ଶିକ୍ଷାଦାନ ରେ ଅବହେଳା ଶିକ୍ଷକଙ୍କୁ ବଦଳି ପାଇଁ ଦାବୀ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) :-  ରାୟଗଡ଼ା ଜିଲ୍ଲା ଗୁଣପୁର ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ବୁର୍ତ୍ତିଁ ଗୁଡା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ବିଦ୍ୟାଳୟରେ ବିଦ୍ୟାର୍ଥୀ ଙ୍କୁ ସଠିକ୍ ଶିକ୍ଷାଦାନ ଦେଇନଥିବା , ଏଠାରେ ରହୁଥିବା ଅନ୍ତେବାସୀ ଛାତ୍ରଙ୍କୁ ଠିକ୍ ଭାବେ ଦେଖୁ ନଥିବା,ମଧ୍ୟାହ୍ନ ଭୋଜନ ଠିକ୍ ଦେଉନଥିବା,ଅନ୍ତେବାସୀ ଛୋଟ ପିଲାଙ୍କୁ ହଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷକ ନଜଗି ଛାଡ଼ି ଚାଲି ଯାଉଥିବା,ଶିକ୍ଷକ ମାନେବିଳମ୍ବରେ ଆସି ଚଞ୍ଚଳ ଚାଲି ଯାଉଥିବା ଅଭିଯୋଗ କରି ସ୍ଥାନୀୟ ରେଗେଡା ସରପଞ୍ଚ ,ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଓ ଅଭିଭାବକ ଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ମନ୍ୟବରା ରାୟଗଡ଼ା ଜିଲ୍ଲାପାଳ ଏବଂ ଗୁଣପୁର ଉପ ଜିଲ୍ଲାପାଳ ଙ୍କୁ ସାକ୍ଷାତକରି ଦେଇଥିବା ଜଣାପଡିଛି ।ଅଭିଯୋଗ ପତ୍ରରେ ଏହି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ବଦଳି କରିବା ଦାବୀ କରିଛନ୍ତି। ଅପରପକ୍ଷେ ଅଭିଭାବକ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପତ୍ର ପାଇବା ପରେ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଏନେଇ ଶୀଘ୍ର ପଦକ୍ଷେପ ନେବା ନିମନ୍ତେ ପ୍ରତିଶ୍ରୁତି ଦେବା ସହ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହ ଯୋଗା ଯୋଗ କରିଥିଲେ ।ଉଭୟେ ଗସ୍ତରେ ଥିବାରୁ ଏନେଇ ପୁଣି ତାଙ୍କ ସହ ସମ୍ପର୍କ ସ୍ଥାପନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିବା ସାକ୍ଷାତକାରୀ ଅଭିଭାବକ କହିଛନ୍ତି। ଦେଖିବାକୁ ରହିଲା ପ୍ରଶାସନ ଏନେଇ ପଦକ୍ଷେପ ନେଉଛି ନା ଅଭିଭାବକ ତାଙ୍କର ନ୍ୟାଯ୍ୟ ଦାବୀ ତଥା ପିଲାଙ୍କ ଭବିଷ୍ୟତ ପାଇଁ ଲଢେଇ କରିବାକୁ ପଡୁଛି।

କିଞ୍ଜାମଗୁଡ଼ା ଜମି ବିବାଦ ର ତଦନ୍ତ ଦାବୀ ।

  !!! ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) : ରାୟଗଡା ଜିଲ୍ଲାର ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଭାମିନି ରାଜସ୍ୱ ଅଧୀନ କିଂଜାମଗୁଡା ଗ୍ରାମ କୁ ସ୍ଥାନୀୟ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଗସ୍ତ କରି ସେଠିକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ତହସିଲଦାର ସାହୁ ଙ୍କ ସହ ରାଜସ୍ୱ ଅଧିକାରୀ ଶରତ ଆନନ୍ଦ ଏବଂ ରାଜସ୍ୱ ନିରୀକ୍ଷକ ପି . ସଂଯୁକ୍ତା ମଧ୍ୟ ଉପସ୍ଥିତ ରହି ଲୋକେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ସମସ୍ତ ଯୋଜନା ତଥା ଗୃହ ଇତ୍ୟାଦି ପାଉଛନ୍ତି କି ନାହିଁ ? ଗ୍ରାମବାସୀ ମାନେ ବର୍ତ୍ତମାନ ଯଦି ସରକାରୀ ଜମିରେ ଗୃହ କିମ୍ବା ଜମି ନ ଥାଇ ରହୁଛନ୍ତି ସେମାନଂକୁ ତୁରନ୍ତ ରାଜସ୍ୱ ଅଧକାରୀ ଙ୍କ ଜରିଆରେ ଆବେଦନ କରିବାକୁ ଜଣାଇଥିଲେ । ଲୋକଙ୍କ ସହ ଆଲୋଚନା କରି ସେମାନଂକୁ ତୁରନ୍ତ ଆବଶ୍ୟକ ଜମି ଏବଂ ଗୃହ ଯୋଗାଇଦେବେ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଗତ ଜାନୁଆରୀ ମାସ ୩୦ ତାରିଖ ଦିନ ରାମନାଗୁଡା ତହସିଲ କାର୍ଯ୍ୟାଳୟ ରେ କିଂଜାମଗୁଡା ଗ୍ରାମ ରେ କିଛି ଜମି ର ମାଲିକାନା କୁ ହୋଇଥିବା ବିବାଦ ଘଟଣା କୁ ନେଇ ହଟଗୋଳ ହୋଇଥିଲା । ଉକ୍ତ ଘଟଣା ସମ୍ପର୍କରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଏହି ଅଭିଯୋଗ ର କିଛି ସତ୍ୟତା ନଥିବା ବେଳେ ଜମିଜମା ମାଲିକାନା କୁ ନେଇ ଏପରି ପାଟିତୁଣ୍ଡ କରିବାର ଘଟଣା ଏକ ଭିତ୍ତିହୀନ ବୋଲି ପ୍ରତିକ୍ରିୟା ରେ କହିଥିଲେ। ସେହିପରି ଘଟଣା ସମ୍ପର୍କରେ ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳ ଙ୍କ ସହିତ ଯୋଗାଯୋଗ କରିବାରୁ ଏହି ଘଟଣା ର ସମସ୍ତ ପ୍ରକାର ତଦନ୍ତ ପାଇଁ ମୁଁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି,। ତହସିଲଦାର ଶ୍ରୀ ସାହୁ କିଞ୍ଜାମଗୁଡ଼ା ରେ ଏକ ଯୁଗ୍ମ ତଦନ୍ତ ମଧ୍ୟ କରିଥିଲେ ଉଭୟ ପକ୍ଷ ଙ୍କୁ ଫେବ୍ରୁଆରୀ ମାସ ୭ ତାରିଖ ରେ ତହସିଲଡାର ଙ୍କ କାର୍ଯ୍ୟାଳୟ ର କୋର୍ଟ ରେ ଉପସ୍ଥିତ ହେବାକୁ ନୋଟିସ ଦିଆଯାଇ ଥିବା ଜଣାଇଥିଲେ । ଉକ୍ତ ଜମି ର ପଟ୍ଟା କୁ ରାଜସ୍ୱ ବିଭାଗ ର ନିୟମ ଅନୁଯାୟୀ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ଅନ୍ୟ ପକ୍ଷ ଅପିଲ କରିପାରିବେ ବୋଲି ଜଣାଇଛନ୍ତି । ଏହି ଅଭିଯୋଗ ସମ୍ପର୍କରେ ପ୍ରଶାସନିକ ସ୍ତରରେ ନିରପେକ୍ଷ ଭାବେ ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି ।