ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଇଞ୍ଜିନିଅରସ ଦିବସ ପାଳିତ …!
ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଇଞ୍ଜିନିଅରସ ଦିବସ ଭାରତ ରତ୍ନ ଇଂ ଏମ. ବିଶ୍ଵେଶ୍ଵରୟ ଙ୍କ ଜନ୍ମତିଥି କୁ ଇଞ୍ଜିନିଅରସ ଦିବସ ସାରା ଭାରତ ବର୍ଷ ପାଳନ କରିଥାଏ । ଏହି ପରିପେକ୍ଷିରେ ଆଜି ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଇଞ୍ଜିନିଅରସ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନ କୌଶଳକୁ ଆପଣାଇବା ସହ ନୂତନ ଗବେଷଣା କ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ସ୍କୁଲ ଅଫ ଇଂଜିନିରିଂ ର ଡିନ ପ୍ରଫେସର ଏ ବି ଶ୍ରୀନିବାସ ରାଓ ଯୋଗ ଦେଇ ଯୁବ ଇଞ୍ଜିନିଅର ମାନଙ୍କୁ ଆଡ଼ଭାନ୍ସ ଟେକନୋଲୋଜି ବିଷୟରେ କହିବା ସହ ବିଶ୍ଵେଶ୍ଵରୟଙ୍କ ଦ୍ୱାରା ଭାରତରେ ବିଭିନ୍ନ ବୈଷୟିକ କୌଶଳକୁ ବ୍ୟବହାର କରି ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା ଏବଂ ତାଙ୍କର କାର୍ତ୍ୟବ୍ୟ ଓ ନିଷ୍ଠା , କାରିଗରୀ କୁଶଳତା , ବିଷୟରେ କହିଥିଲେ । ଏହି ଦିବସ ପାଳିତ ନିମନ୍ତେ ପୂର୍ବରୁ ବିଭିନ୍ନ ବୈଷୟିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା କୁ ଅଧ୍ୟାପକ ରାକେଶ ସାହୁ ପରିଚାଳନା କରିଥିଲେ ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

