ବିନା ଫଳକ ରେ ସରିିଲା ବ୍ରିଜ୍ କାମ;ଏପ୍ରୋଚ ରୋଡ୍ କୁ ନେଇ ଗ୍ରାମବାସି ମଧ୍ୟରେ ଅସନ୍ତୋଷ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଅନୁଦାନ ଆସୁଛି ଖର୍ଚ ବି ହେଉଛି। ଗରିବ ଖଟିଖିଆ ମଳିମୁଣ୍ଡିଆ ଗ୍ରାମାଞ୍ଚଳ ର ସାଧାରଣ ଲୋକେ ସରକାରଙ୍କ ଅନୁଦାନ ଆସିବା ପରେ ସେମାନେ ଖୁସି ହୁଅନ୍ତି। କିଛି ପ୍ରଶାସନିକ ଅଧିକାରି ଙ୍କ ଭୁଲ୍ ପାଇଁ ଗ୍ରାମଞ୍ଚଳରେ ଅସନ୍ତୋଷ ଲାଗିରୁହେ। ରାୟଗଡା ଜିଲ୍ଲା ଗୁଣୁପୁର କଇଠପଦର ନିକଟରେ ଏକ ଚିରସ୍ରୋତା ନାଳ ପ୍ରବାହିତ ହେଉଥିବାରୁ ପିଲାମାନେ ଓ ସାଧାରଣ ଲୋକମାନେ ବିପଦ ପୁଣ୍ଣ ଯାତ୍ରା କରୁଥିଲେ। ଅନେକ ଥର ଗ୍ରାମବାସି ଙ୍କ ଦୁର୍ଦଶା ଦେଖି ବିଭିନ୍ନ ପତ୍ରପତ୍ରିକା ରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ୨୦୨୧ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା। ଏହି ଟେଣ୍ଡର ହେବା ପରଠୁ କାମ ହୋଇଥିଲା ବର୍ତମାନ ବ୍ରିଜ୍ କାମ ସଂମ୍ପୁଣ୍ଣ ହୋଇସାରିଛି। ବ୍ରିଜ୍ ଉଭୟପଟୁ ଏପ୍ରୋଚ ରୋଡ ମଧ୍ୟ କିଛି ମାତ୍ରାରେ କରାଯାଇଛି। ବ୍ରିଜ୍ ର ପୁର୍ବ ପଟ ଏପ୍ରୋଚ ରୋଡକୁ ନେଇ ବର୍ତମାନ ଗ୍ରାମବାସି ମଧ୍ୟରେ ଅସୋନ୍ତୋଷ ଆରମ୍ଭ ହୋଇଛି। ଏହି ରାସ୍ତା ବ୍ରିଜ୍ ର ସମୁଖ ରେ ଥିବା ପୁର୍ତବିଭାଗ ରାସ୍ତାକୁ ଯୋଗଯୋଗ କରିବା ପାଇଁ ଗ୍ରାମବାସି ଦାବି କରୁଥିବା ବେଳେ ହଠାତ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକାଦାର ରାସ୍ତାଟିକୁ କଇଠ ପଦର ଗ୍ରାମର ସାହିର ରାସ୍ତାରେ ତରବରିଆ ଭାବେ ଯୋଡିଦେଇଛନ୍ତି।

ଏନେଇ କଇଠପଦର ଗ୍ରାମବାସି ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରଥିିଲେ ଯନ୍ତ୍ରୀ ତାଙ୍କ ହାତରେ କିଛି ହୋଇପାରିବ ନାହିଁ ବୋଲି କହିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସଚିବ ବ୍ରିଜ୍ କାମ ଉପରେ ଏପ୍ରୋଚ ରୋଡ୍ କରିବା ପାଇଁ ସ୍ବୀକୃତି ନଥିବା କହି ଦାୟିତ୍ବ ଝାଡିଦେଉଛନ୍ତି। ବିଭାଗିୟ ଯନ୍ତ୍ରି ଅମିତ୍ କିରୁ ଙ୍କ ଏଭଳି ପ୍ରତିକ୍ରିୟା ରଖୁଥିବାରୁ ଗ୍ରାମବାସି ମଧ୍ୟରେ ଅସୋନ୍ତୋଷ ଦେଖାଦେଇଛି। କଇଠପଦର ଗ୍ରାମବାସି ଏପ୍ରୋଚ ରୋଡ୍ ସମସ୍ୟାକୁ ନେଇ ଲିଖିତ ରୁପେ ଅଭିଯୋଗ ମଧ୍ୟ କରିଛନ୍ତି। ଦୁର୍ଭାଗ୍ୟ ର ବିଷୟ ଏହି ବ୍ରିଜ୍ କାମ ସରିଛି କିନ୍ତୁ ଫଳକ ନାହିଁ ମାଇଲ୍ ଖୁଣ୍ଟ ନାହିଁ, ଏହି ବ୍ରିଜ୍ ର ଅପରପାର୍ଶ୍ବ ର ସିର୍ଜୁଳି ନିକଟରେ ଛୋଟନାଳ ପ୍ରବାହିତ ହେଉଛି। ଏକ ଶାଖା ନାଳ ସେହି ନାଳ ଉପରେ ଏକ ଛୋଟ ପୋଲ ରହିଛି ଏହି ପୋଲର ଛଔତ ଉପରେ ରଡ ରହିଛି ଯାତ୍ରି ସୁରକ୍ଷା ନିମନ୍ତେ ପୋଲ ଉପରେ ପାଚେରି ନାହିଁ। ନାଳ ପାଣ ଆସିି ପୋଲ ର ମାଟି ଖାଇଗଲାଣି । ପଥର ପ୍ୟାକିଂ ନାହିଁ, ପୋଲ ତଳେ ଥିବା ସେଫ୍ଟି ଓ୍ବାଲ ମଧ୍ୟ ଭାଙ୍ଗିଗଲାଣି। ରାସ୍ତା ର ଗୋଟେପଟେ ଓ୍ବାଲ କରାଯାଇଛି ସେହି ଓ୍ବାଲ ପାଖରେ ମାଟି ପ୍ୟାକିଂ ମଧ୍ୟ ନାହିଁ। ପିଚୁ ସଠିକ୍ ରୁପେ ନପଡିବାରୁ ରାସ୍ତା ମଧେ ଖାଲଢିପ ହୋଇରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ର ନାକ ତଳର ଗ୍ରାମ କଇଠପଦର ଓ ସିର୍ଜୁଳି ରାସ୍ତା ର ବ୍ରିଜ୍ ଓ ରାସ୍ତାର ଅବସ୍ଥା ଏଭଳି ଥିବା ବେଳେ ଭିତର ଗ୍ରାମାଞ୍ଚଳ ଗୁଡିକରେ ଗ୍ରାମ୍ୟ ଉନ୍ନୟନ ବିଭାକ କିଭିଳି ପିଚୁ ରାସ୍ତା ନିର୍ମାଣ କରୁଥିବ ତାହା ଠିକ୍ ଅନୁମାନ କରିହେଉଥିବ। ଏହି