ରିଙ୍କୁ ମେହେର ହତ୍ୟାକାଣ୍ଡ ଘଟଣା ; ମୁଖ୍ୟ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୁଲିସ…!

!!! ବଲାଙ୍ଗୀର ରୁ ଜିତେଶ ଶତପଥି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବଲାଙ୍ଗୀର) -ବଲାଙ୍ଗୀର ରିଙ୍କୁ ମେହେର ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୁଲିସ l ମୁଖ୍ୟ ଅଭିଯୁକ୍ତ ସାନ ଭାଇ ପାରିବାରିକ କଳହରୁ ବଡ଼ ଭାଇକୁ ହାଣି ୮ ଖଣ୍ଡ କରିଥିଲା। ଦୁଇଦିନ ତଳେ ପଲିଥିନରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏସନ୍ କରିଛି ପୁଲିସ। ସୂଚନା ଅନୁସାରେ, ମୃତ ଯୁବକ ରିଙ୍କୁ ମେହେର ନିଜ ବାପା ମା’ ଓ ଦୁଇ ଭାଇଙ୍କ ସହ ଭଡାଘରେ ରହୁଥିଲେ । ପ୍ରାୟ ସମୟ ପାରିବାରିକ କନ୍ଦଳ ଲାଗିରହୁଥିଲା । ଏପରିକି କିଛି ଦିନ ତଳେ ରିଙ୍କୁ ନିଜ ବାପାଙ୍କୁ ମାଡ ମାରିଥିବା ବେଳେ ସେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇଥିଲେ । ରିଙ୍କୁ ଏକାକୀ ଭଡାଘରେ ରହୁଥିବା ବେଳେ କିଛି ଦିନ ହେଲା ତାଙ୍କର ଖୋଜ ଖବର ମିିଳିନଥିଲା । ହେଲେ ଦୁଇ ଦିନ ତଳେ ବନ୍ଦ ଘରୁ ତାଙ୍କ ମୃତ ଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରିଙ୍କୁକୁ ହତ୍ୟା କରିବା ସହ ୮ଖଣ୍ଡ କାଟି ପଲିଥିନରେ ପୁରାଇ ରଖିଥିଲା ଦୁର୍ବୁତ୍ତ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗଳିତ ମୃତଦହକୁ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଘଟିଥିଲା ବଲାଙ୍ଗୀର ସହରର ୧୮ ନଂ ୱାର୍ଡ ସାଲେପାଲିପଡାରେ । ପ୍ରାୟ ୨୦ ବର୍ଷ ହେବ ଭଡ଼ାଘରେ ରହୁଥିଲେ ମାର୍କଣ୍ଡ ମେହେର। ମାର୍କଣ୍ଡଙ୍କ ଚାରିପୁଅ। ବଡ଼ପୁଅ ବଲାଙ୍ଗୀର ସହରରେ ରହୁଥିବା ବେଳେ ଆଉ ଜଣେ ପୁଅ ସମ୍ବଲପୁରରେ ରହୁଛନ୍ତି । ତୃତୀୟ ଓ ଚତୁର୍ଥ ପୁଅ, ବାପା ମାର୍କଣ୍ଡ ଏବଂ ମା’ଙ୍କ ସହିତ ସାଲେପାଲିର ଭଡ଼ାଘରେ ରହୁଥିଲେ। ମାର୍କଣ୍ଡଙ୍କ ବଡ଼ପୁଅ କହିବା ଅନୁସାରେ, ତୃତୀୟ ପୁଅ ରିଙ୍କୁ ମାନସିକ ରୋଗୀ ଥିଲେ । ବେଳେ ବେଳେ ରେ ସେ ପରିବାର ଲୋକଙ୍କୁ ମାରପିଟ କରୁଥିଲେ । ୨୦ ଦିନ ତଳେ ରିଙ୍କୁ ନିଜ ବାପା ମାର୍କଣ୍ଡଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ମାର୍କଣ୍ଡଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୬ ଦିନ ତଳେ ମାର୍କଣ୍ଡ ଡାକ୍ତରଖାନାରୁ ଫେରିଥିଲେ । ତେବେ ପୁଣି ୪ ଦିନ ତଳେ ମାର୍କଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସାନପୁଅ ଓ ତାଙ୍କ ସ୍ତ୍ରୀ ଶଶୁରମାର୍କଣ୍ଡଙ୍କୁ ବୁର୍ଲା ନେଇଥିବା ବେଳେ ସାଲେପାଲି ଭଡ଼ାଘରେ ୪ ଦିନ ହେଲା ରିଙ୍କୁ ଏକୁଟିଆ ରହୁଥିଲେ । ତେବେ ଗତ ବୁଧବାର ସକାଳୁ ରିଙ୍କୁ ରହୁଥିବା ବନ୍ଦ କୋଠରିରୁ ଦୁର୍ଗନ୍ଧ ଆସୁଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୱାର୍ଡ କାଉନସିଲର ପୁଲିସକୁ ଜଣାଇଥିଲେ । ବଲାଙ୍ଗୀର ଏସ୍‌ଡିପିଓ, ମାଜିଷ୍ଟ୍ରେଟ୍‌ଙ୍କ ସହିତ ଘଟଣାସ୍ଥଳକୁ ଆସି ତାଲା ଖୋଲି ବନ୍ଦ କୋଠରି ଭିତରରେ ପଶି ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଥିଲେ । ଘର ଭିତରେ ମୁଣ୍ଡବିହୀନ ଖଣ୍ଡ ବିଖଣ୍ଡିତ ଶବ ପଡ଼ି ରହିଥିଲା । ସଙ୍ଗେସଙ୍ଗେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଥିଲା । ସାଇଣ୍ଟିଫିକ୍‌ ଟିମ୍‌ ଆସିବାପରେ ବନ୍ଦ ଘରୁ ଶବକୁ ଉଦ୍ଧାର କରାଯାଇଥିଲା । ଶବର ମୁଣ୍ଡ, ହାତ, ଗୋଡ଼କୁ ଗଣ୍ଡିରୁ ଅଲଗା କରି ଦିଆଯାଇଥିଲା । ତା’ସହିତ କଳା ରଙ୍ଗର ୭ଟି ପଲିଥିନ ଭିତରେ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ଭର୍ତ୍ତି କରାଯାଇଥିଲା ଓ ନିକଟରେ ଫିନାଇଲ ବୋତଲ ମଧ୍ୟ ପଡ଼ିଥିଲା ।

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲା ସସ୍ତରୀୟ ବୈଠକ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଆନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ.ସୁଧାରାଣୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାମଦେବ ସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁୀକାଳୀନ ଅଧିକାରୀ ଶ୍ରୀ ପ୍ରଭାସ ବେହୁରା ପରିଚାଳନା କରି ପ୍ରାକୃତିକ ବିପର୍ଯୟଚ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଞ୍ଜ କହିଥିଲେ ଯେ ଗଜପତି ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ କିପରି ମୁକାିଲାକରିବାକୁ ହେବ ଏବଂ ଯାହାର ମୁକାବିଲାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି କହିବା ସହ ପ୍ରଶାସନ ସର୍ବଦା ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରି ପୂର୍ବପ୍ରସ୍ତୁତି ଓ ସଫଳତାର ସହ ମୁକାବିଲା କରିବାରେ ବହୁ ଦୃଷ୍ଟାନ୍ତ ରହିଛି ବୋଳି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ କିପରି ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଉପରେ ଆଲୋଚନା କରିଥିଲେ । ସେହିପରି ଅପହଞ୍ଚ ଅଞ୍ଚଳରେ କିରୋସିନ, ମହମବତୀ, ଦିଆସିଲ ଏବଂ ଶୁଖିଲାଖାଦ୍ୟ ଆଦି ମହଜୁଦ ରଖିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବ୍ଲକ, ତହସିଲ ଓ ସହର ଅଞ୍ଚଳ ସ୍ତରରେ ପ୍ରଚୁର ପରିମାଣରେ ରିଲିଫ ସାମଗ୍ରୀ, ବନ୍ୟା ସମୟରେ ପ୍ରସୂତି ମହିଳାଙ୍କ ପାଇଁ ସ୍ଥାନାନ୍ତରିଣ ଓ ଚିକିତ୍ସା ଯୋାଇଦେବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବନ ବିବାଗ, ପ୍ରାଣୀ ସମ୍ପଦ ବିଭାଗ ଏବଂ ବିଦ୍ୟୁତ, ଟେଲିକମ୍ ବିଭାଗ ପ୍ରଭୃତି ବିଭାଗ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମୁଖ୍ୟତଃ ଏନ୍‌ଡିଆର୍‌ଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୁରୁଦାୟିତ୍ୱ ରହିଥିବାବେଳେ ସେମାନେ ଧନଜୀବନକୁ ରକ୍ଷା କରିବାପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କୁହାଯାଇଥିଲା । ସେହିପରି ଆଞ୍ଚଳିକ ପରିବହନ ବିଭାଗ କିପରି ବିପର୍ଯ୍ୟୟ ସମୟରେ ବିଭିନ୍ନ ଯାତ୍ରୀବାହୀ ଓ ମାଲବଝୋଇ ଗାଡି ପ୍ରସ୍ତୁତି କରି ରଖିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଡ଼ିଓ, ତହସିଲଦାର ,ପାରଳାଖେମୁଣ୍ଡି ଓ କାଶୀନଗର କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଅସହାୟ ୫ଟି ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଗଜପତି ଜିଲ୍ଲା ପ୍ରଶାସନ…!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)- ମୋହନା ବ୍ଲକ୍ ର ଅନ୍ତରବା ଏବଂ ଆଲିଗଣ୍ଡା ଗ୍ରାମରେ ପିତାଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ବାସ କରୁଥିବା 5 ଜଣ ଶିଶୁଙ୍କୁ ଉଦ୍ଦାର କଲା ଗଜପତି ଜିଲ୍ଲା ପ୍ରଶାସନ। ସୂଚନା ପ୍ରକାରେ ଆଲିଗଣ୍ଡା ଗ୍ରାମର ଜୀବନ ମଲ୍ଲିକଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶାନ୍ତି ମଲ୍ଲିକ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଯାହା ଦ୍ବାରା କି ପାଞ୍ଚଟି ଛୁଆଙ୍କ ଲାଲନପାଳନ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲା। ବିଭିନ୍ନ ସୂତ୍ରରୁ ଖବର ପାଇବା ପରେ ଜିଲ୍ଲାପାଳ ଙ୍କ ର ନିର୍ଦ୍ଦେଶ କ୍ରମେ ଚାଇଲଡଲାଇନ୍ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉର କର୍ମକର୍ତ୍ତା 3ଟି ପୁତ୍ର ସନ୍ତାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉ, ମୋହନା ରେ ଥଇଥାନ କରିଛନ୍ତି ଏବଂ ସେମାନଙ୍କର ଅଧାରହିଯାଇଥିବା ଶିକ୍ଷା କିପରି ପୁର୍ଣ୍ଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏବଂ ଏହି ମହିଳାଙ୍କର ଅନ୍ୟ 2ଟି ଝିଅଙ୍କ ଯତ୍ନ ନେବା ଲାଗି ସିଡିପିଓ, ମୋହନା ଙ୍କୁ ଅନୁରୋଧ କରାଯାଇଛି।ମାନସିକ ଭାରସାମ୍ୟ ହରାଇଥିବା ମାର ମଧ୍ୟ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଧକାରୀ, ଗଜପତି ଙ୍କୁ ଅନୁରୋଧ କରାଯାଇଛ।

ସେହିପରି ଅନ୍ତରବା ଗ୍ରାମର ଲୋକା ବିରଙ୍କର ମୃତ୍ୟୁ ପରେ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ତଥା ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ରୂପା ବୀର ଙ୍କର 2ଟି ସନ୍ତାନଙ୍କୁ ମଧ୍ୟ ଥଇଥାନ ଏବଂ ଉଚିତ୍ ଶିକ୍ଷା ନିମନ୍ତେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉ, ମୋହନା ରେ ଥଇଥାନ କରାଯାଇଛି ।

ଉପରୋକ୍ତ 5 ଟି ଶିଶୁଙ୍କ ଶିକ୍ଷା ଏବଂ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ।

ପିତୃମାତୃ ହୀନ ଶିଶୁଙ୍କ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)-ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ଼ ମହାମାରୀ ସିନା ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛି ଯେ ପିଲାମାନେ ଆଜି ପ୍ରକାଶ ପାଇଥିବା ଓଡ଼ିଶା ସରକାର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୭୦ ରୁ ୯୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।
ତେଣୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯକ୍ତ ବିରେନ୍ଦ୍ର କୁମାର ଦାସ ଆଜି ପ୍ରାଉଡ଼୍ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇ ଏହି ଖୁସି ମୁହୁର୍ତ୍ତରେ ପିଲାମାନଙ୍କ ସହ କିଛି ସମୟ କଟାଇବା ସହ ମିଠା ଖୁଆଇ ପିଲାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ଦାସ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ ଯେ ପିଲାମାନେ ଆଗକୁ କିପରି ଆହୁରି ଭଲ କରିବେ ସେଥିପ୍ରତି ଧ୍ୟାନ ଦେବେ ଏବଂ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପ୍ରତି ମୂହୁର୍ତ୍ତରେ ଛିଡ଼ା ହୋଇଥିବା କଥା କହି ଉତ୍ସାହିତ କରିଥିଲେ।
ଯେଉଁ ଶିଶୁମାନେ ଆଜିର ଦିନରେ ଦଶମ ପରୀକ୍ଷାରେ ଭଲ କରିଛନ୍ତି ସେମାନେ ହେଉଛନ୍ତି ତିତିଲି ମହାବାତ୍ୟା ଏବଂ କୋଭିଡ଼ ମହାମାରୀ ରେ ନିଜର ପିତାମାତାଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ରହିଆସୁଥିବା ଶିଶୁମାନେ ।
ଗଜପତି ଜିଲ୍ଲାର ପିତୃମାତୃ ହରାଇ ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କରେ ରହିଆସୁଥିବା ଶିଶୁ ମାନଙ୍କ ଭିତରୁ ୨୦ ଜଣ ଶିଶୁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ସମସ୍ତ ଶିଶୁ କୃତକାର୍ଯ୍ୟ ହୋଇଥିଲାବେଳେ ଜଣେ ଶିଶୁ ଶତକଡ଼ା ୮୦ ରୁ ଉର୍ଦ୍ଧ୍ବ ମାର୍କ ରଖି A2 ରେ ସ୍ଥାନ ପାଇଥିବା ବେଳେ ସେମାନଙ୍କ ଭିତରୁ ୧୦ ଜଣ ଶିଶୁ ଶତକଡ଼ା ୭୫ ରୁ ଉର୍ଦ୍ଧ୍ବ ମାର୍କ ରଖି B1 ରେ ସ୍ଥାନ ପାଇଛନ୍ତି।
A2 ଏବଂ B1 ସ୍ଥାନ ପାଇଥିବା ଶିଶୁ ମାନଙ୍କ ମଧ୍ୟରୁ ଜଣେ ତିତିଲି ମହାବାତ୍ୟାରେ ଅନାଥ ହୋଇଥିଲା ବେଳେ ଅନ୍ୟ ଦୁଇଜଣ କୋଭିଡ଼ ମହାମାରୀରେ ନିଜର ପିତା ମାତାଙ୍କୁ ହରାଇ ଜିଲ୍ଲା ପ୍ରଶାସନ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହାୟତାରେ ବଢ଼ିଚାଲିଛନ୍ତି।
ପ୍ରକାଶ ଥାଉକି ଯେ କୋଭିଡ଼ ମହାମାରୀରେ କୋଭିଡ଼ ଯୋଗୁଁ ନିଜ ମାତା ପିତାଙ୍କୁ ହରାଇ PM Care for Children Scheme ରେ ସ୍ଥାନ ପାଇଥିବା 8 ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଶତକଡ଼ା ୯୩ ମାର୍କ ରଖି A1 ରେ ସ୍ଥାନ ପାଇଛନ୍ତି।
ଆଜି ଦିନରେ କୃତକାର୍ଯ୍ୟ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ଚାରିଜଣ ଶିଶୁ ବିବେକାନନ୍ଦ ରେସିଡ଼ନ୍ସିଆଲ୍ ସ୍କୁଲ, ଏସ୍.ଉରୁଡ଼ା, ଚାରି ଜଣ ଶିଶୁ ଶ୍ରୀଜଗନ୍ନାଥ ନିକେତନ,ଆର୍.ସୀତାପୁର, ଚାରି ଜଣ ଶିଶୁ ପ୍ରାଉଡ଼, ବି.ସୀତାପୁର, ତିନି ଜଣ ଶିଶିୁ ନିସାନ ସାଲୋମ ଚିଲ୍ଡ୍ରେନ୍ ହୋମ୍, ଗୁମ୍ମା ଏବଂ ଅନ୍ୟ ପାଞ୍ଚଜଣ ଶିଶୁ ଡ଼େ ଷ୍ଟାର ହୋମ୍, ଜରାଉ, ମୋହନା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଛନ୍ତି।
ଆଗାମୀ ଦିନରେ ଶିଶୁମାନଙ୍କ ଉଚ୍ଚଶିକ୍ଷା ପାଇଁ ଶିଶୁମାନଙ୍କ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତ ସହଯୋଗ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ଜୟପୁର ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୟପୁର)- କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ୨୯୫୭ ମାମଲାର ଫୈସଲା କରାଯାଇଛି।ଆଜି କୋରାପୁଟ, କୋଟପାଡ଼, ବୋରିଗୁମ୍ମା, ଲକ୍ଷ୍ମୀପୁର, ଦଶମନ୍ତପୁର, ସେମିଲିଗୁଡା, ଲମତାପୁଟର ବିଭିନ୍ନ ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ଜିଲ୍ଲାର ଅନ୍ୟାନ୍ୟ ବିଚାରାଳୟ ପରିସରରେ ୨୦୨୩ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇଥିଲା । ଜୟପୁରର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟନାରାୟଣ ମିଶ୍ର, ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଶ୍ରୀ ରାଜେଶ୍ ଏକ୍କା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ଇ.ବିଶ୍ଳେଶ୍ବର ରାଓ, ପରିବାର ଅଦାଲତର ବିଚାରପତି ଡଃ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସ ଅଦାଲତ ଶ୍ରୀ ସି.ଏଚ୍. ବାସୁଦେବ ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି, ସି.ଜେ.ଏମ୍. ଶ୍ରୀ ଦିଲ୍ଲୀପ କୁମାର ସାହୁ ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀ ବି.ପ୍ରସାଦ ଦେବତା, ଶ୍ରୀମତୀ ରେଖାରାଣୀ ପଣ୍ଡା, ବରିଷ୍ଠ ଦେୱନୀ ବିଚାରପତି ତଥା ସହାୟକ ଦୌରା ଜଜ୍ ଶ୍ରୀମତୀ ଅଞ୍ଜଳୀ ମାଛଖଣ୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଶ୍ରୀ ସୁମନ ଜେନା ଏସ୍.ଡି.ଜେ.ଏମ୍. ଶ୍ରୀ ସଞ୍ଜୟ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ, ଦଣ୍ଡାଧିକାରୀ କୁମାର ବେହେରା ଉପସ୍ଥିତ ରହି ମକଦ୍ଦମା ସମାଧାନ କରିଥିଲେ । ଏହା ବ୍ୟତୀତ ଜୟପୁର ଓକିଲ ସଂଘର ବରିଷ୍ଠ ଆଇନ ଜୀବୀ ଶ୍ରୀ ଶଶାନନ୍ଦ ମିଶ୍ର, ଶ୍ରୀ ପି.ଇଶ୍ବର ରାଓ, ଶ୍ରୀ ଆନନ୍ଦ ରଥ, ଶ୍ରୀ ସୁଧିର କୁମାର ପାଢୀ, ଶ୍ରୀ ଗୋପବନ୍ଧୁ ସାନ୍ତା, ଶ୍ରୀ ସୁନିଲ କୁମାର ମହାନ୍ତି, ଶ୍ରୀ ଜ୍ୟୋତିରଞ୍ଜନ ପୁଜାରୀ, ଶ୍ରୀ ଗିରିଧର ଖୋରା, ଏସ.ଏମ. ଦିନବନ୍ଧୁ ଶ୍ରୀ ନିର୍ଭିକ ସାମନ୍ତରାଏ, ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ କେଶ ଗୁଡିକର ସମାଧାନ କରିବାରେ ସହଯୋଗ କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ମୋଟ ୭୯ କ୍ରିମିନାଲ କମ୍ପାଉଣ୍ଡବେଲ୍ ମଧ୍ୟରୁ ୦୫ ଟି ଫେସଲା ହୋଇଥିଲା, ଏନ.ଆଇ.ଆ ୭୩ ଟି ମଧ୍ୟରୁ ୨୫ ଟି ଫେସଲା ହୋଇ ୧୦୪୬୮୪୮୩ ଟଙ୍କା ଧାର୍ଯ୍ୟ ହୋଇଥିଲା, ବ୍ୟାଙ୍କ ମାମଲା ୯୮ ଟି ମଧ୍ୟରୁ ୦୯ ଫେସଲା ହୋଇ ୬୬୨୭୫୯ ଟଙ୍କା ଧାର୍ଯ୍ୟ ହୋଇଥିଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ୧୮୪ ଟି ମଧ୍ୟରୁ ୨୩ ଟି ଫେସଲା ହୋଇ ୧୨୧୩୦୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା, ଶ୍ରମବିବାଦ, ପାରିବାରିକ ବୈବାହିକ ମାମଲା ୧୯ ମଧ୍ୟରୁ ୧୩ ଟି ଫେସିଲା ହୋଇ ୧୫୩୪୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା, ସେହିପରି ଅନ୍ୟାନ୍ୟ ସିଭିଲ୍ କେଶ୍ ୩୮ଟି ମଧ୍ୟରୁ୧୮ଟି ଫେସଲା କରାଯାଇ ୫୦୦୦୦୦ ଟଙ୍କା ଧାର୍ଯ୍ୟକରାଯାଇଥିଲା। ଗ୍ରାହକ ବିବାଦ ୧୦ ମଧ୍ୟରୁ ୦୧ ଫେସଲା କରାଯାଇଥିଲା, ଅନ୍ୟାନ୍ୟ କ୍ରିମିନାଲ ବିବାଦ ମଧ୍ୟରେ ୧୮୧ ମଧ୍ୟରୁ ୬୧ଟି ଫେସଲା କରାଯାଇଥିଲା । ସେହିପରି ଜିଲ୍ଲାର ବିଭିନ୍ନ ତହସିଲ ଓ ରାଜସ୍ବ ବିଭାଗ ଦ୍ବାରା ୨୬୪୧ ମାମଲା ମଧ୍ୟରୁ ୨୫୬୮ ଫୈସଲା କରାଯାଇ ୨୯୭୪୪୮ ଟଙ୍କା ଆଦାୟ ହୋଇଥିଲା, 1. ଏବଂ ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀ ଦାୟର ହୋଇନଥିବା) କେଶ୍ ମଧ୍ୟରେ ବ୍ୟାଙ୍କ ବିବାଦ ଓ ଅନ୍ୟ ମକଦ୍ଦମା ବିବାଦ ୧୭୭୫ ମାମଲା ମଧ୍ୟରୁ ୨୩୪ ଟି ସମାଧାନ କରାଯାଇ ୭୭୨୨୫୮୧ – ଟଙ୍କା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।