ସ୍ଵାଧୀନତା ଦିବସ ଅବସର ରେ ପୌର ପରିଷଦ ରେ ସିସିଟିଭି ଓ ଫାଉଣ୍ଟେନ ପାର୍କ ର ଉନ୍ମୋଚନ.

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଠାରେ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ପ୍ରକଳ୍ପ ପ୍ରଶାସିକା ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଶାନ୍ତି ପ୍ରଭା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସତ୍ୟ ସମ୍ପୂର୍ଣା ରାଉତ, ପୌର ପରିଷଦ ଯନ୍ତ୍ରୀ ଶ୍ରୀ ବିଶ୍ଵନାଥ ସାର୍କା ପ୍ରମୂଖ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହା ପରେ ସ୍ଥାନୀୟ ନୂତନ ବସ୍ ଷ୍ଟାଣ୍ଡ ଠାରେ ନିର୍ମିତ ଫାଉଣ୍ଟେନ ପାର୍କ ଓ ସହରରେ ନୂତନ କରି ଲଗାଯାଇଥିବା ସି.ସି.ଟି.ଭି କ୍ୟାମେରାର ଶୁଭ ଉନ୍ମୋଚନ କରିଥିଲେ। ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତ କର୍ମଚାରୀଙ୍କୁ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କାଉନ୍ସିଲରଙ୍କ ସହ ମହିଳା ସଂଘ ମାନଙ୍କର ମହିଳା ମାନେ ଉପସ୍ଥିତ ରହିଥିଲେ। ସ୍ଵାଧୀନତା ଦିବସ ଅବସର ରେ ବୃକ୍ଷ ରୋପଣ କରିବା ସହ ପରିବେଶ କୁ ସୁରକ୍ଷା କରିବା ଓ ଏହାର ଯତ୍ନ ନେବା ଦିଗରେ ସ୍ଥାନୀୟ କତାଲଗୁଡା ଠାରେ ବୃକ୍ଷ ରୋପଣ କରାଯାଇଥିଲା l

ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ଵାଧୀନତା ଦିବସ ପାଳିତ.

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ୭୭ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଗୁଣପୁର ପ୍ରକଳ୍ପ ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରି ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଗୁଣପୁର ମାନ୍ୟବର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଯେ, ଅମୃତ ଭାରତ ଗଠନ ନିମନ୍ତେ ଶିକ୍ଷା,ସମୃଦ୍ଧି ଉନ୍ନତମାନର ହେବା ଆବଶ୍ୟକ।

ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ, ଭାରତୀୟ ସଂରକ୍ଷିତ ବାହିନୀ କମାଣ୍ଡାଣ୍ଟ ଦୀପକ କୁମାର ଦେହୁରୀ, ଡେପୁଟି କମାଣ୍ଡାଣ୍ଟ ବିଧୁଭୂଷଣ ଉଦ୍ଗାତା, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରମୁଖ ମଞ୍ଚସିନ ଥିଲେ।ପ୍ୟାରେଡ଼ରେ ଗୁଣପୁର ମହାବିଦ୍ୟାଳୟ ପ୍ରଥମ, ଥୟାରମ୍ମା ମହିଳା ମହାବିଦ୍ୟାଳୟ ଦ୍ଵିତୀୟ, ଗାନ୍ଧୀ ବିଶ୍ୱ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ସିଭିଲିଆନରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ପ୍ରଥମ, ଶିଶୁ ବିଦ୍ୟା ମନ୍ଦିର ବାଳିକା ବିଭାଗ ଦ୍ଵିତୀୟ, ଗାନ୍ଧୀ ପବ୍ଲିକ ସ୍କୁଲ ବାଳକ ବିଭାଗ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସ୍ୱାଧୀନତା ଦିବସ ନିମନ୍ତେ ଭୋର ୫ଟାରୁ ରାମଧୁନ ପ୍ରଚାର, ୬ଟାରୁ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ବିଧାୟକ, ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପ୍ରମୁଖ ସକାଳ ୭ଘଟିକାରେ ମହାତ୍ମାଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଉପଖଣ୍ଡସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅନନ୍ତ ପାତ୍ର, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ଓ କନିଷ୍ଠ ସହାୟକ ଗୀତାଞ୍ଜଳି ଗରିଆଗଡୁ, ନନ୍ଦିତା ଶବର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।