ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ; ପରିବାରଙ୍କୁ ହସ୍ତାନ୍ତର କଲା ଗୁଣପୁର ଉପଖଣ୍ଡ ପ୍ରଶାସନ ….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗତ ଦଶ ଦିନ ଧରି ଗୁଣପୁର ସହର ଓ ଆଖ ପାଖ ଅଞ୍ଚଳରେ ଅସହାୟ ଅବସ୍ଥାରେ ଘୁରି ବୁଲୁଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ରଖିବା ସହ ପରିଚୟ ଖୋଜି ବାହାର କରି ବୃଦ୍ଧାଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି ଗୁଣପୁର ଉପଖଣ୍ଡ ପ୍ରଶାସନ । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର ବୃଦ୍ଧା ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ବୃଦ୍ଧାଶ୍ରମରେ ରଖିବା ସହ ଠିକଣା ଆଦି ପଚାରି ବୁଝିଥିଲେ । ବୃଦ୍ଧା ଜଣଙ୍କ କେବଳ ରୂପକା ଗ୍ରାମ କହିବା ପରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ବୃଦ୍ଧା ଜଣଙ୍କ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅଧିନସ୍ତ ପଣ୍ଡୁରୁ ମଣ୍ଡଳର ରୂପକା ଗ୍ରାମର ବୋଲି ଜଣା ପଡିବା ପରେ ତାଙ୍କ ପରିବାରଙ୍କ ନିକଟଙ୍କୁ ବୃଦ୍ଧାଙ୍କ ଫୋଟ ପଠା ଯାଇଥିଲା । ପରିବାର ଲୋକ ତାଙ୍କୁ ଚିହ୍ନିବା ପରେ ତାଙ୍କ ନାମ କେ ତାଭିଟିଆମ୍ମା ବୋଲି ସୂଚନା ଦେଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କ ପରିବାର ସହ ଯୋଗାଯୋଗ କରି ଗୁଣପୁର ଆସି ଅଵଶ୍ୟକ କାଗଜପତ୍ର ଦାଖଲ କରି ତାଭିଟିଆମ୍ମାଙ୍କୁ ନେବାପାଇଁ ତାଙ୍କ ନାତି କେ ମାଧବ ଓ କେ ରାମୋଜିଙ୍କୁ ଜଣାଇଥିଲେ । ଆଜି କେ ମାଧବ, କେ ରାମୋଜି ଗୁଣପୁର ପହଁଚିବା ପରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ବୃଦ୍ଧାଶ୍ରମ ଅଧିକ୍ଷକ ସଂଗ୍ରାମ ଶତପଥିଙ୍କ ଉପସ୍ଥିତିରେ ତାଭିଟିଆମ୍ମାଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜ ଜେଜେମାଙ୍କୁ ପାଖରେ ପାଇଁ ତାଙ୍କ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି ।

ରାଗାରରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଗୁଣୁପୁର ଉପକାରଗାର ପରିସର ରେ ଅନ୍ତେବାସୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନ୍ତେବାସୀଙ୍କୁ ଯକ୍ଷ୍ମା, ଏ ଚ ଆ ଭି, ସିପିଏଲିସ, ମଧୁମୟ, ହେପାଟାଇସି ସଚେତନତା କରାଯିବା ସହ ୧୩୨ ଜଣଙ୍କ ରକ୍ତ ଓ କଫ ନମୁନା ସଂଗ୍ରହ କରାଯାଇଛି । ଜେଲ୍ ଅଧକ୍ଷ କାମାକ୍ଷା ପତି ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଅନୁମତି ଅନୁସାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବୁ ଅନ୍ତେବାସୀଙ୍କୁ ଡଃ ଅଶ୍ୱିନୀ ଦାସ ପରୀକ୍ଷା ଦେଇ ଥିଲେ । ଟିବି ବିଭାଗ ର ରବିନାରାୟଣ ହୋତା ଏହି କାର୍ଯ୍ୟକ୍ରମର ପରାମର୍ଶ ଦାତା ଥିଲେ l ଆଇସିଟିସି କାଉନସିଲର ସସ୍ମିତା ନାୟକ ଏହାର ତଦାରଖ କରିଥିଲେ। ଏଥିରେ ରାକେଶ ପଣ୍ଡା, ଚନ୍ଦ୍ର ଶେଖର ପାତ୍ର, ମାନିନୀ ପାତ୍ର ସ୍ବାସ୍ଥ୍ୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲାସ୍ତରୀୟ “ନୂଆଁଖାଇ ଭେଟଘାଟ” -୨୦୨୩ ଆୟୋଜିତ …!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ଓ ଜିଲ୍ଲା ସଂସୃତି ପରିଷଦ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ନୂଆଁଖାଇ ଭେଟଘାଟ”-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସମଲେଇ ନୃତ୍ୟ କଳା ପରିଷଦର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ମହାନ୍ କୃଷି ଭିତ୍ତିକ ଗଣପର୍ବ । ଏହାକୁ ପାରଳାରେ ପାଳନ କରାଯାଉଥିବା ଯୋଗୁଁ ସେ ଉଦ୍ୟୋକ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ , ଏଠାରେ ଇତିହାସ , କଳା ଓ ସଂସ୍କୃତି ଭରପୁର ରହିଛି , ହେଲେ ଏଠାରେ ମନୋବଳର ଅଭାବ ରହିଛି , ତାକୁ ଉଜ୍ଜୀବିତ କରିବାକୁ ହେବ। ଏଠାରେ ବିଭିନ୍ନତା ମଧ୍ୟରେ ଏକତା ଯେଉଁ ରହିଛି , ତାହା ଏଠାରେ ପ୍ରମାଣିତ କରୁଛି।

ତେଣୁ ନୃତ୍ୟ , ସଙ୍ଗୀତ ଓ କଳାର ପୂର୍ବ ଗୌରବ ଯେଭଳି ଫେରି ପାଇବ ସେ ଦିଗରେ ପ୍ରୟାସ କରିବାକୁ ହେବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ
ନୂଆଁଖାଇ ଏକ କୃଷିଭିତ୍ତିକ ଗଣପର୍ବ ଏବଂ ଏହାର ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଯୋଗ ଦେଇ ଭାବର ଆଦାନ ପ୍ରଦାନ ମାଧ୍ୟମରେ ବଡ଼ ମାନଙ୍କ ଠାରୁ ଛୋଟ ମାନେ କିଭଳି ଆଦର୍ଶ ଓ ସଂସ୍କାର ମୂଳକ ଶିକ୍ଷା ପାଇଥାନ୍ତି ଏବଂ ସାଂସ୍କୃତିକ ଭାବ କିଭଳି ଆଦାନ ପ୍ରଦାନ ହୋଇଥାଏ ସେ ସମ୍ପର୍କରେ , ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଶ୍ରୀ ଆଦର୍ଶ ଦାସ ଯୋଗ ଦେଇ ଏ ଅଞ୍ଚଳରେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସମେତ ବସ୍ତ୍ର ପରିଧାନ ଉପରେ କିପରି ଗୁରୁତ୍ଵ ଦିଆ ଯାଇଥାଏ ଏବଂ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇ ନୂଆଁଖାଇ ଭେଟଘାଟ ପାଳନ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସାଙ୍ଗସାଥୀ ମାନଙ୍କୁ ନେଇ ଭାଇଚାରା ପରିବେଶ ସୃଷ୍ଟି କରି କିଭଳି ଭାବ ଆଦାନ ପ୍ରଦାନ କରାଯାଇଥାଏ , ସେ ବିଷୟରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ତଥା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏଥି ସହ ପାରଳାର ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ସମଲେଇ ନୃତ୍ୟ କଳା ପରିଷଦ , ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପ୍ରଭୃତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।


ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଶେଷରେ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଡି.ମୋହନ ରାଓ ରାଜେନ୍ଦ୍ର ରଥ , ମାତାଙ୍ଗିନୀ ଗୁରୁ , ଭିକି , ନିରଞ୍ଜନ ପଟ୍ଟନାୟକ , ରଘୁନାଥ ପଟ୍ଟନାୟକ , ଡ଼ଃ.ପ୍ରିୟଙ୍କା , ଜ୍ଞାନ , କିଶୋର , ସୁଧା ରଞ୍ଜନ ପଟ୍ଟନାୟକ , କାମଦେବ , ହରିହର ପଟ୍ଟନାୟକ , ହର ତ୍ରିପାଠୀ , ସନ୍ତୋଷ ପାଟ୍ଟଯୋଶୀ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ।