କାମ କେତେ ଟଙ୍କା ଖର୍ଚ ହୋଇ କାମ ହୋଇଛି କୋଉ ଯୋଜନାରେ କାମ ହୋଇଛି ତାର ମଧ୍ୟ ସବିଷେଷ ତଥ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଛଡା କାହା ପାଖରେ ସୁଚନା ନାହିଁ କି ଫଳକ ନାହିଁ। ଏହାର ବିହିତ ପଦକ୍ଷେପ ବିଭାଗିୟ ସଚିବ ନେବା ପାଇଁ କଇଠ ପଦର ଗ୍ରାମବାସି ଦାବି କରୁଥିବା ବେଳେ ଏପ୍ରୋଚ ରାସ୍ତା କୁ ପୁର୍ତବିଭାଗ ର ରାସ୍ତାକୁ ସଂଯୋଗ କରିବା ପାଇଁ ଦାବି ଯୋର ଧରୁଛି। ଏହି ରାସ୍ତା ନହେଲେ ଆଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମୁଖରେ ଗ୍ରାମବାସି ଶାନ୍ତପୁଣ୍ଣ ଭାବେ ଧାରଣ ଦେବ ବୋଲି ଗ୍ରାମବାସି ଚେତାବନୀ ଦେଇଛନ୍ତି। ଏହି କାମକୁ ନେଇ ଭିଜିଲାଇନ୍ସ ର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି।

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଖର୍ସଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍.କୁମାର ପ୍ରମୁଖ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଖର୍ସଡ଼ା ସମେତ ବାଗଶାଳା , ମଧୁସୂଦନପୁର , ଉପଲଡା ଓ ନମନଗଡ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୧୦୬ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା।
ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୩୮ ଗୋଟି , ଗ୍ରାମ ଭିତ୍ତିକ ସମସ୍ୟା- ୬୮ଓ ୪୩ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରଯାଇ ସମାଧାନ କରାଯାଇଥିଲା ଏବଂ ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା , ଜମି ପଟ୍ଟା , ଜଳ ସେଚନ , ଗୃହ ନିର୍ମାଣ , ରାସନ୍ କାର୍ଡ , ମନରେଗା , ଶିକ୍ଷା , ମୋ ଘର ଯୋଜନା , ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍.ବୀରା ରାଜୁ , ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ , ତହସିଲଦାର ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି (ମଙ୍ଗଳବାର ଦିନ)ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସଂଗୀତଜ୍ଞ ଗୁରୁ ଶ୍ରୀ ରଘୁନାଥ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ସମୂହ କଲ୍ୟାଣ ନିମନ୍ତେ ପ୍ରତିଯୋଗିତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠୀ ଛାତ୍ରୀ ଜୀବନରେ କ୍ରୀଡ଼ାର ଆବଶ୍ୟକତାର ଗୁରୁତ୍ବ ଦର୍ଶାଇଥିଲେ। ସମ୍ମାନୀତ ଅତିଥି ଗୁରୁ ଶ୍ରୀ ରଘୁନାଥ ପାତ୍ର ଶିକ୍ଷାନୁଷ୍ଠାନ ସହ ତାଙ୍କ ସ୍ମରଣୀୟ ସ୍ମୃତି ଏବଂ ଛାତ୍ରୀମାନଙ୍କ ବିକାଶ ଦିଗରେ ପ୍ରତିଯୋଗିତାର ଆବଶ୍ୟକତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯକ୍ରମ ଆରମ୍ଭରେ ନୋଡାଲ ଅଫିସର ଶ୍ରୀମତୀ ସୋଫିଆ ମଣ୍ଡଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସାମାଜିକ କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଡଃ ନୃସିଂହ ପାଣିଗ୍ରାହୀ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ କିପରି ଛାତ୍ରୀମାନଙ୍କ ପାଇଁ ଉପାଦେୟ ତାହା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ର ଆୟୋଜନ ହୋଇଥିଲା।

