ଭରପୁର ସମ୍ଭାବନା ଥାଇ ମଧ୍ଯ ପ୍ରଶାସନ ର ଉଦ୍ୟମ ନାହିଁ ; ପର୍ଯ୍ୟଟନ ବିଭାଗ ର ଆଢୁଆଳରେ ରହିଛି “ଲୁଙ୍ଗୁରତଲ”…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର) – ଭରପୁର ସମ୍ଭାବନା ଥାଇ ମଧ୍ଯ ପ୍ରଶାସନ ର ଉଦ୍ୟମ ନାହିଁ ; ପର୍ଯ୍ୟଟନ ବିଭାଗ ର ଆଢୁଆଳରେ ରହିଛି “ଲୁଙ୍ଗୁରତଲ” । ପ୍ରକୃତିରାଣୀ ର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ସ୍ଥାନ ହେଲେ ହେଉନି ବିକାଶ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଲିମାମେଡା ଗ୍ରାମକୁ ଲାଗି ରହିଥିବା ଲୁଙ୍ଗୁରତଲ ପିକନିକ ସ୍ପଟ ଅବହେଳିତ ଅବସ୍ଥାରେ । କୁଳୁକୁଳୁ ନାଦ କରି ବହିଯାଉଛି ପୁଣ୍ୟତୋୟା ପବିତ୍ର ପୁରାଣ ବର୍ଣ୍ଣିତ ମହେନ୍ଦ୍ର ତନୟା ନଦୀ । ପାହାଡ଼ି ନଈ ହୋଇଥିବାରୁ ନଦୀର ଜଳ ସ୍ୱଚ୍ଛ ଓ କ୍ଷିପ୍ର । ନଦୀ ଶଯ୍ୟାରେ ବିସ୍ତୀର୍ଣ୍ଣ ପଥର ଶଯ୍ୟା । ଏହି ପଥର ଗୁଡିକ ଦେଖିବାକୁ ବିଭିନ୍ନ ପଶୁ ଙ୍କ ଆକୃତି । ବିସ୍ତୀର୍ଣ୍ଣ ପଥର ଖୋଲ ମଧ୍ୟରେ ପ୍ରବାହିତ ହେଉଛି ନଦୀର ଧାର । ଯେକେହି ଏହାକୁ ଜଳ ପ୍ରପାତ ବୋଲି ଭାବିବା ସ୍ୱାଭାବିକ । ନଦୀର ଦୁଇ ପାର୍ଶ୍ଵରେ କାଜୁ ତୋଟା ଓ ପଥର ଶଯ୍ୟା । ସୁନ୍ଦର ପିକନିକ ସ୍ପଟ ଭାବେ ଏହି ସ୍ଥାନ ବେଶ ପରିଚିତ । ଶୀତଋତୁ ସାରା ଏଠାକୁ ବିଭିନ୍ନ ଅଞ୍ଚଳରୁ ଅନେକ ଲୋକ ପିକନିକ ପାଇଁ ଆସନ୍ତି । ପିକନିକ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭରପୁର ମଜାନିଅନ୍ତି । ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ଅତୀବ ମନୋରମ । ଦୁର୍ଭାଗ୍ୟ ବଶତଃ ଏହି ସ୍ଥାନକୁ ପହଞ୍ଚିବାକୁ ଭଲ ରାସ୍ତାଟିଏ ନାହିଁ । ସେଠାରେ ବସାଉଠା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ନାହିଁ । ତେଣୁ ଭ୍ରମଣ ଉଦ୍ଧେଶ୍ୟରେ ଯାଉଥିବା ଅନେକ ଯାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଥମତଃ ଏଠାରେ ଏକ ସୂଚନା ଫଳକ ନିର୍ମାଣ, ଲିମାମେଡା ସାନ ନଦୀ ପୋଲ ଠାରୁ ଏହି ସ୍ଥାନ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ଲୋକଙ୍କ ବସା ଉଠା ପାଇଁ ଆସନ ନିର୍ମାଣ, ଆଲୋକୀକରଣ ସହ ସୌନ୍ଦର୍ଯ୍ୟ ବର୍ଦ୍ଧିତ ବୃକ୍ଷ ରୋପଣ କରାଗଲେ ଏହି ସ୍ଥାନର ଶ୍ରୀ ବୃଦ୍ଧି ପାଇପାରନ୍ତା ।

ଆକ୍ସନ ମୁଡ୍ ରେ ରାଜସ୍ୱ ବିଭାଗ, ୨ବାଲି ବୋଝେଇ ଟ୍ରାକ୍ଟର ଜବତ; ୪୦ ହଜାର ଟଙ୍କା ଜରିମାନା ଆଦାୟ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ଭାବେ ପରିବହନ କରାଯାଉଥିବା ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇ ଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଗୁଣପୁର ଉପକଣ୍ଠ ତୁରୁକାନି ଗୁଡା ଗ୍ରାମ ନିକଟସ୍ଥ ବଂଶଧାରା ନଦୀ ବାଲି ଉତ୍ସରୁ ବେଆଇନ ଭାବେ ବାଲି ପରିବହନ କରାଯାଉଥିବା ବେଳେ ତହସିଲଦାର ଶରତ ଚନ୍ଦ୍ର ନାୟକ ଅଚାନକ ଚଢ଼ାଉ କରିଥିଲେ। ସେଠାରୁ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଗାଡି ମାଲିକ ଜଗା ଗୌଡ଼ ଏବଂ ମାଝୀ ଶବରଙ୍କ ଠାରୁ ଟ୍ରାକ୍ଟର ପ୍ରତି ୨୦ ହଜାର ଟଙ୍କା ଲେଖାଏଁ ମୋଟ ୪୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଉକ୍ତ ବ୍ୟକ୍ତି ଦୁହେଁ ଦୀର୍ଘ ମାସ ଧରି ପୋଲିସ ଏବଂ ରାଜସ୍ୱ ବିଭାଗ କୁ ଚକମା ଦେଇ ବିଳମ୍ବିତ ରାତ୍ରରୁ ବାଲି ପରିବହନ କରି ଆସୁଥିଲେ। ଖାଲି ସେମାନେ ନୁହଁ ସେହି ଭଳି ଅନେକ୍ ବାଲି ମାଫିଆ ସ୍ଥାନୀୟ ସାନନଦୀ ନିକଟରେ ଥିବା ବେଆଇନ ବାଲି ଉତ୍ସ , ମାଛଖୁଣ୍ଟି ଓ ଲିମାମଡା ବାଲି ଉତ୍ସରୁ ମଧ୍ୟ ବ୍ୟାପକ ବାଲି ଉଠାଇ ମାଫିଆ ମାନେ ଦୌରାତ୍ମ୍ୟ ବଢାଇ ଥିବାରୁ ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଚଢ଼ାଉ କରାଯାଇ ରାଜସ୍ୱ ଆଇନ ଅନୁଯାୟୀ ଦଣ୍ଡିତ କରାଗଲା ବିଭାଗ ର ରାଜସ୍ୱ ହାନି ହୋଇ ନଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଜୋର ଧରିଛି ବିଭାଗୀୟ । ଆକ୍ସନ ମୁଡ୍ ରେ ବିଭାଗର ଆତର୍କିତ ଚଢ଼ାଉ ପରେ ବାଲି ମାଫିଆ ଙ୍କ ମଧ୍ୟରେ ଛନକା ପଶିଛି। ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜୋରଦାର କରାଯିବା ସହ ବାଲି ମାଫିଆଙ୍କୁ ସାବାଡ଼ କରାଯିବ ବୋଲି ତହସିଲଦାର ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଦେଖିବାକୁ ରହିଲା ଏତିକି ଜରିମାନା ଆଦାୟ କରି ପ୍ରଶାସନ ଅଧିକାରୀ ଚୁପ୍ ରହୁଛନ୍ତି ନାଁ ଚଡାଉ ପୁଣି ଜୋର୍ ଜାର ଚାଲୁଛି ।