ଶୌଚାଳୟ ,ପାନୀୟ ଜଳ ଅଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।।

!!! ଗୁଡ଼ାରୀ ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

 

ଏଥର ସମ୍ଭାଳ –  ଗୁଡ଼ାରୀ ବ୍ଲକ୍ ମଧୁବନ ଗ୍ରାମ ପଞ୍ଚାୟତର ବାଇନା ଗୁଡ଼ା ୧୧ନମ୍ୱର୍ ୱାଡର ତିନି କୁଣିଆ ଛକ୍ ଠାରେ ଶୌଚାଳୟ ,ପାନୀୟ ଜଳର ବ୍ୟବସ୍ତା ନଥିବାରୁ ଯାତ୍ରୀ ନାହିଁ ନଥିବାର ସମ୍ମୁଖିନ ହେବାର ଦେଖା ଦେଇଛି । ଏହି ତିନିକୁଣିଆ ଛକ ନିକଟରେ ନଳକୂପ ନାହିଁ କି ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟ ନଥିବାରୁ ନାହିଁ ନଥିବାର ସମ୍ମୁଖୀନ ହେବାକୁ ପଡୁଛି । ଏଥି ସମ୍ପର୍କିତ ଅସୁବିଧା ନେଇ ବିଭାଗୀୟ କର୍ତ୍ତୁ ପକ୍ଷଙ୍କୁ ବହୁ ବାର ଅବଗତ କରାଇ ଆସିଥିଲେ ମଧ୍ଯ ଏହାର କୌଣସି ସୁଫଳ ବ୍ୟବସ୍ଥା ହୋଇ ପାରି ନାହିଁ । ସମ୍ପ୍ରତି ଗ୍ରାମ ବାସୀଙ୍କ ଅଭିଯୋଗ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଏହାର ଦୃଷ୍ଟି ଦେଇ ଆଶୁ ପ୍ରତିକାର ନ କଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲାହିବାକୁ ଚେତାବନୀ ଦେଇଛନ୍ତି ।

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷର ନୂତନ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

 !!! ପାରଳାଖେମୁଣ୍ଡି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ ପାଟ୍ଟ ଯୋଶୀ ଙ୍କ ରିପୋର୍ଟ  !!!

 

ଏଥର ସମ୍ଭାଳ – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନୂତନ ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଡ଼ି.ଏଚ୍.ଏସ୍.ଇ ଙ୍କର ନିର୍ଦ୍ଦେଶାନାମା ଅନୁସାରେ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ସଭା କାର୍ଯ୍ୟ ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ଭାଷଣ ସହ ନିଜ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ସୁଦୀର୍ଘ ଇତିହାସ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଅନୁଷ୍ଠାନର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋକପାତ କରିଥିଲେ। ଏତଦ୍ ବ୍ୟତୀତ ଭୂଗୋଳ ପାଠ୍ୟର ବ୍ୟବହାରିକ ଉପଯୋଗୀତା ବିଷୟରେ ଅବଗତ କରାଇଥିଲେ।

ସଭାର ଅନ୍ୟତମ ବରିଷ୍ଠ ପ୍ରାଧ୍ୟାପିକା ଡ଼.ମନସ୍ୱିନୀ ଦାସ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ସହ ଛାତ୍ରୀଙ୍କର ଚରିତ୍ର ଗଠନ ଉପରେ ଅନେକ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ।

ଇତିହାସ ବିଭାଗର ଅଧ୍ୟାପକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଇତିହାସ ବିଷୟର ଗୁରୁତ୍ବ ଏବଂ ସାଧାରଣ ଜୀବନରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼.ମହେନ୍ଦ୍ର ରାଇତ ରାଜନୀତିର ସୁଦୂର ପ୍ରସାରୀ ଭବିଷ୍ଯତ ଏବଂ ନାଗରିକର କର୍ତ୍ତବ୍ୟ ଉପରେ ମନ୍ତବ୍ୟ ରଖିଥିଲେ। ଓଡ଼ିଆ ଅଧ୍ୟାପକ ବାଗ୍ମୀ ରଞ୍ଜନ ଯୋଗଦେଇ ନାରୀ ସ୍ବାଧୀନତା ଏବଂ ସଦ୍ ଉପଯୋଗ କହିଥିବା ବେଳେ ସଂସ୍କୃତ ଅଧ୍ୟାପିକା ଡି. ପ୍ରିୟଙ୍କା ସଂସ୍କୃତ ବିଷୟର ଧାରଣା ଦେବା ଅବସରରେ ଜୀବନରେ ସଂସ୍କୃତ ଓ ସଂସ୍କୃତି ଦୁଇଟି ଶବ୍ଦର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷାଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସ୍ୱପରିଚୟ ସହ ପାଠ୍ୟ ବିଷୟ ଉପରେ ସାମାନ୍ୟ ଧାରଣା ଦେଇଥିଲେ।ସଭାରେ ଉପସ୍ଥିତ ନୂତନ ଛାତ୍ରୀମାନେ ଶ୍ରଦ୍ଧାର ସହିତ ସମସ୍ତ ଉପଦେଶକୁ ଗ୍ରହଣ କରିବା ସହ ଆଗାମୀ ସମୟର ସଦୁପଯୋଗ କରିବାର ପ୍ରତିଶୃତି ଦେଇଥିଲେ। ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ; ମନମୁଖୀ ଶାସନ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ; ମନମୁଖୀ ଶାସନ ଉପରେ ଅଙ୍କୁଶ ଲଗାଇବା  ଭଳି ଅଭିଯୋଗ ଆଣିଛନ୍ତି ସ୍ଵାମୀ ନିର୍ବାଣ ନନ୍ଦ ଗିରୀ ଗୁଣପୁର ଠାରେ ଏକ ସାମ୍ବାଦିକ ସାକ୍ଷାତକାର ରେ ଏଭଳି ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ “ଅନ୍ୱେଷା”ମାଧ୍ୟମରେ ପରିଚାଳିତ ଛାତ୍ରାବାସରେ ରହୁଥିବା ବିଦ୍ୟାର୍ଥୀ ମାନଙ୍କୁ ଗୁଣପୁର ସହରାଞ୍ଚରେ ରହିଥିବା କିଛି ବଛା ବଛା ଇଂରେଜ ମାଧ୍ୟମିକ ବିଦ୍ୟାଳଗୁଡିକରେ ଇଂରେଜ ଶିକ୍ଷାଦାନ ଗ୍ରହଣ କରିବା ନିମନ୍ତେ ଜଏନ କରାଯାଇଥିଲା । ବିଦ୍ୟାଳୟ ଗୁଡ଼ିକର ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍ ରହିଛି କି ନାହିଁ ଯାଞ୍ଚ କରିବା ପରେ ବିଦ୍ୟାଳୟ ଚୟନ କରାଯାଇଥିଲା । ଏହା ମଧ୍ୟରୁ ଗୁଣପୁର ଠାରେ ପ୍ରତିଷ୍ଠିତ “ସରସ ଏଙ୍ଗ୍ଲୋ ବେଦିକ “ ଇଂରେଜ ମାଧ୍ୟମ ବିଦ୍ୟାଳୟ ଅନ୍ୟତମ । ଏଠାରେ ବିଦ୍ୟାର୍ଥୀ ପଢୁଥିବା ବେଳେ ହଠାତ୍ ଏହିବର୍ଷ ବିଦ୍ୟାର୍ଥୀ ଙ୍କୁ ଏଠାରୁ ବାହାର କରାଯାଇ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ଅର୍ଦ୍ଧ ବାର୍ଷିକ ପରୀକ୍ଷା ରହିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ନିନ୍ଦା ପ୍ରକଟ କରାଯାଇଛି । ପରିଚାଳିତ ଇଂରେଜ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକର ପାଠ୍ୟ ଖସଡ଼ା ଭିନ୍ନ ଭିନ୍ନ ରହିଥିବା ବେଳେ ଦୀର୍ଘ ବର୍ଷ ଏକ ବିଦ୍ୟାଳୟ ରେ ଶିକ୍ଷାଦାନ ଗ୍ରହଣ କରୁଥିବା ବିଦ୍ୟାର୍ଥୀ ନୂତନ ଭାବେ ଅନ୍ୟ ବିଦ୍ୟାଳୟର ପାଠ୍ୟ ଖସଡ଼ା ସହିତ କିଭଳି ତାଳ ଦେଇ ଶିକ୍ଷା ଗ୍ରହଣ କରିବେ ବୋଲି ପ୍ରଶ୍ନ ଉଠୁଛି । ଅନେକ ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍ ନଥିବା “ଏମ୍ପାୱାର” ବିଦ୍ୟାଳୟକୁ ବିଦ୍ୟାର୍ଥୀ ଯୋଗାଇ ଦିଆଯାଇଥିବା ବେଳେ ବିଦ୍ୟାର୍ଥୀଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଉଥିବା “ସରସ ଏଙ୍ଗ୍ଲୋ ବେଦିକ” ବିଦ୍ୟାଳୟ ରୁ କାହିଁକି ବିଦ୍ୟାର୍ଥୀ ଙ୍କୁ ବାହାର କରିନିଆଯାଇଛି ବୋଲି ସ୍ଵାମୀ ନିର୍ବାଣ ନନ୍ଦ ଗିରୀ ଏକ ତୁଳନାତ୍ମକ ଅଭିଯୋଗ ଉପସ୍ଥାପନା କରିଛନ୍ତି । ବିଦ୍ୟାର୍ଥୀ ଙ୍କ ଆଗାମୀ ଭବିଷ୍ୟତ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ହେଉଛି ।

ଯୁକ୍ତ ଦୁଇ ନୂତନ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ…!

!!! ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ ପ୍ରାରମ୍ଭିକ ଭାବେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ କଳା ବିଭାଗ ଶିକ୍ଷା ନିମନ୍ତେ ମଙ୍ଗଳବାର ଦିନ ନୂତନ ଭାବରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ରୂପେ ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟା ଲଘୁ, ପଛୁଆ ବର୍ଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ ସେହିପରି ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ରାମନାଗୁଡା ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବର୍ତ୍ତମାନ ର ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ, କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା ,ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗି, କମଳ ଲୋଚନ ମୁଟିକା, ସରପଞ୍ଚ ରିତୁ ପ୍ରଭା ଗମାଙ୍ଗ ,ପୁରାତନ ଛାତ୍ର ଗଗନ ବିହାରୀ ଆଚାର୍ଯ୍ୟ, ଜଗଦୀଶ ନାୟକ ବେହେରା, ବନମାଳୀ ମହାରଣା, ରଞ୍ଜନ ନାୟକ ବେହେରା, ନରସିଂହ ପରିଛା ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗ ଦେଇଥିବା ଯୁକ୍ତ ଦୁଇ କଳା ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ସାରକା ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ରେ ଏହି ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରିବା ସହ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନେ ଯେପରି ଉଚ୍ଚ ଶିକ୍ଷା ରୁ ବଞ୍ଚିତ ନହୁଅନ୍ତୁ ସେ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ କଳା ବିଭାଗ ରେ ଶିକ୍ଷା ଗ୍ରହଣ କରିବା ପାଇଁ ଉଚ୍ଚ ବିଦ୍ୟାଳୟ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ରୂପାନ୍ତରିତ କରିଥିଲେ ସେଥିପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କୁ ସଠିକ ଭାବରେ ଗ୍ରହଣ କରିବା ସହିତ ଏହି ଅନୁଷ୍ଠାନ ର ନାଁ ରଖିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ସହିତ ଚାଠ ରେ ଉଦାହରଣ ସ୍ୱରୂପ ନିଜ ଦକ୍ଷତା ବିକାଶ କରି ସୁନାମ ଅର୍ଜନ କରି ମଧ୍ୟ ଏକ ନମ୍ବର ହେବାକୁ କହିଥିଲେ ଏବଂ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ଦାଶ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ଗୁରୁଜନ ,ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ କଥା ଶୁଣି ଭଲ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ଏବଂ ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ ନୂତନ ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷ ହୋଇଥିବା ରୁ ଉନ୍ନତ ମାନର ଶିକ୍ଷା ସହିତ ଭବିଷ୍ୟତ ରେ ସଫଳତାର ଶୀର୍ଷ ରେ ପହଁଚିବାକୁ କହିଥିଲେ ।ସେହିପରି ସୁଦୂର ମାଲକାନଗିରି ରୁ ଆସି ଉକ୍ତ ଉତ୍ସବ ରେ ଉପସ୍ଥିତ ଥିବା ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ବିଦ୍ୟାଳୟ ସହ ରହିଥିବା ସମସ୍ତ ବିଷୟ କୁ ବଖାଣି ଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ବାପା ମାଆ ଗୁରୁଜନ ଙ୍କ କଥା ଶୁଣି ଉତ୍ତମ ଛାତ୍ର ଛାତ୍ରୀ ହେବା ସହିତ ଏହି ବିଦ୍ୟାଳୟ ର ନାଁ ରଖିବ ତା ସହିତ ଭବିଷ୍ୟତ ରେ ଜଣେ ଜଣେ ବଡ ବଡ ଅଧିକାରୀ ହୋଇ ନିଜ ପରିଚୟ ସହ ଏହି ଅନୁଷ୍ଠାନ ର ପରିଚୟ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି କହିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ କଲମ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା ,ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ପ୍ରମୁଖ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ; ୭୦ ୟୁନିଟ ରକ୍ତ ସଂଗ୍ରହ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଶର୍ମା ,ରେଜିଷ୍ଟ୍ରାର ଡ ଏନ.ଭି. ଜେ.ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। ।ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ଡ ଏସ ଏସ ପାଢ଼ୀ, ,ଅଧ୍ୟାପକ ବାଣୀ ପ୍ରସାଦ ନାୟକ,ପ୍ରମୋଦ ରଂଜନ ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି, ସିଦ୍ଧାର୍ଥ ପ୍ରୀତମ୍, କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ,ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା , ସୁରୁଚି ପାତ୍ର, ରୋଜି ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମାସରେ ସ୍ବେଛାକୃତ ରକ୍ତଦାନ କରି ବହୁ ରକ୍ତହୀନତା ରୋଗୀଙ୍କୁ ରକ୍ତ ଯୋଗାଇବା ସହଯୋଗ କରୁଛନ୍ତି।

ଗୁଡ଼ାରୀ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ…!

