ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ନିତି ଅନୁଯାୟୀ ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲିଛି। ମଙ୍ଗଳଆଳ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ। ଦିନ ୧୨ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି। ଏହା ପରେ ଠିକ୍ ଦିନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା। ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି। ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ନିଲାମ ହୋଇଛି ମରିଚି କୁଣ୍ଡ ଜଳ। ବିଶ୍ୱାସ ରହିଛି ସନ୍ତାନ ସନ୍ତତି ହେଉ ନ ଥିବା ମହିଳା ମରିଚିକୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି। ସେଥିପାଇଁ ଗତକାଲି ରାତି ୧୧ଟା ସମୟରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରବଳ ଭିଡ଼ ଲାଗିଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଇଥାଏ। ଏହା ପରେ ମରିଚିକୁଣ୍ଡ ଜଳ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ଅସରାଏ ବର୍ଷା ରେ ସାହି ମଧ୍ୟରେ କୃତ୍ରିମ ପୋଖରୀ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) : ବର୍ଷା ସମୟରେ ଗୁଣପୁର ପୌର ପରିଷଦ ର ୫ ନମ୍ବର୍ ୱାର୍ଡରେ ରହିଥିବା ଡେରା ସାହି ର ଅବସ୍ଥା ନ କହିଲେ ଭଲ । ସାହି ରାସ୍ତାର ଆରମ୍ଭ ମୁଣ୍ଡରେ ନାଳ ଉପରେ ନିର୍ମାଣ କରାଯାଇଥିବା ଡ୍ରେନ ର ଘୋଡଣି ରାସ୍ତା ର ଉଚ୍ଚତା ଠାରୁ ଅଧିକ ରହିଥିବା ହେତୁ , ବର୍ଷା ସମୟରେ ରାସ୍ତାର ଉପର ମୁଣ୍ଡରୁ ଆସୁଥିବା ପାଣି ଏଠାରେ ଜମି ଏକ କୃତ୍ରିମ ପୋଖୋରୀ ସୃଷ୍ଟି କରୁଛି । ଏହି ରାସ୍ତାଟି ରେ ଏହି ସାହିର ବାସିନ୍ଦା ଙ୍କ ସମେତ ନିକଟସ୍ଥ ବ୍ଲକ କଲୋନୀ ର ତିନିଗୋଟି ପଡ଼ାର ଲୋକ ଯିବା ଆସିବା କରନ୍ତି । ରାସ୍ତା ଉପରେ ଏଭଳି ପାଣି ଜମି ରହିଥିବାରୁ ଯାନ ବାହାନ ଯିବା ଆସିବାରେ ବହୁ ଅସୁବିଧା ହେଉଥିବା ସହ ସାଇକେଲ ଆରୋହୀ ମାନେ ଖସି ପଡ଼ୁଥିବା ନଜରକୁ ଆସୁଛି । ଏଣୁ ବର୍ଷା ଋତୁ ଆରମ୍ଭ ପୂର୍ବରୁ ଏହାକୁ ମରାମତି କରିବା ନିମନ୍ତେ ଅଞ୍ଚଳବାସୀ ଦାବୀ କରୁଛନ୍ତି । କେବଳ ଅସରାଏ ବର୍ଷା ରେ ଏଠାର ଅବସ୍ଥା ଏଭଳି ଥିବା ବେଳେ ବର୍ଷା ଋତୁ ରେ ଏହାର ଅବସ୍ଥା ଆକଳନ ନକରିବା ଭଲ । ସଂପୃକ୍ତ ୱାର୍ଡ଼ ସଦସ୍ୟ ଏବଂ ପୌର ପରିଷଦ ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେଲେ ଯଥାଶୀଘ୍ର ଏହି ସମସ୍ୟା ଦୂର ହୋଇ ପାରିବ ବୋଲି ସାହି ବାସିନ୍ଦା ତଥା ଯୁବ ସାମ୍ବାଦିକ ସିଦ୍ଧାର୍ଥ ଦାଶ ଆଶା ପୋଷଣ କରିଛନ୍ତି ।

ଗନ୍ଧମାର୍ଦ୍ଦନକୁ ମିଳିଲା ଜୈବ ବିବିଧ ଐତିହ୍ୟ ସ୍ଥଳ ମାନ୍ୟତା ।

!!! ବଲାଙ୍ଗୀର ରୁ ଜିତେଶ କୁମାର୍ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବଲାଙ୍ଗୀର : ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା । ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍ ବା ଜୈବ ବିବିଧ ଐତିହ୍ୟ ସ୍ଥଳର ମାନ୍ୟତା ପାଇଲା ବଲାଙ୍ଗୀର ଓ ବରଗଡ଼ ଫରେଷ୍ଟ ଡିଭିଜିନର ଗନ୍ଧମାର୍ଦ୍ଦନ ପର୍ବତ । ରାଜ୍ୟର ତୃତୀୟ ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା ପାଇଛି ଗନ୍ଧମାର୍ଦ୍ଦନ । ଆଗରୁ କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିଛି ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା । ଗନ୍ଧମାର୍ଦ୍ଦନରେ ୧ ହଜାର ୫୫ ପ୍ରକାର ବୃକ୍ଷ ପ୍ରଜାତି ରହିଥିବାବେଳେ ୮୪୯ ପ୍ରଜାତିର ଆଞ୍ଜିଓସ୍ପର୍ମ, ୫୬ ପ୍ରକାର ଟେରିଡୋଫାଇଟ, ୪୦ ପ୍ରକାର ବ୍ରାୟୋଫାଇଟ, ୪୫ ପ୍ରକାର ଲାଇକେନ, ୨ ପ୍ରକାର ଜିମନୋସ୍ପର୍ମ ରହିଛି ।ଏହା ସହ ୫୦୦ ପ୍ରଜାତିର ପ୍ରାଣୀଙ୍କ ଅଭୟସ୍ଥଳୀ ହେଉଛି ଗନ୍ଧମାର୍ଦ୍ଦନ । ତନ୍ମଧ୍ୟରେ ଅଛନ୍ତି ୪୩ ପ୍ରକାର ସ୍ତନ୍ୟପାୟୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାର ଉଭୟଚର, ୨୭ ପ୍ରକାର ଡ୍ରାଗନଫ୍ଲାଏ ବାସ କରୁଛନ୍ତି । ସେହପିର ୮୩ ପ୍ରଜାତିର ସ୍ପାଇଡର ବି ଗନ୍ଧମାର୍ଦ୍ଦନରେ ରହିଛନ୍ତି ।ସେହିପରି ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଦନ। ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ରହିଛିା ପ୍ରତିଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ଏଠି ହୁଏା|ବହୁ ବର୍ଷରୁ ଗନ୍ଧମାର୍ଦ୍ଦନକୁ ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା ପାଇଁ ଦାବି ହେଉଥିଲା। ସରକାର ଜନତା ଙ୍କ ଦାବିକୁ ଗ୍ରହଣ କରି ଏହି ପଦକ୍ଷେପ ନେଇଥିବାରୁ ସାଧାରଣ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।

ନକଲି ପ୍ରମାଣପତ୍ର ଦେଇ ଡାକଘର ରେ ଚାକିରୀ ହାତେଇବା ଉଦ୍ୟମ…!

!!! ବଲାଙ୍ଗୀର ରୁ ଜିତେଶ କୁମାର୍ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର)-ବଲାଙ୍ଗୀର ସ୍ଥାନୀୟ ଡାକ ମଣ୍ଡଳରେ ବିଭିନ୍ନ ପଦ ପାଇ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଲକ୍ଷ ଲକ୍ଷ ଆଶାୟୀ ଅନଲାଇନ ଆବେଦନ କରିଥିଲେ |ତେବେ ସେମାନଙ୍କ ଶିକ୍ଷଗତ ଯୋଗ୍ୟତାର ସାର୍ଟିଫିକେଟ ଯାଞ୍ଚ ସମୟରେ ବଲାଙ୍ଗୀର ଡାକ ମଣ୍ଡଳରେ ହାତ ଲାଗିଛି ଅସାୟିଙ୍କ ଜାଲ ସାର୍ଟିଫିକେଟ ମାର୍କ ଏବଂ ସେମାନଙ୍କ ଜ୍ଞାନ ଉପରେ ଫରକ ରହିଥିବା ସନ୍ଧେହ କରି ୩୭ ଜଣ ଜାଲ ପ୍ରମାଣ ପତ୍ରଧାରୀ ଅସାୟିଙ୍କ ନାଁ ରେ ବଲାଙ୍ଗୀର ଡାକ ମଣ୍ଡଳ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟ ଅନୁଷ୍ଠାନ ପାଇଁ ବଲାଙ୍ଗୀର ଟାଉନ ପୋଲିସ କୁ ଦେଇଥିବା ଜଣା ପଡିଛି |ଡାକ ବିଭାଗ ର ଚୟନ ପକ୍ରିୟା ଅନୁସାରେ ଆବେଦନ କରିଥିବା ଅସାୟିଙ୍କୁ ନେଇ କୋଣସି ପରୀକ୍ଷା କରା ଯାଉନ ଥିବାବେଳେ ସର୍ବାଧିକ ମାର୍କ କ୍ରମରେ ଚାକିରୀ ପ୍ରଦାନ କରାଯଇଥାଏ |ତେବେ ବଲାଙ୍ଗୀର ଡାକ ମଣ୍ଡଳର ୮୩ ଟି ଶାଖା ପୋଷ୍ଟ ମାଷ୍ଟର ଏବିପିଏମ ଓ ଡାକ ସେବକ ପଦପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା |ଏଥିପାଇଁ ଲକ୍ଷ ଲକ୍ଷ ଆବେଦନ ପତ୍ର ଅନଲାଇନ ରେ ଆସିଥିବା ବେଳେ ମୁଖ୍ୟ ଡାକଘରେ ଆବେଦନ କାରୀଙ୍କ ପ୍ରମାଣ ଯାଞ୍ଚ ହୋଇଥିଲା |

ସେମିଲିଗୁଡା ନୁଆଁ ହାଟପଦା ଠାରେ ବିଭିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ…!

!!! କୋରାପୁଟ ରୁ ପ୍ରବୀର୍ ପତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ସେମିଳିଗୁଡା)- ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡା ନୁଆଁ ହାଟପଦା ଠାରେ ଭିବିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା ଏହି ବୈଠକରେ କେମିତି ଆମର ଜଳ, ଜମି, ଓ ଜଙ୍ଗଲ ବଞ୍ଚି ରହିବ ଆମର କୋରାପୁଟିଆ ମୂଳନୀବାସୀ କେମିତି ନିଜର ହକ ଅଧିକାର ପାଇପାରିବେ ବୈଠକରେ ଆଲୋଚନା କରାଗଲା l ସୁନାବେଡ଼ା HAL ବିସ୍ଥାପିତର ଚୁଲାପାଡ଼ି ଗ୍ରାମର ଲୋକ କିଭଳି ନିଜ ହକର ବଳକା ଜମି ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଈ ପାରିବେ ସେ ଉପରେ ଆଲୋଚନା କରିଥିଲେ ଏହି ବୈଠକରେ ବିଭିନ୍ନ ସଙ୍ଗଟନରୁ ବୁଦ୍ଧିଜୀବୀ ଆସିଥିବା ବେଳେ HAL ବିସ୍ଥାପିତ ସଭାପତି ତ୍ରିଲଚନ ମୁଦୁଲି, ମାଳିପର୍ବତ ସଭାପତି ବିଜୟ ଖିଲ, ସମାଜ ସେବୀ ଚୈତନ୍ୟ ନନ୍ଦିବାଲି, KJSS ସଭାପତି ଦାସୀ ନନ୍ଦିବାଲି, ସେମିଲିଗୁଡା ଡମ ସମାଜ ସଭାପତି ନିରଞ୍ଜନ ଖିଲ,କମୁଲୁ ପାଙ୍ଗି, ଗୋବର୍ଧନ ଖିଲ, ଅନେକ ସଂଘଠନର ବୁଦ୍ଧିଜୀବୀ ଜଗଦେଇଥିଲେ ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମାବର୍ତ୍ତନ ଉତ୍ସବ ବା ଦଶମ ଶ୍ରେଣୀ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବାବେଳେ ସଂପାଦକ ସୋମନାଥ ଗୌଡ, ସଭାପତି B. ଗଜପତି ରାଓ, ଉପସଭାପତି ମୀନକେତନ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ, କୋଷାଧକ୍ଷ ଶ୍ରୀ p. ଗୋବିନ୍ଦ ରାଓ ଏବଂ ସଦସ୍ୟା ଶ୍ରୀମତୀ ପ୍ରତିଭା କୁମାରୀ ରଥ ଉପସ୍ଥିତ ରହି ଆଗାମୀ ଭବିଷ୍ୟତରେ କିପରି ଭଲ ପାଠ ପଢିବା ସହ ସମାଜର ଉନ୍ନତି କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିବେ ସେ ବିଷୟରେ ଶିଶୁ ଭାଇଭଉଣୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଶିଶୁ ଭାଇଭଉଣୀ ମାନେ କିପରି ଭବିଷ୍ୟତରେ ଉତ୍ତମ ନାଗରିକ ଭାବେ ସମାଜରେ ପରିଚିତ କରାଇବେ ସେ ବିଷୟରେ ଉପସ୍ଥାପନା କରିଥିଲେ । ଆଚାର୍ଯ୍ୟା ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ l ପରିଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ କରନ କଂସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଗୁଣପୁର ଓକିଲ ସଂଘ ର ସଭାପତି ହେଲେ ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ଓ ସମ୍ପାଦକ ବିଷ୍ନୁ ପାଢି….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣୁପୁର ଓକିଲ ସଂଘର ନିର୍ବାଚନ ଆଜି କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା। ଗୁଣୁପୁର କୋର୍ଟରେ ସମୁଦାୟ ୮୬ ସଦସ୍ୟ ରହିଥିବା ବେଳେ ସଭାପତି ପାଇଁ ଦେବୀ ଆଚାର୍ଯ୍ୟ ଓ ଉମା ପଟନାୟକ , ସମ୍ପାଦକ ପାଇଁ ବିଷ୍ନୁ ପାଢି ଓ ପ୍ରବିଣ ପଟନାୟକ , ଉପସଭାପତି ପାଇଁ ଗଣେଶ ସାହୁ ଓ ରମେଶ ଲିମା , ଓ ଯୁଗ୍ମ ସମ୍ପାଦକ ପାଇଁ ଭାଗିରଥୀ ବାଙ୍ଗାରୀ, ଆର୍ ଡି ମିଶ୍ର ଓ ସୁଧୀର ପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସଭାପତି ଭାବେ ଉମା ପଟନାୟକ ୪୦ ଗୋଟି ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ଦେବୀ ଆଚାର୍ଯ୍ୟ ୩୫ ଗୋଟି ଭୋଟ ପାଇଥିଲେ। ସମ୍ପାଦକ ଭାବେ ବିଷ୍ନୁ ପାଢି ୪୧ ଗୋଟି ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ପ୍ରବିଣ ପଟନାୟକ ୩୩ ଗୋଟି ଭୋଟ ପାଇଥିଲେ। ଉପ ସଭାପତି ଭାବେ ଗଣେଶ ସାହୁ ୫୪ ଗୋଟି ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ରମେଶ ଲିମା ୨୦ ଗୋଟି ଭୋଟ୍ ପାଇଥିଲେ। ଯୁଗ୍ମ ସମ୍ପାଦକ ଭାବେ ଆର୍ ଡି ମିଶ୍ର ୪୨ ଗୋଟି ଭୋଟ୍ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟ ତମ ପ୍ରାର୍ଥୀ ଭାଗିରଥୀ ବାଙ୍ଗାରୀ ୧୭, ସୁଧୀର ପତି ୧୫ ଗୋଟି ଭୋଟ ପାଇଥିଲେ। କୋଷାଧକ୍ଷ ପାଇଁ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ଦ୍ଵନ୍ଦରେ ବିଜୟ ହାସଲ କରିଥିଲେ ।

ବନଦୁର୍ଗା ମା ଙ୍କ ଚୈତ୍ର ଯାତ୍ରା ଆରମ୍ଭ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ବାଣୀଶ୍ରୀ ବିହାର ତଥା ସରସ୍ୱତୀ ଵିଦ୍ୟା ମନ୍ଦିର ନିକଟସ୍ଥ ବନଦୁର୍ଗା ମନ୍ଦିରରେ ମା’ଙ୍କ ଚୈତ୍ର ଓ ଅଗ୍ନିଯାତ୍ର ଆରମ୍ଭ ହୋଇଛି । ୩ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ପ୍ରଥମ ଦିବସରେ ସକାଳୁ ମୁଖ୍ୟ ପୂଜକ ନିରଞ୍ଜନ ରଥଙ୍କ ଦ୍ୱାରା ମା ବନ ଦୁର୍ଗାଙ୍କ ସମସ୍ତ ନୀତିକାନ୍ତି ପୂଜା କରାଯାଇଥିଲା । ଘଟ ସ୍ଥାପନ ହେବା ପରେ ସ୍ୱତନ୍ତ୍ର ପୂଜା ଆରମ୍ଭ କରାଯାଇଥିଲା। ଦିନ ତମାମ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଗହଳି ଚହଲି ଲାଗି ରହିଥିଲା। ସନ୍ଦ୍ୟାରେ ମାଙ୍କ ପାଟଚାଙ୍ଗୁଡ଼ି,ପାଟ ଖଣ୍ଡା ଓ ଘଟକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା  ।

୩ ଦିନ ଧରି ହେବାକୁ ଥିବା ଏହି ଚୈତ୍ର ଯାତ୍ରା ଅବସରରେ ବହୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ପୂଜା କମିଟିର ସଦସ୍ୟ ମାନେ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି । ଯାତ୍ରା ର ଶେଷ ଦିବସ ଅର୍ଥାତ ମଙ୍ଗଳବାର ଦିନ ମା ଙ୍କ ନୀତିକାନ୍ତି ସହ ମଧ୍ୟାନ୍ନ ରେ ଭକ୍ତ ଙ୍କ ନିମନ୍ତେ ବୀନା ମୂଲ୍ୟ ରେ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୩ ଘଣ୍ଟା ସମୟରେ ମା ଙ୍କ ଘଟ ସହର ପରିକ୍ରମା କରିବ । ଏହା ପରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ମନ୍ଦିର ପ୍ରାଙ୍ଗଣରେ ପୂଜକ ଙ୍କ ଦ୍ଵାରା “ନିଆମଡା ଯାତ୍ରା” ସହ କଣ୍ଟା ଦୋଳିରେ ଝୁଲିବା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି ।

ଆକ୍ସସନ ମୋଡ଼ରେ ବଲାଙ୍ଗୀର ପୋଲିସ…!

!!! ବଲାଙ୍ଗୀର ରୁ ଜିତେଶ କୁମାର୍ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର)- ଅପରାଧୀ କୁହାଯାଉଥିବା ଚିତ୍ତ ମହାନ୍ତିର ବଲାଙ୍ଗୀର -ଟିଟିଲାଗଡ଼ ରାସ୍ତାରେ ଥିବା ଆର୍ଯ୍ୟ ମେରେଜ ପେଲେସ୍। ରେ ଲାଗିଲା ବଲାଙ୍ଗୀର ପୋଲିସର ବୁଲଡୋଜର | ଏହି କିଛି ଦିନ ତଳେ ଇଡକୋର ଅନୁରୋଧ କ୍ରମେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆର୍ଯ୍ୟା ମେରେଜ୍ ପେଲେସ୍ କୁ ବେଆଇନ ଘୋଷଣା କର ଯାଇ ସିଲ କରା ଯାଇଥିବା ବେଳେ ଆଜି ପୋଲିସ ବୁଲଟଜର ଲଗାଇ ଧୂଳିସାତ କରିଛି |ମିଳିଥିବା ସୂଚନା ଅନୁସାରେ ଇଡ଼କୋ ତରଫରୁ ୨୦୦୮ ମସିହାରେ ପ୍ଲଟ ନମ୍ବର A/10 ଲକ୍ଷ୍ମୀ ସିମେଣ୍ଟ ପ୍ରଡ଼କ୍ଟ ନାମରେ ପ୍ରଦାନ କରାଯାଇଥିବା ବେଳେ ବେଆଇନ ଭାବେ ଏଠାରେ ଚିତ୍ତ ମହାନ୍ତି ଆର୍ଯ୍ୟା ମେରେଜ ପେଲେସ ତିଆରି କରିଥିଲା | ତେବେ ଇଡ଼କୋ ପକ୍ଷରୁ ଏହି ବେଆଇନ ନିର୍ମାଣ କୁ ଚେଲେଞ୍ଜ କରାଯାଇ ଆଇନ ଅନୁସାରେ ଆଜି ଆର୍ଯ୍ୟ ମେରେଜ ପେଲେସ୍ କୁ ଭଙ୍ଗା ଯାଇଛି | ବଲାଙ୍ଗୀର ଏସପି ନିତିନ କୁଶଳକର କହିଛନ୍ତି ଯେ ଚିତ୍ତ ମହାନ୍ତି ଏବେ ଏକ ହତ୍ୟା ଘଟଣା ରେ ଜେଲ ହାଜତ ରେ ରହିଥିବା ବେଳେ ତା ନାମରେ ଜମି ମାଫିଆ ଗିରି ଗୁଣ୍ଡାଗର୍ଦୀ ଭଳି ଆହୁରି ଅନେକ ମାମଲା ରହିଛି |ତେବେ ଇଡ଼କୋ ସ୍ଥାନରେ ଚିତ୍ତ ମହାନ୍ତି ଦ୍ଵାରା ତିଆରି ହୋଇଥିବା ଆର୍ଯ୍ୟା ମେରେଜ ପ୍ଲେସ ଏବେ ଭାଙ୍ଗି ଦିଆଯାଇଛି |ଏହି କ୍ରମରେ ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ନିଜ ପ୍ରତିକ୍ରିୟାରେ ଚିତ୍ତ ମହାନ୍ତି ନିଆଯାଇଥିବା କହିଛନ୍ତି |

ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ବି. ଇ ଓ. କାର୍ଯ୍ୟାଳୟ ପରିଦର୍ଶନ…!

!!! ଗୁଡ଼ାରୀ ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡ଼ାରି)- ରାୟଗଡା ଜିଲ୍ଲା ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ ପରିଦର୍ଶନ ରେ ଆସିଥିଲେ। ସ୍ଥାନୀୟ ଶିକ୍ଷା ବିଭାଗ ରେ ଯଦି କୌଣସି ଅସୁବିଧା ଥାଏ ତେବେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କଲା ପରେ ସରକାର ସେହି ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଏହାଛଡା ସେ କାର୍ଯ୍ୟଳୟ ର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଦେଖିଥିଲେ। ସରକାର ଙ୍କ ନିୟମ ଅନୁଯାୟୀ ଏହା ତାଙ୍କ ନିୟମିତ ଗସ୍ତ। ଦୀର୍ଘ ବର୍ଷ ହେବ ଏଠାରେ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଥିବା ମଧ୍ୟ ସେ ହୃଦବୋଧ ଥିବା କହିଛନ୍ତି। ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁବାଷ ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନବକୃଷ୍ଣ ଗମାଙ୍ଗ, ତାଂଗୁଡା ରୁପା ମାଝୀ ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।