ଗୁଣପୁର ପୌର ପରିଷଦ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି .

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି. ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ସମ୍ମାନିତ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ , ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ର ଏସ୍ ଡି ଏମ୍ ଓ ଶ୍ରୀ ରମେଶ ଚନ୍ଦ୍ର ସାହୁ , ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ , ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସତ୍ୟ ସମ୍ପର୍ଣ୍ଣ ରାଉତ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ .

ପ୍ରଥମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାର୍ଷିକ ବିବରଣୀ ପାଠ କରିଥିଲେ . ତାହା ପରେ ନୂତନ ପେନସନ୍ ହିତାଧିକାରୀ ଙ୍କୁ ପେନସନ୍ ଖାତା ବଣ୍ଟନ , ମିଶନର ଶକ୍ତି ଗୋଷ୍ଠୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ , ବୁଲା ବିକାଳୀ ମାନଙ୍କୁ ଦୋକାନ ଗୃହ ଆବଣ୍ଟନ , ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ସର୍ବାଧିକ ନମ୍ବର୍ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ , ଗୁଣପୁର ପୌର ପରିଷଦ ର ଲୋଗ ଉନ୍ମୋଚନ ଏବଂ ଲୋଗ ପ୍ରତିଯୋଗୀତା ର ବିଜେତା ଙ୍କୁ ପୁରସ୍କୃତ , ମିଶନ୍ ଶକ୍ତି ଗୋଷ୍ଠୀ ମାନଙ୍କୁ ସମ୍ମାନିତ , ସୁଦକ୍ଷ ସ୍ଵଚ୍ଛ ସାଥୀ ମାନଙ୍କୁ ପୁରସ୍କୃତ , ସ୍ଵାୟତ ଶାସନ୍ ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ , ସୁଦକ୍ଷ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା . ଉକ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଏବଂ ସ୍ୱାଗତ୍ ଭାଷଣ ସମାପିକା ପାତ୍ର ଦେଇଥିବା ବେଳେ , ମଞ୍ଚ ପରିଚାଳନା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣପୁର ଡଃ ସତ୍ୟ ସମ୍ପର୍ଣ୍ଣ ରାଉତ କରିଥିଲେ .

କାର୍ଯ୍ୟକ୍ରମ ପରିଶେଷରେ ପୌର ପରିଷଦ ର ଏମ୍.ଇ ଶ୍ରୀ ବିଶ୍ଵନାଥ ସାର୍କା ଧନ୍ୟବାଦ ଅର୍ପଣ କରିଥିଲେ . ଶିବ କୃଷ୍ଣ ଆକାଉଣ୍ଟାଣ୍ଟ ମୁକ୍ତା , ନିରଞ୍ଜନ ସାହୁ ପୌର ପରିଷଦ ଆକାଉଣ୍ଟାଣ୍ଟ , ସୁସ୍ମିତା ଦଲେଇ ଜୁନିଅର ଆସିଷ୍ଟାଣ୍ଟ ପୌର ପରିଷଦ , ଲକ୍ଷ୍ମଣ ହେମ୍ରମ କୋଷାଧ୍ଯକ୍ଷ ପୌର ପରିଷଦ , ତାପସ ପଟ୍ଟନାୟକ ଏମ୍ ଆଇ ଏସ୍ ପୌର ପରିଷଦ , ଆଦିତ୍ୟ ମିଶ୍ର ଜେ.ଇ ପୌର ପରିଷଦ , ରବିନ୍ଦ୍ର ନାଥ ଦାଶ ଆଇ.ଇ ମୁକ୍ତା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୌର ପରିଷଦ ର ସମସ୍ତ ୱାର୍ଡ ର କାଉନ୍ସିଲର, ମହିଳା ସଂଘ ଗୁଡିକ ସହ ଅନ୍ୟାନ୍ୟ ବ୍ୟକ୍ତି ମାନେ ମାନେ ଉପସ୍ଥିତ ରହିଥିଲେ .

ଜଳାଭିଷେକ ଅବସରରେ ପରିବେଶ ସଚେତନତା କାର୍ଯ୍ୟକ୍ରମ …!

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦ୍ରାପଡ଼ା)- ଯୋଡ଼ା ଶ୍ରାବଣ ମାସ ର ଶେଷ ସୋମବାର ଦିନ ପ୍ରାତଃ ସମୟରେ ନିରାଡମ୍ୱର ପଦଯାତ୍ରା କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟ ମାନେ ଜଳାଭିଷେକ କରିବା ପାଇଁ ଗୋପୀନାଥପୁର ଶାସନରେ ଅବସ୍ଥିତ ଗୋଷ୍ଠେଶ୍ୱର ମନ୍ଦିର ରେ ପହଞ୍ଚିଥିଲେ । ଆଜି ର ଯୁବଗୋଷ୍ଠୀ ବିଭିନ୍ନ ସ୍ଥାନ କୁ ପଦଯାତ୍ରା କରି ବିଭିନ୍ନ ଶୈବ ପୀଠ ମାନଙ୍କ ରେ ଜଳାଭିଷେକ କରିଥାନ୍ତି। ଆପଣ ମାନେ ବିଭିନ୍ନ ପ୍ରକାର ର ବିମା ଜୀବନ ରେ ଦେଖିଥିବେ କିନ୍ତୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା “ପରିବେଶ ବୀମା” ଏକ ନିଆରା କାର୍ଯ୍ୟକ୍ରମ । ଜଳାଭିଷେକ ରେ ପରିବେଶ ବୀମା ଓ ପରିବେଶ ର ସଚେତନତା ବାର୍ତ୍ତା ନେଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ଗ୍ରାମ ପରିକ୍ରମା କରି ସମାଜ ପାଇଁ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଗୋଷ୍ଠେଶ୍ୱର ପୀଠ ର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ମତ ଦିଅନ୍ତି। ଆମର ଲକ୍ଷ୍ୟ ପରିବେଶ, ଆମର ଲକ୍ଷ୍ୟ ବାବା ମହେଶ ଏହି ସ୍ଲୋଗାନ ଦେଇ ଜଳାଭିଷେକ ସଂପନ୍ନ ହୋଇଥିଲା ବୋଲି ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ସୂଚନା ଦେଇଥିଲେ। ସର୍ବଶ୍ରୀ ରଶ୍ମି ରଞ୍ଜନ ବାରିକ, କେଦାର ସ୍ବାଇଁ, ସୁବାସିସ ସଢ଼ଙ୍ଗୀ, ଦିଲ୍ଲୀପ କୁମାର ନାଥ, ସୁନିଲ ଦାସ, ଭାବଗ୍ରାହୀ ସାହୁ, ଅଜୟ କୁମାର ସେଠୀ, ଜୟନ୍ତ କୁମାର ମଲ୍ଲିକ, କାଳନ୍ଦି ମଲ୍ଲିକ, ମାନସ ସ୍ବାଇଁ ଓ ବାଲୁକା ଶିଳ୍ପୀ ବଲ୍ଲଭ ମହାପାତ୍ର ଏହି ନୂତନ ଚିନ୍ତାଧାରା ର କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

ପାଟଣାଗଡ଼ରେ ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ…!

!!! ବଲାଙ୍ଗିର ରୁ ସ୍ଵତନ୍ତ୍ର ପ୍ରତିନିଧି ଦିଲ୍ଲୀପ ମେହେରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଲାଙ୍ଗିର)- ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁସାରେ ଆଜି ପାଟଣାଗଡ଼ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ ,ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ଙ୍କ ସମେତ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ରେ ବିଭିନ୍ନ ସମସ୍ୟା ମୂଳକ ମୋଟ ୬୩ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୪୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବାବେଳେ ଅବଶିଷ୍ଠ ୨୦ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ରେ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଜଣଙ୍କୁ ୫ ହଜାର ଟଙ୍କା ର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା । ୭ଟି ଅଭିଯୋଗର ଶୁଣାଣିର ଫଇସଲା ସେହିଠାରେ ହିଁ କରା ଯାଇଥିଲା ।

ଗୁଣୁପୁର ରେଳ ଷ୍ଟେସନ ରେ ଆଉ ଏକ ଟିକେଟ କାଉଣ୍ଟର ନିମନ୍ତେ ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ର ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣୁପୁର ରେଳ ଷ୍ଟେସନ ଟିକେଟ୍ କାଉଣ୍ଟରରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଗୋଟିଏ ଟିକେଟ୍ କାଉଣ୍ଟରରେ ଦୁଇଟି ପ୍ରବେଶ ତଥା ପୁରୁଷ ଓ ମହିଳା ମୁହାଁ ମୁହିଁ ହୋଇ ଟିକେଟ୍ କାଟୁଛନ୍ତି ଫଳରେ ଟିକେଟ୍ ପାଇବା ପରେ ବାହାରକୁ ବାହାରିବା ପାଇଁ ଧକ୍କା ମରାମରି ହୋଇ ବାହାରକୁ ବାହାରୁଛନ୍ତି। ଅପର ପକ୍ଷରେ ଗୋଟିଏ ଟିକେଟ୍ କାଉଣ୍ଟର ଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଅଧିକ ଯାତ୍ରୀ ଟିକେଟ୍ କାଟିବାରେ ଅସୁବିଧା ହେଉଛି ଫଳରେ ଅଧିକାଂଶ ଯାତ୍ରୀ ଟିକେଟ୍ କରିବାରୁ ବଞ୍ଚିତ ହୋଇ ଯାତ୍ରା କରିବା ରେ ଅସୁବିଧା ହେଉଛନ୍ତି। ଟିକେଟ୍ କାଉଣ୍ଟରରେ ଠେଲା ପେଲା ହୋଇ ତରବରିଆ ଭାବେ ଟିକେଟ୍ କାଟିବା ସମୟରେ କାହା ଟିକେଟ୍ କିଏ ନେଇ ଯାଉଥିବା ବେଳେ କାହା ଟଙ୍କା କିଏ ନେଇ ଯାଉଛନ୍ତି। ଅନେକ୍ ସମୟରେ ଯାତ୍ରୀ ମାନେ ବ୍ରହ୍ମପୁର ଟିକେଟ୍ ମାଗିଲେ ପୁରୀ ଟିକେଟ୍ ମିଲୁଛି ପୁରୀ ଟିକେଟ୍ ମାଗିଲେ ବ୍ରହ୍ମପୁର ଟିକେଟ୍ ଦେଉଚନ୍ତି ଟିକେଟ୍ ବିକ୍ରେତା।

ଗୁଣୁପୁର ରେଳ ଷ୍ଟେସନ ରେ ଅନେକ୍ ଉନ୍ନତିକରଣ କାର୍ଯ ଚାଲିଛି। କିନ୍ତୁ ଏମିତି ଅନେକ ସମସ୍ୟା ରହିଛି ସେଥି ମଧ୍ୟରୁ ନିତିଦିନିଆ ଓ ଜରୁରୀ ସମସ୍ୟା ପ୍ରଥମେ ସମାଧାନ କରାଗଲେ ଯାତ୍ରୀ ମାନେ ଉପକୃତ ହୋଇ ପାରିବେ ବୋଲି ପତ୍ର ମଧ୍ୟମରେ ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ଡି॰ଆର॰ଏମ ନିକଟକୁ ପତ୍ର କରିଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନ ନେଇଥିବା ପରିତାପର ବିଷୟ ବୋଲି ଆବାହକ ମତ ବ୍ୟକ୍ତି କରିଛନ୍ତି । ସେଭଳି ଗୁଣୁପୁର ଷ୍ଟେସନ ରେ ଟ୍ରେନ ରହଣି ସମୟରେ ଟ୍ରେନ ଇଞ୍ଜିନ୍ ଠିକ୍ ଷ୍ଟେସନ୍ ପାଖରେ ରଖିଦେଇ ଟ୍ରେନ୍ ରୁ ଉଲ୍ଲାଉଛନ୍ତି ଟ୍ରେନ ପାଇଲଟ ମାନେ। ଟ୍ରେନ୍ ପାଇଲଟ ମାନେ ନିଜ ସୁବିଧା ପାଇଁ ଟ୍ରେନ ଷ୍ଟେସନ ନିକଟରେ ଅଟକାଇ ଦେଉଥିବା ଯୋଗୁଁ ବୋଗୀ ଗୁଡିକ ଷ୍ଟେସନ୍ ଠାରୁ ବହୁତ୍ ଦୂରରେ ରହୁଛି ଫଳରେ ଯାତ୍ରୀ ମାନେ ପିଲା ଛୁଆ ଓ ବେଗ ପତ୍ର ଧରି ଚାଲିଚାଲି ଥକି ଯାଉଛନ୍ତି। ଏହି ହି ଭଳି ଛୋଟ ଛୋଟ ସମସ୍ୟାର ସମାଧାନ ପ୍ରଥମେ କରିବା ପାଇଁ ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ଦାବୀ କରିବା ସହ ଏନେଇ ଏକ ଦାବୀ ପତ୍ର ବିଶାଖାପାଟନମ ଡିଭିଜନ ଡି॰ଆର॰ଏମ ନିକଟକୁ ପତ୍ର ମାଧ୍ୟମରେ ପଠାଇଥିବା ସୂଚନା ମିଳିଛି । ଯଥା ଶୀଘ୍ର ଏହାର ସମାଧାନ ନହେଲେ ମଞ୍ଚ ଉପଭୋକ୍ତା ପାଇଁ ରାଜ ରାସ୍ତା କୁ ଓଲ୍ଲହାଇବା ପାଇଁ ସଜବାଜ ହେଉଥିବା ଖବର ମିଳିଛି ।

ନଭେମ୍ବର ମାସ ରେ ଆରମ୍ଭ ହେବ ଗୁଣପୁର ପ୍ରିମିୟର ଲିଗ୍ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନଭେମ୍ବର ମାସରେ ଅନୁଷ୍ଠିତ ହବ ଗୁଣପୁର ପ୍ରିମିୟର ଲିଗ୍। ଆଇପିଏଲ ଢାଞ୍ଚାରେ ହବ ଏହି ଟୁର୍ଣ୍ଣାମେଣ୍ଟ। ଅଗ୍ରଣୀ ଯୁବ କ୍ରିକେଟ ଖେଳାଳି କିରଣ ପାଣିଗ୍ରାହୀ ଙ୍କ ଆବାହନ କ୍ରମେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ୬ ରୁ ୮ ଟି ଟିମ୍ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହବାକୁ ଥିବାବେଳେ ଏଥିରେ ୬୦ଭାଗ ଖେଳାଳି ଜିଲ୍ଲା ଭିତରର ଓ ବାକି ୪୦ ଭାଗ ଖେଳାଳି ଜିଲ୍ଲା ବାହାରର ଭାଗନେବେ। ସବୁ ଟିମ୍ ଗୁଡିକର ଓନରସିପ୍ ରହିବ। ଓ୍ବିନର ମୂଲ୍ୟ  ୬୦ ହଜାର ଓ ରନର୍ ମୂଲ୍ୟ ୪୦ ହଜାର ରଖିବା ସହ ଦଶ ଦିନହବ୍ଯାପି ଏହି ଟୁର୍ଣ୍ଣାମେଣ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଗୁଣପୁର କ୍ରିଡା ପରିଷଦ ର ସମ୍ପାଦକ ସପନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଖେଳାଳି ତତା ଓକିଲ ସଂଘ ର ସଭାପତି, ଦେବୀ ଆଚାର୍ଯ୍ୟ, ଦେବ ପ୍ରଶାଦ ପାଢି, କୃଷ୍ଣ ଶେନାପତି, ଏସ. ବାବା ପ୍ରଶାଦ ପ୍ରମୁଖ ଯୋଗଦେଇ ଆୟୋଜକ ଯୁବକ ମାନଙ୍କୁ ଉତ୍ସାହିତ କରିବା ଭଳି ପରାମର୍ଶ ଦେଇଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ବାବୁଲା ରଥ, ସନ୍ଦିପ ପାଣିଗ୍ରାହୀ, ବଳିଆ ମହାନ୍ତି, ତେନାଲି ରାଜା, ଅଂଶୁମାନ ପଟ୍ଟନାୟକ, ସଂଜୀବ ପଟନାୟକ, ମୁନା ପାଢି, ଅଜିତ ପଣ୍ଡା, କାଳି ଦାସ, ପୁର୍ଣ୍ଣ ସାହୁ, ଅମର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇ ଏକ ପରିଚାଳନା କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା।

ଲେବେଲ ୩ କୁ ପ୍ରମୋଶନ ପାଇଁ ଶିକ୍ଷକ ଙ୍କ ଆନ୍ଦୋଳନ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଲେବେଲ ୩ କୁ ପ୍ରମସନ ପାଇଁ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ପ୍ରଦାନ କରାଯାଇଛି । ସଂଘ୍ ର ସଭାପତି ପ୍ରକାଶ ରଥ , ସଞ୍ଜୟ ଦାସ , ତ୍ରିପତି ଗୌଡ଼, ପଦ୍ମନ୍ କୁମାର କୁଣ୍ଡ ,ଶ୍ରୀନିବାସ ଚୌଧୁରୀ ଅଶୋକ କୁମାର ପଣ୍ଡ ଙ୍କ ନେତୃତ୍ୱ ରେ ଆଜି ଗୁଣପୁର ବି: ଇ:ଓ ଙ୍କୁ ଭେଟି ଡି: ଇ :ଓ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ରେ ଆସନ୍ତା
୨୭ ତାରିଖ ସୁଦ୍ଧା ପ୍ରୋମୋସନ କାଉନସିଲ ଚିଠି ପ୍ରକାଶ ନ ପାଇଲେ ୨୮ ଠାରୁ ସାମୂହିକ ଧାରଣା ଦେବୁ ବୋଲି ଦାବୀ ପତ୍ର ରେ ଉଲ୍ଲେଖ ରହିବା ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କ ରେ ଉଲ୍ଲେଖ ରହିଛି । ସଂଘ ତରଫରୁ ଅଭିଯୋଗ କରି କୁହାଯାଇଛି ଯେ ଆମ ଲେବେଲ ୩ ପ୍ରୋମୋସନ ତା୩୧/୫ /୨୩ ସୁଦ୍ଧା ସମାପନ କରିବା ପାଇଁ ନିର୍ଦ୍ଦେଶକ ମହାଶୟ ଚିଠି କରିଥିଲେ । ଆମେ ବହୁବାର ନେହୁରା ହେଲା ପରେ ଶେଷ ତାରିଖରେ ଅର୍ଥାତ୍ ୩୧/୫ ରେ ପ୍ରମୋସନ ତାଲିକା ଏପ୍ର ଭୋ ଲ ପାଇଁ ପଠାଗଲା । ଏହା ମଧ୍ୟ କିଛି ତ୍ରୁଟି ଯୁକ୍ତ ହୋଇ ଥ‌ିବାରୁ, ଏହାକୁ ଭୁଲ୍ ଦର୍ଶାଇ ନିର୍ଦ୍ଦେଶକ ମହାଶୟ ଏହାକୁ ନାକଚ କରିବା ସହ, ଠିକ୍ ରୂପେ ଡି:ଏଲ:ପି:ସି କରି ଏପ୍ରଭୋଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ଅଫିସ ଗମ୍ଭୀରତା ର ସହ ବିଚାର ନ କରି ନୀରବ ରହିଗଲେ । ଇତି ମଧ୍ୟରେ ଅନେକ କେସ ଫାଇଲ ହେଲା ଓ ଶୁଦ୍ଧିପତ୍ର ବାହାରିଲା । ତାକୁ ଆଧାର କରି ଡି : ଇ: ଓ ପୁଣି ଥରେଏପ୍ରଭୋଲ ପାଇଁ ଦେଲେ ନାହିଁ । ଶେଷରେ ଶିକ୍ଷକ ମାନେ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହେବା ପରେ ପ୍ରୋମୋସନ ଏପ୍ରଭୋଲ ପାଇଁ ଚିଠି କରିଥିଲେ ମଧ୍ୟ ମଧ୍ୟବର୍ତ୍ତୀ ରେ ମାମଲା ଦର୍ଶାଇ ଏହି ଡି:ଏଲ:ପି:ସି କୁ ରଦ୍ଦ କରିଦେଲେ । ଇତି ମଧ୍ୟରେ ଅନେକ ଜିଲ୍ଲା ର ଏହା ଏପ୍ରୋଭାଲ ନେଇଗଲେ, ଅନେକ ଜିଲ୍ଲା ଡି : ଏ ଲ: ପି: ସି ଦାଖଲ କଲେ ମଧ୍ୟ ଆମ ଅଫିସ ଶୁଣିଲେ ନାହିଁ । ଶେଷରେ ଶିକ୍ଷକ ମାନଙ୍କ ମିଳିତ ଅଭିଯୋଗ କ୍ରମେ ଗତ ୧୮/୭/୨୦୨୩ ରେଏପ୍ରୋଭାଲ ପାଇଁ ପଠାଗଲା । ଡି : ଇ: ଓ ଚାହିଁ ଥିଲେ ଦୁଇ ଦିନ ଭିତରେ। ଏପ୍ରୋଭାଲ ଆଣି ପ୍ରମୋସନ ଦେଇ ପାରିଥାନ୍ତେ । ଅଫିସ ର ଅନାଗ୍ରହ ଯୋଗୁଁ ଏହା ସୁପ୍ତ ହୋଇଗଲା । ପୁଣି ଥରେ ଶିକ୍ଷକ ମାନଙ୍କ ନିଜସ୍ବ ଉଦ୍ୟମରେ ୩୨/୭/୨୦୨୩ ରେ ରାୟଗଡା ଜିଲ୍ଲା ର ପ୍ରମସନ୍ ଏ ପ୍ରୋଭାଳ ହେଲା ।କିନ୍ତୁ ପରିତାପର ବିଷୟ ଡି: ଇ :ଓ ପୁଣି ନିର୍ଦ୍ଦେଶକ ଙ୍କୁ ହୋଇଥିବା କୋର୍ଟ ଆଦେଶ ଦେଖାଇ କୋର୍ଟ ର ସ୍ପଷ୍ଟୀକରଣ ନ ଆସିବା ପର୍ଯ୍ୟନ୍ତ ଏହାର କାଉଁ ନ ସିଲିଂ ହୋଇପାରିବ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ। ଇତି ମଧ୍ୟରେ ଏହାର ଏପ୍ରଭଲ ଆସି ମାସେ ପୁରିବାକୁ ବସିଲାଣି କିନ୍ତୁ ବର୍ତମାନ ସୁଦ୍ଧା ଅମର ଦାବି ପୂର୍ଣ୍ଣ ହେବାର ନା ଧରୁନି । ବହୁ ଆଶାୟୀ ପ୍ରାର୍ଥୀ ଏହି ୩ମାସରେ ଅବସର ନେଇ ଗଲେଣି, ଜଣେ ମୃତ୍ୟୁ ବରଣ ମଧ୍ଯ କରି ସାରିଲେଣି । ତଥାପି ଡି: ଇ :ଓ ଙ୍କ ନିଘା ନାହିଁ । ଆଗକୁ ନିର୍ବାଚନ ଘୋଷଣା ପାଇଁ ସୂଚନା ମିଳିଛି । । ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରୋମୋସନ କାଉନସିଲ ଚିଠି ପ୍ରକାଶ ନ ପାଇଲେ ୨୮ ଠାରୁ ଡି : ଇ,:ଓ ଅଫିସ ଆ ଗରେ ଧାରଣା ଦେବୁ ବୋଲି ସଂଘ ର ସଭାପତି ପ୍ରକାଶ ରଥ କହିଛନ୍ତି । ଆମର ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ । ଏଥ‌ିରେ କାହାର ଜୀବନ ପ୍ରତି ବିପଦ ହେଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଶ୍ରୀ ରଥ କହିଛନ୍ତି ।

ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର ଅନୁଷ୍ଠିତ…!

!!! ରାମନାଗୁଡାରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସମ୍ମୀଳନୀ କକ୍ଷ ଠାରେ ମହାତ୍ମାଗାନ୍ଧୀ କର୍ମ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ ,ଏପିଓ କୃପାକର ବାନାପିଲି ପ୍ରମୁଖ ମଞ୍ଚାସୀନ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଆଇଟିଡିଏ, ଓଟିଏଲପି(ଆଇଟିଡିଏ)ଉଦ୍ୟାନ ବିଭାଗ, ବନବିଭାଗ, ପଂଚାୟତ ରାଜ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ୨୦୨୨-୨୩ ଆର୍ଥିକ ବର୍ଷରେ ୩ ଲକ୍ଷ ୭୦ ହଜାର ସର୍ବମୋଟ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଏହି କାର୍ଯ୍ୟ ଦିବସ ରେ ମୋଟ ୩୪୫ ଜବ କାର୍ଡ ଧାରୀ ମାନେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ୧୦୦ଦିନ କାର୍ଯ୍ୟ ସମ୍ପୁର୍ଣ୍ଣ କରିଥିବା ସହ ମୋଟ ୫କୋଟି ୧୭ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି।। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ପ୍ରଧାନ ନିର୍ମାଣ ଶ୍ରମିକ ମାନଙ୍କ ପଞ୍ଜିକରଣ କରିବା ସହ ନବୀକରଣ କରିବା ପାଇଁ ଗ୍ରାମ୍ୟ ରୋଜଗାର ସେବକ ମାନଙ୍କୁ କହିବା ସହ ମନରେଗାରେ ଯେଉଁ ସବୁ କାର୍ଯ୍ୟ ହେବ ସେ ସବୁକୁ ନେଇ ପଞ୍ଚାୟତ ସଭାଗୃହରେ ଆଲୋଚନା କରିବା ପାଇଁ ପରାମର୍ଶ ଦେଈଥିଲେ, ସେହିପରି ପଞ୍ଚାୟତରାଜ ବିଭାଗ ଛଡା ବ୍ଲକ ସ୍ତରୀୟ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ବିନା ଲୋକ ପ୍ରତିନିଧିଙ୍କ ସହଯୋଗରେ କାର୍ଯ୍ୟ କରୁଥିବା ଖସଡ଼ା ପ୍ରସ୍ତୁତ କରି ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବାରୁ ସରପଞ୍ଚ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଏପିଓ କୃପାକର ବାନାପିଲି ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣସହ ସଭାସାଙ୍ଗ କରିଥିଲେ ।

ପଞ୍ଚାୟତ ନିବାହୀ ଅଧିକାରୀମାନେ କଲମ ଛାଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ କୁମାର ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ରାଜ୍ୟ ସଂଘର ଆହ୍ବାନ କ୍ରମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କର ଏକ ଶୋଭାଯାତ୍ରା ରେ ଏହି ଅଭିଯୋଗ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ ମଧୁ ପୋଲାକି , କୋଷାଧ୍ୟକ୍ଷ ଶ୍ରୀ ମନୋଜ ପଣ୍ଡା ଓ ରାଜ୍ୟ ସଂଯୋଜକ ଶ୍ରୀ ନୃସିଂହ ଚରଣ ମିଶ୍ରଙ୍କ ସହିତ ସମସ୍ତ ସାତ ଗୋଟି ବ୍ଳକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ସରକାରଙ୍କ ନିକଟରେ ଉପସ୍ଥାପିତ ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନିକୁ ପରିବର୍ତ୍ତନ କରାଯିବା ସହ ଦରମାରେ ଥିବା ଅସଙ୍ଗତି ଦୂର କରିବା , ପଞ୍ଚାୟତ ରାଜ ବିଭାଗର କ୍ୟାଡରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡରଭୁକ୍ତ କରିବା , ଶତପ୍ରତିଶତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପଦୋନ୍ନତି ଦେବା ଆଦି ଅନ୍ତର୍ଭୁକ୍ତ। ଉକ୍ତ ଦାବିଗୁଡିକୁ ପୂରଣ କରିବାରେ ସରକାର ବିଫଳ ହେବାରୁ ଆଜି ( ଶୁକ୍ରବାର ଦିନ ) ଠାରୁ ପଞ୍ଚାୟତ ନିବାହୀ ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏଥି ସହ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ପଟ୍ଟନାୟକ , କେ. ମୂରଲୀ , ରାସ ବିହାରୀ ପାତ୍ର ପରିଚାଳନା କରିଥିଲେ।

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରାଲିରେ ବୁହା ହେଲେ ହିତାଧିକାରୀ…!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ କୁମାର ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)-ପରିଣତ ବୟସରେ ସାମନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଓଡ଼ିଶାରେ ନବୀନ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି। ହେଲେ ବାସ୍ତବରେ ଏଭଳି ଅନେକ ବୟସ୍କ ରହିଛନ୍ତି ଯେଉଁମାନେ ଭତ୍ତା ନେବାରେବି ଅସମର୍ଥ ଅଟନ୍ତି। ପାରଳାଖେମୁଣ୍ଡି ସହରର ୧୨ ନଂ ୱାର୍ଡରେ ଦେଖାଦେଇଛି ଭତ୍ତା ନେବାକୁ ଯିବାର ବିକଳ ଚିତ୍ର। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା। ଚାଲିବା ପାଇଁ ପାଦରେ ବଳ ନାହିଁ। ଅଭାବୀ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ମିଳୁନଥିଲା ବାର୍ଦ୍ଧକ୍ୟ ଭତ୍ତା। ଗତ ତିନି ମାସ ହେଲା ସେ ପାଉନଥିଲେ ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଲବଙ୍ଗ ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି। ଭତ୍ତା ଟଙ୍କା ପୌର ପରିଷଦର କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିବା ଲବଙ୍ଗଙ୍କ ନାତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ଲବଙ୍ଗଙ୍କୁ ତାଙ୍କ ଝିଅ ଡାଳିମ୍ବ ବେଣିଆ ଏକ ଟ୍ରଲିରେ ବୋହି ନେଇଥିଲେ ପୌର ପରିଷଦର କାର୍ଯ୍ୟାଳୟକୁ। ସେ ଚିତ୍ର ଥିଲା ଅତି ଦୟନୀୟ। କାଠ ପଟା ପଡ଼ିଥିବା ଅଣଓସାରିଆ ଟ୍ରଲିରେ ଜାକିଜୁକି ହୋଇ ଲୁହଭରା ଆଖିରେ ଶୋଇଛନ୍ତି ଲବଙ୍ଗ ମାଉସୀ। ନିଜ ମୁଣ୍ଡକୁ ଟ୍ରଲିର କାଠ ପଟାରେ ରଖିବାକୁ ସେ ସାହସ କରିପାରୁ ନାହାନ୍ତି। ତଥାପି ମୁଣ୍ଡକୁ ତଳେ ରଖିବାକୁ ସେ ଚେଷ୍ଟା କରୁଛନ୍ତି। ସେପଟେ ନାତି , ଆଈର ମୁଣ୍ଡକୁ ଧରୁଛନ୍ତି। କୁଆଡେ ତାଙ୍କ ମୁଣ୍ଡ ଟ୍ରଲି ପଟାରେ ବାଡେଇଯିବ କି? ଟ୍ରଲିରେ ବୁହାହୋଇ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟକୁ ଆସିବା ପରେ ଲବଙ୍ଗଙ୍କୁ ମିଳିଲା ବକେୟା ଭତ୍ତା। ଡିବିଟି ସିଷ୍ଟମକୁ ବନ୍ଦ କରି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର। ଯେଉଁ ହିତାଧିକାରୀମାନେ ବିକଳାଙ୍ଗ ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ଏହି ଘୋଷଣା କେବଳ ଘୋଷଣାରେ ରହିଗଲା ପରି ମନେ ହେଉଛି। କାରଣ ଯଦି ଅସହାୟ ବାର୍ଦ୍ଧକ୍ୟ ଭତ୍ତା ଘରେ ଦେବାର ବ୍ୟବସ୍ଥା ହୋଇଥିଲା , ତାହାହେଲେ ବୃଦ୍ଧା ଲବଙ୍ଗ ଙ୍କୁ କାହିଁକି ଟ୍ରଲିରେ ବୁହା ହେବାକୁ ପଡ଼ିଲା? ଜିଲ୍ଲା ସଦର ମହକୁମାରେ ଯଦି ଏପରି ଚିତ୍ର , ତାହାହେଲେ ଜିଲ୍ଲାର ଅଭ୍ୟନ୍ତରଣ ଅଞ୍ଚଳର ଲୋକେ କିଭଳି ସରକାରଙ୍କ ସୁବିଧା ସୁଯୋଗ ପାଉଥିବେ ତାହା ଏବେ ପ୍ରଶ୍ନବାଚୀ । ଏନେଇ, ଆଲୋଚନା ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କହିଛନ୍ତି , ଘଟଣାର ଅନୁଧ୍ୟାନ କରିବା ସହ କାର୍ଯ୍ୟନୁଷ୍ଠାନ ନିଆଯିବ।

ରାସ୍ତା ଉପରେ ଶୋଇଥିବା ଗୋରୁ ପଲ ଙ୍କ ଉପରେ ଚଢ଼ିଗଲା ଅଜଣା ଟ୍ରକ୍ ।

!!! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା, ୫୨୦ ନମ୍ବର ଜାତୀୟ ରାଜପଥ, ଗନ୍ଦଲପଦା ନିକଟରେ ଅଘଟଣ । ରାସ୍ତା ଉପରେ ଶୋଇଥିବା ଗୋରୁ ପଲଙ୍କ ଉପରେ ଚଢ଼ିଯାଇଛି ଅଜଣା ଟ୍ରକ୍ । ଘଟଣାସ୍ଥଳରେ ୯ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । କୋଇଡ଼ା ପଟୁ କେନ୍ଦୁଝର ରାସ୍ତାରେ ଯାଉଥିବା କୌଣସି ଏକ ଟ୍ରକ୍ ଗୋରୁ ପଲଙ୍କ ଉପରେ ମାଡ଼ିଯାଇ ଘଟଣା ସ୍ଥଳରୁ ଖସି ପଳାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ସୂଚନାପାଇ ରୁଗୁଡ଼ି ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତ ଗୋରୁଙ୍କୁ ରାସ୍ତା ଉପରୁ ଉଠାଇଛି । ଆହତ ଗୋରୁକୁ ଯୋଡ଼ା ସ୍ଥିତ ନନ୍ଦୀ ଗୋ ସେବା କେନ୍ଦ୍ରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ।