ଇଡିତାଲ୍ ଚିତ୍ର କଳା ଶିବିର ଉଦଯାପିତ। ; ଇଡିତାଲ ଚିତ୍ର ଶିଳ୍ପି ଙ୍କୁ ସମ୍ବଦ୍ଧୀତ କଲେ ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକ….!
ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର)- ଆଦିବାସୀ କଳା ସଂସ୍କୁତି ଦିନକୁ ଦିନ ଲୋପ ପାଇଯାଇଥିବା ବେଳେ ଚିତ୍ରକଳା କୁ ଉଦଯିବିତ କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଯାହାକୁ ନେଇ ଗୁଣୁପୁର ବ୍ଲକ୍ ଲାଞ୍ଜିଆସୈାରା ଅଞ୍ଚଳ ରେଜିଂତାଲ ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲାଞ୍ଜିଆସୈାରା ଅଞ୍ଚଳ ରେଜିଂତାଲ ଠାରେ ଇଡିତାଲ ଚିତ୍ର କୁ ନେଇ ଆଦିବାସି କଳା ସଂସ୍କୁତି ଆଧାରିତ ଭିତି ଚିତ୍ର ଶିଳ୍ପି ଶିବିର ଅନୁଷ୍ଟିତ ହୋଇଥିଲା। ଉଦ୍ଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଲଳିତ କଳା ଏକାଡେମି ପକ୍ଷରୁ ବାଲୁକା ଶିଳ୍ପି ସୁଦର୍ଶନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସି ଚିତ୍ରକଳାକୁ ଉଦଯିବିତ କରିବା ପାଇଁ ଚିତ୍ର ଶିଳ୍ପି ମାନଙ୍କୁ ପରାମର୍ଶ ଦେବା ସହ ସମ୍ବରଧିତ କରିଥିଲେ। ପାଞ୍ଚଦିନ ଧରି ଏହି ଇଡିତାଲ ଚିତ୍ର କଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଲଳିତ କଳା ଏକାଡେମି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟ୍ରକ୍ରମ ପ୍ରଥମ କରି ଲାଞ୍ଜିଆସୈାରା ଅଞ୍ଚଳ ରେ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଏହାକୁ ସଂମ୍ପୁଣ୍ଣ ସହଯୋଗ କରି ଏହି ରେଜିଂତାଲ ଗ୍ରାମର ୫୦ ଟି ଘର ବାହାରେ ନିଜ ନିଜ କାନ୍ଥ ରେ ଲାଞ୍ଜିଆସୈାରା ଚିତ୍ର ଶିଳ୍ପି ମାନେ ଆଦିବାସି ଙ୍କ ଚିତ୍ର କରି ଚିତ୍ରକଳା ପ୍ରଦର୍ଶନ କରିଛନ୍ତି। ଲାଞ୍ଜିଆସୈାରା ସୈାରା ଙ୍କ ଏହି ଇଡିତାଲ ଚିତ୍ର କହିଲେ ପୁର୍ବ ପୁରୁଷ ମାନ ଙ୍କ କହିବା ଅନୁଯାୟି ଯେଉଁ ଦେବାଦେବି ଓ ବିଭିନ୍ନ ପୂଜାପାଠ , ପିତୃପୁରୁଷ ମାନଙ୍କୁ ମନେପକାଇବା ଓ କୈାଣସି ରୋଗ ଭଲ ହେବା ସକାଶେ , ଚାଷ ଜମିରେ ଭଲ ଚାଷ ଅମଳ ନିମନ୍ତେ ନିଜ ଘର ବାହାରେ ଏହି କାନ୍ଥ ଚିତ୍ର କରିବା ଲାଞ୍ଜିଆସୈାରା ଙ୍କ ମୂଳ ଉଦେଶ୍ୟ ରହିଥାଏ। ଏହି ଲୁକ୍କାୟିତ ଚିତ୍ର କଳା କୁ ଉଦଯିବିତ କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଥିବାରୁ ଆଦିବାସି ଲାଞ୍ଜିଆସୈାରା ମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳୁଛି। ଇଡିତାଲ୍ ଚିତ୍ରକଳାକୁ ପୁର୍ବ ରୁ ଜିଓ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ଜୋର ଧରିଥିଲା। ରାଜ୍ୟ ସରକାର ଙ୍କ ପକ୍ଷରୁ ମାନ୍ୟତା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଟ୍ୟାଗ୍ ମାନ୍ୟତା ପାଇଁ ଜିଓ ଜୋନାଲ୍ ରେ ପ୍ରକାଶ ପାଇଛି। ଆଦିବାସି ଲାଞ୍ଜିଆସୈାରା ଙ୍କ ଏହି ନିଆରା ଚିତ୍ର କଳା ବିଶ୍ବ ଦରବାର ରେ ପହଞ୍ଚାଇବା ସହ ଚିତ୍ରକଳା କୁ ପ୍ରତ୍ସାାହନ ଦେବା ସହ ସେମାନେ କିଭଳି ନିଜର କୈାଳିକ କଳା କୁ ବଜାୟ ରଖିବେ ପ୍ରଥମ ଲକ୍ଷ ବୋଲି ଜିଲ୍ଲା ସଂସ୍କୃତି ଅଧିକାର ସସ୍ମିତା ବେହେରା କହିଥିବା ବେଳେ ଲଳିତ କଳା ଏକାଡେମି ପକ୍ଷରୁ ଆୟୋଯିତ ଏହି କାର୍ଯ୍ୟକ୍ରମ ରେ ବାଲୁକା ଶିଳ୍ପି ସୁଦର୍ଶନ ପଟନାୟକ କହିଛନ୍ତି ଆଦିବାସୀ ଙ୍କ ଲୁକ୍କାୟିତ ଚିତ୍ରକଳା କୁ ଲୋକ ଲୋଚନକୁ ଆଣିବା , ସେମାନଙ୍କୁ ପ୍ରତ୍ସାହନ ଦେବା, ସେମାନଙ୍କୁ ଆଗ୍ରହ ବଢାଇବା, ତାଙ୍କ ଚିତ୍ର କଳାକୁ ବିଶ୍ବଦରବାରରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ମୁଳ ଲକ୍ଷ। ଚିତ୍ର ଶିଳ୍ପି ଙ୍କ କାର୍ଯ୍ୟକ୍ରମରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କଁଅର, ଗୁଣୁପୁର ବ୍ଲକ୍ ବିଡିଓ ଶୁଧ୍ରାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଆଦିବାସି ଙ୍କ ଉନ୍ନତି ସକାଶେ ବିଭିନ୍ନ ଯୋଜନା ଗୁଡିକ କରି ବେସ୍ ପ୍ରଶଂସା ସାଉଁଟିଥିବା ବେଳେ ବର୍ତମାନ ଆଦିବାସି ଲାଞ୍ଜିଆସୈାରା ମାନଙ୍କ ଚିତ୍ରକଳାକୁ ପ୍ରାଧାନ୍ୟ ଦେଇ ଲୋକଲୋଚନକୁ ଆଣିବା ପ୍ରୟାସ ବେଶ୍ ପ୍ରଶଂସନିୟ।



