ସରିଲା ନବ ଯୌବନ ଦର୍ଶନ , ଅର୍ଦ୍ଧନିର୍ମିତ ଆଡପ ମଣ୍ଡପରେ ହେବ କାଳିଆ ର ଦଶ ଅବତାର ; ପ୍ରସିଦ୍ଧ ତଲାରୀ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । 

ଏଥର ସମ୍ଭାଳ ବ୍ୟୁରୋ ( ଗୁଣପୁର ) – ଏଥର ମହା ଆଡମ୍ବର ସହକାରେ ରଥଯାତ୍ରା ପାଳନ ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋର୍ ସୋର୍ ରେ ହୋଇଛି। ଗତ ଶନିବାର ପ୍ରଶାସନର ଶେଷ ପ୍ରସ୍ତୁତି ବୈଠକ ସରିଥିବା ବେଳେ ସେବାୟତ , ପୂଜକ, ପରିଚାଳନା କମିଟି ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଚାଲୁ ରହିଛି। ଏଥର ଗୁଣ୍ଡିଚା ମନ୍ଦିର କୁ ନେଇ ସବୁଠାରୁ ବଡ ଚିନ୍ତା ପ୍ରକଟ ହୋଇଥିଲା। ରଥଯାତ୍ରା ପାଖେଇ ଆସୁଥିଲେ ମଧ୍ୟ ଗୁଣ୍ଡିଚା ମନ୍ଦିର ନିର୍ମାଣ କାମ ସମ୍ପୂର୍ଣ୍ଣ ହେଉ ନଥିବାରୁ କେଉଁଠି ଠାକୁର ରହିବେ ତାକୁନେଇ ପରିଚାଳନା କମିଟି ଓ ପୂଜକ ଚିନ୍ତାରେ ପଡିଥିଲେ। ତେବେ ମନ୍ଦିର ର ରତ୍ନବେଦୀ ଭଙ୍ଗା ନଯାଇ ବାହ୍ଯ ନବିକରଣ କାର୍ଯ୍ଯ କରାଯାଇ ଥିବାରୁ ଉପର ମୁଦ ପଡି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ଅର୍ଦ୍ଧନିର୍ମିତ ମନ୍ଦିରର ପୁରୁଣା ରତ୍ନବେଦୀ ରୁ ହିଁ କାଳିଆ ଠାକୁରଙ୍କ ଦଶ ଅବତାର ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା।

ଇତି ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ଯୟରେ ମନ୍ଦିର ର ମୁଳ କୋଠା ନିର୍ମାଣ କାର୍ଯ୍ଯ ସରି ଛାତ ପଡିବା ସହ ସେଣ୍ଟ୍ରିଙ୍ଗ୍ ମଧ୍ୟ ବାହାରି ଯାଇଛି। ଫଳରେ ଖାଲି ରହିଥିବା ଉପର ମୁଦ ସ୍ଥାନରେ ପାଲ ପକାଇ ଏଥର ର ଆଡପ ମଣ୍ଡପର ନିତିକାନ୍ତି ସରାଇବାକୁ ଯୋଜନା କରାଯାଇଛି। ସେହିପରି ଗତବର୍ଷ ବାହୁଡା ଯାତ୍ରାରେ ଚକ ଓ ଅଖର ସମସ୍ଯା ପାଇଁ ଅଧା ରାସ୍ତାରେ ରଥ ରହିଯିବା ଭଳି ଅଭାବନୀୟ ପରିସ୍ଥିତି ଶୃଷ୍ଟି ହୋଇଥିଲା। ଏଣୁ ଚଳିତ ଥର ପୁର୍ବ ପ୍ରସ୍ତୁତି କରାଯାଇ ରଥର ଅଖ, ଚକ ସମେତ ଅନ୍ଯାନ୍ୟ କାଠ ନୂଆ ଲଗାଯାଇଛି। ଏଠାରେ ଦୁଇରଥ ୬ ଠାକୁର ର ପରମ୍ପରା ରହି ଥିବାରୁ ବଡ ମନ୍ଦିର ସହ ସାନ ମନ୍ଦିର ପକ୍ଷରୁ ମଧ୍ୟ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୌର ପରିଷଦ ପକ୍ଷରୁ ବଡ଼ଦାଣ୍ଡରେ ରଙ୍ଗ ବେରଙ୍ଗର ଝୋଟି ଦିଆ କାର୍ଯ୍ଯ ସରିଆସିଛି। ଚଳିତ ଥର ନୂଆକରି ହୋଇଥିବା ଏହି କାର୍ଯ୍ଯ ବଡଦାଣ୍ଡ ର ସୋନ୍ଦର୍ଯ୍ୟ କୁ ବଢେଇ ଦେଇଛି। ଏଭଳି ନୂତନ ଅଭିନବ ପ୍ରୟାସ ପାଇଁ ଗୁଣପୁର ବାସୀ ପୌର ପରିଷଦ ର ଅଧ୍ୟକ୍ଷ, ଉପାଧକ୍ଷ ଏବଂ ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

ଏଥିପାଇଁ ସ୍ଥାନୀୟ ବାଉରୀ ସାହିର କଳାକାର ରାମ ବାଉରୀ , ହେମନ୍ତ ଦାସ, ନିର ବାଉରୀ ,ମୁନା ବାଉରୀ ଏବଂ ଶ୍ରୀନିବାସ ରାଙ୍ଗୁଲି ପ୍ରମୁଖ ନିୟୋଜିତ ଅଛନ୍ତି। ପହଣ୍ଡି ଓ ରଥ ଗଡିବା ବେଳେ ପୁରୀ ଢାଞ୍ଚାରେ ଘଣ୍ଟ ବଜାଇବା ପାଇଁ ୪୦ ଟି ନୂଆ ଘଣ୍ଟ ଅଣାଯାଇ ସେବାୟତ ମାନେ ଘଣ୍ଟ ବଜାଇବା ତାଲିମ୍ ନେଉଛନ୍ତି। ଅନ୍ଯପଟେ ଠାକୁରଙ୍କ ବନକ ଲାଗି, ମନ୍ଦିର ସଫା ସୁତୁରା, ରଙ୍ଗଦିଆ କାର୍ଯ୍ଯ ମଧ୍ୟ ସରିଛି। ସୋମବାର ନିର୍ଦ୍ଧାରିତ ସମୟ ଅନୁଯାଯୀ ଚତୁର୍ଦ୍ଧା ମୁ୍ର୍ତ୍ତି ଙ୍କ ନବ ଯୌବନ ଦର୍ଶନ ଶେଷ ହୋଇଛି । ଏଥର ଭକ୍ତ ସେବାୟତ ପୂଜକ ପରିଚାଳକ ସମସ୍ତ ଙ୍କ ମଧ୍ଯରେ ଅଧିକ ଉତ୍ସାହ ପରିଲକ୍ଷିତ ହେଉଥିବାରୁ ସୋମବାର ନବ ଯୌବନ ଦର୍ଶନ ବେଳରୁ ଭକ୍ତ ଙ୍କ ଭିଡ ଜମିଥିଲା । ବିଶେଷ କରି ଦେବତ୍ତୋର ବିଭାଗର ମୁଖ୍ଯ ତଥା ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଚଳିତ ବର୍ଷ ଅଧିକ ଉତ୍ସାହର ସହ ଠାକୁରଙ୍କ ସେବା କାର୍ଯ୍ଯ ରେ ଲାଗି ପଡିଛନ୍ତି। ଗୁଣ୍ଡିଚା ମନ୍ଦିର ନିର୍ମାଣ, ରଥ ନିର୍ମାଣ, ମନ୍ଦିର ର ରଙ୍ଗଦିଆ କାର୍ଯ୍ଯକ୍ରମ ଇତ୍ଯାଦି ର ତାଙ୍କ ସକ୍ରିୟ ଅଂଶ ଗ୍ରହଣ କୁ ସେବାୟତ ଓ ପରିଚାଳନା କମିଟି ଭୃୟଶୀ ପ୍ରସଂଶା କରୁଛନ୍ତି । ଏସବୁ ମଧ୍ୟରେ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ବ୍ଯାପକ ପୋଲିସ ବ୍ଯବସ୍ଥା, ପର୍ଯ୍ଯାପ୍ତ ପାନୀୟ ଜଳର ସୁବିଧା ସମେତ ଅନ୍ଯାନ୍ଯ ଦିଗକୁ ଧ୍ଯାନ ଦିଆଯାଇ ସମସ୍ତ ଯୋଜନା କରାଯାଇଛି।

ପେଲେସ ଲାଇନ ସ୍ଥିତ ଇଲେକ୍ଟ୍ରି ଅଫିସ ସାମନାରେ ପ୍ରତିବାଦ ।

 !!! ବଲାଙ୍ଗୀର ରୁ ଦିଲ୍ଲୀପ ମେହେର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର)- ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଆଜି ବିଜେପି ପକ୍ଷରୁ ପେଲେସ ଲାଇନ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ଦିଆଯାଇଥିଲା l ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା, କିଛି କାରଣ ନ ଥାଇ 33 କେଭି ଖରାପ ଅଛି କହି ବିଦ୍ୟୁତ କାଟିବା, ଟାଟା ପାୱାର ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ରେ ଆବଶ୍ୟକ କର୍ମଚାରୀ ପୂରଣ କରିବା, ସେବା ନ ଯୋଗାଇ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ଉପଭୋକ୍ତାଙ୍କୁ ଶୋଷଣ ଆଦି ଅଭିଯୋଗ କରି ଏହାର ପ୍ରତିବାଦ ରେ ବିଜେପି ପକ୍ଷ ରୁ ଧାରଣା ଦିଆ ଯାଇଥିଲା I ଏହି ବିକ୍ଷୋଭ ସଭାରେ ଶଶୀ ପୁରୋହିତ, ପ୍ରଭାସ ପାଣିଗ୍ରାହୀ, ଗୋପାଲଜୀ ପାଣିଗ୍ରାହୀ,ଶିବଦତ୍ତ ମିଶ୍ର,ପଙ୍କଜିନୀ ପଣ୍ଡା, ପିତାମ୍ବର ଖମାରୀ, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ହରିଶଙ୍କର ଛତ୍ରିଆ, ପ୍ରଦୀପ ସାହୁ, ରଞ୍ଜିତା ପାଣିଗ୍ରାହୀ, ଅନୁସୟା ବେଜ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସୌଦାମିନୀ ମିଶ୍ର, ଗାୟତ୍ରୀ ଦାସ,ନରେଶ ଅଗ୍ରୱାଲ, ପୁରୁଷତ୍ତମ ସାହୁ, ଦଶମୁ ସୁନା, ସନ୍ତୋଷ ପ୍ରଧାନୀ, ଅଭି ବୁଡ଼େକ, ମଧୁ ପଣ୍ଡା, ସାନନ୍ଦ କାଲସାଏ, ଧର୍ମେନ୍ଦ୍ର ଅଗ୍ରୱାଲ,ଜୟକୃଷ୍ଣ ସାହୁ, ରାଧେଶ୍ୟାମ ସାହୁ, ନୀଳମଣି ସେଠ, ଶ୍ୟାମ ଗୁରୁ ଦିଲୀପ ପଟ୍ଟନାୟକ, ଗଜେନ୍ଦ୍ର ଦଳାଇ ସମେତ ଶତାଧିକ ବିଜେପି କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ l ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦିଆନଗଲେ ଆଗାମୀ ଦିନ ରେ ବିଜେପି ପକ୍ଷରୁ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି l

ବଲାଙ୍ଗୀରରେ ‘ପିଆର୍ ହାଇସ୍କୁଲ ଇନଡୋର ଷ୍ଟାଡିୟମ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ।