!!! ରାୟଗଡ଼ ଜିଲ୍ଲା ଗୁଡାରୀ ରୁ ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଡ଼ାରୀ)- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ଗୁଡ଼ାରୀ ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ରେ ଅନୁଷ୍ଠିତ ହୋଇଯାଇଛି। ଗୁଡ଼ାରୀ ବ୍ଳକ ସଭାପତି ପ୍ରମୋଦ କୁମାର ପତିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।ରକର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ , ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖା କୁ ବିରୋଧ କରିବା ସହ ଦୃଢ଼ ବିରୋଧ କରିଥିଲେ। ଏବଂ ଦୀର୍ଘ ଦିନ ଧରି ଦାବି କରି ଆସୁଥିବା ଆନ୍ଦୋଳନ କୁ ସରକାରଙ୍କ ପ୍ରତିଶ୍ରୁତି କୁ ମାନି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତା’ର କୈାଣସି ସଫଳ ମିଳିନଥିବା ଯୋଗୁଁ ଆସନ୍ତା ନଭେମ୍ବର ମାସ ୧୭ ତାରିଖ ଦିନ ଭୁବନେଶ୍ଵର ଠାରେ ୨ ଲକ୍ଷ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଆନ୍ଦୋଳନ କରାଯାଇ ରାଜ୍ୟ ସରକାରଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ଏବଂ ଡିସେମ୍ବର ମାସ ରେ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ଠାରେ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଆଲୋଚନା କରାଯିବା ସହ ସମସ୍ତେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ବ୍ଳକ କୁ ସୁଦୃଢ କରିବା ପାଇଁ ଏକ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମ କର୍ତ୍ତା ମଧ୍ୟରେ ସଭାପତି ଭାବେ ରମା ବାଉରୀ , ଉପସଭାପତି ମମତା କୁମାରି ବିରଵଦେଇ , ସମ୍ପାଦିତ ମିନି ପାଲାକା , ସହ ସଂପାଦିକା ଯୋତି କାଡ୍ରାକା , କୋଷାଧ୍ୟକ୍ଷ ଶୈଳେନ୍ଦ୍ରୀ ସବର , କାର୍ଯ୍ୟକାରୀ ସଭ୍ୟ ଭାବେ ଜୁଳୁ ମୁଟୁକା ଏବଂ ଶୁରେଲୀ ଗାଣ୍ଟା ଙ୍କୁ ଚୟନ କରାଯାଇଥିଲା। ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ସମସ୍ତ କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ।

ବୃଦ୍ଧି ପାଉଛି ବେଆଇନ ବାଲି ଓ ଗୋଡି ବ୍ୟବସାୟ,ରାତିରେ ଚୋରୀ ଦିନରେ ବିକ୍ରି ; ପ୍ରଶାସନ ନୀରବ ଦ୍ରଷ୍ଟା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସହରରେ ଦିନକୁ ଦିନ ବେଆଇନ ବାଲି ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି।ବାଲି ମାଫିଆ ମାନେ ବିଭିନ୍ନ ବାଲି ସଜ୍ଜା ରୁ ରାତି ତମାମ ବାଲି ଚୋରୀ କରାଯାଇ ଦିନରେ ଚଢା ଦରରେ ବିକ୍ରି କରୁଛନ୍ତି।ଏଭଳି କି ମୁଖ୍ୟ ରାସ୍ତା କଡ଼ ଠାରୁ ଆରମ୍ଭ କରି ବିଭିନ୍ନ ଖେଳ ପଡିଆ,ଧର୍ମାନୁଷ୍ଠାନ, ନବ ନିର୍ମିତ୍ତ ସରକାରୀ କାର୍ଯ୍ୟାଳୟ ନିକଟରେ ବାଲି ଜମା କରି ବ୍ୟବସାୟୀ ମାନେ ବେପାର କରି ମାଲାମାଲ୍ ହେଉଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ସାନ ନଦୀ ଏବଂ ଗୁଣପୁର – ଗଜପତି ଜିଲ୍ଲା ସୀମାନ୍ତ ବାଡ଼ି ଗାଁ ବଂଶଧାରା ନଦୀ ଶଯ୍ୟାରୁ ଚୋରା ବାଲି ଉଠାଇ କଳା ବଜାରୀ ହେଉଥିବା ଅଭିଯୋଗ ହୋଇଛି । ବାଲି ମାଫିଆ ମାନେ ମଧ୍ୟ ରାତ୍ରରୁ ଭୋର ୫ ଟା ପର୍ଯ୍ୟନ୍ତ ଶହ ଶହ ଟ୍ରାକ୍ଟର ଯୋଗେ ବାଲି ପରିବହନ କରି ଗୁଣପୁର ସହରର ବିଭିନ୍ନ ସ୍ଥାନରେ ଗଛିତ ରଖୁଛନ୍ତି। ଫଳରେ ବସ୍ତି ବାସିନ୍ଦା ମାନେ ଶାନ୍ତିରେ ଶୋଇ ପାରୁ ନଥିବା ପ୍ରକାଶ କରିଛନ୍ତି। ସେହିଭଳି ପଡୋଶୀ ଆନ୍ଦ୍ର ରୁ ବ୍ୟାପକ ପରିମାଣରେ ଭାରିଯାନ ଯୋଗେ ଚିପସ ଲୋଡ଼ ଆଣି ରାତ୍ରରେ ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଗଛିତ ରଖି ବିକ୍ରି କରାଯାଉଛି। ଏଭଳି କାର୍ଯ୍ୟ ବର୍ଷ ତମାମ ଲାଗି ରହୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ସରକାର ରାଜସ୍ୱ ହରାଉ ଥିବାବେଳେ, ବାଲି , ଗୋଡି,ମାଫିଆମାନେ ନିଜ ଆୟ ବୃଦ୍ଧି କରିବାରେ ଲାଗି ପଡିଛନ୍ତି। ଏହାଏକ ଭଲ ବ୍ୟବସାୟ ହୋଇଥିବାରୁ ସମସ୍ତ ପ୍ରକାର କୌଶଳ ଆପଣେଇ ନେଉଛନ୍ତି ବାଲି ମାଫିଆ ସ୍ଥାନୀୟ ବାବୁଲି ନଗର ଅଞ୍ଚଳ, ବାଣୀଶ୍ରୀ ବିହାର, ମହିମା ନଗର ଆଦି ଅଂଚଳରେ ଶହ ଶହ ବାଲି ,ଗୋଡିଲୋଡ଼ ଗଛିତ ଥିବା ଦେଖିବାକୁ ମିଳୁଛି। ରାତିରେ ମନଇଚ୍ଛା ଏଭଳି ପରିବହନ ହେଉଥିବା ବେଳେ ରାତ୍ରକାଳୀନ ପେଟ୍ରୋଲିଂ କିଭଳି ହେଉଛି ଏଠାରୁ ସ୍ୱଷ୍ଟ ବାରି ହେଉଛି ବୋଲି ବୁଦ୍ଧି ଯିବି ମହଲରେ ଅଭିଯୋଗ ହୋଇଛି । ବ୍ୟାପକ ବାଲି, ଗୋଡି ପରିବହନ ଯୋଗୁଁ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ଉକ୍ତ ଅଞ୍ଚଳ ଏବଂ ସହର ବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଏସବୁ ଦେଖି ବି କାହିଁକି ନୀରବ ଦ୍ରଷ୍ଟା ସାଜିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ରାଜସ୍ୱ ବିଭାଗ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଚୋରା ବାଲି ଚାଲାଣ କୁ ରୋକିବାରେ ସକ୍ଷମ ହୋଇ ପାରୁନଥିବା ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଉଛି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଗଛିତ ଥିବା ବ୍ୟାପକ ବାଲି ଗୁଡିକୁ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ବାଲି ମାଫିଆଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧି ଜୀବି ମହଲରେ ଦାବି ହୋଇଛି ।

ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଡିଏମଓ ଙ୍କ କାର୍ଯ୍ୟାଳୟ ପରିସରରୁ ଏ ଏନ୍ ଏମ୍ ତାଲିମ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଏ ଏନ୍ ଏମ୍ ତାଲିମ ଛାତ୍ରୀ ମାନେ ହେପାଟାଇଟିସ ରୋଗ ସମ୍ପର୍କିତ ସଚେତନତା ବ୍ୟାନର ଧରି ନଗର ପରିକ୍ରମା କରି ଜନସଚେତନତା କରିଥିଲେ।ପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏହି ଅବସରରେ ଏକ ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଡିପିଏଚଓ ଡ଼ାଃ ମୁବାରକା ଅଲ୍ଲୀ , ଏଡିପିଏଚଓ (ରୋଗ ନିୟନ୍ତ୍ରଣ) ଡ଼ାଃ ଆନନ୍ଦ ସାମନ୍ତରାୟ , ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଡିଏମଓ ଡ଼ାଃ ପ୍ରମୋଦ ଚନ୍ଦ୍ର ପଣ୍ଡା , ଜିଲ୍ଲା ସାମାଜିକ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ.ସୁନିତା ଏବଂ ଏଡିପିଏଚସିଓ ନୟନା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ହେପାଟାଇଟିସ ବା ଯକୃତ ପ୍ରଦାହ ଏହି ଭୂତାଣୁ ଜନିତ ରୋଗ ପ୍ରତି ପ୍ରଥମରୁ ସାବଧାନତା ନ ହେଲେ ଏହା କିଭଳି ଭୟଙ୍କର ଭାବେ ଲିଭରକୁ ଦୀର୍ଘ ସମୟ ଧରି ସଂକ୍ରମଣ କରିଥାନ୍ତି ଏବଂ ଏଥିସହ ଏହା କିଭଳି ଲିଭାର କର୍କଟ ରୋଗ ଭଳି ରୋଗ କରିବାରେ ସାହାଯ୍ୟ କରିଥାଏ , ଯାହା ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ସେ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ହେପାଟାଇଟିସ ଭୂତାଣୁ କିଭଳି ସଂକ୍ରମିତ ହୋଇଥାଏ , ହେପାଟାଇଟିସ ରୋଗର ଲକ୍ଷଣ , ଏହି ରୋଗକୁ କିଭଳି ଚିହ୍ନଟ କରାଯାଇଥାଏ , ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ଏବଂ ଏହା କିଭଳି ପ୍ରତିରୋଧ ସମ୍ଭବ ହୋଇଥାଏ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଷ୍ଠାଟାଷ୍ଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଡିଡିଏମ-ଆଇଡିଏସପି ଶ୍ରୀ ତୁଷାରକାନ୍ତ ପଟ୍ଟନାୟକ , ଆଶା ମ୍ୟାନେଜର ଶ୍ରୀ ନାରାୟଣ ମଲ୍ଲିକ ଏବଂ ଏ ଏନ୍ ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ସୁଫଳ ବେହେରା ପ୍ରମୁଖ ଅଂଶଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ।

୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ..!

!!! ଗଜପତି ଜିଲ୍ଲା ରୁ ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ-ଜିଲ୍ଲାପଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ମଞ୍ଚାସୀନ ଥିଲେ। ଚଳିତ ସ୍ଵାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ,ଏଥିରେ ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ। ଏଥି ସକାଶେ ଚଳିତ ମାସ ଅଗଷ୍ଟ ୧୧ , ୧୨ ଓ ୧୩ ତାରିଖ ଦିନ ପ୍ୟାରେଡ଼ ଅଭ୍ୟାସ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୪.୩୦ ଘଟିକା ସମୟରେ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ। ସକାଳ ୯ ଘଟିକା ୧୫ ମିନଟ ସମୟରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ। ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବରେ ପୁରସ୍କୃତ କରାଯିବ। ସମସ୍ତ ସରକାରୀ , ବେସରକାରୀ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉକ୍ତ ଦିନ ସକାଳ ଘ.୭.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ ବୈଠକରେ ଡେପୁଟି ଆରକ୍ଷୀ ଅଧିକ୍ଷକ ଶ୍ରୀ ଏଲ୍.ଏସ୍.ଆଚାରୀ , ଆର୍.ଆଇ. ଅଫ୍ ପୋଲିସ୍ ଶ୍ରୀ ସତ୍ୟକାନ୍ତ ଜେନା , ପୂର୍ତ୍ତ ବିଭାଗ ଅଧିକାରୀ ଶ୍ରୀ ବେଣୁଧର ସାହୁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ପରିବହନ ଅଧିକାରୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ , ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀ , ସମସ୍ତ ଗଣ ମାଧ୍ୟମର ପ୍ରତିନିଧିଗଣ , ବ୍ୟାଙ୍କ ଶାଖା ପରିଚାଳକ , ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।