ଏମ୍ କେ ସି ଜି ସ୍ଵତନ୍ତ୍ର ବିଦ୍ୟାଳୟର ମହାଦୁର୍ନୀତି କୁ ଘଣ୍ଟ ଘୋଡାଉଛି ଜିଲ୍ଲା ପ୍ରଶାସନ

!!! ମୋହନା ରୁ ପତିନିଧି ପଞ୍ଚାନନ ଦାସ ଙ୍କ ରିପୋର୍ଟ !!!

ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ସଂପାଦକ ଙ୍କ ଦୁର୍ନୀତି କୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ବିଦ୍ୟାଳୟ ର ସଂପାଦକ ଦଣ୍ଡାସି ସାହୁ ଅନୁଷ୍ଠାନ ର ବାଇଲ କୁ ଜାଲି କରି କେନ୍ଦ୍ରୀୟ ଅନୁଦାନ କୁ ହଡ଼ପ କରିବା, ବିଦ୍ୟାଳୟ ଟି ଜଂଗଲ ଜମି ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଅନ୍ୟ ଏକ ପ୍ଲଟ ରେ ବିଦ୍ୟାଳୟ ଚାଲୁଥିବା ଦର୍ଶାଇ ଅନୁଦାନ ଟଙ୍କା ହଡ଼ପ କରିବା, ଏମ୍ ଆର ଓ ସିପି ବିଭାଗ ର ପରିମିଶନ ଟିକୁ ଜିଲ୍ଲା ପ୍ରଶାସନ ରିଜେକ୍ଟ କରିଥିଲେ ମଧ୍ୟ ବିଦ୍ୟାଳୟ ନାମ ଚେଞ୍ଜ କରି ଚଲାଇବା, ବିଦ୍ୟାଳୟ ରେ ସର୍ବମୋଟ ୪୦ ଛାତ୍ର ଛାତ୍ରୀ ରହି ପାଠପଢୁ ଥିଲା ବେଳେ ସରକାର ଙ୍କ ଠାରୁ ୨୦୦ ବିଦ୍ୟାର୍ଥୀ ପଢୁଥିବା ଦେଖାଇ ଅନୁଦାନ ଆଣି ହଡ଼ପ କରିବା, ଓଡ଼ିଶା ସରକାର ଙ୍କ ଠାରୁ ରିହାତି ଦରରେ ବିଦ୍ୟାଳୟ କୁ ଯୋଗାଣ ହେଉଥିବା ଚାଉଳ କୁ ବାଟ ମାରଣା କରିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ନେଇ ଚର୍ଚ୍ଚା ଜୋର ଧରିଛି । ବିଦ୍ୟାଳୟ ର ସିସି କ୍ୟାମେରା ଚେକ୍ କଲେ ବିଦ୍ୟାଳୟ ରେ ସର୍ବମୋଟ କେତେ ପିଲା ରହି ପାଠ ପଢ଼ୁଛନ୍ତି ଏହା ଜଣା ପଡ଼ିବ ବୋଲି କୁହାଯାଉଛି ।କର୍ମଚାରୀ ମାନଙ୍କର ଦରମା ୫୦ ପ୍ରତିଶତ ଦେଇ ଅବଶିଷ୍ଟ ଟଙ୍କା କୁ କମିଟି ବୃନ୍ଦ ହଡ଼ପ କରିବା, କର୍ମଚାରୀ ମାନଙ୍କ ଠାରୁ ସରକାରୀ ଚାକିରି ହୋଇଯିବ କହି ଡୋନେସନ ଆଦାୟ କରିବା, ବିଦ୍ୟାଳୟ ରେ ଗୋଟିଏ ହେଲେ ପିଲା ଶୋଇବା ପାଇଁ ଖଟ ନ ଥିଲେ ମଧ୍ୟ ୧୦୦ ଖଟ ସନ୍ତୋଷି ଜେନେରାଲ ଷ୍ଟୋର ମୋହନା ରୁ କିଣା ଯାଇଛି ଦର୍ଶାଇ ବିଲ୍ କରାଯାଇଥିବା ମଧ୍ୟ ଅଭିଯୋଗ ଉଠୁଛି। ଯାହାକି ବିଦ୍ୟାଳୟ ୨୦୨୧-୨୨ ଅଡିଟ ରିପୋର୍ଟ ରେ ଦର୍ଶାଯାଇଛି ବୋଲି ସୂଚନା ମେଳିଛି। ସଂପାଦକ ଦଣ୍ଡାସି ସାହୁ ଙ୍କ ମୋହନାରେ ଥିବା ଭାଗ୍ୟଲତା ଷ୍ଟୋର ବର୍ଷେ ହେଲାଣି ବନ୍ଦ ହୋଇଯାଇଥିଲେ ମଧ୍ୟ ସେଠାରୁ ରାସନ୍ ଜିନିଷ କିଣାଯାଉଥିବା ଦର୍ଶାଇ ମିଥ୍ୟା ଜିଏଷ୍ଟି ବିଲ ଭାଉଚର କରି ଅର୍ଥ ହଡ଼ପ କରାଯାଉଥିବା ଭଳି ବହୁ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଗଜପତି ଜିଲ୍ଲାପାଳ ଦୁର୍ନୀତି କୁ ଘଣ୍ଟ ଘୋଡାଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।ବର୍ଷ କୁ ବର୍ଷ ନୂଆ ନୂଆ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। କମିଟି ର କିଛି ସଭ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଆମେ ଏ ଦୁର୍ନୀତି ଜାଣିବା ପରେ ସେ ବିଦ୍ୟାଳୟ କୁ ଆଉ ଯାଉନୁ,ଦଣ୍ଡାସି ସାହୁ ତା ମନ ଇଚ୍ଛା କାମ କରୁଛି,୩ ମାସ ତଳେ ତା ମନ ଇଚ୍ଛା କମିଟି ମେମ୍ବର ମାନଙ୍କୁ ଚେଞ୍ଜ କରିଦେଇଛି, କମିଟି ମେମ୍ବର ମାନଙ୍କ ର ଦସ୍ତଖତ ଜାଲି କରି ତା ମନ ଇଚ୍ଛା ସେ ସଭା ବହି ରେ କରୁଛନ୍ତି।ଯିଏ ବିଦ୍ୟାଳୟ ହିସାବ ମାଗୁଛି ତାକୁ ବିଦ୍ୟାଳୟ କୁ ଆଉ ଡାକୁନି। ବିଦ୍ୟାଳୟ କମିଟି ରୁ ସଂପାଦକ ଦଣ୍ଡାସି ସାହୁ କୁ ବହିଷ୍କାର କରିବା ପାଇଁ ମୋହନା ଅଞ୍ଚଳ ବାସୀ ଦାବି କରିଛନ୍ତି । ବିଦ୍ୟାଳୟ ପରିଚାଳନା କୁ ନେଇ ଉଠିଥିବା ସମସ୍ତ ଅଭିଯୋଗ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଟି ବନ୍ଦ ହୋଇଯିବା ପୂର୍ବରୁ ଏହି ଅଭିଯୋଗ ଗୁଡ଼ିକୁ ନେଇ ଏକ ପ୍ରତିନିଧି ଦଳ 5t ସଚିବଙ୍କ ଦ୍ଵାରସ୍ଥ ହେବବୋଲି ସୂଚନା ମେଲିଛି ।ସାଧୁ ସାବଧାନ ।

ବିଡ଼ିଓଙ୍କ ଜରୀଆରେ ଜିଲ୍ଲାପାଳଙ୍କୁ ପିଇଓଙ୍କ ସ୍ୱାରକପତ୍ର ପ୍ରଦାନ, ଦାବୀ ପୂରଣ ନହେଲେ ସମୂହ ଛୁଟି ଚେତାବନୀ

!!! ମୋହନା ରୁ ପଞ୍ଚାନନ ଦାଶ ଙ୍କ ରିପୋର୍ଟ !!!

 

ଗଜପତି ଜିଲ୍ଲା ମୋହନା ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ତପସ୍ୱିନୀ ହାଁସଦାଙ୍କୁ ଏକ ସ୍ୱାରକ ପତ୍ର ପ୍ରଦାନ କରିଛନ୍ତି। ଯଦି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ ନହୁଏ ତେବେ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ଚଳିତ ମାସ ଅଗଷ୍ଟ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ ଏବଂ ୧୮ରୁ ସମୂହ ଛୁଟି ନେବେ ବୋଲି ଚେତାବନୀ ଦେବା ସହ ଆନ୍ଦୋଳନ କରିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ପିଇଓ ମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ଓ ପେ ଲେବେଲ ୫ ଥିବା ଅଧିକାରୀମାନଙ୍କ ଦରମା ୨୧ ହଜାର ୭ ଶହ ଏବଂ +୩ ଶିକ୍ଷାଗତ ଯୋଗ୍ୟତା ଥିବା ପେ ଲେବେଲ ୯ ଅଧିକାରୀଙ୍କ ଦରମା ୩୫ ହଜାର ୪ଶହ ଟଙ୍କା ମଞ୍ଜୁର କରିବା ପାଇଁ ଦାବି କରିଛନ୍ତିି। ଏହା ବ୍ୟତୀତ ୧୦ ବର୍ଷ ଚାକିରୀ କରୁଥିବା ପିଇଓ ମାନଙ୍କୁ ଜିପିଡିଓ ପଡ଼ବୀକୁ ପଦୋନ୍ନତି ଦେବା ବ୍ୟବସ୍ଥା କରିବା ଓ ପିଆରଏସ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ସମୂହ ଉଲେଖ ରହିଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ବ୍ଲକ ସଭାପତି ଖଗେଶ୍ୱର ଭୂୟାଁ, ଜିଲ୍ଲା ସହ ସମ୍ପାଦକ ରବି କୁମାର ପାତ୍ର, ଜିଲ୍ଲାର ବ୍ଲକ ସଂଯୋଜକ ବୀଣା ଗମାଙ୍ଗ, ବ୍ଲକ ସମ୍ପାଦକ ରଜତ କୁମାର ନାୟକ, କୋଷାଧ୍ଯକ୍ଷ କୁନୁରୁ ସିମାଞ୍ଚଳଙ୍କ ସମେତ ବ୍ଲକର ସମସ୍ତ ପିଇଓ ଉପସ୍ଥିତ ଥିଲେ l

ଶୌଚାଳୟ ,ପାନୀୟ ଜଳ ଅଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।।

!!! ଗୁଡ଼ାରୀ ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

 

ଏଥର ସମ୍ଭାଳ –  ଗୁଡ଼ାରୀ ବ୍ଲକ୍ ମଧୁବନ ଗ୍ରାମ ପଞ୍ଚାୟତର ବାଇନା ଗୁଡ଼ା ୧୧ନମ୍ୱର୍ ୱାଡର ତିନି କୁଣିଆ ଛକ୍ ଠାରେ ଶୌଚାଳୟ ,ପାନୀୟ ଜଳର ବ୍ୟବସ୍ତା ନଥିବାରୁ ଯାତ୍ରୀ ନାହିଁ ନଥିବାର ସମ୍ମୁଖିନ ହେବାର ଦେଖା ଦେଇଛି । ଏହି ତିନିକୁଣିଆ ଛକ ନିକଟରେ ନଳକୂପ ନାହିଁ କି ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟ ନଥିବାରୁ ନାହିଁ ନଥିବାର ସମ୍ମୁଖୀନ ହେବାକୁ ପଡୁଛି । ଏଥି ସମ୍ପର୍କିତ ଅସୁବିଧା ନେଇ ବିଭାଗୀୟ କର୍ତ୍ତୁ ପକ୍ଷଙ୍କୁ ବହୁ ବାର ଅବଗତ କରାଇ ଆସିଥିଲେ ମଧ୍ଯ ଏହାର କୌଣସି ସୁଫଳ ବ୍ୟବସ୍ଥା ହୋଇ ପାରି ନାହିଁ । ସମ୍ପ୍ରତି ଗ୍ରାମ ବାସୀଙ୍କ ଅଭିଯୋଗ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଏହାର ଦୃଷ୍ଟି ଦେଇ ଆଶୁ ପ୍ରତିକାର ନ କଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲାହିବାକୁ ଚେତାବନୀ ଦେଇଛନ୍ତି ।

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷର ନୂତନ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

 !!! ପାରଳାଖେମୁଣ୍ଡି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ ପାଟ୍ଟ ଯୋଶୀ ଙ୍କ ରିପୋର୍ଟ  !!!

 

ଏଥର ସମ୍ଭାଳ – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନୂତନ ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଡ଼ି.ଏଚ୍.ଏସ୍.ଇ ଙ୍କର ନିର୍ଦ୍ଦେଶାନାମା ଅନୁସାରେ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ସଭା କାର୍ଯ୍ୟ ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ଭାଷଣ ସହ ନିଜ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ସୁଦୀର୍ଘ ଇତିହାସ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଅନୁଷ୍ଠାନର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋକପାତ କରିଥିଲେ। ଏତଦ୍ ବ୍ୟତୀତ ଭୂଗୋଳ ପାଠ୍ୟର ବ୍ୟବହାରିକ ଉପଯୋଗୀତା ବିଷୟରେ ଅବଗତ କରାଇଥିଲେ।

ସଭାର ଅନ୍ୟତମ ବରିଷ୍ଠ ପ୍ରାଧ୍ୟାପିକା ଡ଼.ମନସ୍ୱିନୀ ଦାସ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ସହ ଛାତ୍ରୀଙ୍କର ଚରିତ୍ର ଗଠନ ଉପରେ ଅନେକ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ।

ଇତିହାସ ବିଭାଗର ଅଧ୍ୟାପକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଇତିହାସ ବିଷୟର ଗୁରୁତ୍ବ ଏବଂ ସାଧାରଣ ଜୀବନରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼.ମହେନ୍ଦ୍ର ରାଇତ ରାଜନୀତିର ସୁଦୂର ପ୍ରସାରୀ ଭବିଷ୍ଯତ ଏବଂ ନାଗରିକର କର୍ତ୍ତବ୍ୟ ଉପରେ ମନ୍ତବ୍ୟ ରଖିଥିଲେ। ଓଡ଼ିଆ ଅଧ୍ୟାପକ ବାଗ୍ମୀ ରଞ୍ଜନ ଯୋଗଦେଇ ନାରୀ ସ୍ବାଧୀନତା ଏବଂ ସଦ୍ ଉପଯୋଗ କହିଥିବା ବେଳେ ସଂସ୍କୃତ ଅଧ୍ୟାପିକା ଡି. ପ୍ରିୟଙ୍କା ସଂସ୍କୃତ ବିଷୟର ଧାରଣା ଦେବା ଅବସରରେ ଜୀବନରେ ସଂସ୍କୃତ ଓ ସଂସ୍କୃତି ଦୁଇଟି ଶବ୍ଦର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷାଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସ୍ୱପରିଚୟ ସହ ପାଠ୍ୟ ବିଷୟ ଉପରେ ସାମାନ୍ୟ ଧାରଣା ଦେଇଥିଲେ।ସଭାରେ ଉପସ୍ଥିତ ନୂତନ ଛାତ୍ରୀମାନେ ଶ୍ରଦ୍ଧାର ସହିତ ସମସ୍ତ ଉପଦେଶକୁ ଗ୍ରହଣ କରିବା ସହ ଆଗାମୀ ସମୟର ସଦୁପଯୋଗ କରିବାର ପ୍ରତିଶୃତି ଦେଇଥିଲେ। ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।