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ..!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୩ର ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ସାଂସଦ ବ୍ରହ୍ମପୁର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଜିଲ୍ଲାପରିଷଦ ସଭାପତି , ଗଜପତି, ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀମତୀ ମାରିୟମ ରଇତ , ଅଧ୍ୟକ୍ଷା , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଆଇରେନିୟସ ପ୍ରଧାନ ପ୍ରମୁଖ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଏହି କୃଷି ମେଳାରେ ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କର ସବୁ ବର୍ଗର ଚାଷୀ , ମହିଳା ସ୍ୱୟଂ ସହାୟିକା ଗୋଷ୍ଠକୁ ବିଭିନ୍ନ ରିହାତି ମୂଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି କିଭଳି ଭଲ ଫସଲ ଅମଳ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସୂଚନା ଦିଆଯାଇଛି ଏହା ସହିତ ସରକାରଙ୍କ ଦ୍ୱାରା ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ। ଏହି ମେଳା ତା.୨୮.୧୧.୨୦୨୩ ରିଖ ଠାରୁ ତା.୦୨.୧୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସମସ୍ତ ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କୃଷି ଯାନ୍ତ୍ରିକ ସୁବିଧା ଯୋଗାଇ ଦେବା ସହିତ ଆଜିର ଜିଲ୍ଲା କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି ସମସ୍ତ ଚାଷୀଙ୍କୁ କହିଥିଲେ। ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତି ର ବ୍ୟବହାର ସମ୍ଫର୍କ ରେ ଆଲୋଚନା କରଯାଇଥିଲା। ମିଶ୍ରିତ ଫସଲର ଚାଷ , ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ୍ ଉପଯୋଗ ଓ ପରିଚଳନା , ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୃଷକଙ୍କୁ ଭଲ ଚାଷ କରୁଥିବାରୁ ସେମାନଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ମେଳାରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ସଚେତନତା କରାଯିବ। ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ , ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ସଚେତନ କରାଇବା , ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନଙ୍କ ନିମନ୍ତେ ବିଶେଷ ରିହାତି ଓ ବିକ୍ରୟ ବ୍ୟବସ୍ଥା , ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା , କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ଇତ୍ୟାଦି ଆଜିର ଏହି ମେଳାରେ ପ୍ରଦର୍ଶିତ କରାଯାଉଛି। ଆଜିର ଏହି କୃଷି ଯନ୍ତ୍ରପାତି ମେଳା ୫୪ ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଯୋଗାଣ ବ୍ୟବସ୍ଥା କରାଯାଇଛି। ଉକ୍ତ ବୈଠକରେ ଶ୍ରୀମତୀ ସୁନେମୀ ମଣ୍ଡଳ, ଅଧ୍ୟକ୍ଷ , ପଞ୍ଚାୟତ ସମିତି ଗୁମ୍ମା , ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣଙ୍କ ସମେତ କୃଷୀ ଓ ଆନୁସଙ୍ଗିକ ବିଭଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଉଦ୍ୟଗି କରଣ ଉପରେ ଆଲୋଚନା କରିଥିଲେ।