ଶ୍ରୀ. ଭି କେ ପାଣ୍ଡିଆନ୍ ଆଇ.ଏ.ଏସ୍ ଚାକିରି ରୁ ଭି.ଆର.ଏସ୍ କାହିଁକି ନେଲେ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କାହିଁକି ଆଇ. ଏ. ଏସ୍ ଚାକିରି ରୁ ଭି.ଆର.ଏସ୍ ନେଲେ ଶ୍ରୀ. ଭି କେ ପାଣ୍ଡିଆନ୍। ୨୦୨୪ ରେ ପାଣ୍ଡିଆନ୍ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପାଣ୍ଡିଆନ୍ ଚାକିରୀ ଛାଡିବା କଥା ଏବେ ଓଡ଼ିଶା ରାଜନୀତି କୁ ହଲଚଲ କରୁଛି। ୫ ଟି ସଚିବ ଶ୍ରୀ ଭି. କେ. ପାଣ୍ଡିଆନ ଙ୍କ ସ୍ବେଛାକୃତ ଅବସର ଗ୍ରହଣ ଯାହାକି କେନ୍ଦ୍ର ସରକାରଙ୍କ ତରଫରୁ ଅନୁମୋଦିତ ହେଇଛି। ପାଣ୍ଡିଆନ ଙ୍କ ସ୍ବେଚ୍ଛାକୃତ ଅବସର ସମ୍ପର୍କ ରେ ସାଧାରଣ ପ୍ରଶାସନ ବିଭାଗକୁ ଏକ ପତ୍ର ମାଧ୍ୟମରେ ଜଣାଇଲେ କେନ୍ଦ୍ର ସରକାର। ଓଡ଼ିଶା କ୍ୟାଡର ୨୦୦୦ ବ୍ୟାଚ୍‌ର ଆଇଏଏସ ଅଫିସର ଥିଲେ ପାଣ୍ଡିଆନ। ଅକ୍ଟୋବର ୨୦ରେ ଭି.ଆର.ଏସ୍ ଆବେଦନ କରିଥିଲେ ପାଣ୍ଡିଆନ। ଇସ୍ତଫା ଗୃହୀତ ହୋଇଥିବା ନେଇ ଜଣାଇଲା କେନ୍ଦ୍ର କାର୍ମିକ ବିଭାଗ । ପାଣ୍ଡିଆନ୍ ଙ୍କ ଇସ୍ତଫା କୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ପାଣ୍ଡିଆନ୍ ନିଜ୍ ଇଚ୍ଛା ମୁତାବକ ଅବସର ନେଇଛନ୍ତି ନାଁ ଅବସର ନେବା ପାଇଁ ବାଧ୍ଯ କରାଯାଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଶ୍ନ ଉଠାଇଛି। ଗତ କିଛି ଦିନ ତଳେ ଓଡିଶା ଗ୍ରସ୍ତ ରେ ଆସିଥିବା ବିଜେପି ର ଟାଣୁଆ ନେତା ଅମିତ୍ ଶାହା ଓ ପାଣ୍ଡିଆନ୍ ଙ୍କ ରୁଦ୍ଧ କୋଠରୀ ବୈଠକ କୁ ନେଇ ଆଲୋଚନା ହେଉଛି କି ବିଜେପି କାହିଁକି ବାରମ୍ବାର କହୁଚି ଆମେ ଓଡ଼ିଶା ରେ ସରକାର କରିବୁ। ଅମିତ୍ ଶାହା ଭଳି ଜଣେ ନେତା କାହିଁକି ପାଣ୍ଡିଆନ୍ ଙ୍କୁ ଭେଟିବାକୁ ଓଡିଶା ଆସିଥିଲେ କଣ ମାନ୍ୟବର ନବୀନ୍ ପଟ୍ଟନାୟକ ଙ୍କ ଅସହାୟତା ର ସୁଯୋଗ ନେବାକୁ ବିଜେପି ଠକିଛି। ପାଣ୍ଡିଆନ ବିଜେପି ର ଅସ୍ତ୍ର ପାଲଟିବେ କି? ଏହି ଭଳି କିଛି ପ୍ରଶ୍ନ ଏବେ ଜନ ସାଧାରଣ ଓ ବିରୋଧୀ ଙ୍କ ମନରେ ଉଙ୍କି ମାରିଛି। ପାଣ୍ଡିଆନ୍ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପ୍ରକାଶ ପରେ ସମସ୍ତ କୁହା ବୋଲା ହେଉଛନ୍ତି କି ସେହି ଭଳି ଜଣେ ଆଇଏଏସ ଅଫିସର ଅବସର ନେବା ପାଇଁ ଯେଉଁ ନୋଟିସ୍ ପିରିଅଡ଼ ଥାଏ ତାହାକୁ କେନ୍ଦ୍ର ସରକାର ଛାଡ଼ କରି ଦେଇଛନ୍ତି। ପାଣ୍ଡିଆନ୍ ଙ୍କୁ ଅବସର ଦେବା ପାଇଁ କେନ୍ଦ୍ର ସରକାର ବହୁ ଯତ୍ନବାନ୍ ହୋଇଥିବା ଜଣା ପଡିଛି। ପାଣ୍ଡିଆନ୍ ଙ୍କ ଅବସର ବିଜେଡି ବିନାଶ ର କାରଣ ନୁହେଁ ତ ? ଅପର ପକ୍ଷରେ ଆଉ କିଛି କହୁଛନ୍ତି କେନ୍ଦ୍ର ସରକାର ପାଣ୍ଡିଆନ୍ ଙ୍କ ଅବସର ଗ୍ରହଣ କରି କିଛି ନୂଆ ଗୋଟି ଚାଳନା କରୁନାହିଁ ତ ? ସେପଟ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ପାଣ୍ଡିଆନ୍ ଙ୍କ ଇସ୍ତଫା କେବଳ ପ୍ରହେଳିକା। ବହୁ ପୂର୍ବରୁ ପାଣ୍ଡିଆନ୍ ଉପରେ ବିଜେପି ସରକାର ଙ୍କ ଆଶିର୍ବାଦ ଅଛି। ବିଜେଡି ଓ ବିଜେପି ସରକାର ଓଡିଶା ରେ ଏକ୍। ପାଣ୍ଡିଆନ୍ ଙ୍କ ରାଜନୀତି କୁ ଆସିବା ବହୁତ କିଛି କଥା କହୁଛି ବୋଲି କହିଛନ୍ତି। ଏହି ସମସ୍ତ କଥାକୁ ନଜର ରେ ରଖି ଓଡିଶା ବାସୀ ଠିକ୍ ଭୂଲ ବିଚାର୍ କରି ଓଡ଼ିଶା ପାଇଁ ଉଚିତ୍ ଲୋକ ବାଛି ଲୋକଙ୍କ ସେବା ଦଳ କଂଗ୍ରେସ କୁ ଭରସା କରି ହାତ ମିଳେଇ ଚାଲିବେ ବୋଲି ଅନୁରୋଧ କରିଛନ୍ତି। ଦେଖିବାକୁ ରହିଲା ପାଣ୍ଡିଆନ୍ ନିଜର ଆଗାମୀ ପନ୍ଥା କଣ ଅବଲମ୍ବନ କରୁଛନ୍ତି।

ରବିପାଢି ଙ୍କ ପୂଣ୍ୟ ତିଥିରେ କୃଷକ ସମ୍ବର୍ଦ୍ଧିତ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଡାରି)- ଅଗ୍ରଣୀ କୃଷକ ତଥା ବିଜୁବାବୁଙ୍କ ଏକାନ୍ତ ପଟଶିଷ୍ଯ ସ୍ବର୍ଗତ ରବିପାଢି ଙ୍କ ତୃତିୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ସ୍ଥାନୀୟ ପଣଷଗୁଡା ସ୍ବାଭିମାନ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛକରେ ସ୍ଥାପିତ ହୋଇଥିବା ସ୍ବର୍ଗତ ପାଢି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ କରି ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଚାରି ପ୍ରହର ନାମଯଜ୍ଞ ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହାସହ ଉଚ୍ଚଶିଷା ସାରିବା ପରେ ଚାଷକୁ ଭଲ ପାଇ ଡ୍ରୋନ ଦ୍ବାରା କିଟନାଷକ ଓ ସାର ଛିତ୍ସନ କରିବା ମେସିନ ବାହାର କରି ଚର୍ଚ୍ଚାରେ ରହିଥିବା ପନୋରୁ. ବାବୁରାଓଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ସ୍ମୃତି କମିଟିର ସଭାପତି ଲକ୍ଷ୍ମୀଚାନ୍ଦ ସାହୁ, ସମ୍ପାଦକ ପତିତପାବନ ପଣ୍ଡା, ବରିଷ୍ଠ ସଦଶ୍ଯ ଲୋକନାଥ ପାଢି, କୁଜଂ ମିଶ୍ର, ନୀଳମାଧବ ପାଢିଙ୍କ ସମେତ ସ୍ଥାନୀୟ ସରପଞ୍ଚ ବିକ୍ରମ ଶବର, ବିଧାୟକ ରଘୁନାଥ ଗମାଙ୍ଗ, ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ଫଣୀ ଭୁଷଣ ପଟ୍ଟନାୟକ, ଦେବୀ ଆଚାର୍ଯ୍ୟ, ସମାଜସେବୀ ଅକ୍ଷୟ ଦାସ, ସଂଜୟ ସାହୁ, ଛାତ୍ର ନେତା ପିଙ୍କୁ ପଣ୍ଡା, ଯୁବ ନେତା ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତି ସଭାରେ ଉମା ଦାସ ସଂଯୋଜନା କରିଥିବା ବେଳେ ରମେଶ ମିଶ୍ର ମାନପତ୍ର ପଠନ କରିଥିଲେ।

ଗୁଡାରିରେ ସହିଦ ମାଝୀ କୈବର୍ତ୍ତ ଙ୍କ ସ୍ମୃତି ସଭା ଅନୁଷ୍ଠିତ…!

!!! ଗୁଡାରି ବ୍ଲକ ପ୍ରତିନିଧି ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରି)-ରାୟଗଡା ଜିଲ୍ଲା ଗୁଡାରି ସରକାରୀ ଉଚ୍ଚ ବିଦାୟଳୟ ରେ ସହିଦ ମାଝୀ କୈବର୍ତ୍ତ ଙ୍କ ସହିଦ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଆସିକା ଅଷ୍ଟମ ବାଟାଲିୟନ ଓ ଏସ ଏ ପି ପକ୍ଷ ରୁ ଆଜି ସହିଦ ମାଝୀ କୈବର୍ତ୍ତ ଙ୍କ ସ୍ମୃତି ସଭା ଆୟୋଜନ କରାଯାଇଥିଲା l ଏହି ସ୍ମୁତି ସଭାରେ ଆସିକା ଅଷ୍ଟମ ବାଟାଲିୟନ ଓଏସଏପି ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ କୁମାର ସିଂ ଙ୍କ ଉପସ୍ଥିତ ରେ ମୁଖ୍ୟ ଅତିଥି ଭାବେ ଗୁଡାରି ବ୍ଲକ ଶିକ୍ଷା ଅଧିକାରୀ ରତ୍ନମାଳା ପୁରୋହିତ, ଗୁଡାରି ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ, ଗୁଡାରି ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସହିଦ ମାଝୀ କୈବର୍ତ୍ତ ଙ୍କ ଧର୍ମ ପତ୍ନୀ ମୌସୁମୀ କୈବର୍ତ୍ତ ଏଂବ ତାଙ୍କ ମା ଉପସ୍ଥିତ ଥିଲେ l

ଏହି ବିଦ୍ୟାଳୟ ର ଜୁନିୟର ରେଡ଼କ୍ରସ ର ଛାତ୍ର ଛାତ୍ରୀ ମାନେ ପ୍ରଥମ କରି ସ୍ୱାଗତ କରିଥିଲେ l ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ ମଞ୍ଚସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ସାଙ୍ଗକୁ ସହିଦ ମାଝୀ କୈବର୍ତ୍ତ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଧୂପ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକ ସଂଗୀତ ଗାନ କରି ସହିଦ ମାଝୀ କୈବର୍ତ୍ତ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାଥନା କରିଥିଲେ l ମଞ୍ଚାସିନ ଅତିଥି ମାନେ ଦେଶ ପାଇଁ ବଳିଦାନ ଦେଇଥିବା ଏହି ଯବାନ ଙ୍କ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ରାଧାକାନ୍ତ ଗୁରୁ ପରିଚାଳନା କରିଥିଲେ l