ଗୁଡ଼ାରୀ ପୋଲିସ୍ ଦ୍ଵାରା ୬୩ କେଜି ଗଞ୍ଜେଇ ଜବତ  ।

!!! ଗୁଡ଼ାରୀ ବ୍ଲକ୍ ରୁ ପ୍ରତିନିଧି ନୀଳାଦ୍ରି ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ଗୁଡ଼ାରୀ : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ୬୩ କେଜି ଗଞ୍ଜେଇ ୩ଗୋଟି ବାଇକ୍ ଓ ଗୋଟିଏ ସ୍କୁଟି ସହ ୩ ଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ୧୦ତାରିଖ ସନ୍ଧ୍ୟା ୫. ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁଡ଼ାରୀ ଥାନା ଓ ଗୁମୁଡା ଫାଣ୍ଡିର ମିଳିତ ଉଦ୍ୟମରେ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଡେରୀଙ୍ଗା ଗ୍ରାମ ପଞ୍ଚାୟତ ଜଇର ପାଙ୍ଗା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ତିନିଗୋଟି ବାଇକ୍ ସହ ଗୋଟିଏ ସ୍କୁଟି ଯୋଗେ ଛଅ ଜଣ ବ୍ୟକ୍ତି ଆସୁଥିବା ଦେଖି କୌଶଳ କ୍ରମେ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ସମୟରେ ୬୩ କେଜି ଗଞ୍ଜେଇ ତିନିଗୋଟି ବାଇକ୍, ଏକ ସ୍କୁଟି ଜବତ୍ ସହ ତିନିଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଆଉ ତିନି ଜଣ ଫେରାର ହୋଇଥିବା ଅତିରିକ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେସ୍ୱର୍ ଶବର ସୂଚନା ଦେଇଛନ୍ତି । ସଂପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗୁଡ଼ାରୀ ଥାନା କେସ ନଂ୩/୨୩ଧାରା ୨୦(ଖ)(୨)(ଗ) ଏବଂ ଏନଡିପିସି ଆକ୍ଟ୍ର ଧାରା୨୫)୨୯ କ୍ରମେ କେସ ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ହଜାର ହେବ ବୋଲି ଆକଳନ। କରାଯାଇଥିବା ବେଳେ ମାଜିଷ୍ଟେଟ୍ ଭାବେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହୃଷିକେଶ ପଣ୍ଡା ଦାୟିତ୍ଵ ତୁଲାଇଥିଲେ । ଜବତ ବେଳେ ଥାନାର ଅତିରିକ୍ତ ଅଧିକାରୀ ଗୟା ମୁଦୀନ ଖାନ୍ ସହ ପୋଲିସ ବିଭାଗର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଝୁମ୍ପାପୁର ରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ର ଝୁମ୍ପାପୁର ଗ୍ରାମr ୯୯ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି।ଆୟୋଜିତ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ସମସ୍ତ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ବିଭିନ୍ନ ସମୟରେ ଏଠାକାର ଲୋକେ ନିଜ ର ଜଙ୍ଗଲ ଜମି ପଟ୍ଟା ପାଇଁ ବିଭିନ୍ନ ସମୟରେ ଦାବି କରୁଥିଲେ।ଏହି ସମୟ ରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର,ବିଡ଼ିଓ ପ୍ରଭାତୀ ଝୋଡ଼ିଆ,ତହସିଲଦାର ଶରତ ଚନ୍ଦ୍ର ନାୟକ,ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି, ବରିଷ୍ଠ ନେତା ଅଶ୍ଵିନୀ ଗମାଙ୍ଗ ସ୍ଥାନୀୟ ସରପଞ୍ଚ,ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହା ପୂର୍ବ ରୁ ଗ୍ରାମବାସୀ ପ୍ରାଶାସନିକ ଅଧିକାରୀ ଏବଂ ବିଧାୟକ ଙ୍କୁ ବାଜା ବଜାଇ ଫୁଲ ତୋଡା ଦେଇ ସମସ୍ତ ଙ୍କୁ ସ୍ଵାଗତ କରିଥିଲେ ।

କର୍ମଚାରୀ ଙ୍କ ମନମାନି ରେ ଚାଲିଛି ସରକାରୀ ଚିକିତ୍ସାଳୟ।

ଏଥର ସମ୍ଭାଳ ବ୍ୟୁରୋ ଗୁଣପୁର : – ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ର ବର୍ତ୍ତମାନ୍ ଦହନୀୟ ଅବସ୍ଥା ର ଏକ ଅବିକଳ ଚିତ୍ର ଦେଖିବାକୁ ମିଳିଛି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ଓ ଜଗନ୍ନାଥପୁର ଚିକିତ୍ସାଳୟ ରେ l ଏହା ଅଧିନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ ରେ ରହିଥିବା କର୍ମଚାରୀ ସାର୍ଟିଫିକେଟ ପ୍ରଦାନ କରିବାରେ ମାସ ମାସ ଧରି ଅହେତୁକ ବିଲମ୍ବ କରୁଥିବା ଅଭିଯୋଗ ହେଉଛି । ଏପରିକି ଜଗନ୍ନାଥପୁର ଚିକିତ୍ସାଳୟ ରେ ରାତ୍ର ସମୟରେ ନିୟୋଜିତ କର୍ମଚାରୀ ମୁଖ୍ୟ ଫାଟକ ବନ୍ଦକରି ସୋଇଯାଉଥିବାରୁ ଜରୁରୀ କାଳୀନ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଫାଟକ ଡେଇଁ ଯିବାକୁ ପଡୁଛି । ଏମିତିକି ଫାଟକ ଡେଇଁ ଭିତରକୁ ଯାଇ ଡାକିବା ପରେ ମଧ୍ୟ କବାଟ ଖୋଲୁ ନଥିବାଅଭିଯୋଗ ଉଠିଛି । ଯାହାଦ୍ଵାରା ଗରୀବ ସାଧାରଣ ଜନତା ହଇରାଣ ହେଉଛନ୍ତି। ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା ତିନି ଦିନ ମଧ୍ଯ ରେ ସାର୍ଟିଫିକେଟ ପ୍ରଦାନ କରିବା ନିମନ୍ତେ ନିୟମ ରହିଥିବା ବେଳେ ଦାୟିତ୍ବରେ ଥିବା କର୍ମଚାରୀ ଏଥିପ୍ରତି ଖାତିର କରୁନାହାନ୍ତି । ଏହି ବିଭାଗଟି ଗୁଣପୁର ପୌର ପରିଷଦ ଅଧୀନରେ ଥିବାବେଳେ ସାର୍ଟିଫିକେଟ ଦେବାରେ ମାସାଧିକ ସମୟ ହେଉଥିଲା ଏବେ ତାହା ଚିକିତ୍ସାଳୟ ଅଧିନକୁ କୁ ଆସିବା ପରେ ବର୍ଷାଧିକ୍ କାଳ ସମୟ ଲାଗୁଛି। ଏଥିରେ ଜିଲ୍ଲା ଅଧିକାର ଙ୍କ ଆନ୍ତରିକତା ନଥିବା ସ୍ଵଷ୍ଟ ବାରି ହେଉଅଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଜିଲ୍ଲା ପ୍ରଶାସନ ଅଧିକାରୀ ଏହି ଦିଗରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।ଅପରପକ୍ଷରେ ଏହାର ତୁରନ୍ତ ସମାଧାନ ନେଇ ଜନ ସାଧାରଣ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଫାଇଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ ।

!!! ବଲାଙ୍ଗୀର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତ ଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଏହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଆଜିଠୁଁ ୧୦ ତାରିଖ ରୁ ୧୯ତାରିଖ ନଅ ଦିନ ବ୍ୟାପି ଏହି ଦିବସ ପାଳନ କରାଯିବ । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଷ୍ଠିତ କରି ଏହାକୁ ସଠିକ ବିତରଣ ଏବଂ ଏହାପାଇଁ ଉଦ୍ଧିଷ୍ଟ ନିୟମାନୁସାରେ ଔଷଧ ସେବନ ପାଇଁ ପରାମର୍ଶ ଦିଆଯିବାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି lଏହା ଦୀର୍ଘ ନଅ ଦିନ ବ୍ୟାପି ପାଳନ କରିବା ସହ ଔଷଧ ବିତରଣ କରାଯିବାର ବିଧିବଦ୍ଧ ଆୟୋଜନ କରାଯାଇଅଛି ।ଏହାପାଇଁ ନିୟୋଜିତ ଆଶା ଦିଦି, ନର୍ସ , ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ସ୍ୱାସ୍ଥ୍ୟ କର୍ମୀ ମାନ ଏହି ଫ୍ୟାଲେରିଆ ଔଷଧ ସେବନ ର ଵିଧି ନିୟମ କୁ ସଭି ଙ୍କୁ ବୁଝାଇବାକୁ ପ୍ରଯତ୍ନ କରିବା ସଙ୍ଗେ, ସଙ୍ଗେ ଶାସ୍ତ୍ରୀ ନଗର ସହରାଞ୍ଚଳ ପରିଧି ମଧ୍ୟରେ ବସବାସ କରୁଥିବା ପ୍ରତ୍ୟକ ବ୍ୟକ୍ତି ଙ୍କୁ ନିୟମାନୁସାରେ ଔଷଧ ବିତରଣ କରାଇବେ |ଜିଲ୍ଲା ର ଏହାଏକ ସ୍ୱତନ୍ତ୍ର ଅଭିଯାନ ହେତୁ ଏହି ବାତଜ୍ୱର ନିରାକରଣ କୁ ସାର୍ବଜନୀନ କରିବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ବାର୍ତ୍ତା ମାଧ୍ୟମରେ ସମଗ୍ର ଜିଲ୍ଲା ବାସୀ ଙ୍କୁ ଜଣାଇଛନ୍ତି lଉପରୋକ୍ତ ଅଭିଯାନ ଦିବସ ଉପକ୍ରମରେ ଶାସ୍ତ୍ରୀ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମି ସିଂଦେଓ, ରୋଜାଲିନ ହୋତା, ରୋନି ବଗର୍ତ୍ତୀ, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପ୍ରଧାନ, ବିପିନ ସେଠ, ଅଞ୍ଜଳି ନାଗ ଅଞ୍ଚଳ ବାସୀ ଙ୍କୁ ଔଷଧ ସେବନ କରାଇବା ଵିଧି ପ୍ରକ୍ରିୟାରେ ନିଜକୁ ସାମିଲ କରାଇଥିଲେ l ସମସ୍ତ ଅଭିଯାନ ଉତ୍ସବ କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ନିର୍ଦ୍ଧେଶକ ଏବଂ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ପରିଚାଳନା କରାଇଥିବା ବେଳେ ସ୍ୱାସ୍ଥ୍ୟ ମିଶନ ର ସ୍ୱାସ୍ଥ୍ୟ ଅତିରିକ୍ତ ମ୍ୟାନେଜର ଶ୍ରୀ ରାମାନୁଜ ପଣ୍ଡା ଏହାର ସଠିକ ଆୟୋଜନ ପରିମାର୍ଜିତ କରାଇବାରେ ସହାୟକ ହୋଇଥିବାରୁ ଜିଲ୍ଲାପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ତଥା -ଜାତୀୟ ସ୍ୱାସ୍ଥ୍ୟ ମିଶନ ବଲାଙ୍ଗିର ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି l

ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ ।

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ଯୋଷୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) : ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ମାନ୍ୟବର ସବ୍-କମିଟି ର ଘଟଣାସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ ରେଗଜପତି ଜିଲ୍ଲା ଗ୍ରସ୍ତ କରିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ କମିଟି ସମୀକ୍ଷା କରିଛନ୍ତି। କମିଟିର ସଦସ୍ୟ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢ଼ାଲି ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ସମୀକ୍ଷା କରିଥିଲେ । ମାନ୍ୟବର ବିଧାୟକ, ମୋହନା ,ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତ୍ରିପତି ରାଓ ଉପସ୍ଥିତିରେ ଜିଲ୍ଲାର ଆଧାର କାର୍ଡ ଲିଙ୍କେଜ୍, ନୂତନ ହିତାଧିକାରୀଙ୍କ ଯୋଗ ଓ ମୃତୁ ହିତାଧିକାରୀଙ୍କୁ ବାଦ, ଗୋଦାମ ଗୃହ, ମିଲର ସଂଖ୍ୟା, ଅରଏମସି ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ଜିଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା, ଓଡ଼ିଶା ସରକାଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା କ୍ରାପ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତି ହୋଇଥିବା ସ୍ଵୟଂ ସହାୟକା ଗୋଷ୍ଠୀ ଉପରେ ସମୀକ୍ଷା କରାଯାଇଛି । ବୈଠକରେ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାର ଚାଷୀ ମାନଙ୍କଠାରୁ ଧାନ କିଣିବା ସହିତ ଠିକ୍ ସମୟରେ ନିଜ ନିଜ ବ୍ୟାଙ୍କ ଖାତାରେ ପଇସା ଜମା କରାଯାଇଛି ଏବଂ ଜିଲ୍ଲାରେ ୫ ଲକ୍ଷ୍ୟ ୩୩ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି ସୁଚନା ଦେଇଥିଲେ। ଏହା ସହିତ ଜିଲ୍ଲା ମଙ୍ଗଳ ବିଭାଗୀୟ ଓ ହସ୍ତ ଶିଳ୍ପ ବିଭାଗ ପ୍ରମୁଖ ଅଧିକାରୀଙ୍କ ସହିତ କେମିତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ (ରାଜସ୍ବ),ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାମଦେବ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ରଥଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ। ପୂର୍ବରୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ସ୍ଥାନୀୟ ଆରଏମସି ଗୋଦାମ ଗୃହ, ସିଧମାଡଙ୍ଗ ଗ୍ରାମ ପଞ୍ଚାୟତ ଓ ଗଜପତି ଷ୍ଟାଡିୟମ୍ ର ହାଣ୍ଡିକ୍ରାପ୍ଟ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥଲେ। ବିଭିନ୍ନ ଧାନ ମଣ୍ଡିର କାର୍ଯ୍ୟରତ ଶ୍ରମିକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନକୁ କମିଟି ପ୍ରଶଂସା କରିଥିଲେ।

ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ନେଇ ପ୍ରୟାସ

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) : ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷ-୨ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଏବଂ ସମସ୍ତ ୱାର୍ଡ଼ର କାଉନ୍ସିଲର୍ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିବା ବେଳେ ଆକ୍ସନ-ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ବାଲ୍ୟବିବାହ ମୁକ୍ତ ୱାର୍ଡ ଘୋଷଣା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଚଳିତ ଫେବୃୟାରୀ ମାସ ୧୮ ତାରିଖ ସୁଦ୍ଧା ପୌରପରିଷଦକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବାରେ କାଉନସିଲର୍, ଅଙ୍ଗନୱାଡ଼ି କର୍ମି ଏବଂ ସ୍ବଚ୍ଚସାଥି ମାନଙ୍କର କଣ ଭୁମିକା ଅଛି ତାହାକୁ ସ୍ପଷ୍ଟ କରିବା ସହ ବାଲ୍ୟବିବାହର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।

ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଯୋଗଦେଇ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପୌରପାଳିକାକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାରେ ସମସ୍ତ ସହଯୋଗ ପୌରପରିଷଦ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ, ଗୋଷାଣି ଶ୍ରୀମତି ଗୌରୀ ନାୟକ, ଗୋଷ୍ଠି ସଂଗଠକ, ସିଟି ମିଶନ୍ ପରିଚାଳକ ଶ୍ରୀଯୁକ୍ତ ନକୁଳ ବିଷୋୟି, ସମସ୍ତ ସ୍ବଚ୍ଛସାଥି, ଅଙ୍ଗନ ୱାଡି କର୍ମି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।