ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ଵାଧୀନତା ଦିବସ ପାଳିତ.

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ୭୭ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଗୁଣପୁର ପ୍ରକଳ୍ପ ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରି ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଗୁଣପୁର ମାନ୍ୟବର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଯେ, ଅମୃତ ଭାରତ ଗଠନ ନିମନ୍ତେ ଶିକ୍ଷା,ସମୃଦ୍ଧି ଉନ୍ନତମାନର ହେବା ଆବଶ୍ୟକ।

ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ, ଭାରତୀୟ ସଂରକ୍ଷିତ ବାହିନୀ କମାଣ୍ଡାଣ୍ଟ ଦୀପକ କୁମାର ଦେହୁରୀ, ଡେପୁଟି କମାଣ୍ଡାଣ୍ଟ ବିଧୁଭୂଷଣ ଉଦ୍ଗାତା, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରମୁଖ ମଞ୍ଚସିନ ଥିଲେ।ପ୍ୟାରେଡ଼ରେ ଗୁଣପୁର ମହାବିଦ୍ୟାଳୟ ପ୍ରଥମ, ଥୟାରମ୍ମା ମହିଳା ମହାବିଦ୍ୟାଳୟ ଦ୍ଵିତୀୟ, ଗାନ୍ଧୀ ବିଶ୍ୱ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ସିଭିଲିଆନରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ପ୍ରଥମ, ଶିଶୁ ବିଦ୍ୟା ମନ୍ଦିର ବାଳିକା ବିଭାଗ ଦ୍ଵିତୀୟ, ଗାନ୍ଧୀ ପବ୍ଲିକ ସ୍କୁଲ ବାଳକ ବିଭାଗ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସ୍ୱାଧୀନତା ଦିବସ ନିମନ୍ତେ ଭୋର ୫ଟାରୁ ରାମଧୁନ ପ୍ରଚାର, ୬ଟାରୁ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ବିଧାୟକ, ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପ୍ରମୁଖ ସକାଳ ୭ଘଟିକାରେ ମହାତ୍ମାଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଉପଖଣ୍ଡସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅନନ୍ତ ପାତ୍ର, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ଓ କନିଷ୍ଠ ସହାୟକ ଗୀତାଞ୍ଜଳି ଗରିଆଗଡୁ, ନନ୍ଦିତା ଶବର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

ପୌର ପରିଷଦ ପକ୍ଷରୁ ସ୍ଵାୟତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଓ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ.

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – (ଗୁଣପୁର): ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ବିଦ୍ୟା ନିକେତନ ପବ୍ଲିକ୍ ସ୍କୁଲ୍ ଖେଳ ପଡିଆ ଠାରେ ସ୍ଵାୟତ ଶାସନ ଦିବସ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୌର ପରିଷଦ ର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଡଃ ସତ୍ୟ ସମ୍ପୂର୍ଣା ରାଉତ , M.E ଶ୍ରୀ ବିଶ୍ଵନାଥ ସାର୍କା ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମରେ ଜେ.ଇ  ସୁକାନ୍ତ ବେହେରା, ଜେ.ଇ  ଆଦିତ୍ୟ ମିଶ୍ର, ଆଇ.ଇ  ରବିନ୍ଦ୍ର ଦାଶ, ଆକାଉଣ୍ଟେଣ୍ଟ ନିରଞ୍ଜନ ସାହୁ ଓ ମୁକ୍ତା ଯୋଜନା ଆକାଉଣ୍ଟାଣ୍ଟ ଶିବ କୃଷ୍ଣ ପ୍ରମୂଖ ଉପସ୍ଥିତ ରହିଥିଲେ.