!!! ବଲାଙ୍ଗୀର ରୁ ଜିତେନ୍ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗୀର ସହରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ‘ପୃଥ୍ୱୀରାଜ ହାଇସ୍କୁଲ ଇନଡୋର୍ ଷ୍ଟାଡିୟମ’ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଗେଲ୍ ଇଣ୍ଡିଆର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅଧୀନରେ ୯ କୋଟି ୯୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମର ଉଦଘାଟନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶକୁ ବର୍ଦ୍ଧିତ କରେ । ଏହି ଷ୍ଟାଡିୟମ କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗୀରର ସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହେବ । ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି । ଆଜି ବଲାଙ୍ଗୀରରେ ଏଭଳି ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସହ ଷ୍ଟାଡିୟମ ନିର୍ମାଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ । ଏହି ଷ୍ଟାଡିୟମ ପଶ୍ଚିମ ଓଡ଼ିଶା ଓ ବଲାଙ୍ଗୀରରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ସ୍ତରର ଖେଳ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ବଲାଙ୍ଗୀରର ସବୁ ସ୍କୁଲକୁ ନେଇ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ଆଥଲେଟିକ୍ ଆସୋସିଏସନକୁ ଦାୟିତ୍ୱ ନେବା ପାଇଁ କହିଛନ୍ତି ।ପିଆର୍ ହାଇସ୍କୁଲରେ ନବନିର୍ମିତ ଇନଡୋର ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିଛି । ଏଥିରେ ଜାତୀୟ ସ୍ତରର ୪ଟି ବ୍ୟାଡମିଣ୍ଟନ କୋଟ ରହିଛି । ପଶ୍ଚିମ ଓଡ଼ିଶା ଏବଂ ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ଆଗକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଯୁବପିଢ଼ିଙ୍କ କ୍ରୀଡ଼ା ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇଦେବ । ଜରୁରୀ । ଯହାଦ୍ୱାରା ସେମାନଙ୍କ ପ୍ରତିଭା ଓ ମନୋବଳ ସୁଦୃଢ କରାଯାଇପାରିବ । ଏହି ଷ୍ଟାଡିୟମ ଦେଶର ଦୁର୍ଗମ ଅଞ୍ଚଳରs କୋଣ ଅନୁକୋଣରେ ରହୁଥିବା ଗାଁରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାରେ ସଫଳ ହେବ ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଧାନ ସମେତ କୃଷି ଉତ୍ପାଦିତ ସାମଗ୍ରୀର ଏମଏସପି ମୂଲ୍ୟକୁ ବୃଦ୍ଧି କରିବା ହେଉ କିମ୍ବା ଚାଷ କ୍ଷେତ୍ରକୁ ମଜବୁତ କରିବା ହେଉ, ପ୍ରଧାନମନ୍ତ୍ରୀ ସର୍ବଦା ଏହି ଅଞ୍ଚଳର ଚାଷୀଙ୍କୁ ସହଯୋଗ କରି ଆସିଛନ୍ତି । ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ନିର୍ମାଣାଧୀନ ବରଗଡ଼ ସ୍ଥିତ ଜୈବ ଇଥାନଲ ପ୍ଲାଣ୍ଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବରଗଡ ସମେତ ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରର ଆଖପାଖ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି ।

ରାଜସ୍ୱ ବିଭାଗ ପକ୍ଷରୁ ୩ଟି ମୋରମ ବୋଝେଇ ଟ୍ରାକ୍ଟର ଜବତ; ୬୦ ହଜାର ଟଙ୍କା ଜରିମାନା ଆଦାୟ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩ ଗୋଟି ମୋରମ ବୋଝେଇ ଟ୍ରାକ୍ଟର ରୁ ଜରିମାନା ଆଦାୟ କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ ଓଡ଼ି ୧୮ଇ ୬୬୫୩,ଓଡ଼ି ୧୮ଏ-୨୬୬୩,ଏବଂ ଓଡ଼ି ୧୮ସି-୩୬୧୫ ନଂ ଥିବା ଟ୍ରକ୍ଟର ଯୋଗେ ବେଆଇନ ଭାବେ ମୋରମ ପରିବହନ କରାଯାଉଥିବା ବେଳେ ରାଜସ୍ୱ ବିଭାଗର ଏକ ଟିମ ଚଢ଼ାଉ କରି ଉକ୍ତ ଗାଡି ଗାଡି ଗୁଡିକୁ ଜବତ କରିଥିଲେ।

ଗାଡି ମାଲିକ ସୁନିଲ ପାଣିଗ୍ରାହୀଙ୍କ ଠାରୁ ଗାଡି ପ୍ରତି ୨୦ ହଜାର ଲେଖାଏଁ ମୋଟ ୬୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ରାଜସ୍ୱ ବିଭାଗର ସୁପର ଭାଇଜର ପି. ମଣିକଣ୍ଠା ଏବଂ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ଶବର ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ନିୟମିତ ବେଆଇନ ଭାବେ ଚୋରା ରେ ବାଲି , ମୋରମ ଏବଂ ପଥର ଚାଲାଣ କରୁଥିବା ମାଫିଆ ମାନଙ୍କୁ ସାବାଡ଼ କରିବା ନିମନ୍ତେ ନିୟମିତ ଭାବେ ଚଢ଼ାଉ କରାଯିବ ବୋଲି ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ଗୁଣପୁରରେ ମୁକ୍ତା ଯୋଜନା ସଫଳ ରୂପାୟନ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ମହିଳା ମାନଙ୍କ ଉନ୍ନତି ଓ ଆର୍ଥିକ ସ୍ଥିତି ରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମା’ ମାନଙ୍କ ନିମନ୍ତେ (ମୁକ୍ତା) ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ୫ଟି ମନ୍ତ୍ର ଅଧିନରେ ଏକ ସମନ୍ୱିତ ସହରୀ ନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି କାର୍ଯ୍ୟକ୍ଷମ କରିଛନ୍ତି । ସେଥି ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ସହରର ଗରିବ ଏବଂ ପ୍ରଭାସି ମଜୁରୀ ଶ୍ରମିକ ମାନଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜନ କରି ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ଅର୍ଥିକ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ର ଗୁଣପୁର ପୌର ପରିଷଦ ରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ ୪ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଅଛି। ଏହି ଅର୍ଥ ରେ ୪ ଟି ମିନି ପାର୍କ,୧୧୧୦ ମିଟର ବିଶିଷ୍ଟ ଫେଭର୍ ଚଲାପଥ,୮ ଟି ସର୍ବସାଧାରଣ ବ୍ୟାୟାମଶାଳା,୮ ଟି ଶିଶୁ କ୍ରୀଡାଙ୍ଗନ୍,୩୪ ଟି ଭେଣ୍ଡିଂ ଜୋନ ଓ ସମସ୍ତ ବର୍ଗ ର ନାଗରିକ ଙ୍କ ନିମନ୍ତେ ୮ ଟି ଜିମ୍ ଏବଂ ଖେଳ ଉପକରଣ ସ୍ଥାପନ କରଯାଇଛି।

୫ଟି ସୁଶାସନ ମନ୍ତ୍ର ଅଧୀନ ରେ ସହରାଞ୍ଚଳ ଓଡ଼ିଶା ର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ରେ ପରିବର୍ତ୍ତନ ଓ ବିକାଶ ଆଣିବା ନିମନ୍ତେ ଜାଗା ମିଶନ ଗଠନ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ସଡ଼କ , ଲାଇଟ୍ , ଶୌଚାଳୟ , ପାନୀୟଜଳ ଓ ମନୋରଞ୍ଜନ ନିମନ୍ତେ ସରକାର ଙ୍କ ପକ୍ଷରୁ ୧ କୋଟି ୮୮ ଲକ୍ଷ ଟଙ୍କାର ଅନୁଦାନ ଆସିଅଛି । ଏହି ଅନୁଦାନ କୁ ଭିତ୍ତି କରି ପୌର ପରିଷଦ ରେ ୫ ଗୋଟି ଖୋଲା ସ୍ଥାନ ର ବିକାଶ ଓ ୧୨ ଗୋଟି ପରିଚୟ ଗୃହ ନିର୍ମାଣ କରାଯାଇଛି । ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ୬୭ ଟି ପ୍ରକଳ୍ପ ନିମନ୍ତେ ୫ କୋଟି ୩୪ ଲକ୍ଷ ଟଙ୍କା ସରକାର ଙ୍କ ପକ୍ଷରୁ ଆସିଅଛି । ଏହି ୬୭ ପ୍ରକଳ୍ପ ମଧ୍ୟରେ ୫ଟି ବିଦ୍ୟାଳୟ ର ଉନ୍ନତି କରଣ , ଡ୍ରେନ , ପାର୍କ , କମ୍ୟୁନିଟି ସେଣ୍ଟର୍ , ବୃକ୍ଷରୋପଣ , ଖେଳ ପଡିଆ , ୱାକିଂ ଟ୍ରାକ , ସହର ର ସୋନ୍ଦର୍ଯ୍ୟକରଣ , ଭେଣ୍ଡିଂ ଜୋନ୍ , ଜଳାଶୟ ଓ ଖୋଲା ସ୍ଥାନ ର ଉନ୍ନତି କରଣ ଭଳି ପ୍ରକଳ୍ପ ମାନ ଅନ୍ତର୍ଭୁକ୍ତ ।

ଗତ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଥିବା ଆର୍ଥିକ ଅନୁଦାନ ଗୁଡିକ ସାର୍ବଜନୀନ କରିବା ନେଇ ବ୍ଲକ୍ ର ଅସ୍ଵାନ୍ ଗୃହଠାରେ ପୌର ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ କରାଯାଇଥିଲା l ସେଠାରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଙ୍କ ଦ୍ଵାରା ବାର୍ଷିକ ବିବରଣୀ ପାଠ କରାଯାଇ ଏହାକୁ ସାର୍ବଜନୀନ କରାଯିବା ସହ ବିଧାୟକ ମହୋଦୟ ଭର୍ଚୁଆଲ ଯୋଗେ ୫ ଟି କମିଶନର ଙ୍କୁ ଆବଶ୍ୟକ ଥିବା ଅନୁଦାନ ଓ ପୌର ପରିଷଦ ପ୍ରସ୍ତୁତ କରିଥିବା ନୂତନ ଯୋଜନା ବିଷୟରେ ଜଣା କରିଥିଲେ। ଏହି ବୈଠକ ପରେ ସମସ୍ତ ଦୁଇ ବର୍ଷର ଅନୁଦାନ ଏବଂ ଏହାର ଖର୍ଚ୍ଚ ର ମାଧ୍ୟମ ସର୍ବ ସାଧାରଣ ଜାଣି ପାରି ଥିବା କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ନିର୍ବାହୀ ଅଧିକାରୀ ଡଃ. ସତ୍ୟ ସଂପୂର୍ଣ୍ଣା ରାଉତ, ପୌର ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ସାର୍କା, ମୁକ୍ତା କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ରନାଥ ଦାଶ, ଗୋଷ୍ଠୀ ସଙ୍ଗଠିକା ଶ୍ରୀମତୀ ସମାପିକା ପାତ୍ର, ସିଟି ମିଶନ ମ୍ୟାନେଜର ଶ୍ରୀ କୈଳାଶ ପରିଡ଼ା, ମୁକ୍ତା ସଂଯୋଜକ ଶ୍ରୀ ଶ୍ରୀନିବାସ ବେହେରା ଓ ଏସ୍. ଡି. ଏ ସଭାପତି କୀର୍ତ୍ତି କୁମାର ପଣ୍ଡା, ବରିଷ୍ଠ କ୍ରୀଡା ସହାୟକ ଦେବ ପ୍ରସାଦ ପାଢୀ, ଅନ୍ୟାନ୍ୟ ରାଜ୍ୟ ଓ ଆନ୍ତର୍ଜାତୀୟ ସ୍ତରୀୟ କ୍ରୀଡାବିତ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ l

ପଦୋନ୍ନତି ପାଇଲେ ଗୁଣପୁର ଏସ.ଡି.ପି.ଓ ବିକାଶ ବେହୁରା…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଠାରେ ଅବସ୍ଥାପିତ ଗୁଣପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ବିକାଶ ବେହୁରା ଙ୍କୁ ପଦୋନ୍ନତି ମିଳିଛି । ସେ ଗୁଣପୁର ଠାରେ ୧୦ମାସ ହେବ ଏସ.ଡି.ପି.ଓ ଭାବେ କାର୍ଯ୍ୟ କରି ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ଵାସର ପାତ୍ର ହୋଇପାରିଛନ୍ତି । ସହରରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିଙ୍କ ବିରୁଦ୍ଧରେ କେଶ୍ ଦାୟର କରି ଅଞ୍ଚଳ ବାସୀ ଙ୍କ ହୃଦୟରେ କମ୍ପନ ସୃଷ୍ଟି କରିଥିବା ଏଭଳି ଜଣେ ଦକ୍ଷ ପୋଲିସ ଅଧିକାରୀ ଙ୍କ ପଦୋନ୍ନତି ଏବଂ କ୍ରାଇମ୍ ବ୍ରାଞ୍ଚ କୁ ବଦଳି ସ୍ଵାଗତ ଯୋଗ୍ୟ ବୋଲି ସାଧାରଣରେ ମତବ୍ୟକ୍ତ କରାଯାଇଛି। ଏହାଙ୍କ କଡା ଆଭିମୁଖ୍ୟ ଚାନ୍ଦା ଆଦାୟ କାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ପଦୋନ୍ନତି ପାଇ ଥିବା ଶ୍ରୀ ବିକାଶ ବେହୁରାଙ୍କୁ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ରାୟଗଡା ଶାଖା ର ସଭାପତି ଶ୍ରୀ ସୁନୀଲ କୁମାର ଦାସ , ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ତଥା ରାଜ୍ୟ ଓଡିଶା ଡିଜିଟାଲ ମିଡିଆ ମହାସଂଘର ପ୍ରବକ୍ତା ଶକ୍ତିପ୍ରଦ ଦାଶ ଏବଂ କଳିଙ୍ଗ ସାମ୍ବାଦିକ ସଂଘ ର ସମସ୍ତ ସଭ୍ୟ ଓ ସଭ୍ୟା ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତରେ ତାଙ୍କର ଉତ୍ତୋରୋତ୍ତ ଉନ୍ନତୀ କାମନା କରିଛନ୍ତି ।

୫ ଟି ସଚିବ ଭି.କେ. ପାଣ୍ଡିଆନ୍ ଙ୍କ ଗୁଣପୁର ଗ୍ରସ୍ତ ; ଅନୁମୋଦିତ ଟଙ୍କା କୁ ଉଚିତ୍ ଭାବେ ଖର୍ଚ୍ଚ କରିବା ନେଇ ଅନୁରୋଧ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ବହୁ ଅପେକ୍ଷା ର ଆଜି ଅନ୍ତ ଘଟିଛି । ଦୀର୍ଘ ୩ ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିୟାନ ଙ୍କ ଗୁଣପୁର ଗ୍ରସ୍ଥ କୁ ନେଇ ଚଳଚଞ୍ଚଳ ଗୁଣପୁର ପ୍ରଶାସନ । ପାଣ୍ଡିୟାନଙ୍କ ଗ୍ରସ୍ଥ ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି) ଓ ରାୟଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପୂର୍ବ ପ୍ରସ୍ତୁତି କାର୍ଯ୍ୟ କିପରି କରାଯିବ ତାହା ନେଇ ଆଲୋଚନା ପର୍ଯ୍ୟାଲୋଚନା ଚଳାଇଥିଲେ । ପାଣ୍ଡିୟାନ ଙ୍କ ଗୁଣପୁର ଗ୍ରସ୍ଥ ସମୟ ରେ ସଭା ସ୍ଥଳ ରେ ୪୦୦୦ କିମ୍ବା ତଦୁର୍ଦ୍ଧ ଜନ ସମାଗମ କରାଇବା , ସଭା ସ୍ଥଳ ରେ ଗ୍ରୀଷ୍ମ ର ପ୍ରବାହ ଦୂର କରିବା ପାଇଁ ୨୦ ଗୋଟି ଏୟାର କୁଲର୍ ଏବଂ ୨୦ ଗୋଟି ଷ୍ଟାଣ୍ଡ ପଙ୍ଖା ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବିଶ୍ଵସ୍ଥ ସୂତ୍ର ରୁ ସୁଚନା ମିଳିଥିବା ବେଳେ ଗତକାଲି ର ସମାରୋହ ରେ ବିଭିନ୍ନ ପ୍ରକାର ବସ୍ , ଟ୍ରାକ୍ଟର , ପିକପ୍ ଭେନ୍ ଦ୍ଵାରା ଜିନିଷ ବୁହା ହେବା ଭଳି କେବଳ ମିଶନ ଶକ୍ତି ଓ ଏସ ଏଚ ଜି ମହିଳା ଗୃପ ର ମହିଳା ମାନଙ୍କୁ ଅଣାଯାଇଥିଲା ହେଲେ ଆସବାବ ପତ୍ର ଗୁଡ଼ିକ ସ୍ୱଳ୍ପ ପରିମାଣ ରେ ବ୍ୟବହାର କରାଯାଇଥିଲା ବୋଲି ସାଧାରଣ ରେ କୁହା ବୋଲା ହେଉଥିବା ଦେଖିବାକୁ ମିଳିଥିଲା । ସମାରୋହ ଅନୁଷ୍ଠିତ ହେଉଥିବା ସ୍ଥଳ ରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ସାମ୍ୱାଦିକ ନିମନ୍ତେ ଖବର ପରିବେଷଣ କରିବାକୁ ଅନୁମତି ଦିଆଯାଇନଥିବା ବେଳେ ସେମାନଙ୍କୁ ଅପମାନିତ କରି ଘଣ୍ଟା ଘଣ୍ଟା ଠିଆ କରାଯାଇ ବସିବାକୁ ଦିଆଯାଇନଥିଲା । ପାଣ୍ଡିୟାନ ଙ୍କ ଗ୍ରସ୍ତ ସମୟ ରେ ଗୁଣପୁର ଜନ ସାଧାରଣ ଙ୍କ ଦ୍ଵାରା ବହୁ ସମସ୍ୟା କୁ ନେଇ ଦିଆଯାଇ ଥିବା ପ୍ରାୟ ୨୦୦ ଦାବୀ ପତ୍ର କୁ ପାଣ୍ଡିୟାନ କେତେଦୂର କାର୍ଯ୍ୟକ୍ଷମ କରୁଛନ୍ତି ତାହା ଦେଖିବାକୁ ରହିଲା ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗୁଣପୁର ଗସ୍ତ କରି ଅନେକ ନୂଆ ଆଶା ଓ ବିକାଶର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଫେରିଯାଇଛନ୍ତି। ପ୍ରଥମେ ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତିକରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ କିନ୍ତୁ ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ କିମ୍ବା କୌଣସି କର୍ମଚାରୀ ଙ୍କୁ ସେଠାକୁ ଡକାଯାଇନଥିବା ପରିତାପ ର ବିଷୟ । ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ମହିଳା ଓ ଜନ ସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ। ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫-ଟି ଅଧୀନକୁ ନିଆ ଯିବା ଏବଂ ଖୁବ୍ ଶୀଘ୍ର ସେଗୁଡିକ ରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ। ଶେଫାଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଏବଂ ୬ ମାସ ମଧ୍ୟରେ ଉକ୍ତ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଫାଳି ପାହାଡ଼ ରାସ୍ତା ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯିବ କିନ୍ତୁ ଟିକେ ଡ଼େରି ହୋଇ ପାରେ ବୋଲି କହିଥିଲେ। ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ ୧୨୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ। ରାଜ୍ଯ ସରକାର ମିସନ୍ ଶକ୍ତି ମା ମାନଙ୍କ ପାଇଁ ବିନା ସୁଧ ରେ ୫ ଲକ୍ଷ୍ୟ ପର୍ଯ୍ୟନ୍ତ ରୁଣ ଯୋଗାଇ ଦେଉଛନ୍ତି ଏବଂ ମା ମାନଙ୍କ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି। ମିଶନ ଶକ୍ତି ମା ମାନଙ୍କୁ ରାଜ୍ଯ ସରକାର ବହୁତ୍ ଭଲ ପାଆନ୍ତି ତେଣୁ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ଗୁରୁତ୍ଵ ଦେଇ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଖୁବ୍ ଶୀଘ୍ର ରାଜ୍ଯ ସରକାର ମିଶନ ଶକ୍ତି ମା ମାନଙ୍କୁ ୪ ଚକିଆ ଯାନ ଯୋଗାଇବେ ଯାହା ଫଳରେ ମା ମାନେ ଆଉ ଟିକେ ଆର୍ଥିକ ସ୍ଥିତିରେ ସୁଧାର ଆଣି ପାରିବେ। ଗତ ୨ ଦିନ ପୂର୍ବେ ରାଜ୍ଯ ସରକାର ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଆଉ ଥରେ ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯିବ। ଫଳରେ ମୁଖ୍ୟତଃ ଏମ୍ ବି ବି ଏସ୍ ଡାକ୍ତର ମାନଙ୍କ ଅଭାବ ରହିବ ନାହିଁ। ଯେଉଁ ଉପଭୋକ୍ତା ମାନେ ମଧୁ ବାବୁ ପେନ୍ ସନ୍ ପାଇବା ପାଇଁ ବ୍ୟାଙ୍କ୍ କୁ ଯାଉଥିଲେ ସେମାନେ ଆସନ୍ତା ଜୁନ୍ ମାସ ୧୫ ତାରିଖ ଠାରୁ ନିଜ ନିଜ ପଞ୍ଚାୟତ ରେ ପାଇପାରିବେ ବୋଲି ଘୋଷଣା କରିଥିଲେ। ଏହି ସବୁ ଉନ୍ନତି କରଣ ନିମନ୍ତେ ଦିଆଯିବା ଟଙ୍କାକୁ ଉଚିତ୍ ବ୍ୟବହାର କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଗୁଣପୁର ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତପନୋୟନ ଅନୁଷ୍ଠିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ଚଳିତବର୍ଷ ପାରମ୍ପରିକ ଭାବେ ଗୁଣପୁର ବ୍ରାହ୍ମଣ ସମାଜ ର ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଆଜି ପ୍ରାରମ୍ଭ ହୋଇଛି । ବିଭିନ୍ନ ସ୍ଥାନରୁ ଆସିଥିବା 14 ଜଣ ବୈଦିକ ବ୍ରାହ୍ମଣ ପିଲା ମାନଙ୍କ ସମ୍ପୂର୍ଣ୍ଣ ବୈଦିକ ରୀତି ନୀତି ରେ ବ୍ରତୋପନୟନ ଆରମ୍ଭ ହୋଇଛି । ଆଜି ଅପରାହ୍ନ ରେ ପୁରୋହିତ ଶ୍ରୀ ପ୍ରକାଶ ରଥ, ଟ୍ରିପତି ମହାନ୍ତି, ଗଣେଶ ରଥ, କାଶୀ ମିଶ୍ର, ନଳିନୀ ମହାନ୍ତି, ଜୀବନା ନନ୍ଦ ଶତପଥୀ,ଙ୍କ ପରିଚାଳନା ରେ ଶ୍ରୀ ଲୋକନାଥ ଷଡ଼ଙ୍ଗୀ,ଅଶୋକ ଦାଶ୍, ପଦ୍ମନ ଦାଶ୍, ରଘୁନାଥ ମିଶ୍ର, ଗୁପ୍ତେଶ୍ଵର ମିଶ୍ର, ସହଦେବ ରଥ, ପ୍ରହ୍ଲାଦ ରଥ, ଗୁପ୍ତ ଆଚାର୍ଯ୍ୟ, ଗୁପ୍ତେଶ୍ଵର ମହାପାତ୍ର, ବାବୁ ଷଡ଼ଙ୍ଗୀ, ବିଶ୍ଵନାଥ ଶତପଥୀ, ଭୈରବ ଦାଶ୍ ଏଭଳି 14 ଗୋଟି ବେଦୀ କୁ 14 ଜଣ ବୈଦିକ ବ୍ରାହ୍ମଣ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରିକର୍ମ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମ କୁ ଗୁଣପୁର ବ୍ରାହ୍ମଣ ସମାଜର ସଭାପତି ପତିତପାବନ ପାଢୀ, ନରସିଂହ ଶତପଥୀ, ବିମଲ ମିଶ୍ର, ଡ଼ ପ୍ରଶାନ୍ତ ହୋତା, ପଞ୍ଚାନନ ପଣ୍ଡା, ତ୍ରିପତି ରଥ, ଉମା ଦାଶ୍, ଅନୀଲ ପାଣିଗ୍ରାହୀ, ନିଲୁ ସାହୁ, ଅଜିତ ପଣ୍ଡା, ପ୍ରଦୀପ ପାଢ଼ୀ, କୃଷ୍ନ ପାତ୍ର, ଅମ୍ବିକା ମହାପାତ୍ର, ନଦିନି ପଣ୍ଡା, ଚାରୁବାଲା ଶତପଥୀ ପ୍ରମୁଖଙ୍କ ଦ୍ୱାରା ପରିଚାଳନା କାରାଯାଉଛି । ଏହି ସାମୁହିକ ବ୍ରତୋପନୟନ ସମାଜରେ ବୈଡିକ ବ୍ରାହ୍ମଣ ସୃଷ୍ଟି କରିବା ସହ ଗରୀବ ଓ ଅଵସର ପାଇ ପାରୁନଥିବା ବ୍ରାହ୍ମଣ ମାନଙ୍କ ବହୁଳ ଉପକାର ରେ ଲାଗିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

“ଗାରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ପକ୍ଷରୁ ଜୟପୁର ସ୍ଥିତ ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ସରକାରଙ୍କ ‘ଗାରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗତ କିଛି ଦିନ ତଳେ ଘଟି ଥିବା ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରାଞ୍ଚଳକୁ ସ୍ବଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିବା ସହ ‘ଗାରିମା’ ଯୋଜନା ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ସ୍ଵେଛା କର୍ମୀଙ୍କ ମନବଳକୁ ବଢ଼ାଇ ଥିଲେ । ଅନ୍ୟାନ୍ୟ ଅତିଥି ମଧ୍ୟରୁ ପୌର ଉପାଧ୍ୟକ୍ଷା ବି. ସୁନିତା ମଞ୍ଚାସିନ ଥିଲେ । ପୌରପାଳିକାର ଆର୍‌ଆଇ ଅଶ୍ବିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ପୌରପାଳିକା ପକ୍ଷରୁ ଚିହ୍ନଟ କରାଯାଇଥିବା ୮୦ ଜଣ ସଫେଇ କର୍ମଚାରୀଙ୍କୁ ପରିଚୟ ପତ୍ର ସହ ଉପଢ଼ୌକୋନ , ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏଥିସହ ପୌରପାଳିକା ପକ୍ଷରୁ ଚିହ୍ନଟ ହୋଇଥିବା ୬ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ କାଉନସିଲର ଏବଂ ପୌର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚରେ ଟ୍ରେନ ଦୁର୍ଘଟଣା ଗ୍ରସ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସହ ପ୍ରାର୍ଥନା ସଭାର ଆୟୋଜନ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଐତିହ୍ୟ ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚରେ ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ଏବଂ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏବଂ ପ୍ରାର୍ଥନା ସଭା ପରେ ସମସ୍ତ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ କ୍ୟାଣ୍ଡେଲ୍ ଜାଳି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ପ୍ରାର୍ଥନା ସଭାକୁ ଜୟପୁର ଲୁଥରାନ ମଣ୍ଡଳୀର ଡିନ୍ ରେଭ୍ ହିମାଂଶୁ ଚାନ୍ଦ୍ ପରିଚାଳନା କରିଥିବା ବେଳେ ରେଭ୍ ନିର୍ମଳା ଖୋସଲା ସହଯୋଗ କରିଥିଲେ। ଏହି ପ୍ରାର୍ଥନା ସଭାରେ ଜୟପୁର ମଣ୍ଡଳୀର ପଞ୍ଚାୟତ ସଭାପତି ସୁଧାଂଶୁ ସିତାରାମ, ଉପସଭାପତି ତଥା ୫ ନମ୍ବର ୱାର୍ଡର କାଉନସିଲର ପ୍ରଣବ କିଶୋର ନାୟକ,ମଳୟ ଛିଞ୍ଚାଣି, ବରିଷ୍ଠ ନାଗରିକ, ଯୁବକ ସଭାପତି ସିଦ୍ଧାର୍ଥ ନାୟକ,ମିଖାଏଲ୍ ଟାକ୍ରୀ ଶ୍ରୀମତୀ ଅନିତା ନାୟକ, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।