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା କାର୍ଯ୍ୟକ୍ରମ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ରାଜ୍ଯ ସରକାରଙ୍କ ଦ୍ବାରା ଅନ୍ବେଷଣ କରାଯାଉଥିବା ନୁତନ ଚିନ୍ତାଧାରା ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଫାର୍ମାସି ବିଭାଗ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ଷ୍ଟାର୍ଟଅପ ଚିନ୍ତାଧାରା ବିଷୟରେ କହିଥିଲେ । ଓଡ଼ିଶା ସରକାରଙ୍କ ଭ୍ରାମ୍ୟମାଣ ଷ୍ଟାର୍ଟଅପ ଭ୍ଯାନ ମହାବିଦ୍ୟାଳୟ ପରିସରରେପହଞ୍ଚି ଛାତ୍ରଛାତ୍ରୀଙ୍କଠାରୁ ଅଭିନବ ବିଚାର ସଂଗ୍ରହ କରିଥିଲା । ଅରୁଣ ଦତ୍ତ,ସାଇକ୍ରିସନା ସ୍ବାଇଁ, ଏ.ପ୍ରକୃତି,ଆଶୁତୋଷ ସାହୁ,ପ୍ରସାନ୍ତ ଦାମୋଦର,ଜେ.କାର୍ତ୍ତିକ ପ୍ରମୁଖ ଛାତ୍ରଛାତ୍ରୀ ନିଜ ଚିନ୍ତାଧାରା ଗୁଡିକ ଉପସ୍ଥାପନା କରିଥିଲେ ଓ ଓଡ଼ିଶା ଷ୍ଟାର୍ଟଅପ ଆପ୍ ରେ ଏହିସବୁ ପ୍ରକଳ୍ପ ଓ ଚିନ୍ତାଧାରା ଗୁଡିକୁ ପଞ୍ଜୀକରଣ ଛାତ୍ରଛାତ୍ରୀ ମାନେ କରିଥିଲେ । ଶ୍ରେଷ୍ଠ ଉପସ୍ଥାପନାକୁ ବିଚାରକୁ ନେଇ ଭୁବନେଶ୍ବରରେ ପୁରସ୍କୃତ କରାଯିବ ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ଡଃ.କାହ୍ନୁଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓ ପ୍ରମୁଖ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଥିବା ନୁତନ ଚିନ୍ତାଧାରା ପରିପ୍ରକାଶ କରିପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ । ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଅଭିନନ୍ଦନ ଜଣାଇଥିଲେ ।

ଓଡିଶା ଷ୍ଟାର୍ଟଅପ ଯାତ୍ରାରେ ସାମିଲ ହେଲେ ଗାନ୍ଧି ପବ୍ଲିକ ଛାତ୍ରଛାତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ସ୍ଥାନୀୟ ଗାନ୍ଧି ପବ୍ଲିକ ସ୍କୁଲ ପରିସରରେ ଆଜି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନିଜର ନୂତନ ଚିନ୍ତାଧାରା ଓ ଷ୍ଟାର୍ଟଅପ ପ୍ରକଳ୍ପ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନୂଆ ଷ୍ଟାର୍ଟଅପ ବା ଆଇଡ଼ିଆ ପରିପ୍ରକାଶ କରିଥିଲେ ।ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଓଡିଶା ଷ୍ଟାର୍ଟଅପ ଭ୍ରାମ୍ୟମାଣ ଭ୍ୟାନ୍ ସ୍କୁଲର ପରିସରରେ ଛାତ୍ରଛାତ୍ରୀଙ୍କ ଠାରୁ ଅଭିନବ ବିଚାର ସଂଗ୍ରହ କରିଥିଲା। ଦେବାଶିଷ ସିଂଦେଓ,ଗୌତମୀ ବିଡିକା ଏକାଦଶ ଶ୍ରେଣୀ, ଗୋବିନ୍ଦ ପାଢ଼ୀ ନବମ ଶ୍ରେଣୀ, କେ ଧନିସ୍ମା, ଓଁ ପ୍ରକାଶ ଦେଓ ଦଶମ ଶ୍ରେଣୀ, ପ୍ରିୟାଂଶୁ ଗମାଙ୍ଗ, ଶ୍ରାବଣୀ ସାହୁ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀମାନେ ନିଜର ନୂତନ ଚିନ୍ତାଧାରା ଓ ପ୍ରକଳ୍ପ ବିଷୟରେ କହିଥିଲେ ଏବଂ ଉକ୍ତ ପ୍ରକଳ୍ପକୁ ଓଡିଶା ଷ୍ଟାର୍ଟଅପ ଆପରେ ଡାଉନଲୋଡ କରି ସେମାନେ ପଞ୍ଜିକରଣ କରିବେ ।

ପରିଶେଷରେ ୨୦ଟି ବିଚାରଧାରାକୁ ଉପସ୍ଥାପନା ପାଇଁ ଭୁବନେଶ୍ୱରକୁ ଆମନ୍ତ୍ରିତ କରାଯିବ ଓ ପୁରସ୍କୃତ କରାଯିବ। ଏହା ଏକ ପ୍ରାରମ୍ଭ ମାତ୍ର। ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓଡିଶା ଷ୍ଟାର୍ଟଅପ ରେ ନିଜ ନିଜର ବିଚାର ଧାରା କୁ ପଞ୍ଜିକରଣ କରି ଏହି ଯାତ୍ରା ରେ ନିଜକୁ ସାମିଲ କରିପାରିବା ନିମନ୍ତେ ଇଛୁକ। ଏହିପରି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ କହିଥିଲେ, ଓଡିଶା ଷ୍ଟାର୍ଟଅପର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ନବ ସୃଜନଶୀଳତାକୁ ପ୍ରେରଣା ଦେବା ଓ ସେମାନଙ୍କ ନୂଆ ବିଚାରଧାରାକୁ ଏକତ୍ରିତ କରିବା । ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା କହିଥିଲେ ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ବିଚାର, ସୃଜନଶୀଳତାକୁ ଆଗେଇ ନେବା ସହିତ ଏକ ମାର୍ଗ ପ୍ରଦାନ କରି ସଶକ୍ତ କରିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଏହି କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟାଧମକ, ଥାନାରେ ଅଭିଯୋଗ . 

ଏଥର ସମ୍ଭାଳ ବ୍ୟୁରୋ (କଳାହାଣ୍ଡି) :- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ। ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି। ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି। ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନାକୁ ନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ସଂପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚ ମାନଙ୍କ ସ୍ବାମୀ ମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ ଗୁରୁବାର ସାମ୍ବାଦିକ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କୋକସରା ଥାନା ଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି। ତେବେ ସତ୍ୟ ଖବର ପ୍ରକାଶପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଗଣ ମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

ଦୁଇ ଜିଲ୍ଲାକୁ ନେଇ ଡୁଡାର ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ; ସାମିଲ ହେଲେ ପାଞ୍ଚ ପୌର ସଂସ୍ଥାର କର୍ମକର୍ତ୍ତା…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ରାୟଗଡ଼ା ଓ ଗଜପତି ଜିଲ୍ଲାର ୪ଟି ପୌରସଂସ୍ଥାକୁ ନେଇ କ୍ଲଷ୍ଟର ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରସଂସ୍ଥା କର୍ମଚାରୀ ଓ ମଳ ଉପଚାର କେନ୍ଦ୍ରରେ କାର୍ଯ୍ୟରତ ସ୍ଵୟଂସହାୟିକା , ଟିଜିଜି , ଟି.ଆର.ପି ମାନଙ୍କ ଦକ୍ଷତା ବିକାଶ କର୍ମଶାଳା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ତୁଡା ପ୍ରକଳ୍ପ ନିର୍ଦ୍ଦେଶକ ଗୋରାଚାନ୍ଦ ଗମାଙ୍ଗ ମୁଖ୍ୟଅତିଥି , ପୌର ଅଧ୍ୟକ୍ଷା ମମତା ଗୌଡ଼ , ଉପାଧକ୍ଷ ଶିବପ୍ରସାଦ ଗୌଡ଼ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ସମସ୍ତ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶିକ୍ଷକ ଉପସ୍ଥିତ ରହିଥିଲେ ।

କର୍ମଶାଳାରେ ମିଶନଶକ୍ତି ଗୋଷ୍ଠୀ ଓ ଟିଜି ଗୋଷ୍ଠୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସର ରେ ଆୟୋଜିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ରେ ଗୁଣପୁର ପୌରପରିଷଦ ପ୍ରଥମ ଓ ପାରଳାଖମୁଣ୍ଡି ପୌର ପରିଷଦ ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଟିମ ବିଲଡିଂ ପ୍ରତିଯୋଗିତାରେ କାଶୀନଗର ଏନଏସି ପ୍ରଥମ ଓ ଗୁଡ଼ାରି ଏନଏସି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଗୁଣପୁର ପୌରନିର୍ବାହୀ ଅଧିକାରୀ ଡା. ସତ୍ୟସମ୍ପୂର୍ଣ୍ଣା ରାଉତ , ରାୟଗଡ଼ା ପୌର ନିର୍ବାହୀଅଧିକାରୀ ୟାଶିର ବିଲ୍ଲାଲ ଅହମ୍ମଦ , ଗୁଡ଼ାରି ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା , ଗଜପତି ପୌର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ , କାଶୀନଗର ଏନଏସିର ନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମାଷ୍ଟର ଟ୍ରେନର ଭାବେ ଭୁବନେଶ୍ବରରୁ ଓମପ୍ରକାଶ ରଥ , ଆଦର୍ଶ କିଡ଼ିଆ ଓ ରାଜଶ୍ରୀ ପତି ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଗୁଣପୁର ପୌର ପରିଷଦର ଇଂ ବିଶ୍ବନାଥ ସାର୍କା , ଇଂ ରବୀନ୍ଦ୍ରନାଥ ଦାଶ, ସମାପିକା ପାତ୍ର , କୈଳାସଚନ୍ଦ୍ର ପରିଡା , ରମଣୀ ରଞ୍ଜନ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ସାରା ବିଶ୍ବରେ ସେପ୍ଟେମ୍ବର ମାସ ୨୫ ତାରିଖ ଦିନକୁ ବିଶ୍ବ ଫାର୍ମାସିଷ୍ଟ ଦିବସ ରୁପେ ପାଳନ କରାଯାଏ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ.ପ୍ରକାଶ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ମୁଖ୍ଯ ଅତିଥିରୁପେ ଯୋଗଦେଇଥିଲେ । ଉପାଧ୍ୟକ୍ଷ ଡଃ.କାହ୍ନୁଚରଣ ପାଣିଗ୍ରାହୀ,ଅଧ୍ୟାପକ ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ଯ ଓ ସମାଜ ପାଇଁ ସେମାନଙ୍କ ଅବଦାନ ବିଷୟରେ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ ।

ସେହିପରି ଅଙ୍ଗଦାନ ଏକ ମହାନ କାମ ଓ ଏହାଦ୍ବାରା କିପରି ଅନ୍ୟଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଚେୟାରମ୍ୟାନ ନିଜ ବକ୍ତବ୍ଯରେ କହିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରଥମେ ଏକ ରାଲିରେ ବାହାରି ସ୍ଲୋଗାନ ମାଧ୍ୟମରେ ଅଙ୍ଗ ଦାନ ଏକ ମହତ୍ ଦାନ ବୋଲି କହି ଲୋକଙ୍କୁ ଅଙ୍ଗଦାନ କରିବାପାଇଁ ବୁଝାଇଥିଲେ ।ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଔଷଧିୟ ବୃକ୍ଷରୋପଣ କରାଯାଇଥିଲା । ମହା ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଲୋକଙ୍କ ସେବା ମନୋବୃତ୍ତି ନେଇ ଫାର୍ମାସିଷ୍ଟ କାମ କରିବାକୁ ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

୫ ଦଫା ଦାବୀ ନେଇ ଅନଶନ ରେ ବସିଲେ ଜେଲ କର୍ମଚାରୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଉପ କାରାଗାର ସମ୍ମୁଖରେ କର୍ମଚାରି ୫ ଦଫା ଦାବୀ ନେଇ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଅଲ ଓଡିଶା ଏପ୍ଲେଏସ୍ ଆସୋସିଏସନ୍ ପକ୍ଷରୁ ଗତ ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି ପ୍ରତିଵାଦ କରିଥିଲେ। ହେଲେ ସେମାନଙ୍କ ଦାବୀକୁ ସରକାର ପୂରଣ କରିନଥିବାରୁ ସେମାନେ ସୋମବାର ଠାରୁ ଆମରଣ ଅନଶନ ଆରମ୍ଭ କରିଥିବା ଗୁଣପୁର କାରାରଖି ବିଶ୍ଵନାଥ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ୫ଟି ଦାବି ନେଇ ଯେଉଁ କାରାରଖି ମାନେ ୧୯୦୦ ଟଙ୍କା ଗ୍ରେଡ୍ ପେ ପାଉଛନ୍ତି ସେମାନଙ୍କୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବା, ମୂଖ୍ୟ କାରାରଖି ଯେଉଁ ମାନେ ୨୦୦୦ ଟଙ୍କା ପାଉଛନ୍ତି ସେମାନଙ୍କର ଗ୍ରେଡ୍ ପେ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ଜାରାରଖିରୁ ଯେଉଁ ମାନେ ମୁଖ୍ୟ କାରାରଖିକୁ ପଦନ୍ନୋତି ପାଉଛନ୍ତି ୨୦୧୨ ପୁରୁଣା ନିୟମ ଅନୁସାରେ ବରିଷ୍ଠତା ଭିତ୍ତିରେ ପ୍ରଦାନ ଯେଉଁ କାରାରଖି ଏବଂ ମୂଖ୍ୟ କାରାରଖି ମାନେ ଉପଭଣ୍ଡ ସ୍ତର ନିଜ ହୋମ ସବଡିଭିଜରେ ରହିପାରିବେ ନାହିଁ ବୋଲି ଯେଉଁ ନିଷ୍ପତ୍ତି ହୋଇଛି ତାହ କରିବା, ଖାଦ୍ୟ ଭତ୍ତା ୪୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରିବା,ସପ୍ତମ ବେତନ କମିଶନ ୨୦୧୭ ମସିହାରେ ୧୩୦୦ ମାସିଆ ଦରମା ପରିବର୍ତ୍ତିତ ହାରରେ ପ୍ରଦାନ ପାଇଁ ଦାବୀ ନେଇ ଜେଲ୍ କର୍ମଚାରୀ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ସିରିଝୋଲି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସିରିଝୋଲି ପଞ୍ଚାୟତ କାର୍ଯ୍ୟାଳୟ ଆଜି ଘେରାଉ କରିଥିବା ବିଜେପି। ପାର୍ଟିର ଜିଲ୍ଲା ଉପସଭାପତି ୱାଇ. ଗଣପତି ଙ୍କ ନେତୃତ୍ୱରେ ଏକ ୧୨ ଦଫା ସମ୍ବଳିତ ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଥିଲା । ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପ୍ରତି ହେଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ସହ କେନ୍ଦ୍ର ସରକାରଙ୍କର ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସକାଶେ ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟନର୍ବାହୀ ଅଧିକାରୀଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକାର୍ତ୍ତାଙ୍କ ମଧ୍ୟରେ ଜଗନ୍ନାଥ ପୁର ମଣ୍ଡଳ ସଭାପତି ପୃଥିବୀ ରାଜ ପାଢ଼ୀ, ଗୁଣୁପୁର ନଗର ସଭାପତି ଅମର କୁମାର ସାହୁ, ଜିଲ୍ଲା ସଂପାଦକ ଶ୍ରୀନିବାସ ସ୍ୱାଇଁ, ସାଧାରଣ ସମ୍ପାଦକ କୀର୍ତ୍ତି କୁମାର ପଣ୍ଡା, ଉପସଭାପତି ଜଗଦୀଶ ପାତ୍ର, ଉପସଭାପତି ଜୟ ଦେବ ପଣ୍ଡା, ବାବୁଲା ପଟ୍ଟନାୟକ, ଯୁବ ମୋର୍ଚ୍ଚା ସଭାପତି ମୁଖି ଦିବାକର, ଅମିତ୍ ଷଡ଼ଙ୍ଗୀ,ପ୍ରଶାନ୍ତ ସାହୁକାର , ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।