ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୂଭଖୁଣ୍ଟି ସ୍ଥାପନ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ଜାଗୃତି କଲଚୁରାଲ ଏସୋସିଏସନ,ମରାଠିଗୁଡା ପକ୍ଷରୁ ଆୟୋଜିତ ଗୁଣୁପୁର ବ୍ଲକ୍ ଅଫିସ୍ ସମୁଖ ରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଚଳିତ ବର୍ଷ ମା ଙ୍କ ପୂଜା ଷଷ୍ଠ ବର୍ଷରେ ପଦାର୍ପଣ କରିବ। ମହା ଆଡମ୍ବର ସହ ପୂଜା ପାଳନ କରାଯିବା ନେଇ ପୂଜା କମିଟି ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। ୯ ଦିନ ଧରି ମା ଗଜଲକ୍ଷ୍ମୀ ପୂଜା ଅନୁଷ୍ଟିତ ହେବ। ଶୂଭଖୁଣ୍ଟି ସ୍ଥାପନ ଓ ମା ଙ୍କ ପୂଜା ନିମନ୍ତେ କର୍ତା ରୁପେ ରାଧା କୃଷ୍ଣ ପଣ୍ଡା କାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ନବିନ ଚନ୍ଦ୍ର ରଥ ଓ ପ୍ରକାଶ ଚନ୍ଦ୍ର ରଥ ପୂଜା କାମ ସଂମ୍ପାଦନ କରିଛନ୍ତି।

ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ କ୍ରମରେ ପୂଜା କମିଟି ର ସଭାପତୀ ମନୋରଂଞ୍ଜନ ରଥ ଓ ସଂମ୍ପାଦକ ଶିବ ପ୍ରସାଦ ମହାପାତ୍ର, ଉପସ୍ଥିତ ରହି କାର୍ଯ୍ୟଭାର ତୁଲାଇଥିବା ବେଳେ ଶମେଶ୍ବର ସାମଲ,ରମେଶ ପାଣିଗ୍ରାହି,ରବି ନାରାୟଣ ଶତପଥି,ମୀନ କେତନ ପଣ୍ଡା,ତ୍ରିଚରଣ ପାତ୍ର, ଅକ୍ଷୟ ରାଜଗୁର,ରାଜେନ୍ଦ୍ର ସାହୁକାର,କମଳକାନ୍ତ ଖୁଣ୍ଟିଆ,ଦେବା ଶିଷ ପଣ୍ଡା,ଜନାର୍ଦନ ମହାପାତ୍ର, ବଳରାମ ପାଣିଗ୍ରାହି,ରଂଞ୍ଜନ ପାଣିଗ୍ରାହି, ପ୍ରେମାଂଶୁ ରଥ, ଚନ୍ଦନ ଦାସ,ରାଧାକୃଷ୍ଣ ଗଉଡ, କାଳିଆ ଗଉଡ, ପ୍ରଦିପ ପାଢି,କୁନା ରାଜଗୁରୁ,ମୁନା ଚୈାଧୁରି,ଶ୍ରିକାନ୍ତ,ଜ୍ଞାନ ନିଃଶଙ୍କ, ନିରଂଞ୍ଜନ ଗଉଡ ପ୍ରମୁଖ ସଦଶ୍ୟମାନେ ଉପସ୍ଥିତ ଥିଲେ।