ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ସାରା ବିଶ୍ବରେ ସେପ୍ଟେମ୍ବର ମାସ ୨୫ ତାରିଖ ଦିନକୁ ବିଶ୍ବ ଫାର୍ମାସିଷ୍ଟ ଦିବସ ରୁପେ ପାଳନ କରାଯାଏ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ.ପ୍ରକାଶ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ମୁଖ୍ଯ ଅତିଥିରୁପେ ଯୋଗଦେଇଥିଲେ । ଉପାଧ୍ୟକ୍ଷ ଡଃ.କାହ୍ନୁଚରଣ ପାଣିଗ୍ରାହୀ,ଅଧ୍ୟାପକ ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ଯ ଓ ସମାଜ ପାଇଁ ସେମାନଙ୍କ ଅବଦାନ ବିଷୟରେ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ ।

ସେହିପରି ଅଙ୍ଗଦାନ ଏକ ମହାନ କାମ ଓ ଏହାଦ୍ବାରା କିପରି ଅନ୍ୟଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଚେୟାରମ୍ୟାନ ନିଜ ବକ୍ତବ୍ଯରେ କହିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରଥମେ ଏକ ରାଲିରେ ବାହାରି ସ୍ଲୋଗାନ ମାଧ୍ୟମରେ ଅଙ୍ଗ ଦାନ ଏକ ମହତ୍ ଦାନ ବୋଲି କହି ଲୋକଙ୍କୁ ଅଙ୍ଗଦାନ କରିବାପାଇଁ ବୁଝାଇଥିଲେ ।ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଔଷଧିୟ ବୃକ୍ଷରୋପଣ କରାଯାଇଥିଲା । ମହା ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଲୋକଙ୍କ ସେବା ମନୋବୃତ୍ତି ନେଇ ଫାର୍ମାସିଷ୍ଟ କାମ କରିବାକୁ ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

୫ ଦଫା ଦାବୀ ନେଇ ଅନଶନ ରେ ବସିଲେ ଜେଲ କର୍ମଚାରୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଉପ କାରାଗାର ସମ୍ମୁଖରେ କର୍ମଚାରି ୫ ଦଫା ଦାବୀ ନେଇ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଅଲ ଓଡିଶା ଏପ୍ଲେଏସ୍ ଆସୋସିଏସନ୍ ପକ୍ଷରୁ ଗତ ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି ପ୍ରତିଵାଦ କରିଥିଲେ। ହେଲେ ସେମାନଙ୍କ ଦାବୀକୁ ସରକାର ପୂରଣ କରିନଥିବାରୁ ସେମାନେ ସୋମବାର ଠାରୁ ଆମରଣ ଅନଶନ ଆରମ୍ଭ କରିଥିବା ଗୁଣପୁର କାରାରଖି ବିଶ୍ଵନାଥ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ୫ଟି ଦାବି ନେଇ ଯେଉଁ କାରାରଖି ମାନେ ୧୯୦୦ ଟଙ୍କା ଗ୍ରେଡ୍ ପେ ପାଉଛନ୍ତି ସେମାନଙ୍କୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବା, ମୂଖ୍ୟ କାରାରଖି ଯେଉଁ ମାନେ ୨୦୦୦ ଟଙ୍କା ପାଉଛନ୍ତି ସେମାନଙ୍କର ଗ୍ରେଡ୍ ପେ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ଜାରାରଖିରୁ ଯେଉଁ ମାନେ ମୁଖ୍ୟ କାରାରଖିକୁ ପଦନ୍ନୋତି ପାଉଛନ୍ତି ୨୦୧୨ ପୁରୁଣା ନିୟମ ଅନୁସାରେ ବରିଷ୍ଠତା ଭିତ୍ତିରେ ପ୍ରଦାନ ଯେଉଁ କାରାରଖି ଏବଂ ମୂଖ୍ୟ କାରାରଖି ମାନେ ଉପଭଣ୍ଡ ସ୍ତର ନିଜ ହୋମ ସବଡିଭିଜରେ ରହିପାରିବେ ନାହିଁ ବୋଲି ଯେଉଁ ନିଷ୍ପତ୍ତି ହୋଇଛି ତାହ କରିବା, ଖାଦ୍ୟ ଭତ୍ତା ୪୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରିବା,ସପ୍ତମ ବେତନ କମିଶନ ୨୦୧୭ ମସିହାରେ ୧୩୦୦ ମାସିଆ ଦରମା ପରିବର୍ତ୍ତିତ ହାରରେ ପ୍ରଦାନ ପାଇଁ ଦାବୀ ନେଇ ଜେଲ୍ କର୍ମଚାରୀ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ସିରିଝୋଲି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସିରିଝୋଲି ପଞ୍ଚାୟତ କାର୍ଯ୍ୟାଳୟ ଆଜି ଘେରାଉ କରିଥିବା ବିଜେପି। ପାର୍ଟିର ଜିଲ୍ଲା ଉପସଭାପତି ୱାଇ. ଗଣପତି ଙ୍କ ନେତୃତ୍ୱରେ ଏକ ୧୨ ଦଫା ସମ୍ବଳିତ ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଥିଲା । ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପ୍ରତି ହେଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ସହ କେନ୍ଦ୍ର ସରକାରଙ୍କର ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସକାଶେ ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟନର୍ବାହୀ ଅଧିକାରୀଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକାର୍ତ୍ତାଙ୍କ ମଧ୍ୟରେ ଜଗନ୍ନାଥ ପୁର ମଣ୍ଡଳ ସଭାପତି ପୃଥିବୀ ରାଜ ପାଢ଼ୀ, ଗୁଣୁପୁର ନଗର ସଭାପତି ଅମର କୁମାର ସାହୁ, ଜିଲ୍ଲା ସଂପାଦକ ଶ୍ରୀନିବାସ ସ୍ୱାଇଁ, ସାଧାରଣ ସମ୍ପାଦକ କୀର୍ତ୍ତି କୁମାର ପଣ୍ଡା, ଉପସଭାପତି ଜଗଦୀଶ ପାତ୍ର, ଉପସଭାପତି ଜୟ ଦେବ ପଣ୍ଡା, ବାବୁଲା ପଟ୍ଟନାୟକ, ଯୁବ ମୋର୍ଚ୍ଚା ସଭାପତି ମୁଖି ଦିବାକର, ଅମିତ୍ ଷଡ଼ଙ୍ଗୀ,ପ୍ରଶାନ୍ତ ସାହୁକାର , ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ; ୫ କିମି ଦୂର ଚାଲି ଚାଲି ଆସି ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲା ଗୁଣପୁର ସହର ବିକ୍ରମପୁର ଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରଦିବାଦରେ ପିଲା ମାନେ ୫ କିମି ଦୂର ଚାଲି ଚାଲି ଆସି ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟଳୟ ଠାରେ ପହଁଞ୍ଚି ଜିଲା ମଙ୍ଗଳ ଅଧିକାରିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସହକାରି ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ବିଦ୍ୟାଳୟ ଖୋଲିବାର ୬ ବର୍ଷ ହୋଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ଖାଦ୍ୟପେୟ ଠାରୁ ଆରମ୍ଭ କରି ପାନୀୟ ଜଳ,ବସ୍ତ୍ର ଏବଂ ଶିକ୍ଷା ଦାନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଛାତ୍ରୀଛାତ୍ର ମାନେ ବିଭିନ୍ନ ସମୟରେ ସମସ୍ତଙ୍କୁ ଅବଗତ କରିଛନ୍ତି । ହେଲେ କୌଣସି ସମସ୍ୟାର ସମାଧାନ ହୋଇନାହିଁ । ତେଣୁ ସେମାନେ ରାଜ ରାସ୍ତାକୁ ଓହ୍ଲାଇଥିବା ଛାତ୍ରୀଛାତ୍ରମ ମାନେ ପ୍ରକାଶ କରିଛନ୍ତି । ଏଠାରେ ୬ ଷ୍ଠ ଶ୍ରେଣୀ ଠାରୁ ଏକାଦଶ ପର୍ଯନ୍ତ ପିଲା ମାନେ ପାଠ ପଢୁଥିବାବେଳେ ବର୍ଷକୁ ବର୍ଷ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ବିଭିନ୍ନ ସମସ୍ୟା ରହୁଥିବାରୁ ପିଲା ମାନେ ଟିସି ନେଇ ଚାଲି ଯାଉଛନ୍ତି । ବିଦ୍ୟାଳୟରେ ୧୦୦ କୋଟି ଟଙ୍କ । ଆସିଥିଲା ଏବଂ ତାହା ଖର୍ଚ୍ଚ ହେଉଥିବା କହିଥିଲେ ମଧ୍ୟ ତାହା କେଉଁ ଠାରେ ଏବଂ କିପରି ଖର୍ଚ୍ଚ ହେଲା ତାହା ଜଣାପଡୁନାହିଁ । ପିଲାଙ୍କ ପାଇଁ ୟୁନିଫର୍ମ ଦେଉନଥିବା,ଖେଳ ପଡିଆ ସମତଳ ହୋଇନଥିବା,ହଷ୍ଟେଲ,ଏକାଡେମିକ ବାରଠା,ଛାତ,କାନ୍ଥ ମାନ ଠିକ ନଥିବା । ବର୍ଷା ହେଲେ ଡାଇନିଂ ହଲରୁ ପାଣି ଗଳୁଥିବା, ହଷ୍ଟେଲ ରୁମରେ ପାଣି ପସୁଥିବା, ଡାଇନିଂ ହଲରେ ବସିବାକୁ ଯାଗା ନଥିବା, ଶୌଚାଳୟରେ ପାଣିର ଅସୁବିଧା ହେବା ଏବଂ ସଫ । ରହୁନଥିବା, ଖେଳ ସମୟରେ ଖେଳ ନଖେଳାଇ କାମ କରିବା ପାଇଁ କହୁଥିବା, ସେମାନଙ୍କୁ କୌଣସି ସ୍ୱାଧୀନତା ମିଳୁନଥିବା,ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଯୋଗୁଁ ମାନସିକ ଅଶାନ୍ତିରେ ରହୁଥିବା, ଯାହା ଦ୍ୱାରେ ସେମାନେ ଭଲରେ ପାଠ ପଢିପାରୁଛନ୍ତି ନା ଖେଳିପାରୁଛନ୍ତି । ୨୦୨୨-୨୩ ଦୁଇ ବର୍ଷର ସେମାଙ୍କୁ କୌଣସି ଜିନିଷ ପ୍ରଦାନ କରାଯାଇନଥିବା ଏବଂ ଶିକ୍ଷକ ଶିକ୍ଷୟତ୍ରି ନଥିବା । ଏପରି ସମସ୍ୟା ନେଇ ଛାତ୍ରୀଛାତ୍ର ମାନେ ଆନ୍ଦୋଳନ କରିଥିଲେ । ଏହାପରେ ସେମାନଙ୍କୁ ସେଠାରୁ ପ୍ରଶାସନ ପକ୍ଷରୁ ବୁଝାସୁଝି କରି ନିଆଯାଇଥିଲା । ପିଲାଙ୍କୁ ନେଇ ବିଦ୍ୟାଳୟରେ ପରିସରରେ ବୈଠକ ହୋଇଥିଲା । ସହକାରି ଜିଲାପାଳ ସତ୍ୟଜିତ ନାୟକଙ୍କ ସମେତ ଜିଲା ମଙ୍ଗଳ ଅଧିକାରି ଭରତ ଭୂଷଣ ବିଶ୍ୱାଳ,ଗୁଣପୁର ଆଇଟିଡିଏର ପିଏ ଶାନ୍ତିପ୍ରଭା ପ୍ରଧାନ,ସହକାରି ଜିଲା ମଙ୍ଗଳ ଅଧିକାରି ପ୍ରଦୀପ୍ତ କୁମାର ଦଳେଇ,ମଙ୍ଗଳ ସଂପ୍ରସାରଣ ଅଧିକାରି ଗଙ୍ଗ ।ଧର ବେହେରା ପ୍ରମୁଖ ବିଦ୍ୟାଳୟକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ସମସ୍ୟା ଗୁଡିକର ସମାଧାନ କରାଯିବା ବୋଲି ପିଲାଙ୍କୁ ଆଶ୍ୱସନା ଦେଇ ଆସିଥିଲେ ।

ସ୍ୱଛତା ହିଁ ସେବା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳୟରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁଣପୁର ପୌର ପରିଷଦ ଓ ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ନଂ ୧ ଓ ୨ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶହେରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଓ ପୌର ପରିଷଦର ସଫେଇ କର୍ମଚାରୀ ମାନଙ୍କ ସହାୟତାରେ ଅନୁଷ୍ଠାନ ପରିସର ସଫେଇ କରିବା ସହ ପ୍ଳାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର କାର୍ଯ୍ୟ ନିର୍ବାହ ଅଧିକାରୀ, ପୌର ପରିଷଦର ଅଧକ୍ଷ, ଉପାଧକ୍ଷ ଓ ପୌର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ଵେଚ୍ଛାସେବୀ ମାନେ ” ସ୍ଵଚ୍ଛତା ହିଁ ସେବା” ନାରା ଦେଇ ଅତି ଯତ୍ନ ସହ କାର୍ଯୀକ୍ରମ ସମ୍ପାଦନ କରିଥିଲେ । ଅନୁଷ୍ଠାନର ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି ଓ ଡ଼.ଦେବୀଶ୍ରୀ ମହାପାତ୍ର ଉପସ୍ଥିତ ରହି ସ୍ଵେଛାସେବିଙ୍କୁ ମାର୍ଗ ଦର୍ଶନ କରିଥିଲେ । ପ୍ରାଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା, ଅଧ୍ୟାପକ ଡ୍‌ ସତ୍ୟବାନ ଗରଡ଼ା, ଶ୍ରୀ ଜିତେନ୍ଦ୍ର ବଡ ମୁଣ୍ଡି, ଶ୍ରୀ ତାମିଲା ପାରାସେଠ ଓ ଶ୍ରୀ ଜଗନ୍ନାଥ ଦୀପ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ସହଯୋଗ କରିଥିଲେ । ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶଶୀ ଭୂଷଣ ମହାନ୍ତି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।