କୁଆଡେ ଗଲେ ରୋଗୀ କଲ୍ୟାଣ ସମିତି ସଦସ୍ୟ ; ଦେଖା ଯାଉନି କି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ନଗ୍ନ ଚିତ୍ର …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର) – ଗୁଣପୁର ବ୍ଲକ ଅନ୍ତର୍ଗତ ଘଣାନ୍ତ୍ରୀ ଗ୍ରାମର ଜଣେ ଆଦିବାସୀ ଯୁବତୀ ବୟସ ୨୧ ଙ୍କୁ ଉକ୍ତ ଗ୍ରାମର ଏମ୍ ସିସିନ୍ଦ୍ରା ବୟସ ୨୩ ବଳାତ୍କାର କରିଥିବା ନେଇ ପରିବାର ପକ୍ଷରୁ ଗୁଣୁପୁର ଥାନାରେ ଏତଲା ଦିଆଯାଇଥିଲା। ଏତଲା କୁ ଭିତିକରି ପୁଲିସ ପକ୍ଷରୁ ଧାରା ୩୬୭,୪୧୭, ୨୯୪, ୫୦୬,୩୪ ଆଇପିସି ଏସସି ଏସ୍ ଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତ କୁ ଗିରଫ କରାଯାଇଥିଲା। ଗିରଫ ପରେ ଗୁଣୁପୁର ପୁଲିସ ପୀଡିତା ଓ ବଳତ୍କାର କରିଥିବା ଯୁବକଙ୍କୁ ଡାକ୍ତରୀ ମାଇନା ନିମନ୍ତେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ଶନିବାର ସନ୍ଧ୍ୟା ୪ ଘଣ୍ଟା ସମୟରେ ନେଇଥିଲେ କିନ୍ତୁ ସେହି ସମୟରେ କୌଣସି ଡାକ୍ତର ଉପସ୍ଥିତ ନଥିବାରୁ ପୋଲିସ ଓ ପୀଡିତା ଦିର୍ଘ ସମୟ ଅପେକ୍ଷା କରିଥିଲେ। ରାତି ୮ ଘଣ୍ଟା ପରେ ଡାକ୍ତର ଆସି ଏବେ ଆଉ ପରିକ୍ଷା ନିରୀକ୍ଷା ହୋଇପାରିବ ନାହିଁ ସମୟ ସିମା ସରିଯାଇଛି ବୋଲି କହିଥିଲେ। ଫଳରେ ପୀଡ଼ିତାଙ୍କ ପରିବାର ଲୋକେ ହଟଗୋଳ କରିଥିଲେ। ପୋଲିସ ମଧ୍ଯ ବିକଳ ହୋଇ ଅନୁରୋଧ କରି କହିଥିଲେ ଯେ ବିଚାରପତି କୋର୍ଟ ରେ ଅପେକ୍ଷା କରିଛନ୍ତି, ଆସନ୍ତା କାଲି ରବିବାର ହୋଇଯିବ ବୋଲି କହିବା ପରେ ଡାକ୍ତର ରକ୍ତ ନମୁନା ସଂଗ୍ରହ କରିଥିଲେ କିନ୍ତୁ ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ହୋଇ ପାରିଲା ନାହିଁ ଫଳରେ ବାଧ୍ୟ ହୋଇ ରାତି ୯ ଘଣ୍ଟା ସମୟରେ ୧୧୨ ଗାଡି ଯୋଗେ ପୁଲିସ ପୀଡିତା ଙ୍କୁ ତାଙ୍କ ଘରେ ଛାଡି ଥିଲା।

ରବିବାର ଦିନ ପୁଣି ଥରେ ପୀଡିତାଙ୍କୁ ଆଣି ସମସ୍ତ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ପିଡିତାଙ୍କୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଥାନା ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ତଦନ୍ତକାରୀ ଅଧିକାରୀ ଖୋଦ୍ ଏସ୍ ଡି ପି ଓ ବିକାଶ ରଞ୍ଜନ ବେଉରା ଥିବା ଜଣାପଡ଼ିଛି। ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ସରକାରୀ କାର୍ଯ୍ୟରେ ଯଦି ଏହିଭଳି ସମସ୍ୟା ହେଉଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା ଏଠାରେ କିପରି ? ବାହୁସ୍ଵଟ ମାରି ଲୋକ ଙ୍କୁ ମୁହଁ ଦେଖାଇ ସାଧାରଣ ରେ ପତିଆରା ଜମାଇବାକୁ ଚାହୁଁ ଥିବା ରୋଗୀ କଲ୍ୟାଣ ସମିତି ସଦସ୍ୟ ଙ୍କୁ ଦେଖା ଯାଉନି କି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ନଗ୍ନ ଚିତ୍ର ବୋଲି ପ୍ରଶ୍ନ ଉଠୁଛି । ଘଟି ଯାଇଥିବା ଅପ୍ରୀତି କର ପରିସ୍ଥିତି ଏବଂ କର୍ମଚାରି ଙ୍କ ଖାମ ଖିଆଲି କାର୍ଯ୍ୟକଳାପ ସହ କାର୍ଯ୍ୟ ରେ ଅବହେଳା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଥିବା ଖବର କୁ ନଜର କୁ ନେଇ ଜିଲ୍ଲା ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ରହିଲା ।

ଚର୍ଚ୍ଚା ରେ ୨ ପ୍ରଶାସିକା …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ସମନ୍ୱିତ ଆଦିବାସୀ ଯୋଜନାର ର ଅଧିକାରୀ ଭାବେ ଶାନ୍ତି ପ୍ରଭା ପ୍ରଧାନ ଏବଂ ଗୁଣପୁର ବିଡିଓ ଭାବେ ସୁଶ୍ରୀ ପ୍ରଭାତି ଝୋଡିଆ ଦାୟିତ୍ଵ ଗ୍ରହଣ କରିବା ପରେ ସାଧାରଣରେ ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀମତୀ ପ୍ରଧାନ ଓ ସୁଶ୍ରୀ ଝୋଡିଆ।  ବିଜେଡି ନେତା ଙ୍କ ଇସରାରେ ଚାଲିବା ଭଳି କିଛି ସରକାରୀ କର୍ମଚାରୀ ଏବଂ ପ୍ରଶାସକ ଓ ପ୍ରଶାସିକା ଙ୍କୁ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ କରିବାରେ ଲାଗିଲା ବିଜେଡି । ସେଥି ମଧ୍ୟରୁ ଶ୍ରୀମତୀ ପ୍ରଧାନ ଓ ସୁଶ୍ରୀ ଝୋଡ଼ିଆ  । ଗୁଣପୁର ପୌର ପରିଷଦର ତତ୍କାଳୀନ ଅଧ୍ୟକ୍ଷ ସାନ ଭାଇନା ଓରଫ ଶିବ ପ୍ରସାଦ ଗୌଡ଼ ଜିଲ୍ଲାର ଭାଇନା ଙ୍କ ବିପକ୍ଷରେ ଯାଉଥିବା ଅନୁମାନ କରି ସୁଧୀର ଏବଂ ସାନ ଗୌଡ଼ ଙ୍କ ମଧ୍ୟରେ ତିକ୍ତତା ବଢିଲା । ସୁଧୀର ସଂଗଠନକୁ ଚାଲେଞ୍ଜ କରି ସାନ ଗୌଡ ପଞ୍ଚାୟତ ନିର୍ବାଚନ ରେ ହାତେଇ ନେଲେ ଗୁଣପୁର ସମିତି ଏବଂ ପୌର ପରିଷଦ । ଏହାପରେ ବଢିଲା ଉଭୟଙ୍କ ମଧ୍ୟରେ ତିକ୍ତତା । ସାନ ଗୌଡ଼ ଙ୍କୁ ଚେକ୍ ଦେବା ଲାଗି ସମିତିରେ ଯୋଖି ଦେଲେ ପ୍ରଶାସିକା ଭାବେ ଅଙ୍ଗୁଳି ନିର୍ଦ୍ଦେଶରେ ଚାଲୁଥିବା ଶାନ୍ତି ପ୍ରଭା ଙ୍କୁ । ସେହି ଦିନରୁ ଅଶାନ୍ତ ପରିବେଶରେ ଗତି କରିଥିଲା ଗୁଣପୁର ବ୍ଲକ । ଏଭଳି କି କୋର୍ଟ ଦ୍ଵାର ପର୍ଯ୍ୟନ୍ତ ଗଲା ଅଶାନ୍ତ ର ନିଆଁ । ବ୍ଲକର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଲା । ଏମିତିକି ପୌର ପରିଷଦର କାର୍ଯ୍ୟରେ ମଧ୍ୟ ଚେକ୍ ଦେବା ଆରମ୍ଭ ହେଲା । ଏହା ପଦାକୁ ଆସିଲା ଯେତେବେଳେ ଜିଲ୍ଲାପାଳ ଗୁଣପୁର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ରେ ଆସି ପୌର ପରିଷଦ କରିବାକୁ ଥିବା ଏହାର ଉନ୍ନୟନ ମୂଳକ କିଛି କାମକୁ ସିଧାସଳଖ ବିଡିଓ ଶାନ୍ତି ପ୍ରଭା ଙ୍କୁ କରିବାକୁ କହିଲେ । ପୌର ପରିଷଦ କରିବାକୁ ଥିବା କାମକୁ ବ୍ଲକ ମାଧ୍ୟମରେ କରାଇବାକୁ ଦେବା ନିର୍ଦ୍ଦେଶ କଥାଟିକୁ ଯେତିକି ଲୋକ ଲୋଚନକୁ ଆଣି ପାରିନଥିଲା ତାହା ସଂପୂର୍ଣ ସ୍ପଷ୍ଟ କରିଥିଲା ବ୍ଲକ ର ପ୍ରଶାସିକା ଦାୟିତ୍ବରେ ଖଞ୍ଜି ଯାଇଥିବା ଶାନ୍ତି ପ୍ରଭା ଙ୍କୁ । ଶାନ୍ତି ପ୍ରଭାଙ୍କ ଚାକିରୀରେ ପଦୋନ୍ନତି ଆସିବାର ଜଣାଯିବା ପରେ ତାଙ୍କ ପାଇଁ ଗୁଣପୁର ଆଇ ଟି ଡି ଏ ଅଧିକାରୀ ର ପଦବୀକୁ ସୁରକ୍ଷିତ ରଖାଯାଇ ବାରମ୍ବାର ଅଧିକାରୀ ଙ୍କୁ ଅଦଳ ବଦଳ କରାଗଲା । ଏଥିରେ ଶାନ୍ତି ପ୍ରଭା ଙ୍କୁ ଆଗାମୀ ଦିନରେ ଅଧିକାରିଣୀ ଭାବେ ଅବସ୍ଥାପିତ କରି ଏହି ବିଭାଗକୁ ପୁଣି ନିଜ ଅକ୍ତିଆର କୁ ଆଣିବା କୁ କଥା ଦେଇଥିବା ସୁଧୀର ଭାଇନା ତାଙ୍କରି କଥା ରଖିଲେ । ଭିନ୍ନ ଭିନ୍ନ ଗୋଟି ଚଳାଇ ହାତେଇ ନେଲେ ଆଇଟିଡିଏ କୁ । ଗୁଣପୁର ଏବଂ ରାମନାଗୁଡ଼ା ରେ ଭଇନାଙ୍କ ପତିଆରା କମିବାକୁ ଲାଗିବାରୁ ସେଠାରେ ବିଭାଗୀୟ ପ୍ରଶାସିକା ଭାବେ ଅବସ୍ଥାପିତ କରାଗଲା ସୁଶ୍ରୀ ପ୍ରଭାତି ଝୋଡିଆ ଙ୍କୁ । ରାୟଗଡ଼ା ଜିଲ୍ଲାରୁ ବଦଳି ହୋଇ ଯାଇଥିବା ସୁଶ୍ରୀ ଝୋଡିଆ ଙ୍କୁ ପୁନର୍ବାର ଅଣାଗଲା ବ୍ଲକ ଅଧିକାରିଣୀ ଭାବେ । ଏପଟେ ରାମନାଗୁଡା ରେ ଅଧ୍ୟକ୍ଷ ରବି ଗମାଙ୍ଗ ଏବଂ ସେପଟେ ଗୁଣପୁର ରେ ସାନ ଗୌଡ଼ ଙ୍କୁ ଚେକ୍ ଦେବା ସହ ଗୁଣପୁର ପୌର ପରିଷଦ ଓ ସମିତିରେ ସମସ୍ତ ଉନ୍ନୟନ କାର୍ଯ୍ୟର ସବୁ ଠିକାଦାରୀ କାମକୁ ହାତେଇ ନେବା ପାଇଁ ହାତବାରିଶି ସାଜିଥିବା ସୁଶ୍ରୀ ଝୋଡିଆ ଙ୍କୁ ତିନୋଟି ଦାୟିତ୍ବରେ ରଖାଗଲା । ଯଦ୍ୱାରା ରାମାନାଗୁଡା ବ୍ଲକ ଓ ଗୁଣପୁର ପୌର ପରିଷଦ ରେ ବହୁ ଦ୍ରୁତ ଗତିରେ ଆଗେଇ ଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ସୁଶ୍ରୀ ଝୋଡିଆ ବିଡିଓ ଏବଂ ନିର୍ବାହୀ ଅଧିକାରୀ କାର୍ଯ୍ୟ ରେ ଯୋଗ ଦେବା ପରେ ସବୁ ଅଧ ପାନ୍ତାରିଆ ହୋଇ ପଡିରହିଲା । ଏହା ଜନ ସାଧାରଣ ଙ୍କ ନିମନ୍ତେ ଅଭିଶ୍ୟାପ । ଏଭଳି ସବୁ ସଙ୍ଗୀନ ଅଭିଯୋଗ ସୁଧୀର ବିରୋଧୀ ଗୋଷ୍ଠୀ ଆଣୁଥିବା ବେଳେ,ଭାଇନା ତାଙ୍କର କଥାକୁ ରଖିଥିବା ଭାଇନା ଙ୍କ ଚେଲା ଚାମୁଣ୍ଡା ମାନେ କହୁଥିବା କଥା ସାଧାରଣରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି,”ସବୁ ନବୀନ ଙ୍କ ଶାସନ କାଳରେ ସମ୍ଭବ,କେବଳ ପରିସ୍ଥିତିକୁ ଆପଣେଇ ଚାଲିବା ଭଲ ; କାହାକୁ କହିବା ଆପଣା ସୁନା ତ ଭେଣ୍ଡି “। ସେ ଯାହା ହେଉନା କାହିଁକି ଆମ୍ଭ ମତରେ,ଜିଲ୍ଲାରୁ ପ୍ରଶାସିକା ଙ୍କ ମୋହ ତୁଟୁ ନଥିବା କଥାଟି ଯେତିକି ସ୍ପଷ୍ଟ ନୁହଁ ତା’ଠାରୁ ଅଧିକ ଗୁରୁତ୍ବ ହେଉଛି ରାଜନୈତିକ ଅଭିସନ୍ଧି l କିନ୍ତୁ ଏସବୁ ଜିଲ୍ଲା ବାସୀଙ୍କ ପ୍ରତି ଶୁଭଙ୍କର ନୁହଁ। ଏଥିପ୍ରତି ରାଜ୍ୟ ପ୍ରଶାସନ ଏବଂ ରାଜ୍ୟ ନେତୃବୃନ୍ଦ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହା ଏକ ବଡ ବିସ୍ଫୋରଣ ପାଲଟି ରାଜ୍ୟ ରାଜନୀତି କୁ ଚହଲାଇ ଦେବା ସମ୍ଭାବନାକୁ ଦୂରେଇ ହେବନି । ବିଜେଡ଼ି ହାତରୁ ଖସି ଆସୁଥିବା ଏହି ନିର୍ବାଚନ ମଣ୍ଡଳୀକୁ ବିରୋଧୀ ପାର୍ଟି ସୁବିଧାରେ ଅକ୍ତିଆର କରିନେବ ।

ନୃସିଂହ ନାଥ ଆୟୁର୍ବେଦ ବିଦ୍ୟାଳୟରେ ରାଷ୍ଟ୍ରୀୟ ସି. ଏମ୍. ଇ କର୍ମଶାଳା ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) – ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ର ବିଶ୍ଵ ପ୍ରସିଦ୍ଧ ଗର୍ନ୍ଧମାର୍ଦ୍ଦନ ପର୍ବତ ନିକଟରେ ଅବସ୍ତିତ ଶ୍ରି ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହା ବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ନିଜ୍ ଉନ୍ନତ ମାନ ର ଶିକ୍ଷା ଦାନ ସହିତ ଚିକିତ୍ସା ପାଇଁ ଆଜି ସାରା ଦେଶରେ ଉଚ୍ଚ ପ୍ରଶଂସିତ ଆୟୁର୍ବେଦ ଉପରେ ଗହନ ଅଧ୍ୟୟନ ଓ ଗବେଷଣା ପାଇଁ ଏହି ଅନୁଷ୍ଠାନ ର ଅନେକ୍ ବିଶେଷଜ୍ଞ ବିଭିନ୍ନ୍ ସ୍ତରରେ ପୁରସ୍କୃତ ହୋଇ ସାରିଛନ୍ତି l ସରକାର ଙ୍କ ନୀତି ନିୟମ ମୁତାବକ ସବୁ ପ୍ରକାର ନିୟମ ପୂରଣ କରୁଥିବା ରାଜ୍ଯ ର ଏକ୍ ମାତ୍ର୍ ଆୟୁର୍ବେଦ ମହାବିଦ୍ୟାଳୟ ଭାବରେ ଚଳିତ ଶିକ୍ଷା ବର୍ଷ ପାଇଁ ଓଡିଶା ରେ କେବଳ ଏହି ଅନୁଷ୍ଠାନ ରେ ନାମ ଲେଖା ପାଇଁ ଅନୁମତି ପ୍ରଦାନ କରାଯାଇଛି l କେନ୍ଦ୍ର ସରକାର ଙ୍କ ଆୟୁଷ ମନ୍ତ୍ରାଳୟ ଓ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପିଠ ଦ୍ଵାରା ଏହି ପ୍ରତିଷ୍ଠାନ ରେ ଏକ୍ ୬ ଦିନିଆ ସର୍ବ ଭାରତୀୟ ସି.ଏମ୍.ଇ ର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ନେସନାଲ୍ କମିସନ୍ ଅଫ୍ ଇଣ୍ଡିଆନ୍ ସିଷ୍ଟମ୍ ଓ ମେଡିସିନ ର ଅଧ୍ୟକ୍ଷ ଡଃ. ରଘୁ ରାମ ଭଟ୍ଟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ବୁର୍ଲା ଭିମ ସାର୍ ର ପ୍ରଫେସର ଭାଗିରଥ ଙ୍କ ସମେତ ଅନୁଷ୍ଠାନର ସଭାପତି ସତ୍ୟ ଭୂଷଣ ସାହୁ ଓ ପରିଚାଳନା କମିଟି ସମ୍ପାଦକ ଶ୍ରୀ ମୋନଜ କୁମାର ତ୍ରିବେଦୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଏହି କର୍ମଶାଳା ରେ ଓଡ଼ିଶା, ମହାରାଷ୍ତ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ତାମିଲନାଡୁ, ହରିୟାଣା ଓ ଗୁରୁରାଟ ରାଜ୍ଯ ରୁ ପ୍ରାୟ ୨୨ ସହକାରୀ ପ୍ରଫେସର ଏଠାରେ ତାଲିମ୍ ନେବେ l ଅନୁଷ୍ଠାନ ର ଅଧ୍ୟକ୍ଷା ଡାଃ. କେ ଟି ରାଉତ ରାୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଦ୍ରବ୍ୟ ଗୁଣ ବିଭାଗ ର ମୂଖ୍ୟ ଡାକ୍ତର୍ ଶିବ ପ୍ରସାଦ ମହାନ୍ତି ଓ ସହକାରୀ ପ୍ରଫେସର ଡାଃ. ଯୋଗାଣୁ ବର୍ମା ଙ୍କ ସହଯୋଗର ଏହି ସି.ଏମ.ଇ ପରିଚାଳିତ ହେବ l ପ୍ରଥମ ଥର ପାଇଁ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ର ଗୁରୁ ଦାୟିତ୍ଵ ମିଳି ଥିବାରୁ ପରିଚାଳନା କମିଟି ସଦସ୍ୟ ଓ ମହା ବିଦ୍ୟାଳୟ ର ବ୍ ବିଦ୍ୟାର୍ଥୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଗର୍ନ୍ଧମାର୍ଦ୍ଦନ ପର୍ବତରେ ଔଷଧ ଭଣ୍ଡାର ରହିଥିବା ଡାଃ. ରଘୁ ରାମ ଭଟ୍ଟ ମତ୍ତ ବ୍ୟକ୍ତ କରିଛନ୍ତି l

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ l

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।

ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା କିମ୍ବା ପ୍ରାକ ମକଦ୍ଦମା ମାମଲାରେ ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୁପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରାଯାଇଥିଲା। ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ଶ୍ରୀ ସୁବ୍ରତ ମହାନ୍ତି , ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଠ ଦେୱାନି ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶୁଭଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।

ସେହିପରି ଭାବେ ଆର୍ . ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଦେୱାନି ବିଚାରପତି ତଥା ସବ୍ ଜଜ୍ ଶ୍ରୀ ପୁଣ୍ୟଶ୍ଳୋକ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ପାରସ ପାଢ଼ୀ , ମୋହନା କୋର୍ଟ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଧିକାରିଣୀ ଶ୍ରୀମତି ଅନନ୍ୟା ଦାସ ଓ କାଶୀନଗର କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।

ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରି ଥିଲେ। ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ ମାନ ଆୟୋଜିତ କରାଯାଇଥିଲା। ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘର ସମସ୍ତ ଓକିଲବୃନ୍ଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେସ ମକଦ୍ଦମା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

ଏହି ଲୋକ ଅଦାଲତରେ ସମୁଦାୟ ୧୨ ହଜାର ୪୩୧ ଟି କେସର ତ୍ୱରିତ ବିଚାରକୁ ନିଆଯାଇ ସମୁଦାୟ ୧୨ ହଜାର ୨୯୬ ଟି କେସ ସମାଧାନ କରାଯାଇ ସର୍ବ ମୋଟ ୧ କୋଟି ୧୧ ଲକ୍ଷ ୭୫ ହଜାର ୭୬୯ ଟଙ୍କା ଆଦାୟ କରାଯାଉଥିଲା। ଏହି ଲୋକ ଅଦାଲତକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ପ୍ରେସ୍ କ୍ଳବ କଲ୍ୟାଣସିଂହପୁର ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ପାଳିତ .

!!! ରାୟଗଡା ରୁ ସୁଭଜିତ୍ ପଟ୍ଟନାୟକ ରିପୋର୍ଟ !!!

ଏଥର ସମ୍ଭାଳ(କଲ୍ୟାଣସିଂହପୁର) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣମଣ୍ଡପ ଠାରେ ଆଜି ମହା ଆଡମ୍ବର ସହ କଲ୍ୟାଣସିଂହପୁର ପ୍ରେସ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଥମେ ବିନିଶ୍ ପୁର୍ ଠାରେ ଥିବା ସହିଦ୍ ପୀଠର ସହିଦ୍ ସ୍ତମ୍ବରେ ଅତିଥି ଓ ସଂଘ ସଦସ୍ୟ ଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରି ସାରିବା ପରେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ଆଦିବାସୀ ନୃତ୍ୟରେ ଅତିଥି ମାନଙ୍କୁ ସ୍ଵାଗତ କରି କଲ୍ୟାଣସିଂହପୁରର କଲ୍ୟାଣ ମଣ୍ଡପ କୁ ଆମନ୍ତ୍ରଣ କରାଯାଇଥିଲା । ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ପ୍ରେସ୍ କ୍ଳବର ସଭାପତି ସନ୍ତୋଷ କୁମାର ବଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଦେବଗିରି ବାବା ପୂଜ୍ୟ ସ୍ବାମୀ କ୍ରାନ୍ତିଗିରି ମହାରାଜ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର ଖରା, କଲ୍ୟାଣସିଂହପୁର କ ଜୋନ ଜିଲା ପରିଷଦ ସଦସ୍ୟ ବାରାଟାମ୍ ୱାରା ପ୍ରସାଦ ରାଓ , ସିଆରପିଏଫ କ୍ୟାମ୍ପ ଆସିଷ୍ଟାଣ୍ଡ କମାଣ୍ଡର ବି. କ୍ରିଷ୍ଣା ରାଓ ଏବଂ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ମଞ୍ଚାସିନ ରହିଥିଲେ। ଏହାପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଏଥିରେ ସମସ୍ତ ଗଣମାଧ୍ୟମର ଭୂମିକା ,ଦାୟିତ୍ୱ ବିଷୟରେ ମତ ଦେବା ସହ ଅଞ୍ଚଳର ସାମ୍ବାଦିକ ମାନେ ନିଷ୍ଠାର ସହ ଖବର ପରିବେଷଣ କରୁଛନ୍ତି ବୋଲି ଅତିଥି ମାନେ ମତ ଦେଇଥିଲେ। ସମାଜରେ ବିଶେଷ ଅବଦାନ ରଖିଥିବା ହେତୁ ବରିଷ୍ଠ ସାମ୍ବାଦିକ ଏଙ୍କେଟେଶ୍ୱର ପାଢ଼ୀ ଙ୍କ ସହ ମାଉଡି ବାରିକ, ସ୍ବାସ୍ଥ୍ୟ କର୍ମୀ, ୧୦୮ ରୋଗିବୁହା ଗାଡିର ଜରୁରୀକାଳୀନ ଚିକିତ୍ସା ଅଧିକାରୀ କାର୍ଯ୍ୟରତ ଦୁର୍ଗା ପ୍ରସାଦ ଜେନା, କଳାକାର ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ ଓ ଦୂରଦର୍ଶନର ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ଯୁବ ମହିଳା କଣ୍ଠଶିଳ୍ପୀ ସସ୍ମିତା ଛତ୍ରିଆ, ଅନ୍ତର୍ଜାତୀୟ କବାଡି ଖେଳରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣପଦକ ବିଜେତା ଦିଲୀପ କୁମାର ପରିଡ଼ାଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବ ରେ ତନ୍ୱି ଅଗ୍ରବାଲ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରେସ କ୍ଳବର ଉପସଭାପତି ମାଲେସ୍ କୌଶଲ୍ୟା, ସମ୍ପାଦକ ସନ୍ତୋଷ କୁମାର ଲମ୍ବତା, ସାଧାରଣ ସମ୍ପାଦକ ପ୍ରଦୀପ ଦଳେଇ ଏବଂ ସଦସ୍ୟ ମିଣ୍ଟୁ ଦଣ୍ଡସେନା, ପ୍ରଶାନ୍ତ କୁମାର ନାହାକ ଙ୍କ ସହ ସମସ୍ତ ସଦସ୍ୟ, ଏସ ୟୁ ଜେ ଜିଲ୍ଲା ଶିବ ନାରାୟଣ ଗୌଡ଼ଙ୍କ ସହ ବରିଷ୍ଟ ସାମ୍ବାଦିକ ସରୋଜ ସାହୁ, ଦୟାନନ୍ଦ ଖାଡାଙ୍ଗା, ମନୋଜ ସାହୁ, ମୋହନ ଗରଡ଼ିଆ ସହଯୋଗ କରିଥିଲେ।

ଉଛେଦ ପୂର୍ବରୁ ଥଇଥାନ କଲା ପୌରପରିଷଦ  .

  !!! ବଲାଙ୍ଗିର ରୁ ଜିତେଶ ଶତପଥି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଲାଙ୍ଗିର)- ଲୋକଙ୍କୁ ବାସହୀନ ଆଶ୍ରାହୀନ ଓ ଅସହାୟ କରି ଛାଡିଦେଇ ଧ୍ବସଂସ୍ତୁପ ଉପରେ ବିକାଶ ଆମର ଲକ୍ଷ ନୁହେଁ । ବଲାଙ୍ଗିର ର ସବୁ ବର୍ଗ ର ଲୋକଙ୍କୁ ନେଇ ବିସ୍ତାପନ ପୁର୍ବରୁ ଉଚିତ ଥଇଥାନ କରି ବିକାଶ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ । ଆମେ ରାତି ଅଧିଆ ଉଛେଦ ନ କରି ଲୋକଙ୍କୁ ଜାଗା ମିଶନ ଜରିଆ ରେ ସ୍ଥାନ ଦେଇ ଏକ ସୁନ୍ଦର ବଲାଙ୍ଗିର ଗଠନ କରିବା ଆମର ଲକ୍ଷ୍ଯ ବୋଲି ଆଜି ମହାରାଣୀ ସାଗର ପାଖରେ ଥିବା ତୁଲସୀନଗର ଖ ବସ୍ତି ବାସିନ୍ଦାଙ୍କୁ ବିଷ୍ଣୁମୁଣ୍ଡା ଠାରେଥିବା ଆଦର୍ଶ କଲୋନୀ ରେ ପଟ୍ଟା ପ୍ରଦାନ ଅବସର ରେ ସମସ୍ତ କାଉନସିଲର ଦୃଢ ସ୍ବର ରେ ଏ କଥା କହିଛନ୍ତି । ମହାରାଣୀ ସାଗର ଉନ୍ନତିକରଣ ନାଁ ରେ ଜବର ଦଖଲ କରି ବସ୍ତି ତିଆରି କରିରହୁଥିବା ଲୋକଙ୍କୁ ମହାରାଣୀ ସାଗର ଉନ୍ନତିକରଣ ନାମ ରେ ୨୪ଘଣ୍ଟିଆ, ୪୮ ଘଣ୍ପିଆ ନୋଟିସ ଦେଇ ଉଛେଦ କରାଯାଉଥିବା ଉଦ୍ୟମ କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ବ ରେ ସମସ୍ତ କାଉନସିଲର ଦୃଢ ବିରୋଧ କରୀଥିଲେ । ଯଦିଓ ମହାରାଣୀ ସାଗର ର ଉନ୍ନତିକରଣ ପାଇଁ ଟଙ୍କା ଆସିଛି ବୋଲି କୁହାଯାଉଛି ମାତ୍ର ଏହାର ଡିପିଆର ସହିତ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନଥିବା ବେଳେ ତରବରିଆ ଉଛେଦ ଉଦ୍ୟମ କେବଳ ପୌରପରିଷଦ କୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ଓ ଏହାର ଚକ୍ରାନ୍ତକାରୀ ଙ୍କୁ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦିଆଯିବା ପରେ ତରବରିଆ ଉଛେଦ ଉଦ୍ୟମ ବନ୍ଦ କରାଯାଇଛି । ପୌରାଧ୍ୟକ୍ଷା ଦେଇଥିବା ପ୍ରତିଶୃତି ଅନୁଯାଇ ମହାରାଣୀ ସାଗର ଆଡିରେ ରହୁଥିବା ୧୬ ଜଣ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଜରିଆ ରେ ସ୍ଥାୟୀ ଜମିପଟ୍ଟା ବଣ୍ଟନ କରାଯାଇଛି।

ବିଜେପି ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ତିରୋଧାନ ଦିବସ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର)-ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱର୍ଗତ ଦିନଦୟାଲ ଉପାଧ୍ୟାୟ ଙ୍କ ତିରୋଦାନ ଦିବସ ଆଦର୍ଶନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ଦିନଦାୟଲଜୀ ଙ୍କ ତୈଳଚିତ୍ର ଠାରେ ଦୀପ ପ୍ରଜ୍ୱଳନକରିବା ସହିତ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ କୁ ଜିଲ୍ଲା ଉପସଭାପତି ୱାଇ.ଗଣପତି ସ୍ୱର୍ଗତ ଦିନଦୟାଲଜୀ ଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତାହା ଉପସ୍ଥାପନା କରିଥିବା ବେଳେ ଏଥିରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଅମର କୁମାର ସାହୁ, ରାଜ୍ୟ ଜନଜାତି ମୋର୍ଚ୍ଚା ସମ୍ପାଦକ ବିଦ୍ୟା ଶବର, ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ବୃନ୍ଦାବନ ସେନାପତି, କୀର୍ତ୍ତିକୁମାର ପଣ୍ଡା, ଗୋପାଳ କୃଷ୍ଣ ଦେବପାତ୍ର, ଅମିତ ଷଡଙ୍ଗୀ, ଜଗନ୍ନାଥପୁର ମଣ୍ଡଳ ସଭାପତି ପୃଥିବିରାଜ ପାଢ଼ୀ,ରମେଶ ଚନ୍ଦ୍ର ସାହୁ, ଜୟଦେବ ପଣ୍ଡା, କେ.ପଦ୍ମା, ସାରଙ୍ଗ ନାଗବଂସ, କେ. ବେଣୁ, ଦିଲୀପ କୁମାର ନାଗବଂସ ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

ଗୁଡ଼ାରୀ ପୋଲିସ୍ ଦ୍ଵାରା ୬୩ କେଜି ଗଞ୍ଜେଇ ଜବତ  ।

!!! ଗୁଡ଼ାରୀ ବ୍ଲକ୍ ରୁ ପ୍ରତିନିଧି ନୀଳାଦ୍ରି ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ଗୁଡ଼ାରୀ : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ୬୩ କେଜି ଗଞ୍ଜେଇ ୩ଗୋଟି ବାଇକ୍ ଓ ଗୋଟିଏ ସ୍କୁଟି ସହ ୩ ଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ୧୦ତାରିଖ ସନ୍ଧ୍ୟା ୫. ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁଡ଼ାରୀ ଥାନା ଓ ଗୁମୁଡା ଫାଣ୍ଡିର ମିଳିତ ଉଦ୍ୟମରେ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଡେରୀଙ୍ଗା ଗ୍ରାମ ପଞ୍ଚାୟତ ଜଇର ପାଙ୍ଗା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ତିନିଗୋଟି ବାଇକ୍ ସହ ଗୋଟିଏ ସ୍କୁଟି ଯୋଗେ ଛଅ ଜଣ ବ୍ୟକ୍ତି ଆସୁଥିବା ଦେଖି କୌଶଳ କ୍ରମେ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ସମୟରେ ୬୩ କେଜି ଗଞ୍ଜେଇ ତିନିଗୋଟି ବାଇକ୍, ଏକ ସ୍କୁଟି ଜବତ୍ ସହ ତିନିଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଆଉ ତିନି ଜଣ ଫେରାର ହୋଇଥିବା ଅତିରିକ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେସ୍ୱର୍ ଶବର ସୂଚନା ଦେଇଛନ୍ତି । ସଂପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗୁଡ଼ାରୀ ଥାନା କେସ ନଂ୩/୨୩ଧାରା ୨୦(ଖ)(୨)(ଗ) ଏବଂ ଏନଡିପିସି ଆକ୍ଟ୍ର ଧାରା୨୫)୨୯ କ୍ରମେ କେସ ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ହଜାର ହେବ ବୋଲି ଆକଳନ। କରାଯାଇଥିବା ବେଳେ ମାଜିଷ୍ଟେଟ୍ ଭାବେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହୃଷିକେଶ ପଣ୍ଡା ଦାୟିତ୍ଵ ତୁଲାଇଥିଲେ । ଜବତ ବେଳେ ଥାନାର ଅତିରିକ୍ତ ଅଧିକାରୀ ଗୟା ମୁଦୀନ ଖାନ୍ ସହ ପୋଲିସ ବିଭାଗର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଝୁମ୍ପାପୁର ରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ର ଝୁମ୍ପାପୁର ଗ୍ରାମr ୯୯ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି।ଆୟୋଜିତ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ସମସ୍ତ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ବିଭିନ୍ନ ସମୟରେ ଏଠାକାର ଲୋକେ ନିଜ ର ଜଙ୍ଗଲ ଜମି ପଟ୍ଟା ପାଇଁ ବିଭିନ୍ନ ସମୟରେ ଦାବି କରୁଥିଲେ।ଏହି ସମୟ ରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର,ବିଡ଼ିଓ ପ୍ରଭାତୀ ଝୋଡ଼ିଆ,ତହସିଲଦାର ଶରତ ଚନ୍ଦ୍ର ନାୟକ,ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି, ବରିଷ୍ଠ ନେତା ଅଶ୍ଵିନୀ ଗମାଙ୍ଗ ସ୍ଥାନୀୟ ସରପଞ୍ଚ,ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହା ପୂର୍ବ ରୁ ଗ୍ରାମବାସୀ ପ୍ରାଶାସନିକ ଅଧିକାରୀ ଏବଂ ବିଧାୟକ ଙ୍କୁ ବାଜା ବଜାଇ ଫୁଲ ତୋଡା ଦେଇ ସମସ୍ତ ଙ୍କୁ ସ୍ଵାଗତ କରିଥିଲେ ।

କର୍ମଚାରୀ ଙ୍କ ମନମାନି ରେ ଚାଲିଛି ସରକାରୀ ଚିକିତ୍ସାଳୟ।

ଏଥର ସମ୍ଭାଳ ବ୍ୟୁରୋ ଗୁଣପୁର : – ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ର ବର୍ତ୍ତମାନ୍ ଦହନୀୟ ଅବସ୍ଥା ର ଏକ ଅବିକଳ ଚିତ୍ର ଦେଖିବାକୁ ମିଳିଛି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ଓ ଜଗନ୍ନାଥପୁର ଚିକିତ୍ସାଳୟ ରେ l ଏହା ଅଧିନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ ରେ ରହିଥିବା କର୍ମଚାରୀ ସାର୍ଟିଫିକେଟ ପ୍ରଦାନ କରିବାରେ ମାସ ମାସ ଧରି ଅହେତୁକ ବିଲମ୍ବ କରୁଥିବା ଅଭିଯୋଗ ହେଉଛି । ଏପରିକି ଜଗନ୍ନାଥପୁର ଚିକିତ୍ସାଳୟ ରେ ରାତ୍ର ସମୟରେ ନିୟୋଜିତ କର୍ମଚାରୀ ମୁଖ୍ୟ ଫାଟକ ବନ୍ଦକରି ସୋଇଯାଉଥିବାରୁ ଜରୁରୀ କାଳୀନ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଫାଟକ ଡେଇଁ ଯିବାକୁ ପଡୁଛି । ଏମିତିକି ଫାଟକ ଡେଇଁ ଭିତରକୁ ଯାଇ ଡାକିବା ପରେ ମଧ୍ୟ କବାଟ ଖୋଲୁ ନଥିବାଅଭିଯୋଗ ଉଠିଛି । ଯାହାଦ୍ଵାରା ଗରୀବ ସାଧାରଣ ଜନତା ହଇରାଣ ହେଉଛନ୍ତି। ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା ତିନି ଦିନ ମଧ୍ଯ ରେ ସାର୍ଟିଫିକେଟ ପ୍ରଦାନ କରିବା ନିମନ୍ତେ ନିୟମ ରହିଥିବା ବେଳେ ଦାୟିତ୍ବରେ ଥିବା କର୍ମଚାରୀ ଏଥିପ୍ରତି ଖାତିର କରୁନାହାନ୍ତି । ଏହି ବିଭାଗଟି ଗୁଣପୁର ପୌର ପରିଷଦ ଅଧୀନରେ ଥିବାବେଳେ ସାର୍ଟିଫିକେଟ ଦେବାରେ ମାସାଧିକ ସମୟ ହେଉଥିଲା ଏବେ ତାହା ଚିକିତ୍ସାଳୟ ଅଧିନକୁ କୁ ଆସିବା ପରେ ବର୍ଷାଧିକ୍ କାଳ ସମୟ ଲାଗୁଛି। ଏଥିରେ ଜିଲ୍ଲା ଅଧିକାର ଙ୍କ ଆନ୍ତରିକତା ନଥିବା ସ୍ଵଷ୍ଟ ବାରି ହେଉଅଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଜିଲ୍ଲା ପ୍ରଶାସନ ଅଧିକାରୀ ଏହି ଦିଗରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।ଅପରପକ୍ଷରେ ଏହାର ତୁରନ୍ତ ସମାଧାନ ନେଇ ଜନ ସାଧାରଣ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।