ଲୋକେ ମାଗଣାରେ ବ୍ୟବହାର କରିପାରିବେ ଶୌଚାଳୟ…!

!!! ଭୁବନେଶ୍ୱର ରୁ ପ୍ରବୀର୍ ପାତ୍ରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭୁବନେଶ୍ୱର)- ରାଜ୍ୟର ବିଭିନ୍ନ ସହରରେ ରହିଥିବା ଶୌଚାଳୟ ଗୁଡ଼ିକ ଜନସାଧାରଣ ବ୍ୟବହାର କରିବା ନିମନ୍ତେ ଭିନ୍ନ ଭିନ୍ନ ସହରରେ ଲୋକେ ଭିନ୍ନ ଭିନ୍ନ ପରିମାଣର ଅର୍ଥ ଦେବାକୁ ପଡୁଥିଲା ।ଏଥିପ୍ରତି କାହାର ନଜର ରହିନଥିଲା । ଆଉ ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟରେ ଆପଣଙ୍କୁ ଝାଡା,ପରିସ୍ରା ଯିବା ପାଇଁ ପଇସା ଦେବାକୁ ପଡିବନି। ମାଗଣାରେ ଲୋକମାନେ ଏହି ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଜନସାଧରଣ ଙ୍କୁ ଏଭଳି ସୂଚନାଦିଆଯାଇ ,ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର ଏବଂ ମ୍ୟୁନିସପାଲଟି, ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ପତ୍ର ନଂ୨୫୩୪ ତା:୦୬.୦୨.୨୩ରିଖ କ୍ରମେ ନିର୍ଦ୍ଦେଶ ‌ଦିଆଯାଇଛି । ଦେଖିବାକୁ ରହିଲା ଏହି ନିର୍ଦ୍ଦେଶନାମା କେତେଦୂର କାର୍ଯ୍ୟ କରୁଛି ଏବଂ ଶୌଚାଳୟ ଓ ପରିଶ୍ରାଗାର କେମିତି ସଫାସୁତୁରା ହୋଇ ରହୁଛି । ସବୁ ମାୟାରେ ବାୟା…

ପୁଣି ତ୍ରିପତି ହେଲେ କେନ୍ଦ୍ର କମିଟି ସଦସ୍ୟ..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ସି ପି ଆଇ (ଏମଏଲ) ଲିବରେସନ ସର୍ବ ଭାରତୀୟ ସମ୍ମିଳନୀ ର ଶେଷ ଦିନ ରେ ନିର୍ବାଚନ ମାଧ୍ୟମ ରେ ୭୬ ଜଣକୁ ନେଇ କେନ୍ଦ୍ର କମିଟି ଗଠନ କରାଯାଇଛି।ଏହି କମିଟି ପାଇଁ ଓଡିଶା ରୁ ପୁନର୍ବାର ରାଧାକାନ୍ତ ସେଠି , ଯୁଧିଷ୍ଠିର ମହାପାତ୍ର ଏବଂ ତ୍ରିପତି ଗମାଙ୍ଗ ନିର୍ବାଚିତ ହୋଇଛନ୍ତି l ଏହାସହ ସର୍ବ ଭାରତୀୟ କ୍ରାନ୍ତିକାରୀ ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଙ୍କୁ ସର୍ବ ସମ୍ମତି କ୍ରମେ ସିପିଆଇ(ଏମ ଏଲ) ଲିବରେସନ କମିଟିର ସର୍ବ ଭାରତୀୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି।ଏହି ନିର୍ବାଚନ ରେ ପୁଣି ଟ୍ରିପତି ଗମାଙ୍ଗ ନିର୍ବାଚିତ ହୋଇଥିବାରୁ ଗରୀବ,ଖଟିଖିଆ,ମଜୁରିଆ ଓ ଚାଷୀ କୂଳରେ ଆନନ୍ଦର ଲହରୀ ଦେଖା ଦେବା ସହ ତ୍ରିପତିଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି।

ଏହାଙ୍କ ନେତୃତ୍ୱରେ ଆଗାମୀ ଦିନରେ ଦଳିତ,ନିଷ୍ପେସିତ ,ହରିଜନ,ଆଦିବାସୀ ମାନେ ସେମାନଙ୍କ ନ୍ୟାଯ୍ୟ ଦାବୀ ପାଇଁ ଲଢେଇ କରିବା ପଥ ସୁଗମ ହୋଇ ପାରିବ ବୋଲି ଏମାନଙ୍କ ମଧ୍ୟରେ ଆଶା ପ୍ରକଟ ହୋଇଛି ।ଏହି ମନୋନୟନ ନିମନ୍ତେ ଏମାନଙ୍କ ପକ୍ଷରୁ କେନ୍ଦ୍ରୀୟ କମିଟି ସଦସ୍ୟ ମାନଙ୍କୁ ସାଧୁବାଦ୍ ଜ୍ଞାପନ କରାଯାଇଛି।ନିର୍ବାଚିତ ପରେ ନୂତ କମିଟି ଗଣତନ୍ତ୍ର ଓ ସମ୍ବିଧାନ କୁ ରକ୍ଷା କରିବା ଏବଂ ଫାସିବାଦ ଆକ୍ରମଣ କୁ ମୁକାବିଲା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ଦିଆଯାଇଛି ।