ଉନ୍ନୟନ କମିଶନର ଙ୍କ ବଲାଙ୍ଗୀର ଗସ୍ତ  ।

 !!! ବଲାଙ୍ଗୀର ରୁ ଯିତେଶ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବଲାଙ୍ଗୀର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ତୁଷୁରା ଉଡାଜାହାଜ ପଡିଆ ରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ| ପରେ ସେ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଗୁଡଭେଲା ସ୍ଥିତ ରାହୁଲ ନଦୀ ଉପରେ ନିର୍ମାଣଧୀନ ଇନ ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ ପରିଦର୍ଶନ ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ରାଜ୍ୟ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ,ଇଞ୍ଜିନିଅର ଇନ ଚିଫ ଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।ଗୋଟିଏ ପରେ ଗୋଟିଏ ଦେଖି ଚାଲିଲେ ବଲାଙ୍ଗିର ସ୍ମାର୍ଟ ପାର୍କ,ଛତାମଖନା ଇନ ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ,ଲାଲଟିକିରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ତିଚିଙ୍ଗ ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ର ନିର୍ମାଣ କାର୍ଯ୍ୟ ର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଜିଲ୍ଲାପାଳ ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ଡିନ ତଥା ଅଧ୍ୟକ୍ଷଙ୍କ ସହ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ସେ ହରିଶଙ୍କର ଯାଇ ମନ୍ଦିର ପରିଦର୍ଶନ କରିବା ସହ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ । ପରେ ସେ ବଲାଙ୍ଗିର ର ଜୀବନ ରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ ରେ ଆସି ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ |ଆସନ୍ତା ଜୁଲାଇରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଲୋୟର ସୁକତେଲ ପ୍ରକଳ୍ପ ବୋଲି କ୍ଷେତ୍ର ପରିଦର୍ଶନରେ ଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଡ୍ଡା , ଜିଲ୍ଲାପାଳ ଚଞ୍ଚଳ ରାଣା ,ଜଳ ସମ୍ପଦ ବିଭାଗ ର ଇଞ୍ଜିନିଅର ଇନ ଚିଫ ଭକ୍ତ ରଞ୍ଜନ ମହାନ୍ତି ,ମୁଖ୍ୟ ଯନ୍ତ୍ରୀ ତେଲ ବେସୀନ ସନ୍ତୋଷ କୁମାର ମହାପାତ୍ର ,ମୁଖ୍ୟ ଯନ୍ତ୍ରୀ ଯୋଜନା ସାଗର ମହାନ୍ତି ,ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବସନ୍ତ ରାଉତ, ମୁଖ୍ୟ ଯନ୍ତ୍ରୀ ଡ୍ୟାମ ନିରାପତ୍ତା ଶିବାଶିଷ ପାଢି ,ମୁଖ୍ୟ ଯନ୍ତ୍ରୀ ମେଗା ଲିଫ୍ଟ ଚିନ୍ମୟ ରାଉତ ,ଓଡିଶା ନିର୍ମାଣ ନିଗମ ର ପରିଚାଳନା ନିର୍ଦ୍ଦେଶକ ବିଭୁତି ଭୂଷଣ ଦାସ ଙ୍କ ସମେତ ମେଗା ଲିଫ୍ଟ, ଉଠା ଜଳସେଚନ , ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ, ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀ ,ନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

୧୨ଘଣ୍ଟିଆ ବନ୍ଦ ପାଳନ ସଫଳ ।

!!! ବଲାଙ୍ଗୀର ରୁ ଜିତେଶ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବଲାଙ୍ଗୀର -ଗତ ୧୨ ଓ ୧୪ ତାରିଖରେ ସମ୍ବଲପୁର ରେ ଘଟିଥିବା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି |ଏହି କ୍ରମରେ ବଲାଙ୍ଗୀର ଜିଲାରେ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଛି | ଆଜି ୧୨ଘଣ୍ଟିଆ ବନ୍ଦ ପାଳନକୁ ସାଧାରଣ ଲୋକ ସ୍ୱତଃପ୍ରବୃତ୍ତ ଭାବରେ ସମର୍ଥନ ଜଣାଇଥିବା ବେଳେ ଦୂର ଦୁରାନ୍ତରୁ ଯାତ୍ରା କରୁଥିବା ଯାତ୍ରୀ ମାନେ ଅନେକ ହନ୍ତସନ୍ତ ହୋଇଥିଲେ |ବଲାଙ୍ଗୀର ଜିଲାରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଗାଡି ମୋଟର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜିଲ୍ଲାବାସି ସ୍ୱତପ୍ରବୃତ୍ତ ଭାବରେ ବନ୍ଦକୁ ସମର୍ଥନ ଜଣାଇଛନ୍ତି |ବନ୍ଦ ପାଳନ ନିମନ୍ତେ ଉଭୟ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହିତ ସୁରକ୍ଷା ବ୍ୟବସ୍ଥା କଡାକୁଡି କରାଯାଇଛି |କୌଣସି ପ୍ରକାର ଅପ୍ରିତିକର ଉପସ୍ଥିତି ନଉପଜେ ସେଥିପାଇଁ ପୋଲିସର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ପରିସ୍ଥିତି ଉପରେ କଡା ନଜର ରଖିଥିଲେ |ତେବେ ବନ୍ଦ ସମୟରେ ଅତି ଜରୁରୀ ସେବା ଶହ ଜଡିତ ଯାନବାହାନ ଓ ନାଗରିକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ଆନ୍ଦୋଳନ କାରି ମାନେ ସୂଚନା ଦେଇଛନ୍ତି ।

ବିଜେଡି ପାଳିଲା ବିଜୁବାବୁଙ୍କ ଶ୍ର।ଦ୍ଧ ଦିବସ 

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) :-  ରାୟଗଡା ଜିଲ୍ଲା ଗୁଣପୁର ନୁଆ ବସଷ୍ଟାଣ୍ଡ ନିକଟରେ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ସକାଳୁ ସକାଳୁ ନୁଆ ବସଷ୍ଟାଣ୍ଡ ନିକଟରେ ଗୁଣପୁର ବିଧାୟକ ଙ୍କ ନେତୃତ୍ଵ ରେ ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ବାବୁଙ୍କ ପ୍ରତି ମୁର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।ପରେ ଗୁଣପୁର ମେଡିକାଲ ପରିସରରେ ରୋଗୀଙ୍କୁ ପଳ,ରୁଟି ସହ ଫଳ ରସ ପ୍ରଦାନ କରିଥିଲେ।ବିଜୁ ପ୍ରେମୀ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ସେବା,ତ୍ୟାଗ,ଓଡିଆ ସ୍ୟାଭିମାନର ପ୍ରତିକ ପ୍ରବାଦ ପୁରୁଷଙ୍କୁ ମନେପକାଇଥିଲେ ।ଆଉ ସମସ୍ତ ନେତା ଏକଜୁଟ ହୋଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଗଡି ତୋଳିବାପାଇଁ ବିଧାୟକ ସମସ୍ତ ଦଳୀୟ କର୍ମୀଙ୍କୁ ଶପଥ ପାଠ କରାଇଥିଲେ।ଏହି ସମୟରେ ନଗର ସଭାପତି ରାମ ପଣ୍ଡା,ବ୍ଲକ ସଭାପତି ଭାଷା ଶତପଥୀ, ଗଣେଶ ପଣ୍ଡା,ବିଶୁ ବାବୁ, ଏସ ବାବା ପ୍ରସାଦ,ରାଜେନ୍ଦ୍ର ପ୍ରସାଦ ପାଢ଼ୀ,ରାଜୁ ସାହୁ,ସାନ୍ତୁ ,ମୁନା ପାଣି,ସାନ ବାଉରୀ,ଶିବ ପ୍ରସାଦ,k ମୀନା ରାଓ,ରାବଣା, ରିଣ୍ଟୁ ଦାସ ପ୍ରକାଶ କିରଣ ଏବଂ ଅନେକ ମାନ୍ୟଗନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ବିଧାୟିକା ଙ୍କ ଲୋକପ୍ରିୟତା କୁ ନେଇ ଅସହିଷ୍ଣୁ ବିରୋଧୀ ।

ଏଥର ସମ୍ଭାଳ ବ୍ୟୁରୋ ( ବରଗଡ ) :- ପଦ୍ମପୁର ଉପନିର୍ବାଚନ ପାଇଁ ହଟାତ ସମସ୍ତଙ୍କୁ ଚକିତ କରିଦେଇ ବିଜୁ ଜନତା ଦଳ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ସିଂ ବରିହା ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ବିରୋଧୀ ମାନଙ୍କର ମନରେ ଅନେକ ପ୍ରକାର ଆଲୋଡନ ସୃଷ୍ଟି ହୋଇଥିଲା । ଯଦିଓ ବର୍ଷା ଙ୍କର ପାଖରେ ରାଜନୈତିକ ଅଭିଜ୍ଞତା ନଥିଲା , କିନ୍ତୁ ଜଣେ ଲୋକପ୍ରିୟ ନେତା ଙ୍କର ଝିଅ ଭାବରେ ତାଙ୍କର ରାଜନୀତି ର ଅନୁଭବ ଥିଲା । ଏହାପରେ ଉପନିର୍ବାଚନ ସମୟରେ ବିରୋଧୀ ତାଙ୍କ ବିରୋଧରେ ନାନା ପ୍ରକାର ଅପପ୍ରଚାର ,ବ୍ୟକ୍ତିଗତ ଆରୋପ ଓ ଆକ୍ଷେପ କରିବା ସତ୍ୱେ ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରି ନିଜର ରାଜନୈତିକ କେରିଅର ଆରମ୍ଭ କରିଥିଲେ । ଉପନିର୍ବାଚନ ସମୟରେ ବିରୋଧୀ ପ୍ରତେକ ମଞ୍ଚରୁ ବର୍ଷା ଙ୍କୁ ଟାର୍ଗେଟ କରି ମୁଖ୍ୟତଃ ଗୋଟିଏ କଥା କହୁଥିଲେ ଯେ ନିର୍ବାଚନ ସରିବା ପରେ ବର୍ଷା ଙ୍କର ଆଉ ଦେଖା ମିଳିବ ନାହିଁ । କିନ୍ତୁ ବିରୋଧୀ ମାନଙ୍କର ଏହି ଉକ୍ତିକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ପ୍ରମାଣିତ କରି ଦେଇଛନ୍ତି ବର୍ଷା । ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ପ୍ରତେକ ଦିନ ନିଜର ନିର୍ବାଚନ ମଣ୍ଡଳୀ ର ଗାଁ କୁ ଗାଁ ବୁଲି ସିଧାସଳଖ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ପ୍ରତେକ ଦିନ ସକାଳୁ ଘରୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଜର ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ବିକାଶ ପାଇଁ କଠୋର ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଅଳ୍ପ ଦିନ ମଧ୍ୟରେ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅତି ପ୍ରିୟ ଓ ଆପଣାର ହୋଇ ପାରିଛନ୍ତି । ମୂଖ୍ୟତଃ ଯୁବ ସମାଜ ଓ ମହିଳା ମାନଙ୍କ ଭିତରେ ଆଜି ତାଙ୍କର ଲୋକପ୍ରିୟତା ବହୁ ମାତ୍ରାରେ ବଢି ଯାଇଛି । ଯେ କୋଣସି ଗ୍ରାମକୁ ଗଲେ ଗାଁ ର ମାଁ ଭଉଣୀ ମାନେ ତାଙ୍କୁ ଅତି ଆଦରରେ କୋଳେଇ ନେଉଥିବା ଦୃଶ୍ୟ ଓ ଯୁବ ସମାଜ ଭିତରେ ବର୍ଷା ଙ୍କର ଲୋକପ୍ରିୟତା ଦେଖି ବର୍ତ୍ତମାନ ସବୁ ଗୋଷ୍ଠୀ ର ବିରୋଧୀ ଅତି ମାତ୍ରାରେ ଚିନ୍ତିତ ।

ଅନ୍ୟପଟେ ବର୍ତ୍ତମାନ ଉପନିର୍ବାଚନ ସମୟରେ ବିଭିନ୍ନ ଗ୍ରାମରେ ଗ୍ରାମର ବିକାଶ ପାଇଁ ବିଜୁ ଜନତା ଦଳ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ଷା ଦେଇଥିବା ପ୍ରତିଶ୍ରୁତି ଉପରେ କାମ ଜୋରସୋରରେ ଆରମ୍ଭ ହୋଇ ଗଲାଣି । ପ୍ରତ୍ୟେକ ଦିନ ଗାଁ କୁ ଗାଁ ବୁଲି ଲୋକଙ୍କ ସହିତ ଅଲୋଚନ କରି ଉନ୍ନୟନ ମୂଳକ କାମର ସମୀକ୍ଷା ମଧ୍ୟ କରୁଛନ୍ତି । ବର୍ଷା ଙ୍କର ଏହି ସବୁ କାମ ଏବେ ବିରୋଧୀ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଲୋକସମ୍ପର୍କ ହେଉ ବା ଉନ୍ନୟନ ମୂଳକ କାମ କରିବା ହେଉ ସବୁଥିରେ ବିରୋଧୀ ମାନଙ୍କ ଠାରୁ ଢେର ଆଗରେ ରହିଛନ୍ତି ବର୍ଷା ।
ଇତି ମଧ୍ୟରେ ଅନେକ ସ୍ଥାନରେ ବିଭିନ୍ନ ମାଧ୍ୟମରେ ବର୍ଷା ଙ୍କୁ ହତୋତ୍ସାହିତ କରିବା ପାଇଁ ହେଉ କି ତାଙ୍କର ଲୋକପ୍ରିୟତା କୁ ସଙ୍କୁଚିତ କରିବା ପାଇଁ ହେଉ ବିରୋଧୀ ମାନଙ୍କ ଦ୍ୱାରା ତାଙ୍କ ବିରୋଧରେ ଅପପ୍ରଚାର ମଧ୍ୟ ଜାରି ରହିଛି । ହେଲେ ବିଧାୟିକା ବର୍ଷା ଙ୍କର ମନ୍ତବ୍ୟ ହେଲା ଯେ ବିରୋଧୀ ମାନେ ତ ବିରୋଧ କରିବେ କିନ୍ତୁ ପଦ୍ମପୁର ଅଞ୍ଚଳ ର ବିକାଶ ପାଇଁ ସେ ସବୁ ପ୍ରକାର ପ୍ରୟାସ ଜାରି ରଖିବେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତେକ ଲୋକ ତାଙ୍କର ନିଜର ଲୋକ , ନିଜ ଲୋକଙ୍କ ବିକାଶ ପାଇଁ ସେ ବିରୋଧି ଙ୍କର ସବୁ କଟୁ ମନ୍ତବ୍ୟ ଶୁଣିବାକୁ ପ୍ରସ୍ତୁତ । ବିରୋଧୀ ମାନେ ସବୁବେଳ ଅଧା କଥା କିମ୍ବା ମିଛ କଥା କୁ ରଙ୍ଗୀନ କରି ଅପପ୍ରଚାର କରିଥାନ୍ତି , ସେମାନେ କେବେ ବି କୋଣସି ସ୍ଥାନରେ କିମ୍ବା କୋଣସି ମାଧ୍ୟମରେ ପୁରା କଥା ବା ସତ କଥା କୁହନ୍ତି ନାହିଁ । କାରଣ ସତ କଥା କହିଲେ ସେମାନଙ୍କ ମିଛ ଧାରା ପଡିଯିବ । ଏହା ସହିତ ବିଧାୟିକା ଏହା ମଧ୍ୟ କହିଛନ୍ତି ଯେ ପଦ୍ମପୁର ଅଞ୍ଚଳ ର ବିକାଶ ପାଇଁ ବିରୋଧୀ ମାନେ ମଧ୍ୟ ଆଗେଇ ଆସି ସହଯୋଗ କରନ୍ତୁ । ଯାହାଫଳରେ ବିକାଶ କାର୍ୟ୍ଯ ବାଧାପ୍ରାପ୍ତ ହେବ ନାହିଁ ।ଯିଏ ଯାହା କହୁ ପଦ୍ମପୁର r ବିକାଶ ମୋର ଏକ ମାତ୍ର ଲକ୍ଷ୍ୟ ବୋଲି ବିଧାୟିକା ବର୍ଷା ସିଂ ସ୍ପଷ୍ଟ କରାଇଛନ୍ତି ।

ସମସ୍ୟାର ସମାଧାନ ନେଇ ବିଧାୟକ ଙ୍କ ପ୍ରତିଶ୍ରୁତି ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ / ବରପାଲି) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ନାମଯଜ୍ଞ ଅବସରରେ ମୁଖ୍ୟ ଅତିଥି ଭାବରେ ସୁଖଦୁଃଖର ସାଥୀ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ସମ୍ମାନିତ ଅତିଥି ର ଭାବରେ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ର, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ନାମଯଜ୍ଞ ଠାରେ ପ୍ରଭୁ ଙ୍କ ଦର୍ଶନ କରିବା ସହ ବିଶ୍ଵ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ତାଙ୍କ ସହ କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପ୍ରଧାନ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, ଆଗଳପୁର ପେକ୍ସ ସଭାପତି ଶ୍ରୀ ବିରୋସେନ୍ ସାହୁ, ପୁର୍ବତନ ସରପଞ୍ଚ ଶ୍ରୀ ରବି କର୍ତ୍ତି,ପୂର୍ବତନ ସରପଂଚ ବିଶି ବାବୁ ପଞ୍ଚାୟତ ର ୱାର୍ଡ ମେମ୍ବର ଗଣ, ସମାଜ ସେବୀ ଶ୍ରୀ ରାଧେ ନାଏକ,ଗୁରୁବାରୁ ପ୍ରଧାନ,ରେମତା ସରପଞ୍ଚ ବିନୟ ପ୍ରଧାନ,ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ସିଂହ ଙ୍କ ଏହି ଗ୍ରସ୍ତ ସମୟରେ କୁମ୍ଭାରି ଗ୍ରାମର ଗ୍ରାମବାସୀ ଗଣ ତାଙ୍କୁ ଅଭୂତପୂର୍ଣ୍ଣ ସ୍ବାଗତ ସମ୍ବର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ଗ୍ରାମର ଡାକ୍ତରଖାନା, କେନାଲ ପାଣି,ବଜାର ପ୍ରାଙ୍ଗଣ ର ଉନ୍ନତିକରଣ, ବଡ଼ ବନ୍ଧ ର ସଫେଇକରଣ, ସୋନ୍ଦର୍ୟ୍ଯିକରଣ,କଳା ଗ୍ରାମ ର ଉନ୍ନତି କରଣ, ପାର୍କ ନିର୍ମାଣ ପ୍ରମୁଖ ବିଭିନ୍ନ ସମସ୍ୟା ମାନ ଜଣାଇଥିଲେ l ମାନ୍ୟବର ବିଧାୟକ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୁ ଜଣାଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଅଷ୍ଟମ ରାତ୍ରିକାଳୀନ ସ୍ଵର୍ଗତ ବରିହା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ/ପଦ୍ମପୁର) :- ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆ ଠାରେ ନେହରୁ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ରାତ୍ରିକାଳୀନ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ସାପଲହର ଓ ଭେଉଁରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ସାପଲହର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର୍ ରେ ୮୬ ରନ ସଂଗ୍ରହ କରିଥିଲେ। ଜବାବ ରେ ଭେଉଁରିଆ ଦଳ ୭ ଓଭରରେ ୮୭ ସଂଗ୍ରହ କରି ବିଜେତା ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗା ଦେଇ ବିଜେତା ଭେଉଁରିଆ ଦଳ କୁ ନଗଦ ୩୦ ହଜାର ଟଙ୍କା ଓ ସମ୍ମାନିତ ଅତିଥି ରୂପେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଉପ ବିଜେତା ସାପଲହର ଦଳ ଦଳ କୁ ୨୦ ହଜାର ଟଙ୍କା ଓ ଉଭୟ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ସ୍ଵର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରିବା ସହ ସେ ଜଣେ କେବଳ ନା ନୂହେଁ ବ୍ରାଣ୍ଡ ଥିଲେ ବୋଲି କହିଥିଲେ l ଏହା ସହିତ ଶିକ୍ଷା ଓ କ୍ରୀଡ଼ାର ବିକାଶ ପାଇଁ ଯୁବ ସାମାଜ କୁ ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ ବୋଲି କହିବା ସହିତ ଉଭୟ ଦଳ କୁ ସ୍ୱାଗତ୍ ଜଣାଇଥିଲେ l

ବିଜେ ବାବୁ ଆମର ଲାଗି ମହାପୁରୁ ଥିଲେ :- ଲେପର୍ସି କଲୋନୀ ବାସିନ୍ଦା ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ) :- ବରଗଡ ଜିଲ୍ଲା ପଦ୍ମପୁର ସହରରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ତିତ ବାଦୀମାଲ ଲେପର୍ସି କଲୋନୀ । ଏହି କଲୋନୀ ରେ ମାତ୍ର ୧୦ ଗୋଟି ଘର ରହିଛି ।ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ନିଜର ସାନ ଭାଇ ଭୋଜରାଜ ସିଂ ବରିହା ଙ୍କୁ ସାଙ୍ଗରେ ନେଇ କ୍ଲବ୍ ଲେପର୍ସି କଲୋନୀ କୁ ପହଂଛି ଥିଲେ । ବିଧାୟିକା ଓ ତାଙ୍କର ଭାଇ ଏହି କଲୋନୀର ପ୍ରତେକ ପରିବାର କୁ ଗୋଟିଏ ଲେଖାଏଁ ଆଲମାରୀ ଓ ଗୋଟିଏ ପଙ୍ଖା ପ୍ରଦାନ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଏହି କଲୋନୀ ବାସୀ ଙ୍କୁ ସ୍ଵତନ୍ତ୍ର ଭାବରେ ଦୃଷ୍ଟି ଦେଉଥିଲେ । ଏହି କଲୋନୀ ରେ ପ୍ରତ୍ୟେକ ପରିବାର ପାଇଁ ଘର ନିର୍ମାଣ କରାଇବା ପାଇଁ ପ୍ରତକ୍ଷ ଭାବରେ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କଲୋନି ବାସିନ୍ଦା କେମିତି ଠିକ ଭାବରେ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବେ ସେଥିପ୍ରତି ସବୁବେଳେ ଯତ୍ନବାନ ରହୁଥିଲେ ସ୍ବର୍ଗତ ଶ୍ରୀ ବରିହା ।

ସ୍ବର୍ଗତ ବରିହା ଙ୍କର ବିୟୋଗ ପରେ ତାଙ୍କର ଏକ ଦଶାହ କାର୍ୟ୍ଯ ଦିନ ସ୍ବର୍ଗତ ଶ୍ରୀ ବରିହା ଙ୍କର ଫୋଟୋ ସମ୍ମୁଖରେ ଅର୍ପଣ କରାଯାଇଥିବା ନଗଦ ଅର୍ଥ କୁ ଲେପର୍ସି କଲୋନୀ ର ବାସିନ୍ଦା ମାନଙ୍କ ଉଦ୍ଧେଶ୍ୟରେ ଖର୍ଚ୍ଚ କରାଯିବାର ସ୍ବର୍ଗତ ବରିହା ଙ୍କର ପରିବାର ତରଫରୁ ନିଷ୍ପତ୍ତି ହୋଇଥିଲା । ଆଜି ସ୍ବର୍ଗତ ବରିହା ଙ୍କର ସୁପୁତ୍ରୀ ବିଧାୟିକା ବର୍ଷା ସିଂ ବରିହା ଓ ତାଙ୍କର ପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା , ସ୍ବର୍ଗତ ବରିହା ଙ୍କର ବାଲ୍ୟାବନ୍ଧୁ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ କଲୋନୀ କୁ ଯାଇ ପ୍ରତ୍ୟେକ ପରିବାର କୁ ଗୋଟିଏ ଲେଖାଏଁ ଆଲମାରୀ ଓ ଗୋଟିଏ ଲେଖାଏଁ ପଙ୍ଖା ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ଓ ନିଜର ପ୍ରିୟ ବିଜେ ବାବୁ ଙ୍କର ପରିବାର ତାଙ୍କ ପାଇଁ ଆଣିଥିବା ସାମଗ୍ରୀ ଦେଖି କଲୋନୀ ବାସୀ ଅତ୍ୟନ୍ତ ଖୁସି ଜାହିର କରିଥିଲେ । କଲୋନୀ ର ବୟସ୍କା ମହିଳା ମାନଙ୍କ ଚେହେରା ରେ ସ୍ବର୍ଗତ ବରିହା ଙ୍କର ବିୟୋଗ ରେ ରହିଥିବା ଶୋକ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହେଉଥିଲା ।ବିଧାୟିକା ଓ ତାଙ୍କର ଭାଇ ସେମାନେ ମଧ୍ୟ ତାଙ୍କ ପିତାଙ୍କ ଭଳି ଏହି କଲୋନୀ ବାସୀଙ୍କ ପାଇଁ ଆଗକୁ ମଧ୍ୟ ଯତ୍ନବାନ ହେବେ ବୋଲି କହିଥିଲେ ।

୩୦ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ।

!!! ଗୁଡ଼ାରୀ ରୁ ନୀଳାଦ୍ରି ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ଗୁଡ଼ାରୀ : ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ଗୁଡ଼ାରୀj ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବରଙ୍କ ତତ୍ବାବଧାନରେ ଏକ ଟିମ୍ ଗୁଡ଼ାରୀ ବ୍ଲକ୍ ମଧୁବନ ଗ୍ରାମ ପଞ୍ଚାୟତ ସୁକୃବାଜୁ ଗ୍ରାମ ନିକଟରୁ ୩ କ୍ୟୁଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜବତ୍ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ୨୦ ହଜାର ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉ ରେ ଜିଲ୍ଲା ର ସ୍ପେଶିଆଲ୍ ସ୍କ୍ୱାଡ୍ ଓ ଗୁଡ଼ାରୀ ପୋଲିସ ସାମିଲ ଥିଲେ ।

ଅନ୍ତଃ ରାଜ୍ୟ ବସ ସେବା ଯୋଜନାରେ ଗୁଣପୁର କୁ ସାମିଲ କରିବାକୁ ଅନୁରୋଧ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ତେଲେଙ୍ଗାନା ସରକାରଙ୍କ ନୂତନ ଯୋଜନା ରେ ଅନ୍ତଃ ରାଜ୍ୟ ବସ ସେବା ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ରେ ଗୁଣପୁର ବାସୀ ଙ୍କ ଲାଭ ଓ ସୁବିଧା ନିମନ୍ତେ ଗୁଣପୁର ଠାରୁ ହାଇ ଦ୍ରାବାଦ ଭାୟା ମାଲକାନଗିରି ଓ ଭଦ୍ରାଚାଲମ ଦେଇ ବସ ସେବା ଯୋଗାଇବା ନିମନ୍ତେ ଗୁଣପୁର ବାସୀ ଅନୁରୋଧ କରିଛନ୍ତି ।

ଗୁଣପୁର ବୈଶ୍ୟ ସଂଘ ର ସଭାପତି ଲାଡି ଈଶ୍ୱର ରାଓ , ଏସ ବାବା ପ୍ରସାଦ ପ୍ରମୁଖ , ଇପିଲି ସାବରିଶ ସମ୍ପୃକ୍ତ ବିଷୟ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ହେମା ଗମାଙ୍ଗ ଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଏହି ଉଭୟ ନେତାଙ୍କ ତେଲେଙ୍ଗାନା ର ମୁଖ୍ୟମନ୍ତ୍ରୀ ଙ୍କ ସହ ଭଲ ସଂପର୍କ ରହିଥିବା କାରଣରୁ ଉଭୟ ତେଲେଙ୍ଗାନା ଦଳର ସକ୍ରିୟ ସଦସ୍ୟ ହୋଇଥିବା ଯୋଗୁଁ ଗୁଣପୁର ବାସୀ ତେଲେଙ୍ଗାନା ସରକାରଙ୍କ ଏହି ଅନ୍ତଃ ରାଜ୍ୟ ବସ ସେବା ଯୋଜନା ରୁ ଲାଭ ପାଇ ପାରିବେ ବୋଲି ଆଶା ପୋଷଣ କରିଛନ୍ତି ।