ସୌଦାମିନୀ ବେହରା ଙ୍କ ଦୁଃଖ ; ସହାୟତା ପାଇଁ ଥାନାର ଦ୍ୱାରସ୍ଥ…!

!!! ବଲାଙ୍ଗୀର ରୁ ଜୀତେଶ କୁମାର ଶତପଥି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବାପା ମା ବହୁ ଦୁଖଃ କଷ୍ଟ ସହି ପିଲାଙ୍କୁ ବଡ଼ କରି ଭଲ ମଣିଷ ଟିଏ କରି ଗଢି ତୋଳିବା ପାଇଁ ଦିନ ରାତି ଏକ୍ କରିଦିଅନ୍ତୁ l କିନ୍ତୁ ସେହି ପିଲା ମାନେ ବଡ଼ ହେଲା ପରେ ଅଲୋଡା ଭାବନ୍ତି ମା ବାପା ଙ୍କୁ, ଏମିତି ଏକ୍ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଚନ୍ଦ୍ର ଶେଖର ନଗରର ସୌଦାମିନୀ ବେହରା ଙ୍କ ଘରେ l ଘରେ ପୁଅ ଟିଏ ଜନ୍ମ ପାଇଁ କେତେ ଓଷା କେତେ ବ୍ରତ କରିଥାନ୍ତି ମା’ବାପା । ଆଉ ପୁଅ ଜନ୍ମ ହେଲେ କେତେ ଖୁସି ହୁଅନ୍ତି। ବୁଢା ବେଳେ ପୁଅ ଆଶା ବାଡି ହେବ। କିନ୍ତୁ ଏଠି ଦେଖିବାକୁ ମିଳିଛି ପୁରା ଓଲୋଟା ଚିତ୍ର l ଦୀର୍ଘ ୧୦ ବର୍ଷ ଧରି ଲୋକ ଲଜ୍ଜାକୁ ଡରି ପୁଅ ବୋହୂ ଙ୍କ ସବୁ ଅତ୍ୟାଚାର ସହି ଯାଉଥିଲେ। କିନ୍ତୁ ଦିନକୁ ଦିନକୁ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଅ ବୋହୂ ମା’କୁ ଏମିତି ନିର୍ଯାତନା ଦେଇଛନ୍ତି ଯାହା ସଭ୍ୟ ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ। ମାଡ଼ ମାରି ମୁହଁ ଫୁଲାଇ ଦେଇଛନ୍ତି। ନିର୍ଯାତନା ଦେଲା ତେବେ କେତେ ଯେ କଷ୍ଟ ହୁଏ ତାହା ଅଙ୍ଗେ ନିଭାଇଛନ୍ତି ବଲାଙ୍ଗିରର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୌଦାମିନୀ ବେହେରା । ନ୍ଯାୟ ପାଇବା ଆଶାରେ ବଲାଙ୍ଗିର ଆଦର୍ଶ ଥାନାରେ ଏ କୋଣରୁ ସେ କୋଣ କୁ ବୁଲୁଛନ୍ତି ଅବସର ପ୍ରାପ୍ତ ଶିକ୍ଷୟତ୍ରୀସୌଦାମିନୀ ବେହେରା । କଣ କରିବେ ? କେଉଁଠି ରହିବେ ? ଜୀବନରେ ଖଟିଖଟି ପୁଅକୁ ମଣିଷ କଲେ । ଅବସର ପରେ ସବୁ ଟଙ୍କା ବି ଦେଲେ । ହେଲେ ପୁଅ ବୋହୂ ୧୦ ବର୍ଷ ହେବ ନିର୍ଯାତନା ଦେଉଛନ୍ତି । ପୁଅ ବୋହୂ ମାଡ ମାରିଥିବା କିଛି ଫଟୋ ଦେଖାଇ ପୋଲିସକୁ ନ୍ଯାୟ ମାଗୁଛନ୍ତି ଶ୍ରୀମତୀ ବେହେରା । ମୋ ପୁଅ ଠାରୁ ମତେ ମୁକ୍ତି ଦିଅ । ଆଉ ନୁହେଁ କହିବାର ସୀମା ବି ଟପିଲା ଆଉ ସହିବାର ସୀମା ବି ଟପିଲା । ଆଉ ସହି ହେଉନାହିଁ ଯନ୍ତ୍ରଣା। ତେଣୁ ମୋତେ ଏଥିରୁ ମୁକ୍ତି ଦିଅ ଏମିତି କହି ପୋଲିସକୁ ନ୍ୟାୟ ଭିକ୍ଷା କରିଛନ୍ତି। ଦିନେ ସୌଦାମିନୀ ଶିକ୍ଷକତା କରି ହଜାର ହଜାର ପିଲାଙ୍କୁ ମଣିଷ କରିଥିଲେ । ହେଲେ ଆଜି ତାଙ୍କ ପୁଅ ଅମଣିଷ ହୋଇଥିବା ଅଭିଯୋଗ କରିଛନ୍ତି ସୌଦାମିନୀ ବେହେରା ।ବଲାଙ୍ଗିର ଚନ୍ଦ୍ର ଶେଖର ନଗରରେ ସୌଦାମିନୀ ବେହେରାଙ୍କ ଘର । ତାଙ୍କର ଦୁଇଟି ପୁଅ । ଗୋଟିଏ ପୁଅ ରାଜ୍ଯ ବାହାରେ ଚାକିରି କରୁଥିବା ବେଳେ ନିଜ ପାଖରେ ଆଉ ଗୋଟିଏ ପୁଅ ଅଛି ।ଅନ୍ୟପକ୍ଷରେ ସୌଦାମିନୀ ବେହେରାଙ୍କ ବୋହୂ ସୁମନ ପାଣିଗ୍ରାହୀ ଶାଶୁଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି । ଶାଶୂ ସୌଦାମିନୀ ବମ୍ବେରେ ରହୁଥିବା ତାଙ୍କ ସାନପୁଅ ସୁବ୍ରତ ପାଣିଗ୍ରାହୀଙ୍କୁ ଲଗାଇ ତାଙ୍କୁ ସ୍ୱାମୀ ସ୍ତ୍ରୀଙ୍କୁ ଘରୁ ବାହାର କରିବା ପାଇଁ ନାନା ପ୍ରକାର ଗାଳିଗୁଲଜ, ଆକ୍ରମଣ କରିବା ସହ ବାରମ୍ବାର ଆମକୁ ଘରୁ ତଡ଼ିବା ପାଇଁ ଯୋଜନା କରୁଛନ୍ତି । ଏପରିକି ଶାଶୂ ତାଙ୍କ ସାନପୁଅଙ୍କ ପାଇଁ ଶ୍ୱଶୁରଙ୍କ ରିଟାୟାର୍‌ମେଣ୍ଟ ଟଙ୍କାରେ ବେଙ୍ଗଲୋର୍‌ ଏକ ଘର କିଣି ଦେଇଥିବା ବେଳେ ତାଙ୍କ ରିଟାୟାର୍‌ମେଣ୍ଟ ଟଙ୍କାରେ ବମ୍ବେରେ ଏକ ଘର କିଣି ଦେଇଛନ୍ତି । ଆମକୁ ଟଙ୍କା ଦେଇଥିବା କଥା ସଂପୂର୍ଣ୍ଣ ମିଛ ବୋଲି ବୋହୂ ସୁମନ ପାଲଟା ଅଭିଯୋଗ ଆଣିଛନ୍ତି । ତେବେ ବୋହୂଙ୍କ ପକ୍ଷରୁ ମଧ୍ୟ ଏକ ଏତଲା ଥାନାରେ ରୁଜ୍ଜୁ ହୋଇଥିବା ଜଣାପଡ଼ିଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖାରେ 75 ତମ ପ୍ରତିଷ୍ଠା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ୧୯୪୯ ମସିହାରେ ଜୁଲାଇ ୯ ତାରିଖରେ ପ୍ରତିଷ୍ଠା ହୋଇଥିବା ABVP ର ଆଜି ସାରା ଦେଶରେ ୭୫ ତମ ପ୍ରତିଷ୍ଠା ଦିବସ ପାଳନ କାରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସ୍ଥାନୀୟ WISDOM କୋଚିଂ ସେଣ୍ଟର ଢେପ ସାହି ଠାରେ ଅଧ୍ୟାପକ ଦୁର୍ଗା କର ଙ୍କ ତତ୍ୱାବଧାନ ରେ ପରିଷଦ ର ପତାକା ଉତ୍ତୋଳନ କରାଯାଇଛି । ନଗର ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଲିମା ପତକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପ୍ରମୁଖ ଅଧ୍ୟାପକ ଶେଷ ସାଇ ସେନାପତି ମାର୍ଗଦର୍ଶନ କରିଥିଲେ । ରାୟଗଡ଼ା ଜିଲ୍ଲା ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ପୌରହିତ୍ୟ କରିବା ସହ ଉପସ୍ଥିତ ଶତାଧିକ କଲେଜ ବିଦ୍ୟର୍ଥୀ ବିଦ୍ୟାର୍ଥନୀ ମାନେ ” କାନ ଖୁଲି କରି ଶୁଣ ସରକାର , ପାଠ ପଢା ସଂଗେ କାମ ଦରକାର …” ଶିକ୍ଷା ନିମନ୍ତେ ରାଜ୍ୟ ବଜେଟ ରେ ୧୦ ପ୍ରତିଶତ ଅର୍ଥ ବରାଦ ଦାବୀ , ରାଜନୀତି କି ପଞ୍ଜୋ ସେ ଶିକ୍ଷା କୋ ଆଜାଦ କରୋ , ଖୁନ୍ ଭି ଦେଙ୍ଗେ ଯାନ ଭି ଦେଙ୍ଗେ ଦେଶ କି ମିଟି କଭି ନା ଦେଙ୍ଗେ ଭଳି ଦେଶ ଭକ୍ତି ସ୍ଲୋଗାନ ମାନ ଦେଇଥିଲେ ।

କାର୍ଯ୍ୟକ୍ରମ ରେ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ରାକ୍ଷି ଦାଶ , ଅଧ୍ୟାପକ ପୂଣ୍ୟ ଶ୍ଳୋକ ସାହୁ , ଅଧ୍ୟାପକ ଲକ୍ଷ୍ମୀ ମହାଙ୍କୁଡ , ସଂଯୋଜକ ବି ସତୀଶ କୁମାର , ବି କିରଣ , ବି ରବି କୁମାର ପ୍ରମୁଖ ଉପସ୍ଥିତ ରହି ସଞ୍ଚାଳନ କରିଥିଲେ । ଏହି ଅବସର ରେ ସମସ୍ତ କାର୍ଯ୍ୟକର୍ତା ଓ ବିଦ୍ୟ।ର୍ଥୀ ମାନଙ୍କୁ ନେଇ ସ୍ଥାନୀୟ କପିଳପୁର ଠାରେ ବିଭିନ୍ନ କିସମ ର ବୃକ୍ଷ ଯଥା ନିମ , ବଉଳ , ଅଁଳା ଓ ବାଦାମ ଭଳି ଅନେକ ବୃକ୍ଷରୋପଣ ବଣ ବିଭାଗ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶିବାନୀ ପାତ୍ର ଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ରେ କରାଯାଇଥିଲା ।

ଯୋଗ କେନ୍ଦ୍ର ଓ ଅନାଥାଶ୍ରମ ଉଦଘାଟିତ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡା ଜିଲା ଗୁଣପୁର ସହରର କପିଳପୁର ଠାରେ ଯୋଗ କେନ୍ଦ୍ର ସହ ଅନାଥାଶ୍ରମ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଇନ୍ଦ୍ରା ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ହେବାକୁ ଥିବା ଏହି ଅନୁଷ୍ଠାନର ଭିତ୍ତ ପ୍ରସ୍ତର କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧିର ଦାସ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପାଢୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ସଂପାଦକ ଇନ୍ଦିରା ପାଢୀ ଧନ୍ୟବାଦ ପ୍ରଦାନ କରିଥିଲେ । ଉମା ଶଙ୍କର ଦାସ ସ୍ବାଗତ ଭାଷଣ ଦେଇଥିବା ବେଲେ ତ୍ରିପତି ମହାନ୍ତି ଏବଂ ନଳନୀ ମହାନ୍ତି ପୂଜା କାର୍ଯ୍ୟ ସଂପାଦନା କରିଥିଲେ ।