ରାସ୍ତା ଉପରେ ଶୋଇଥିବା ଗୋରୁ ପଲ ଙ୍କ ଉପରେ ଚଢ଼ିଗଲା ଅଜଣା ଟ୍ରକ୍ ।

!!! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା, ୫୨୦ ନମ୍ବର ଜାତୀୟ ରାଜପଥ, ଗନ୍ଦଲପଦା ନିକଟରେ ଅଘଟଣ । ରାସ୍ତା ଉପରେ ଶୋଇଥିବା ଗୋରୁ ପଲଙ୍କ ଉପରେ ଚଢ଼ିଯାଇଛି ଅଜଣା ଟ୍ରକ୍ । ଘଟଣାସ୍ଥଳରେ ୯ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । କୋଇଡ଼ା ପଟୁ କେନ୍ଦୁଝର ରାସ୍ତାରେ ଯାଉଥିବା କୌଣସି ଏକ ଟ୍ରକ୍ ଗୋରୁ ପଲଙ୍କ ଉପରେ ମାଡ଼ିଯାଇ ଘଟଣା ସ୍ଥଳରୁ ଖସି ପଳାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ସୂଚନାପାଇ ରୁଗୁଡ଼ି ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତ ଗୋରୁଙ୍କୁ ରାସ୍ତା ଉପରୁ ଉଠାଇଛି । ଆହତ ଗୋରୁକୁ ଯୋଡ଼ା ସ୍ଥିତ ନନ୍ଦୀ ଗୋ ସେବା କେନ୍ଦ୍ରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଙ୍କ ଘରେ ସ୍ଥାନୀୟ ଲୋକଙ୍କ ଘେରାଉ

!!! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ର ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଙ୍କ ନମ୍ବିର। ସ୍ଥିତ ବାସଭବନ ରେ ଓ ଉଁଚବ।ଲି ଠାରେ ଥିବା କାର୍ଯ୍ୟାଳୟ କୁ ଶନିବାର ପରିବହନ କାର୍ଯ୍ୟରେ ପାଇଁ ଦିଆଯାଇଥିବା ଅଂଶୀଦାର ଟଙ୍କା ଫେରସ୍ତ କୁ କେନ୍ଦ୍ର କରି ବିଭିନ୍ନ ଗ୍ରାମପଞ୍ଚାୟତ ର ଶତାଧିକ ଲୋକ ଘେରାଉ କରି ଥିବା ଦେଖିବାକୁ ମିଳିଥିଲା ।ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ,ପ୍ରାୟ ୧୦ ବର୍ଷ ପୂର୍ବେ ବିଭିନ୍ନ ଖଣିରେ ପରିବହନ କାର୍ଯ୍ୟ ରେ ଅଂଶୀଦାର କରାଇ ଦେବା ପାଇଁ ବଡ କାଳୀ ମାଟି,ନୟାଗଡ଼,ଓ ବଳଦ। ଅଞ୍ଚଳର ଶତାଧିକ ଲୋକ ଟଙ୍କ। ଦେଇଥିଲେ ।ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ କୌଣସି ଲାଭାଂଶ ମିଳି ନ ଥିଲା କି ସେମାନଙ୍କ ମୂଳପୁଞ୍ଜି ଫେରସ୍ତ କରା ଯାଇ ନ ଥିଲା ।ଏହି ମୂଳ ପୁଞ୍ଜି ଦେବା ପାଇଁ ବାରମ୍ବାର କହି ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିଲେ ।ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ଶନିବାର ଉଗ୍ର ରୂପ ଧାରଣ କରିଥିଲା ।ପ୍ରାୟ ୫ଶହ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏକତ୍ରିତ ହୋଇ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଙ୍କ ଘର କୁ ଘେରାଉ କରିଥିଲେ ।ଘଟଣା ସ୍ଥଳରେ ବାମେବାରି ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇ ପରିସ୍ଥିତି କୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ଗଣ ଧାରଣା ରହିଛି ।ତେବେ ଏହି ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ର ରୂପ ନେବ ବୋଲି ଗ୍ରାମବାସୀ କହିଛନ୍ତି ।

ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଗୁଡ଼ାରୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

!!! ଗୁଡ଼ାରୀ ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରୀ) – ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ମହା ମହିମା ରାଜ୍ୟ ପାଳଙ୍କ ଉଦ୍ଧଶ୍ୟରେ ୦୯ ଗୋଟି ଦାବି ନେଇ ଗୁଡ଼ାରୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ ବ୍ଲକ୍ କଂଗ୍ରେସ୍ କମିଟି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଡାକରାରେ ରାଜ୍ୟର ବିଭିନ୍ନ ବ୍ଲକ୍ ଅଫିସ୍ ମାନଙ୍କରେ ବ୍ୟାପକ ପିସି କାରବାର ଆବାସ ଯୋଜନାରେ ଦୁର୍ନୀତି , ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ଚାଷୀ ମାରଣା ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୋଧରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଡାକରାରେ ଗୁଡ଼ାରୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଗୁଡ଼ାରୀ ବ୍ଲକ୍ କଂଗ୍ରେସର ବରିଷ୍ଠ ନେତା ଶ୍ରୀଯୁକ୍ତ ରଘୁନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମହା ମହିମା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୦୯ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ଗୁଡ଼ାରୀ ବିଡ଼ିଓ ସୁ.ଶ୍ରୀ ଅନିଶା ଦାସ ଙ୍କୁ ପ୍ରଦାନ କରିଥିଲେ । ଏଥି ସାଙ୍ଗକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକଛତ୍ର ବାଦ ଶାସନ ବିରୁଦ୍ଧରେ ନାରାବାଜି କରିଥିଲେ । ବ୍ଲକ୍ ସ୍ତରରେ ଚାଲିଥିବା ୧୫ ରୁ ୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧା ସଳଖ ଦିଆଯାଉ ଏବଂ ଗ୍ରାମ ସଭାରେ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତି ମୁତାବକ ହେଲା ପରେ ପଞ୍ଚାୟତ ରେ ଅର୍ଥ ଖର୍ଚ୍ଚ କରାଯିବା, ଖାଲି ପଡ଼ିଥିବା ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା , ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦେବା, ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନ, ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି କରିବା ଭଳି ୦୯ ଗୋଟି ଦାବି ଉଲ୍ଲେଖ କରାଯାଇଅଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁଡ଼ାରୀ ଥାନା ପକ୍ଷରୁ ଏ.ସାଇ ପି.ଶ୍ୟାମସୁନ୍ଦର ଏବଂ ଗୃହରଖି ମାନେ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା ।