିଆନ ଗୋଟିଏ, ଲେବ୍ ଟେକ୍ନିସିଆନ୍ ୨ଜଣ ଖାଲି ଅଛନ୍ତି। ସେମାନଙ୍କ ଭିତରେ ହିଁ ନାଇଟ୍ ଡ୍ଯୁଟି, ଡେ ଡ୍ଯୁଟି, ଲେବର ରୁମ୍ ଡ୍ଯୁଟି, ଓ୍ବାର୍ଡ ଡ୍ଯୁଟି, ଓଟି ଡ୍ଯୁଟି ସବୁ ବଣ୍ଟା ଯାଉଛି। ମାନେ ରାତି ଓ ଦିନକୁ ଦୁଇଭାଗ କଲେ ସବୁ ସମୟରେ ମାତ୍ର ୮ଜଣ ଷ୍ଟାଫନର୍ସ ଦ୍ବାରା ଏଠିକା ଚିକିତ୍ସା ବ୍ଯବସ୍ଥା ଚାଲିଛି । ଅନେକ ସମୟରେ ଡାକ୍ତର କେହି ନଥିବେ, ଷ୍ଟାଫନର୍ସ ଅନ୍ଯ ରୋଗିଙ୍କ ନିକଟରେ ଥିବେ ଏପଟେ ରୋଗିର ଛଟପଟ ଅବସ୍ଥାରେ ତାଙ୍କ ସହିତ ଥିବା ଲୋକର ଆକୁଳ ମିନତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଟିକେ ଇଞ୍ଜେକସନ୍ ଟିଏ ଦବାପାଇଁ କିମ୍ବା ବିପି ଦେଖିବାକୁ ହେଉକି, ସାଲାଇନ୍ ପାଇପ୍ ବାହାର କରିବାକୁ ଲୋକେ ଧାଁ ଦୌଡ ହେଉଥିଲେ ମଧ୍ୟ କେହି ନଥିବେ। ପ୍ରଶବ ପାଇଁ ଜନ୍ତ୍ରଣା ରେ ଛଟପଟ ହେଉଥିଲେ ମଧ୍ୟ ଦାୟିତ୍ବ ରେ ଥିବା ଜଣେ ଡାକ୍ତର ଅନ୍ଯ ରୋଗିଙ୍କ ପ୍ରଶବରେ ବ୍ଯସ୍ତଥିଲେ ଆଉକିଛି ଉପାୟ ନାହିଁ। ସେମିତି ପଡିଥିବା କଥା। ଏତେ ସଙ୍ଗିନ ଅବସ୍ଥା ସତ୍ବେ ଏଠିର ଅବସ୍ଥା ପ୍ରତି କୌଣସି ଲୋକ ପ୍ରତିନିଧି, ନେତା, ଅଫିସର କେହି ମଧ୍ୟ ମୁଣ୍ଡ ଖେଳାଉ ନାହାନ୍ତି। ଏଣୁ ଏଭଳି ଏକ ସଙ୍ଗିନ ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ନଜର ଦବାକୁ ଦାବି ହେଉଛି।

ଗୁଣପୁର ପ୍ରିମିୟର ଲିଗ୍ ଉଦଘାଟିତ ; ୬୭ ରନ୍ ରେ ସନ୍ ସାଇନ୍ ବିଜୟୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ମିନି ଷ୍ଟାଡିୟମରେ ଗୁଣପୁର ପ୍ରିମିୟର୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ୍ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆଜି ମୁଖ୍ଯ ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ ଯୋଗ ଦେଇଥିବା ବେଳେ
ଉଦଘାଟକ ଭାବେ ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଯୋଗଦେଇ ଖେଳାଳି ମାନଙ୍କୁ ଶୃଙ୍ଖଳାର ସହ ଖେଳିବାକୁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଝିଲି ଶବର, ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ଆଇଆଇସି ଉତ୍ତମ ସାହୁ, ବିଜେପି ନେତା ଓ୍ବାଇ. ଗଣପତି, ବିଜେଡି ନେତା ଏ. ବାବା ପ୍ରଶାଦ, ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ସ୍ଥାନୀୟ କାଉନସିଲର ଚେପାଲି ସରଷ୍ପତି ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। କ୍ରିଡା ପ୍ରେମି କାଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ମ୍ଯାଚ୍ ରେ ସନ୍ ସାଇନ୍ ସୁପର୍ କିଙ୍ଗ୍ସ ଓ ଜେଜେ ଷ୍ଟାଇଗରସ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ଯାଚ୍ ରେ ଜେଜେ ଷ୍ଟାଇଗରସ୍ ଦଳର ଖେଳାଳି ମାନେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିବା ବେଳେ ସନ୍ ସାଇନ୍ ଦଳ ୨୦ ଓଭରରେ ୧୬୪ ରନ୍ ସଂଗ୍ରହ କରି ୪ଟି ଓ୍ବିକେଟ ହରାଇଥିଲେ ମଧ୍ୟ ଦଳକୁ ମଜଭୁତ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲେ ।

ଏହି ଦଳର ଆରସାଦ୍ କିରଣ ୩୦ ରନ୍ କରିଥିବା ବେଳେ ରବି ସାଙ୍ଗାର ୩୧ ରନ୍ ସଂଗ୍ରହକରି ଥିଲେ। ଜେଜେ ଷ୍ଟାଇଗରସ୍ ଦଳ ଆଜି ଟସ୍ ଜିତି ପ୍ରଥମେ ବଲିଂ ନିଷ୍ପତ୍ତି ନେଇଥିଲେ । ଏହି ଦଳ ପକ୍ଷରୁ ସାଇଲ୍ ଖାନ୍ ୪ ଓଭର ରେ ୪୧ ରନରେ ଦୁଇଟି ଓ୍ବିକେଟ୍ ନେଇଥିବା ବେଳେ ବିଶ୍ବ ଲିମା ୩ ଓଭର ୧୦ ରନ୍ ରେ ଗୋଟିଏ ଓ୍ବିକେଟ୍ ନେଇଥିଲେ। ଦ୍ବିତୀୟ ଇନିସ୍ ରେ ଜେଜେ ଷ୍ଟାଇଗରସ୍ ୯୭ ରନ୍ ରେ ଅଲ୍ ଆଉଟ୍ ହୋଇ ଯାଇଥିଲେ। । ସନ୍ ସାଇନ୍ ର ରବି କିଶୋର ୩ ଓଭର ୫ଟି ବଲ୍ ରେ ୨୭ ରନ୍ ରେ ୩ଟି ଓ୍ବିକେଟ୍ ନେଇଥିବା ବେଳେ ଶିବ ହରିଜନ ୪ ଓଭର ରେ ୧୮ ରନ୍ ରେ ୨ଟି ଓ୍ବିକେଟ୍ ନେଇଥିଲେ। ଫଳରେ ୬୭ ରନ୍ ରେ ସନ୍ ସାଇନ୍ ବିଜୟ ହାସଲ କରିଥିଲେ । ଆଜିର ମେନ୍ ଅଫ୍ ଦି ମ୍ଯାଚ ରବି ସାଙ୍ଗରା ପାଇଥିଲେ। ଆଜିର ମ୍ୟାଚ ରେ ସାରଦା ପ୍ରସନ୍ନ ମହାପାତ୍ର ଓ ସପନ ଦାସ ଅମ୍ପାୟାର ଦାୟିତ୍ୱ ତୁଲାଇ ଥିଲେ। ସେହିପରି ସୁନିଲ ମହାଙ୍କୁଡ ଓ ହରୀ ଗମାଙ୍ଗ ସ୍କୋରର ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ର ପରିଚାଳନା ଦାୟିତ୍ବରେ କିରଣ ପାଣିଗ୍ରାହୀ, ଅଂଶୁମାନ ପଟ୍ଟନାୟକ, ସନ୍ଦିପ ପାଣିଗ୍ରାହୀ, ଚିନ୍ମୟ ରାଇକା, ରାଜ କିଶୋର ଗୌଡ, ଉମା ବାଉରୀ, ସରୋଜ ମିଶ୍ର, ଶଙ୍କର ବାଉରୀ, ବଳିଆ ମହାନ୍ତି, ତେନାଲି ରାଜା, ଏ. ଉପେନ୍ଦ୍ର ପ୍ରମୁଖ ରହିଥିଲେ।

ବେଦାନ୍ତ ଆଶ୍ରମର ପ୍ରତିଷ୍ଠା ଦିବସରେ ରାଜନୈତିକ ଗୋଷ୍ଠୀଙ୍କ ଛକାପଞ୍ଝା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ବିକ୍ରମପୁର ନିକଟରେ ଥିବା ଅଦ୍ଵୈତ ବେଦାନ୍ତ ଆଶ୍ରମର ୩୫ ତମ ପ୍ରତିଷ୍ଠା ଦିବସ ଆଜି ପାଳନ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ଦୁଇ ରାଜନୈତିକ ଗୋଷ୍ଠୀ ର ଛକାପଞ୍ଝା ରାଜନୀତି ମୁଖ୍ଯ ଆଲୋଚ୍ଯର ବିଷୟ ପାଲଟିଥିଲା। ପରଷ୍ପର ବିରୋଧି ଭାବେ ବେସ୍ ଜଣାଶୁଣା ବିଜେଡି ନେତା ସୁଧିର ଦାସ ଓ ଗୁଣପୁର ପୌର ଉପାଧ୍ୟକ୍ଷା ଶିବ ପ୍ରଶାଦ ଗୌଡ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଣେ ଥିବା ସ୍ଥାନରେ ଅନ୍ଯ ଜଣଙ୍କର ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ଖୋରାକ ଯୋଗେଇ ଥିଲ। ଆଜି ଆଶ୍ରମ ପରିଶରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଅନୁସୟା ମାଝୀ, ନଗର ସଭାପତି ରାମ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହା ପରେ ଦ୍ବିତୀୟ ପର୍ଯ୍ଯାୟ ରେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମହା ଲକ୍ଷ୍ମୀ ମନ୍ଦିରରୁ ଆଜ୍ଞା ମାଳ ଧରି ଏକ ଶୋଭାଯାତ୍ରା ବାହାରି ଥିଲା। ଏହି କାର୍ଯ୍ୟକ୍ରମ ରେ ମହେନ୍ଦ୍ର ଗିରି ଶୈବ ପୀଠର ମୁଖ୍ୟ ଲକ୍ଷ୍ମି ବାବା, ଦେବଗିରି ଶୈବ ପୀଠ ର ମୁଖ୍ୟ କ୍ରାନ୍ତି ବାବା, ଅଦ୍ଵୈତ ବେଦାନ୍ତ ଆଶ୍ରମର ମୁଖ୍ୟ ବାବା ବିଦ୍ୟାନନ୍ଦ ସାଗର ମହାରାଜ, ନଳିନୀ ମହାନ୍ତି ଓ ତ୍ରିପତି ମହାନ୍ତି ଯୋଗ ଦେଇ ପୂଜାର୍ଚନା କରିବା ପରେ ଆଜ୍ଞା ମାଳ ବାହାରିଥିଲା। ଏହି ଆଜ୍ଞା ମାଳ ସହ କଳଶକୁ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୋଡ଼ ଧରି ଧାର୍ମିକ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏଠାରେ ସୁଧିର ଗୋଷ୍ଠୀର କାହାର ଦେଖା ମିଳି ନଥିବା ବେଳେ ଆଶ୍ରମ ପରିଶରରେ ଗୌଡ ଗୋଷ୍ଠୀ ର କେହି ନଥିବାର ଦେଖା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଗଣେଶ ମାଳି, ରାମ ପାଠି, ଦେବୀ ବାଉରି, ଏସ. ବାବା ପ୍ରଶାଦ, ଶିବ ପାଢି, ନରସିଂହ ମାନନ୍ତି, କାହ୍ନୁ ପାଢି, କାଳିଆ ପାଢି ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମଟି ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ନିକଟରେ ସମ୍ପନ୍ନ ହୋଇଥିଲା। ଏହି କାର୍ତିକ ମାସ ତମାମ ବେଦାନ୍ତ ଆଶ୍ରମ ପରିସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଙ୍ଗନା ବାଡ଼ି କେନ୍ଦ୍ରର ଛାତ ଆଠ ବର୍ଷ ପଡ଼ି ପାରୁନି;ଟଙ୍କା ଚଳୁ କରିଦେଇ ଛନ୍ତି ଅଧିକାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- କେନ୍ଦ୍ର ଓ ରାଜ୍ୟ ସରକାର ଅଭିବକ୍ତ କୋରାପୁଟ ଜିଲ୍ଲାର ବଣ ଜଙ୍ଗଲ ଘେରା ଜଙ୍ଗଲ ଭିତରେ ରହୁଥିବା ନିରୀହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର କମଳ ମୋତି ଶିଶୁ ମାନଙ୍କ ବିକାଶ ର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କୋଣ ଅନୁକୋଣରେ କୋଠା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଅନୁମୋଦନ କରାଯାଇ ନିର୍ମାଣ କରିବା ସହ ପୃଷ୍ଟିକର ଖାଦ୍ୟର ବ୍ୟବସ୍ଥା କରି ଶିଶୁ ମାନଙ୍କ ଶାରୀରିକ ମାନସିକ ବିକାଶ କରିବା ପାଇଁ ବିଭିନ୍ନ ପ୍ରକାର ର ଯୋଜନା ପ୍ରସ୍ତୁତ କରିଛନ୍ତି।କିନ୍ତୁ ଏହାର ଖୋଲା ଖଲି ଉଲଂଘନ କରାଯାଇଥିବା ନେଇ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଗୋଠଲ ପଦର ଗ୍ରାମ ପଞ୍ଚାୟତ ର କାକିତରା ଗ୍ରାମରେ ୫୫ ଗୋଟି ପରିବାର ରହୁଥିବା ବେଳେ ୨୨୦ ଜଣ ଜନ ସଂଖ୍ୟା ବସବାସ କରୁଛନ୍ତି ।ଗ୍ରାମରେ ଗୋଟିଏ ଅଙ୍ଗନ ବାଡ଼ି କେନ୍ଦ୍ର ଥିବା ବେଳେ ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାର ୨୦୧୬ ମସିହାରେ ଅନୁଦାନ ପ୍ରଦାନ କରିଥିଲେ ।କିନ୍ତୁ ଦୀର୍ଘ ୮ ବର୍ଷ ହେବ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ପାରୁନାହିଁ ।ଉକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗିରିଜା ଶଙ୍କର ପତି ନିଜ ଦାୟିତ୍ୱ ରେ ରଖି ସମ୍ପାଦନା କରିବା କଥା । କୋମଳ ମୋତି ଶିଶୁ ମାନଙ୍କ କଥା ଚିନ୍ତା ନ କରି ଅଧା ପାନ୍ତରିଆ କାମ କରି ଯେଇ ଜଣଙ୍କ ବଦଳି ହୋଇ କୋଲନରା ବ୍ଲକ କୁ ଚାଲି ଗଲେ । ଏହି ଭଳି ମାନସିକ ଥିବା ଯନ୍ତ୍ରୀ କେଉଁ ଭଳି କାର୍ଯ୍ୟ କରୁଥିବେ ଏଥିରୁ ଅନୁମେୟ ।ଏହି ଅଙ୍ଗନ ବାଡ଼ି କୋଠା ନିର୍ମାଣ ବେଳେ ନା କୌଣସି ଫଳକ ଅଛି ନା କୌଣସି କେସରେକଡ଼ କାଗଜ ଅଛି ।ଏହି କୋଠା ନିର୍ମାଣ ପାଇଁ କେତେ ଟଙ୍କା ଅନୁଦାନ ଅନିମୋଦନ ହୋଇଥିଲା ତାହା ଆମେ ଜାଣି ପାରିନାହୁଁ ବୋଲି ଗ୍ରାମବାସୀ କହିଛନ୍ତି । ଅଙ୍ଗନ ବାଡ଼ି କେନ୍ଦ୍ର ନ ଥିବା ଯୋଗୁଁ ଗ୍ରାମର ଗର୍ବବତୀ ମହିଳା ଠାରୁ କୋମଳ ମୋତି ଶିଶୁ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଥିବା କହିଛନ୍ତି ।କୌଣସି ସ୍ୱାସ୍ଥ୍ୟ ଗତ ପରୀକ୍ଷା କିମ୍ୱା ଇମୁନାଇ ଯେସନ ଓ ହେଲଥ ଡେ ଥିଲେ ପାଖ ଗ୍ରାମ ଲମିଙ୍ଗ କୁ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ରେ ଯିବାକୁ ପଡୁଛି । କୁନି କୁନି ପିଲା ମାନକୁ ଧରି ଯିବା ମରଣ କୁ ଡାକି ଆଣିବା ସହ ସମାନ କୁ ଜଙ୍ଗଲୀ ଜନ୍ତୁ ମାନଙ୍କ ଭଲ ଥିବା ବେଳେ ମଧ୍ୟ ଜୀବନ କୁ ପାଣି ଛଡେଇ ଯାଉଥିବା ମହିଳା ମାନେ କହିଛନ୍ତି । ଏହି ଅଙ୍ଗନ ବାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୂର୍ବତନ ବିଡ଼ିଓ,ବର୍ତ୍ତମାନ ପି ଏ ଆଇ ଟି ଡି ଏ ଶାନ୍ତି ପ୍ରଭା ପ୍ରଧାନ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ପାଇପାରିନ ଥିଲେ ।ଏହି ଅଙ୍ଗନ ବାଡ଼ି କେନ୍ଦ୍ର ର ଛାତ କେବେ ପଡିବ ଓ କଣ ପାଇଁ ୮ ବର୍ଷ ହେଲା କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ ତାହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି କାକିତରା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।