ବସଷ୍ଟାଣ୍ଡ କାର୍ଯ୍ୟ ତୁରନ୍ତ ସାରିବାକୁ ରାଜ୍ୟପାଳ ଉଦ୍ଧେଶ୍ୟରେ ଦାବିପତ୍ର…!

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଜୟପୁର)- ଜୟପୁରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଓଏସଆରଟି ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣ ନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି ଯେ, ଜୟପୁର ସହର ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର । ସେହିପରି ଏହି ସହରରେ ରହିଥିବା ବସଷ୍ଟାଣ୍ଡକୁ ମଧ୍ୟ ଓଡ଼ିଶା ସହ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ବହୁ ଅଂଚଳ ବାସିନ୍ଦା ନିର୍ଭର କରନ୍ତି । ଏଠାରୁ ବିଭିନ୍ନ ରାଜ୍ୟର ରାଜଧାନୀ ବିଶେଷ କରି ରାୟପୁର, ହାଇଦ୍ରାବାଦ, ଭୁବନେଶ୍ୱର ସହ ବିଜୟୱାଡା, ବିଶାଖାପାଟଣା ଭଳି ସହରକୁ ଯାତ୍ରୀବାହି ବସ ଚଳାଚଳ କରେ । ପ୍ରତ୍ୟେହ ଶହ ଶହ ବସର ହଜାର ହଜାର ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଠାରେ ଏକ ବିଶ୍ୱସ୍ତରୀୟ ବସ ଟର୍ମିନାଲ ପ୍ରତିଷ୍ଠା ନିଷ୍ପତ୍ତି ନେଇଥିଲେ । ଏପରିକି ୧୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରି ରାଜ୍ୟ ପରିବହନ ନିଗମ ଅଧୀନରେ ରହିଥିବା ଜମି ମଧ୍ୟ ଯୋଗାଇ ଦେଇଥିଲେ । ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩-୧୨-୨୦୧୬ ମସିହାରେ ଜୟପୁର ଆସି ଏହାର ଶୁଭ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ଏହି ବସଷ୍ଟାଣ୍ଡର ସୁବିଧା ମିଳୁ ନାହିଁ । ଫଳରେ ପ୍ରତିଦିନ ବସଯାତ୍ରୀ ମାନେ ନାନା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଚାଲିଛନ୍ତି । ଯାହାକି ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନିଜେ ଶୁଭ ଦେଇଥିବା ଏହି କାର୍ଯ୍ୟକୁ ବିଳମ୍ବ କରୁଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପ୍ରତି ଅପମାନ, ତେଣୁ କାର୍ଯ୍ୟ ନିର୍ବାହୀ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛି ଆଜି ମଞ୍ଚ । ଏହି ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର କୁମାର ଗୌଡ଼, ବାଲା ରାୟ, ଚନ୍ଦ୍ରକାନ୍ତ ସୁତାର, ଟି ଗୌରି ଶଙ୍କର, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପୌର ପରିଷଦ ର ନିଷ୍ପତ୍ତି ; ପୁନଃରୁଦ୍ଧାର ହେବ ପୋଖରୀ, ଉପଭୋକ୍ତା ସୁବିଧାରେ ପାଇବେ ଖାଉଟି ସମାଗ୍ରୀ, ସହରକୁ ସି. ସି କ୍ୟାମେରା…!
  • ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ଗୁଣପୁର ପୌର ପାଳିକାର ତୃତୀୟ ସାଧାରଣ ବୈଠକ ଅଧ୍ୟକ୍ଷା ମମତା ଗୌଡ଼ ଙ୍କ ସଭାପତିତ୍ବରେ ପୌର ପାଳିକା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ୧୫.୫.୨୦୨୩ ରେ ଅୟୋଜିତ ହେବାକୁ ଥିବା ବୈଠକ ରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଯୋଗ ଦେଇନଥିବାରୁ ଏହାକୁ ବିରୋଧ କରି ବିଜେଡି ସମର୍ଥିତ ଗୋଷ୍ଠୀ ବିଧାୟକଙ୍କ ଯୋଗଦାନ କୁ ବାଧ୍ୟତା କରିଥିବାରୁ ଏହାକୁ ସ୍ଥଗିତ କରାଯାଇ ପରବର୍ତ୍ତୀ ଦୁଇଦିନ ପରେ ବୈଠକ ଆହ୍ଵାନ କରିବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ଦିନ ଅର୍ଥାତ୍ ତା – ୧୭.୦୫.୨୦୨୩ ରିଖ ଦିନ ବିଧାୟକଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ସହରରୁ ଅପରାଧ ନିୟନ୍ତ୍ରଣ କରିବା ନିମନ୍ତେ ସହରରେ କିଛି ସ୍ଥାନରେ ସି ସି କ୍ୟାମେରା ଯୋଖାଜିବା ନିମନ୍ତେ ପୂର୍ବ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । କ୍ୟାମେରା ଯୋଖାଯିବା ନିମନ୍ତେ ଭୁବନେଶ୍ୱର ର ଏକ ଅନୁଷ୍ଠାନକୁ ୧ ଫେବ୍ରୁୟାରୀ ୨୦୨୩ ରିଖ ଦିନ କାର୍ଯ୍ୟାଦେଶ ଦିଆଯାଇଥିବା ଅଧ୍ୟକ୍ଷା କହିଥିଲେ । କିଛି ଦିନ ମଧ୍ୟରେ ଏହି କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଲୋଚନାରୁ ଜଣାଯାଇଛି । ସି ସି କ୍ୟାମେରା ଯୋଖାଯିବା କାର୍ଯ୍ୟ ପନ୍ଥାକୁ ସାଧାରଣରେ ସ୍ଵାଗତ କରାଯାଇଛି । ଗ୍ରହଣ କରାଯିବାକୁ ଥିବା ଉନ୍ନତୀ ମୂଳକ କାର୍ଯ୍ୟ ର ପ୍ରଥବକୁ ଅନୁମୋଦନ କରାଯାଇ ୨୨-୨୩ ର ସମସ୍ତ ଉନ୍ନୟନ ମୂଳକ ପ୍ରସ୍ତାବକୁ ପାରିତ କରାଯାଇଥିଲା ।ଏହି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ମାନଙ୍କ ମଧ୍ୟରେ ପରିଷଦ କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକୀୟ ନଥିପତ୍ର ଓ ଆସବାବ କ୍ରୟ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୮୪୮ ତା – ୧୨.୦୧.୨୦୨୨ ରିଖ କ୍ରମେ ନିର୍ବାହୀ ଅଧିକାରୀ ଙ୍କ ବ୍ୟବହାର ପାଇଁ ଭଡ଼ା ସୂତ୍ରରେ ଯୋଗାଇ ଦିଆ ଯାଇଥିବା ଗାଡିକୁ ମଞ୍ଜୁର କରିବା, ପରିଷଦରେ ନିଯୋଜିତ ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ କାର୍ଯ୍ୟର ନବୀକରଣ କରିବା, କାର୍ଯ୍ୟରତ ଗୋଷ୍ଠୀ ସଙ୍ଗଠିତା ଙ୍କ କନଭେନସ ଏଲାଉନ୍ସ ବାବଦରେ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରିବା, କାର୍ଯ୍ୟାଳୟ ରେ ଥିବା ସମସ୍ତ ପ୍ରକାର ଗାଡ଼ିର ମରାମତି କରିବା, ନିର୍ମାଣଧୀନ ପାର୍କ, ଶୌଚାଳୟ ଏବଂ ମିସନ୍ ଶକ୍ତି କେଫ୍ କୁ ଏମ୍.ଏସ୍.ଜି ଗ୍ରୁପ ମାଧ୍ୟମରେ ରକ୍ଷଣାବେକ୍ଷଣ ଓ ପରିଚାଳନା କରିବା ନିମନ୍ତେ ଆଗତ ପ୍ରସ୍ତାବ ଗୁଡିକ ଉପରେ ବିଶଦ ଭାବେ ଆଲୋଚନା କରାଯାଇ ଏହାର୍ ପାରିତ କରାଯାଇଛି l

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଷଷ୍ଠ ଫେଜ୍ ରେ ପ୍ରସ୍ତୁତି ତାଲିକା କୁ ମଞ୍ଜୁରୀ, ମୋ ଖତ, ମୋ ଶୌଚାଳୟ, ଟାଉନ୍ ହଲ୍ ଉନ୍ନତୀକରଣ, ମୋ ପୋଖରୀ ପୁନରୁଦ୍ଧାର ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା l ପୌର ପରିଷଦ ମଧ୍ୟରେ ଥିବା ୯ ପୋଖରୀ ର ପୁନଃରୁଦ୍ଧାର ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ନାମା ସକାଶେ ପରିଷଦ ପକ୍ଷରୁ ରାଜ୍ଯ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଥିଲା l ଏଥି ମଧ୍ୟରୁ ୩ ଗୋଟି ପୋଖରୀ ର ପୁନଃରୁଦ୍ଧାର ପାଇଁ ଆସିଥିବା ନିର୍ଦ୍ଦେଶନାମା କ୍ରମେ କପିଳପୁର୍ ଠାରେ ଥିବା ପୋଖରୀ, ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀ ଏବଂ ସେଫାଳୀ ପାହାଡ଼ ନିକଟସ୍ଥ ପୋଖରୀ ର ପୁନଃରୁଦ୍ଧାର ନିମନ୍ତେ ପୌର ପରିଷଦ ର ନିଜସ୍ୱ ଖର୍ଚ୍ଚ ରେ ଏହାର୍ ପୁନଃରୁଦ୍ଧାର ନିମନ୍ତେ ଡିପିଆର୍ ପ୍ରସ୍ତୁତ କରି ସରକାର ଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି କରାଯାଇଛି l ପବ୍ଲିକ୍ ୱେଷ୍ଟ ମ୍ୟାନେଜ୍ ମେଣ୍ଟ ବାଇଲା ର ଅନୁମୋଦନ ଉପରେ ତୃତୀୟ ବୈଠକ ରେ ଆଗତ ପ୍ରସ୍ତାବ କୁ ପାରିତ କରାଯାଇଛି l ଚଳିତ ବୈଠକ ରେ ପରିଷଦ ର ୨୨ – ୨୩ ଆର୍ଥିକ ବର୍ଷର ଆୟ ଓ ବ୍ୟୟର ସମୀକ୍ଷା କରାଯାଇ ଏହାକୁ ମଞ୍ଜୁରୀ କରାଯାଇଥିଲା l ଏହା ବ୍ୟତୀୟ ଉପଜିଲ୍ଲାପାଳ ଗୁଣପୁର ପତ୍ର ସଂଖ୍ୟା ୧୮୫୯ ତା ୦୨.୦୫.୨୦୨୩ ରିଖ ରେ ପ୍ରଦତ୍ତ ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ପରିଷଦ ର ୱାର୍ଡ ମଧ୍ୟରେ ଥିବା ଜଙ୍ଗଲ ଜମି ଅଧି ଗ୍ରହଣ ସକାଶେ ସମ୍ପୃକ୍ତ ୱାର୍ଡ ସଦସ୍ଯ ସଦସ୍ୟା ଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଗତ କରାଗଲା l ଉପଜିଲ୍ଲାପାଳ ଙ୍କ ପକ୍ଷରୁ ମହିଳା ସଂଘ ମାଧ୍ୟମରେ ଖାଉଟି ସାମଗ୍ରୀ ବିତରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଅଛି l ପରନ୍ତୁ ଏଥି ନିମନ୍ତେ ମନୋନୀତ ମହିଳା ସଂଘ ର କେନ୍ଦ୍ର ଗୁଡିକ୍ ସମାନଙ୍କୁ ଦିଆଯାଇଥିବା ୱାର୍ଡ ଠାରୁ ବହୁ ଦୁରରେ ଅବସ୍ଥିତ ଥିବାରୁ ଖାଉଟି ମାନେ ସୁବିଧାରେ ସାମଗ୍ରୀ ପାଇବା ନିମନ୍ତେ ବିଭିନ୍ନ ୱାର୍ଡ ର ଭିନ୍ନ ଭିନ୍ନ ସ୍ଥାନ ରେ ସାମଗ୍ରୀ ବଣ୍ଟନ କରିବା ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ଗୃହିତ କରାଗଲା l ଏହି ପରିପ୍ରେକ୍ଷୀରେ ଆମ ବଜାର୍ ପ୍ରାଙ୍ଗଣରେ ୱାର୍ଡ – ୧,୧୮,୧୯ ୱାର୍ଡ଼ ର ଲୋକଙ୍କୁ, ୱାର୍ଡ଼ – ୨,୩,୪ ଲୋକଙ୍କୁ ୱାର୍ଡ ନମ୍ବର ୪ ୱାର୍ଡ ର କମ୍ୟୁନିଟି ହାଲ୍ ରେ, ୱାର୍ଡ – ୫,୬,୭,୮ ର ଲୋକଙ୍କୁ ମୈତ୍ରୀ କେନ୍ଦ୍ର ରେ, ୱାର୍ଡ – ୧୦,୧୧, ଏସ୍.ପି ଗୁଡା ଲୋକଙ୍କୁ ନିୟନ୍ତ୍ରିତ ବଜାର କମିଟି ଗୁଣପୁର ପରିସରେ, ୱାର୍ଡ – ୧୨,୧୩,୧୪,୧୫ ଲୋକ ଙ୍କୁ କୋଣ୍ଡା ବାଉରୀ ସାହି ର କେନ୍ଦ୍ର ରେ ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା l

ସେହି ଭଳି ସରକାର ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବେଞ୍ଚ ମାର୍କ ଭେଲ୍ୟୁେସନ୍ ହିସାବରେ ଗୃହ ଟିକସ ଆଦାୟ କରିବା ଦ୍ୱାରା ଜନ ସାଧାରଣ ଙ୍କୁ ଟିକସ ପାଞ୍ଚ ଗୁଣା ଅଧିକ ପଡ଼ିବ, ତେଣୁ ୨୦୧୮ ମସିହା ରେ ନିଷ୍ପତ୍ତି ହୋଇଥିବା ବେଞ୍ଚ ମାର୍କ ଭେଲ୍ୟୁେସନ୍ ହିସାବରେ ହିଁ ଟିକସ ଆଦାୟ କରିବା ନିମନ୍ତେ ପୌର ଉପାଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ l ଏହି ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ମଞ୍ଜୁର ଦିଆଯାଇ ଗୃହ ଟିକସର ଆଦାୟ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ପୌର ପରିଷଦ ର ୱାର୍ଡ ନମ୍ବର ୧ ଠାରୁ ୧୯ ମଧ୍ୟରେ ଥିବା ସମସ୍ତ୍ ସାହିର ଆବଶ୍ୟକତା ଅନୁଯାୟୀ ରାସ୍ତା ଓ ନାଳ ନିର୍ମାଣ ନିମନ୍ତେ ଏକ ସବିଶେଷ ଖସଡା ପ୍ରସ୍ତୁତ କରାଯାଇ ଏହାକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା l ଏହି ବୈଠକ ଗୁଣପୁର ପୌର ପରିଷଦ ର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ଡାଃ. ସତ୍ୟ ସମ୍ପୁର୍ଣ୍ଣା ରାଉତ , ସହକାରୀ ଯନ୍ତ୍ରୀ ବିଶ୍ଵନାଥ ସରକା, କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ମିଶ୍ର ଏବଂ ଏକାଉଣ୍ଟଟେଣ୍ଟ ନିରଞ୍ଜନ ସାହୁଙ୍କ ସମେତ ପୌର ପରିଷଦ ର ସମସ୍ତ ୱାର୍ଡ ର କାଉନ୍ସିଲ ଉପସ୍ଥିତ ଥିଲେ l

ଗୁଣପୁର ଠାରେ ସ୍ଵତନ୍ତ୍ର ସତସଙ୍ଘ କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ର ସ୍ଥାନୀୟ ଶିବାନନ୍ଦ ମନ୍ଦିର, ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଏକ ସ୍ଵତନ୍ତ୍ର ସତସଙ୍ଘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଦୂର ଋଷିକେଶରୁ ଆସିଥିବା ଶ୍ରୀ ଶ୍ରୀ ସ୍ବାମୀ ଆନନ୍ଦ ସ୍ଵରୂପାନନ୍ଦ ମହାରାଜ ଓ ଶ୍ରୀ ଶ୍ରୀ ସ୍ବାମୀ ବ୍ରହ୍ମସାକ୍ଷାତକାର ନନ୍ଦ ମହାରାଜ, ବେଦବ୍ୟାସ ଆଶ୍ରମ,ରାଉରକେଲା, ଶ୍ରୀ ବିପ୍ର ଚରଣ ପାତ୍ର, ଦିବ୍ୟ ଜୀବନ ସଙ୍ଘ, ସମନ୍ୱୟ ସମିତି, ଦକ୍ଷିଣ ଓଡିଶା, ଉପସ୍ଥିତ ରହି ଭଗବତ ବାଣୀ ଓ ଆଧ୍ୟାତ୍ମିକ ବାର୍ତା ଉପସ୍ଥାପନ କରିଥିଲେ। ଗୁଣପୁର ଦିବ୍ୟଜୀବନ ସଙ୍ଘ ଶାଖାର ସଭାପତି ଶ୍ରୀ ଶଶୀକାନ୍ତ ମହାପାତ୍ର , ଉଦ୍ୟୋକ୍ତା ଶ୍ରୀ ଶଶୀଭୂଷଣ ମହାନ୍ତି କାର୍ଯ୍ୟ ପରିଚାଳନା କରିଥିଲେ। ଡ଼ଃ ଇନ୍ଦିରା ଅଧିକାରୀ ପ୍ରବଚକ ଓ ସମ୍ମାନିତ ଅତିଥୀଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଶ୍ରୀ ଶେଷଶାୟୀ ସେନାପତି ମଞ୍ଚ ପରିଚାଳନା କରିଥିଲେ।

ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗୁଣପୁର ଶାଖାର ଶ୍ରୀ ରବୀନ୍ଦ୍ର ନାଥ ସାହୁ,ପଞ୍ଚାନନ ହୋତା, ଡ଼ଃ ରାମନାଥ ମହାନ୍ତି, ଶ୍ରୀ ପ୍ରଶନ କୁମାର ରଥ, ଶ୍ରୀ ବିଘନେଶ୍ୱର ଚୋଧୁରୀ, ଶ୍ରୀ ସୁବାଷ ସେନାପତି ଓ ବ୍ରାହ୍ମଣ ସମାଜର ଶ୍ରୀ ରମେଶ ମିଶ୍ର, ଶ୍ରୀ ଉମା ଦାଶ ,ଶ୍ରୀ ତ୍ରିପତି ମହାନ୍ତି, ଶ୍ରୀ ସଦାନନ୍ଦ ପଣ୍ଡା, ଶ୍ରୀ ଅଶୋକ ଦାସ,ଲକୀ ଭାଇଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଭଗବତ ବାଣୀ ଶ୍ରଵଣ କରିଥିଲେ। ପରିଶେଷରେ ସଂପାଦକ ଡ଼ଃ ପ୍ରଶାନ୍ତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।