ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାଜ୍ୟ ସ୍ତରରେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ।

ଗୁଣପୁର (ଏଥର ସମ୍ଭାଳ ବ୍ୟୁରୋ)-ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ଯ ସ୍ତରରେ ପୁରସ୍କୃତ ହୋଇଛି। ଏହି କେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର,ପୁରୁଷ ସ୍ବାସ୍ଥ୍ୟ କର୍ମୀ ସୁରେଶ କୁମାର ମହାଙ୍କୁଡ ଓ ଆଶାକର୍ମୀ ଅନସୂୟା ବିଡିକା ରାଜ୍ଯ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ସଚିବଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଶ୍ରୀମତି ମହାପାତ୍ର ଏବଂ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଶ୍ରୀ ମହାଙ୍କୁଡ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ଏହି ପୁରସ୍କାର ପାଇ ଆସୁଛନ୍ତି । ଏହାର ଶ୍ରେୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୌରଭ ମହାପାତ୍ର ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କର ବୋଲି ସଂଘମିତ୍ରା କହିଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପଯୁକ୍ତ ନେତୃତ୍ବ ତଥା ସହଯୋଗ ଫଳରେ ଜିଲ୍ଲାର ଏତେବଡ଼ ସମ୍ମାନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ହୃଦୟରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତିି ।

ଅନ୍ନଜଜ୍ଞରେ ଭାଗନେଲେ ୫୦ ହଜାର ଭକ୍ତ ; ୨୪ ପ୍ରହର ପରେ ବଡଦାଣ୍ଡ ରେ ସରିଲା ନଗରି । 

ଗୁଣପୁର (ଏଥର ସମ୍ଭାଳ ବ୍ୟୁରୋ)-ଘଣ୍ଟ ମୃଦଙ୍ଗ ଓ ଝାଞ୍ଜ ର ତାଳେ ତାଳେ କମ୍ପି ଉଠୁଥିଲା ବଡଦାଣ୍ଡ। ଚାରିଦିନ ଧରି ହରେରାମ ହରେକୃଷ୍ଣ ନାମ ଜପୁଥିଲେ ହଜାର ଜାର ଶ୍ରଦ୍ଧାଳୁ। ଗୋଟିଏ ପଟେ ଚାଲିଥିଲା ଅନ୍ନଜଜ୍ଞ ଓ ଅନ୍ଯପଟେ ଚାଲିଥିଲା ନାମଜଜ୍ଞ। ଦାତ୍ତା କିଏ, କର୍ତ୍ତା କିଏ ଓ ସେବକ କିଏ ଜାଣିବାର ଉପାୟ ନଥିଲା। ସବୁ ସେଇ କାଳିଆର ଲିଳାରେ ଚାରିଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଚାଲିଥିବା ୨୪ ପ୍ରହର ନାମଜଜ୍ଞ ଆଜି ସରିଛି ।ଏହି ଚାରିଦିନ ମଧ୍ୟରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଅନ୍ନଜଜ୍ଞ ରେ ଭାଗ ନେଇଥିବା ବେଳେ ସମସ୍ତେ ଆର୍ଥିକ ଓ ଶ୍ରମ ଦାନ କରି ପ୍ରଶାଦ ପାଇଥିଲେ। ଅନ୍ଯପଟେ ଗୁଣପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଟି ସଂକୀର୍ତ୍ତନ ମେଳ ଏହି ନାମଜଜ୍ଞ ରେ ଭାଗ ନେଇଥିଲେ। ଅଞ୍ଚଳର ବହୁତ ବରିଷ୍ଠ ଗୁରୁମାନେ ମଧ୍ୟ ଏହି ୨୪ ପ୍ରହର ନାମଜଜ୍ଞ ରେ ନିଜର ବିଦ୍ଯା ଦେଖେଇଥିଲେ। ଆଜି ନଗରି ରେ ଗୁଡାରୀ ର ଶିବ ଲିଙ୍ଗିପୁର ଓ ରାମନାଗୁଡା ବ୍ଲକର ଅମଡିଙ୍ଗ୍ ର ଦୁଇଟି ସଂକୀର୍ତ୍ତନ ମଣ୍ଡଳୀ ଭାଗନେଇ ନଗର ପରିକ୍ରମା କରି ରାଗ ରାଗିଣିରେ ଭଜନ ଜଣାଣ ପରିବେଷଣ କରି ନିଜ ମଣ୍ଡଳୀ ର ବିଦ୍ଯା ଦେଖେଇଥିଲେ। ଏହାପରେ କିର୍ତ୍ତନ ଭୂମି ଉପରେ ଦଧିହାଣ୍ଡି ଭଙ୍ଗା ଯାଇ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଡଃ ସତ୍ଯ ପ୍ରକାଶ ପଣ୍ଡା, କାର୍ଯ୍ଯକାରି ସଭାପତି ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା, ବରିଷ୍ଠ ସଦଶ୍ଯ ତିରୁପତି ମହାନ୍ତି, ଜିତୁ ନାୟକ, ଗଦା ପଣ୍ଡା, ସନ୍ତୋଷ ପଣ୍ଡା, ସଦା ପଣ୍ଡା, ବାପି ପଣ୍ଡା, ରବି ପଣ୍ଡା, ଗୌରୀ ପଣ୍ଡା, ଫକିର ନାୟକ, ସୋମନାଥ ମହାନ୍ତି ପ୍ରମୁଖଙ୍କ ପ୍ରତକ୍ଷ ତତ୍ବାବଧାନରେ ଏହି କାର୍ଯ୍ଯକ୍ରମ ଆଜି ଶାନ୍ତି ଶୃଙ୍ଖଳାର ସହ ସରିଛି।

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ .

ଗୁଣପୁର (ଏଥର ସମ୍ଭାଳ ବ୍ୟୁରୋ)-ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ପାଞ୍ଚଦିନ ବ୍ୟାପି ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ପାଳିତ ହୋଇଯାଇଛି । ତିନୋଟି ପର୍ଯ୍ୟାୟରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଥା- ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ, ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଯ୍ୟ,ଆସିଷ୍ଟାଣ୍ଟ କଲେକ୍ଟର ସତ୍ୟଜିତ ନାୟକ, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ଛାତ୍ରଛତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମଞ୍ଚାସିନ ଅତିଥି ମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଓ ଛାତ୍ରି ମାନଙ୍କ ମାନସିକ , ବୌଧିକ ତଥା ଶାରିରୀକ ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ କାର୍ଯ୍ୟକ୍ରମଗୁଡ଼ିକ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।ଏ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର୍ ଅମୀୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ ନୂଆ-ଓ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ପାଞ୍ଚଦିନର ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର, ନମିତା ମୁଦୁଲି, ବନ୍ଦିତା ଧୁରୁଆ, ଅପରାଜିତା ପାଣ୍ଡେ, ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ ,ଚିତ୍ରା ମିଶ୍ର, ରଞ୍ଜୁମା ପ୍ରଧାନ, ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼, ପ୍ରିୟବ୍ରତ ମହାକୁର, ଲକ୍ଷ୍ମଣ ଶବର, ଜୀତେନ୍ଦ୍ର ବଡମୁଣ୍ଡି , ଗୋକୁଳାନନ୍ଦ ସାହୁ, ଏବ୍ରି ରଇତ, ତାମିଲା ପାରାସେଠ୍, ପୁକିଆ ମିନାକା, ବିକାଶ ରଞ୍ଜନ ଭୂୟାଁ, ଅଗାଧୁ ଶବର, ଶ୍ୟାମସୁନ୍ଦର ମହନ୍ତ, ଅଧ୍ୟାପିକା ସୁନିତା ଗୋମାଙ୍ଗୋ, ସସ୍ମିତା ରଥ, ସସ୍ମିତା ମିଶ୍ର ଓ ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ପ୍ରତ୍ୟକ୍ଷ ସାମିଲ ହୋଇ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାସବୁକୁ ସଫଳ ଭାବରେ ଅନୁଷ୍ଠିତ କରିଥିଲେ। ଅଧ୍ୟାପକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସତିଶ କୁମାର ପଟ୍ଟନାୟକ ଓ ପ୍ରସନ୍ନ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଯଥା- ଅଂଶୁମାନ ପଟ୍ଟନାୟକ, ହଡ଼ିପା ଲୋକେଶ, ଲିପ୍ସା ରାଣୀ ରାଉଳ, ଅଞ୍ଜୁ ଶବର, ସାଗର ରାଉତ, ଆର୍ ଦେବିପ୍ରସାଦ, ମାଧବ ପାତ୍ର , ଗିଫ୍ଟ ପ୍ରିନ୍ସ ଖରା, ଅଞ୍ଜନା ପ୍ରଧାନ, କାନୁନ୍ ବେବର୍ତ, ପପୁନ ରାଜୁ, ରିତନ୍ ନାୟକ ଇତ୍ୟାଦି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ସ୍ବେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବାଧିକ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଲିପ୍ସାରାଣୀ ରାଉଳ ଓ ଛାତ୍ର ଏସ୍ ବିନୋୟୀ ଉଭୟଙ୍କୁ ଚାମ୍ପିଅନ ଭାବରେ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା ।