ପୌର କାଉନସିଲ୍‌ ବୈଠକରେ ନିଷ୍ପତ୍ତି ; ନୂଆ କାର୍ଯ୍ୟାଳୟ ସହ ହେବ ମାଷ୍ଟର ଡ୍ରେନ୍ |

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) : ସ୍ଥାନୀୟ ଟାଉନ୍ ହଲ୍ ନିକଟ ସରକାରୀ ଜାଗାରେ ହେବ ନୂଆ ପୌର କାର୍ଯ୍ୟାଳୟ। ସହରରେ ମାଷ୍ଟର ଡ୍ରେନ୍ ନିର୍ମାଣ କରାଯିବ। ଭୂତେଶ୍ଵର ମନ୍ଦିର ନିକଟରେ ନୂଆ ଶ୍ମଶାନ ଘାଟ ନିର୍ମାଣ କରାଯିବ । ପାର୍ବତୀ ନଗରରେ ହେବ ନୂଆ ସ୍ମାର୍ଟ ପାର୍କ । ଆଜି ପୌର କାଉନସିଲ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଯାହାର ଡିପିଆର୍ ପ୍ରସ୍ତୁତ କରିବା ଲାଗି ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ପୌର ଅଧ୍ୟକ୍ଷା ମମତା ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆରମ୍ଭରେ ୨୦୨୩ – ୨୪ର ଆୟବ୍ୟୟର ବିବରଣୀ ପାଠ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ମାଧ୍ୟମରେ ୩୩ କୋଟି ୬୫ ଲକ୍ଷ ୬୫ ହଜାର ଟଙ୍କା ଆୟ ହୋଇଛି। ସେଥିରୁ ୩୧ କୋଟି ୪୪ ଲକ୍ଷ ୪୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଦିଆଯିବା ପରେ ଏହାକୁ ପାରିତ କରାଯାଇଛି। ପରେ ସ୍ବୟଂ ଶାସନ ଦିବସ ପାଳନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଅତିଥିମାନଙ୍କୁ ନିମନ୍ତ୍ରଣ ଓ ବିଭିନ୍ନ ବର୍ଗର ପ୍ରତିଭାମାନଙ୍କୁ ସମ୍ମାନିତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ପୌର ପରିଷଦର ନୂଆ କାର୍ଯ୍ୟାଳୟ ନିର୍ମାଣ, ସହରରେ ମାଷ୍ଟର ଡ୍ରେନ୍ ନିର୍ମାଣ, ଭୁତେଶ୍ୱର ମନ୍ଦିର ନିକଟରେ ନୂଆ ଶ୍ମଶାନ ଘାଟ ନିର୍ମାଣ, ପାର୍ବତୀ ନଗରରେ ନୂଆ ସ୍ମାର୍ଟପାର୍କ ନିର୍ମାଣ ପାଇଁ ଆଲୋଚନା କରାଯାଇଥିଲା। ଏହାର ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଏକ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ଏଥି ସହ ସହରର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବି ଆଲୋଚନା ହୋଇଥିଲା। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସତ୍ୟ ସମ୍ପୂର୍ଣ୍ଣା ରାଉତଙ୍କ ଆବାହ ନରେ ଆୟୋଜିତ ଏହି ବୈଠକରେ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, କାଉସିଲର ପ୍ରମୋଦ ଦାସଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ।

ଗୋରାଚାନ୍ଦ ଗମାଙ୍ଗ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ

ଏଥର ସମ୍ଭାଳ ବ୍ୟୁରୋ : ରାୟଗଡା ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଗମାଙ୍ଗ । ରାୟଗଡା ସହ ସେ ଗଜପତି ଜିଲ୍ଲା ପାଇଁ ଅତିରିକ୍ତ ଦାୟିତ୍ଵ ଜୁଲାଇବେ ବୋଲି ତାଙ୍କ ନିଯୁକ୍ତି ପତ୍ରରେ ରହିଛି। ଆଜି ରାଜ୍ୟ ସହରାଞ୍ଚଳ ଅନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏହି ର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀ ଗମାଙ୍ଗ ରାୟଗଡା ଜିଲ୍ଲାର ଦ୍ମପୁର ବ୍ଲକର ବିଡିଓ, ଅବିଭାଜିତ ଣପୁର ତହସିଲର ତହସିଲଦାର, ପିସି, ରାୟଗଡା ଓ ଗୁଣପୁର ଇଟିଡିଏରେ ପିଏ ଆଇଟିଡିଏ ଭଳି ରହି ଲମ୍ବା ସମୟ ଧରି କାର୍ଯ୍ୟ । ଗୁଣପୁର ଆଇଟିଡିଏରେ ଦାୟିତ୍ଵରେ ଥୀବାବେଳେ ସେ ୬୨୧ ଜୁଲାଇ ମାସରେ ଅବସର ହଣ କରିଥିଲେ। ଏହି ଜିଲ୍ଲା ସହ ସମ୍ପର୍କ ରହିଥିବା ବେଳେ ରାଜନୈତିକସ୍ତରରେ ବିଭିନ୍ନ ଗୋଷ୍ଠୀଙ୍କ ଧ୍ୟରେ ସାମଞ୍ଜସ୍ୟ ରଖି କାର୍ଯ୍ୟ କରିବାରେ ସେ ଧୁରନ୍ଦର। ତେଣୁ ଏବେ ପୁଣି ଶ୍ରୀ ଗମାଙ୍ଗ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବାରୁ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବେ ଅଞ୍ଚଳବାସୀ ଆଶା ରଖିଛନ୍ତି ।

ଅଧାଗଢ଼ା ଜଗନ୍ନାଥ ଠାକୁରଙ୍କ ମନ୍ଦିର ସମ୍ପୂର୍ଣ୍ଣ ପାଇଁ ଅଣ୍ଟା ଭିଡିଲା କମ୍ପାନୀ ।

!!! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ଭରା ଜିଲ୍ଲା ହୋଇଥିବା ବେଳେ ଏଠାକାର ଜନ ସାଧାରଣ ଅନେକ ଦେବାଦେବୀଙ୍କୁ ନେଇ ପୂଜାର୍ଚ୍ଚନା କରିଥାନ୍ତି, ଅନେକ ଦେବାଦେବୀଙ୍କ ପାଇଁ ମନ୍ଦିର ନିର୍ମାଣ କରି ସମସ୍ତେ ଭଲରେ ରହିବା ପାଇଁ ଶୁଭ ମନାସି ଥାଆନ୍ତି । ଠିକ୍ ସେହିପରି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ରେ ଦୀର୍ଘ ୨୩ ବର୍ଷ ହେଲା ଜଗନ୍ନାଥ ।ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କୁ ସ୍ଥାପନ କରି ପୂଜାବିଧି କରି ଆସୁଛନ୍ତି ।ପାଖାପାଖି ୨୦୦୦/୨୦୦୧ ମସିହାରେ ଚମ୍ପୁଆ ର ପୂର୍ବତନ ବାହୁବଳୀ ବୋଲାଯାଉଥିବା ବିଧାୟକ ସନାତନ ମହାକୁଡ଼ ମନ୍ଦିର ନିର୍ମାଣ ନିମନ୍ତେ ଅଣ୍ଟା ଭିଡିଥିଲେ କିନ୍ତୁ କିଛି ମାତ୍ରାରେ ମନ୍ଦିର କାର୍ଯ୍ୟ ଆରମ୍ଭ କରି ବନ୍ଦ କରିଦେଲେ । ଆଉ ତାଙ୍କ ନିଜ ଚଡ଼କ ମରା ଠାରେ ଥିବା ଗୁମ୍ଫାରେ ନିଜର ପତିଆରା ଦେଖାଇବା ପାଇଁ ନିଜେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ମେଘନାଦ ପାଚେରୀ ନିର୍ମାଣ କରିଥିଲେ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ପୂର୍ବତନ ଏସାର ଷ୍ଟିଲ କମ୍ପାନୀ ର ସି ଏସ୍ ଆର୍ ଟଙ୍କା କୁ ସମ୍ପୂର୍ଣ୍ଣ ହଡ଼ପ କରିଥିବା ଲୋକ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ଠାକୁରଙ୍କ ଦୁର୍ଭାଗ୍ୟର ବିଷୟ ଯେ ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିଲେ ନାହିଁ । ଏତେ ସବୁ ପରେ କିଛି ବର୍ଷ ହେଲା ବଡ଼ କାଳିମାଟି ପଞ୍ଚାୟତ ରେ ବଳଭଦ୍ର ପାତ୍ର ଙ୍କ ନେତୃତ୍ବରେ ଏକ ସଂଗଠନ ତିଆରି ହେଲା ସେହି ସଂଗଠନ ଟି ହେଲା ବଡ଼ କାଳିମାଟି ଡେଭଲପମେଣ୍ଟ ସୋସାଇଟି ।ଏହି ସୋସାଇଟି ସୁଦୃଢ଼ ହେବା ପାଇଁ ଅନେକ ବର୍ଷ ଲାଗିଥିଲା, ଏହି ସଂଗଠନ ସ୍ଥାନୀୟ ଖଣି ଓ କାରଖାନା ସଂସ୍ଥା ସହିତ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ଲଢେଇ ଜୋରଦାର କରିବା ପରେ କିଛି ମାତ୍ରାରେ ସମର୍ଥନ ମିଳିବା ସହ ଅନେକ ଲୋକ ମାନଙ୍କୁ ନିଯୁକ୍ତି ମଧ୍ୟ ମିଳିଥିବା ନଜିର ରହିଛି । ଏହି ସବୁ ପରେ ଅଧାଗଢ଼ା ରେ ପଡ଼ି ରହିଥିବା ଶ୍ରୀ ଜଗନ୍ନାଥ ଠାକୁରଙ୍କ ମନ୍ଦିର ଉପରେ ନଜର ପକେଇ ପାଖରେ ଥିବା ପୂର୍ବତନ ଏସାର ଷ୍ଟିଲ ବର୍ତ୍ତମାନ ର ଆର୍ସେଲର ମିତ୍ତଲ କମ୍ପାନୀ କୁ ଅଭିଯୋଗ କରିଥିଲେ ବଡ଼ କାଳିମାଟି ଡେଭଲପମେଣ୍ଟ ସୋସାଇଟି ର ସଭାପତି ଏବଂ ସମସ୍ତ ସଂଗଠନ ର କାର୍ଯ୍ୟ କର୍ତ୍ତା ମାନେ । ଏହି ଅଭିଯୋଗ କ୍ରମେ ସ୍ଥାନୀୟ ଆର୍ସେଲର ମିତ୍ତଲ କମ୍ପାନୀ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପୁଣି ଅଣ୍ଟା ଭିଡିଛନ୍ତି, ଆଜି ସକାଳ ୧୦ ଘଟିକା ସମୟରେ ମନ୍ଦିର ପୂଜକ ରାକେଶ ପଣ୍ଡା, ପୁରୀ ରୁ ଆସିଥିବା ମନ୍ଦିର ନିର୍ମାଣ କାରୀ, ଆର୍ସେଲର ମିତ୍ତଲ କମ୍ପାନୀ ର କର୍ତ୍ତୃପକ୍ଷ ଜେ କେ ଶର୍ମା,ଏଚ୍ ଆର୍ ର ହେଡ୍ ବନଜ ଖଟୁଆ, ସୁଜିତ କୁମାର ମହାନ୍ତି, ଭଳି ଅନେକ କର୍ମଚାରୀ ରହିଥିବା ବେଳେ ମନ୍ଦିର କମିଟିର ସଭାପତି ଲମ୍ବୋଦର ପାତ୍ର ସମ୍ପାଦକ ଶ୍ରୀକାନ୍ତ ବାରିକ, ଏବଂ ଆଗଧାଡିର ମୁଖ୍ୟ ଥିବା ନଟବର ପାତ୍ର,ଭରତ ଚନ୍ଦ୍ର ବାରିକ,ଇନ୍ଦ୍ରାସ୍ମୁତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ସାମଲ, ଚନ୍ଦ୍ର ପଲେଇ, ଦେବବ୍ରତ ବାରିକ, ରଞ୍ଜିତ ବାରିକ ଉପସ୍ଥିତ ଥିବା ବେଳେ ଆହୁରି ଅନେକ ମନ୍ଦିର କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ । ତେବେ ଏହି ଅସମ୍ପୂର୍ଣ୍ଣ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ କରିବାକୁ ଯାଉଥିବା ଆର୍ସେଲର ମିତ୍ତଲ କମ୍ପାନୀ ଙ୍କ ପ୍ରତି ଅଞ୍ଚଳ ବାସୀ ଖୁସି ହେଉଥିବା ଦେଖିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲା ଆଗରୁ ବାହୁବଳୀ ବୋଲାଉଥିବା ବିଧାୟକ ସନାତନ ମହାକୁଡ଼ ଅଧାଗଢ଼ା ରେ ଛାଡି ଚାଲି ଯାଇଥିବା ଭଳି ପରିସ୍ଥିତି ସୃଷ୍ଟି ହେବ ନା ସତରେ କମ୍ପାନୀ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ସମୟ କହିବ ।

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟ ରେ ପୋଷାକ ବଣ୍ଟନ ।

!!! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ଠାରେ ଥିବା ଇନ୍ଦିରା ସ୍ମୃତି ବିଦ୍ୟାପୀଠ ଏମ୍ ଇ ସ୍କୁଲ୍ ରେ ଓ ଏମ୍ ସି ଖଣି କମ୍ପାନୀ ର ଆନୁକୁଲ୍ୟରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓ ଏମ୍ ସି ର ଡି ଜି ଏମ୍ ଶ୍ରୀଯୁକ୍ତ ଜ୍ଞାନ ପ୍ରକାଶ ମହାପାତ୍ର ମୁଖ୍ୟ ଅତିଥି ଙ୍କ ସହିତ ଓ ଏମ୍ ସି ର କର୍ମକର୍ତ୍ତା ବୃନ୍ଦ ସମୀର ରଞ୍ଜନ ବିଶ୍ବାଳ,କିସାନ ବାବୁ, ବିରଞ୍ଚି ବାବୁ ଓ ବିଦ୍ୟାଳୟ ର ପୁରାତନ ଛାତ୍ର ଦିଲ୍ଲିପ ବେହେରା,ଗୁନା ପଲେଇ, ମନୋଜ ତନ୍ତି ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ ଅଭିଭାଷଣ ରଖିଥିଲେ, ଏବଂ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣାକର ନାଏକ ଓ ବିଦ୍ୟାଳୟ ର ପରିଚାଳନା କମିଟି ର ସମସ୍ତ ପରିବାର ବୃନ୍ଦ ଓ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଞ୍ଜିତ ରଞ୍ଜନ ବଳ ଉପସ୍ଥିତ ରହି ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ଓ ମିଷ୍ଟାନ୍ନ ଆଦି ବଣ୍ଟନ କରିଥିବା ଦେଖିବାକୁ ମିଳିଛି,ଏଥି ସହିତ ଆଗାମୀ ଦିନରେ ବିଦ୍ୟାଳୟ ପ୍ରତି ସୁଦୃଷ୍ଟି ରଖିବା ପାଇଁ ପରିଚାଳନା କମିଟି ତରଫରୁ ଅନୁରୋଧ କରିଛନ୍ତି, ସର୍ବଶେଷରେ ଧନ୍ୟବାଦ ଅର୍ପଣ କରାଗଲା ।ତେବେ ଏହି ଭଳି ସମସ୍ତ ଖଣି କମ୍ପାନୀ ତରଫରୁ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ଗରିବ ଛାତ୍ରଛାତ୍ରୀ ମାନଙ୍କୁ କିଛି କିଛି ଆର୍ଥିକ ସହାୟତା ଯୋଗାଇ ଦେଲେ ନିଶ୍ଚିତ ଭାବେ ଶିକ୍ଷା ର ଅଗ୍ରଗତି ହୋଇ ପାରିବ ବୋଲି ଅଞ୍ଚଳ ବାସୀ ଚିନ୍ତା କରୁଛନ୍ତି ।

ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗୀର କଂଗ୍ରେସ ।

!!! ବଲାଙ୍ଗୀର ରୁ ଜୀତେଶ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗୀର ଜିଲ୍ଲା କଂଗ୍ରେସ ପକ୍ଷରୁ ବଲାଙ୍ଗୀର ସଦର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି ।ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ଆଦି ସମସ୍ୟାକୁ ନେଇ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇଛି । ନାରୀ ନିର୍ଯାତନା, ସ୍କୁଲ୍‌ରେ ଶିକ୍ଷକ ଅଭାବ, କୃଷକ ସମସ୍ୟା,ସବୁ ଉନ୍ନୟନ କାମରେ ବ୍ୟାପକ ପିସି କାରବାର ଚାଲିଛି । ବିନା ହାତ ଗୁଞ୍ଜାରେ କୌଣସି କାମ ହେଉନି । ଏଭଳି କିଛି ଅଭିଯୋଗ ଆଣି ସଦର ବ୍ଲକ ଘେରାଉ କରି ଧାରଣାରେ ବସିଥିଲେ ଜିଲ୍ଲା କଂଗ୍ରେସ କର୍ମୀ । ଅନେକ ସମସ୍ୟା ରହିଛି , ହେଲେ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା କଂଗ୍ରେସ ଅଭିଯୋଗ କରିଛି । ଆଗାମୀ ଦିନରେ ଏସବୁ ସମସ୍ୟା ଦୂର ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ସେପଟେ ବ୍ଲକ ପ୍ରଶାସନ ଏମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକାରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି ।

ସଦଭାବନା ଦିବସ ପାଳିତ

!!! ବଲାଙ୍ଗିର ରୁ ଜିତେଶ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ସଦଭାବନା ଦିବସ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳଙ୍କ କନଫେରେନ୍ସ ହଲ ଠାରେ ସଦଭାବନା ଶପଥ ପାଠ ଅନୁଷ୍ଠିତ ହୋଇଛି | କାର୍ଯାଳୟର ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇ ଜାତି ,ଧର୍ମ ,ସମ୍ପ୍ରଦାୟ ଅଥବା ଭାଷା କୁ ନେଇ କୌଣସି ଭେଦ ଭାବ ନ ରଖି ସମସ୍ତ ଭାରତବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦ ଭାବନା ପାଇଁ କାର୍ଯ୍ୟକରିବାକୁ ଶପଥ ନେଇଥିଲେ | ଏହା ସହ ହିଂସା ର ଆଶ୍ରୟ ନ ନେଇ ସମସ୍ତ ପ୍ରକାର ମତଭେଦ କୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରେଇଥିଲେ | ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସଦଭାବନା ଦିବସ ସାରାଦେଶ ରେ ପାଳିତ ହୋଇ ଆସୁଛି । ହିଂସା ମାର୍ଗ କୁ ତ୍ୟାଗ କରି ଭଲ ବାର୍ତ୍ତା ପ୍ରବର୍ତ୍ତେଇବା ପାଇଁ ଏହି ଦିନକୁ ପାଳନ କରାଯାଏ |ଏହାକୁ ପାଥେୟ କରି ବଲାଙ୍ଗୀର। ଠାରେ ଏହି ଦିବସ ପାଳନ କରାଯାଇ ଥିଲା ।