ପୁର୍ବତଟ ରେଳ ମହାପ୍ରବନ୍ଧକ ଙ୍କ ଗୁଣପୁର-ନୌପଡା ଲାଇନ୍ ପରିଦର୍ଶନ ; ମରାମତି କାର୍ଯ୍ୟ ର ତଦାରଖ କଲେ, ଲୋକଙ୍କ ଦାବି ଶୁଣିଲେ ..!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ପୁର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଗୁରୁବାର ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ଏବଂ ରାୟଗଡା ଜିଲ୍ଲା ର ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାମ ତଦାରଖ କରିଛନ୍ତି । ତାଙ୍କ ସହ ୱାଲ୍ଟିୟର ଡିଭିଜନର ଡିଆରଏମ ସୌରଭ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ରେଳ ଅଧିକାରୀଙ୍କ ସହ ଏଠାକାର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ସହ ଭେଟି ବିଭିନ୍ନ ଦାବି ଶୁଣିଥିଲେ । ଆନ୍ଧ୍ର ଓଡ଼ିଶା ରେଳ ବ୍ଯବହାରିକ ସଂଘ ଓ ଗୁଣପୁର ନବ ନିର୍ମାଣ ସମିତି ପକ୍ଷରୁ ଦୁଇଟି ସ୍ମାରକପତ୍ର ଦିଆଯାଇ ଗୁଣପୁର ଠାରୁ ବିଶାଖାପାଟଣା ଯାଏଁ ଚାଲିଥିବା ପାସେଞ୍ଜର ଟ୍ରେନକୁ ବିଜୟବାଡା ଓ ଗୁଣ୍ଟୁରୁ ଜଙ୍ଗସନ୍ ଯାଏଁ ସଂପ୍ରସାରଣ କରିବା ସହ ହାଇଦ୍ରାବାଦ୍ ରୁ ଆସି ବିଶାଖାପାଟଣା ରେ ଦିନ ତମାମ ରହୁଥିବା ଗରୀବ ରଥକୁ ଗୁଣପୁର ଯାଏଁ ସଂପ୍ରସାରଣ କରିବାକୁ ଦାବି କରାଯାଇଥିଲା। ସେହିପରି କାଶୀନଗର ଓ ତେମ୍ବୁରୁ ରେ ଦୁଇଟି ଲୁପ୍ ଲାଇନ୍ ସହ ଏହି ଗୁଣପୁର ଓ ନୌପଡା ଲାଇନ୍ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ନୌପଡା ଗୁଣପୁର ମଧ୍ୟରେ ଲାଇନ୍ ମରାମତି କାର୍ଯ୍ୟ ଶିଘ୍ର ସାରି ସବୁ ଟ୍ରେନ ଚଳାଚଳ କରିବାକୁ ଦାବି କରାଯାଇଛି। ଗୁଣପୁର ଠାରେ ଦ୍ବିତୀୟ ପ୍ଲାଟଫର୍ମ କାର୍ଯ୍ଯ ତ୍ବରିତ ବେଗରେ ସାରି ଏକ ଫୁଟ୍ ଓଭର ବ୍ରିଜ୍ କରିବା ଆବଶ୍ୟକ ସମ୍ପର୍କରେ ମଧ୍ୟ ସ୍ଥାନୀୟ ଲୋକେ ଅଧିକାରୀ ଦ୍ବୟଙ୍କୁ ଜଣାଇଥିଲେ। ଗଜପତି ରାଜାଙ୍କ ଦ୍ବାରା ନିର୍ମିତ ଏହି ରେଳପଥ କୁ ଐତିହାସିକ ମାନ୍ଯତା ଦବାପାଇଁ ମଧ୍ୟ ଦାବି କରାଯାଇଥିଲା। ଏହି ଗସ୍ତବେଳେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମହାପ୍ରବନ୍ଧକଙ୍କୁ ଭେଟି ଏହି ଲାଇନ୍ ରେ ହେଉଥିବା ସମସ୍ଯା ଗୁଡିକ ସମ୍ପର୍କରେ ଜଣାଇଥିଲେ। ସେହିପରି ଗୁଣପୁର ଠାରେ ରେଳ ବ୍ଯବହାରିକ ସଂଘର ଗଜେନ୍ଦ୍ର ପଣ୍ଡା ଓ ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ ଭେଟି ଆଲୋଚନା କରିଥିଲେ। ଲୋକଙ୍କ ସମସ୍ତ ଦାବି ଶୁଣିବା ପରେ ମହାପ୍ରବନ୍ଧକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ପାରଳାଖେମୁଣ୍ଡି ଓ ଗୁଣପୁର ରେଳ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି । ଏହାକୁ କିଭଳି ତୁରନ୍ତ ଶେଷ କରାଯିବ ସେଥିପ୍ରତି ପ୍ରାଥମିକତା ଦିଆଯାଉଛି । ଗୁଣପୁର-ନୌପଡା ମଧ୍ୟରେ ରେଳ ଲାଇନ ମରାମତି କାମ ମଧ୍ୟ ଜାରି ରହିଛି । ଏହା ସରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇପାରିବ । ସେହିପରି ନୂଆ ରେଳ ଚଳାଚଳ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ । ସମସ୍ତ କାମ କରିବା ପରେ ଏନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀ. ଭି କେ ପାଣ୍ଡିଆନ୍ ଆଇ.ଏ.ଏସ୍ ଚାକିରି ରୁ ଭି.ଆର.ଏସ୍ କାହିଁକି ନେଲେ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କାହିଁକି ଆଇ. ଏ. ଏସ୍ ଚାକିରି ରୁ ଭି.ଆର.ଏସ୍ ନେଲେ ଶ୍ରୀ. ଭି କେ ପାଣ୍ଡିଆନ୍। ୨୦୨୪ ରେ ପାଣ୍ଡିଆନ୍ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପାଣ୍ଡିଆନ୍ ଚାକିରୀ ଛାଡିବା କଥା ଏବେ ଓଡ଼ିଶା ରାଜନୀତି କୁ ହଲଚଲ କରୁଛି। ୫ ଟି ସଚିବ ଶ୍ରୀ ଭି. କେ. ପାଣ୍ଡିଆନ ଙ୍କ ସ୍ବେଛାକୃତ ଅବସର ଗ୍ରହଣ ଯାହାକି କେନ୍ଦ୍ର ସରକାରଙ୍କ ତରଫରୁ ଅନୁମୋଦିତ ହେଇଛି। ପାଣ୍ଡିଆନ ଙ୍କ ସ୍ବେଚ୍ଛାକୃତ ଅବସର ସମ୍ପର୍କ ରେ ସାଧାରଣ ପ୍ରଶାସନ ବିଭାଗକୁ ଏକ ପତ୍ର ମାଧ୍ୟମରେ ଜଣାଇଲେ କେନ୍ଦ୍ର ସରକାର। ଓଡ଼ିଶା କ୍ୟାଡର ୨୦୦୦ ବ୍ୟାଚ୍‌ର ଆଇଏଏସ ଅଫିସର ଥିଲେ ପାଣ୍ଡିଆନ। ଅକ୍ଟୋବର ୨୦ରେ ଭି.ଆର.ଏସ୍ ଆବେଦନ କରିଥିଲେ ପାଣ୍ଡିଆନ। ଇସ୍ତଫା ଗୃହୀତ ହୋଇଥିବା ନେଇ ଜଣାଇଲା କେନ୍ଦ୍ର କାର୍ମିକ ବିଭାଗ । ପାଣ୍ଡିଆନ୍ ଙ୍କ ଇସ୍ତଫା କୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ପାଣ୍ଡିଆନ୍ ନିଜ୍ ଇଚ୍ଛା ମୁତାବକ ଅବସର ନେଇଛନ୍ତି ନାଁ ଅବସର ନେବା ପାଇଁ ବାଧ୍ଯ କରାଯାଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଶ୍ନ ଉଠାଇଛି। ଗତ କିଛି ଦିନ ତଳେ ଓଡିଶା ଗ୍ରସ୍ତ ରେ ଆସିଥିବା ବିଜେପି ର ଟାଣୁଆ ନେତା ଅମିତ୍ ଶାହା ଓ ପାଣ୍ଡିଆନ୍ ଙ୍କ ରୁଦ୍ଧ କୋଠରୀ ବୈଠକ କୁ ନେଇ ଆଲୋଚନା ହେଉଛି କି ବିଜେପି କାହିଁକି ବାରମ୍ବାର କହୁଚି ଆମେ ଓଡ଼ିଶା ରେ ସରକାର କରିବୁ। ଅମିତ୍ ଶାହା ଭଳି ଜଣେ ନେତା କାହିଁକି ପାଣ୍ଡିଆନ୍ ଙ୍କୁ ଭେଟିବାକୁ ଓଡିଶା ଆସିଥିଲେ କଣ ମାନ୍ୟବର ନବୀନ୍ ପଟ୍ଟନାୟକ ଙ୍କ ଅସହାୟତା ର ସୁଯୋଗ ନେବାକୁ ବିଜେପି ଠକିଛି। ପାଣ୍ଡିଆନ ବିଜେପି ର ଅସ୍ତ୍ର ପାଲଟିବେ କି? ଏହି ଭଳି କିଛି ପ୍ରଶ୍ନ ଏବେ ଜନ ସାଧାରଣ ଓ ବିରୋଧୀ ଙ୍କ ମନରେ ଉଙ୍କି ମାରିଛି। ପାଣ୍ଡିଆନ୍ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପ୍ରକାଶ ପରେ ସମସ୍ତ କୁହା ବୋଲା ହେଉଛନ୍ତି କି ସେହି ଭଳି ଜଣେ ଆଇଏଏସ ଅଫିସର ଅବସର ନେବା ପାଇଁ ଯେଉଁ ନୋଟିସ୍ ପିରିଅଡ଼ ଥାଏ ତାହାକୁ କେନ୍ଦ୍ର ସରକାର ଛାଡ଼ କରି ଦେଇଛନ୍ତି। ପାଣ୍ଡିଆନ୍ ଙ୍କୁ ଅବସର ଦେବା ପାଇଁ କେନ୍ଦ୍ର ସରକାର ବହୁ ଯତ୍ନବାନ୍ ହୋଇଥିବା ଜଣା ପଡିଛି। ପାଣ୍ଡିଆନ୍ ଙ୍କ ଅବସର ବିଜେଡି ବିନାଶ ର କାରଣ ନୁହେଁ ତ ? ଅପର ପକ୍ଷରେ ଆଉ କିଛି କହୁଛନ୍ତି କେନ୍ଦ୍ର ସରକାର ପାଣ୍ଡିଆନ୍ ଙ୍କ ଅବସର ଗ୍ରହଣ କରି କିଛି ନୂଆ ଗୋଟି ଚାଳନା କରୁନାହିଁ ତ ? ସେପଟ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ପାଣ୍ଡିଆନ୍ ଙ୍କ ଇସ୍ତଫା କେବଳ ପ୍ରହେଳିକା। ବହୁ ପୂର୍ବରୁ ପାଣ୍ଡିଆନ୍ ଉପରେ ବିଜେପି ସରକାର ଙ୍କ ଆଶିର୍ବାଦ ଅଛି। ବିଜେଡି ଓ ବିଜେପି ସରକାର ଓଡିଶା ରେ ଏକ୍। ପାଣ୍ଡିଆନ୍ ଙ୍କ ରାଜନୀତି କୁ ଆସିବା ବହୁତ କିଛି କଥା କହୁଛି ବୋଲି କହିଛନ୍ତି। ଏହି ସମସ୍ତ କଥାକୁ ନଜର ରେ ରଖି ଓଡିଶା ବାସୀ ଠିକ୍ ଭୂଲ ବିଚାର୍ କରି ଓଡ଼ିଶା ପାଇଁ ଉଚିତ୍ ଲୋକ ବାଛି ଲୋକଙ୍କ ସେବା ଦଳ କଂଗ୍ରେସ କୁ ଭରସା କରି ହାତ ମିଳେଇ ଚାଲିବେ ବୋଲି ଅନୁରୋଧ କରିଛନ୍ତି। ଦେଖିବାକୁ ରହିଲା ପାଣ୍ଡିଆନ୍ ନିଜର ଆଗାମୀ ପନ୍ଥା କଣ ଅବଲମ୍ବନ କରୁଛନ୍ତି।

ରବିପାଢି ଙ୍କ ପୂଣ୍ୟ ତିଥିରେ କୃଷକ ସମ୍ବର୍ଦ୍ଧିତ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଡାରି)- ଅଗ୍ରଣୀ କୃଷକ ତଥା ବିଜୁବାବୁଙ୍କ ଏକାନ୍ତ ପଟଶିଷ୍ଯ ସ୍ବର୍ଗତ ରବିପାଢି ଙ୍କ ତୃତିୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ସ୍ଥାନୀୟ ପଣଷଗୁଡା ସ୍ବାଭିମାନ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛକରେ ସ୍ଥାପିତ ହୋଇଥିବା ସ୍ବର୍ଗତ ପାଢି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ କରି ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଚାରି ପ୍ରହର ନାମଯଜ୍ଞ ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହାସହ ଉଚ୍ଚଶିଷା ସାରିବା ପରେ ଚାଷକୁ ଭଲ ପାଇ ଡ୍ରୋନ ଦ୍ବାରା କିଟନାଷକ ଓ ସାର ଛିତ୍ସନ କରିବା ମେସିନ ବାହାର କରି ଚର୍ଚ୍ଚାରେ ରହିଥିବା ପନୋରୁ. ବାବୁରାଓଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ସ୍ମୃତି କମିଟିର ସଭାପତି ଲକ୍ଷ୍ମୀଚାନ୍ଦ ସାହୁ, ସମ୍ପାଦକ ପତିତପାବନ ପଣ୍ଡା, ବରିଷ୍ଠ ସଦଶ୍ଯ ଲୋକନାଥ ପାଢି, କୁଜଂ ମିଶ୍ର, ନୀଳମାଧବ ପାଢିଙ୍କ ସମେତ ସ୍ଥାନୀୟ ସରପଞ୍ଚ ବିକ୍ରମ ଶବର, ବିଧାୟକ ରଘୁନାଥ ଗମାଙ୍ଗ, ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ଫଣୀ ଭୁଷଣ ପଟ୍ଟନାୟକ, ଦେବୀ ଆଚାର୍ଯ୍ୟ, ସମାଜସେବୀ ଅକ୍ଷୟ ଦାସ, ସଂଜୟ ସାହୁ, ଛାତ୍ର ନେତା ପିଙ୍କୁ ପଣ୍ଡା, ଯୁବ ନେତା ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତି ସଭାରେ ଉମା ଦାସ ସଂଯୋଜନା କରିଥିବା ବେଳେ ରମେଶ ମିଶ୍ର ମାନପତ୍ର ପଠନ କରିଥିଲେ।

ଗୁଡାରିରେ ସହିଦ ମାଝୀ କୈବର୍ତ୍ତ ଙ୍କ ସ୍ମୃତି ସଭା ଅନୁଷ୍ଠିତ…!

!!! ଗୁଡାରି ବ୍ଲକ ପ୍ରତିନିଧି ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରି)-ରାୟଗଡା ଜିଲ୍ଲା ଗୁଡାରି ସରକାରୀ ଉଚ୍ଚ ବିଦାୟଳୟ ରେ ସହିଦ ମାଝୀ କୈବର୍ତ୍ତ ଙ୍କ ସହିଦ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଆସିକା ଅଷ୍ଟମ ବାଟାଲିୟନ ଓ ଏସ ଏ ପି ପକ୍ଷ ରୁ ଆଜି ସହିଦ ମାଝୀ କୈବର୍ତ୍ତ ଙ୍କ ସ୍ମୃତି ସଭା ଆୟୋଜନ କରାଯାଇଥିଲା l ଏହି ସ୍ମୁତି ସଭାରେ ଆସିକା ଅଷ୍ଟମ ବାଟାଲିୟନ ଓଏସଏପି ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ କୁମାର ସିଂ ଙ୍କ ଉପସ୍ଥିତ ରେ ମୁଖ୍ୟ ଅତିଥି ଭାବେ ଗୁଡାରି ବ୍ଲକ ଶିକ୍ଷା ଅଧିକାରୀ ରତ୍ନମାଳା ପୁରୋହିତ, ଗୁଡାରି ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ, ଗୁଡାରି ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସହିଦ ମାଝୀ କୈବର୍ତ୍ତ ଙ୍କ ଧର୍ମ ପତ୍ନୀ ମୌସୁମୀ କୈବର୍ତ୍ତ ଏଂବ ତାଙ୍କ ମା ଉପସ୍ଥିତ ଥିଲେ l

ଏହି ବିଦ୍ୟାଳୟ ର ଜୁନିୟର ରେଡ଼କ୍ରସ ର ଛାତ୍ର ଛାତ୍ରୀ ମାନେ ପ୍ରଥମ କରି ସ୍ୱାଗତ କରିଥିଲେ l ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ ମଞ୍ଚସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ସାଙ୍ଗକୁ ସହିଦ ମାଝୀ କୈବର୍ତ୍ତ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଧୂପ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକ ସଂଗୀତ ଗାନ କରି ସହିଦ ମାଝୀ କୈବର୍ତ୍ତ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାଥନା କରିଥିଲେ l ମଞ୍ଚାସିନ ଅତିଥି ମାନେ ଦେଶ ପାଇଁ ବଳିଦାନ ଦେଇଥିବା ଏହି ଯବାନ ଙ୍କ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ରାଧାକାନ୍ତ ଗୁରୁ ପରିଚାଳନା କରିଥିଲେ l

ନିଆରା ଢ଼ଙ୍ଗରେ ଆଇ.ପି.ଏଲ୍ ଭଳି ପ୍ରଥମ କରି ଗୁଣପୁର ରେ ଅୟୋଜିତ ହୋଇଛି ଗୁଣପୁର ପ୍ରିମିୟର୍ ଲିଗ୍ …!

ଏଥର ସମ୍ଭାଳ ବ୍ୟୁଡ଼ୋ(ଗୁଣପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ନିଆରା ଢ଼ଙ୍ଗ ରେ ଗୁଣପୁର ପ୍ରିମିୟର୍ ଲିଗ୍ ସିସନ୍ – ୨ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ପୌର ପରିଷଦ ର ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲ୍ଲା ବିଜେପି ଉପ ସଭାପତି ୱାଇ ଗଣପତି ରିବନ କାଟି ଉଦ୍ଘାଟିତ କରିଥିଲେ । ଏଥିରେ ସର୍ବମୋଟ 6 ଗୋଟି ଦଳ ଯଥା ବି ଏନ୍ ଆଇ ଆଇ ଏଫ୍ ଏଲ୍ , ନିୟୁ ଏସ୍ ଲାୟନ୍ ଗୁଡାରୀ , ଗୁଣପୁର ଟାଇଟନ୍ , ସନ୍ ସାଇନ୍ ସୁପର୍ କିଙ୍ଗ୍ସ , ରାଇସିଂ ରାୟଗଡ଼ା , ଜେ ଜେ ଷ୍ଟ୍ରାଇକର୍ ଗୁଣପୁର ଭାଗ ନେଇଥିଲେ । ଆସନ୍ତା ନଭେମ୍ବର୍ ୨ ତାରିଖ ଦିନ ରୁ ଏହି କ୍ରିକେଟ ଖେଳ ଆରମ୍ଭ ହେବାକୁ ଯାଉଛି ଏବଂ ନଭେମ୍ବର୍ ୧୨ ତାରିଖ ଦିନ ଫାଇନାଲ ଖେଳ ହେବ ବୋଲି ଗୁଣପୁର ପ୍ରିମିୟର୍ ଲିଗ୍ ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

ପ୍ରତ୍ୟେକ ଦଳ ମାତ୍ର ୩୦୦୦୦/- ଟଙ୍କା ର ବିଡ଼ ପ୍ରାଇସ୍ ବ୍ୟୟ କରି ନିଜ ନିଜ ଦଳ ପାଇଁ ସର୍ବମୋଟ ୧୫ ଜଣ ଖେଳାଳି ମାନଙ୍କୁ କ୍ରୟ କରିପାରିବା ର ନିୟମ ରହିଛି. ଏଥିରେ ଓଡ଼ିଶା , ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ର କୋଣ ଅନୁକୋଣ ରୁ ୧୫୦ ଜଣ ଖେଳାଳି ମାନେ ଭାଗ ନେଇଛନ୍ତି । ଏହି ଅକ୍ସନ୍ କାର୍ଯ୍ୟକ୍ରମ ରେ ଗୁଣପୁର ର ସମାଜସେବୀ ଅକ୍ଷୟ ଦାସ , କ୍ରୀଡା ପ୍ରେମୀ ଦେବୀ ପ୍ରସାଦ ଆଚାର୍ଯ୍ଯ , ଏସ୍ ବାବା ପ୍ରସାଦ , ପ୍ରଫୁଲ୍ଲ ଲିମା , ଗଜା ପାଳ , ଜି ଆଇ ଇ ଟି ର କ୍ରୀଡା ଶିକ୍ଷକ ରବିନ୍ଦ୍ର ପଣ୍ଡା , ସାମ୍ବାଦିକ ତଥା ସମାଜ ସେବୀ ଅନିଲ ସାହୁକାର ଓ  କାଳୀ ଦାଶ ପ୍ରମୂଖ ଉପସ୍ଥିତ ରହିଥିଲେ । ସମସ୍ତ ଖେଳାଳି ମାନଙ୍କ ମଧ୍ୟରୁ ସର୍ବାଧିକ ୮୬୦୦ ବିଡ଼ ମୂଲ୍ୟ ରେ ରୋନାଲ୍ଡୋ ସିଂ ଙ୍କୁ ବି ଏନ୍ ଆଇ ଆଇ ଏଫ୍ ଏଲ୍ କିଙ୍ଗ୍ସ କ୍ରୟ କରିଥିବା ବେଳେ ଦ୍ଵିତୀୟ ସର୍ବାଧିକ ୭୨୦୦ ବିଡ଼ ମୂଲ୍ୟରେ ଆଦିତ୍ୟ ରାଉତ ଙ୍କୁ ଜେ ଜେ ଷ୍ଟ୍ରାଇକର୍ଷ ଓ କ୍ଷମା ସାଗର ବଳ ଙ୍କୁ ଗୁଣପୁର ଟାଇଟନ୍ କ୍ରୟ କରିଥିଲା । ସେହିପରି ତୃତୀୟ ସର୍ବାଧିକ ୬୫୦୦ ବିଡ଼ ମୂଲ୍ୟରେ ପୂର୍ଣ୍ଣ ଚନ୍ଦ୍ର ମାଝୀ ଙ୍କୁ ସନ୍ ସାଇନ୍ ସୁପର୍ କିଙ୍ଗ୍ସ ଓ ନରେଶ ପେରଶିକା ଙ୍କୁ ଗୁଡାରୀ ନ୍ୟୁ ଏସ୍ ଲାୟନ୍ସ କ୍ରୟ କରିଥିଲା . ଉକ୍ତ କାର୍ଯ୍ୟକ୍ରମ ରେ ଜି.ପି.ଏଲ୍ ଅୟୋଜନ କମିଟି ର ସଭ୍ୟ ତଥା କ୍ରୀଡାବିତ୍ ଶ୍ରୀ ସପନ ଦାସ ଅତିଥି ଭାଷଣ ଦେଇଥିବା ବେଳେ ଅନ୍ୟ ସଦସ୍ୟ ଅଂଶୁମାନ ପଟ୍ଟନାୟକ , କିରଣ ପାଣିଗ୍ରାହୀ , ସରୋଜ ମିଶ୍ର , ଶ୍ରେୟନ୍ସ ଦାସ , ସନ୍ଦୀପ ପାଣିଗ୍ରାହୀ , ଏ ସାଇ ତେଜା ପ୍ରମୂଖ ପରିଚାଳନା କରିଥିଲେ ।

ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ତାଲିମ …!

!!! ରାୟଗଡ଼ ଜିଲ୍ଲା ଗୁଡରି ରୁ ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରି)- ଗୁଡାରି ରାୟଗଡା ଜିଲ୍ଲା ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଦୁଇଦିନ ଧରି ତାଲିମ ପ୍ରଦାନକରାଯାଇଛି l ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଅରୂପା ନନ୍ଦ ବେହେରାଙ୍କ ପ୍ରତୋକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଏଚଇଓ ରଶ୍ମିତା ମହାଁଙ୍କୁଡ,ବି.ପି.ସି ବ୍ଲକ ମିଶନ ଶକ୍ତି ଶ୍ରୀ କ୍ରାନ୍ତୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ l ବିଶେଷ କରି ମଶା ଦ୍ୱାରା ବ୍ୟାପିଥିବା ବିଭିନ୍ନ ରୋଗରୁ କିପରି ମୁକ୍ତି ପାଇବା ଏବଂ ମଶାରୀ କିପରି ବ୍ୟବହାର କରିବା ଏଥି ସାଙ୍ଗକୁ ମଶା କାମୁଡିବା ସାଙ୍ଗେ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରକ୍ତ ପରୀକ୍ଷା କରି ତୁରନ୍ତ ଚିକିତ୍ସା କରିବା ସେ ସମ୍ପର୍କରେ ପିଏଚଇଓ ରଶ୍ମିତା ମହାଁଙ୍କୁଡ ସୁଚାରୁ ରୂପେ ବୁଝେଇ ଥିଲେ l ବିଶେଷ କରି ଯେଉଁ ମହିଳା ମାନେ ଏହିଠି ତାଲିମ ନେଇଛନ୍ତି ସେହି ମହିଳା ମାନେ ନିଜ ନିଜ ଗାଁ ରେ ଯାଇ ଲୋକଙ୍କୁ ସଚେତନତା କରାଇବେ ବୋଲି ଡ଼କ୍ଟର ଅରୂପା ନନ୍ଦ ବେହେରା ପ୍ରକାଶ କରିଛନ୍ତି l ବ୍ଲକ ର ପ୍ରତ୍ୟେକ ଏସ.ଏସ.ଜି ଗ୍ରୁପର ପାଞ୍ଚ ଜଣ ଲେଖାଏଁ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି l

ଉତ୍କଳମଣି ଗୋପବନ୍ଧୁ ଙ୍କ୧୪୬ ତମ ପୁଣ୍ୟ ଜନ୍ମ ଜୟନ୍ତୀ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଉତ୍କଳମଣି ଗୋପବନ୍ଧୁ ଙ୍କ 146 ତମ ପୁଣ୍ୟ ଜନ୍ମ ତିଥିରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟ।ର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁସ୍ପମାଲ୍ୟ ଓ ଦୀପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏଥିରେ ଜିଲ୍ଲା ପ୍ରମୂଖ ଶେଷ ଶାୟୀ ସେନାପତି, ବିଭା।ଗ ପ୍ରମୁଖ ଉମାଦାଶ୍ , ଅଧ୍ୟାପକ ଡ଼॰ ପ୍ରଶାନ୍ତ ହୋତା, ଅଧ୍ୟାପକ ଓ ସଂଗଠନ ସଭାପତି ପ୍ରଫୁଲ୍ଲ ଲିମା, ଚନ୍ଦ୍ରଶେଖର ପଣ୍ଡା, ଅଧ୍ୟାପକ ପୁଣ୍ୟଶ୍ଲୋକ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

ଗୁଣପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ .

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) : –  ଆଜି ସ୍ଥାନୀୟ ନୂତନ ବସ୍ ଷ୍ଟାଣ୍ଡ ଠାରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସୁଧୀର କୁମାର ଦାଶଙ୍କ ନେତୃତ୍ୱରେ ଜନ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଛି।

ଗୁଣପୁର ର୍ନିବାଚନ ମଣ୍ଡଳୀ ସ୍ତରୀୟ ପଦଯାତ୍ରା ୭ ଅକ୍ଟୋବର ତଥା ଆଜି ସକାଳ 11:00 ଘଣ୍ଟିକା ସମୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ଶାରକା , ଅନ୍ୟତମ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନ୍ୱେସା ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳ ର ମହା ସଚିବ ଏଲିନା ଦାଶ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୂସୟା ମାଝୀ, ରାଜ୍ୟ ଛାତ୍ର ଜନତା ଦଳ ଉପ ସଭାପତି ବିଷ୍ନୁ ପ୍ରସାଦ ପଣ୍ଡା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶ୍ରୀ ସରସ୍ୱତୀ ମାଝୀ, ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ , ଗୁଣପୁର ଟାଉନ୍ ସଭାପତି ରାମ୍ ପଣ୍ଡା, ଗୁଣପୁର ବ୍ଲକ୍ ସଭାପତି ଶ୍ରୀନିବାସ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।

ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ସରକାର ଙ୍କ ଲୋକାଭିମୁଖି ଯୋଜନା ଗୁଡିକ କିଭଳି ପହଞ୍ଚୁଛି ସେ ନେଇ ଜନ ସମ୍ପର୍କ ପଦଯାତ୍ରା ରେ ଜନ ସାଧାରଣ ଙ୍କ ଠାରୁ ପଚାରି ବୁଝିବା ସହ ଆଗାମୀ ନିର୍ବାଚନ ପାଇଁ ଦଳ କୁ କିଭଳି ଆହୁରି ସୁଦୃଢ କରିହେବ ତାହା ପରଖି ଥିଲେ. କାର୍ଯ୍ୟକ୍ରମ ରେ ଗୁଣପୁର ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ଜନ ସାଧାରଣ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ .

ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ବିଭିନ୍ନ ବିଦ୍ୟାଳୟରୁ ଶୋଭାଯାତ୍ରା ଆରମ୍ଭ ହୋଇ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ସରକା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେବା ସମାଜ (ଶିଶୁ ଯତ୍ନ ଅନୁଷ୍ଠାନ)ର ଛାତ୍ରୀମାନେ ଗାନ୍ଧୀ ଭଜନ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟାଳୟର ବସନ୍ତ ବେହେରା ଓ ଅନ୍ୟ ମନେ ସହଯୋଗ କରିଥିଲେ ।

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର)- ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରୋ ଚାନ୍ସେଲର ପ୍ରଫେସର୍ ଲଲିତ ମୋହନ ପଟ୍ଟନାୟକ, କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ଼ଃ.ଏନ ଭି ଜଗନ୍ନାଧା ରାଓ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଜୀବନ ଓ ଚିନ୍ତାଧାରାକୁ ଅପଣାଇବା ପାଇଁ ଉପଦେଶ ଦେଇଥିଲେ। ବିଶ୍ଵବିଦ୍ୟାଳୟର କୃଷି ମହାବିଦ୍ୟାଳୟର ଡିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିନ ପ୍ରଫେସର ଏ.ବି.ଶ୍ରୀନିବାସ ରାଓ, ସ୍କୁଲ୍ ଅଫ୍ ମେନେଜମେଣ୍ଟ ଡିନ ପ୍ରଫେସର ଏମ ଜଗଦିଶ, ପରୀକ୍ଷା ନିରୀକ୍ଷକ ପି ବିଜୟ କୁମାର,କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ବିଭାଗର ଆବାହକ ପ୍ରଫେସର ରାଧାକୃଷ୍ଣ ପାଢ଼ୀ ଓ ଜାତୀୟ ସେବା ଯୋଜନା ର ଆବାହକ ଡ଼ଃ ପ୍ରେମାନସୁ ଶେଖର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀଙ୍କ ଜୀବନୀ ବିଷୟରେ ବକୃତା,ସାଧାରଣ ଜ୍ଞାନ, ନୃତ୍ୟ,ଝୁଟି, ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ କରଯାଇଥିଲା।ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରଯାଇଥିଲା।