ଜାଗର ପାଇଁ ପ୍ରସ୍ତୁତି ବୈଠକ …!

!!! ବଲାଙ୍ଗୀର ରୁ ଜୀତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାକ (ବଲାଙ୍ଗିର) –ଖୁଜେନପାଲି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ତପସ୍ୱୀ କଲ୍ୟାଣ ଦାସ ବାବାଙ୍କ ପ୍ରେରିତ ଓ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ସ୍ୱହସ୍ତେ ସ୍ଥାପିତ ନର୍ମଦୋଶ୍ୱର ଶିବ ଲିଙ୍ଗ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ଆସନ୍ତା ୧୮ ତାରିଖ ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ମନ୍ଦିରକୁ ଆଲୋକମାଳାରେ ସଜାଇବା ପାଇଁ ବୈଠକ ରେ ସ୍ଥିର କରାଯାଇଛି । ଗତ ୨ ବର୍ଷ କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ଉପସ୍ଥିତ କମ୍‌ ଥିବାରୁ ଚଳିତ ବର୍ଷ ବହୁତ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏଣୁ ପୋଲିସ ବାହିନୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିୟୋଜିତ କରାଯିବ । ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଭାପତି ଯୁଧିଷ୍ଠିର ସିଂ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ସୁରେଶ ଚନ୍ଦ୍ର ସିଂ, ସୁଶାନ୍ତ ନାଗ, ଜଗତ ରାମ ସାହୁ, ଖଗେଶ୍ୱର ସାହୁ, ମନ୍ଦିର ପୂଜକ ବିଘ୍ନେଶ୍ୱର ଥନାପତି, ଲାଲଚନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ ।ମହାଦେବ ଙ୍କ ଜାଗର ଯାତ୍ରାକୁ ମହା ଆଡମ୍ବର ସହକାରେ ପାଳନ କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ନେଇଛନ୍ତି ।

ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ….!

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅନୁସୂଚିତ ଜାତି , ଜନଜାତି ସଂଖ୍ୟାଲଘୁ ,ପଛୁଆବର୍ଗ ବିକାଶ ଏବଂ ଆଇନ୍ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ,ଜଗନ୍ନାଥ ସାରକାଓଡ଼ିଶା ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ସାଂସଦ, ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାରାୟଣ ରାଓ , ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତ୍ରିପତି ରାଓ , ଜିଲ୍ଲାପରିଷଦ ଉପ-ଅଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ , ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍. କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ମଞ୍ଚାସୀନ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ଗଜପତି ଜିଲ୍ଲାରେ ଚାଲୁ ରହିଛି ଏବଂ ଆଗକୁ କରାଯିବାର ଯୋଜନା ରହିଛି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନେ ସେଗୁଡ଼ିକୁ ତଦାରଖ କରିବା ଆବଶ୍ୟକତା ରହିଅଛି। ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ରାଜ୍ଯ ସରକାର ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।୫-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଏକ ଅଭିନବ ପଦକ୍ଷେପ। ଗଜପତି ଜିଲ୍ଲାପ୍ରଶାସନ କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରସା ମଧ୍ୟ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।ସେମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ। ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନା ଗୁଡ଼ିକର ସମାଧାନ ପାଇଁ ଆମେ ଯୋଜନା ମଧ୍ୟ କରିଛୁ। ତେବେ ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କଲ୍ୟାଣ କନ୍ଧମାଳ ଓ ଗଜପତି ଯୋଜନା ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ସମସ୍ତଙ୍କର ପରାମର୍ଶ କାମନା କରିଥିଲେ।ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁଳମଣୀ ରାଉତ ପଏଣ୍ଟ ମାଧ୍ୟମରେ ସଂକ୍ଷିପ୍ତ ଜିଲ୍ଲା ପରିଚୟ , ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ , ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟ , ଆଶଂକା ଆଧାରିତ ରଣନୀତିକ ଯୋଜନା , ଆର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିବା ବେଳେ କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ , ଗ୍ରାମ୍ୟ ଉନ୍ନୟନ , ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ , ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ , ଶକ୍ତି ବିଭାଗ , ଶିଳ୍ପ ଓ ଖଣିଜ , ପରିବହନ , ବିଜ୍ଞାନ , ପରିବେଶ , ସାଧାରଣ ଆର୍ଥିକ ସେବା , ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧୨୫୯ କୋଟି ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସମୁଦାୟ ୧୪୩୨ କୋଟି ୩୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ , ବିଜୁଳି , ପାଣି ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୩ କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେହି ସବୁ ବାବଦରେ ସମୁଦାୟ ୩ କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ (ଯାନ୍ତ୍ରିକ) ଶ୍ରୀ ଜ୍ୟୋତିରାଜ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ସମିତି ସଭ୍ୟ ଓ ସଭ୍ୟାଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ ସଭ୍ୟା , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଆୟୋଜିତ…!

 !!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ସ୍ଥାନୀୟ ଗୀତା ସୁଗୀତା କର୍ତ୍ତବ୍ୟା ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭାଗନେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଗୁରୁ ଚରଣ ଶବର ପରିଚାଳନା କରିଥିବାବେଳେ ଗଜପତି ଗୀତାଜ୍ଞାନ ପ୍ରଚାର ପ୍ରସାର ସମିତିର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ।

ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଖାାପାଟଣା ଡି ଆର ଏମ ଓ ଙ୍କୁ ସ୍ମାରକ ଏକ ସ୍ମାରକପତ୍ର
ପ୍ରଦାନ କରାଯାଇଛି । ଏଥିରେ ମଞ୍ଚ ଆବାହକ ସୁନିଲ ଦାଶ ଗୁଣପୁର ରେଲୱେ ରଷ୍ଟେସନ୍ ଠାରେ ଉପୁଜୁଥିବା ଯାତ୍ରୀଙ୍କ ସମସ୍ୟା ନେଇ ଉଲ୍ଲେଖ କରି ଏହାର ପ୍ରତିକାର ନିମନ୍ତେ ଦାବୀ ଉପସ୍ଥାପନ କରିଛନ୍ତି । ଗାଡ଼ି ଯିବା ଆସିବା ସମୟରେ ଗୁଣପୁର ଷ୍ଟେସନ୍ ସମ୍ମୁଖ ଫାଟକ ନିକଟରେ ମୋଟର ଗାଡି, ବାଇକ୍ ଏବଂ ମୁଖ୍ୟତଃ ଅଟୋ ଗୁଡ଼ିକ ରାସ୍ତା ଜାମ କରୁଥିବାରୁ ଯାତ୍ରୀ ଯିବା ଆସିବା କରୁଥିବା ରେ ନାହିଁ ନଥିବା ଅସୁବିଧା ହେଉଥିବା ରୁ ଯାନ ଗୁଡ଼ିକ ନିମନ୍ତେ ଫାଟକ ସମ୍ମୁଖରେ ଥିବା ରେଲୱେ ଜମିରେ ପାର୍କିଂ ର ବ୍ୟବସ୍ଥା କରିବା,ବିଳମ୍ବିତ ରାତ୍ରରେ ଆସୁଥିବା ମେ – ମୋ ଟ୍ରେନ ରେ ଯାତାୟାତ କରୁଥିବା ବାହାର ଗ୍ରାମର ଯାତ୍ରୀା ମାନେ ସକାଳ ପର୍ଯ୍ୟନ୍ତ ଷ୍ଟେସନ୍ ରେ ଅପେକ୍ଷା କରି ରହୁଥିବାରୁ ଏମାନଙ୍କ ନିମନ୍ତେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ର ନିର୍ମାଣ ସହ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଷ୍ଟେସନରେ ରୀତିମତ ରେଲୱେ ପୋଲିସ ମୁତୟନ, ବୃଦ୍ଧ,ବୃଦ୍ଧା ଓ ଛୋଟ ପିଲା ମାନେ ପ୍ରଥମ ଟ୍ରାକ ଲାଇନ୍ ପାର୍ କରି ଦ୍ୱିତୀୟ ଟ୍ରାକ ରେ ରହୁଥିବା ଗାଡ଼ିରେ ଚଢ଼ା ଓଲ୍ହା କରିପାରୁ ନଥିବାରୁ ଅନ୍ୟ ଟ୍ରେନ ଆସିବା ଯାଏଁ ମେ ମୋ ଏବଂ ବିଶାଖାପାଟଣା ଗାଡ଼ିକୁ ପ୍ରଥମ ଲାଇନରେ ରଖିବା ବ୍ୟବସ୍ଥା କରିବା ,ଗୁଣପୁର ଷ୍ଟେସନରେ ଗାଡ଼ି ପହଞ୍ଚିବା ପରେ ଏହାର ବଗି ଓ ଶୌଚାଳୟ କୁ ନିୟମିତ ସଫା କରିବା ଏବଂ ବଗି ରେ ପାଣି ଭରିବା ଭଳି ବ୍ୟବସ୍ଥା ଗୁଡ଼ିକ ପ୍ରତି ଦୃଷ୍ଟିଦେଇ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ସ୍ମାରକ ପତ୍ରରେ ମଞ୍ଚ ପକ୍ଷରୁ ଦାବୀ ଉପସ୍ଥାପନ କରି ଅନୁରୋଧ କରାଯାଇଛି । ଏକ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଏକ ଉତ୍ସବ ରେ ଡି ଆର ମ ଓ ଯୋଗ ଦେବା ନିମନ୍ତେ ଆସିବା ବେଳେ ମଞ୍ଚ ସଦସ୍ୟ ମାନେ ଏହାଙ୍କୁ ସାକ୍ଷାତ କରି ଏହି ସ୍ମାରକ ପତ୍ର ଦେବାର ଥିବା ବେଳେ ସେ ଆସୁନଥିବାରୁ ଏହି ସ୍ମାରକ ପତ୍ରକୁ ତାଙ୍କୁ ପ୍ରେରଣ କରିଥିବା ମଞ୍ଚ ସଂଚାଳକ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ବ୍ରାହ୍ମଣ ସଂଘ କର୍ମ କର୍ତ୍ତା ଚୟନ …!

!!! ରାୟଗଡ଼ ଜିଲ୍ଲା ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡା)-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବ୍ରାହ୍ମଣ ସଂଘ କର୍ମ କର୍ତ୍ତା ଚୟନ ରାମନାଗୁଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ରାମନାଗୁଡା ବ୍ରାହ୍ମଣ ସଂଘର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଏବଂ ସର୍ବସହମତି କ୍ରମେ ସଂଘର ସଭାପତି ଭାବେ ଲଳିତ ମୋହନ ନନ୍ଦ, ଉପସଭାପତି ଭାବେ ସୁବ୍ରମଣ୍ୟମ୍ ଆଚାର୍ଯ୍ୟ, ସମ୍ପାଦକ ସୁଦାମ ଚରଣ ପଣ୍ଡା, ସହ ସମ୍ପାଦକ ପୁଷ୍ପାଞ୍ଜଳି ଦାଶ, କୋଷାଧ୍ୟକ୍ଷ ଶକ୍ତି ପ୍ରସାଦ ପାତ୍ର ପ୍ରମୁଖ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟି ରେ ସମ୍ପଦ କୁମାର ଦାଶ, ରଘୁନାଥ ପାଢ଼ୀ, ଗଙ୍ଗାଧର ପାଣିଗ୍ରାହୀ, ଶିବଶଙ୍କର ଶତପଥି, ରାଧାକୃଷ୍ଣ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ପାତ୍ର ଏବଂ ପରିଚାଳନା ନିମନ୍ତେ ବିଜୟ କୁମାର ମହାପାତ୍ର ଓ ପ୍ରମୋଦ ଚନ୍ଦ୍ର ପାଣିଗ୍ରାହୀ ମନୋନୀତ ହୋଇଥିବା ଜଣାପଡିଛି ।

ସଂଘ ସଭାପତି ଲଳିତ ମୋହନ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ବ୍ରାହ୍ମଣ ସଂଘ କିପରି ସୁପରିଚାଳନା ହୋଇପାରିବ ଏବଂ ସମସ୍ତ ବ୍ରାହ୍ମଣ ପରିବାରର ସୁବିଧା ଅସୁବିଧାରେ ମିଳିମିଶି କିପରି ସହଯୋଗ କରିବେ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ଗୁଲୁଣ୍ଠୀ ସ୍ଥିତ ମନ୍ଦିର ପାଇଁ ବ୍ରାହ୍ମଣ ସଂଘ ତରଫରୁ ଆଦାୟ ହୋଇଥିବା ଅର୍ଥରାଶି ଦାନ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା।