କାହା ଇସାରରେ ଅଚଳ ନଳକୂପ ଫାଇଲରେ ହେଲା ସଚଳ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- କୃଷି ର ଉନ୍ନତି ଓ ଚାଷୀ ଙ୍କ ଆୟ ଦ୍ଵିଗୁଣିତ କରିବା ନେଇ ସରକାର ଯୋଜନା କରୁଛନ୍ତି । ହେଲେ ଯୋଜନା ଯୋଜନା ବାଟରେ ରହି ଯାଉଛି । ଏମିତି ଅଭିଯୋଗ କରିଛନ୍ତି ରାୟଗଡା ଜିଲା ଗୁଣପୁର ବ୍ଲକ ସାମ୍ପିନି ଗ୍ରାମ ର ଚାଷୀ । ଏଠାରେ ସରକାର ଚାଷୀ ଙ୍କ ପାଇଁ ଗଭୀର ନଳ କୂପ ଖନନ କରିଥିଲେ । ହେଲେ ଗୋଟିଏ ବର୍ଷ ପରେ ଆଉ ପାଣି ଆସିନଥିଲା । ୪୫ ରୁ ଉର୍ଧ ଗଭୀର ନଳକୁପ ଅଚଳ ହୋଇପଡିଥିବା ବେଳେ ଉଠାଜଳସେଚନ ବିଭାଗ କାଗଜକଲମରେ ସଚଳ ବୋଲି ଦର୍ଶାଇଥିବା ଅଭିଯୋଗ ହେଉଛି। ଜମି ରେ ଅଛି ପାଣି ପ୍ରକଳ୍ପ । ଶୁଖିଲା ପଡିଛି ଜମି । ଇଏ ହେଉଛି ରାୟଗଡା ଜିଲା ଗୁଣପୁର ବ୍ଲକ ସାମ୍ପିନି ଗ୍ରାମ ଜମି ର ଦୃଶ୍ୟ । ଉଠା ଜଳସେଚନ ପକ୍ଷରୁ ୨୦୧୧ ମସିହାରୁ ସରକାରି ରେକର୍ଡ ଅନୁଯାୟୀ ଗୁଣପୁର ର ବିଭିନ୍ନ ସ୍ଥାନରେ ୨୫୨ ଗଭୀର ନଳକୁପ ବର୍ତମାନ ସୁଦ୍ଦା ଖନନ ହୋଇଛି। ୨୦୧୩ ମସିହାରେ ସାମ୍ପିନି ଗ୍ରାମାଞ୍ଚଳର ବିଭିନ୍ନ ଚାଷି ଙ୍କ ଚାଷଜମିର ୬୨ ଗଭୀର ନଳକୁପ ଖୋଳାହୋଇଥିଲା । ସେହି ସମୟରେ ଉଦ୍ଘାଟନ କରିଥିଲେ ସେତେବେଳର ମୁଖ୍ୟ ସାଚନ ସଚିବ। ଉଦ୍ଘାଟନ ପରଠୁ ଖୋଳାହୋଇଥିବାି ୬୨ ଟି ପ୍ରକଳ୍ପ ରୁ ମାତ୍ର ୪ ଟି ପ୍ରକଳ୍ପ ଚାଲୁଥିବା ଚାଷି ପକ୍ଷରୁ ଜଣାପଡିଛି। ଉଠାଜଳସେଚନ ବିଭାଗର ସୁଚନା ମୁତାବକ ଗଭୀର ନଳକୂପ ଖୋଳା ସମୟରେ ୧୦ ଅଚଳ ହୋଇଥିଲା ବଳକା ୫୨ ରୁ ମାତ୍ର ୪ ଟି ପ୍ରକଳ୍ପ ଚାଲୁ ଥିବା ବେଳେ ଆଉ ସବୁ ପ୍ରକଳ୍ପ ଅଚଳ ହୋଇପଡ଼ିଛି ।

ବର୍ତମାନ କୋଉ ଗଭୀର ନଳକୂପରେ ମଟର ଜାମ୍ ହୋଇ ରହିଛି ତ କେଉଁଠି ନଳକୂପ ପାଇପ୍ ଦବି ଯାଇଛି। କେଉଁଠି ବିଦ୍ୟୁତ୍ ସଂଯୋଗ କଟିଛି ତ କେଉଁଠି ଯାନ୍ତ୍ରିକ ତ୍ରୁଟି ରହିଛି ଏଭଳି ପଡିରହିଛି ଏହି ଗଭୀରନଳକୂପ। ଉଠାଜଳସେଚନ ରେ ରେକର୍ଡ ରେ କିନ୍ତୁ ସମସ୍ତ ନଳକୁପ ସଚଳ ହୋଇ ଚାଲୁ ରହିଥିବା ରେକର୍ଡ ଥିବା ଜଣାପଡିଛି କିନ୍ତୁ ବାସ୍ତବ ଚିତ୍ର ପୁରା ଅଲଗା। ଚାଷି ଙ୍କ କାମରେ ଏହି ନଳକୁପ ଆସୁନାହିଁ ଯାହାକି ଖରାଟିଆ ଚାଷ ମଧ୍ୟ ଚାଷି କରିପାରୁନାହାଁନ୍ତି। ୫ ହେକ୍ଟର ଚାଷ ପାଇିଁ ଗୋଟିଏ ଗୋଟିଏ ନଳକୂପ ପିଛା ୩ ଲକ୍ଷ ଟଙ୍କା ଅଟକଳ ରଖି ଖର୍ଚ ହୋଇଥିବା ଜଣାପଡିଛି। ବିଭାଗିୟ ଅଧାକାରି ନଜର କୁ ନେବା ପାଇିଁ ଦାବି କରୁଥିବା ବେଳେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ବହୁବାର ଅଚଳ ନଳ କୂପ କୁ ସଚଳ କରାଇବା ପାଇଁ ବିଭାଗ କାର୍ଯ୍ୟାଳୟ କୁ ଯାଇ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନଥିବା କୁହାଯାଇଛି । ଲକ୍ଷ୍ୟଧାର୍ଯ୍ୟ ଏବେ ଲକ୍ଷ୍ୟ ରେ ରହି ଯାଇଚି । କାହା ଇସାରରେ ଅଚଳ ନଳକୂପ ଫାଇଲରେ ହେଲା ସଚଳ ଏହାର ବିଧିବଦ୍ଧ ତଦନ୍ତ ଦାବୀ ହେଉଛି । ଏହି ବିଭାଗରେ ଦୀର୍ଘ ବର୍ଷ ଧରି ଗୁଣପୁର ଭଳି ଗୋଟିଏ ସ୍ଥାନରେ ଏସ୍ଟିମେଟର ଭାବେ କାର୍ଯ୍ୟ କରି ଆସୁଥିବା ବାବୁ ଙ୍କ ଆଡେ ଏହାର ଇସରା ସୂଚାଉଛି । ବାବୁ ଏଥର ସମ୍ଭାଳ ..!  

ଗୁଣୁପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଉପଖଣ୍ଡ କୁ ନୂଆ ଜିଲ୍ଲା ର ମାନ୍ଯତା ସହ ବିଷମକଟକ କୁ ନୂଆ ଉପଖଣ୍ଡ, ପଦ୍ମପୁର ଓ ମୁନିଗୁଡା କୁ ଏନଏସି ମାନ୍ଯତା ଦାବିକରି ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗୁଣୁପୁର ଉପ ଜିଲ୍ଲାପାଳ ଲଳିତ କଁଅରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଓ ନୂଆ ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରି ଏକ ପଟୁଆରରେ ଗୁଣପୁର ଉପଖଣ୍ଡ ର ବିଭିନ୍ନ ବ୍ଲକରୁ ଆସିଥିବା ନେତୃ ମଣ୍ଡଳୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକାଠି ହୋଇ ପ୍ରତିକ ସଭା କରି ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଡାରୀ ର ବରିଷ୍ଠ ନେତା ରଘୁପାତ୍ର, ଗଙ୍ଗା ଚାଲାଣ, ପଦ୍ମପୁର ର ତିରୁପତି ନିଶଙ୍କ, ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ସମାଜ ସେବୀ ତଥା ଆଇନଜୀବି ପ୍ରଦୀପ କୁମାର ଦାଶ, ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ପୁର୍ବତନ ବ୍ଲକ ଅଧ୍ଯକ୍ଷ ଅଶ୍ବିନୀ ଗମାଙ୍ଗ, ରାୟଗଡ଼ ଜିଲ୍ଲା ବିଜେଡି ଯୁବ ସଭାପତି ପିଙ୍କୁ ପଣ୍ଡା, ବିଜେଡି ଟାଉନ ସଭାପତି ରାମ ପଣ୍ଡା,ସମାଜସେବୀ ଅକ୍ଷୟ ଦାସ, ମିଲି ପାଢି, ମୁନା ପାଣି, ଏସ. ବାବା ପ୍ରଶାଦ, ଲାଡି ଇଶ୍ବର ରାଓ, ଯୁବ ଆଇନଜୀବୀ ବିଶ୍ବନାଥ ସାହୁ, ରମେଶ ଲିମା, ଅନିଲ ସାଉକାର, ଶକ୍ତି ଦାଶ,ସୁରେନ୍ଦ୍ର ମିଶ୍ର, ପଦ୍ମ ଚରଣ ପଣ୍ଡା, କୈଳାସ ସଡଙ୍ଗି, ଓନା ନାଗ ଭୁଷଣ ରାଓ, ସ୍ରିନିବାସ ସ୍ବାଇଁ ପ୍ରମୁଖ ଭାଗ ନେଇଥିଲେ।