ଆନ୍ଧ୍ର ମନ୍ତ୍ରୀ ସମ୍ବର୍ଦ୍ଧନାକୁ ବିରୋଧୀ ଙ୍କ ପ୍ରତିବାଦ…!

!!! ଗଜପତି ରୁ ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗଙ୍ଗାବାଡ଼ର ପଞ୍ଚାୟତ ୮ ଗାଁ ଉପରେ ଆନ୍ଧ୍ର ରାଜୁତି କରିବା ପାଇଁ ଚେଷ୍ଟା କରୁଥିବା ବେଳେ, ଆଜି ଗୋଷାଣୀ ବ୍ଳକ ଚେୟାର ମେନ୍ ଭି.ରାଜୁ ସେ ଆନ୍ଧ୍ର ମନ୍ତ୍ରୀ କୁ ସମ୍ବର୍ଦ୍ଧିତ କରିଥିବା ଦୃଶ୍ୟ ସମ୍ନାକୁ ଆସିଛି।ଗତ ଦୁଇ ବର୍ଷ ତଳେ ଓଡ଼ିଶା ମାଟିର ମାଣିକପାଟଣା ଗ୍ରାମରେ ଠିଆ ହୋଇ ଓଡ଼ିଶାର ଅଧିକାରୀଙ୍କୁ ଧମକ ଦେବା ସହ ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ର କୁ ଭାଙ୍ଗି ଦେବି ଆନ୍ଧ୍ର ମନ୍ତ୍ରୀ ଆପାଲୁ ରାଜୁ କହିଥିଲେ।ହେଲେ ଘଟଣାର ଦୁଇ ବର୍ଷ ପରେ ବି ଏଯାଏଁ ନିଦରୁ ଉଠିନାହାନ୍ତି କି ଚେତନା ଚକ୍ଷୁ ଖୋଲି ନାହାନ୍ତି ଆମ ସରକାର । ଏପଟେ କିନ୍ତୁ ଗୋଷାଣୀ ବ୍ଳକ ଚେୟାର ମେନ୍ ଭିରରାଜୁ ଆଜି ସେହି ମନ୍ତ୍ରୀ କୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସମ୍ଭର୍ଧନ କରୁଥିବା ଦୃଶ୍ୟ ସମ୍ନାକୁ ଆସୁଛି। ବିବାଦୀୟ ଆନ୍ଧ୍ର ମନ୍ତ୍ରୀ ଙ୍କୁ ସମ୍ବର୍ଧନା, ପ୍ରତିବାଦ ଜଣାଇଲା କଂଗ୍ରେସ ଓ ବିଜେପି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହାର ପ୍ରତିବାଦ ଜଣାଇଛନ୍ତି ପାରଳାଖେମୁଣ୍ଡିର ବିଧାୟକ କେ, ନାରାୟଣ ରାଓ, ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା। ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରି ଅଧିକାରୀ ଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା , ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ ଯୋଡି ହୋଇଛି । ଆଜି ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍. ଭିର ରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକ ନିକଟକୁ ଆମନ୍ତ୍ରଣ କରି ଉପଢୌକନ ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ର ର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ’ଣ ରହିଛି ବୋଲି ପ୍ରଶ୍ନ କରିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ଆଜିର ସାମ୍ବାଦିକ ସମ୍ମିଳନୀ ରେ ବଳିଷ୍ଠ କଂଗ୍ରେସ ନେତା ପୂର୍ବତନ ଗୋଷାଣୀ ବ୍ଲକ୍ ଚେରମେନ ଜୟମହୋନ ରାଓ, ଅଭିମନ୍ୟୁ ପଣ୍ଡା ସମ୍ପାଦନା ଜିଲ୍ଲା କଂଗ୍ରେସ ତଥା ପୂର୍ବତନ ଉପାଧ୍ୟକ୍ଷ ପାରଳାପୈର ପରିଷଦ, ସଂଗ୍ରାମ ସାହୁ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି, ବସନ୍ତ କୁମାର ପଣ୍ଡା ଜିଲ୍ଲା ଉପ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।ଆନ୍ଧ୍ର ମନ୍ତ୍ରୀଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ଜଣାଇଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ।ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ୍‌.ଆପ୍ପାଲା ରାଜୁଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ ।

ସୂଚନା ମୁତାବକ ଗୋଷାଣି ବ୍ଲକ ଦେଇ ଆନ୍ଧ୍ରର ମେଳିଆପୁଟି ଚାପରା ଅଞ୍ଚଳ ଗସ୍ତ କରିଥିବା ମନ୍ତ୍ରୀ ତଥା ପଲାସା ବିଧାୟକ ଶ୍ରୀ ରାଜୁ ଗୋଷାଣି ବ୍ଲକ ସଦର ମହକୁମା ଦେଇ ଗସ୍ତ କରିଥିଲେ । ଏହି ସମୟରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ ଏବଂ ବିଭିନ୍ନ ରାଜନେତାମାନେ ଆନ୍ଧ୍ର ମନ୍ତ୍ରୀ ଶ୍ରୀ ଆପ୍ପାଲାରାଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସୀମାନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ବୀରରାଜୁ ମୁଖ୍ୟତଃ ଆନ୍ଧ୍ରର ମିଳିପୁଟି ମହେନ୍ଦ୍ରତନୟା ବ୍ରିଜ ତଟ ଦେଇ ଯାଇ ଥିବା ଓଡିଶାର ଭିନ୍ନୋଳା ଗ୍ରାମକୁ ସଂଯୋଗୀକରଣ କରୁଥିବା ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଜଣାଇଥିଲେ । ଏହି ରାସ୍ତାରେ ଦୈନିକ ଶହ ଶହ ଓଡିଶା ତଥା ଭିନ୍ନୋଳା ସମେତ ଶରଧାପୁର, ବାଘଶଳା, ବାପୁଜୀପେଣ୍ଠ ଆଦି ଗ୍ରାମବାସୀ ନିର୍ଭର କରିଥାନ୍ତି । ଉଲ୍ଲେଖିତ ରାସ୍ତାଟି ଓଡିଶା ସମେତ ଆନ୍ଧ୍ରରର ବିଭିନ୍ନ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିଥାଏ । ତେବେ ଏହା ଅତି ଶୋଚନୀୟ ହୋଇପଡିଥିବାରୁ ଓଡିଶା ତଥା ଗୋଷାଣି ବ୍ଲକାଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଜଣାଇଥିଲେ । ଏନେଇ ଆନ୍ଧ୍ର ମନ୍ତ୍ରୀ ଆପ୍ପାଲାରାଜୁ ଅତି ଶୀଘ୍ର ଏହି ରାସ୍ତାର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିବାର ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଜୁ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଆନ୍ଧ୍ରର ଏହି ମନ୍ତ୍ରୀ ଜଣକ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବିବାଦିୟ ଗ୍ରାମାଞ୍ଚଳମାନ ଗସ୍ତ କରି ଓଡିଶାର ଏକ ଅଙ୍ଗନବାଡି କେନ୍ଦ୍ରରେ ତତ୍କାଳୀନ ଅତିରିକ୍ତ ଜିଲ୍ଲପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ବିତଣ୍ଡା ଯୁକ୍ତିତର୍କ କରିଥିଲେ । ଯାହାକି ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ବରୁ ଚର୍ଚ୍ଚିତ ହୋଇଥିଲା ।

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ମହେନ୍ଦ୍ରଗଡ଼ ସମେତ ଶିଆଳିଲଟି, ଛେଳିଗଡ଼ ଓ ଛେଳାଗଡ଼ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୧୩୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୫୪ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୮୧ ଓ ୪ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ଚାରି ଜଣଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କୋଡ଼ିଏ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ସେଥି ମଧ୍ୟରୁ ଚାରି ଗୋଟି ପଞ୍ଚ୍ୟାୟତ ୩୦ ଜଣ ହିତଧିକାରୀଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ୧୪ ଜଣଙ୍କୁ ପେନସନ ପ୍ରଦାନ କରାଯାଇଛି। ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆର.ଉଦୟଗିରୀ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଶବର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ,ଆର.ଉଦୟଗିରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରିମେନ ଖାର୍ସେଲ ,ତହସିଲଦାର, ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।

ସାମାଜିକ ସେବା ପାଇଁ ଇନ୍ଦୋର ସହରରେ ଠାରେ ରାଷ୍ଟ୍ର ପ୍ରେରଣା ଆୱାର୍ଡ଼…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନୀ ଓ ବିଶ୍ଵ ବୁକ୍ ଅଫ୍ ଷ୍ଟାର ‌ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ ମଧ୍ୟପ୍ରଦେଶର ଇନ୍ଦୋର ସହରର ଦି ପାର୍କ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନୀତ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ଉକ୍ତ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ଦୁଇ ଜଣ ବ୍ୟକ୍ତିଙ୍କୁ ସାମାଜିକ ସେବା ରାଷ୍ଟ୍ର ପ୍ରେରଣା ଆୱାର୍ଡ଼ – ୨୦୨୩ ପାଇଁ ଉପାଧିରେ ସମ୍ମାନୀତ କରାଯାଇଥିଲା। ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଡଃ.ଆଲୋକ କୁମାର ବୋଷ , ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଓ ହାଡୁଭାଙ୍ଗି ପଞ୍ଚାୟତ ବିସ୍ତାଲା ଗ୍ରାମର ଡଃ .ବି.ରବି ରାଜ୍ୟ କାର୍ଯ୍ୟ କାରିଣୀ ସମ୍ପାଦକ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଙ୍କୁ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀ ଶଙ୍କର ଲାଲୱାନି , ସାଂସଦ, ମଧ୍ୟପ୍ରଦେଶ , ଇନ୍ଦୋର , ଡଃ.ଦର୍କ୍ଷଶାନ୍ ଅନ୍ଦ୍ରାବି ରାଜ୍ୟ ମନ୍ତ୍ରୀ , ଜାମୁ ଓ କଶ୍ମୀର , ସମ୍ମାନୀୟ ଅତିଥି ଜଷ୍ଟିସ୍ ଶଶି ମୋହନ୍ ଶ୍ରୀବାସ୍ତବ , ଇନ୍ଦୋର , ଆଚାର୍ଯ୍ୟ ଡଃ. ରାଜା‌ଶାସ୍ତ୍ରୀ ମହାରାଜ , ଗୁଜରାଟ ଓ ଡଃ . ରାଜିବ୍ ପାଲ୍ , ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବିଶ୍ଵ ବୁକ୍ ଅଫ୍ ଷ୍ଟାର ‌ରେକର୍ଡ ଦ୍ଵାରା ଗଜପତି ଜିଲ୍ଲାର ଆଲୋକ କୁମାର ବୋଷ ଓ ଡଃ. ବି.ରବିଙ୍କୁ ରାଷ୍ଟ୍ର ପ୍ରେରଣା ଆୱାର୍ଡ଼ – ୨୦୨୩ ପାଇଁ ଉପାଧି ପ୍ରଦାନ କରି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ତତ୍ ସଙ୍ଗେ ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନୀ ଏକ ପ୍ରମାଣ ପତ୍ର ପୁରସ୍କାରଟି ସାମାଜିକ ସେବା ପାଇଁ ସମ୍ମାନୀତ କରାଯାଇଥିଲା। ଡଃ ‌.ଆଲୋକ କୁମାର ‌ବୋଷ ଅନେକ ରାଜ୍ୟରେ ଅନେକ ଥର ସମାଜ ସେବା ପାଇଁ ଅନେକ ଉପାଧିରେ ସମ୍ମାନିତ ହୋଇଛନ୍ତି। ମାନବ ଅଧିକାର ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ସହ ଶିକ୍ଷା ରୁ ବଞ୍ଚିତ ହୋଇଥିବା ଶିଶୁ ମାନଙ୍କୁ ଆଜକୁ ୨୫୭ ଶିଶୁଙ୍କୁ ଆର୍ଥିକ ସହଯୋଗ କରି ମାନବ‌ ସେବାରେ ନିଜକୁ ‌ଉଚ୍ଛର୍ଗିତ କରି ଆଗକୁ ବଢି ଲୋକଙ୍କ ଭିତରେ ରହି ଲୋକଙ୍କୁ ସେବା କରି ଆସୁଛନ୍ତି। ଡଃ. ବି ରବି କରୋନାରେ ଅନେକ ରୋଗୀ କୁ ଡାକ୍ତର ଖାନା ପହଞ୍ଚାଇବା ଓ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ଓ ଶିକ୍ଷା ରୁ ବଞ୍ଚିତ ହୋଇଥିବା ଶିଶୁ ଙ୍କୁ ଆର୍ଥିକ ସହଯୋଗ କରିବା ପ୍ରମୁଖ ଭୂମିକା ରହିଥିଲା। ଏ ଦୁଇ ଜଣ ସମାଜ ସେବୀ ଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି।

ଭାରତୀୟ ମଜଦୂର ସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ରାୟଗଡ଼ା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି ଶ୍ରମିକ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରମିକ ଗୀତ ଗାନ କରା଼ଯାଇ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା
ଉକ୍ତ କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଏବଂ ମୂଖ୍ୟ ବକ୍ତା ଭାବେ ସକ୍ଷମ ର ରାଜ୍ୟ ସଂରକ୍ଷକ , ସମାଜସେବୀ ତଥା କର୍ମଜୀବି ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ତା ଏବଂ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ସ୍ଵାଧୀନତା ପ୍ରାପ୍ତି ପରେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାର ଧାରା ରଖୁଥିବା ଅନେକ ଗୁଡ଼ିଏ ଶ୍ରମିକ ସଂଘଠନ ସୃଷ୍ଟି ହୋଇଥିଲା । କିନ୍ତୁ ରାଜନୈତିକ ବିଚାରା ଧାରା ଠାରୁ ଦୂରେଇ ରହି ଶ୍ରମିକ ମାନଙ୍କ ହିତ ପାଇଁଁ ଭାରତୀୟ ବିଚାର କୁ ଦୃଷ୍ଟିରେ ରଖି ଏକ ଅଣ ରାଜନୈତିକ ଶ୍ରମିକ ସଂଗଠନ ଏବଂ ଭାରତୀୟ ବିଚାର ରେ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ତାଙ୍କ ସହ ରହି ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି ଭାରତୀୟ ମଜଦୂର ସଂଘ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୂର ସଂଘ , ବିଶ୍ଵକର୍ମା ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଇମ୍ଫା ଶ୍ରମିକ ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ମେସ୍ତୀରି ସଂଘ , ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ ଏବଂ ୧୧ ଟି ବ୍ଲକ ର ସମସ୍ତ ବ୍ଳକ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ , ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଉପସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସ , ଶ୍ରୀମତୀ ନେହା ସିଂ , ଶ୍ରୀ ଧର୍ମ ସିଂ ନାଗ , ନେହା ସିଂ , ମମତା ବୀଶ୍ଵାଳ , ପରମା ନନ୍ଦ ପ୍ରଧାନ , ଏ ତିରୁପତି ରାଓ , କେ ରାମ ବାବୁ , ନୀରଞନ ସେନାପତି ପରିଚାଳନା କରିଥିଲେ । ସେସରେ ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଦିବାସୀ ଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ;ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ…!

!!! ବଲାଙ୍ଗିର ରୁ ପ୍ରତିନିଧି ଜିତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର)- ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ମହାସଭାରେ ଓଡିଶା ସରକାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ବଲାଙ୍ଗିର ଜିଲ୍ଲାକୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଏକ ବିଶାଲ ଆଦିବାସୀ ସମାବେଶ କରିବାକୁ ନିଷ୍ପତି କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ଜଳ ଜଙ୍ଗଳ, ଜୀବନ ଜିବିକାର ବିକାଶ ହେବା ସହିତ ଆଦିବାସୀ ସଂସ୍କୃତି ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ, ଐତିହ୍ୟ, ପୂଜାପୀଠ ସ୍ଥଳି ଗୁଡିକର ସୁରକ୍ଷା, ସଂରକ୍ଷଣ ପୁନଃରୁଦ୍ଧାର ହେବ । ଆଦିବାସୀମାନଙ୍କ ଜାନୀ ଯାତ୍ରା, ପର୍ବପର୍ବାଣୀ, ଚାଳିଚଳଣୀ ପ୍ରଥ ପରମ୍ପରା, ରୀତିନୀତି, ଭାଷା ଧର୍ମ, ମ୍ୟୁଜିୟମ, କଲ୍ୟାଣ ମଣ୍ଡପ, ସାମାଜିକ ଭବନ, ଗୋଷ୍ଠି ଗୃହ, ଲାଇବ୍ରେରୀ ହଳ, ପାରମ୍ପରୀକ ବଜାର ହାଟ, ବନଜାତ ଦ୍ରବ୍ୟ ସଂଗ୍ରହ ବିକ୍ରୟ ଆଦି ପାଇଁ ସୁବିଧା ହେବ ଯାହାକି ଆଦିବାସୀ ଙ୍କ ସାମାଜିକ ଅର୍ଥନୈତିକ ଉନ୍ନତି ହେବ । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆଦିବାସୀ ସମାଜ କୃତଜ୍ଞତା ଜଣାଇଥିଲେ । ଭାରତୀୟ ଆଇନ ଆୟୁକ୍ତ ଜରିଆରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିତା କୁ ଲାଗୁ କରିବା ପାଇଁ ଷଡଯନ୍ତ୍ର କରୁଛି । ଏହି ୟୁନିଫର୍ମ ସିଭିଲ କୋଡ ଲାଗୁ ହେଲେ ଆଦିବାସୀମାନଙ୍କ ପ୍ରଥା ପରମ୍ପରା ସଂସ୍କୃତି, ପ୍ରଥାଗତ ଆଇନ, ବିବାହ, ମୃତାହ କାର୍ଯ୍ୟ, ଜନ୍ମ କର୍ମୀ, ଛାଡପତ୍ର, ପୌଷ୍ୟ ପୁତ୍ର ଗ୍ରହଣ, ସମ୍ପତି ଅଧିକାର ଉପରେ ଥିବା ସ୍ୱତନ୍ତ୍ରତା ଲୋପ ପାଇଯିବ ବୋଲି ଆଦିବାସୀମାନେ ଆଶା ଆଶଙ୍କା କରି ସମାନ ନାଗରିକ କୋଡ ବିରୁଦ୍ଧରେ ତଥା କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଗୃହିତ କରିଥିଲେ । ମଣିପୁର ରେ ଆଦିବାସୀ ମହିଳାମାନଙ୍କ ପ୍ରତି କରାଯାଇଥିବା ବର୍ବର ଆକ୍ରମଣ ଏହାର ପ୍ରତିବାଦରେ ଦୋଷିମାନଙ୍କୁ ଫାସି ଦେବା ଦାବୀରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ସ୍ଥିରିକୃତ କରାଗଲା । ଅଗଷ୍ଟ ୯ ରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ବିଶାଳ ଆଦିବାସୀ ମେଲି କରିବାକୁ ଧାର୍ଯ୍ୟ କରା୍‌ାଇଛି । ଆଦିବାସୀଙ୍କ ଜଙ୍ଗଳ ଜମି ଅଧିକାର, ସ୍ୱତ୍ୱ ପ୍ରଦାନ, ଅଣ ଆଦିବାସୀ ଙ୍କ ଅକ୍ତିଆର ରେ ଥିବା ଆଦିବାସୀ ଜମି ଫେରସ୍ତ, ନକଲି ଆଦିବାସୀ ଦୋରା, କୁଲି, କନ୍ଧଗଉଡ, ବଞ୍ଜାରାମାନଙ୍କ ଜାଲ ଜାତି ପ୍ରମାଣପତର ରଦ୍ଦ, ମୋ ଘର ଯୋଜନାରେ ସବୁ ଆଦିବାସୀମାନଙ୍କୁ ଗୃହଋଣ ମଞ୍ଜୁର କରିବା ଦାବୀରେ ଲଢେଇ ଦୋରଦାର କରିବାକୁ ସ୍ଥିର କରାଯାଇଛି । ସଂଘର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଉନ୍ନୟନ (ଆଦିବାସୀ) ପରିଷଦର କାର୍ଯ୍ୟର ସଠିକ ପରିଚାଳନା ପାଇଁ ସଙ୍ଗଠନର କର୍ମକର୍ତା ପରିବର୍ଦ୍ଧିତ କରାଯାଇଛି ।

ସଂଘର ପରିବର୍ଦ୍ଧିତ ପରିଚାଳନା କମିଟି, କାର୍ଯ୍ୟକାରିଣୀ କମିଟି ଓ କର୍ମକର୍ତା ଭାବରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ମହାସଚିବ ନିରଞ୍ଜନ ବିଶି, କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଉପସଭାପତି ବିଶିକେଶନ ଜାନୀ, ସାଧାରଣ ସଂପାଦକ ହେମେନ୍ଦ୍ର ନାଥ ହାଂସଦା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ, ସଂଗଠକ ଥବିର ପୁଝାରୀ, ସହ ସଂପାଦକ ମଧୁ ବିଶ୍ୱାଲ, ବ୍ଲକ ସଭାପତି ବଳଦେବ ଭୋଇ ଆଗଲପୁର, ଦଶରଥ ଛତ୍ରିଆ ଲୋଇସିଂହା, ନିମାଇଁ ଝାଙ୍କର ସଦର ବ୍ଲକ, ସୁଦାମ ଚରଣ ଭୋଇ ଦେଓଗାଁ, ସନ୍ତୋଷ ପୁଟା ସଇଁନ୍ତଲା, ପଦ୍ମନ ପ୍ରଧାନୀ ଟିଟିଲାଗଡ, ରାଜିବ କୁଅଁର ମୁରିବାହାଲ, ଚୌବନ କିଶୋର ମାଝି ତୁରେକେଲା, ରସିକ ଧରୁଆ ବେଲପଡା, ଚନ୍ଦ୍ର ବରିହା ଖପ୍ରାଖୋଲ, ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ଦିବାକର ଭୋଇ ପୁଇଁନ୍ତଲା, ଭୁୁବନ କୁଅଁର କାର୍ଯ୍ୟକାରୀ ସଭାପତି ପାଟଣାଗଡ, ସମ୍ପତି ମାଝି ଗୁଡଭେଲା, ନିତ୍ୟାନନ୍ଦ ମାଝି ଏନ୍‌ଏସି ସଭାପତି ଟିଟିଲାଗଡ, ଚନ୍ଦ୍ରମଣି ଶବର ସଭାପତି ପାଟଣାଗଡ ଏନ୍‌ଏସି, ଚୁମନ ମାଝି ତୁଷୁରା ଏନ୍‌ଏସି, ପାଳା ଭୋଇ ସୁରଥ ଧରୁଆ, ସାରଥି ବାଗ, ଟଙ୍କଧର ଧରୁଆ, ଗୋପାଳ ପ୍ରଧାନ, ଅଶ୍ୱିନୀ ରାଏ, ଭୁବନ ମାଝି, ନାରାୟଣ କିଶାନ, ପ୍ରିତିସିଂ ମାଝି, ଉପସଭାପତି ଲକ୍ଷ୍ମୀ ଶବର, ଘାସିରାମ ମାଝି, ଯଦୁମଣି ବରିହା, ଜଳ ଧରୁଆ, ଖେଳନ୍ତି ସମରଥ, ଟିକେମଣି ମିର୍ଦ୍ଧା, ଧୁବଳେଶ୍ୱର ଭୋଇ, ବିକାଶ ଭୋଇ, ଗିରିଧାରି ଭୋଇ, ବିଜୟ ମାଝି, ଚୈତନ୍ୟ ମାଝି, ଅଲେଖ ବେଣ୍ଟକାର ସହିତ ପଂଚାୟତ ସ୍ତରୀୟ କମିଟି ଚୟନ କରାଯାଇଛି ।ଏହି ମହାସଭା ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ସ୍ୱତନ୍ତ୍ର ଅତିଥି ଭାବରେ ସୋନପୁର ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ ଯୋଗଦେଇଥିବା ବେଳେ ବଲାଙ୍ଗିର ଜ଼ିଲ୍ଲା ର ବ୍ଲକ ସ୍ତରୀୟ, ପଂଚାୟତ ସ୍ତରୀୟ ସମସ୍ତ କାର୍ଯ୍ୟକାରୀ ସଦସ୍ୟ, କର୍ମକର୍ତ୍ତା ଯୋଗ ଦେଇଥିଲେ l

ଅସରାଏ ବର୍ଷାରେ ଦାମୋଦର ବିହାରର ରାସ୍ତାଘାଟର ଅବସ୍ଥା ଶୋଚନୀୟ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସହରକୁ ଲାଗି ଗଢି ଉଠିଥିବା ଦାମୋଦର ବିହାର ବାସୀ ହନ୍ତସନ୍ତ। ଅସରାଏ ବର୍ଷାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡି କଥା ଛାଡ଼ନ୍ତୁ ଏଠି ଚାଲିଚାଲି ଯିବା ମଧ୍ୟ ସମ୍ଭବ ନୁହେଁ। ଆଣ୍ଠୁଏ ନର୍ଦ୍ଦମା ପାଣିରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ତଥା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଯିବାକୁ ପଡୁଛି। ସହରକୁ ଲାଗି ରହିଥିବା ଏହି ଅଞ୍ଚଳ ଆଜି ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଘୋର ଅବହେଳାର ଶିକାର ହୋଇଛି। ନା ପୌରପରିଷଦ ନା ପଞ୍ଚାୟତ କେହି ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରୁନାହାନ୍ତି। କିଛିଦିନ ତଳେ କେରାଣ୍ଡି ପଞ୍ଚାୟତ ପକ୍ଷରୁ ରାସ୍ତାରେ କିଛି ମୋରମ ପକାଇ ନିଜର କର୍ତ୍ତବ୍ୟ ସାରିଦେଇଛନ୍ତି। ସେହିପରି ପଞ୍ଚାୟତ ପକ୍ଷରୁ ସିମେଣ୍ଟ ରାସ୍ତାଟିଏ ହୋଇଥିଲେ ମଧ୍ଯ ରାସ୍ତା ଖାଲଢିପ ହୋଇଥିବା ଯୋଗୁଁ ଅଳ୍ପ ବର୍ଷାରେ ପାଣି ଓ ଆବର୍ଜନା ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଠାରେ ମଶା , ମାଛିଙ୍କ ଦ୍ବାରା ବର୍ଷାଦିନିଆ ରୋଗ ବ୍ଯାପିବାର ଭୟ ରହିଛି। ଏଣୁ ଦାମୋଦର ବିହାର ବାସୀ ଏହି ଅଞ୍ଚଳର ରାସ୍ତାଘାଟର ଉନ୍ନତି କରଣ , ରାସ୍ତା ଆଲୋକୀକରଣ , ବର୍ଜ୍ୟ ବସ୍ତୁ ଓ ମଇଳା ପାଣି ନିଷ୍କାସନ ଦିଗରେ ଦୃଷ୍ଟି ଦେବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି। ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ। ଜିଲ୍ଲାର ୪୩ ଗୋଟି ସମବାୟ କେନ୍ଦ୍ର ଓ ୨ ଲ୍ୟାମ୍ପରେ ମୋଟ ୪୫ ଗୋଟି କେନ୍ଦ୍ରରେ ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ ସଚେତନତା କରାଯିବ। ଏହା ବିଭାଗର ୱେବସାଇଟ www.foododisha.in ରେ ମଧ୍ୟ ଉପଲବ୍ଧ ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜ ପତ୍ର ନକଲ ଦାଖଲ କରିବା ଆବଶ୍ୟକ। ବ୍ୟାଙ୍କ ପାସ୍ ବୁକର ପ୍ରଥମ ପୃଷ୍ଠା , ଚାଷ ଜମିର ପ୍ରମାଣ ପତ୍ର , ଆଧାର କାର୍ଡ , ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକରଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ। ଯେଉଁ ଚାଷୀମାନେ ଆଗାମୀ ଖରିଫ୍‌ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ। ଏହି ପ୍ରଚାର ରଥ ଶୁଭାରମ୍ଭ କରିବା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ସହକାରୀ ଯୋଗାଣ ଅଧିକାରୀ ସ୍ନେହାସିନୀ ବେହେରା , ଗୋଷାଣୀ ଯୋଗାଣ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ବେହେରା , ଏମଆଇ କାଶୀନଗର ଶ୍ରୀ ଶୁଭେନ୍ଦୁ ପାଣିଗ୍ରାହୀ ଓ ସମବାୟ କେନ୍ଦ୍ର ବିଭାଗୀୟ ଓ ଆରଏମସି ବିଭାଗୀୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୌଦାମିନୀ ବେହରା ଙ୍କ ଦୁଃଖ ; ସହାୟତା ପାଇଁ ଥାନାର ଦ୍ୱାରସ୍ଥ…!

!!! ବଲାଙ୍ଗୀର ରୁ ଜୀତେଶ କୁମାର ଶତପଥି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବାପା ମା ବହୁ ଦୁଖଃ କଷ୍ଟ ସହି ପିଲାଙ୍କୁ ବଡ଼ କରି ଭଲ ମଣିଷ ଟିଏ କରି ଗଢି ତୋଳିବା ପାଇଁ ଦିନ ରାତି ଏକ୍ କରିଦିଅନ୍ତୁ l କିନ୍ତୁ ସେହି ପିଲା ମାନେ ବଡ଼ ହେଲା ପରେ ଅଲୋଡା ଭାବନ୍ତି ମା ବାପା ଙ୍କୁ, ଏମିତି ଏକ୍ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଚନ୍ଦ୍ର ଶେଖର ନଗରର ସୌଦାମିନୀ ବେହରା ଙ୍କ ଘରେ l ଘରେ ପୁଅ ଟିଏ ଜନ୍ମ ପାଇଁ କେତେ ଓଷା କେତେ ବ୍ରତ କରିଥାନ୍ତି ମା’ବାପା । ଆଉ ପୁଅ ଜନ୍ମ ହେଲେ କେତେ ଖୁସି ହୁଅନ୍ତି। ବୁଢା ବେଳେ ପୁଅ ଆଶା ବାଡି ହେବ। କିନ୍ତୁ ଏଠି ଦେଖିବାକୁ ମିଳିଛି ପୁରା ଓଲୋଟା ଚିତ୍ର l ଦୀର୍ଘ ୧୦ ବର୍ଷ ଧରି ଲୋକ ଲଜ୍ଜାକୁ ଡରି ପୁଅ ବୋହୂ ଙ୍କ ସବୁ ଅତ୍ୟାଚାର ସହି ଯାଉଥିଲେ। କିନ୍ତୁ ଦିନକୁ ଦିନକୁ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଅ ବୋହୂ ମା’କୁ ଏମିତି ନିର୍ଯାତନା ଦେଇଛନ୍ତି ଯାହା ସଭ୍ୟ ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ। ମାଡ଼ ମାରି ମୁହଁ ଫୁଲାଇ ଦେଇଛନ୍ତି। ନିର୍ଯାତନା ଦେଲା ତେବେ କେତେ ଯେ କଷ୍ଟ ହୁଏ ତାହା ଅଙ୍ଗେ ନିଭାଇଛନ୍ତି ବଲାଙ୍ଗିରର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୌଦାମିନୀ ବେହେରା । ନ୍ଯାୟ ପାଇବା ଆଶାରେ ବଲାଙ୍ଗିର ଆଦର୍ଶ ଥାନାରେ ଏ କୋଣରୁ ସେ କୋଣ କୁ ବୁଲୁଛନ୍ତି ଅବସର ପ୍ରାପ୍ତ ଶିକ୍ଷୟତ୍ରୀସୌଦାମିନୀ ବେହେରା । କଣ କରିବେ ? କେଉଁଠି ରହିବେ ? ଜୀବନରେ ଖଟିଖଟି ପୁଅକୁ ମଣିଷ କଲେ । ଅବସର ପରେ ସବୁ ଟଙ୍କା ବି ଦେଲେ । ହେଲେ ପୁଅ ବୋହୂ ୧୦ ବର୍ଷ ହେବ ନିର୍ଯାତନା ଦେଉଛନ୍ତି । ପୁଅ ବୋହୂ ମାଡ ମାରିଥିବା କିଛି ଫଟୋ ଦେଖାଇ ପୋଲିସକୁ ନ୍ଯାୟ ମାଗୁଛନ୍ତି ଶ୍ରୀମତୀ ବେହେରା । ମୋ ପୁଅ ଠାରୁ ମତେ ମୁକ୍ତି ଦିଅ । ଆଉ ନୁହେଁ କହିବାର ସୀମା ବି ଟପିଲା ଆଉ ସହିବାର ସୀମା ବି ଟପିଲା । ଆଉ ସହି ହେଉନାହିଁ ଯନ୍ତ୍ରଣା। ତେଣୁ ମୋତେ ଏଥିରୁ ମୁକ୍ତି ଦିଅ ଏମିତି କହି ପୋଲିସକୁ ନ୍ୟାୟ ଭିକ୍ଷା କରିଛନ୍ତି। ଦିନେ ସୌଦାମିନୀ ଶିକ୍ଷକତା କରି ହଜାର ହଜାର ପିଲାଙ୍କୁ ମଣିଷ କରିଥିଲେ । ହେଲେ ଆଜି ତାଙ୍କ ପୁଅ ଅମଣିଷ ହୋଇଥିବା ଅଭିଯୋଗ କରିଛନ୍ତି ସୌଦାମିନୀ ବେହେରା ।ବଲାଙ୍ଗିର ଚନ୍ଦ୍ର ଶେଖର ନଗରରେ ସୌଦାମିନୀ ବେହେରାଙ୍କ ଘର । ତାଙ୍କର ଦୁଇଟି ପୁଅ । ଗୋଟିଏ ପୁଅ ରାଜ୍ଯ ବାହାରେ ଚାକିରି କରୁଥିବା ବେଳେ ନିଜ ପାଖରେ ଆଉ ଗୋଟିଏ ପୁଅ ଅଛି ।ଅନ୍ୟପକ୍ଷରେ ସୌଦାମିନୀ ବେହେରାଙ୍କ ବୋହୂ ସୁମନ ପାଣିଗ୍ରାହୀ ଶାଶୁଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି । ଶାଶୂ ସୌଦାମିନୀ ବମ୍ବେରେ ରହୁଥିବା ତାଙ୍କ ସାନପୁଅ ସୁବ୍ରତ ପାଣିଗ୍ରାହୀଙ୍କୁ ଲଗାଇ ତାଙ୍କୁ ସ୍ୱାମୀ ସ୍ତ୍ରୀଙ୍କୁ ଘରୁ ବାହାର କରିବା ପାଇଁ ନାନା ପ୍ରକାର ଗାଳିଗୁଲଜ, ଆକ୍ରମଣ କରିବା ସହ ବାରମ୍ବାର ଆମକୁ ଘରୁ ତଡ଼ିବା ପାଇଁ ଯୋଜନା କରୁଛନ୍ତି । ଏପରିକି ଶାଶୂ ତାଙ୍କ ସାନପୁଅଙ୍କ ପାଇଁ ଶ୍ୱଶୁରଙ୍କ ରିଟାୟାର୍‌ମେଣ୍ଟ ଟଙ୍କାରେ ବେଙ୍ଗଲୋର୍‌ ଏକ ଘର କିଣି ଦେଇଥିବା ବେଳେ ତାଙ୍କ ରିଟାୟାର୍‌ମେଣ୍ଟ ଟଙ୍କାରେ ବମ୍ବେରେ ଏକ ଘର କିଣି ଦେଇଛନ୍ତି । ଆମକୁ ଟଙ୍କା ଦେଇଥିବା କଥା ସଂପୂର୍ଣ୍ଣ ମିଛ ବୋଲି ବୋହୂ ସୁମନ ପାଲଟା ଅଭିଯୋଗ ଆଣିଛନ୍ତି । ତେବେ ବୋହୂଙ୍କ ପକ୍ଷରୁ ମଧ୍ୟ ଏକ ଏତଲା ଥାନାରେ ରୁଜ୍ଜୁ ହୋଇଥିବା ଜଣାପଡ଼ିଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖାରେ 75 ତମ ପ୍ରତିଷ୍ଠା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ୧୯୪୯ ମସିହାରେ ଜୁଲାଇ ୯ ତାରିଖରେ ପ୍ରତିଷ୍ଠା ହୋଇଥିବା ABVP ର ଆଜି ସାରା ଦେଶରେ ୭୫ ତମ ପ୍ରତିଷ୍ଠା ଦିବସ ପାଳନ କାରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସ୍ଥାନୀୟ WISDOM କୋଚିଂ ସେଣ୍ଟର ଢେପ ସାହି ଠାରେ ଅଧ୍ୟାପକ ଦୁର୍ଗା କର ଙ୍କ ତତ୍ୱାବଧାନ ରେ ପରିଷଦ ର ପତାକା ଉତ୍ତୋଳନ କରାଯାଇଛି । ନଗର ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଲିମା ପତକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପ୍ରମୁଖ ଅଧ୍ୟାପକ ଶେଷ ସାଇ ସେନାପତି ମାର୍ଗଦର୍ଶନ କରିଥିଲେ । ରାୟଗଡ଼ା ଜିଲ୍ଲା ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ପୌରହିତ୍ୟ କରିବା ସହ ଉପସ୍ଥିତ ଶତାଧିକ କଲେଜ ବିଦ୍ୟର୍ଥୀ ବିଦ୍ୟାର୍ଥନୀ ମାନେ ” କାନ ଖୁଲି କରି ଶୁଣ ସରକାର , ପାଠ ପଢା ସଂଗେ କାମ ଦରକାର …” ଶିକ୍ଷା ନିମନ୍ତେ ରାଜ୍ୟ ବଜେଟ ରେ ୧୦ ପ୍ରତିଶତ ଅର୍ଥ ବରାଦ ଦାବୀ , ରାଜନୀତି କି ପଞ୍ଜୋ ସେ ଶିକ୍ଷା କୋ ଆଜାଦ କରୋ , ଖୁନ୍ ଭି ଦେଙ୍ଗେ ଯାନ ଭି ଦେଙ୍ଗେ ଦେଶ କି ମିଟି କଭି ନା ଦେଙ୍ଗେ ଭଳି ଦେଶ ଭକ୍ତି ସ୍ଲୋଗାନ ମାନ ଦେଇଥିଲେ ।

କାର୍ଯ୍ୟକ୍ରମ ରେ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ରାକ୍ଷି ଦାଶ , ଅଧ୍ୟାପକ ପୂଣ୍ୟ ଶ୍ଳୋକ ସାହୁ , ଅଧ୍ୟାପକ ଲକ୍ଷ୍ମୀ ମହାଙ୍କୁଡ , ସଂଯୋଜକ ବି ସତୀଶ କୁମାର , ବି କିରଣ , ବି ରବି କୁମାର ପ୍ରମୁଖ ଉପସ୍ଥିତ ରହି ସଞ୍ଚାଳନ କରିଥିଲେ । ଏହି ଅବସର ରେ ସମସ୍ତ କାର୍ଯ୍ୟକର୍ତା ଓ ବିଦ୍ୟ।ର୍ଥୀ ମାନଙ୍କୁ ନେଇ ସ୍ଥାନୀୟ କପିଳପୁର ଠାରେ ବିଭିନ୍ନ କିସମ ର ବୃକ୍ଷ ଯଥା ନିମ , ବଉଳ , ଅଁଳା ଓ ବାଦାମ ଭଳି ଅନେକ ବୃକ୍ଷରୋପଣ ବଣ ବିଭାଗ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶିବାନୀ ପାତ୍ର ଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ରେ କରାଯାଇଥିଲା ।

ଯୋଗ କେନ୍ଦ୍ର ଓ ଅନାଥାଶ୍ରମ ଉଦଘାଟିତ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡା ଜିଲା ଗୁଣପୁର ସହରର କପିଳପୁର ଠାରେ ଯୋଗ କେନ୍ଦ୍ର ସହ ଅନାଥାଶ୍ରମ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଇନ୍ଦ୍ରା ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ହେବାକୁ ଥିବା ଏହି ଅନୁଷ୍ଠାନର ଭିତ୍ତ ପ୍ରସ୍ତର କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧିର ଦାସ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପାଢୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ସଂପାଦକ ଇନ୍ଦିରା ପାଢୀ ଧନ୍ୟବାଦ ପ୍ରଦାନ କରିଥିଲେ । ଉମା ଶଙ୍କର ଦାସ ସ୍ବାଗତ ଭାଷଣ ଦେଇଥିବା ବେଲେ ତ୍ରିପତି ମହାନ୍ତି ଏବଂ ନଳନୀ ମହାନ୍ତି ପୂଜା କାର୍ଯ୍ୟ ସଂପାଦନା କରିଥିଲେ ।