ଅସହାୟ ବୃଦ୍ଧ ଙ୍କ ସହାୟକ ହେଲେ ପୌର ପରିଷଦ ନିର୍ବାହୀ ଅଧିକାରୀ ; ଅନ୍ୟ ଙ୍କ କଥା ବୁଝିବ କିଏ …?

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-  ଗୁଣପୁର ବସ୍ ଷ୍ଟାଣ୍ଡ ଠାରେ ଜଣେ ଅଜଣା ବୃଦ୍ଧବ୍ୟକ୍ତି ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧାଏହି ଅଞ୍ଚଳରେ ସମାଜସେବୀ ଆଖ୍ୟା ନେଇ ବିଭିନ୍ନ ସଭା ସମିତି ର ମଞ୍ଚରେ ସମାଜସେବା ନିମନ୍ତେ ପ୍ରମାଣପତ୍ର , ଉପ ଢ଼ୌକନ ଓ ପୁରସ୍କାର ସାଉଁଟି ନେଉଥିବା ବଡ଼ପଣ୍ଡା ମାନେ ଏହାଙ୍କ ପ୍ରତି ନଜର ଦେଇ ନାହାନ୍ତି । ତଥାପି ଖବର ଜଣା ଯିବା ପରେ ପରେ ସ୍ଥାନୀୟ ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ନୂତନ ବସ୍ ଷ୍ଟାଣ୍ଡ ଠାରେ ପହଞ୍ଚି ବୃଦ୍ଧଙ୍କୁ ସେଠାରୁ ଆଣି, ଚିକିତ୍ସାଳୟ ରେ ଭର୍ତ୍ତିକରି, ଏହାଙ୍କ ସମସ୍ତ ସୁବିଧା କରାଇବା ନିମନ୍ତେ କହି, ସମାଜସେବୀର ଅନନ୍ୟ ଉଦାହରଣ ପାଲଟିଛନ୍ତି ।

ସେପଟେ ଆଜକୁ ପ୍ରାୟ ଦଶ ବର୍ଷ ଧରି ବାରଦ୍ଵାର ଶୁଣ୍ଢିପିଣ୍ଡା ହୋଇ ଖରା ବରଷା ଓ ରାସ୍ତା କଡରେ ନିଜର ଜୀବନ କାଟୁଥିବା ଅସହାୟ ମହିଳା ଙ୍କ ଉପରେ କାହାରି ନଜର ପଡୁ ନାହିଁ l ସେହି ଅସହାୟ ମହିଳାଙ୍କ କଣ ଏଠି ବଞ୍ଚିବା ଅଧିକାର ନାହିଁ କି? ଯଦି ଅଛି ତେବେ ସେହି ସହାୟକ ମହିଳା ଙ୍କ ପାଇଁ ସ୍ଥାନୀୟ ପ୍ରଶାସନ କଣ ପାଇଁ ନିଜ ଆତ୍ମୀୟତା ଦେଖାଉ ନାହିଁ ଏଭଳି ଅନେକ ପ୍ରଶ୍ନ ଉଠୁଛି l ଅସହାୟ ଙ୍କୁ ସହାୟତା ର ହାତ ବଢ଼ାଇ ଥିବା ସୁଶ୍ରୀ ଝୋଡ଼ିଆ ଏହି ମହିଳା ଙ୍କ ସହାୟକ ହେଲେ ଅନ୍ତତଃ ନିଃସହାୟ ମହିଳା ଙ୍କୁ ମୁଣ୍ଡ ଗୁଞ୍ଜିବା ନିମନ୍ତେ ଚାଳ ଖଣ୍ଡିଏ ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।