ମହାମନ୍ତ୍ର ରେ କମ୍ପୁଛି ଜଗନ୍ନାଥ ମନ୍ଦିର ପରିସର;ଅନ୍ନଜଜ୍ଞରେ ଦିନକୁ ଖାଉଛନ୍ତି ୧୦ ହଜାର ଭକ୍ତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଚାଲିଥିବା ୨୪ ପ୍ରହର ନାମଜଜ୍ଞ ରେ ଫାଟୁଛି ଜଗନ୍ନାଥ ମନ୍ଦିର ପରିସର। ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପୁର, ଗାଦିଆଖଳା, ଖାରଡା, ଅମଡିଙ୍ଗ୍, ପାଲସିଂ, ଗୁଡାରି, ମୁନିଗୁଡା, ବିଷମକଟକ ଇତ୍ଯାଦି ଅଞ୍ଚଳରୁ ପ୍ରତେକ ଦିନ ବହୁ ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଉଥିବା ବେଳେ ହଜାର ହାଜର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ ଜମୁଛି। ଏହି ୨୪ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ରେ ୨୪ ଘଣ୍ଟିଆ ଅନ୍ନଜଜ୍ଞ ମଧ୍ୟ ଚାଲିଛି। ଏହି କାର୍ଯ୍ୟକ୍ରମରେ ପ୍ରତେକ ଦିନ ୧୦ ହଜାର ଭକ୍ତଙ୍କ ସାମୁହିକ ପ୍ରଶାଦ ସେବନ ମଧ୍ୟ ହେଉଛି। ଆଜି ଏକାଦଶୀ ପାଇଁ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ଅନୁଭୂତ ହୋଇଥିଲା। ଆଜି ଏହି ଜଜ୍ଞରେ ଅତିଥି ଭାବେ ଜିଆଇଇଟି ଉପ ସଭାପତି ଡଃ ଚନ୍ଦଧ୍ବଜ ପଣ୍ଡା, ପୌର ଉପାଧ୍ୟକ୍ଷ ଅଶ୍ବନୀ ଗମାଙ୍ଗ, ଡଃ ଜଗଦୀଶ ପଣ୍ଡା, ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ଲାଡି ଦେବୀ, ଏସ ବାବା ପ୍ରଶାଦ, ବିଜେଡି ଯୁବ ସଭାପତି ରାମ ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ମନ୍ଦିର ପରିଚାଳନା କମିଟି ର ସଭାପତି ଡଃ ସତ୍ଯ ପ୍ରକାଶ ପଣ୍ଡା ଙ୍କ ପ୍ରତକ୍ଷ୍ଯ ତତ୍ବାବଧାନରେ ତିରୁପତି ମହାନ୍ତି, ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା, ତିରୁପତି ରଥ, ଉମା ଦାସ, ମିଲି ପାଢି, ସୋମନାଥ ମହାନ୍ତି, ଇନ୍ଦ୍ରାଣୀ ଦାସ, ରବି ପଣ୍ଡା, ଫକିର ନାୟକ, ଜିତୁ ନାୟକ, ସନ୍ତୋଷ ପଣ୍ଡା, ତେନାଲି ରାଜା, ଲିଟୁ ଦୋରା, ଟୁଟୁ କାର୍ଜି ପ୍ରମୁଖଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଶତାୟୁ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)-ସ୍ଥାନୀୟ ସରକାରୀ ଶତାୟୁ ହାଇସ୍କୁଲ ପରିସରରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୌରପରିଷଦ ର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର ଉଦ୍ଘାଟନ କରିଥିଲେ । ବିଚାରକ ଭାବେ ପଦ୍ମପୁର ଆଜି କଲେଜ ର ରସାୟନ ବିଜ୍ଞାନ ର ଅଧ୍ୟାପକ ରମେଶ ପଣ୍ଡା ଓ ରଶ୍ମିତା ସ୍ୱାଇଁ ଯୋଗ ଦେଇଥିଲେ। ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ଗୁଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ସିଂ ,ସ୍ଥାନୀୟ ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମାନନ୍ଦ ବରିହା, ଏବିଇଓ ସବିତା ଶବର, ବିଆଇସିସି ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳାରେ ଗୁଣପୁର ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୭୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା ।

ଏଥିରେ କୃଷି ଭିତ୍ତିକ ପ୍ରକଳ୍ପ , ସ୍ବାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ , ପରିବେଶ ଭିତ୍ତିକ ପ୍ରକଳ୍ପ , ଗମନା ଗମନ ଭିତ୍ତିକ ଓ ଅନ୍ୟାନ୍ୟ କିଛି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥି ମଧ୍ୟରୁ ଉତ୍ତମ ବିବେଚିତ ହୋଇଥିବା ୫ ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି । ଏଥିରେ ଗୁଣପୁର ବ୍ଲକର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଶତାୟୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ କରିଥିଲେ ଓ ସିଆରସିସି ସଂଜିବ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଗୀତା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଶିବଙ୍କୁ ଲାଗିହେଲା କୋଟିଏ ଫୁଲ,ଆନ୍ଧ୍ରରୁ ଆସିଲା ଫୁଲ;ବାଘୁଆ ଦେଉଳରେ ଏକ ହଜାର ମହିଳାଙ୍କ ସମାବେଶ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ଉମା ରାମ ଲିଙ୍ଗେଶ୍ବର ବାଘୁଆ ଦେଉଳରେ ଏକାଦଶୀ ଅବସରରେ ଶିବଙ୍କୁ କୋଟିଏ ଫୁଲଲାଗି ହୋଇଛି। ଏକ ହଜାରରୁ ଉର୍ଦ୍ଧ ମହିଳା ସମାବେଶ ହୋଇ ଏହି ଏକ କୋଟି ଫୁଲ ଲାଗି କରିଥିଲେ। ତିରୁପତି ବାଲାଜୀ ଦେବସ୍ଥାନ ପରେ ଗୁଣପୁରରେ ହିଁ ଏଭଳି ଏକକୋଟି ଫୁଲଲାଗି କରିବାର ସୋଭାଗ୍ଯ ଶ୍ରଦ୍ଧାଳୁଙ୍କୁ ମିଳିଛି ବୋଲି ବାଘୁଆ ଦେଉଳର ମୁଖ୍ଯ ପୂଜକ ନିରଞ୍ଜନ ପ୍ରଧାନୀ କହିଛନ୍ତି। ମତିଲାଲନଗର ସ୍ଥିତ ଜଣେ ଭକ୍ତ ଜାମି ରାଜୁଙ୍କ ପ୍ରତ୍ୟକ୍ଷ ସହାୟତାରେ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ଆଜି ପ୍ରଥମେ ବ୍ରହ୍ମା ଗୁପ୍ତେଶ୍ବର ରଥସର୍ମା ପୂଜାର୍ଚ୍ଚନା କରିବା ପରେ ମୁଖ୍ଯ ଅତିଥି ଭାବେ ତହସିଲଦାର ଲିଳାବତୀ ଆଚାର୍ଯୀ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରିଥିଲେ।

ଏହାପରେ ଆରମ୍ଭ ହୋଇଥିଲା କୋଟିଏ ଫୁଲଲାଗି କାର୍ଯ୍ଯକ୍ରମ। ମନ୍ଦିର ପରିସର ଠାରୁ ଆରମ୍ଭ କରି ନିକଟସ୍ଥ ବିଜୁ କଲ୍ଯାଣମଣ୍ଡପ ଚାରିପାଖେ ମହିଳା ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ସହରରେ ପ୍ରଥମ କରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ଯକ୍ରମ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହି ପୂଜାରେ ଆଜି ପୌରାଧ୍ୟକ୍ଷା ମମତା ଗୌଡ ଭାଗ ନେଇଥିବା ବେଳେ ପୂଜକ ସିଦ୍ଧୁ ଶାସ୍ତ୍ରୀ, ଶିବ ପ୍ରଶାଦ ପ୍ରଧାନୀ, ସୁରେଶ ପ୍ରଧାନୀ, ନାରାୟଣ ମହାପାତ୍ର, ରବିନ୍ଦ୍ର ମହାପାତ୍ରଙ୍କ ସମେତ ଭକ୍ତ ସୁବୁଦ୍ଧି ସ୍ବେତା, ତାଙ୍ଗୁଡୁ ଲକ୍ଷ୍ମୀ, ଚିନ୍ନାରୀ ସୁଦ୍ଧା, ସୁପ୍ରିୟା ପାତ୍ର, ଜାମି କ୍ରିଷ୍ନା କୁମାରୀ, ଲାଗି ସିରିସା ପ୍ରମୁଖଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା କମିଟିର ସଦଶ୍ଯ ମାନେ ଉପସ୍ଥିତ ଥିଲେ।

ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଏସ. ଏଲ. ଏନ. ଏମ ହାଇସ୍କୁଲ ଠାରେ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଫାଉଣ୍ଡେସନ ତଥା ୧୯୯୫ ମ୍ଯାଟ୍ରିକ ବ୍ଯାଚ୍ ପକ୍ଷରୁ ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଏସ. ଏଲ. ଏନ. ଏମ ହାଇସ୍କୁଲ ପରିସରରେ ଥିବା ଶହୀଦ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିତ୍ଯାନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ଶହୀଦ ଙ୍କ ଅବଦାନ ଓ ତାଙ୍କ ସ୍ମୃତି ଚାରଣ କରିବା ସହ ଗୁଣପୁର ଫାଉଣ୍ଡେସନ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ଗୁଣପୁର ଫାଉଣ୍ଡେସନ ର ସମ୍ପାଦକ ରଂଜିତ ପାଢି, ଶିବ ପୂଜାରୀ, ରାଜେଶ ଆଡା, ଶ୍ରୀହରି ପ୍ରଶାଦ, କୈଳାସ ମହାନ୍ତି, ବିଦ୍ୟାଳୟ ର କର୍ମଚାରୀ ବଦ୍ରି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍.କୁମାର ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତିରୁପତି ରାଓ ପ୍ରମୁଖ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଗୋରିବନ୍ଧ ସମେତ ଅଲ୍ଲଡ଼ା , ଖଣ୍ଡଭା , ବୁଦୁରା ଓ ଶୀୟାଲି ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୫୮ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୨ ଗୋଟି , ଗ୍ରାମ ଭିତ୍ତିକ ସମସ୍ୟା- ୩୬ ଗୋଟି ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା , ଜମି ପଟ୍ଟା , ଜଳ ସେଚନ , ଗୃହ ନିର୍ମାଣ , ରାସନ୍ କାର୍ଡ , ମନରେଗା , ଶିକ୍ଷା , ମୋ ଘର ଯୋଜନା , ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଳା ସାୟାମା , କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳେଶ୍ୱର ତାଣ୍ଡି , ତହସିଲଦାର ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳିତ;ସମ୍ମାନିତ ହେଲେ ବିଭିନ୍ନ ସଫଳ ଚାଷୀ….!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ଗଜପତି ଯୋଗଦେଇଥିବା ବେଳେ ଶ୍ରୀ ହରିହର ସେଠ , ସହକାରୀ ନିବନ୍ଧକ ପାରଳାଖେମୁଣ୍ଡିଙ୍କ ଅଧକ୍ଷତରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରତୀକ ପଣ୍ଡା , ଜିଲ୍ଲା ଉନ୍ନୟନ ପ୍ରବନ୍ଧକ , ନାବାର୍ଡ ଗଜପତି, ଶ୍ରୀ ଭକ୍ତେଶ୍ୱର ମଲିକ , ସମ୍ପାଦକ , ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ବ୍ରହ୍ମପୁର ଓ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ , ଡେପୁଟୀ କଲେକ୍ଟର ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଏହି ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ରେ ସାଧାରଣ ଚାଷୀମାନଙ୍କ ପାଇଁ କଣ କଣ ଯୋଜନା ରହିଛି ସେହି ବିଷୟ ଉପରେ ଆଲୋଚନା ହୋଇଯାଇଛି। ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନେ କିପରି ବିନା ସୁଧ ତଥା କମ ସୁଧରେ ଋଣ ପାଇପାରିବେ ସେନେଇ ମଧ୍ୟ ଆଲୋଚନା କରାଯାଇ ଯାହା ଦ୍ୱାରା ଚାଷୀ ସ୍ୱାବଲମ୍ବୀ ହୋଇପାରିବେ। ଏହାଛଡ଼ା ଋଣ ନେଇ ସଠିକ ଜାଗାରେ ନିବେଶ କରିବା ସହ ଋଣ ଆଦାୟ ଉପରେ ଗୁରୁତ୍ୱ ଦେବା ସହ ଲୋକଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ଜିଲ୍ଲାର ସମସ୍ତ ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇ ସଚେତନତା କରାଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜିଲ୍ଳାର ସଫଳ ଚାଷୀ ଭାଇଭଉଣୀଙ୍କୁ ମଧ୍ୟ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ସମବାୟ କେନ୍ଦ୍ର ସମ୍ପାଦକ ଓ ସଭାପତି ପ୍ରମୁଖ ଉପସ୍ଥିତି ଥିବା ବେଳେ ବିଭିନ୍ନ ଗ୍ରାମ ପଞ୍ଚାୟତ କୃଷକ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ ପାଳିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)-  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଶ୍ରୀମତୀ ଲିସା ବେହେରା , ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର , ଅଧ୍ୟକ୍ଷ , ଆର.ଉଦୟଗିରି , ଶ୍ରୀମତୀ ବାଲା ସାୟାମା , ଅଧ୍ୟକ୍ଷା , କାଶୀନଗର , ଶ୍ରୀମତୀ ସୁନେମି ମଣ୍ଡଳ , ଅଧ୍ୟକ୍ଷା , ଗୁମ୍ମା , ଶ୍ରୀମତୀ ପୂର୍ଣ୍ଣବାସି ନାୟକ , ଅଧ୍ୟକ୍ଷା , ରାୟଗଡ଼, ଶ୍ରୀ ସଂଗ୍ରାମ ପରମଗୁରୁ , ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ବ୍ରହ୍ମପୁର , ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ , ଜଳ ଛାୟା ଗଜପତି , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗଜପତି ଓ ଡା.ଧର୍ମାନନ୍ଦ ମହାନ୍ତି , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାରେ ଅଧିକ ଜଳାଶୟ ଥିବାରୁ ମାଛ ଚାଷ କରିବା ପାଇଁ ବହୁତ ଉପଯୋଗୀ ରହିଛି। ମାଛ ଏକ ଲାଭ ଜନକ ଚାଷ ଏଥି ନିମନ୍ତେ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଏଣୁ ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନେ ଅଧିକରୁ ଅଧିକ ମାଛ ଚାଷ କରି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ମାଛ ଚାଷ କରି ଚାଷୀ ମାନେ କମ ଦିନ ମଧ୍ୟର ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଦିବସରେ ମାଛ ଚାଷ ଓ ଜାଆଁଳା ଉତ୍ପାଦନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଦତିରେ କିପରି ଚାଷ କରିପାରିବ ସେଥି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀମାନେ ଚାଷୀ ଭାଇ ଭଉଣୀମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ଜିଲ୍ଲାର ତିନି ଜଣ ସଫଳ ମାଛ ଚାଷୀଙ୍କୁ ବିଭାଗ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ନାରାୟଣ ମହାପାତ୍ର , ପାରଳା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ରମାକାନ୍ତ ରଣା , ଜିଲ୍ଲା କୃଷି ଅଧିକାରୀ ସମେତ ସମସ୍ତ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ , ଚାଷୀ , ଉଦ୍ୟୋଗୀ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି , ଅତିରିକ୍ତ ମତ୍ସ୍ୟ ଅଧିକାରୀ ରାୟଗଡ଼ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ସ୍ବର୍ଗତ ପ୍ରମୋଦ କୁମାର ପାଟ୍ଟଯୋଷୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଦେବୀ ମଠର ମହନ୍ତ ସନ୍ଥ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପରିଚାଳନା ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ନିର୍ମଳା ସେଠୀ , ପୌରାଧ୍ୟକ୍ଷା , ସମ୍ମାନିତ ଅତିଥି ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଅନୁଷ୍ଠାନର ସଭାପତି ଶ୍ରୀ ବସନ୍ତ ଦାଶ , କାର୍ଯ୍ୟକାରୀ ସଭାପତି ଶ୍ରୀ ତୀର୍ଥବାସୀ ପଣ୍ଡା , ଉପ ସଭାପତି ଶ୍ରୀ ପ୍ରଦୀପ ନାୟକ , ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରଘୁନାଥ ପାତ୍ର , ଅଧ୍ୟାପକ ଶ୍ରୀ ମାଧବ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ମହନ୍ତ ରାମାନନ୍ଦ ଦାସ ନିଜ ଆଶୀର୍ବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିରବଚ୍ଛିନ୍ନ ଓ ଆଗ୍ରହର ସହ ସଙ୍ଗୀତକୁ ଅଭ୍ୟାସ କରିବା ନିମନ୍ତେ ଉପଦେଶ ଦେବା ସହ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉପାନ୍ତ ଅଞ୍ଚଳରେ ଓଡିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର ଜାରି ରଖିଥିବାରୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଯୁବ ନାଟ୍ୟକାର ତଥା ସାମ୍ବାଦିକ ଶ୍ରୀ ଆଦର୍ଶ ଦାସ ଓ ପ୍ରଖ୍ୟାତ ମର୍ଦଳ ବାଦକ ଶ୍ରୀ ସୀତାକାନ୍ତ ଜେନା (ଭୂବନେଶ୍ୱର)ଙ୍କୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କର କୃତିତ୍ଵ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଗୁରୁ ଶ୍ରୀ ରଘୁନାଥ ପାତ୍ର , ଏମ୍. ମାଧବ ପାତ୍ର , ଆକାଂକ୍ଷା ପାଟ୍ଟୋଯୋଶୀ , ସ୍ପନ୍ଦନା ପଣ୍ଡା , ଅମୃତା ପୁରୋହିତ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଓଡିଶୀ , ଛାନ୍ଦ , ଚମ୍ପୁଓ ଭଜନ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସରୋଜ କୁମାର ପଣ୍ଡା , ଗିରୀଶ ଚନ୍ଦ୍ର ରଥ , ଗୋପାଳ କୃଷ୍ଣ ପଟ୍ଟନାୟକ , ବିଜୟ ପ୍ରଧାନ ଓ ସମସ୍ତ ଅଭିଭାବକମାନେ ପରିଚାଳନା କରିଥିଲେI ଶେଷରେ ରାଜେନ୍ଦ୍ର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗଜପତି ଜିଲ୍ଲା ପ୍ରଶାସନକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ଭ୍ୟାନ ପ୍ରଦାନ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ପ୍ରଶାସନକୁ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ଭ୍ୟାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଜି ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ନାୟକ ରକ୍ତ ସଂଗ୍ରହ ଭ୍ୟାନର କାଗଜ ପତ୍ର ସହିତ ସମସ୍ତ ଦସ୍ତାବିଜ୍ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହି ଭ୍ୟାନ୍ କୁ ଶୁଭ ଉଦଘାଟନ କରିଥିଲେ। ଏହି ରକ୍ତ ସଂଗ୍ରହ ଭ୍ୟାନ ମାଧ୍ୟମରେ ଜିଲ୍ଲାର ଇଛୁକ ଥିବା ବ୍ୟକ୍ତି କିମ୍ବା ବିଭିନ୍ନ କଲେଜ ଓ ସଂଗଠନର ସଂସ୍ଥା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇପାରିବ। ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରଖାଯିବା ସହିତ ରକ୍ତର ଆବଶ୍ୟକତା ରହିଥିବା ଜନସାଧାରଣଙ୍କୁ ପ୍ରଦାନ କରାଯିବ।

ରକ୍ତ ଦେବାକୁ ଇଛୁକ ଥିବା ବ୍ୟକ୍ତି ବିଶେଷ ହେଲ୍ଫ ଲାଇନ୍ ନମ୍ବର ୦୬୮୧୫୨୨୨୭୮୭ ଏହି ନମ୍ବର କୁ ଯୋଗାଯୋଗ କରିପାରିବେ। ଆଗାମୀ ଦିନରେ ଅଧିକ ନୂତନ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ସହ ରକ୍ତ ସହ ରୋଗୀଙ୍କୁ ଉତ୍ତମ ବ୍ୟବହାର ସହିତ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ସମସ୍ତ ଅତିଥି ଗଣ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି , ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତ , ଫାଉଣ୍ଡେସନ୍ , ଆଇସିଆଇସିଆଇ ବ୍ୟାଙ୍କ , ଡ଼ା.ମହେନ୍ଦ୍ର ଭୂୟାଁ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଗଜପତି , ଡ଼ା. ପ୍ରମୋଦ କୁମାର ପଣ୍ଡା , ଜିଲ୍ଲା ଚିକିତ୍ସା ଅଧିକାରୀ ଗଜପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଧୂମଧାମରେ ଚାଲିଛି ମାଁ ଶ୍ୟାମାକାଳୀଙ୍କ ପୂଜା ପୂଜାର୍ଚ୍ଚନା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମାଁ ଶ୍ୟାମାକାଳୀ ମନ୍ଦିରରେ ଦୀପାବଳି ଠାରୁ ମାଁ ଙ୍କ ପୂଜାର୍ଚ୍ଚନା ଧୂମଧାମରେ ଚାଲିଛି। ଏହି ପୂଜା ଦୀପାବଳି ଠାରୁ ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ହୋଇଥାଏ। ପ୍ରତ୍ୟେକ ଦିନ ହୋମ , ଯଜ୍ଞ ସାଙ୍ଗକୁ ସନ୍ଧ୍ୟାରେ ମାଆଙ୍କ ଆଳତୀ ଦର୍ଶନ ସକାସେ ବହୁ ଭକ୍ତଙ୍କ ସମାବେଶ ହୋଇଥାଏ। ଭକ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ଏବଂ ସନ୍ଧ୍ୟାରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଏହି ଅବସରରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର କୁନିକୁନି କଳାକାର ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ।