ଓଡ଼ିଶାର ବରପୁତ୍ର ଙ୍କ ବର ପ୍ରତିଫଳିତ ହେବନି କି ? ବରିଷ୍ଠ ଆଇନଜୀବି ଉମା ପଟ୍ଟନାୟକ…!

ଏଥର ସମ୍ଭାଳ ବ୍ୟୁରୋ ( ଗୁଣପୁର)- ରାଜ୍ୟରେ ଆଉ ୫ଜିଲ୍ଲା ଯୋଡ଼ି ହେବାର ଖବର ପ୍ରସାର ହେବାପରେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଗୁଣପୁର ଉପ ଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ରେ ପ୍ରତିଭା ସମ୍ମାନ ରେ ସମ୍ମାନୀତ ହେବା ଅବସରରେ ସ୍ଥାନୀୟ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ଓଡ଼ିଶାର ବରପୁତ୍ର ଗୁଣପୁର ବାସୀ ଙ୍କୁ ଦେଇଥିବା ବର ପ୍ରତିଫଳିତ ହେବନି କି ବୋଲି ପ୍ରଶ୍ନ କରି ଛନ୍ତି । ରାଜ୍ୟରେ ୩୦ଗୋଟି ଜିଲ୍ଲା ହେବା ସମୟରେ ଗୁଣପୁର ଅଞ୍ଚଳ ବାସୀ ରାଜ୍ୟର ଏକ ବୃହତ୍ ଉପଖଣ୍ଡ ଭାବେ ପରିଗଣିତ ହେଉଥିବା ଗୁଣପୁର ସବ୍ ଡିଭିଜନ କୁ ଜିଲ୍ଲା କରିବା ନେଇ ଅଞ୍ଚାଲବସୀଙ୍କ ଦାବୀ ପରେ ତତ୍ କାଳୀନ ମୁଖ୍ୟ ମନ୍ତ୍ରୀ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁବାବୁ ଆଗାମୀ ଦିନରେ ନିଶ୍ଚିତ ଭାବେ ଗୁଣପୁର କୁ ଏକ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରନ୍ତୁ ତାଙ୍କରି ଦାୟଦ ନବୀନ ବାବୁ ଏ କଥା କୁ ଭୁଲିଗଲେ ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ବିଜୁ ବାବୁଙ୍କ ସେହି ପ୍ରତିଶ୍ରୁତିକୁ ମନେପକାଇ ବରିଷ୍ଠ ଓକିଲ ଉମା ପଟ୍ଟନାୟକ ଏହାକୁ ଦୋହରାଇ ଏନେଇ ଜନସଚେତନତା ଜାଗୃତ କରିବା ନିମନ୍ତେ ଉତ୍ସବ ରେ ଉପସ୍ଥିତ ସାମ୍ବାଦିକ ଙ୍କୁ ସୂଚନା ଦେଇ ଉପସ୍ଥିତ ଜନ ସାଧାରଣ ଙ୍କୁ ଦାବୀ ଉପସ୍ଥାପନ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଏହା ପରେ ଉପସ୍ଥିତ ବୁଦ୍ଧିଜୀବୀ,କବି,ଲେଖକ,ମହିଳା ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।ଗୁଣପୁର ଜିଲ୍ଲା ଗଠନ ଦାବୀ କୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନା କରାଇବା ନିମନ୍ତେ ଜନ ସଚେତନା ଜାଗୃତ କରିବା ପାଇଁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଗୁଣପୁର ଉପଖଣ୍ଡ ଆବାହକ ସୁନିଲ କୁମାର୍ ଦାଶ କହିଛନ୍ତି । ଏତତ୍ ସମ୍ପର୍କ ରେ ଜନ ସାଧାରଣ ଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରା ଯିବ । ଆବଶ୍ୟକ ପଡିଲେ ଏକ ପ୍ରତିନିଧି ଦଳ ଏମାନଙ୍କୁ ବୁବନେଶ୍ଵ ର ଯାଇ ସାକ୍ଷାତ କରିବେ ବୋଲି ମଧ୍ୟ ଶ୍ରୀ ଦାଶ ଦୋହରାଇଛନ୍ତି ।

ଲୋକେ ମାଗଣାରେ ବ୍ୟବହାର କରିପାରିବେ ଶୌଚାଳୟ…!

!!! ଭୁବନେଶ୍ୱର ରୁ ପ୍ରବୀର୍ ପାତ୍ରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭୁବନେଶ୍ୱର)- ରାଜ୍ୟର ବିଭିନ୍ନ ସହରରେ ରହିଥିବା ଶୌଚାଳୟ ଗୁଡ଼ିକ ଜନସାଧାରଣ ବ୍ୟବହାର କରିବା ନିମନ୍ତେ ଭିନ୍ନ ଭିନ୍ନ ସହରରେ ଲୋକେ ଭିନ୍ନ ଭିନ୍ନ ପରିମାଣର ଅର୍ଥ ଦେବାକୁ ପଡୁଥିଲା ।ଏଥିପ୍ରତି କାହାର ନଜର ରହିନଥିଲା । ଆଉ ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟରେ ଆପଣଙ୍କୁ ଝାଡା,ପରିସ୍ରା ଯିବା ପାଇଁ ପଇସା ଦେବାକୁ ପଡିବନି। ମାଗଣାରେ ଲୋକମାନେ ଏହି ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଜନସାଧରଣ ଙ୍କୁ ଏଭଳି ସୂଚନାଦିଆଯାଇ ,ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର ଏବଂ ମ୍ୟୁନିସପାଲଟି, ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ପତ୍ର ନଂ୨୫୩୪ ତା:୦୬.୦୨.୨୩ରିଖ କ୍ରମେ ନିର୍ଦ୍ଦେଶ ‌ଦିଆଯାଇଛି । ଦେଖିବାକୁ ରହିଲା ଏହି ନିର୍ଦ୍ଦେଶନାମା କେତେଦୂର କାର୍ଯ୍ୟ କରୁଛି ଏବଂ ଶୌଚାଳୟ ଓ ପରିଶ୍ରାଗାର କେମିତି ସଫାସୁତୁରା ହୋଇ ରହୁଛି । ସବୁ ମାୟାରେ ବାୟା…

ପୁଣି ତ୍ରିପତି ହେଲେ କେନ୍ଦ୍ର କମିଟି ସଦସ୍ୟ..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ସି ପି ଆଇ (ଏମଏଲ) ଲିବରେସନ ସର୍ବ ଭାରତୀୟ ସମ୍ମିଳନୀ ର ଶେଷ ଦିନ ରେ ନିର୍ବାଚନ ମାଧ୍ୟମ ରେ ୭୬ ଜଣକୁ ନେଇ କେନ୍ଦ୍ର କମିଟି ଗଠନ କରାଯାଇଛି।ଏହି କମିଟି ପାଇଁ ଓଡିଶା ରୁ ପୁନର୍ବାର ରାଧାକାନ୍ତ ସେଠି , ଯୁଧିଷ୍ଠିର ମହାପାତ୍ର ଏବଂ ତ୍ରିପତି ଗମାଙ୍ଗ ନିର୍ବାଚିତ ହୋଇଛନ୍ତି l ଏହାସହ ସର୍ବ ଭାରତୀୟ କ୍ରାନ୍ତିକାରୀ ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଙ୍କୁ ସର୍ବ ସମ୍ମତି କ୍ରମେ ସିପିଆଇ(ଏମ ଏଲ) ଲିବରେସନ କମିଟିର ସର୍ବ ଭାରତୀୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି।ଏହି ନିର୍ବାଚନ ରେ ପୁଣି ଟ୍ରିପତି ଗମାଙ୍ଗ ନିର୍ବାଚିତ ହୋଇଥିବାରୁ ଗରୀବ,ଖଟିଖିଆ,ମଜୁରିଆ ଓ ଚାଷୀ କୂଳରେ ଆନନ୍ଦର ଲହରୀ ଦେଖା ଦେବା ସହ ତ୍ରିପତିଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି।

ଏହାଙ୍କ ନେତୃତ୍ୱରେ ଆଗାମୀ ଦିନରେ ଦଳିତ,ନିଷ୍ପେସିତ ,ହରିଜନ,ଆଦିବାସୀ ମାନେ ସେମାନଙ୍କ ନ୍ୟାଯ୍ୟ ଦାବୀ ପାଇଁ ଲଢେଇ କରିବା ପଥ ସୁଗମ ହୋଇ ପାରିବ ବୋଲି ଏମାନଙ୍କ ମଧ୍ୟରେ ଆଶା ପ୍ରକଟ ହୋଇଛି ।ଏହି ମନୋନୟନ ନିମନ୍ତେ ଏମାନଙ୍କ ପକ୍ଷରୁ କେନ୍ଦ୍ରୀୟ କମିଟି ସଦସ୍ୟ ମାନଙ୍କୁ ସାଧୁବାଦ୍ ଜ୍ଞାପନ କରାଯାଇଛି।ନିର୍ବାଚିତ ପରେ ନୂତ କମିଟି ଗଣତନ୍ତ୍ର ଓ ସମ୍ବିଧାନ କୁ ରକ୍ଷା କରିବା ଏବଂ ଫାସିବାଦ ଆକ୍ରମଣ କୁ ମୁକାବିଲା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ଦିଆଯାଇଛି ।

ରାମନାଗୁଡା ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)-ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାମନାଗୁଡା ବ୍ଲକ ରେ ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଡ୍ଦ୍ଭାବନା କକ୍ଷ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଗୁଣୁପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ, ଡେପୁଟି କଲେକ୍ଟର ଅନ୍ୱେଷା ଦାଶ ,ଗୁଣୁପୁର ଏସ୍ଡିପିଓ ବିକାଶ ବେହୁରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ , ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ,ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର, ଥାନା ଅଧିକାରୀ ସୁନିତା ବେହେରା, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ବିପିଏମ ଯସ୍ମୀନ ମୁଟିକା, ରାମନାଗୁଡା ବନଖଣ୍ଡ ଅଧିକାରୀ ନରେନ୍ଦ୍ର ଗମାଙ୍ଗ , ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ମୋଟ ୨୬ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୧୮ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୦୮ ଗୋଟି ସାମୁହିକ ଭାବେ ଅଭିଯୋଗ ପଞ୍ଜିକରଣ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅଭିଯୋଗ ର ସମାଧାନ ହୋଇନପାରିବାରୁ ଅଭିଯୋଗକାରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେହିପରି ଏହି ଶୁଣାଣି ରେ କାହାକୁ ଅର୍ଥରାଶି ପ୍ରଦାନ କରାଯାଇନଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

ମିଶନ ଶକ୍ତି ଗୃହ ଉଦ୍ଘାଟନ କଲେ ବିଧାୟକ …!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଏବଂ ମିଶନ ଶକ୍ତି ନୂତନ କୋଠା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଉଦଘାଟିତ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ଯୋଗ ଦେଇଥିଲେ ।ଏହି ଉଦ୍ ଘାଟନ ଉତ୍ସବ ରେ ଗୁଣୁପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣୁପୁର ଏସ୍ଡିପିଓ ବିକାଶ ବେହୁରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜାଜ୍ଞସେନି ବେହେରା, ଡେପୁଟି କଲେକ୍ଟର ଅନ୍ୱେଷା ଦାଶ, ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ,ଓଡ଼ିଶା ଜୀବିକା ମିଶନ ବିପିଏମ୍ ଯସ୍ମୀନ ମୁଟିକା ଙ୍କ ସହ ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ରାମନାଗୁଡା ବିଜୁ ଯୁବ ଜନତା ଦଳ ସଭାପତି ସଞ୍ଜୟ କୁମାର ପ୍ରଧାନ, ଅମିତ କୁମାର ମହାରଣା ,ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା, ପ୍ରମୁଖ ଯୋଗ ଦେଇଥିଲେ ।

ମିଶନ ଶକ୍ତି ଗୃହ ହେବା ଦ୍ଵାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ସ୍ୱାବଲମ୍ବୀ ହେବା ସକାଶେ ମହାସଂଘ ପକ୍ଷରୁ ବିଭିନ୍ନ ପ୍ରକାର ତାଲିମ, ମିଟିଂ,ଅଫିସ କାର୍ଯ୍ୟ ଗୁଡ଼ିକ ର ସମୀକ୍ଷା,ସହ ଉତ୍ପାଦିତ ଏବଂ ତିଆରି କରିବା ଜିନିଷ ର ବିକ୍ରିବଟା ବ୍ୟବସ୍ଥା କରାଯିବ ବୋଲି ସୁଧୀର କୁମାର ଦାସ ସୂଚନା ଦେଇଥିଲେ ।ଏହା ପୂର୍ବ ରୁ ବିରାଟ ପଟୁଆରେ ଆସିଥିବା ସମସ୍ତ ଅତିଥି। ଙ୍କୁ ବାଜା ବଜାଇ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ।ଏହି ସମୟ ରେ ଗଗନ ଆଚାର୍ଯ୍ୟ ଙ୍କ ସହ ଅନେକ ବିଜେଡି ଦଳରେ ନେତା ମାନେ ଉପସ୍ଥିତ ରହିଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ବେହେରା ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ…!

!!! ବଲାଙ୍ଗୀର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର)- ବଲାଙ୍ଗୀର ସଦର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲ ସଭାଗୃହ ଠାରେ ସାମ୍ବାଦିକ ସମ୍ମିଳନୀ ଆଯୋଜନ କରିଥିଲେ। ପ୍ରଥମରୁ ବଲାଙ୍ଗୀର ବିକାଶ ପାଇଁ ବର୍ଷକ ଥରେ କିମ୍ବା ତା ଠାରୁ ଉର୍ଦ୍ଧ୍ବ ଜିଲ୍ଲା ଯୋଜନା ବୋର୍ଡ ବୈଠକ ବସିବା କଥା କିନ୍ତୁ ତାହା ବିଗତ ୪ ବର୍ଷ ପରେ ବସିଲା। ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ଦ୍ବାରା ସେ ମହାମାରୀ କରୋନା ପାଇଁ ଏହି ବୈଠକ ହୋଇ ପାରୁ ନ ଥିବା ଦର୍ଶାଇଥିଲେ। ସରକାରଙ୍କ ଦଳର ପୌରପରିଷଦ ଅଧ୍ୟକ୍ଷା ଠାରୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ସମେତ ବ୍ଳକ୍ ଅଧ୍ୟକ୍ଷା ,ଅଧ୍ୟକ୍ଷ , ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି।ତଥାପି ଯୋଜନା ବୋର୍ଡ ବୈଠକ ବସି ପାରୁନାହିଁ। ଳୋୟରଶୁକତେଳ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ମୂଖ୍ୟ ଡାକ୍ତର ଖାନା ସମେତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନକୁ ଡାକ୍ତର ଶୂନ୍ୟ। ରୋଗୀ ମାନେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ବା ହସ୍ପିଟାଲକୁ ଗଲେ ସାଧାରଣ ରୁ ସାଧାରଣ ରୋଗ ପାଇଁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରୁଛନ୍ତି। ରାଜ୍ୟ ସରକାରଙ୍କୁ ବଲାଙ୍ଗୀର ଜିଲ୍ଲାରେ କଳକାରଖାନା ପ୍ରତିଷ୍ଠା କରିବା ପାଇଁ ବାରମ୍ବାର ଦାବି ଉପସ୍ଥାପନ କରୁଅଛି। ଟେକ୍ ଷ୍ଟାଇଲ ଫେକ୍ଟ୍ରି ଓ ବିଜୟା ନନ୍ଦ ଚିନି କଳକୁ ପୁନ୍ନ ଉଦ୍ଧାର କରା ଯାଇ ଚାଷୀ ମାନଙ୍କ ମେରୁଦଣ୍ଡ ସବଳ କରିବା ଓ ନିୟୁକ୍ତି ର ସୁଯୋଗ ସୃଷ୍ଟି କରିବା ପାଇଁ ସୁଯୋଗ ରହିଛି। ଦାଦନ ପ୍ରବଣ ଜିଲ୍ଲା ରେ କିଛି ମାତ୍ରାରେ ରୋକିବାରେ ସହାୟତା ହେବ। ଜିଲ୍ଲାର ସମସ୍ତ ପର୍ଯଟନ ସ୍ଥଳୀ ହରିଶଙ୍କର ହେଉ କି ରାଣୀପୁର ଝରିଏଲ କିମ୍ବା ଭୀମ ଡୁଙ୍ଗୁରି କୁ ବିକାଶ କରାଯାଉ। ଲୋକଙ୍କ ଆର୍ଥିକ ସଦୃଢ ହେବ। ମାଁ ସମଲେଶ୍ବରୀ ମନ୍ଦିର ପୁନଃ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଅନୁଦାନ ପାଇଁ ଦାବି ରଖିଛି। ପୁରୀ ଓ ଭୂବନେଶ୍ବର ଠାରେ କୋଟି କୋଟି ଟଙ୍କା ର ଅନୁଦାନ ପ୍ରଦାନ କରାଯାଉଛି କିନ୍ତୁ ବଲାଙ୍ଗୀର ପାଇଁ ଅନୁଦାନ ଶୁନ୍ଯ ରହିବା ଦୁର୍ଭାଗ୍ୟ ବିଷୟ ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟ ପାଇଁ ମୁଣ୍ଡ ଟେକିବା ସ୍ୱଭାବିକ। ଆଗାମୀ ବିଧାନସଭା ରେ ବଲାଙ୍ଗୀର ଠାରେ ଏକ ଇଞ୍ଜିନିୟରିଂ କଲେଜ ପାଇଁ ଦାବି ଉପସ୍ଥାପନ କରିବି ବୋଲି ମତ ରଖିଥିଲେ।ସଂସ୍କୃତି ଭବନ ଲୋକାର୍ପଣ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର ଏହାକୁ ନେଇ କୌଣସି ବିଶେଷ ପ୍ରତିକ୍ରିୟା ଦିଆଯାଇ ପାରିବନାହିଁ ବୋଲି କହିଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ମଞ୍ଚାସୀନ ଥିବା ବେଳେ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ମହିଳା ସଶକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସଦଭାବନା ଗୃହ ରେ ଜାତୀୟ ମହିଳା କମିଶନ ଜାତୀୟ ତାଳୁକ ଲିଗାଲ ଏଥରିଟି ଏବଂ ଭାରତ ସରକାର ଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ର ସାହାରା ପରିବାର ପରାମର୍ଶ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ରେ ମହିଳା ସଶକ୍ତିକରଣ ଏବଂ ତତ ସମ୍ବନ୍ଧୀୟ ଆଇନ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଆୟୋଜିତ ଏକ ସଭାରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମାନସ ରଞ୍ଜନ ରଥ ଅଧକ୍ଷତା କରିଥିବା ବେଳେ ସବଜର୍ଜ ସନ୍ତୋଷ କୁମାର ମହାପାତ୍ର ଏସ ଡି ଜେ ଏମ ଶାନ୍ତଶ୍ରୀ ମହାନ୍ତି ପ୍ରଥମ ଶ୍ରେଣୀ ବିଚାରପତି ଦେବ ସଂପ୍ରିୟ ନଂଦ ଅତିଥି ଭାବେ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟନାୟକ ଏବଂ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଭାପତି ପ୍ରମୋଦ କୁମାର ସାହୁ ଯୋଗ ଦେଇ ମହିଳା ସଶକ୍ତିକରଣ ଏବଂ ମହିଳା ଆଇନ ଉପରେ ଆଲୋକପାତ କରିଥିଲେ ଚେତନା ଶିବିରରେ ସ୍ଥାନୀୟ ବରିଷ୍ଠ ଆଇନଜୀବି ଉମା ଚରଣ ପଟନାୟକ ଏବଂ ସସ୍ମିତା ପାତ୍ର ଯୋଗଦେଇ ମହିଳା ଏବଂ ତତ ସମ୍ବନ୍ଧିନୀୟ ବିଭିନ୍ନ ଆଇନ ଉପରେ ବୁଝାଇ ଥିଲେ । ଶିବିର ରେ ବ୍ଲକ ର ଶତାଧିକ ମହିଳା ଗ୍ରୁପ ର ସଦସ୍ୟ ଅଙ୍ଗନବାଡି ମା ଏବଂ ଆଶା କର୍ମୀ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେପ୍ରଥମ ଶ୍ରେଣୀ ବିଚାରପତି ଦେବ ସଂପ୍ରିୟା ନଂଦ ଦେଇ ସ୍ଵାଗତ ଭାଷଣ ଦେବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରାଜ୍ୟରେ ହେବ ଆଉ ଏକ ଜିଲ୍ଲା …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – ଖୁବଶୀଘ୍ର ପଦ୍ମପୁର ବାସିନ୍ଦାଙ୍କୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା। ନୂଆ ଜିଲ୍ଲାର ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀ ଝାରବନ୍ଧା ଗ୍ରସ୍ତ କରିଛନ୍ତି । ଜିଲ୍ଲାବାସୀଙ୍କୁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ସେଠାରେ ପହଂଚିଛନ୍ତି । ତେଣୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରବନ୍ଧ ଯାତ୍ରା କରିଛନ୍ତି । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦ୍ମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସବୁଠି ନବୀନଙ୍କ ଜୟ ଜୟ ଧ୍ୱନି ଶୁଣିବାକୁ ମିଳୁଛି। ଦିନ ୧୧ଟାରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସାଢେ ୧୧ଟାରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଛନ୍ତି । ଝାରବନ୍ଧା ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରାଯାଇଛି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି ।

ମହେନ୍ଦ୍ରଗିରି ରେ ଭକ୍ତ ପାଳିଲେ ଶିବରାତ୍ରୀ …!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ତିନି ବର୍ଷ ପରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପବିତ୍ର ମହେନ୍ଦ୍ରଗିରି ଶିଖର ଠାରେ ମହାଶିବରାତ୍ର ଉତ୍ସବ ଧୁମ୍ ଧାମରେ ପାଳନ ହୋଇଯାଇଛି । ପରମ୍ପରା ଅନୁଯାୟୀ ଏହିବର୍ଷ ମହେନ୍ଦ୍ରଗିରି ଉତ୍ସବ ମହାଶିବାତ୍ରି ର ପୂର୍ବ ଦିନରେ ଜାଗର ଅନୁଷ୍ଠିତ ହୋଇଯାଇଛି।ଏଠାରେ ଗଂଜାମ,ଗଜପତି, ରାୟଗଡ଼ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୫୦ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ହୋଇଥିଲା । ଗଞ୍ଜାମ ଜିଲ୍ଲାର ତୁମ୍ବା ଠାରୁ ବୁରୋଖତ ଯାଏଁ ଓ ଗଜପତି ଜିଲ୍ଲାର କୋଇଁପୁର ଠାରୁ ବୁରୋଖତ ଯାଏଁ ରହିଥିବା ଗ୍ରାମଗୁଡିକରେ ଆସୁଥିବା ଭକ୍ତ ଙ୍କ ସମାଗମ ଏଠାରେ ହୋଇଥାଏ ।ଭକ୍ତ ମାନେ ଯେ କୌଣସି ଗାଡ଼ି ରେ ଏହି ସ୍ଥାନକୁ ଆସିଥାନ୍ତି।ବୁରୋଖତ ଠାରୁ ମହେନ୍ଦ୍ରଗିରି ଶିଖର ଦୀର୍ଘ ୭ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ । ଉକ୍ତ ୭ କିଲୋମିଟର ରାସ୍ତା ପକ୍କା ରାସ୍ତା ନିର୍ମାଣ ହୋଇ ଥିଲେ ମଧ୍ଯ ବୁଲାଣି ଓ ଘାଟି ରାସ୍ତା ଯୋଗୁଁ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ଖାଲି ସରକାରୀ କାର୍ଯ୍ୟ ରେ ନିୟୋଜିତ ଗାଡ଼ିକୁ ହିଁ ଯିବା ଆସିବା କରିବାପାଇଁ ଅନୁମତି ରହି ଥାଏ । ଶାନ୍ତିସୁରକ୍ଷା ଓ ଅବାଧ ପ୍ରବେଶ କୁ ରୋକିବା ପାଇଁ ବୁରୋଖତ ଠାରେ ପୁଲିସ କ୍ୟାମ୍ପ କରି ଜଗି ରହିଥିଲେ । ମହେନ୍ଦ୍ରଗିରି ଉତ୍ସବ ପାଇଁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ପାନୀୟ ଜଳ, ରାସ୍ତା ଓ ମନ୍ଦିର ଗୁଡିକରେ ଆଲୋକ ର ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ସକାଶେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ସବ୍ କଲେକ୍ଟର ଆଲୋକ ରଂଜନ ଓ ରାୟଗଡ଼ ବ୍ଳକ୍ର ବିଡିଓ ରାଜା ରଂଜିତ ପ୍ରତାପ ବଳ, ତହସିଲଦାର ଲୀଳାବତୀ ଆଚାର୍ଜୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଭକ୍ତ ମନ୍ଦିର ଦର୍ଶନ ସକାଶେ ସମସ୍ତ ବ୍ୟବସ୍ଥା କରିଥିଲେ। କୁନ୍ତି, ଯୁଧିଷ୍ଟିର ଓ ଭୀମ, ଅର୍ଜୁନ ମନ୍ଦିର ଦର୍ଶନ ପାଇଁ ଟିକେଟ ବିକ୍ରି କରି ଧାଡ଼ିରେ ଭକ୍ତମାନେ ଆସି ଦର୍ଶନ କରିବା ପାଇଁ ବ୍ୟବସ୍ଥା କରଯାଇଥିଲା। ମନ୍ଦିର ଦର୍ଶନ ଓ ପାହାଡ ଉପରେ ଭକ୍ତଙ୍କ ରାତ୍ରି ରହିବା ପାଇଁ ଜେନେରେଟର ଲଗାଇ ଲାଇଟ ର ବ୍ୟବସ୍ଥା କରଯାଇଥିଲା। ଏଠାକାର ସୂର୍ଯ୍ୟ ଉଦୟ ଦୃଶ୍ୟ ଏକ ନିଆରା। ସୂର୍ଯ୍ୟ ଉଦୟ ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତ ଏଠାରେ ଭୋରୋରୁ ଜଗି ବସିଥାନ୍ତି। ସୂର୍ଯ୍ୟ ଉଦୟ ହେବାମାତ୍ରେ ଭକ୍ତ ମାନେ ହରିବୋଲ ହୁଳହୁଳି ଦେଇ ସୂର୍ଯ୍ୟ ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଉତ୍ସବ ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଶାନ୍ତି ସୁରକ୍ଷା ପାଇଁ ଗଜପତି ଏସପି ସ୍ଵାତୀ ଏସ କୁମାର ଉପସ୍ଥିତ ରହି ପରିସ୍ଥିତି ଉପରେ ଅନୁଧ୍ୟାନ କରି ଥିଲେ। ଶାନ୍ତି ସୁରକ୍ଷା ପାଇଁ ବିଭିନ୍ନ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ୧୭ ସେକ୍ସନ ଫୋର୍ସ, ୧୦୦ ହୋମଗାର୍ଡ ମିଶି ମୋଟ ୪୫୦ ଜଣ ପୁଲିସ ଅଧିକାରୀ ଓ ପୁଲିସ ମୂତୟନ ଥିଲେ। ସିହିଭଳି ରାୟଗଡ଼ ବ୍ଲକ ରେ ଥିବା ଶିବ ମନ୍ଦିର ହାଟପଦା ମଦିର, ତୁମ୍ବାଶିଲ, ନାରାୟଣପୁର, ଜୀରାଙ୍ଗ, କୋଇଁପୁର୍ ଆଦି ଗ୍ରାମରେ ଥିବା ଶିବ ମନ୍ଦିର ଗୁଡିକରେ ଶିବରାତ୍ରି ଦିନ ସକାଳୁ ସକାଳୁ ଭକ୍ତ ମାନଙ୍କ ଗହଳି ଜମିଥିଲା । ମଧ୍ୟରାତ୍ରରେ ପ୍ରତି ଶିବ ମନ୍ଦିରରେ ମହାଦୀପ ଉଠିଥିଲା ।

ବାଲ୍ୟବିବାହ ମୁକ୍ତ ଘୋଷଣା ହେଲା ଗଜପତି ଜିଲ୍ଲା ….!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍. କୁମାର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେ ରେ ଗଜପତି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଆଜି ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪୯ ଟି ଗ୍ରାମ ପଞ୍ଚାୟତ, ୧୫୩୪ଟି ରାଜସ୍ବ ଗ୍ରାମ, ୧୭୬ ଟି ପଡ଼ା କୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା ସହ ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ପୌରପାଳିକା ର ୨୬ ଗୋଟି ୱାର୍ଡ଼ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡ଼କୁ ମଧ୍ୟ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପ୍ରାୟ ଦେଢ଼ବର୍ଷ ତଳେ ହାତକୁ ନେଇଥିଲା ଯାହାକି ୭ଟି ପର୍ଯ୍ୟାୟରେ ଯଥା ୭ଟି ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି କ୍ରମେ ଜିଲ୍ଲାରେ ଥିବା ସମସ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାରେ ଜିଲ୍ଲା ପ୍ରଶାସନ ତରଫରୁ ନେଇଥିବା ପ୍ରମୁଖ କାର୍ଯଗୁଡିକ ମଧ୍ୟରେ ଜିଲ୍ଲାର ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞା ଦ୍ବାରା ଝିଅ ମାନଙ୍କୁ ବାଲ୍ୟବିବାହ ପରି କୁପ୍ରଥାକୁ ଦୁରେଇବା।ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ନିୟମିତ କରିବା।ପଞ୍ଚାୟତ ରାଜ ଅନୁଷ୍ଠାନର ପ୍ରତିନିଧି ମାନଙ୍କୁ ଏହି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା।ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଧର୍ମ, ଜାତି ଏବଂ ସମାଜର ନେତୃବୃନ୍ଦଙ୍କୁ ବାଲ୍ୟବିବାହକୁ ଦୂର କରିବା ପାଇଁ ପ୍ରବର୍ତ୍ତାଇବା। ବିଭିନ୍ନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବାଲ୍ୟବିବାହ ବିରୁଦ୍ଧରେ ଶପଥ ପାଠ କରାଇବା।ବାଲ୍ୟ ବିବାହ ବିରୁଦ୍ଧରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିବା ଭଳି କାର୍ଯ୍ୟକ୍ରମ ରହିଛି ।ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିକୁ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା। ଜିଲ୍ଲାକୁ ବାଲ୍ୟବିବାହରୁ ଦୁରେଇ ରଖିବା ପାଇଁ ସପ୍ତମ ପର୍ଯ୍ୟାୟ ବୈଠକରେ ଆଗାମୀ ଦିନରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା। ଆଦ୍ବିକା କାର୍ଯ୍ୟକ୍ରମକୁ ପ୍ରାପ୍ତବୟସ୍କ ଝିଅ ମାନଙ୍କ ପାଖରେ ପହଞ୍ଚାଇବା।ବାହାଘର ଠିକ୍ ହେବା ପୂର୍ବରୁ ଖବର ସଂଗ୍ରହ କରିବା। ଅଙ୍ଗନୱାଡ଼ି କେନ୍ଦ୍ରରେ ଝିଅ ମାନଙ୍କର ବୟସ ଗଣତି କରିବା ଭଳି କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଯାଇଛି।