ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ; ୫ କିମି ଦୂର ଚାଲି ଚାଲି ଆସି ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…!
ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲା ଗୁଣପୁର ସହର ବିକ୍ରମପୁର ଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରଦିବାଦରେ ପିଲା ମାନେ ୫ କିମି ଦୂର ଚାଲି ଚାଲି ଆସି ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟଳୟ ଠାରେ ପହଁଞ୍ଚି ଜିଲା ମଙ୍ଗଳ ଅଧିକାରିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସହକାରି ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ବିଦ୍ୟାଳୟ ଖୋଲିବାର ୬ ବର୍ଷ ହୋଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ଖାଦ୍ୟପେୟ ଠାରୁ ଆରମ୍ଭ କରି ପାନୀୟ ଜଳ,ବସ୍ତ୍ର ଏବଂ ଶିକ୍ଷା ଦାନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଛାତ୍ରୀଛାତ୍ର ମାନେ ବିଭିନ୍ନ ସମୟରେ ସମସ୍ତଙ୍କୁ ଅବଗତ କରିଛନ୍ତି । ହେଲେ କୌଣସି ସମସ୍ୟାର ସମାଧାନ ହୋଇନାହିଁ । ତେଣୁ ସେମାନେ ରାଜ ରାସ୍ତାକୁ ଓହ୍ଲାଇଥିବା ଛାତ୍ରୀଛାତ୍ରମ ମାନେ ପ୍ରକାଶ କରିଛନ୍ତି । ଏଠାରେ ୬ ଷ୍ଠ ଶ୍ରେଣୀ ଠାରୁ ଏକାଦଶ ପର୍ଯନ୍ତ ପିଲା ମାନେ ପାଠ ପଢୁଥିବାବେଳେ ବର୍ଷକୁ ବର୍ଷ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ବିଭିନ୍ନ ସମସ୍ୟା ରହୁଥିବାରୁ ପିଲା ମାନେ ଟିସି ନେଇ ଚାଲି ଯାଉଛନ୍ତି । ବିଦ୍ୟାଳୟରେ ୧୦୦ କୋଟି ଟଙ୍କ । ଆସିଥିଲା ଏବଂ ତାହା ଖର୍ଚ୍ଚ ହେଉଥିବା କହିଥିଲେ ମଧ୍ୟ ତାହା କେଉଁ ଠାରେ ଏବଂ କିପରି ଖର୍ଚ୍ଚ ହେଲା ତାହା ଜଣାପଡୁନାହିଁ । ପିଲାଙ୍କ ପାଇଁ ୟୁନିଫର୍ମ ଦେଉନଥିବା,ଖେଳ ପଡିଆ ସମତଳ ହୋଇନଥିବା,ହଷ୍ଟେଲ,ଏକାଡେମିକ ବାରଠା,ଛାତ,କାନ୍ଥ ମାନ ଠିକ ନଥିବା । ବର୍ଷା ହେଲେ ଡାଇନିଂ ହଲରୁ ପାଣି ଗଳୁଥିବା, ହଷ୍ଟେଲ ରୁମରେ ପାଣି ପସୁଥିବା, ଡାଇନିଂ ହଲରେ ବସିବାକୁ ଯାଗା ନଥିବା, ଶୌଚାଳୟରେ ପାଣିର ଅସୁବିଧା ହେବା ଏବଂ ସଫ । ରହୁନଥିବା, ଖେଳ ସମୟରେ ଖେଳ ନଖେଳାଇ କାମ କରିବା ପାଇଁ କହୁଥିବା, ସେମାନଙ୍କୁ କୌଣସି ସ୍ୱାଧୀନତା ମିଳୁନଥିବା,ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଯୋଗୁଁ ମାନସିକ ଅଶାନ୍ତିରେ ରହୁଥିବା, ଯାହା ଦ୍ୱାରେ ସେମାନେ ଭଲରେ ପାଠ ପଢିପାରୁଛନ୍ତି ନା ଖେଳିପାରୁଛନ୍ତି । ୨୦୨୨-୨୩ ଦୁଇ ବର୍ଷର ସେମାଙ୍କୁ କୌଣସି ଜିନିଷ ପ୍ରଦାନ କରାଯାଇନଥିବା ଏବଂ ଶିକ୍ଷକ ଶିକ୍ଷୟତ୍ରି ନଥିବା । ଏପରି ସମସ୍ୟା ନେଇ ଛାତ୍ରୀଛାତ୍ର ମାନେ ଆନ୍ଦୋଳନ କରିଥିଲେ । ଏହାପରେ ସେମାନଙ୍କୁ ସେଠାରୁ ପ୍ରଶାସନ ପକ୍ଷରୁ ବୁଝାସୁଝି କରି ନିଆଯାଇଥିଲା । ପିଲାଙ୍କୁ ନେଇ ବିଦ୍ୟାଳୟରେ ପରିସରରେ ବୈଠକ ହୋଇଥିଲା । ସହକାରି ଜିଲାପାଳ ସତ୍ୟଜିତ ନାୟକଙ୍କ ସମେତ ଜିଲା ମଙ୍ଗଳ ଅଧିକାରି ଭରତ ଭୂଷଣ ବିଶ୍ୱାଳ,ଗୁଣପୁର ଆଇଟିଡିଏର ପିଏ ଶାନ୍ତିପ୍ରଭା ପ୍ରଧାନ,ସହକାରି ଜିଲା ମଙ୍ଗଳ ଅଧିକାରି ପ୍ରଦୀପ୍ତ କୁମାର ଦଳେଇ,ମଙ୍ଗଳ ସଂପ୍ରସାରଣ ଅଧିକାରି ଗଙ୍ଗ ।ଧର ବେହେରା ପ୍ରମୁଖ ବିଦ୍ୟାଳୟକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ସମସ୍ୟା ଗୁଡିକର ସମାଧାନ କରାଯିବା ବୋଲି ପିଲାଙ୍କୁ ଆଶ୍ୱସନା ଦେଇ ଆସିଥିଲେ ।






ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦ ର ସାଧାରଣ ବୈଠକରେ ଏହି ଦାବିକୁ ଯୋର କରାଯାଇଛି । ବ୍ଲକର ଭୀମପୁର ପଞ୍ଚାୟତ ଅଧିନସ୍ଥ ଦୀନବନ୍ଧୁପୁର ଠାରେ ଆୟୋଜିତ ବୈଠକରେ ୧୪ ଗୋଟି ଦାବି ସମ୍ପର୍କରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ନିଶାମୁକ୍ତ ଅଞ୍ଚଳ ଦାବି ସମେତ ଗୁଡିକ ଗୁଣପୁର ବ୍ଲକର ୯ଟି ପଞ୍ଚାୟତକୁ ନେଇ ନୂତନ ପଞ୍ଚାୟତ ଗଠନ, ଚାଲକମ୍ବା ଗ୍ରାମ ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଭୟା ଭୀମପୁର ପଞ୍ଚାୟତ ଦେଇ ପଡୋଶୀ ଗଜପତି ଜିଲ୍ଲା ପର୍ଯ୍ୟନ୍ତ ପ୍ରଶସ୍ତି କରଣ ରାସ୍ତା ନିର୍ମାଣ କରାଯିବା, ଡମ୍ବସରା ସ୍ଥିତଯୁକ୍ତ ୨ ମହାବିଦ୍ୟାଳୟ ନବନିର୍ମିତ ହଷ୍ଟେଲ ପ୍ରଚଳନ କରିବା, ପୁଟାସିଂ ଠାରେ ଯୁକ୍ତ ୨ କଲେଜ ସ୍ଥାପନ ଏବଂ ମେଡ଼ିକାଲ ପରିସରରେ ଶବ ବ୍ୟବଛେଦ ଗୃହକରିବା ସହ ରାଷ୍ଟ୍ରାୟତ ବ୍ୟାଙ୍କ ସ୍ଥାପନ କରିବା, ଭୀମପୁର ଓ ଟିଟିମିରି ଗ୍ରାମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା, ଜଳତାର ପଞ୍ଚାୟତ ରେ ଥିବା ରାଜସ୍ୱ କାର୍ଯ୍ୟାଳୟକୁ ୩ଭାଗ ରେ ବିଭକ୍ତ କରିବା, ଅପହଞ୍ଚ ଇଲାକାରେ ମୋବାଇଲ ନେଟୱର୍କ ସ୍ଥାପନ କରିବା, ଚାଷୀଙ୍କ ସୁବିଧା ନିମନ୍ତେ ଗୁଣପୁର ଲ୍ୟାମ୍ପ କୁ ୨ ଭାଗ କରିବା , କରାଯିବା ଆଦି ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ଦାବି ସମୂହ ଗୁଡିକୁ ବହୁବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲାପଲଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଉକ୍ତ ବୈଠକରେ ପରିଷଦର ସଭାପତି ମାଥ୍ୟୁ ଦଳବେହେରା, ସମ୍ପାଦକ ଇନାନ ଶବର, ଜିଲା ପରିଷଦ ସଭ୍ୟ ଇଗାନ ଗମାଙ୍ଗ, ପୂର୍ବତନ ଜିଲାପରିଷଦ ସଭ୍ୟା ଲକ୍ଷ୍ମୀ ଶବର, ଦାମୋଦର ଶବର ଙ୍କ ସମେତ ପରିଷଦର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
