ଫାଇଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ ।

!!! ବଲାଙ୍ଗୀର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତ ଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଏହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଆଜିଠୁଁ ୧୦ ତାରିଖ ରୁ ୧୯ତାରିଖ ନଅ ଦିନ ବ୍ୟାପି ଏହି ଦିବସ ପାଳନ କରାଯିବ । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଷ୍ଠିତ କରି ଏହାକୁ ସଠିକ ବିତରଣ ଏବଂ ଏହାପାଇଁ ଉଦ୍ଧିଷ୍ଟ ନିୟମାନୁସାରେ ଔଷଧ ସେବନ ପାଇଁ ପରାମର୍ଶ ଦିଆଯିବାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି lଏହା ଦୀର୍ଘ ନଅ ଦିନ ବ୍ୟାପି ପାଳନ କରିବା ସହ ଔଷଧ ବିତରଣ କରାଯିବାର ବିଧିବଦ୍ଧ ଆୟୋଜନ କରାଯାଇଅଛି ।ଏହାପାଇଁ ନିୟୋଜିତ ଆଶା ଦିଦି, ନର୍ସ , ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ସ୍ୱାସ୍ଥ୍ୟ କର୍ମୀ ମାନ ଏହି ଫ୍ୟାଲେରିଆ ଔଷଧ ସେବନ ର ଵିଧି ନିୟମ କୁ ସଭି ଙ୍କୁ ବୁଝାଇବାକୁ ପ୍ରଯତ୍ନ କରିବା ସଙ୍ଗେ, ସଙ୍ଗେ ଶାସ୍ତ୍ରୀ ନଗର ସହରାଞ୍ଚଳ ପରିଧି ମଧ୍ୟରେ ବସବାସ କରୁଥିବା ପ୍ରତ୍ୟକ ବ୍ୟକ୍ତି ଙ୍କୁ ନିୟମାନୁସାରେ ଔଷଧ ବିତରଣ କରାଇବେ |ଜିଲ୍ଲା ର ଏହାଏକ ସ୍ୱତନ୍ତ୍ର ଅଭିଯାନ ହେତୁ ଏହି ବାତଜ୍ୱର ନିରାକରଣ କୁ ସାର୍ବଜନୀନ କରିବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ବାର୍ତ୍ତା ମାଧ୍ୟମରେ ସମଗ୍ର ଜିଲ୍ଲା ବାସୀ ଙ୍କୁ ଜଣାଇଛନ୍ତି lଉପରୋକ୍ତ ଅଭିଯାନ ଦିବସ ଉପକ୍ରମରେ ଶାସ୍ତ୍ରୀ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମି ସିଂଦେଓ, ରୋଜାଲିନ ହୋତା, ରୋନି ବଗର୍ତ୍ତୀ, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପ୍ରଧାନ, ବିପିନ ସେଠ, ଅଞ୍ଜଳି ନାଗ ଅଞ୍ଚଳ ବାସୀ ଙ୍କୁ ଔଷଧ ସେବନ କରାଇବା ଵିଧି ପ୍ରକ୍ରିୟାରେ ନିଜକୁ ସାମିଲ କରାଇଥିଲେ l ସମସ୍ତ ଅଭିଯାନ ଉତ୍ସବ କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ନିର୍ଦ୍ଧେଶକ ଏବଂ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ପରିଚାଳନା କରାଇଥିବା ବେଳେ ସ୍ୱାସ୍ଥ୍ୟ ମିଶନ ର ସ୍ୱାସ୍ଥ୍ୟ ଅତିରିକ୍ତ ମ୍ୟାନେଜର ଶ୍ରୀ ରାମାନୁଜ ପଣ୍ଡା ଏହାର ସଠିକ ଆୟୋଜନ ପରିମାର୍ଜିତ କରାଇବାରେ ସହାୟକ ହୋଇଥିବାରୁ ଜିଲ୍ଲାପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ତଥା -ଜାତୀୟ ସ୍ୱାସ୍ଥ୍ୟ ମିଶନ ବଲାଙ୍ଗିର ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି l

ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ ।

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ଯୋଷୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) : ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ମାନ୍ୟବର ସବ୍-କମିଟି ର ଘଟଣାସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ ରେଗଜପତି ଜିଲ୍ଲା ଗ୍ରସ୍ତ କରିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ କମିଟି ସମୀକ୍ଷା କରିଛନ୍ତି। କମିଟିର ସଦସ୍ୟ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢ଼ାଲି ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ସମୀକ୍ଷା କରିଥିଲେ । ମାନ୍ୟବର ବିଧାୟକ, ମୋହନା ,ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତ୍ରିପତି ରାଓ ଉପସ୍ଥିତିରେ ଜିଲ୍ଲାର ଆଧାର କାର୍ଡ ଲିଙ୍କେଜ୍, ନୂତନ ହିତାଧିକାରୀଙ୍କ ଯୋଗ ଓ ମୃତୁ ହିତାଧିକାରୀଙ୍କୁ ବାଦ, ଗୋଦାମ ଗୃହ, ମିଲର ସଂଖ୍ୟା, ଅରଏମସି ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ଜିଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା, ଓଡ଼ିଶା ସରକାଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା କ୍ରାପ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତି ହୋଇଥିବା ସ୍ଵୟଂ ସହାୟକା ଗୋଷ୍ଠୀ ଉପରେ ସମୀକ୍ଷା କରାଯାଇଛି । ବୈଠକରେ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାର ଚାଷୀ ମାନଙ୍କଠାରୁ ଧାନ କିଣିବା ସହିତ ଠିକ୍ ସମୟରେ ନିଜ ନିଜ ବ୍ୟାଙ୍କ ଖାତାରେ ପଇସା ଜମା କରାଯାଇଛି ଏବଂ ଜିଲ୍ଲାରେ ୫ ଲକ୍ଷ୍ୟ ୩୩ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି ସୁଚନା ଦେଇଥିଲେ। ଏହା ସହିତ ଜିଲ୍ଲା ମଙ୍ଗଳ ବିଭାଗୀୟ ଓ ହସ୍ତ ଶିଳ୍ପ ବିଭାଗ ପ୍ରମୁଖ ଅଧିକାରୀଙ୍କ ସହିତ କେମିତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ (ରାଜସ୍ବ),ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାମଦେବ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ରଥଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ। ପୂର୍ବରୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ସ୍ଥାନୀୟ ଆରଏମସି ଗୋଦାମ ଗୃହ, ସିଧମାଡଙ୍ଗ ଗ୍ରାମ ପଞ୍ଚାୟତ ଓ ଗଜପତି ଷ୍ଟାଡିୟମ୍ ର ହାଣ୍ଡିକ୍ରାପ୍ଟ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥଲେ। ବିଭିନ୍ନ ଧାନ ମଣ୍ଡିର କାର୍ଯ୍ୟରତ ଶ୍ରମିକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନକୁ କମିଟି ପ୍ରଶଂସା କରିଥିଲେ।

ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ନେଇ ପ୍ରୟାସ

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) : ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷ-୨ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଏବଂ ସମସ୍ତ ୱାର୍ଡ଼ର କାଉନ୍ସିଲର୍ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିବା ବେଳେ ଆକ୍ସନ-ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ବାଲ୍ୟବିବାହ ମୁକ୍ତ ୱାର୍ଡ ଘୋଷଣା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଚଳିତ ଫେବୃୟାରୀ ମାସ ୧୮ ତାରିଖ ସୁଦ୍ଧା ପୌରପରିଷଦକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବାରେ କାଉନସିଲର୍, ଅଙ୍ଗନୱାଡ଼ି କର୍ମି ଏବଂ ସ୍ବଚ୍ଚସାଥି ମାନଙ୍କର କଣ ଭୁମିକା ଅଛି ତାହାକୁ ସ୍ପଷ୍ଟ କରିବା ସହ ବାଲ୍ୟବିବାହର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।

ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଯୋଗଦେଇ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପୌରପାଳିକାକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାରେ ସମସ୍ତ ସହଯୋଗ ପୌରପରିଷଦ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ, ଗୋଷାଣି ଶ୍ରୀମତି ଗୌରୀ ନାୟକ, ଗୋଷ୍ଠି ସଂଗଠକ, ସିଟି ମିଶନ୍ ପରିଚାଳକ ଶ୍ରୀଯୁକ୍ତ ନକୁଳ ବିଷୋୟି, ସମସ୍ତ ସ୍ବଚ୍ଛସାଥି, ଅଙ୍ଗନ ୱାଡି କର୍ମି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଡିଜିଟାଲ ଦସ୍ତଖତ ଟ୍ରେଜେରି କୁ ଯିବ କେବେ ?

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) : ଗୁଣପୁର ପୌର ପରିଷଦର ସ୍ଥାୟୀ କର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସୂତି ଅବକାଶ ନେଇ ଯିବା ପରେ ସେ ପୁଣି କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ରାମନାଗୁଡା ବିଡ଼ିଓ ଏହାର ଦାୟିତ୍ବରେ ରହିବା ନିମନ୍ତେ ରାଜ୍ୟସରକାର ଙ୍କ ପକ୍ଷରୁ ସାମୟିକ ଦାୟୀତ୍ବ ଅର୍ପଣ କରାଯାଇଛି।ଏହି ଦାୟିତ୍ବରେ ଥିବା ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଙ୍କ ଡିଜିଟାଲ ସ୍ୱାକ୍ଷର ଟ୍ରେଜେରିକୁ ଯାଇନଥିବାରୁ ପୌର ପରିଷଦର କର୍ମଚାରୀମାନେ ଗତ ଜାନୁୟାରୀ ମାସର ଦରମା ଏଯାବତ୍ ପାଇନଥିବା ସହ ପୂଜା ଅଗ୍ରୀମ ଏବଂ ପେନସନ ମଧ୍ୟ ପାଇନଥିବା ଅଭିଯୋଗ ହେଉଛି।ଏପରିକି ସାନିଟେସନ୍ ବାବଦ ର ବିଲ ଓ ନିର୍ମାଣଧିନ ପ୍ରକଳ୍ପ ର ବିଲ ଗୁଡ଼ିକ ଅଟକି ରହିଛି।ଯଦ୍ୱାରା କାମ ଶେଷ କରି ବସିଥିବା ମହିଳା ସଂଘ ମାନେ ସେମାନଙ୍କ ପ୍ରକଳ୍ପ କାର୍ଯ୍ୟରେ ଖଟାଇ ଥିବା ଟଙ୍କା ନପାଇ ନିରାଶ ହେବାକୁ ପଡ଼ିଛି।ଏମିତିକି କିଛି ମହିଳା ସଂଘ ସେମାନଙ୍କୁ ମେଳିଥିବା କାମ ଶେଷ କରିବା ନିମନ୍ତେ ବାହାରୁ ଚଢ଼ା ସୁଧରେ ଟଙ୍କା ଆଣି କାମ ସାରିଛନ୍ତି ।କିନ୍ତୁ ଏଯାବତ ବିଲ ହୋଇନଥିବାରୁ ସୁଧ ବାବଦରେ ଅଧିକ ଟଙ୍କା ଦେବାକୁ ପଡୁଛି ବୋଲି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହାକୁ ଇଙ୍ଗିତ କରି ସମାଲୋଚକ କହିଲେଣି, ‘ ଆଇ ଘୋରିବା ଚନ୍ଦନ ଅଜା ମୁଣ୍ଡକୁ ସମାନ “। ନୂତନ ପ୍ରକଳ୍ପ ନିମନ୍ତେ ଆସିଥିବା ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇ ପାରୁନି । ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।ଜିଲ୍ଲାପାଳ ଏହି ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟିଦେଇ ତୁରନ୍ତ ସୁଶ୍ରୀ ଝୋଡ଼ିଆ ଙ୍କ ଡିଜିଟାଲ ଦସ୍ତଖତ ଟ୍ରେଜେରିରେ ପହଞ୍ଚାଇବା ଦିଗରେ ନିର୍ଦ୍ଦେଶ ଦେଇ ସମସ୍ୟା ଦୂର କରିବା ନିମନ୍ତେ ଦାବୀ ହେଉଛି । ସୁଶ୍ରୀ ଝୋଡ଼ିଆ ରାୟଗଡ ଜିଲ୍ଲା ବିଜେଡି ନେତାଙ୍କ ହତବରିଶି ସାଜି ଥିବାରୁ ତାଙ୍କୁ ଗୋଟେପରେ ଗୋଟେ ଦାୟୀତ୍ବ ଲଦି ଦିଆଯାଉଛି ବୋଲି ଜନ ମତ ପ୍ରକାଶ ପାଉଛି । ସୁଶ୍ରୀ ଝୋଡ଼ିଆ ନିଯୁକ୍ତି ପାଇଥିବା ଗୋଷ୍ଠୀ ଅଧିକାରୀ ପଦବୀ ରେ ଯେତିକି ପରିମାଣର ଦାୟିତ୍ଵ ଓ କାର୍ଯ୍ୟ ଚାପ ବର୍ତ୍ତମାନ ଦାୟିତ୍ବରେ ରହିଥିବା ଅନ୍ୟ ପଦବୀ ଗୁଡିକରେ ସେତିକି । ସେ ରମନାଗୁଡା ଠାରେ ରହି କିଭଳି ଗୁଣପୁରର ଏହି ଦୁଇଟି ଦାୟୀତ୍ବ କୁ ତୁଲାଇବେ ବୋଲି ପ୍ରଶ୍ନ ଉଠୁଛି । କେବଳ ସାନ ଗୌଦଙ୍କ ଅକ୍ତିଆର ରେ ରହୁଥିବା ପୌର ପରିଷଦ ଏବଂ ଗୁଣପୁର ସମିତି ରେ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ବାହାନାରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କୁ ଅଟକାଇ ସାନ ଭାଇନାଙ୍କୁ ସାଧାରଣରେ ହଟହଟା କରିବା ନେଇ ଜିଲ୍ଲା ବିଜେଡ଼ି କର୍ମକର୍ତ୍ତାଙ୍କର ଏହାଏକ ଚାଲ୍ ବୋଲି ଚର୍ଚ୍ଚା ଜୋର ଧରିଛି । ଦେଖିବାକୁ ରହିଲା ସୁଶ୍ରୀ ଝୋଡ଼ିଆ ଏସବୁକୁ କେମିତି ତୁଲାଉଛନ୍ତି ।

ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ଦାବୀପତ୍ର ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) : ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ର ଓଡ଼ିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ତ୍ରିମନ୍ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ୩୦ ଟି ଜିଲ୍ଲାରେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ କଳାକାର ଙ୍କ ବିଭିନ୍ନ ସମସ୍ୟା କୁ ନେଇ ୧୫ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ତାଣ୍ଡି ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବଛା ସମ୍ପାଦିକା କୁମାରୀ ତନ୍ୱି ଅଗ୍ରୱାଲ ଙ୍କ ନେତୃତ୍ୱରେ ଶତାଧିକ କଳାକାର ମାନେ ଏକତ୍ରିତ ହୋଇ ସ୍ଥାନୀୟ ଆଇ ବି ବଙ୍ଗଳା ଠାରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଗ୍ରହଣ କରିଛନ୍ତି । ଏହି ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରି ଉପସ୍ଥିତ ରହିଥିଲେ । ଏହି ସବୁ ଦାବୀ ମଧ୍ୟରେ କଳାକାର ଭତ୍ତା ୧୨୦୦ ପରିବର୍ତ୍ତେ ୩୦୦୦ ଟଙ୍କା କରିବା,ଜନ ସଚେତନ କାର୍ଯ୍ୟ ପାଇଁ ପ୍ରତି ବର୍ଷ ସ୍ଵତ୍ୱନ୍ତ୍ର ୨୦୦ ରୁ ୩୦୦ କୋଟି ଟଙ୍କାର ପ୍ୟକେଜ୍ ଘୋଷଣା କରିବା, କଳାର ବିକାଶ ପାଇଁ ୟୁନିସେଫ୍ କୁ ପୁନର୍ବାର କାର୍ଯ୍ୟକାରୀ କରିବା, ସରକାରୀ ସ୍ତରରେ କଳାକାର ମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରେରଣ କରୁଥିବା ସମୟରେ ଦୁର୍ଘଟଣା କିମ୍ବା କ୍ଷତିଗ୍ରସ୍ତ ହେଇଥିବା ପରିବାର ଲୋକ କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ବୀମା ସୁବିଧା ଯୋଗେଇବା, କଳାକାର ଙ୍କ ପରିବାର ର ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସ୍ୱତ୍ୱନ୍ତ୍ର ସରକାରୀ ବ୍ୟବସ୍ଥା କରିବା, କଳାକାର ର ମୃତ୍ୟବରଣ ହେଲେ ଦଶାହ କାର୍ଯ୍ୟ ପାଇଁ ସ୍ୱତ୍ୱନ୍ତ୍ର ପ୍ୟାକେଜ୍ ଘୋଷଣା କରିବା, ଭତ୍ତା ପାଉଥିବା କଳାକାର ଙ୍କ ଆକସ୍ମିତ ମୃତ୍ୟ ପରେ ତାଙ୍କ ସ୍ତ୍ରୀ କିମ୍ବା ସ୍ବାମୀ ଙ୍କୁ ଭତ୍ତା ପ୍ରଦାନ କରିବା, କଳାକାରଙ୍କୁ ଟ୍ରେନ ରେ ଯିବା ଆସିବା ପାଇଁ ପାସ୍ ବ୍ୟବସ୍ଥା କରିବା, ଜିଲ୍ଲା, ବ୍ଲକ ଓ ନଗର କଳା ଓ ସଂସ୍କୃତି ସଂଘ ଉପ ସଭାପତି ମାନଙ୍କ ସରକାରୀ କାର୍ଯ୍ୟକ୍ରମ ଗ୍ରସ୍ତ ସମୟରେ ରେ ଟିଏଡିଏ ର ବ୍ୟବସ୍ଥା କରିବା, ସରକାରଙ୍କ ନୀତି ନିୟମ ଭିତରେ ଆସୁଥିବା କଳାକାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପ୍ରଦାନ କରିବା , ଜିଲ୍ଲା, ବ୍ଲକ୍ ଓ ନଗର କଳା ଓ ସଂସ୍କୃତି ସଂଘ ର ଉପସଭାପତି ମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ଉଚିତ୍ ମର୍ଯ୍ୟାଦା ସହ ସମ୍ମାନ ଦେବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 5T ସଚିବ ଙ୍କ ଧ୍ୟାନ ଆକର୍ଷଣ କରି ଏହାକୁ ସୁପରିଚାଳନା ବ୍ୟବସ୍ଥା କରିବା, ପଞ୍ଜିକୃତ ହୋଇଥିବା ଦଳ ମାନଙ୍କୁ ପୋଷାକ ବାଦ୍ୟ ଯନ୍ତ୍ର କିଣିବା ନିମନ୍ତେ ଦଳର ସଦସ୍ୟ ସଂଖ୍ୟା ଅନୁଯାୟୀ ଅନ୍ତତଃ ବାର୍ଷିକ ୨୦ ହଜାର ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବା ଭଳି ଦାବୀ ମାନ ଉପସ୍ଥାପନା କରଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ କଳା ସହାୟତା ଯୋଜନା ରେ କଳାକାର ଭତ୍ତା ଚୟନ ପାଇଁ ୫୦ ହଜାର ଟଙ୍କା ବାର୍ଷିକ ଆୟ ପ୍ରମାଣ ପତ୍ର ନିୟମ କୁ ୬୦ ହଜାର ଟଙ୍କା ବୃଦ୍ଧି କରିବା, ବର୍ଷ ମଧ୍ୟରେ ୧୦୦ ରୁ ୧୫୦ ଦିନ କାମ ଯୋଗେଇ ଦେବା, ଜିଲ୍ଲା,ବ୍ଲକ ଓ ନଗର କଳା ଓ ସଂସ୍କୃତି ସଂଘ ଉପ ସଭାପତି ମାନଙ୍କ ପାଇ କାର୍ଯ୍ୟାଳୟ ବ୍ୟବସ୍ଥା କରିବା, ପ୍ରତି ଜିଲ୍ଲା ଓ ବ୍ଲକ ରେ ସାଂସ୍କୃତିକ ଭବନ ନିର୍ମାଣ କରିବା ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ୧୫ ଦଫା ଦାବୀପତ୍ର ଦେବା ପରେ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ନ ହେଲେ ଓଡ଼ିଶା ର ହଜାର ହଜାର କଳାକାର ଏକତ୍ରିତ ହୋଇ ବିଧାନସଭା ଘେରାଉ କରିବା ସହ ଧାରଣାରେ ବସିବା ପାଇଁ ମଧ୍ୟ ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି ଏହି ଦାବୀପତ୍ର ଦେବା ସମୟରେ ଗୁଡ଼ାରି ବ୍ଲକ ଉପ ସଭାପତି ଶ୍ରୀ ମାଝୀ କୁମ୍ଭାର , ପଦ୍ମପୁର ବ୍ଲକ ଉପ ସଭାପତି ଶ୍ରୀ ଶ୍ୟାମ କୁମାର ସାହୁ ବିଷମକଟକ ବ୍ଲକ ଉପ ସଭାପତି ଶ୍ରୀ ମଧୁସୂଦନ ମହାପାତ୍ର, ମୁନିଗୁଡ଼ା ବ୍ଲକର ନାଟ୍ୟ ସଙ୍କୀର୍ତ୍ତନ ଗୁରୁ ଲକ୍ଷ୍ମୀକାନ୍ତ ନାୟକ ଙ୍କ ସମେତ ଶତାଧିକ କଳାକାର ମାନେ ଯୋଗ ଦେଇଥିଲେ।

ଆଶ୍ରମ ବିଦ୍ୟାଳୟରେ ପ୍ରତିଭା ମହୋତ୍ସବ ଅନୁଷ୍ଠିତ ।

!!! ରାମନାଗୁଡା ରୁ ସୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) : ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଭାମିନି ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ ଆଶ୍ରମ ସ୍କୁଲ କେନ୍ଦୁଗୁଡା ବିଦ୍ୟାଳୟ ପରିସରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ମୁଖ୍ୟ ବକ୍ତା ଭାବେ ମଙ୍ଗଳ ବିଭାଗ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ ,ସମ୍ମାନିତ ଅତିଥି ରୂପେ ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ନିମନ୍ତ୍ରିତ ଅତିଥି ଭାବେ ଭାମିନି ସରପଞ୍ଚ ସୁଶ୍ରୀ ରିତୁପ୍ରଭା ଗମାଙ୍ଗ ,ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ର ନିକଟରେ ଦ୍ୱୀପ ପ୍ରଜ୍ୱଳନ କରାଯିବା ପରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଭାରସିଂ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ନରସିଂହ ନାଥ ଶତପଥୀ, କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର କ୍ରାସ୍କା, ଟିକରପଡ଼ା ଆଶ୍ରମ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି ପ୍ରମୁଖ ଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିବା ବେଳେ ସ୍ଥାନୀୟ ଦୃଷ୍ଟିହୀନ କଣ୍ଠଶିଳ୍ପୀ ଲକ୍ଷ୍ମଣ ଶବର ,କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟ ର ଦୁଇଟି ସୁନା ପୁଅ ଓ ଦୁଇଟି ସୁନା ଝିଅ ,ବିଦ୍ୟାଳୟ ର ପାଚକ ,ପାଚିକା ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।ସେହିପରି ମଞ୍ଚାସୀନ ଅତିଥି ଙ୍କୁ ସମ୍ମାନ ସନ୍ଦନ ମାନପତ୍ର ପ୍ରଦାନ କରାଯାଇଥିଲା ,। ପରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଦିଲୀପ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ ଏହି ବିଦ୍ୟାଳୟ ଟି ୧୯୭୩ ମସିହାରେ ସ୍ଥାପିତ ହୋଇ ଥିଲା । ଏଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୪ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ ବୋଲି କହିଥିଲେ ଓ ଏହା ସହିତଏହି ସ୍କୁଲ ପାଇଁ ଛାତ୍ର ଛାତ୍ରୀ ଙ୍କ ଖାଇବା ନିମନ୍ତେ ଏକ ଗୃହ ,କର୍ମଚାରୀ ଙ୍କ ପାଇଁ ରହିବା ନିମନ୍ତେ ଗୃହ ଓ ପିଲାଙ୍କ ନିମନ୍ତେ ଶୌଚାଳୟ ଆବଶ୍ୟକ ରହିଛି ବୋଲି କହିଥିଲେ । ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଶତପଥୀ ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମ ରେ ସଂଯୋଜକ ଭାବେ ଶିକ୍ଷକ ଭୈରବ ପ୍ରସାଦ ରଥ, ପପନ କୁମାର ତ୍ରିପାଠୀ, ମୋହନ କେରମେରିକା,ସିଲା ଶ୍ରୀନିବାସ, ରାମଚନ୍ଦ୍ର ପାଢ଼ୀ, ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଏମ୍ ଶ୍ରୀନିବାସ ଧନ୍ୟବାଦ ଅର୍ପଣ କରିଥିଲେ, ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ତପନ କୁମାର ସୁନାମୁଦି ସଂଯୋଜନା କରିଥିଲେ । ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଂଚଳ ର ଜନସାଧାରଣ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ସୁଶ୍ରୀ ଝୋଡ଼ିଆ ଙ୍କୁ ପୁଣି ଏକ ଦାୟିତ୍ଵ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ନଂ ୧୧୭୯ ତା: ୧୯.୦୧.୨୩ ରିଖ କ୍ରମେ ରାୟଗଡ଼ା ଜିଲ୍ଲା ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ଙ୍କୁ ଗୁଣପୁର ଆଇଟିଡିଏ ର ପ୍ରକଳ୍ପ ଅଧିକାରୀ ଭାବେ ନିଯୁକ୍ତ କରିବା ପରେ ରାୟଗଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପତ୍ର ନଂ ୪୭୧ ତା:୦୭.୦୨.୨୩ ରିଖ କ୍ରମେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଙ୍କୁ ଏହାର ଦାୟୀତ୍ବ ଅର୍ପଣ କରାଯାଇଛି । ଗୁଣପୁର ଠାରେ ନୂତନ ବି. ଡି. ଓ. ନିଯୁକ୍ତି ପାଇବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥି ପୂର୍ବରୁ ଗୁଣପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଛୁଟିରେ ଯାଇଥିବାରୁ ଏହି କାର୍ଯ୍ୟାଳୟର ଦାୟୀତ୍ବ ସୁଶ୍ରୀ ଝୋଡ଼ିଆ ଙ୍କୁ ଦିଆଯାଇଛି । ସୁଶ୍ରୀଝୋଡ଼ିଆ ଙ୍କ କାର୍ଯ୍ୟ ଶୈଳୀ ଏବଂ ଦକ୍ଷତା ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରି ପୁଣି ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ଏହି ଅତିରିକ୍ତ ଦାୟିତ୍ବ ଅର୍ପଣ କରିଥିବାରୁ ସାଧାରଣରେ ଓ ବୁଦ୍ଧି ଜୀବି ମହଲରେ ଏହାକୁ ସ୍ଵାଗତ କରାଯାଇଛି । ସୁଶ୍ରୀ ଝୋଡ଼ିଆ ଗୁଣପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କରିବା ପରେ ଗୁଣପୁର ସମିତି ସହ କାର୍ଯ୍ୟାଳୟରେ ଚାଲିଥିବା ଅସନ୍ତୋଷ ଦୂରୀଭୂତ ହେବା ସହ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସମିତିବାସୀ ଆଶା ପ୍ରକଟ କରିଛନ୍ତି ।

ଏୟାର ଷ୍ଟ୍ରିପ୍ସର ପୁନଃଉଦ୍ଧାର ପାଇଁ ଦାବୀ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର)- ରାୟଗଡା ଜିଲ୍ଲାର ଗୁଣୁପୁର ଏକ ଉପଖଣ୍ଡ ଏବଂ ଦ୍ୱିତୀୟ ବୃହତ ସହର ଭାବେ ପରିଚିତ । ଏହି ଅଞ୍ଚଳରେ ବଂଶଧାରା ନଦୀ ଅତିବାହିତ ସହ ବିଭିନ୍ନ ଜଳପ୍ରପାତ ରହିଥିବା ବେଳେ ବହୁ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଅଛି ।ଏହି ଅଞ୍ଚଳ ମୁଖ୍ୟତ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥବା ବେଳେ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ସହ ଜଡିତ । ରାୟଗଡା ଜିଲ୍ଲାରେ ବିଭିନ୍ନ କଳକାରଖାନା, ମଧ୍ୟମ ଧରଣର କାରଖାନା , ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ଗୁଣୁପୁରରେ ଏକ ଘରୋଇ ବିଶ୍ଵବିଦ୍ୟାଳୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ମଧ୍ୟ ରହିଅଛି ।ଏହି ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦେଶ ତଥା ବିଦେଶରେ ବହୁ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ଗୁଣୁପୁର ଠାରୁ ମାତ୍ର ୧୪ କିଲୋମିଟର ଉକମ୍ବାଠାରେ ଏକ ଏୟାର ଷ୍ଟ୍ରିପ୍ସ ରହିଅଛି / ଏହି ଏୟାର ଷ୍ଟ୍ରିପ୍ସ ଜୟପୁର ବିମାନବନ୍ଦରଠୁ ୧୯୪ କିଲୋମିଟର ହୋଇଥିବା ବେଳେ ବିଶାଖାପାଟନମ ବିମାନବନ୍ଦର ୨୨୧ କିଲୋମିଟର ।ଏହି ପୁରାତନ ଏୟାର ଷ୍ଟ୍ରିପ୍ସକୁ ପୁନଃଉଦ୍ଧାର ପାଇଁ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ ଓ ଜଳ ବିଭାଗର କେବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ଏୟାର ଷ୍ଟ୍ରିପ୍ସରେ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଭିଆଇପି ଏବଂ ଭିଭିଆଇପି ପାଇଁ ବ୍ୟବହୃତ ହୋଇ ଛୋଟ ବିମାନ ଅବତରଣ କରୁଥିଲା | ଏହି ଏୟାର ଷ୍ଟ୍ରିପ୍ବି ଅଞ୍ଚଳକୁ ଗତ କିଛି ବର୍ଷ ହେବ ଅଞ୍ଚଳର ଲୋକମାନେ ଚାଷବାସ କରୁଥିଲେ |ବର୍ତ୍ତମାନ ସେହି ସ୍ଥାନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହଟାଯାଇଥିବା ଜଣାପଡିଛି । ଭାରତ ଏବଂ ଓଡିଶାରେ ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ବିସ୍ତାର କରୁଛି ଯେଉଁଥିପାଇଁ ଅଧିକରୁ ଅଧିକ ପାଇଲଟ୍ ଚାକିରି ଉପଲବ୍ଧ ହେବାକୁ ଯାଉଛି। ଏହି ବିମାନ ଗୁଡିକର ମରାମତି ପାଇଁ ତାଲିମ ପ୍ରାପ୍ତ ଇଞ୍ଜିନିୟରିଂ ଙ୍କ ବହୁଳ ଆବଶ୍ୟକତା ଅଛି। ଏଥି ନିମନ୍ତେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରର ବି.ଟେକ୍ ଛାତ୍ରମାନଙ୍କୁ ଏୟାର କ୍ରାଫ୍ଟ ମରାମତି ଟ୍ରେନିଂ ଦେବା ପାଇଁ ଯୋଜନା କରିଛି | ଏହି ପାଠ୍ୟକ୍ରମଗୁଡିକ ଚଲାଇବା ପାଇଁ ଏକ ଏୟାର ଷ୍ଟ୍ରିପ୍ ଦରକାର । ସରକାର ଚାହିଁଲେ ଉଡାଣ ପରିକଳ୍ପନା ମାଧ୍ୟମରେ ଜନସାଧାରଙ୍କ ନିମନ୍ତେ ଭୁବନେଶ୍ୱର – ଗୁଣୁପୁର – ବିଶାଖାପାଟନମ୍ ପାଇଁ ଛୋଟ ବିମାନ ଚାଲିପାରିବ । ଏହି ଏୟାର ଷ୍ଟ୍ରିପ୍ ଯଦି କାର୍ଯ୍ୟକ୍ଷମ ହେଲେ ଏହି ଅଞ୍ଚଳର ଗମନାଗମନର ସୁବିଧା ସହ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉର୍ଣ୍ଣତି ହୋଇପାଇବ ବୋଲି ଜଣାପଡିଛି। ଏହି ଏୟାର ଷ୍ଟ୍ରିପ୍କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣ ଙ୍କ ପକ୍ଷରୁ ଦାବୀ ହେଉଛି ।

ଇନସୁରାନ୍ସ ପାଇବା ନେଇ କପା ମିଲ ଅଗ୍ନିକାଣ୍ଡ ଭିଆଯାଇଛି …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ପଞ୍ଚାୟତ ଅଧିନସ୍ତ ଏଦୂରୁୱାଲସା ଗ୍ରାମ ନିକଟରେ ଥିବା ଚନ୍ଦନା ଏଗ୍ର ଟେକ କପା ଜିନଙ୍ଗି ମିଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି , ସୋମବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଏହି ଘଟଣା ଘଟିଥିବା ଜଣାପୋଡ଼ିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଠ ରହିଥିବା ବେଳେ ଇନସୁରାନ୍ସ ପାଇବା ଉଦ୍ଦେଶ୍ୟ ନେଇ କପା ମଣ୍ଡି ରେ ନିଆଁ ଲଗାଇ ଦିଅ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।ବର୍ତ୍ତମାନ ପରିସ୍ଥିତିରେ କପା ର ବିକ୍ରୟ ଦର କମ୍ ଥିବା ଏବଂ ଉତ୍ପାଦନ କମ୍ ଥିବା ହେତୁ ମିଲ ମାଲିକ ଏଭଳି ତରିକା ଆପଣାଇଛନ୍ତି ବୋଲି କୁହାଯାଉଛି । କେବଳ ଅଗ୍ନିକାଣ୍ଡ ରେ ୩୫୦୦ ରୁ ଉର୍ଦ୍ଧ୍ବ କ୍ୱିଣ୍ଟାଲ କପା ପୋଡି ନଷ୍ଟ ହୋଇଯାଇଥିବା ମିଲ ମାଲିକ କହିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଗୁମୁଡ଼ା ଅଗ୍ନିଶମ ବିଭାଗ ଅଧିକାରୀ ଜଗନ୍ନାଥ ରାଓ କର୍ମଚାରୀ ମାନଙ୍କ ସହ ଘଟଣା ସ୍ଥଳରେ, ପହଂଚିଥିବା ବେଳେ ଗୁଣୁପୁର ଅଗ୍ନିଶମ ବିଭାଗ ଅଧିକାରୀ ରଜନୀକାନ୍ତ ଗୌଡ଼ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ କେମିତି ଘଟିଲା ସ୍ପଷ୍ଟ ହୋଇନଥିବା ବେଳେ ପ୍ରସେସିଂ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାରରୁ ସର୍ଟ ସର୍କିଟ ହୋଇଥିବା ଭୂଲ ତଥ୍ୟ ଦିଆଯାଉଥିବା ଶୁଣାଯାଉଛି ।ଅପରପକ୍ଷେ ଗୁମୁଡ଼ା ଅଗ୍ନିଶମ ବିଭାଗର ଅଧିକାରୀ ଜଗନ୍ନାଥ ରାଓ ପ୍ରକାଶ କରିଛନ୍ତି ଯେ ଅଗ୍ନିକାଣ୍ଡ ର କାମ ଅସ୍ପଷ୍ଟ ରହିଛି ଏହାର ଆକଳନ ଜାରି ରହିଥିବା ସହ କିପରି ଏକ କେମିତି ସର୍ଟ ସର୍କିଟ ରେ ନିଆଁ ଲାଗିଲା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ ବୋଲି କହିଥିଲେ । ସାଧାରଣରେ ଚର୍ଚ୍ଚା ବିଷୟ ବସ୍ତୁକୁ ତଦନ୍ତ ପରିସର ଭୁକ କରିବା ପାଇଁ ଗୁଣପୁର ଉପଖଣ୍ଡ ଦୁର୍ନୀତି ନିବାରଣ ସଂଘର୍ଷ ମଞ୍ଚ ପକ୍ଷରୁ ଦାବୀ ହେଉଛି ।

ଜିଲ୍ଲା ସ୍ତରରେ ବିଡ଼ିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା) : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ରବିବାର ଦିନ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଚାରି ଜଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣୁପୁର ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁନିଗୁଡା ଶ୍ରୀ ଦିଲୀପ ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣସିଂହପୁର ଶ୍ରୀ ତାପସ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରପୁର ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ଙ୍କୁ ବିଦାୟ କାଳୀନ ସଭା ରେ ସମ୍ବର୍ଦ୍ଧନା ଜଣାଇବା ସହ ନୂତନ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ , କଲ୍ୟାସିଂହପୁର ଶ୍ରୀ ସୁନୀଲ ଖୋରା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଗଲା। ଏଥିରେ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ସ୍ଵଧା ଦେବ ସିଂ ଓ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ରବି ନାରାୟଣ ତ୍ରିପାଠୀ ସମସ୍ତ ବିଦାୟୀ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ରାୟଗଡ଼ା ଜିଲ୍ଲା ପାଇଁ ସେମାନଙ୍କ ସେବା ଓ କର୍ତ୍ତବ୍ୟ ପରାୟଣ କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।