ଉକ୍ତ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଟି ଇ.ଓ ଏକାଦଶ ଏବଂ ସି.ପି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇ.ଓ ଏକାଦଶ ପକ୍ଷରୁ ଅଧିନାୟକ ଶିବ କୃଷ୍ଣ ଓ ସି.ପି ଏକାଦଶ ପକ୍ଷରୁ ଅଧିନାୟକ ସୁକାନ୍ତ ବେହେରା ଙ୍କ ମଧ୍ୟରେ ଟସ୍  ପରେ ଅଧିନାୟକ ଶିବ କୃଷ୍ଣ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ.  ଇ.ଓ ଏକାଦଶ ଦଳ ୧୫ ଓଭର୍ ରେ 8 ୱିକେଟ ହରାଇ ୭୩ ରନ୍ କରି ସି.ପି ଏକାଦଶ ଦଳକୁ ୭୪ ରନ୍ ର ବିଜୟ ଲକ୍ଷ୍ୟ ଦେଇଥିଲେ। ଉକ୍ତ ଲକ୍ଷ୍ୟକୁ ସି.ପି ଏକାଦଶ ମାତ୍ର ୩ ୱିକେଟ ହରାଇ ବିଜୟୀ ହୋଇଥିଲେ। ସି.ପି ଏକାଦଶ ପକ୍ଷ୍ୟରୁ ଆଇ.ଇ ରବୀନ୍ଦ୍ର ନାଥ ଦାଶ ୩୩ ଗୋଟି ବଲରେ ସର୍ବାଧିକ ୪୫ ରନ୍ କରି ନାବାଦ ରହିଥିଲେ ଏବଂ ୩ ଗୋଟି ଗୁରୁତ୍ଵ ପୂର୍ଣ୍ଣ ୱିକେଟ ନେଇଥିଲେ। ସନ୍ଧ୍ୟାରେ କପିଳପୁର ଠାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଅୟୋଜନ କରାଯାଇଥିଲା। ଉକ୍ତ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ରେ ସୁକାନ୍ତ ବେହେରା ଏବଂ ବଣ୍ଟି ଙ୍କ ଗ୍ରୁପ ବିଜୟ ହୋଇଥିବା ବେଳେ ଶିବ କୃଷ୍ଣ ଏବଂ ସୁନୀଲ ଜେନା ଙ୍କ ଗ୍ରୁପ ରନର୍ ହୋଇଥିଲେ.

ଆଦିବାସୀ ଦିବସ ପାଳନ କରିନି ଜିଲ୍ଲା ଆଦିବାସୀ ମହା ସଂଘ; ଭାଗୀରଥୀ ମଣ୍ଡାଙ୍ଗି ଙ୍କ ହତ୍ୟାକାରୀ ର ଗିରଫ୍ ପରେ ଆଡ଼ମ୍ବର ରେ ପାଳିବୁ….!

!!! ରାୟଗଡ଼ା ରୁ ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା ସଦର ମହକୁମା ତୁମ୍ବିଗୁଡ଼ାର ସ୍ୱର୍ଗୀୟ.ଭାଗୀରଥି ମାଣ୍ଡାଙ୍ଗି ବିଜେଡି ଦଳର ତୃଙ୍ଗ ନେତା ତଥା ବିଜେଡ଼ି ଦଳର ୨୦ ନମ୍ବର ୱାର୍ଡର କାଉନସିଲର ଏବଂ ମଝିଘରିଆଣୀ ମନ୍ଦିର ର ଟ୍ରଷ୍ଟ ବୋର୍ଡ ମେମ୍ବର ଥିଲେ। ସ୍ଵର୍ଗତ ଭାଗୀରଥି ମାଣ୍ଡାଙ୍ଗିଙ୍କ ହତ୍ୟାକାଣ୍ଡ ଘଟଣାକୁ ୧୩ ବର୍ଷ ବିତି ଲାଣି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ଫେଲ୍ ମାରିଛି ପୁଲିସ ଓ କ୍ରାଇମବ୍ରାଞ୍ଚ। ତଥାପି ନ୍ୟାୟ ପାଇଁ ସଂଘର୍ଷ ଜାରି ରହିବ ବୋଲି କହିଛି ଜିଲ୍ଲା ଆଦିବାସୀ ମହା ସଂଘ । ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ଆବାହକ ବସନ୍ତ ଉଲ୍କାକା ଓ ସାଧାରଣ ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗି କହିଛନ୍ତି,୨୦୧୦ ଡିସେମ୍ବର ୧୫ରେ ଭାଗୀରଥି ନିଖୋଜ ଥିଲେ।କିଛିଦିନ ପରେ ଆନ୍ଧ୍ରପ୍ରଦେଶର ଝଞ୍ଜାବତି ନଦୀ କୂଳରେ ତାଙ୍କ ଶବ ଉଦ୍ଧାର ହୋଇଥିଲା।ଏହି ହତ୍ୟାକାଣ୍ଡର ଶାସକ ବିଜେଡି ଦଳର ପୁର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ହାତ ରହିଛି।ଏହି ଘଟଣାର ତଦନ୍ତ ପାଇଁ ପ୍ରଥମେ ରାୟଗଡା ଥାନା ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ନେଇଥିଲା।କିନ୍ତୁ ରାଜ୍ୟ ସରକାର ଓ ଏନ.ଭାସ୍କର ରାଓଙ୍କ ଚାପରେ ତଦନ୍ତକୁ ଚାପି ଦିଆଯାଇଛି ବୋଲି ଆଜି ପୁନର୍ବାର ଅଭିଯୋଗ କରିଛି ରାୟଗଡ଼ା ଆଦିବାସି ମହାସଂଘ।ଏହି ଘଟଣା ପରେ ଆଦିବାସୀଙ୍କୁ ଭାଗ ଭାଗ କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ସରକାର କାମ କରୁ ନଥିବା ନେତାମାନେ ଅଭିଯୋଗ କରିଥିଲେ।ଏହାର ପ୍ରତିବାଦରେ ୱାର୍ଡ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଆଦିବାସି ମହା ସଂଘ ର ସଭାପତି ଶ୍ରୀ.ବସନ୍ତ ଉଲାକା କହିଛିନ୍ତି।ଆଜି ଆମର ଆଦିବାସୀ ଦିବସ ଆମେ ପାଳନ କରିବୁନାହିଁ ଯେଉଁ ଦିନ ଭାଗୀରଥିଙ୍କ ହତ୍ୟାକାରୀକୁ ଗିରଫ କରାଯିବ ସେହିଦିନ ମହା ଆଡ଼ମ୍ବରରେ ପାଳନ ହେବ ବୋଲି କହିଛନ୍ତି।କାରଣ ପୁଲିସ ଡିଜି ଆମକୁ ପ୍ରତିଶ୍ରୁତି ଦେଇଥିଲେ ବୋଲି କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ସଂଘ ସଭ୍ୟ ସତ୍ୟବାନ ମାଣ୍ଡାଙ୍ଗି,ବାସା ମାଣ୍ଡାଙ୍ଗି,ତିମାନା ପୁଆଲା,ଶଙ୍କର ଜିଲାକାରା,ରଞ୍ଜନ ଜିଲାକାରା ପ୍ରମୁଖ ଉପସ୍ଥିତ ଥିଲେ।

ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ ମନ୍ମୟୀ ପଣ୍ଡା … !

!!!  ବଲାଙ୍ଗୀର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବଲାଙ୍ଗୀର) – ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ । ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି ଵଲାଙ୍ଗିର ଟାଉନ ପୋଲିସ । ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରୁଥିବା ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ , ୨୦୧୨ରୁ ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ଜାଲ୍ ସାର୍ଟିଫିକେଟରେ ଚାକିରି କରୁଥିବାରୁ ଵଲାଙ୍ଗିର ଟାଉନ ପୋଲିସ ତାଙ୍କୁ ଗିରଫ କରିଛି। ଵଲାଙ୍ଗିର ଡିଇଓଙ୍କ ଅଭିଯୋଗ ଆଧାରରେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି । ଏଥିସହ ବିଭିନ୍ନ ହାଇସ୍କୁଲର ଆଉ ତିନିଜଣ ଶିକ୍ଷକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏମାନେ ସମସ୍ତେ ଜାଲ୍ ସାର୍ଟିଫିକେଟରେ ଚାକିରି କରିଥିବା ଅଭିଯୋଗ ହୋଇଛି । ଏବେ ଅନ୍ୟ ଶିକ୍ଷକମାନେ ଫେରାର ଥିବା ଜଣାପଡିଛି । ତେବେ କିପରି ଜାଲ ସାର୍ଟିଫିକେଟ ତିଆରି ହୋଇଛି ଏନେଇ ତଦନ୍ତ କରୁଛି ପୋଲିସ । ପୂର୍ବରୁ ଵଲାଙ୍ଗିରର ନକଲି ସାର୍ଟିଫିକେଟ ଘଟଣା ଚର୍ଚ୍ଚାରେ ଥିବା ବେଳେ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

ମୂଳିପୁଟ ଆଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଗୁଡାରି ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରୀ) – ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ୍ ଅସଡା ଗ୍ରାମ ପଞ୍ଚାୟତ ନିକଟସ୍ଥ ମୂଳିପୁଟ ଆଶ୍ରମ ବି ଗୁଦ୍ୟାଳୟ ରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାଂଗୁଡାରୁଗା ମାଝୀ ,ସଭାପତି ଜଳନ୍ଧର ଶବର,ମୁଖ୍ୟବକ୍ତା ଭାବେ ସିଆରସି ରବି ଶଙ୍କର ରଥ ମଞ୍ଚାଷିନ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶ୍ୱିନ ଖାଡ଼ଙ୍ଗାଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଭାଗିରଥି ଶବର, ଶିକ୍ଷୟତ୍ରୀ ଲିଜା ପାହାନ, ମାଧବୀ ଶବର,ମେଟ୍ରୋନ ସଂଯୁକ୍ତା କାର୍ଜି, ସ୍ୱାସ୍ଥ୍ୟ କର୍ମୀ ରାଜେଶ୍ୱରୀ ସୁନାମୁଦୀ ଉପସ୍ଥିତ ରହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ମଞ୍ଚାଷିନ ଅତିଥି ମାନଙ୍କ ଦ୍ଵାରା ଚାରିଶହ ବିଦ୍ୟାର୍ଥୀଙ୍କୁ ଦୁଇହଳ ଡ୍ରେସ୍ ଦେବା ସାଙ୍ଗକୁ ସ୍କୁଲ୍ ବେଲ୍ଟ ଏବଂ ବେଡ଼ଜ ପ୍ରଦାନ୍ କରିଥିଲେ । ତତ୍ ସାଙ୍ଗକୁ ଅତିରିକ୍ତ ଅଧିକାରି ବକ୍ତବ୍ୟ ମଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାର ଆଭିମୁଖ୍ୟ ସମ୍ପର୍କରେ ବୁଝାଇ ଥିଲେ ଏବଂ ସରକାର ତମ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଛନ୍ତି । ସେହିଭଳି ସି.ଆରି.ସି.ସି ଶ୍ରୀ ରଥ ମଧ୍ଯ ତାଙ୍କ ଅବିର୍ଭାଶନ ମଧ୍ୟମରେ ବିଦ୍ୟାର୍ଥୀ କିପରି ଶିକ୍ଷାରେ ଆଗ୍ରହ ହେବେ ତାହା ବୁଝାଇଥିଲେ ।

ଗୁଣପୁର ତହସିଲଦାରଙ୍କୁ ଭୂମି ସମ୍ମାନ |

ଗୁଣପୁର – (ଏଥର ସମ୍ଭାଳ ବ୍ୟୁରୋ) – ରାୟଗଡା ଜିଲା ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ପାଇଛନ୍ତି ଭୂମି ସମ୍ମାନ । ଭୂବନେଶ୍ବର ଲୋକସଭା ଭବନର କନଭେନସନ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ଶଚୀବ ଭିକେ ପାଣ୍ଡିଆନ ,ମୂଖ୍ୟ ଶାସନ ଶଚୀବ,ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ ,ବିଭାଗୀୟ ଅଧିକାରି ପ୍ରମୁଖଙ୍କ ସହିତ ଜିଲାପାଳ ସୁଧାଦେବ ସିଂଙ୍କ ଉପସ୍ଥିତିରେ ଗୁଣପୁର ତହଲିଲଦାରଙ୍କୁ ଭୂମି ସମ୍ମାନ ପ୍ରଦାନ କରାଯାଇଥିଲା । ଜମି ରେକର୍ଡର କମ୍ପ୍ୟୁଟରିକରଣ, ଅନ ଲାଇନରେ ଜମି ପଞ୍ଜିକରଣ,ରେକର୍ଡ ରୁମର ଆଧୁନିକରଣ ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗୁଣପୁର ତହସିଲକୁ ସମ୍ମାନିତ କରାଯାଇଛି ।ସୂଚନା ଯୋଗ୍ୟ ଯେ ରାୟଗଡା ଜିଲ୍ଲା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଗ୍ରହଣ ସମୟରେ ରାୟଗଡା ଜିଲାପାଳ ସ୍ଵଧା ଦେବ ସିଂ, ଗୁଣୁପୁର ତହସିଲ ଦାର ସରତ ଚନ୍ଦ୍ର ନାୟକ ଏବଂ କୋଲନରା ତହସିଲ ଦାର ଉପସ୍ଥିତ ରହି ଗ୍ରହଣ କରିଥିଲେ।

ଗୁଡାରି ଥାନା ରେ ନୂତନ IIC ଙ୍କ ଦାୟିତ୍ଵ ଗ୍ରହଣ ।

!!! ଗୁଡ଼ାରି ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରୀ ) –  ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଡାରି ଥାନା ରେ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବରେ ଶ୍ରୀମତୀ ସମର୍ପିତା ସ୍ୱାଇଁ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ଶ୍ରୀମତୀ ସ୍ୱାଇଁ କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ, ଆଜି ଗୁଡାରି ଥାନା ରେ ପୂର୍ବତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ଶବର ଙ୍କ ସ୍ଥାନରେ ଶ୍ରୀମତୀ ସମର୍ପିତା ସ୍ୱାଇଁ ନୂତନ IIC ଭାବେ ବିଦ୍ଧିବଧ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ IIC ଙ୍କୁ ଗୁଡାରି ସାମ୍ବାଦିକ ସଙ୍ଘ ଓ ୟୁଥ ଫର ଚେଞ୍ଜର ସଦସ୍ୟ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମ୍ବାଦିକ ସର୍ବଶ୍ରୀ ଜଗନ୍ନାଥ ମିଶ୍ର,ପ୍ରମୋଦ କୁମାର ପତି, ବୀର କେଶ୍ୱର ନନ୍ଦ, ରବି ନାରାୟଣ ଦେଓ, ଲୋକନାଥ ସାହୁ, ନୀଳାଦ୍ରି ବେହେରା ତ୍ରିପତି ବିଡ଼ିକା ସମେତ ସମସ୍ତ ସାମ୍ୱାଦି ଏବଂ ୟୁଥ୍ ଫର୍ ଚେଞ୍ଜ ର ସଦସ୍ୟ ମାନେ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ ।

ଭୂମି ସମ୍ମାନ ରେ ସମ୍ମାନିତ ହେବେ ଗୁଣପୁର ତହସିଲଦାର …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଭୂମି ସମ୍ମାନ ରେ ସମ୍ମାନିତ ହେବେ ରାୟଗଡା ଜିଲ୍ଲା ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ । ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ସନ୍ଧ୍ୟା ରେ ଲୋକ ସେବା ଭବନ ଠାରେ ଏହି ସମ୍ମାନ ପ୍ରଦାନ କରାଯିବ । ଖତିୟାନ କମ୍ପ୍ୟୁଟରିକରଣ , ମ୍ୟାପ୍ ଆଧୁନିକୀକରଣ , ଖତିୟାନ ସହ ମ୍ୟାପ୍ ସଂଯୋଗୀକରଣ , ରେକର୍ଡ ରୁମ୍ ଆଧୁନିକୀକରଣ , ଅନଲାଇନ୍ ଜମି ପଞ୍ଜୀକରଣ ଭଳି କାର୍ଯ୍ୟ କରିବା ରେ ଶ୍ରୀ ନାୟକ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳ ଙ୍କ ସୁପାରିଶ କ୍ରମେ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ସରକାର ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ।

ଏମ୍ କେ ସି ଜି ସ୍ଵତନ୍ତ୍ର ବିଦ୍ୟାଳୟର ମହାଦୁର୍ନୀତି କୁ ଘଣ୍ଟ ଘୋଡାଉଛି ଜିଲ୍ଲା ପ୍ରଶାସନ

!!! ମୋହନା ରୁ ପତିନିଧି ପଞ୍ଚାନନ ଦାସ ଙ୍କ ରିପୋର୍ଟ !!!

ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ସଂପାଦକ ଙ୍କ ଦୁର୍ନୀତି କୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ବିଦ୍ୟାଳୟ ର ସଂପାଦକ ଦଣ୍ଡାସି ସାହୁ ଅନୁଷ୍ଠାନ ର ବାଇଲ କୁ ଜାଲି କରି କେନ୍ଦ୍ରୀୟ ଅନୁଦାନ କୁ ହଡ଼ପ କରିବା, ବିଦ୍ୟାଳୟ ଟି ଜଂଗଲ ଜମି ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଅନ୍ୟ ଏକ ପ୍ଲଟ ରେ ବିଦ୍ୟାଳୟ ଚାଲୁଥିବା ଦର୍ଶାଇ ଅନୁଦାନ ଟଙ୍କା ହଡ଼ପ କରିବା, ଏମ୍ ଆର ଓ ସିପି ବିଭାଗ ର ପରିମିଶନ ଟିକୁ ଜିଲ୍ଲା ପ୍ରଶାସନ ରିଜେକ୍ଟ କରିଥିଲେ ମଧ୍ୟ ବିଦ୍ୟାଳୟ ନାମ ଚେଞ୍ଜ କରି ଚଲାଇବା, ବିଦ୍ୟାଳୟ ରେ ସର୍ବମୋଟ ୪୦ ଛାତ୍ର ଛାତ୍ରୀ ରହି ପାଠପଢୁ ଥିଲା ବେଳେ ସରକାର ଙ୍କ ଠାରୁ ୨୦୦ ବିଦ୍ୟାର୍ଥୀ ପଢୁଥିବା ଦେଖାଇ ଅନୁଦାନ ଆଣି ହଡ଼ପ କରିବା, ଓଡ଼ିଶା ସରକାର ଙ୍କ ଠାରୁ ରିହାତି ଦରରେ ବିଦ୍ୟାଳୟ କୁ ଯୋଗାଣ ହେଉଥିବା ଚାଉଳ କୁ ବାଟ ମାରଣା କରିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ନେଇ ଚର୍ଚ୍ଚା ଜୋର ଧରିଛି । ବିଦ୍ୟାଳୟ ର ସିସି କ୍ୟାମେରା ଚେକ୍ କଲେ ବିଦ୍ୟାଳୟ ରେ ସର୍ବମୋଟ କେତେ ପିଲା ରହି ପାଠ ପଢ଼ୁଛନ୍ତି ଏହା ଜଣା ପଡ଼ିବ ବୋଲି କୁହାଯାଉଛି ।କର୍ମଚାରୀ ମାନଙ୍କର ଦରମା ୫୦ ପ୍ରତିଶତ ଦେଇ ଅବଶିଷ୍ଟ ଟଙ୍କା କୁ କମିଟି ବୃନ୍ଦ ହଡ଼ପ କରିବା, କର୍ମଚାରୀ ମାନଙ୍କ ଠାରୁ ସରକାରୀ ଚାକିରି ହୋଇଯିବ କହି ଡୋନେସନ ଆଦାୟ କରିବା, ବିଦ୍ୟାଳୟ ରେ ଗୋଟିଏ ହେଲେ ପିଲା ଶୋଇବା ପାଇଁ ଖଟ ନ ଥିଲେ ମଧ୍ୟ ୧୦୦ ଖଟ ସନ୍ତୋଷି ଜେନେରାଲ ଷ୍ଟୋର ମୋହନା ରୁ କିଣା ଯାଇଛି ଦର୍ଶାଇ ବିଲ୍ କରାଯାଇଥିବା ମଧ୍ୟ ଅଭିଯୋଗ ଉଠୁଛି। ଯାହାକି ବିଦ୍ୟାଳୟ ୨୦୨୧-୨୨ ଅଡିଟ ରିପୋର୍ଟ ରେ ଦର୍ଶାଯାଇଛି ବୋଲି ସୂଚନା ମେଳିଛି। ସଂପାଦକ ଦଣ୍ଡାସି ସାହୁ ଙ୍କ ମୋହନାରେ ଥିବା ଭାଗ୍ୟଲତା ଷ୍ଟୋର ବର୍ଷେ ହେଲାଣି ବନ୍ଦ ହୋଇଯାଇଥିଲେ ମଧ୍ୟ ସେଠାରୁ ରାସନ୍ ଜିନିଷ କିଣାଯାଉଥିବା ଦର୍ଶାଇ ମିଥ୍ୟା ଜିଏଷ୍ଟି ବିଲ ଭାଉଚର କରି ଅର୍ଥ ହଡ଼ପ କରାଯାଉଥିବା ଭଳି ବହୁ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଗଜପତି ଜିଲ୍ଲାପାଳ ଦୁର୍ନୀତି କୁ ଘଣ୍ଟ ଘୋଡାଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।ବର୍ଷ କୁ ବର୍ଷ ନୂଆ ନୂଆ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। କମିଟି ର କିଛି ସଭ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଆମେ ଏ ଦୁର୍ନୀତି ଜାଣିବା ପରେ ସେ ବିଦ୍ୟାଳୟ କୁ ଆଉ ଯାଉନୁ,ଦଣ୍ଡାସି ସାହୁ ତା ମନ ଇଚ୍ଛା କାମ କରୁଛି,୩ ମାସ ତଳେ ତା ମନ ଇଚ୍ଛା କମିଟି ମେମ୍ବର ମାନଙ୍କୁ ଚେଞ୍ଜ କରିଦେଇଛି, କମିଟି ମେମ୍ବର ମାନଙ୍କ ର ଦସ୍ତଖତ ଜାଲି କରି ତା ମନ ଇଚ୍ଛା ସେ ସଭା ବହି ରେ କରୁଛନ୍ତି।ଯିଏ ବିଦ୍ୟାଳୟ ହିସାବ ମାଗୁଛି ତାକୁ ବିଦ୍ୟାଳୟ କୁ ଆଉ ଡାକୁନି। ବିଦ୍ୟାଳୟ କମିଟି ରୁ ସଂପାଦକ ଦଣ୍ଡାସି ସାହୁ କୁ ବହିଷ୍କାର କରିବା ପାଇଁ ମୋହନା ଅଞ୍ଚଳ ବାସୀ ଦାବି କରିଛନ୍ତି । ବିଦ୍ୟାଳୟ ପରିଚାଳନା କୁ ନେଇ ଉଠିଥିବା ସମସ୍ତ ଅଭିଯୋଗ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଟି ବନ୍ଦ ହୋଇଯିବା ପୂର୍ବରୁ ଏହି ଅଭିଯୋଗ ଗୁଡ଼ିକୁ ନେଇ ଏକ ପ୍ରତିନିଧି ଦଳ 5t ସଚିବଙ୍କ ଦ୍ଵାରସ୍ଥ ହେବବୋଲି ସୂଚନା ମେଲିଛି ।ସାଧୁ ସାବଧାନ ।

