ଗୁଣପୁର ଠାରେ ସ୍ଵତନ୍ତ୍ର ସତସଙ୍ଘ କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ର ସ୍ଥାନୀୟ ଶିବାନନ୍ଦ ମନ୍ଦିର, ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଏକ ସ୍ଵତନ୍ତ୍ର ସତସଙ୍ଘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଦୂର ଋଷିକେଶରୁ ଆସିଥିବା ଶ୍ରୀ ଶ୍ରୀ ସ୍ବାମୀ ଆନନ୍ଦ ସ୍ଵରୂପାନନ୍ଦ ମହାରାଜ ଓ ଶ୍ରୀ ଶ୍ରୀ ସ୍ବାମୀ ବ୍ରହ୍ମସାକ୍ଷାତକାର ନନ୍ଦ ମହାରାଜ, ବେଦବ୍ୟାସ ଆଶ୍ରମ,ରାଉରକେଲା, ଶ୍ରୀ ବିପ୍ର ଚରଣ ପାତ୍ର, ଦିବ୍ୟ ଜୀବନ ସଙ୍ଘ, ସମନ୍ୱୟ ସମିତି, ଦକ୍ଷିଣ ଓଡିଶା, ଉପସ୍ଥିତ ରହି ଭଗବତ ବାଣୀ ଓ ଆଧ୍ୟାତ୍ମିକ ବାର୍ତା ଉପସ୍ଥାପନ କରିଥିଲେ। ଗୁଣପୁର ଦିବ୍ୟଜୀବନ ସଙ୍ଘ ଶାଖାର ସଭାପତି ଶ୍ରୀ ଶଶୀକାନ୍ତ ମହାପାତ୍ର , ଉଦ୍ୟୋକ୍ତା ଶ୍ରୀ ଶଶୀଭୂଷଣ ମହାନ୍ତି କାର୍ଯ୍ୟ ପରିଚାଳନା କରିଥିଲେ। ଡ଼ଃ ଇନ୍ଦିରା ଅଧିକାରୀ ପ୍ରବଚକ ଓ ସମ୍ମାନିତ ଅତିଥୀଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଶ୍ରୀ ଶେଷଶାୟୀ ସେନାପତି ମଞ୍ଚ ପରିଚାଳନା କରିଥିଲେ।

ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗୁଣପୁର ଶାଖାର ଶ୍ରୀ ରବୀନ୍ଦ୍ର ନାଥ ସାହୁ,ପଞ୍ଚାନନ ହୋତା, ଡ଼ଃ ରାମନାଥ ମହାନ୍ତି, ଶ୍ରୀ ପ୍ରଶନ କୁମାର ରଥ, ଶ୍ରୀ ବିଘନେଶ୍ୱର ଚୋଧୁରୀ, ଶ୍ରୀ ସୁବାଷ ସେନାପତି ଓ ବ୍ରାହ୍ମଣ ସମାଜର ଶ୍ରୀ ରମେଶ ମିଶ୍ର, ଶ୍ରୀ ଉମା ଦାଶ ,ଶ୍ରୀ ତ୍ରିପତି ମହାନ୍ତି, ଶ୍ରୀ ସଦାନନ୍ଦ ପଣ୍ଡା, ଶ୍ରୀ ଅଶୋକ ଦାସ,ଲକୀ ଭାଇଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଭଗବତ ବାଣୀ ଶ୍ରଵଣ କରିଥିଲେ। ପରିଶେଷରେ ସଂପାଦକ ଡ଼ଃ ପ୍ରଶାନ୍ତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗିର ରାଜ ପରିବାର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର ):-  ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର I ଏଥର ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲା ନେଇ ଏବେ ଚର୍ଚ୍ଚାର ଜୋର ଧରିଛି I ଘର ଚାରି କାନ୍ଥ ଭିତରେ କୁହୁଳୁଥିବା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ପଡୁଛି I ଦୀର୍ଘ ଦିନରୁ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ଅଦ୍ରୀଜା ଅର୍କେଶ କଳି ମାମଲା ଏବେ ଥାନାରେ ପହଁଞ୍ଚିଛି l ଖୋଦ୍ ସାନ ବୋହୂ ବଲାଙ୍ଗିର ରାଜ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତିI ଶ୍ଵଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜା ସିଂହଦେଓ I ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ଏବେ ଶ୍ବଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି I ଯାହା ଜାତୀୟ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହେଉଥିବା ବେଳେ ଓଡିଶା ମିଡିଆକୁ ମଧ୍ୟ ଖୋରାକ୍ ଯୋଗାଇଛି I ସୂଚନା ଅନୁସାରେ, 2017 ମସିହା ନଭେମ୍ବର୍ ମାସରେ ଅର୍କେଶ ସିଂହଦେଓ ଅଦ୍ରୀଜାଙ୍କୁ ବିବାହ କରିଥିଲେ I ହେଲେ ବିବାହ ପର ଠାରୁ ତାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି I ଏପରିକି ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରୀଜା ସିଂହଦେଓ I ତେବେ ନିର୍ଯାତନା ନେଇ ପୋଲିସକୁ ଜଣାଇଥିଲେ ବି କିଛି ସୁଫଳ ମିଳୁନି I ଫଳରେ ଅଦ୍ରୀଜା ଉତ୍ତରାଖଣ୍ଡ ଡିଜିପି ଅଫିସର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି I ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ଡିଜିପିଙ୍କ ନିକଟରେ ଗୁହାରି କରିଛନ୍ତି I ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂହଙ୍କ ନାତୁଣୀ ହୋଇଥିବା ବେଳେ ଅର୍କେଶ ନାରାୟଣ ସିଂହଦେଓ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗିର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି |

ଏମ୍ୱି ଚେକିଙ୍ଗ ସମୟରେ ଗଞ୍ଜେଇ ଜବତ୍ …!

!!! ଗୁଡ଼ାରୀ ରୁ ନାଳାଦ୍ରିବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଡ଼ାରୀ)- ରାୟଗଡ଼ା ଜିଲ୍ଲା ଗୁମୂଡା ଓ ଗୁଡ଼ାରୀ ଛକ ନିକଟରେ ଶନିବାର ଦିନ ଦିବା ୧୦ ଘଣ୍ଟା.୩୦ମିନିଟ୍ ସମୟରେ ଗୁଡ଼ାରୀ ପୋଲିସ ପକ୍ଷରୁ ଚେକିଙ୍ଗ ଚାଲିଥିବା ସମୟରେ ଗୋଟିଏ ବାଇକ୍ ରେ ତିନିଜଣ ଯୁବକ ୨୨କେଜି ଗଞ୍ଜେଇ ଧରି ଯାଉଥିଲେ । ସେମାନେ ହେଲେ କେରଳ ରାଜ୍ୟର ମଙ୍ଗେସ ରଞ୍ଜିତ କାର୍ତ୍ତିକ, ସର୍ଦ୍ଧାପୂର୍ ଗ୍ରାମର ଅଜିତ୍ କୁମାର ବାହୁକ୍, ଏବଂ ଗଜପତି ଜିଲ୍ଲାର ନୀଳମଣି ଜେସ୍ବି, ସେମାନଙ୍କ ପାଖରୁ ୨୨କିଲ ଗ୍ରାମ ଗଞ୍ଜେଇ ଜବତ କରିବା ସହ ମଟର ବାଇକ୍, ଏବଂ ୩ଟି ମୋବାଇଲ୍ ଓ ୬୦୦ ଟଙ୍କା ପୋଲିସ୍ ଜବତ କରିଛି । ଏ ସମ୍ପର୍କରେ ଗୁଡ଼ାରୀ ଥାନାରେ କେସ ନଂ ୩୮ରୁଜୁ ହୋଇଥିବା ବେଳେ ଏହି ଗଞ୍ଜେଇ ଚାଲାଣର ତଦନ୍ତ କାରି ଅଫିସର ଭାବେ ଗୁଡ଼ାରୀ ଇନ୍ସପେକ୍ଟର ଗୟା ମୁଦୀନ ଖାନ୍ ଦାୟିତ୍ଵ ସମ୍ଭାଳି ଥିବା ଜଣା ପଡ଼ିଛି । ଗୁଡ଼ାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ଶବରଙ୍କ ନେତୃତ୍ୱରେ ଏହି ପ୍ରତୋକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳ ଏହି ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।