ଅଞ୍ଚଳ ବାସୀ ଙ୍କ ମୌଳିକ ସମସ୍ୟା ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) –ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜନ ଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ବୁଧବାର ଦିନ ରାମନାଗୁଡା ବ୍ଲକର ସଭାପତି ପ୍ରିତି ଶବର, ଉପ ସଭାପତି ଶ୍ରୀ ବିନ୍ଧ୍ୟା ଶବର, ସମ୍ପାଦକ ଶ୍ରୀ ବିଜୟ କୁମାର ଗମାଙ୍ଗ, ସଂଗଠନ କର୍ମ କର୍ତ୍ତା ଶ୍ରୀ ବିଜୟଲକ୍ଷୀ ଶବର, ହରିଚନ୍ଦ୍ର ନିମାଲ , ସୁଧିର ଗମାଙ୍ଗ, ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷମାନେ ରାମନାଗୁଡ଼ା ମେଡିକାଲ ଛକ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ରେ ଆସି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅନୁପସ୍ଥିତ ଥିବାରୁ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀ ପତ୍ରରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସୁଥିବା ଯୋଗୁଁ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖାଦେଲାଣି । ତାହାକୁ ଆଖିଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରିବା ଏବଂ ଯେଉଁ ଗ୍ରାମ ଗୁଡିକରେ ଜଳ ସଙ୍କଟ ରହିଛି ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରିବାl ନିମନ୍ତେ, ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ଖୋଲାଯିବା ,, ନିଜସ୍ୱ ଘର ନିର୍ମାଣ, ପୃଥକ୍ ପାଇଖାନା ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି ସହ କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରାଇ ପୃଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଦାବୀ ଉପସ୍ଥାପନ କରିଛନ୍ତି l ଏଥିସହ ଅନ୍ୟାନ୍ୟ ରାସ୍ତାଘାଟ , ଶୋକପିଟ ଓ ଡ୍ରେନେଜ ଆଦି ନିର୍ମାଣ ଓ ମରାମତି କରାଯିବା ନେଇ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି l ଦାବୀ ପତ୍ର ପ୍ରଦାନ କରାଯିବା ନେଇ କରାଯାଇଥିବା ଶୋଭାଯାତ୍ରା ସଂଗଠନ ସଦସ୍ୟା/ ସଦସ୍ୟ ବିଜୟଲଷ୍ମୀ ଶବର, ହରିଚନ୍ଦ୍ର ନିମାଲ , ସୁଧିର ଗମାଙ୍ଗ ପ୍ରମୁଖଙ୍କ ତତ୍ଵାବଧାନରେ ପରିଚାଳନା କରାଯାଇଥିଲା l

ସିପିଆଇ ଏମଏଲ ଲିବରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର …!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡା)- ରାୟଗଡା ଜିଲ୍ଲା ରାମନାଗୁଡା ଠାରେ ସିପିଆଇ ଏମ ଏଲ ଲିବରେସନ ରାମନାଗୁଡା ବ୍ଲକ କମିଟି ପକ୍ଷରୁ ଭଗତ ସିଂ ,ରାଜଗୁରୁ, ସୁକଦେବ କଂ ୬୯ ବର୍ଷ ଶ୍ରଦ୍ଧାଞ୍ଜଳି ଦିବସ ଅବସରରେ ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା  । ଗୁଣପୁର ଉପଖଣ୍ଡ କୁ ଜିଲ୍ଲା ଘୋଷଣା କରିବା,ଗୁଲୁଣ୍ଠି ପଞ୍ଚାୟତ ର ତାମିଲ ଗୁଡା ଗାଁ ର ଆଦିବାସୀ ମାନେ ଆଜିକୁ ୫୦ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ୧୦ ଏକର ଜମି କୁ ଆଦିବାସୀ ମାନକଂ ମଧ୍ୟ ରେ ଜମି ର ପଟା ଅତିଶୀଘ୍ର ଯୋଗାଇବା,ରାମନାଗୁଡା ବ୍ଲକ ନିକଟ ତାମିଲିଗୁଡା ନାଳ ରେ ଝୁଲା ବ୍ରିଜ ଏବଂ ଲହରୀ ଗାଡା ନାଳ କୁ ଜଳପ୍ରକଳ୍ପ କରି ଚାଷୀ କୁଂ ଜଳ ସେଚନ ବ୍ୟବସ୍ଥା ଗ୍ରହଣ କରିବା, ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ଲାଉଗୁଡ଼ା ଅଞ୍ଚଳ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡିଶା ପରିସିମା ରେ ରହିଥିବା ଜମି ହଡପ କରିଛନ୍ତି ଏହାକୁ ବାହାର କରି ଲାଉଗୁଡ଼ା ଗାଁ ର ଆଦିବାସୀ ମାନକଂ ମଧ୍ୟରେ ପଟା ବଣ୍ଟନକରିବା ,ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର କାଟିକି , ପାଲିକିଡାଗଂ ,ଆଚବା ଓ ଅନାନ୍ୟ ପଞ୍ଚାୟତ ରେ ଆନ୍ଧ୍ର ଜମିଦାର ମାନେ ଆଦିବାସୀ ମାନଙ୍କ ଭୋଗ ଦଖଲ କରିଥିବା ୨୦୦ ଏକର ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରିବା ଉକ୍ତ ଜମି କୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ଉକ୍ତ ଜମି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା,ଗ୍ରାମୀଣ କ୍ଷେତ ମୁଲିଆ ମାନଙ୍କୁ ମନରେଗା ରେ କାମ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟକାଂ ମଜୁରୀ ଯୋଗାଇବା ,ରେସନ୍ କାର୍ଡ ଧାରିଣଂ ଖାଦ୍ୟ ସୁରକ୍ଷା ଆଇନ ରେ ୫୦ କେଜି ଚାଉଲ ଓ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ଯୋଗାଇ ଦେବା,ଗୋଗୁପାଚୁ ପଞ୍ଚାୟତ ର କେରାଣ୍ଡି ଗୁଡା ଠାରେ ଭାଙ୍ଗି ଯାଇଥିବା ବ୍ରିଜ କୁ ଅତି ଶୀଘ୍ର ମରାମତି କରିବା,ରାମନାଗୁଡା ବ୍ଲକ ରେ ଜବ କାର୍ଡ ଧାରି ମାନକଂ ଖାତା କୁ ଠିକାଦାର ମାନେ ପୋଷ୍ଟାଲ ଓ ଅନାନ୍ୟ ବ୍ଯାଙ୍କ ଗୁପ୍ତ ଖାତା କରି ଟକାଂ ଠକୁଛନ୍ତି।

ଏହା ତଦନ୍ତ କରି ଦୋଷୀ ମାନକଂ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜଗଂଲ ଅଧିକାର ଆଇନ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବଦଂ କରିବା ସହ ୨୦୨୦ ଜଗଂଲ ସଂରକ୍ଷଣ ଆଇନ ପ୍ରତ୍ୟାହାର କରିବା,୨୦୨୨ ମସିହା ର ବିଦ୍ୟୁତ ଆଇନ କୁ ରଧ୍ୟ କରିବା ସହ ଘାଇସ ର ଦରଦାମ ବୃଦ୍ଧି ରଦ୍ଧ କରିବା , ରାମନାଗୁଡା ତହସିଲ ଏରିଆ ର ରାଜସ୍ବ ନିରୀକ୍ଷକ ଓ ଅମିନକଂ ଦ୍ଵାରା ଆଦିବାସୀ ମାନଙ୍କ ଦଖଲ ଥିବା ଜମି କୁ ଚିହ୍ନଟ କରିବା ପାଇଁ ମାସିକ ୧୫ ଦିନ ସର୍ବେ କରାଯିବା, ସୌରା ଭାଷା ଓ ଲିପି କୁ ସମ୍ବିଧାନି ଅଧିକାର ଦେବା,ରାମନାଗୁଡା ବ୍ଲକ ରେ ଆଦିବାସୀ ମାନଙ୍କ ପାଇଁ ଟିଡିସିସି କେନ୍ଦ୍ର ଖୋଲି ଜଗଂଲଜାତ ଦ୍ରବ୍ୟ ମହୁଲ ,ତେନ୍ତୁଳି ,ଝୁଣା – ଛାଞ୍ଚୁଣି କିଣିବା ବ୍ୟବସ୍ଥା କରିବା, ରାମନାଗୁଡା ରେ ବସଷ୍ଟାଣ୍ଡ ସମ୍ପୁର୍ଣ୍ଣ କରିବା ସହ ଶୌଚାଳୟ ତିଆରି କରିବା ଭଳି ୧୮ ଟି ଦାବି ସମ୍ପର୍କିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ପ୍ରଦାନ କରାଯାଇଥିଲା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କ ବଦଳ ରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କୁ ପ୍ରଦାନ କରିଥିବା ବେଳେ ତହସିଲଦାର ଙ୍କ ସହିତ ସିପିଆଇ ଏମଏଲ ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ତ୍ରିପତି ଗମାଙ୍ଗ ଏବଂ ତାଙ୍କ ସହଯୋଗୀ ମାନେ ରାମନାଗୁଡା ବ୍ଲକ ର ଆନ୍ଧ୍ର ଓଡ଼ିଶା ସୀମାନ୍ତ ଲାଉଗୁଡ଼ା ଠାରେ ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶ ସରକାର ମନରେଗା ରେ ପୋଖରୀ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ସମୟରେ ବନ୍ଦ କରିବା ଓ ଜଙ୍ଗଲଜମି, ଘର ଢିହ ପଟ୍ଟା ,ଆଦିବାସୀ ଙ୍କ ଜମି କୁ ଅଣଆଦିବାସୀ ଲିଜ ଆକାର ରେ ନେଇ ଜମି ଅତିଆର କରିବା ଭଳି ବିଷୟରେ ଆଲୋଚନା କରିଥିଲେ ,ସିପିଆଇ ଏମଏଲ ଲିବରେସନ ର ଦାବି ନେଇ ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜମି ସମ୍ପର୍କିତ ମାମଲା ଖୁବଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବୃନ୍ଦାବନ ବିଡିକା ,ଅନାସିମ ଶବର , ସମ୍ଭରା ଶବର , ମୋଜେସ ଶବର , ଦାସୁରୁ ବିଡିକା , ରମେଶ ବିଡିକା , ରାମଦାସ ନିମାଲା , ଶରତ ଶବର , ସନିଆ ଶବର , ମେଦିରି ଗରଡିଆ – ଲୋକନାଥ ନାଉରି ,ଆଚାନା ମଣ୍ଡାଙ୍ଗିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।

ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ରେ ଅମୃତ ଭାରତ ୟୁବା ମୋହତ୍ସବ ପାଳିତ  ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ସ୍ଥାନୀୟ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ରେ ଅମୃତ ଭାରତ ୟୁବା ମୋହତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଅଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ , ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଉକ୍ତ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖୋଲିକୋଟ ବିଶ୍ବ ବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ଡାଃ ମନ୍ମଥ ପାଢୀ ଏବଂ ମେଡିକାଲ କଲେଜ ର ସହକାରୀ ପ୍ରଫେସର ଡ଼ା: ସତ୍ୟଜିତ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।କୋରାପୁଟ ମେଡିକାଲ କଲେଜ ପ୍ରଫେସର ଡ଼ା: ମନୋଜ କୁମାର ଜେନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ର ବିଶେଷତ୍ଵ ବିଷୟରେ ଦିଗ୍ଦର୍ଶନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ପ୍ରିନ୍ସିପଲ୍ ଡଃ.ପ୍ରlକାଶ ଚନ୍ଦ୍ର ସେନାପତି , ପ୍ରଫେସର ଡଃ.କାହ୍ନୁ ଚରଣ ପାଣିଗ୍ରାହୀ , ପ୍ରାଧ୍ୟାପକ ଜଗଦୀଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା । ପରେ ଏକ ବୈଠକ ମାଧ୍ୟମରେ ଅନୁଷ୍ଠାନ ର ବିବରଣୀ ଆଲୋଚନା ହୋଇଥିଲା । ପ୍ରିନ୍ସିପାଲ ଡ: ପ୍ରକାଶ ସେନାପତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ କୁ ସୁଶ୍ରୀ ଚନ୍ଦ୍ରିକା କୁମାରୀ ଏବଂ ସୁଶ୍ରୀ ମହାଲକ୍ଷ୍ମୀ ଦାସ ସଂଯୋଜନା କରିଥିଲେ । ବୈଠକ ଶେଷରେ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସହ ପ୍ରିନ୍ସିପଲ୍ ଡ: କାହୁଁ ଚରଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଆ ସିନେ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ହୋତା ଯୋଗ ଦେଇ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ଏବଂ ଶ୍ରୋତାବନ୍ଧୁ ଙ୍କୁ ସଙ୍ଗୀତରେ ମତୁଆଲା କରିଥିଲେ । ଏହା ସାଙ୍ଗକୁ ଡି ଯେ ୱାସିମ୍ ଙ୍କ ଉପସ୍ଥିତି ସମସ୍ତ ଦର୍ଶକଙ୍କୁ ଝୁମେଇ ଥିଲା ।ଏହି କାର୍ଯ୍ୟକ୍ରମକୁ ପ୍ରିୟଙ୍କା ପାଢି, ଅନୁପମ ସାହୁ,ଅନୁପ ଦାସ,ସୌମ୍ୟ ବିଶ୍ବାଳ, ବି.ଚନ୍ଦ୍ରିକା ,ଅର୍ଚ୍ଚନା ଚାନ୍ଦ, ସୁଜାତା ନାୟକ, ମହାଲକ୍ଷ୍ମୀ ଦାସ , ଶାଶ୍ଵତୀ ବେହେରା, ଲୋହା ବାଉରୀ, ଚୈତନ୍ୟ ପ୍ରଧାନ, ଅଭିଳାଷ ଦାସ, ଜନ୍ମେଜୟରାମ ଆଚାର୍ଯ୍ଯ, ସୌମୀତ୍ରି ସାହୁ, ବିସ୍ମିତା ଶବର, ରାଜିବ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି, ପ୍ରଫୁଲ୍ଲ ପଟ୍ଟନାୟକ, ବାବୁଲା ଦାସ, ବିଷ୍ଣୁ ରଥ, ଦେବେନ୍ଦ୍ର ମିଶାଲ,ରବି ଗୌଡ,ଜୁଜା ବିଡିକା,ଅଭି ବେହେରା,ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ।

ମନ୍ତ୍ରୀଙ୍କୁ ଭେଟିଲେ ରାୟଗଡ଼ା ଜିଲ୍ଲା ଜନ ପ୍ରତିନିଧି …!

ଏଥର ସମ୍ଭାଳ ବ୍ୟୁରୋ ଭୁବନେଶ୍ୱର – ରାୟଗଡା ଜିଲ୍ଲା ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା ଏବଂ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ମନ୍ତ୍ରୀ ଜଗନ୍ନାଥ ସରକା ବିଜୁ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,କାଶିପୁର ବିଧାୟକ ମକରନ୍ଦ ମୁଦୁଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତି ରଞ୍ଜନ ଘଡାଇ ଏବଂ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଙ୍କ ସହ ଭୁବନେଶ୍ୱର ଠାରେ ସାକ୍ଷାତ କରି ଦାବୀ ଉପସ୍ଥାପନା କରି ଆଲୋଚନା କରିଛନ୍ତି ।ନୂତନ ଗ୍ରାମ୍ୟ ରାସ୍ତା ନିର୍ମାଣ ସହ ବିଜୁ ସେତୁ ଯୋଜନାରେ ପ୍ରସ୍ତାବିତ ସେତୁ ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିନିଧି ମାନଙ୍କୁ କହିଛନ୍ତି ।

ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଣପୁର ଠାରୁ ନାଇରା କର୍ଣ୍ଣପାଡୁ ଠାରେ ବଂଶଧାରା ନଦୀ ଉପରେ ସେତୁ ନିର୍ମାଣର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗୁଡ଼ାରୀ ବ୍ଲକ୍ ର ପଙ୍କ ବାଡ଼ି,ଗୁରୁଡ଼ି ,ଦୁମୁରୁନେଲି, କର୍ତଲି,ଚକରପଦା, ଝୁରୁଡ଼ି,ମୂତୁକୁନି ଏବଂ ରାମାନାଗୁଡ଼ା ର ଗାଜିଲିଗୁଡ଼ା ଗ୍ରାମକୁ ରାସ୍ତା ନିର୍ମାଣ ସହ ଅମଦିଂ ନିକଟରେ ସେତୁ ନିର୍ମାଣ ନେଇ ଅବଗତ କରିଛନ୍ତି ।ସେହିଭଳି ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଷମକଟକ- ଡୁକୁମ୍, ରଘୁବାରି – ଦୀମିରିଗୁଡ଼ା କନ୍ଧମାଳ ସୀମାନ୍ତ, ଭାତପୁର – ଡଙ୍ଗର ବଲାଙ୍ଗୀର , ହୃଷିଖମ୍ବା – କୁରୁଜୁଗୁଡ଼ା,ତେଲେଙ୍ଗା ପଦର୍ ପର୍ଯ୍ୟନ୍ତ ରାସ୍ତା ,କୋଲନାରାରୁ ଏମ ଏଲ୍ ଏ ଗୁଡା,ପୂଜାରିଗୁଡ଼ରୁ କଲ୍ୟାଣ ସିଂପୂର୍ – ସାଜା, ବିଷମକଟକ ର ଡମ୍ବକୁପା – ଜଗନ୍ନାଥପୁର,ସେତୁ ନିର୍ମାଣ ନିମନ୍ତେ ମଧ୍ୟ ଲିଖିତ ଭାବେ ଦାବୀ ଉପସ୍ଥାପନା କରାଯାଇଛି । ପ୍ରତିନିଧି ଦଳର ଏହି ସାକ୍ଷାତ ରାୟଗଡ଼ା ଜିଲ୍ଲା ର ଉନ୍ନତୀ ଦିଗରେ ଏକ ମାଇଲ ଖୁଣ୍ଟ ହେବ ଏଥିରେ ଦ୍ଵୀମତ ନାହିଁ ।

ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିଲେ ଦୁଇ ବିଧାୟକ ଓ ଜିଲ୍ଲା ବିଜେଡ଼ି ସଭାପତି  ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର): ରାୟଗଡା ଜିଲାର ଡାକ୍ତର ସମସ୍ୟା ସହ ମୂଖ୍ୟତଃ ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ଖାଲିଥିବା ଭେଷଜ ଓ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ଗୁମୁଡ଼ା ନ୍ୟୁ ପିଏଚସି ସ୍ଥାପନ ,ପୁଟାସିଂ ,ରଘୁବାରୀ , ଦିଡିମିରିଗୁଡା, ପାରଶାଳୀରେ ହେଲଥ ବେଲନେସ ସେଣ୍ଟର ସ୍ଥାପନ ଉପରେ ଆଜି ସଚିବାଳୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲା ବିଜେଡି ସଭାପତି ସୁଧିର କୁମାର ଦାଶ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଳି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଲିଖିତ ଜଣାଇଥିଲେ। ଆଗାମୀ ସେପ୍ଟେମ୍ବର ସୁଦ୍ଧା ଗୁଣପୁର ହାସପାତଳର ଡାକ୍ତର ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ଵାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।ଗୁଣପୁର ଠାରେ ୧୯ କୋଟି ଏବଂ କାଶିପୁର ଠାରେ ୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କୋଠା ପାଇଁ ଯଥାଶୀଘ୍ର ଟେଣ୍ଡର ଆହ୍ବାନ କରିବାକୁ ମଧ୍ୟ ଏହି ପ୍ରତିନିଧିଦଳ ସଚିବଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।

ଶହୀଦ ଙ୍କ ପରିବାରକୁ ଘରଵାରୀ ପଟ୍ଟା ପ୍ରଦାନ ।

!!! ରାମନାଗୁଡା ରୁ ଶୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) : ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ସହୀଦ ଆନନ୍ଦ ମାଣ୍ଡାଙ୍ଗି ପରିବାର କୁ ସରକାରୀ ନିୟମ ଅନୁଯାୟୀ ରାମନାଗୁଡା ତହସିଲ ଅନ୍ତର୍ଗତ ପାରୀକ୍ଷିତି ମୌଜା ର ଖାତା ନମ୍ବର ୪୨/୩୮୯ ,ପ୍ଲଟ ନମ୍ବର ୨୯୯/୭୮୧ ରେ ୦.୧୦ ଏକର ଜମି ର ଘରଵାରୀ ପଟ୍ଟା ସହୀଦ ଆନନ୍ଦ ମାଣ୍ଡାଙ୍ଗି ଙ୍କ ପତ୍ନୀ ରଜନୀ ମାଣ୍ଡାଙ୍ଗି ଙ୍କୁ ପ୍ରଦାନ କରାଯାଇଛି ।
ସୂଚନା ଥାଉକି ଶହୀଦ ଆନନ୍ଦ ମାଣ୍ଡାଙ୍ଗି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଂଚାୟତ ର ଢେପାଗୁଡ଼ା ଗ୍ରାମ ରେ ୧୯୮୫ମସିହା ମେ ୩ ତାରିଖ ଜନ୍ମ ଗ୍ରହଣ କରିଥିଲେ , ସହୀଦ ସ୍ବର୍ଗତ ମାଣ୍ଡାଙ୍ଗି ଦେଶ ସେବା ରେ ନିଜକୁ ନିୟୋଜିତ କରିବା ଲକ୍ଷ୍ୟ ନେଇ ୨୦୦୮ମସିହା ଫେବୃଆରୀ ୪ ତାରିଖରେ ପୁଲିସ ବିଭାଗରେ ଏସପିଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏମିତି ଯେ ପୋଲିସ ବିଭାଗ ରେ ରହି ଦେଶ ସେବା କରିବା ପାଇଁ ତାଙ୍କୁ ଆଉ ସୁଯୋଗ ମିଳିଲା ନାହିଁ ୨୦୦୯ ମସିହା ନଭେମ୍ବର ମାସ ୧୦ ତାରିଖ ଦିନ ରାତି ପ୍ରାୟ ୧୧ଘଣ୍ଟା ୩୦ମିନିଟ ସମୟରେ ତାଙ୍କ ପାଇଁ କାଳ ରାତ୍ରୀ ଥିଲା ,ପାଣ୍ଡ୍ରତୋଳା ଗ୍ରାମରେ ବିଶ୍ରାମ ନେବା ସମୟରେ ମାଓବାଦୀଙ୍କ ଗୁଳି ର ଶିକାର ହୋଇଥିବା ବେଳେ ଦୀର୍ଘ ୧୩ ବର୍ଷ ପରେ ସହୀଦ ଆନନ୍ଦ ମାଣ୍ଡାଙ୍ଗି ଙ୍କ ପରିବାର ଘର ଖଣ୍ଡିଏ କରି ସେଠାରେ ବାସ କରିବା ନିମନ୍ତେ ରାମନାଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଘରଵାରୀ ପଟ୍ଟା ପ୍ରଦାନ କରିଥିବାରୁ ପରିବାର ଲୋକେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ,ଏହି ସମୟରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳ, ସୁପରଭାଇଜର ଶରତ ଆନନ୍ଦ, ଅମିନ ରାମଲତା ମାଣ୍ଡାଙ୍ଗି, ରୀନା ବାଉରୀ ପ୍ରମୁଖ ଙ୍କ ସମେତ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଚିକିତ୍ସାଳୟ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ଅଞ୍ଚଳବାସୀ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଦୀର୍ଘ ବର୍ଷ ସମୟ ଧରି
ଗୁଣୁପୁର ଉପଖଣ୍ଡ ର ସ୍ଥାୟୀ ଡାକ୍ତର ସମସ୍ୟା ଲାଗି ରହିଛି । ଗୁଣୁପୁର ସଦର ହସ୍ପିଟାଲ ସବ ଡିଭିଜନ ର ମାନ୍ୟତା ପାଇବା ପରେ ମଧ୍ୟ ଏଥି ପ୍ରତି କୌଣସି ଗୁରୁତ୍ୱ ନ ଦେବା ଯୋଗୁଁ ଏଠାରେ ୧୯ ଜଣ ଡାକ୍ତର ଙ୍କ ବଦଳରେ ଏଠାରେ ଅଛନ୍ତି ଚାରି ।ସିନିୟର ମେଡ଼ିକାଲ ଅଫିସର ୨, ଦନ୍ତବିଶେଷଜ୍ଞ , ଅର୍ଥପେଡିକ, ଅନାସ୍ଥେସିଆ,ସର୍ଜରି,ଶିଶୁରୋଗ,ଭେଷଜ, ରକ୍ତଭଣ୍ଡାର ଆଦି ବିଶେଷଜ୍ଞ ଡାକ୍ତର ପଦବୀ ଗୁଡିକ ବର୍ଷ ବର୍ଷ ଧରି ଖାଲିପଡିଛି।ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନ,ଏବଂ ଜିଲା ଚିକିତ୍ସାଧିକାରୀଙ୍କୁ ବହୁବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଲ୍ୟାବ ଟେକ୍ନିସିଆନ ୭ ରହିବା ସ୍ଥଳେ ମାତ୍ର ୩ ଜଣ ରହିଛନ୍ତି। ରକ୍ତ ଭଣ୍ଡାର ଏବଂ ପାଥୋଲୋଜି ୨ ବିଭାଗ ପରିଚାଳନା ରେ ସମସ୍ୟା ଦେଖାଦେଇଛି।ଏକ୍ସରେ ନିମନ୍ତେ ୩ ଜଣ ଆବଶ୍ୟକ ଥିବାବେଳେ ମାତ୍ର ଜଣେ ଏଠାରେ ରହି କାର୍ଯ୍ୟ ତୁଲାଉଛନ୍ତି। ସେହିଭଳି ଷ୍ଟାଫ ନର୍ସ ୩୮ପଦବୀ ଆବଶ୍ୟକ ଥିବାବେଳେ ୨୩ ଜଣ ରହିଛନ୍ତି। ସେଥି ମଧ୍ୟରୁ ୮ଜଣଙ୍କୁ ଅନ୍ୟତ୍ର ଡେପୁଟେସନ କରାଯାଇଛି। ଯଦ୍ୱାରା ମାତ୍ର ୧୫ ଜଣ ଷ୍ଟାଫ ନର୍ସ ଏଠାରେ କାର୍ଯ୍ୟରତ ଅଛନ୍ତି।ଏଭଳି ବିଭିନ୍ନ ପଦବୀ ଗୁଡିକ ଖାଲି ପଡ଼ିଥିବାରୁ ଉପଯୁକ୍ତ ରୋଗୀସେବା ପାଇବାରେ ଲୋକେ ବଞ୍ଚିତ ରହୁଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସହର ବାସୀଙ୍କ ସମେତ ବ୍ଲକ୍ରର ୧୯ ଟି ପଞ୍ଚାୟତ, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡା ବ୍ଲକ ଏବଂ ପଡୋଶୀ ସୀମାବର୍ତୀ ଅଞ୍ଚଳ ବାସୀ ନିର୍ଭରଶୀଳ ରହୁଥିବା ବେଳେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହୋଇ ପଡୁଛି। ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।ଏପରିକି ଜରୁରୀ କାଳୀନ କ୍ଷେତ୍ରରେ ଊପଯୁକ୍ତ ଡାକ୍ତରୀ ସେବା ନ ପାଇ ଲୋକେ ମୃତ୍ୟୁବରଣ କରୁଥିବା ନଜିର ରହିଛି। ଗୁଣୁପୁର ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନିକ ଅଧିକାରୀ ଙ୍କ ବିଫଳତା ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରୁନି ଏହି ସମସ୍ୟା ର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ କନ୍ୟାକପରମେଶ୍ୱରୀ ମନ୍ଦିର ରେ ଏକ ସର୍ବ ଦଳୀୟ ନେତା, ଗୁଣୁପୁର ର ସମସ୍ତ ବୁଦ୍ଧିଜୀବୀ, ସାମ୍ବାଦିକ, ନିର୍ବାଚିତ ପ୍ରତିନିଧି ଏବଂ ଯୁବ ବର୍ଗ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣୁପୁର ସଦର ହସ୍ପିଟାଲ କୁ ୫- ଟି ଯୋଜନା ରେ ସାମିଲ ଏବଂ ଭିତିଭୂମି ପାଇଁ ପ୍ରାୟ କୋଡିଏ କୋଟି ର ଆର୍ଥିକ ସହାୟତା ରାଶି ଦେଇ ଥିବାରୁ ବୈଠକ ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ଵାସ୍ତ୍ୟ ସଚିବ ଶାଳିନୀପଣ୍ଡିତ ଏବଂ ୫- ଟି ସଚିବ ଭି.କେ.ପାଣ୍ଡିଆନ ଙ୍କୁ
ଧନ୍ୟବାଦ ଦିଆଯାଇଥିଲା । ଏହି ବୈଠକ ରେ ସ୍ଥାୟୀ ଡାକ୍ତର ତୁରନ୍ତ ନିଯୁକ୍ତି ପାଇଁ ଏକ କମିଟି ଗଠନ କରାଯାଇ ଥିଲା ଏବଂ ଏହି କମିଟି ଏ ବାବଦରେ ଆଗାମୀ ୧୮ ତାରିଖ ଦିନ ଗୁଣପୁର ଉପଜିଲ୍ଲାପଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ , ୫- ଟି ସଚିବ ଭି କେ ପାଣ୍ଡିଆନ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଙ୍କୁ ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସବୁ ନାହିଁର ଗାଁ କେଶରପାଡି ; ଜିଲ୍ଲା ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ପଡ଼ିବ କେବେ…?

ଏଥର ସମ୍ଭାଳ ବ୍ୟୁରୋ (ମୁନିଗୁଡ଼ା) – ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ଶିବପଦର ପଞ୍ଚାୟତର କେଶରପାଡି ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଥମେ ଗ୍ରାମ ପ୍ସଞ୍ଚାୟତ ଠାରୁ ନେଇ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଯାଇ ଗୁହାରି କରିଥିଲେ।କିଛି ଲାଭ ନହେବାରୁ ସ୍ଥାନୀୟ ସାମାଜିକ କର୍ମୀ ସାମ୍ବାଦିକ କ୍ଷମାଶାଗର ଦାସଙ୍କୁ ଭେଟି ସହାୟତା ମାଗିଥିଲେ।ଗ୍ରୀଷ୍ମଋତୁରେ ପାନୀୟ ଜଳର ଉତ୍କଟ ଅଭାବକୁ ସାମାଜିକ କର୍ମୀ ଶ୍ରୀଯୁକ୍ତ ଦାସ ଅନୁଭବ କରି ବ୍ଲକ ପ୍ରଶାସନର ବିଭାଗୀୟ ଅଧିକାରୀଙ୍କୁ ଭେଟି ଗାଁର ଜଳକଷ୍ଟ ଅବଗତ କରାଇଥିଲେ।ଆଜି ପୂର୍ବାହ୍ନରର ପାନୀୟ ଜଳ ଯୋଗାଣ (RWS) ଯନ୍ତ୍ରୀ ରମେଶ ମିଞ୍ଜି ଓ ଏ ଆଇ କେମସ ସଭାପତି କୁନେନ୍ଦ୍ର ଜାଲିକାଙ୍କ ସହ ଶ୍ରୀଯୁକ୍ତ ଦାସ କେଶର ପାଡି ଗାଁରେ ପହଞ୍ଚି ପାନୀୟ ଜଳ ସମସ୍ୟାକୁ ଦେଖିବା ସହ ଏହାର ଆଶୁ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।ଆସନ୍ତା ୩ ଦିନ ଭିତରେ ପୁରୁଣା ନଳ କୂପକୁ ପୁନରୁଦ୍ଧାର କରି ପାନୀୟ ଜଳ ଯୋଗାଣ ଚାଲୁ କରିବା ପାଇଁ ଯନ୍ତ୍ରୀ ଶ୍ରୀଯୁକ୍ତ ମିଞ୍ଜ ପ୍ରତିଶ୍ରୁତି ଦେଇଛନ୍ତି ।ଏବେ ଗାଁର ଲୋକେ ନଦୀରୁ ଦୂଷିତ ପାଣି ପିଇ ଜିବନ ଯାପନ କରୁଛନ୍ତି।ଏଣୁ ଯଥାଶୀଘ୍ର ପାନୀୟ ଜଳ ବ୍ୟବସ୍ଥା ଯୋଗାଇ ଦେବାକୁ ଶ୍ରୀଯୁକ୍ତ ଦାସ ବିଭାଗୀୟ ଅଧିକାରୀଙ୍କୁ ବିନମ୍ର ନିବେଦନ କରିଥିଲେ।ଏହି ଗାଁକୁ ଯିବା ଅବସରସରେ ଦେଖିବାକୁ ମିଳିଥିଲା ଗାଁର ଦୁସ୍ଥ ଚିତ୍ର ଆଉ ଚରିତ୍ର ସବୁକୁ। ଏହି ଗାଁରେ ଗମନାଗମନ ନିମନ୍ତେ ରାସ୍ତା,ବିଦ୍ୟାଳୟ,ପାନିୟ ଜଳ, ବିଜୁଳି ଭଳି ବହୁ ସମସ୍ୟା ଦେଖିବାକୁ ମିଳିଥିଲା।ସବୁ ନାହିଁର ଗାଁ ଯେପରି କେଶରପାଡି।ସ୍ବାଧୀନତାର ସାତ ଦଶନ୍ଧି ପରେ ଆମେ ଆଜି ଅମୃତ ମହୋତ୍ସବ ମନାଉଥିବା ବେଳେ ଆମ ଦେଶର ଆତ୍ମା ଆମ ଗାଁର ବିକଳ ଚିତ୍ରକୁ ଆମେ ଭୁଲିଯାଉଛେ କିପରି।ଆଉ କେବେ ସୁଧୁରିବ କେଶରପାଡି ଭଳି ପାହାଡ଼ି ଗାଁର ଭାଗ୍ୟ ଆଉ ଭବିଷ୍ୟ।ଗାଁ ଲୋକେ ସରକାରଙ୍କୁ ଅଭିମାନ ଭରା କଣ୍ଠରେ କହିଥିଲେ ଆମେ ଡଙ୍ଗରିଆ କନ୍ଧ ଆଦିବାସୀ ହୋଇ ଥିବାରୁ ସରକାରଙ୍କ ଆମ ପ୍ରତି ନିଘା ନାହିଁ କି ଆମେ ସରକାରୀ ଯୋଜନା ଯାଣି ପାରୁନାହୁଁ ।ଏଣୁ କେଶର ପାଡି ଗାଁକୁ ସାଧାରଣ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଗାଁ ଲୋକେ ଦାବି କରିଛନ୍ତି । ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରକାଶ କରଶିକାଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସରପଞ୍ଚ କୋୖଣସି ଏକ କାମରେ ବାହାରେ ଅଛନ୍ତି ବୋଲି କହିଥିଲେ ଓ ଏହିସବୁର ସ୍ଥାୟୀ ସମାଧାନ କରିବା ପାଇଁ କହିଥିଲେ।

ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ସଫଳ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁରରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଷ୍ଟେରିଙ୍ଗ ଛାଡ଼,ଚକା ବନ୍ଦ ଆନ୍ଦୋଳନ ୯ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି। ଏହାର ପ୍ରଭାବ ଗୁଣପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ସଭାପତି ସନ୍ତୋଷ କୁମାର ନାୟକ, ଉପସଭାପତି ସଲମାନ୍ ଶବର, ସମ୍ପାଦକ ଦେବବ୍ରତ ପାଢ଼ୀ ନେତୃତ୍ୱରେ ଆଜି ସକାଳ ୮ ଘଣ୍ଟା ସମୟ ଠାରୁ ସ୍ଥାନୀୟ ସହରର ବାଇପାସ୍ ଓ ଏସ୍.ପି ଗୁଡ଼ା ଛକ ଠାରେ ଶତାଧୂକ ଡ୍ରାଇଭର ମାନେ ଏକତ୍ରିତ ହୋଇ ନାରାବାଜି ଦେଇ ଧର୍ମଘଟ କରୁଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ମୋଟର ସାଇକେଲ ଓ ଘରୋଇ କାର ଛଡା ଆଉ କୌଣସି ଗାଡି ଯାତାୟାତ କରୁନଥିବା ଦେଖିବାକୁ ମିଳିଛି। ସରକାରୀ ବସ୍ ଯାତାୟାତ କରୁଥିବା ବେଳେ ତାଙ୍କୁ ମଧ୍ଯ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଏଠାରୁ ବ୍ରହ୍ମପୁର, ଭୁବନେଶ୍ବର, ବିଶାଖାପାଟଣା, ଯାଉଥୁବା ବସ୍ ଆଜି ଚକା ଜାମ ସହିତ ଯାତାୟାତ ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ଅଟୋ କିମ୍ବା ବସ୍‌ ଅପେକ୍ଷା କରି କରି ନିରାସରେ ଫେରୁଥିବା ଦେଖିବାକୁ ମିଳିଛି। ସ୍କୁଲ୍ ଓ ମେଡ଼ିକାଲ ପାଇଁ ଯାଉଥିବା ଅଟୋ ଯିବା ଆସିବା କରୁଥିବା ବେଳେ ସେମାନଙ୍କୁ ସ୍ବତନ୍ନ ପ୍ରମାଣ ଦେଖୁଲା ପରେ ଛାଡୁଥିବା ଦେଖିବାକୁ ମିଳିଛି। ସରକାର ସେମାନଙ୍କର ୯ ଦଫା ସମ୍ବଳିତ ଦାବି ପୂରଣ ନ କଲେ ଆନ୍ଦୋଳନରୁ ଓହରି ନ ଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରି ସୂଚନା ଦେଇଛନ୍ତି। ୯ ଦଫା ଦାବି ମଧ୍ୟରେ ଦୁର୍ଘଟଣା ଜନିତ ବିମା ରାଶି ଲାଗୁ କରିବା ୫୫ ବର୍ଷ ପରେ ପେନସନ ସୁବିଧା, ସ୍ଵତନ୍ତ୍ର ଡ୍ରାଇଭର ମାନଙ୍କ ନିମନ୍ତେ ଆଇନ ତିଆରି କରାଯାଉ, ୧୦୦ କିଲୋ ମିଟର ଅନୁରରେ ପାକିଂ ଓ ବିଶ୍ରାମ ସୁବିଧା, ହଇରାଣ ଡ୍ରାଇଭର ରାଜ୍ ରାସ୍ତାରେ ଡ୍ରାଇଭର ମାନଙ୍କୁ କରା ନ ଯାଉ, ଆବାସ ଯୋଜନାରେ ମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉ, ଡ୍ରାଇଭର ମାନଙ୍କର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଡ୍ରାଇଭରମାନଙ୍କ ନିମନ୍ତେ ଲାଇସେନ୍ସ ପାଇଁ ୧୫ ହଜାର ପରିବର୍ତ୍ତେ କମ୍ ମୂଲ୍ୟ ଧାର୍ଯ୍ୟ କରାଯାଉ, ଯେହେତୁ ସମସ୍ତେ ଗରିବ ଶ୍ରେଣୀର ଅଟନ୍ତି, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ଦିଆଯାଉ ଏହି ଭଳି ୯ ଦଫା ସମ୍ବଳିତ ଦାବି ନେଇ ଆନ୍ଦୋଳନକୁ ଉଲ୍ଲେଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଡ୍ରାଇଭର ସଂଘର ସଭାପତି। ଏହି ଗାଡି ଚଳାଚଳ ବନ୍ଦ ଧର୍ମଘଟ ଯୋଗୁଁ ଅନେକ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।ଡ୍ରାଇଭର ସଂଘରର ଷ୍ଟିଅରିଂ ଛାଡ ଧର୍ମଘଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢୀ । ଆଲୋଚନା ମାଧ୍ୟମରେ ସବୁ ଦାବି ସରକାର ସମାଧାନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ । ଡ୍ରାଇଭର ସଂଘ ସହ ପୂର୍ବରୁ ବି ଆଲୋଚନା ହୋଇଛି ଓ ଆଗକୁ ବି ବସି ଆଲୋଚନା ଜରିଆରେ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଉଷା ପାଢୀ ।

ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଂଘର ଯାହା ଦାବି ରହିଛି ସେଗୁଡିକ କମିଟିରେ ଆଲୋଚନା କରାଯିବ । ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚକ ଅଖ ବନ୍ଦ ସହ ଧାରଣା ସଫଳ…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ସମଗ୍ର ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ୧୦ ଦଫା ଦାବି ସମ୍ପର୍କରେ ଆଜି ଠାରୁ ତିନି ଚକିଆ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ଡ୍ରାଇଭର ମହାସଂଘ ନିଷ୍ପତ୍ତି କ୍ରମେ ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ଚକ ଅଖ ବନ୍ଦ କରିବା ନିମନ୍ତେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଡ୍ରାଇଭର ମାନେ ଡ୍ରାଇଭର ମାନଙ୍କ ସୁରକ୍ଷା ସହ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଲାଗୁ କରିବା,ପ୍ରତ୍ୟେକ ୧୦୦ କିଲୋମିଟର ରେ ପାର୍କିଂ ବ୍ୟବସ୍ଥା ସହିତ ବିଶ୍ରାମ ନିମନ୍ତେ ଆଶ୍ରୟ ସ୍ଥଳୀ , ୫୫ ବର୍ଷ ବୟସ ପରେ ଭତ୍ତା ଲାଗୁ କରିବା,ଦୁର୍ଘଟଣା ରେ ମୃତ୍ୟୁ ହେଲେ ୨୦ ଲକ୍ଷ୍ ଟଙ୍କା ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ୍ୟ ଟଙ୍କା ର ସହାୟତା ରାଶି ପ୍ରଦାନ ଓ ଚିକିତ୍ସା ପାଇଁ ୫ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ସ୍ୱତନ୍ତ୍ର ସୁରକ୍ଷା ଆଇନ ,ଆଇନ ଆଳରେ ପୋଲିସର ଅକଥନୀୟ ଅତ୍ୟାଚାର,ପରିବହନ ବିଭାଗ ର ବିଭିନ୍ନ କାର୍ଯ୍ୟ ରେ ଦେୟ ପ୍ରତି ରିହାତି ତା ସହିତ ଡ୍ରାଇଭର ମାନଙ୍କୁ ଯୋଦ୍ଧା ର ମାନ୍ୟତା, ଡ୍ରାଇଭର ମାନଙ୍କ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଲାଗୁ କରିବା, ଜନ ସାଧାରଣ ଙ୍କ ରାସ୍ତା ରୋକ ସମୟରେ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ଆଦି ଦାବି ରହିଛି ।

ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୨୦୨୧ ମସିହା ଅକ୍ଟୋବର ମାସ ୧୮ ତାରିଖରେ ନବୀନ ନିବାସ ଡ୍ରାଇଭର ମହାସଂଘ ପକ୍ଷରୁ ଘେରାଉ କରାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସ ମଧ୍ୟରେ ଦାବି ଗୁଡିକ ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ସେମାନଙ୍କ ର ଦାବି ଗୁଡିକ ରାଜ୍ୟ ସରକାର ପୂରଣ କରି ନଥିଲେ , ସେଥିପାଇଁ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରଖିବା ସହିତ ଚକଅଖ ବନ୍ଦ କରି ଦିବାରାତ୍ରୀ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ନିଷ୍ପତ୍ତି କ୍ରମେ ଏହି ବନ୍ଦ ଡାକରା ରେ ଆମ୍ବୁଲାନ୍ସ ସେବା ,ଅଗ୍ନିଶମ ସେବା , ଗଣମାଧ୍ୟମ, ପ୍ରଶାସନିକ ଗମନାଗମନ ଆଦି ଜରୁରୀକାଳୀନ ସେବା ଅବ୍ୟାହତ(ବାଦ)ରହିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି ।ତେବେ ଧାରଣା ର ପ୍ରଥମ ଦିନରେ ରାସ୍ତାରେ ଅଟକି ରହିଥିବା ପରିବହନ ସେବା ରେ ନିୟୋଜିତ ଥିବା ଡ୍ରାଇଭର ମାନଙ୍କୁ ଖାଇବା ପ୍ରଦାନ କରାଯାଇ ଥିବା ଦେଖିବାକୁ ମିଳିଥିଲା ,ଏଥି ପାଇଁ ଡ୍ରାଇଭର ମାନଙ୍କ ଧାରଣା ର ପ୍ରଥମ ଦିନରେ ରାମନାଗୁଡା ବ୍ଲକ ର ସୁଣ୍ଡିଧାମୁଣି ପଂଚାୟତ ରେ ଡମ୍ବୁରୁ କାଡ୍ରାକା ,ପାରୀକ୍ଷିତି ରାଜେନ୍ଦ୍ର ପାତ୍ର ,ଗୁଲୁଣ୍ଠି ରମେଶ କାଡ୍ରାକା ,ଗୋଗୁପାଡୁ କରଡ଼ା ଗୁପ୍ତେଶ୍ଵର ,ଗୋସେଇଁ ଗୁଲୁମୁଣ୍ଡା ସମ୍ବରା ମୁଟୁକା ,ପେନକାମ ଲୋମନାଥ ଶବର ,ନିଲାମଗୁଡ଼ା ଓ କୁଜେନ୍ଦ୍ରୀ ହୀରାଲାଲ, ଗୁଲୁମୁଣ୍ଡା ପବିତ୍ର ଶବର ,ଉକାମ୍ବା ବାବୁଲା ଶବର ,ଭାମିନି ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଙ୍କ ନେତୃତ୍ୱରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିଲେ । ଏହି ସମୟରେ ଶତାଧିକ ଡ୍ରାଇଭର ଙ୍କ ସମେତ ଓଡ଼ିଶା ଡ୍ରାଇଭର ମହାସଂଘ ରାମନାଗୁଡା ଶାଖାର ସଭାପତି ଅଭିମନ୍ୟୁ ମୁଟିକା ,ଉପ ସଭାପତି ଗୋବିନ୍ଦ ବଡ଼ ଦଳେଇ ,ସମ୍ପାଦକ ଶିବ ପ୍ରସାଦ ମୁଟିକା, ସହ ସମ୍ପାଦକ ପ୍ରତାପ ତୋଇକା ,କୋଷାଧ୍ୟକ୍ଷ ନନ୍ଦ କିଶୋର ଚିନ୍ନାରି ସହ କୋଷାଧ୍ୟକ୍ଷ ରଞ୍ଜିତ ମୁଟିକା ,ପ୍ରମୁଖ ଉପସ୍ଥିତ ରହି ରାମନାଗୁଡା ବ୍ଲକ ଅଧିନସ୍ତ ସମସ୍ତ ପଂଚାୟତ ଗସ୍ତ କରି ଧାରଣା ର ତଦାରଖ କରିଥିଲେ ।