ବିଡ଼ିଓଙ୍କ ଜରୀଆରେ ଜିଲ୍ଲାପାଳଙ୍କୁ ପିଇଓଙ୍କ ସ୍ୱାରକପତ୍ର ପ୍ରଦାନ, ଦାବୀ ପୂରଣ ନହେଲେ ସମୂହ ଛୁଟି ଚେତାବନୀ

!!! ମୋହନା ରୁ ପଞ୍ଚାନନ ଦାଶ ଙ୍କ ରିପୋର୍ଟ !!!

 

ଗଜପତି ଜିଲ୍ଲା ମୋହନା ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ତପସ୍ୱିନୀ ହାଁସଦାଙ୍କୁ ଏକ ସ୍ୱାରକ ପତ୍ର ପ୍ରଦାନ କରିଛନ୍ତି। ଯଦି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ ନହୁଏ ତେବେ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ଚଳିତ ମାସ ଅଗଷ୍ଟ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ ଏବଂ ୧୮ରୁ ସମୂହ ଛୁଟି ନେବେ ବୋଲି ଚେତାବନୀ ଦେବା ସହ ଆନ୍ଦୋଳନ କରିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ପିଇଓ ମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ଓ ପେ ଲେବେଲ ୫ ଥିବା ଅଧିକାରୀମାନଙ୍କ ଦରମା ୨୧ ହଜାର ୭ ଶହ ଏବଂ +୩ ଶିକ୍ଷାଗତ ଯୋଗ୍ୟତା ଥିବା ପେ ଲେବେଲ ୯ ଅଧିକାରୀଙ୍କ ଦରମା ୩୫ ହଜାର ୪ଶହ ଟଙ୍କା ମଞ୍ଜୁର କରିବା ପାଇଁ ଦାବି କରିଛନ୍ତିି। ଏହା ବ୍ୟତୀତ ୧୦ ବର୍ଷ ଚାକିରୀ କରୁଥିବା ପିଇଓ ମାନଙ୍କୁ ଜିପିଡିଓ ପଡ଼ବୀକୁ ପଦୋନ୍ନତି ଦେବା ବ୍ୟବସ୍ଥା କରିବା ଓ ପିଆରଏସ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ସମୂହ ଉଲେଖ ରହିଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ବ୍ଲକ ସଭାପତି ଖଗେଶ୍ୱର ଭୂୟାଁ, ଜିଲ୍ଲା ସହ ସମ୍ପାଦକ ରବି କୁମାର ପାତ୍ର, ଜିଲ୍ଲାର ବ୍ଲକ ସଂଯୋଜକ ବୀଣା ଗମାଙ୍ଗ, ବ୍ଲକ ସମ୍ପାଦକ ରଜତ କୁମାର ନାୟକ, କୋଷାଧ୍ଯକ୍ଷ କୁନୁରୁ ସିମାଞ୍ଚଳଙ୍କ ସମେତ ବ୍ଲକର ସମସ୍ତ ପିଇଓ ଉପସ୍ଥିତ ଥିଲେ l